ନୟାଗଡ଼, ଶ୍ରେୟ ତରଙ୍ଗ (ବ୍ୟୁରୋ): ନୟାଗଡ଼ ବ୍ଲକ୍ ଅନ୍ତର୍ଗତ ଆଞ୍ଚଳିକ ଉଚ୍ଚ ବିଦ୍ୟାଳୟ, କ୍ରିଦାଶପୁରକୁ ନୟାଗଡ଼ ରୋଟାରୀ କ୍ଲବ୍ ପକ୍ଷରୁ ଏକ ଆକ୍ୱାଗାର୍ଡ ପ୍ରଦାନ କରାଯାଇଛି। ରୋଟାରୀ କ୍ଲବ୍ ସଭାପତି ଶ୍ରୀ ବାସୁଦେବ ସାହୁ ବିଦ୍ୟାଳୟର ପ୍ରଧାନଶିକ୍ଷକ ଶ୍ରୀ ଅନ୍ତର୍ଯ୍ୟାମୀ ପତିଙ୍କୁ ଆକ୍ୱାଗାର୍ଡ ହସ୍ତାନ୍ତର କରିଥିଲେ। ଏହି ଅବସରରେ ରୋଟାରୀ କ୍ଲବ୍ର ବରିଷ୍ଠ ସଦସ୍ୟ ଶ୍ରୀ ପ୍ରକାଶ ଚନ୍ଦ୍ର ପଟ୍ଟନାୟକ, ପୂର୍ବତନ ସମ୍ପାଦକ ଶ୍ରୀ ଅବିନାଶ ସାହୁ ଏବଂ ବିଦ୍ୟାଳୟ ପକ୍ଷରୁ ଶ୍ରୀ ଲକ୍ଷ୍ମୀଧର ମହାପାତ୍ର ଓ ଶ୍ରୀ ଚିତ୍ତରଞ୍ଜନ ପଣ୍ଡା ଉପସ୍ଥିତ ଥିଲେ । ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କୁ ବିଶୁଦ୍ଧ ପାନୀୟଜଳ ଯୋଗାଇବା ଦିଗରେ ରୋଟାରୀ କ୍ଲବ୍ର ଏହି ପଦକ୍ଷେପକୁ ବିଦ୍ୟାଳୟ ପକ୍ଷରୁ ସ୍ୱାଗତ କରାଯିବା ସହ କ୍ଲବ୍ର ସଦସ୍ୟମାନଙ୍କୁ କୃତଜ୍ଞତା ଜ୍ଞାପନ କରାଯାଇଥିଲା।
Author: sreyataranga
ଶ୍ରେୟ ତରଙ୍ଗ, ( ବ୍ୟୁରୋ ): ଆଉ ନାହାନ୍ତି ଓଡ଼ିଶାର ବିଶିଷ୍ଟ ହାସ୍ୟ ବ୍ୟଙ୍ଗ କବି ଟିଭି କଳାକାର ✓ ଡ ରସିକ ଶେଖର ଆର୍ତ୍ତତ୍ରାଣ ମିଶ୍ର । ସଡ଼କ ଦୁର୍ଘଟଣାରେ ଗୁରୁତର ଆହତ ହୋଇ ଭୁବନେଶ୍ୱର ର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ।ରାତି ୧୨ ଟା ରେ ତାଙ୍କର ପରଲୋକ ଘଟିଛି । ନୟାଗଡ ଜିଲ୍ଲା ଗଣିଆ ବ୍ଲକ କିଶୋର ପ୍ରସାଦ ଗାଁରେ,, ଜନ୍ମ ଗ୍ରହଣ କରିଥିଲେ । ଖଣ୍ଡପଡ଼ା ରାମଚନ୍ଦ୍ର ଉଚ୍ଚ ବିଦ୍ୟାଳୟରେ ହାଇସ୍କୁଲ ଶିକ୍ଷା ଗ୍ରହଣ କରିଥିଲେ ଡାକ ବିଭାଗରେ, ରନର୍ ପରେ ପୋଷ୍ଟ ମାଷ୍ଟର ଚାକିରି କରିଥିଲେ । ଦୂର ଦର୍ଶନ , କନକ ଟିଭି, ରେ ମେଗା ଧାରାବାହିକ ରେ ହାସ୍ୟ ଅଭିନୟ କରି ଉଚ୍ଚ ପ୍ରଶଂସିତ ହୋଇଥିଲେ । ପରେ ଓଟିଭି ରେ ପ୍ରସାରିତ ଦ ଗ୍ରେଟ ଓଡ଼ିଶା ପଲିଟିକାଲ ସର୍କସ ରେ ଦୀର୍ଘ ୧୬ ବର୍ଷ ଧରି କବିତା ଓ…
