Author: sreyataranga

ଶ୍ରେୟ ତରଙ୍ଗ କନ୍ଧମାଳ, ( କାହ୍ନା ପଟ୍ଟନାୟକ ) : ପାରିବାରିକ କଳହକୁ ନେଇ ଘଟିଲା ହତ୍ୟାକାଣ୍ଡ । ସାନ ଭାଇର ଟାଙ୍ଗିଆ ଚୋଟରେ ଚାଲିଗଲା ବଡ଼ ଭାଇଙ୍କ ଜୀବନ । ଘଟଣା ଘଟିଛି କନ୍ଧମାଳ ଜିଲ୍ଲା ସଦର ଥାନା ଅନ୍ତର୍ଗତ ସୁଡୁରୁକୁମ୍ଫା ପଞ୍ଚାୟତର ସାର୍କାସର ଗାଁରେ । ସୂଚନା ଅନୁସାରେ, ସକାଳ ସମୟରେ ବାପା ଓ ପୁଅ ଘରେ ଶୋଇଥିବା ବେଳେ ଅଭିଯୁକ୍ତ ରବି ମାଝୀ ଟାଙ୍ଗିଆରେ ତାଙ୍କ ବଡ଼ ଭାଇଙ୍କୁ ଆକ୍ରମଣ କରିଥିଲେ । ଏହାପରେ ତାଙ୍କ ପୁତୁରା ଶିବ ମାଝୀଙ୍କ ଉପରେ ମଧ୍ୟ ଟାଙ୍ଗିଆରେ ଆକ୍ରମଣ କରିଥିବା ଜଣାପଡ଼ିଛି ।ଘଟଣାରେ ବଡ଼ ଭାଇଙ୍କ ମୃତ୍ୟୁ ହୋଇଥିବା ବେଳେ ଶିବ ମାଝୀ ଗୁରୁତର ଆହତ ହୋଇଥିଲେ । ତାଙ୍କୁ ଫୁଲବାଣୀ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇ ପ୍ରାଥମିକ ଚିକିତ୍ସା ପରେ ବ୍ରହ୍ମପୁରକୁ ସ୍ଥାନାନ୍ତର କରାଯାଇଛି । ଘଟଣା ପରେ ସଦର ପୋଲିସ ଅଭିଯୁକ୍ତ ରବି ମାଝୀଙ୍କୁ ଅଟକ ରଖି…

Read More

ଶ୍ରେୟ ତରଙ୍ଗ, ୧୦,୦୯,୨୬/କନ୍ଧମାଳ( କାହ୍ନା ପଟ୍ଟନାୟକ ): କନ୍ଧମାଳ ଜିଲା, ଘୁ. ଉଦୟଗିରି ବନାଞ୍ଚଳରେ ଦୀର୍ଘ ଦିନ ଧରି ଜାରୀ ରହିଛି ହାତୀ ଉପଦ୍ରବ । ଗତ କିଛି ଦିନ ହେଲା ଏକ ଗୋଠଛଡା ହାତୀ ବିଭିନ୍ନ ଗ୍ରାମରେ ପଶି ଆତଙ୍କ ସୃଷ୍ଟି କରୁଛି । ଆଜି ପୁଣି ହାତୀ ଆକ୍ରମଣରେ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ସୂଚନା ଅନୁସାରେ ଗୁରବାର ସନ୍ଧ୍ୟା ବେଳେ ଟିକାବାଲି ବ୍ଲକ ଅନ୍ତର୍ଗତ ପିକରଡି ପଞ୍ଚାୟତର କାମାନାକୁ ଗ୍ରାମରେ ହାତୀ ଆକ୍ରମଣରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ପ୍ରାଣେଶ୍ଵର ମଲ୍ଲିକ ବୟସ (୫୮) । ପ୍ରାଣେଶ୍ଵର ନିଜ ଘର ନିକଟରେ ଥିବା ବେଳେ ହାତୀ ତାଙ୍କୁ ଆକ୍ରମଣ କରିଥିଲା ସେହି ସମୟରେ ପ୍ରବଳ ବର୍ଷା ହେଉଥିବାରୁ , ହାତୀ ତାଙ୍କ ପାଖକୁ ଆସିଥିବା ଜାଣିପାରି ନଥିଲେ। ହଠାତ୍ ପଛପଟୁ ଆସି ହାତୀଟି ପ୍ରାଣେଶ୍ଵରଙ୍କୁ ଆକ୍ରମଣ କରି ଦଳି ଚକଟି ଦେଇଥିଲା…

