କଣ୍ଟିଲୋ (ଶ୍ରେୟ ତରଙ୍ଗ): ଆଜି ସ୍ବତନ୍ତ୍ର ବାୟୁସେନା ହେଲିକପ୍ଟର ରେ ମହାମହିମ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ କଣ୍ଟିଲୋ ନୀଳମାଧବ ଙ୍କୁ ଦର୍ଶନ କରି ଫେରିଯାଇଛନ୍ତି ।

ଏଥିସହ କଣ୍ଟିଲୋ ନିକଟ ଶବର ପଲ୍ଲୀ କାଳିଆ ପଲ୍ଲୀ ଯାଇ ଜନ ସାଧାରଣ ଙ୍କୁ ମଧ୍ୟ ଉଦବୋଧନ ଦେଇଛନ୍ତି । ରାଷ୍ଟ୍ରପତି ଙ୍କ ସହ ରାଜ୍ୟପାଳ ହରିବାବୁ କମ୍ଭୂପତି, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି, ବାଚସ୍ପତି ସୁରମା ପାଢି ଓ ଖଣ୍ଡପଡ଼ା ବିଧାୟକ ଦୁଷ୍ମନ୍ତ ସ୍ବାଇଁ ଉପସ୍ଥିତ ଥିଲେ ।

ନୂଆଦିଲ୍ଲୀ ରୁ ସ୍ବତନ୍ତ୍ର ବିମାନ ରେ ଭୁବନେଶ୍ୱର ରେ ପହଞ୍ଚିବା ପରେ, ସେଠାରୁ ସ୍ବତନ୍ତ୍ର ବାୟୁସେନା ହେଲିକପ୍ଟର ରେ ଆସି କଣ୍ଟିଲୋ ପଲ୍ଟନ ପଡ଼ିଆ ରେ ପହଞ୍ଚି ଥିଲେ । କାରକେଡ ରେ ଯାଇ, ନୀଳମାଧବ ମନ୍ଦିର ର ପଶ୍ଚିମ ଦ୍ଵାର ଦେଇ ସ୍ବତନ୍ତ୍ର ଲିଫ୍ଟ ରେ ଶ୍ରୀ ନୀଳମାଧବ ମନ୍ଦିର ଭିତରକୁ ପ୍ରବେଶ କରିଥିଲେ ମାଧବ ଗୋସେଇଁ ଙ୍କୁ ଦର୍ଶନ କରିବା ସହ , ଭାରତ ବର୍ଷର ସୁଖଶାନ୍ତି ନିମନ୍ତେ, ପ୍ରାର୍ଥନା କରିଥିଲେ। ରାଷ୍ଟ୍ରପତି ଙ୍କ ସହ ଓଡ଼ିଶା ମୁଖ୍ୟମନ୍ତ୍ରି ଶ୍ରୀଯୁକ୍ତ ମୋହନ ଚରଣ ମାଝୀ, ରାଜ୍ୟପାଳ ହରିବାବୁ କମ୍ଭୂପତୀ , ଓଡ଼ିଶା ବିଧାନସଭା ବାଚସ୍ପତି ତଥା ରଣପୁର ବିଧାୟକ ଶ୍ରୀମତୀ ସୁରମା ପାଢି , ଖଣ୍ଡପଡ଼ା ବିଧାୟକ ଦୁଷ୍ମନ୍ତ କୁମାର ସ୍ବାଇଁ, ଜିଲ୍ଲାପାଳ ନୟାଗଡ଼ ପ୍ରମୁଖ ଉପସ୍ଥିତ ରହିଥିଲେ ।

ଶ୍ରୀ ମାଧବ ଗୋସେଇଁ ଙ୍କୁ ଦର୍ଶନ କରିସାରି, କାରକେଡ ରେ କଣ୍ଟିଲୋ ନିକଟ ରେ ଥିବା କାଳିଆପଲ୍ଲୀ ଗାଁ କୁ ଯାଇଥିଲେ । ଯେଉଁଠି ଶବର ରାଜା ବିଶ୍ଵାବସୁ ଙ୍କ ସମ୍ପ୍ରଦାୟ ର ଲୋକମାନେ ରହୁଛନ୍ତି । ଏବେବି ସିଆରି ଲତା କାଳିଆ ପଲ୍ଲୀ ଗାଁରେ ଅଛି । ଜନ ସାଧାରଣଙ୍କୁ ଉଦବୋଧନ ଦେଇ ପ୍ରଥମେ, ମୁଖ୍ୟମନ୍ତ୍ରୀ କହିଛନ୍ତି, ନୀଳ ମାଧବ ପୀଠର ବିକାଶ ପାଇଁ ଅର୍ଥର ଅସୁବିଧା ହେବ ନାହିଁ । ପୁନଶ୍ଚ ଏକ dpro ପ୍ରସ୍ତୁତ କରିବା ପାଇଁ ଜିଲ୍ଲାପାଳ ନୟାଗଡ଼ଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ପୂର୍ବ ସରକାର ସମୟରେ ଆସିଥିବା ଅର୍ଥ କାହିଁକି ଖର୍ଚ୍ଚ ହୋଇ ପାରିଲା ନାହିଁ, ବୋଲି ପ୍ରଶ୍ନ କରିଥିଲେ ମୁଖ୍ୟମନ୍ତ୍ରୀ ।