ନୟାଗଡ଼, ଶ୍ରେୟ ତରଙ୍ଗ ( ବ୍ୟୁରୋ ): ନୟାଗଡ଼ ଜିଲ୍ଲାର ଅଗ୍ରଣୀ ସାହିତ୍ୟ ଅନୁଷ୍ଠାନ କବିସୂର୍ଯ୍ୟ ସଦାନନ୍ଦ ବ୍ରହ୍ମା ସାହିତ୍ୟ ଓ ସଂସ୍କୃତି ପରିଷଦ ପକ୍ଷରୁ ନୟାଗଡ ବ୍ଲକ୍ ସମ୍ମିଳନୀ କକ୍ଷରେ ରାଜ୍ୟ ସ୍ତରୀୟ ବର୍ଷା କବିତା ଆସର ଓ ପଣ୍ଡିତ କୈଳାସ ଚନ୍ଦ୍ର ରଥଙ୍କ ‘ ଶ୍ରୀମଦ୍ ସଂକ୍ଷିପ୍ତ ଭାଗବତ ବୃକ୍ଷ ( ସପ୍ତାକ୍ଷରି ଛାନ୍ଦରେ) ପୁସ୍ତକ ଉନ୍ମୋଚନ ହେବ । ନୟାଗଡ଼ ଜିଲ୍ଲାପାଳ ଶ୍ରୀମତୀ ମଧୁମିତା ରଥ ମୁଖ୍ୟ ଅତିଥି ରୂପେ ଯୋଗଦାନ କରିବା ସହ ଉଦ୍ଘାଟନ କରିବେ । ନୟାଗଡ଼ ଜିଲ୍ଲାର ବରିଷ୍ଠ ସାମ୍ବାଦିକ ପ୍ରମୋଦ ପଟ୍ଟନାୟକ ସଭାପତିତ୍ୱ କରିବେ । ବହୁ ସଂଖ୍ୟାରେ କବି, ଲେଖକ, ପାଠକ ଉପସ୍ଥିତ ରହିବା ପାଇଁ ଅନୁଷ୍ଠାନ ର ସମ୍ପାଦକ ପ୍ରଶାନ୍ତ କୁମାର ଦାସ ଅନୁରୋଧ କରିଛନ୍ତି ।
କନ୍ଧମାଳ, ଶ୍ରେୟ ତରଙ୍ଗ -( କାହ୍ନା ପଟ୍ଟନାୟକ ): – କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ଦେଇ ଯାଇଥିବା ଗୋପାଳପୁର -ରାଇପୁର ୫୯ ନଂ ଜାତୀୟ ରାଜପଥ ର ଗାଜଲବାଡି ଘାଟି ରାସ୍ତା କୁ କନ୍ଧମାଳ ଜିଲ୍ଲାପ୍ରଶାସନ ଗୁରୁବାର ଅପରାହ୍ନ ରୁ ସିଲ କରିଛନ୍ତି । ଦାରିଙ୍ଗବାଡି _ବ୍ରହ୍ମପୁର ଯାତାୟାତ ବନ୍ଦ ରହିଛି | ଏବେ ଜିଲ୍ଲା ରେ ପ୍ରବଳ ବର୍ଷା ଜାରୀ ରହିଛି । ପୁର୍ବରୁ ଗଜଲ୍ ବାଡ଼ି ଘାଟି ରାସ୍ତାରେ ବାତ୍ୟା ବେଳେ ଭୂସ୍ଖଳନ ହୋଇଥିବାର ନଜିର ରହିଛି । ସୁରକ୍ଷା ଦୃଷ୍ଟିରୁ, ବର୍ତ୍ତମାନ ଲଗାଣ ବର୍ଷା ରେ ଗଜଲ୍ ବାଡ଼ି ଘାଟିକୁ ସମ୍ପୂର୍ଣ ବନ୍ଦ ରଖିଛି ଜିଲ୍ଲା ପ୍ରଶାସନ । ଏହି ଘାଟିର ଲମ୍ବ ପ୍ରାୟ ୧୭ କିମି ରାସ୍ତା ବିପଦ ଓ ପାହାଡ଼ରୁ ପଥର, ମାଟି ଅତଡ଼ା ଖସିବା ଆଶଙ୍କା ରେ, ସମ୍ପୂର୍ଣ ସିଲ କରିବାକୁ କନ୍ଧମାଳ ଜିଲ୍ଲାପାଳ ବେଦ ଭୂଷଣ ଦାରିଙ୍ଗବାଡି ପ୍ରଶାସନ କୁ ନିର୍ଦ୍ଦେଶ…
କନ୍ଧମାଳ: ଶ୍ରେୟ ତରଙ୍ଗ, ( କାହ୍ନା ପଟ୍ଟନାୟକ): ଲଗାଣ ବର୍ଷା ଓ ଭୂସ୍ଖଳନ ଆଶଙ୍କାକୁ ନେଇ କଳିଙ୍ଗା ଘାଟରେ ଯାତାୟାତ ଉପରେ ରୋକ୍ ଲଗାଇଛି କନ୍ଧମାଳ ଜିଲ୍ଲା ପ୍ରଶାସନ। ରାଜ୍ୟ ସ୍ୱତନ୍ତ୍ର ରିଲିଫ୍ କମିଶନରଙ୍କ କାର୍ଯ୍ୟାଳୟରୁ ୨୩ ସେପ୍ଟେମ୍ବରରେ ଜାରି ସୂଚନା ଅନୁସାରେ, ୨୩ରୁ ୨୪ ସେପ୍ଟେମ୍ବର ମଧ୍ୟରେ କନ୍ଧମାଳ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷାର ସମ୍ଭାବନା ରହିଛି। ଏହାସହ କଳିଙ୍ଗା ଘାଟର ଅନ୍ଧାରିକୋଟ ନିକଟରେ ଥିବା ଗାର୍ଡୱାଲ୍ ସମ୍ପୂର୍ଣ୍ଣ ନଷ୍ଟ ହୋଇଥିବା ଜଣାପଡ଼ିଛି। ଫଳରେ ଘାଟ ଅଞ୍ଚଳରେ ଭୂସ୍ଖଳନର ଆଶଙ୍କା ରହିଛି। ସମ୍ଭାବ୍ୟ ଅଘଟଣକୁ ଏଡ଼ାଇବା ପାଇଁ ପରବର୍ତ୍ତୀ ନିର୍ଦ୍ଦେଶ ନଆସିବା ପର୍ଯ୍ୟନ୍ତ କଳିଙ୍ଗା ଘାଟ ଦେଇ ଯାତାୟାତକୁ ନିଷେଧ କରିଛନ୍ତି କନ୍ଧମାଳ ଜିଲ୍ଲାପାଳ। ଏନେଇ କନ୍ଧମାଳ ଏସ୍ପିଙ୍କୁ ଆବଶ୍ୟକ ପୁଲିସ୍ ବାହିନୀ ମୁତୟନ କରି ଯାତାୟାତ ରୋକିବାକୁ କୁହାଯାଇଛି।ଏଥିସହ କଳିଙ୍ଗା ଘାଟରେ ଚାଲିଥିବା ନିର୍ମାଣ କାମ ବନ୍ଦ କରିବା ସହ କାର୍ଯ୍ୟସ୍ଥଳରୁ ଶ୍ରମିକମାନଙ୍କୁ ସୁରକ୍ଷିତ ଭାବେ ସ୍ଥାନାନ୍ତର…