Read More

ବାଲିଗୁଡ଼ା, ୧୦/୦୯/୨୬: ଶ୍ରେୟ ତରଙ୍ଗ ( କାହ୍ନା ପଟ୍ଟନାୟକ): ବାଲିଗୁଡା ପୁଲିସ ପକ୍ଷରୁ ଚଢ଼ାଉ କରାଯାଇ ବିପୁଳ ପରିମାଣର ଗଞ୍ଜେଇ ସହ ଦୁଇଟି ଦେଶୀ ବନ୍ଧୁକ ଓ ଗୋଟିଏ ଗାଡ଼ି ଜବତ କରାଯାଇଛି। ଏହି ଘଟଣାରେ ବାଲିଗୁଡ଼ା ଥାନାରେ କେସ୍ ନମ୍ବର ୨୩୧/୨୦୨୬, ଏନ୍‌ଡିପିଏସ୍ ଆକ୍ଟର ଧାରା ୨୦(ବି)(ii)(C) ସହ ଆର୍ମସ୍ ଆକ୍ଟର ଧାରା ୨୫(୧-ବି)(a) ଅନୁଯାୟୀ ମାମଲା ରୁଜୁ ହୋଇଛି।ପୁଲିସ ଚଢ଼ାଉ ବେଳେ ୧୦୦ କେଜି ୩୦୦ ଗ୍ରାମ ଗଞ୍ଜେଇ, ୨ଟି ଦେଶୀ SBML ବନ୍ଧୁକ ଏବଂ OD-02-AX-1086 ନମ୍ବର ବିଶିଷ୍ଟ ଧଳା ରଙ୍ଗର Honda CR-V ଗାଡ଼ି ଜବତ କରାଯାଇଛି।ଏହି ମାମଲାରେ ଚାରିଜଣ ଅଭିଯୁକ୍ତଙ୍କୁ ପୁଲିସ ଧରିଛି। ସେମାନେ ହେଲେ— ରିଚାର୍ଡ ନାୟକ (୨୮), ତୁମୁଡ଼ିବନ୍ଧ, ସଚିନ ନାୟକ (୩୧), ତୁମୁଡ଼ିବନ୍ଧ କେ. ଶିବ ପ୍ରସାଦ ଆଚାର୍ଯ୍ୟ (୨୮), ଦାରିଙ୍ଗିବାଡି ଓ ବିନୋଦ ପୂଜାରୀ (୩୨), ବାଲିଗୁଡ଼ା ଥାନା ଅଞ୍ଚଳ ର ଜବତ ସାମଗ୍ରୀ:ଗଞ୍ଜେଇ – ୧୦୦ କେଜି…