ମୁଖ୍ୟମନ୍ତ୍ରୀ ଙ୍କ ପରେ ରାଜ୍ୟପାଳ ହାରିବାବୁ କମ୍ଭୁପତି ତାଙ୍କର ଅଭିଭାଷଣ ରଖିଥିଲେ । ପରେ ମହାମହିମ ତାଙ୍କର ଅଭିଭାଷଣ ଆରମ୍ଭ କରିଥିଲେ । ଜୟ ଜଗନ୍ନାଥ, ଜୟ ନୀଳମାଧବ , ଜୟ ବିଶ୍ଵାବସୁ ରୁ ଆରମ୍ଭ କରିଥିଲେ ରାଷ୍ଟ୍ରପତି ଅଭିଭାଷଣ । ଶବର ପଲ୍ଲୀ ବିଶ୍ଵାବସୁ ଙ୍କ ସମ୍ପ୍ରଦାୟ ଙ୍କ ଗାଁ କାଳିଆ ପଲ୍ଲୀ ଆଜିବି ଅବହେଳିତ ହୋଇ ରହିଛି ବୋଲି କହିଥିଲେ । ହଜାର ହଜାର ବର୍ଷ ପରେ ମଧ୍ୟ ନୀଳମାଧବ ପୀଠ ର ବିକାଶ କାହିଁକି ହୋଇପାରିଲା ନାହିଁ, ମହାନଦୀ ର ସୌନ୍ଦର୍ଯ୍ୟ ବହୁତ୍ ଭଲ ଲାଗିଲା । ସ୍କୁଲ ରେ ପାଠ ଏପ୍ରିଲ ବେଳେ, ଖଣ୍ଡପଡ଼ା ର ନାଁ ଶୁଣିଥିଲି । ପଠାଣି ସାମନ୍ତ ଙ୍କ ପାଇଁ ଆଜି ବିଶ୍ୱ ଦର୍ବାର ରେ ଖଣ୍ଡପଡ଼ା ପରିଚିତ । ଗତ ବର୍ଷ କଣ୍ଟିଲୋ କଣ୍ଟେଇ ମୁଣ୍ଡି ବାଇଗଣ କୁ ଜିଆଇ ଟ୍ୟାଗ ର ମାନ୍ୟତା ମିଳି ସାରିଛି। ଛେନାପୋଡ଼ କହିଲେ ନୟାଗଡ଼ କୁ ବୁଝାଏ ବୋଲି ରାଷ୍ଟ୍ରପତି ତାଙ୍କ ଅଭିଭାଷଣ ରେ କହିଥିଲେ । ସର୍ବୋପରି, କଣ୍ଟିଲୋ କଂସା ବାସନ ର ରହିଛି ସ୍ୱତନ୍ତ୍ର ପ୍ରସିଦ୍ଧି । ତେବେ ଶବରପଲ୍ଲୀ ର ବିକାଶ ହେବା ଜରୁରୀ ବୋଲି ମନେ ହୁଏ । ଶେଷରେ ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁ କହିଥିଲେ, ନିଜେ ସଜାଗ ରହିଲେ ସମାଜ ସଜାଗ ରହିବ । ସମସ୍ତେ ପାଠ ପଢ଼ିବା ଜରୁରୀ । ତାହେଲେ ଆମ ସମାଜ ର ବିକାଶ ହେବ , ସରକାର ଙ୍କ ଯୋଜନା ବିଷୟରେ ଜାଣି ହେବ । ପରେ, ସମସ୍ତଙ୍କୁ ଧନ୍ୟବାଦ୍ ଦେଇ ବିଦାୟ ନେଇଥିଲେ ଶ୍ରୀମତୀ ମୁର୍ମୁ ।

କଣ୍ଟିଲୋ କୁ ରାଷ୍ଟ୍ରପତି ଙ୍କ ଏହା ଥିଲା ପ୍ରଥମ ଗସ୍ତ । ସୁରକ୍ଷା ବ୍ୟବସ୍ଥା କୁ କଡାକଡି କରାଯିବା ସହ, ଯେଉଁଭଳି କୌଣସି ତ୍ରୁଟି ନ ଘଟିବ, ସେଥିପାଇଁ ସମସ୍ତ ବ୍ୟବସ୍ଥା ପ୍ରଶାସନ ତରଫରୁ ଗ୍ରହଣ କରାଯାଇଥିଲା ।