ଶ୍ରେୟ ତରଙ୍ଗ, ଭୁବନେଶ୍ୱର ,( ବ୍ୟୁରୋ): ଭୁବନେଶ୍ୱର: ଓଡ଼ିଶାରେ ଲାଗି ରହିଛି ଲଗାଣ ବର୍ଷା। ବଙ୍ଗୋପସାଗରରେ ସୃଷ୍ଟ ଗଭୀର ଅବପାତ ପ୍ରଭାବରେ ରାଜ୍ୟର ଅନେକ ଅଞ୍ଚଳରେ ଭାରିରୁ ଅତିଭାରି ବର୍ଷା ଜାରି ରହିଛି। ଏହାକୁ ନଜରରେ ରଖି କିଛି ଜିଲ୍ଲାରେ ସ୍କୁଲ ଓ ଅଙ୍ଗନୱାଡି କେନ୍ଦ୍ର ବନ୍ଦ ରଖାଯାଇଛି।ତେବେ ବର୍ଷା ପରିସ୍ଥିତିକୁ ଦେଖି ସ୍କୁଲ ଛୁଟି ଆହୁରି ବଢ଼ିବ କି, ସେନେଇ ଏପର୍ଯ୍ୟନ୍ତ ସାରା ରାଜ୍ୟ ପାଇଁ କୌଣସି ନିଶ୍ଚିତ ଘୋଷଣା ହୋଇନାହିଁ। ଛୁଟି ବଢ଼ାଇବା ନେଇ ନିଷ୍ପତ୍ତି ସ୍ଥାନୀୟ ପାଣିପାଗ ପରିସ୍ଥିତି ଓ ସମ୍ପୃକ୍ତ ଜିଲ୍ଲା ପ୍ରଶାସନର ନିର୍ଦ୍ଦେଶ ଉପରେ ନିର୍ଭର କରିବ।ବର୍ତ୍ତମାନ ଖୋର୍ଦ୍ଧା, ପୁରୀ, ନୟାଗଡ, ଜଗତସିଂହପୁର, ଗଞ୍ଜାମ, ଗଜପତି, କୋରାପୁଟ, ମାଲକାନଗିରି ଓ ନବରଙ୍ଗପୁର ଭଳି ଜିଲ୍ଲାରେ ପାଣିପାଗ ଜନିତ କାରଣରୁ ସ୍କୁଲ ବନ୍ଦ ରଖିବା ନେଇ ନିର୍ଦ୍ଦେଶ ଦିଆଯାଇଛି। ଏହି ଛୁଟି ମୁଖ୍ୟତଃ ଛାତ୍ରଛାତ୍ରୀଙ୍କ ପାଇଁ ଲାଗୁ ହୋଇଥିବାବେଳେ, ଶିକ୍ଷକ ଓ ଅନ୍ୟ କର୍ମଚାରୀଙ୍କୁ ନିଜ…
ଭୁବନେଶ୍ୱର, ଶ୍ରେୟ ତରଙ୍ଗ ବ୍ୟୁରୋ, ଗ୍ରାହକଙ୍କ ପାଇଁ ବଡ଼ ଖବର। ଆସନ୍ତା ସେପ୍ଟେମ୍ବର ୨୭, ରବିବାର ଦିନ ସମସ୍ତ ସରକାରୀ ବ୍ୟାଙ୍କ ଏବଂ ରିଜିଓନାଲ୍ ରୁରାଲ୍ ବ୍ୟାଙ୍କ ଖୋଲା ରହିବ।ବ୍ୟାଙ୍କ କର୍ମଚାରୀ ସଂଗଠନ United Forum of Bank Unions (UFBU) ପକ୍ଷରୁ ସେପ୍ଟେମ୍ବର ୨୮ରୁ ୩୦ ତାରିଖ ପର୍ଯ୍ୟନ୍ତ ତିନିଦିନିଆ ଦେଶବ୍ୟାପୀ ଧର୍ମଘଟ ଡାକରା ଦିଆଯାଇଛି। ଏହା ପୂର୍ବରୁ ସେପ୍ଟେମ୍ବର ୨୬ ଚତୁର୍ଥ ଶନିବାର ଏବଂ ୨୭ ରବିବାର ଛୁଟି ଥିବାରୁ ବ୍ୟାଙ୍କିଂ ସେବା ଲଗାତାର କିଛିଦିନ ପ୍ରଭାବିତ ହେବାର ଆଶଙ୍କା ଥିଲା।ଏହି ପରିସ୍ଥିତିରେ ଗ୍ରାହକଙ୍କ ସୁବିଧା ପାଇଁ ୨୭ ତାରିଖ ରବିବାର ଦିନ ବ୍ୟାଙ୍କ ଖୋଲା ରଖିବାକୁ ନିଷ୍ପତ୍ତି ନିଆଯାଇଛି। ଅର୍ଥ ମନ୍ତ୍ରଣାଳୟର ସୂଚନା ଅନୁସାରେ, RBI ଏହି ଦିନ ବ୍ୟାଙ୍କ ଶାଖା, ATM-linked branch ଓ Currency Chest ଚାଲୁ ରଖିବାକୁ ଅନୁମୋଦନ ଦେଇଛି।ତେଣୁ ବ୍ୟାଙ୍କ ସହ ଜଡ଼ିତ ଜରୁରୀ କାମ ଥିଲେ ଗ୍ରାହକମାନେ ୨୭ ସେପ୍ଟେମ୍ବର…