Read More

ଶ୍ରେୟ ତରଙ୍ଗ, କନ୍ଧମାଳ ( କାହ୍ନା ପଟ୍ଟନାୟକ ): ମାନବିକତା ଦେଖାଇଲେ କନ୍ଧମାଳ ଜିଲ୍ଲାପାଳ ଶ୍ରୀ ବେଦ ଭୂଷଣ । ରାସ୍ତାକଡ଼ରେ ଗୁରୁତର ଅବସ୍ଥାରେ ଆହତ ହୋଇ ପଡ଼ିଥିବା ଜଣେ ଦୁର୍ଘଟଣା ଗ୍ରସ୍ତ ବ୍ୟକ୍ତିଙ୍କୁ ନିଜ ଗାଡ଼ିରେ ହସ୍ପିଟାଲ ନେଇ ଭର୍ତ୍ତି କରିଛନ୍ତି କନ୍ଧମାଳ ଜିଲ୍ଲାପାଳ । ଜିଲ୍ଲାପାଳଙ୍କ ଏଭଳି ମାନବିକତାକୁ ସବୁଆଡୁ ପ୍ରଶଂସା କରାଯାଉଥିବା ବେଳେ ପରିବାର ଲୋକେ ମଧ୍ୟ ଧନ୍ୟବାଦ ଜଣାଇଛନ୍ତି ।ଗୋଛାପଡ଼ା ଅଞ୍ଚଳର ସତ୍ୟ ମୋହନ ହଂସ ବାଇକ୍‌ରେ ଫୁଲବାଣୀ ଫେରୁଥିବା ସମୟରେ ସର୍ତ୍ତାଗୁଡ଼ା ଗ୍ରାମ ନିକଟରେ ଦୁର୍ଘଟଣାର ଶିକାର ହୋଇଥିଲେ । ଦୁର୍ଘଟଣା ପରେ ଗୁରୁତର ଅବସ୍ଥାରେ ସେ ରାସ୍ତାକଡ଼ରେ ପଡ଼ି ରହିଥିଲେ । ଏହି ସମୟରେ ସେହି ରାସ୍ତା ଦେଇ ଯାଉଥିଲେ କନ୍ଧମାଳ ଜିଲ୍ଲାପାଳ ବେଦ ଭୂଷଣ । ରାସ୍ତାକଡ଼ରେ ଜଣେ ବ୍ୟକ୍ତି ଗୁରୁତର ଅବସ୍ଥାରେ ପଡ଼ିଥିବା ଦେଖି ଜିଲ୍ଲାପାଳ ତୁରନ୍ତ ନିଜ ଗାଡ଼ି ଅଟକାଇଥିଲେ । ବିଳମ୍ବ ନକରି ସତ୍ୟ ମୋହନଙ୍କୁ ନିଜ…

Read More

ଶ୍ରେୟ ତରଙ୍ଗ, କନ୍ଧମାଳ ( କାହ୍ନା ପଟ୍ଟନାୟକ ) ଦୁଇ କ୍ଵିଣ୍ଟାଲ ଗଞ୍ଜେଇ ସହ ଦୁଇ ଗାଡି ଜବତ, ଜଣେ ଗିରଫ ହୋଇଥିବା ବେଳେ, ଜଣେ ଫେରାର ହୋଇଯାଇଛି। ଅବକାରୀ ବିଭାଗ ଦ୍ୱାରା ଦୁଇଟି ସ୍ଥାନରୁ ଦୁଇଟି ଗାଡି ଜବତ କରାଯାଇଛି । ଦୁଇ କୁଇଣ୍ଟାଲ ତିରିଶ କେଜି ଗଞ୍ଜେଇ ଜବତ ସହ ଘଟଣା ସ୍ଥଳରୁ ଜଣଙ୍କୁ ଗିରଫ କରାଯାଇଛି । ଅନ୍ୟଜଣେ ଗାଡି ଛାଡି ଫେରାର ହୋଇଥିବା ସୂଚନା ମିଳିଛି l ସୂଚନା ଅନୁସାରେ ଅବକାରୀ ସୁପରିଟେଣ୍ଡ ସୁଶାନ୍ତ କୁମାର ପାଢ଼ୀ ଙ୍କ ନିର୍ଦେଶ କ୍ରମେ ରାଣୀପଥର ଘାଟିରେ ପେଟ୍ରୋଲଙ୍ଗି କରୁଥିବା ବେଳେ ଏକ ଡାଲା ବୋଲେରୋ ପିକପ କୁ ଅଟକାଇଥିଲେ । ପିକପ ବୋଲେରୋ ରୁ ଦୁଇ କୁଇଣ୍ଟାଲ ଗଞ୍ଜେଇ ବସ୍ତା ଜବତ୍ କରାଯାଇଛି । ଗଞ୍ଜେଇ ଚାଲାଣରେ ସମ୍ପୃକ୍ତ ପିକପ୍ ଡ୍ରାଇଭର ଗୋଛାପଡା ଥାନା କୁନ୍ଦାଲି ଗାଁର ଅଶୋକ କହଁର କୁ ଘଟଣା ସ୍ଥଳରୁ ଗିରଫ କରିବା…