କନ୍ଧମାଳ, ଶ୍ରେୟ ତରଙ୍ଗ ( କାହ୍ନା ପଟ୍ଟନାୟକ): ଲଗାଣ ବର୍ଷାର ପ୍ରଭାବ କଳିଙ୍ଗା ଘାଟିରେ ପଡ଼ିଛି । ପ୍ରବଳ ପାଣି ଆସି ନିର୍ମାଣ ଧୀନ ରାସ୍ତା ର ଗୋଟିଏ ପାର୍ଶ୍ୱ ସମ୍ପୂର୍ଣ ଧୋଇ ଯାଇଛି । ଦକ୍ଷିଣ ଓଡ଼ିଶା ସହ ପଶ୍ଚିମ ଓଡ଼ିଶା ମଧ୍ୟରେ ଯୋଗ ସୂତ୍ର କରିଥାଏ ଏହି ୧୫୭ ନମ୍ବର ଜାତୀୟ ରାଜପଥ । ରାଞ୍ଚି ବିଜୟା ୱାଦା କରିଡର୍ କଳିଙ୍ଗା ଘାଟିରେ ଗତ ବର୍ଷ ବଡ଼ ଧରଣର ଭୂସ୍ଖଳନ ହୋଇଥିଲା । ଏବେ ଲଗାଣ ବର୍ଷା କୁ ଦୃଷ୍ଟିରେ ରଖି କନ୍ଧମାଳ ଜିଲ୍ଲା ପ୍ରଶାସନ ସମ୍ପୂର୍ଣ ରୂପେ ଏହାକୁ ବନ୍ଧ ରଖିଛନ୍ତି । ଆଜି ମୁଣ୍ଡିଆ ରୁ ପ୍ରବଳ ବର୍ଷା ପାଣି ଆସି ନିର୍ମାଣ ଧୀନ ଗାଡ ୱାଲ୍ ସହିତ ରାସ୍ତା ଧୋଇ ନେଇଛି । ଜିଲ୍ଲାପାଳ ଶ୍ରୀ ବେଦ ଭୂଷଣ କହିଛନ୍ତି, NH କର୍ତ୍ତୃପକ୍ଷ ଆସି ରାସ୍ତାର ତଦାରଖ କରିବେ । ତାପରେ ବର୍ଷା ସମ୍ପୂର୍ଣ…
ନୟାଗଡ, ଶ୍ରେୟ ତରଙ୍ଗ, (ବ୍ୟୁରୋ): ରଣପୁର ନିର୍ବାଚନ ମଣ୍ଡଳୀ ଭାରତୀୟ ଜନତା ପାର୍ଟିର ବିଧାଇକା ତଥା ଓଡ଼ିଶା ବିଧାନସଭାର ବାଚସ୍ପତି ଶ୍ରୀମତୀ ସୁରମା ପାଢ଼ୀ ଗତକାଲି ଶାରୀରିକ ଅସୁସ୍ଥ ଅନୁଭବ କରିବାରୁ ଏମ୍ସ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ସେ କିଛିଦିନ ପୂର୍ବରୁ ଦକ୍ଷିଣ ଆଫ୍ରିକା ଗସ୍ତରେ ଯାଇଥିଲେ । ଗତକାଲି ବିଧାନସଭା ଆରମ୍ଭ ହୋଇଥିଲା । ଦିନବେଳେ ବିଧାନସଭା ରେ ବସି, ଗୃହକୁ ଚଳାଇଥିଲେ । ଉପରବେଳା ଅସୁସ୍ଥ ଅନୁଭବ କରିବାରୁ ସ୍ଵାସ୍ଥ୍ୟ ସେବା ନିମନ୍ତେ ଏମ୍ସ ରେ ଭର୍ତ୍ତି ହୋଇଛନ୍ତି । ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝୀ ଏମ୍ସ ରେ ପହଞ୍ଚି, ତାଙ୍କର ସ୍ୱାସ୍ଥ୍ୟ ଅବସ୍ଥା ପଚାରି ବୁଝିଛନ୍ତି। ଏବେ ସ୍ୱାସ୍ଥ୍ୟ ଅବସ୍ଥା ସ୍ଥିର ଥିବା ଜଣାପଡିଛି। ଅନ୍ୟପଟେ ଶ୍ରୀମତୀ ପାଢ଼ୀ ଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଖବର ଜଣା ପଡ଼ିବା ପରେ, ହଜାର ହଜାର ଶୁଭେଚ୍ଛୁ, ଆସୁ ଆରୋଗ୍ୟ ନିମନ୍ତେ କାମନା କରିଛନ୍ତି । (ଶ୍ରେୟ ତରଙ୍ଗ ବିଜ୍ଞାପନ…
କନ୍ଧମାଳ, କଳିଙ୍ଗା, ( ଶ୍ରେୟ ତରଙ୍ଗ ବ୍ୟୁରୋ): ଆଜି ରାତିରେ ଦକ୍ଷିଣ ଓଡ଼ିଶା ବଙ୍ଗୋପ ସାଗର କୂଳରେ ଲ୍ୟାଣ୍ଡ ଫଲ କରିବା ସହିତ ପ୍ରବଳ ରୁ ଅତି ପ୍ରବଳ ବର୍ଷା ହେବ । ଏଥିସହ ଗଞ୍ଜାମ, ଗଜପତି, କନ୍ଧମାଳ, କୋରାପୁଟ ଅଞ୍ଚଳ କୁ ସତର୍କ ସୂଚନା ଜାରି କରିଛନ୍ତି ପାଣିପାଗ ବିଭାଗ ।ଗତ ବର୍ଷ ଲଗାଣ ବର୍ଷା ରେ କଳିଙ୍ଗା ଘାଟିରେ ବଡ଼ ଧରଣର ଭୁସ୍ଖଳନ ହୋଇଥିଲା । ତେଣୁ ପ୍ରବଳ ବର୍ଷାରେ ଧନ ଜୀବନ ସୁରକ୍ଷା ଦୃଷ୍ଟିରୁ କନ୍ଧମାଳ ଜିଲ୍ଲା ପ୍ରଶାସନ କଳିଙ୍ଗା ଘାଟିରେ କଟକଣା ଲଗାଇଛନ୍ତି । ଘଟି ରାସ୍ତାରେ ସମ୍ପୂର୍ଣ ଯାନ ବାହାନ ନିଷେଧ କରାଯାଇଛି । ବ୍ୟାରିଗେଡ ଲଗାଇବା ସହ ପୋଲିସ ଫୋର୍ସ ମୁତୟନ କରାଯାଇଛି । ସମସ୍ତଙ୍କୁ ଅନୁରୋଧ କରାଯାଇଛି, କେହି ଘାଟି ରାସ୍ତା ରେ ନ ଯିବା ପାଇଁ। ଦକ୍ଷିଣ ଓଡ଼ିଶା ସହ ପଶ୍ଚିମ ଓଡ଼ିଶା ର ସଂଯୋଗ ର ପ୍ରମୁଖ ସଡ଼କ…
ଓଡ଼ଗାଁ, ଶ୍ରେୟ ତରଙ୍ଗ(ବ୍ୟୁରୋ): ନୟାଗଡ ଜିଲ୍ଲା ଓଡ଼ଗାଁ ରଘୁନାଥ ଙ୍କ ପୀଠରେ ସୁନିଆ ପର୍ବ ଅନୁଷ୍ଠିତ ହୋଇଯାଇଛି। ରଘୁନାଥଙ୍କ ନିତିକନ୍ତି ଅନୁସାରେ, ଭାଦ୍ରବ ମାସ ଶୁକ୍ଳ ପକ୍ଷ ଦ୍ୱାଦଶ ତିଥିରେ ବାମନ ଜନ୍ମ ବା ସୁନିଆ ପର୍ବ ଅନୁଷ୍ଠିତ ହୋଇଥାଏ । ତିନି ଗୋଟି ସୁବର୍ଣ୍ଣ ଥାଳିରେ ମହାପ୍ରଭୁଙ୍କ ପାଖରେ କାକରା ଭୋଗ ଲାଗିଥାଏ । ମନ୍ଦିର ବରିଷ୍ଠ ସେବାୟତ ପ୍ରଫୁଲ୍ଲ ମହାପାତ୍ରଙ୍କ କହିବା ଅନୁସାରେ, ଆଜି ସକାଳେ ସମସ୍ତ ନିତିକାନ୍ତି ଅନୁଷ୍ଠିତ ହୋଇଯାଇଛି । ସକାଳେ ବଲ୍ଲଭ ଭୋଗ, ଲାଗି ହୋଇ ସରିଲା ପରେ, ସକାଳ ଧୂପ, ଖେଚେଡ଼ି ଖିରି ଭୋଗ ଲାଗି ହୋଇଥିଲା । ପରେ ସୁନିଆ ପର୍ବ ଅନୁଷ୍ଠିତ ହୋଇଥିଲା । ନୟାଗଡ ଟ୍ରେଜେରୀ ରୁ କଡ଼ା ସୁରକ୍ଷା ଭିତରେ ସୁବର୍ଣ୍ଣ, ବହୁ, ମୁକୁଟ, ପଇତା ଆସି ରଘୁନାଥ ପରିଧାନ କରିଥିଲେ । ତିନିଗୋଟି ସୁବର୍ଣ୍ଣ ଥାଳି ପ୍ରାୟ ତିରିଶ କେଜି ଓଜନ, ସେଥିରେ ତିନି ଠାକୁରଙ୍କ…
କନ୍ଧମାଳ, ଶ୍ରେୟ ତରଙ୍ଗ – (କାହ୍ନା ପଟ୍ଟନାୟକ): ଆଙ୍କର – ଗଞ୍ଜେଇ ଚୋରା ଚାଲାଣ ବେଳେ ମାଡ଼ି ବସିଲା ପୋଲିସ୍ । କନ୍ଧମାଳ ଜିଲ୍ଲା ତୁମୁଡ଼ିବନ୍ଧ ପୋଲିସକୁ ମିଳିଛି ବଡ଼ ସଫଳତା । କନ୍ଧମାଳ ଜିଲ୍ଲା ବାଲିଗଡ଼ା ଅଞ୍ଚଳରୁ ବାହାର ରାଜ୍ୟକୁ ଏକ ଏଇଚର ଟ୍ରକ(କଣ୍ଟେନର)ରେ ଗଞ୍ଜେଇ ଚୋରା ଚାଲାଣ ହେଉଥିବା ବେଳେ କଳାହାଣ୍ଡି -କନ୍ଧମାଳ ଜିଲ୍ଲା ସିମାନ୍ତ ଖମନପଡ଼ା ଗାଁ ନିକଟସ୍ଥ ବାଣ୍ଡିକିଆ ଛକରେ ମାଡ଼ି ବସିଲା ପୋଲିସ୍ । ୧୧୪୦ କେଜି ଗଞ୍ଜେଇ ସହ ଟ୍ରକ୍ ଜବତ କରିବା ସହିତ ଜଣକୁ ଗିରଫ କରିଛି ପୋଲିସ୍ । ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ୧ କୋଟି ୧୪ ଲକ୍ଷ ଟଙ୍କା ହେବ ବୋଲି ପୋଲିସ୍ ପକ୍ଷରୁ ସୂଚନା ମିଳିଛି । ଗିରଫ ଅଭିଯୁକ୍ତ ଜଣକ ବାଲିଗୁଡ଼ା ଥାନା ପାଲୁଙ୍କିଆ ଗ୍ରାମର ୨୮ ବର୍ଷୀୟ ଯୁବକ ମୋହିତ ଦିଗାଳ ହୋଇଥିବା ଜଣାପଡ଼ିଛି ।