Read More

ଶ୍ରେୟ ତରଙ୍ଗ ( କନ୍ଧମାଳ ବ୍ୟୁରୋ ) : ପବିତ୍ର ଜନ୍ମାଷ୍ଟମୀ ଉପଲକ୍ଷେ କନ୍ଧମାଳ ଜିଲ୍ଲାର ତୁମୁଡ଼ିବନ୍ଧ ବ୍ଲକ ଜେଲସ ପଟ୍ଟା ଆଶ୍ରମରେ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀ ଙ୍କ ୧୮ ତମ ଶ୍ରାଦ୍ଧ ଦିବସ ପାଳନ କରାଯାଇଛି । ସୁରକ୍ଷା ବ୍ୟବସ୍ଥାକୁ କନ୍ଧମାଳ ଜିଲ୍ଲାରେ କଡାକଡି କରାଯାଇଛି । ଜିଲ୍ଲାରେ ୯ ପ୍ଲାଟୁନ୍ ପୋଲିସ ଫୋର୍ସ ମୁତୟନ କରାଯାଇଛି । ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ଆଶ୍ରମ ରେ ୩ ପ୍ଲାଟୁନ୍ ଫୋର୍ସ ମୁତୟନ ହୋଇଥିବା ବେଳେ, ଆଶ୍ରମକୁ ଆସୁଥିବା ସମସ୍ତ ଲୋକ ମାନଙ୍କ ଉପରେ ତୀକ୍ଷ୍ମ ନଜର ରଖା ଯାଇଛି। ସେହିଭଳି ଚକାପାଦ ଆଶ୍ରମ ରେ ମଧ୍ୟ ତିନି ପ୍ଲାଟୁନ୍ ଫୋର୍ସ ମୁତୟନ ହୋଇଥିବା ବେଳେ, ଫୁଲବାଣୀ ସହର ଓ ଜିଲ୍ଲାର ସମସ୍ତ ପ୍ରବେଶ ପଥ ରେ ପୋଲିସ ନକାବନ୍ଦି କରି ଯାନବାହାନ ଗୁଡ଼ିକ ଯାଞ୍ଚ କରୁଛି । ସୁରକ୍ଷା ଦୃଷ୍ଟିରୁ ଦୁଇ ଜଣ ଅତିରିକ୍ତ ଏସପି ଙ୍କ ନେତୃତ୍ୱ ରେ…

Read More

କନ୍ଧମାଳ (ଶ୍ରେୟ ତରଙ୍ଗ ବ୍ୟୁରୋ): ଗଞ୍ଜେଇ ଚାଷରେ ବ୍ୟବହାର ପାଇଁ ଉଦ୍ଦିଷ୍ଟ ଥିବା ଅଭିଯୋଗରେ ବିପୁଳ ପରିମାଣର DAP ସାର ଜବତ କରିଛି ବାଲିଗୁଡ଼ା ପୁଲିସ। ସୂଚନା ଆଧାରରେ ପୁଲିସ ପକ୍ଷରୁ ଚଢ଼ାଉ କରାଯାଇ ୩୫ ଟନ୍‌ (୭୦୦ ବସ୍ତା) ଅନଧିକୃତ DAP ସାର ଜବତ କରାଯାଇଛି। ଏହି ସାର ବେଆଇନ ଗଞ୍ଜେଇ ଚାଷରେ ବ୍ୟବହାର ପାଇଁ ଯାଉଥିବା ସନ୍ଦେହ କରାଯାଉଛି। ଘଟଣାକୁ ନେଇ ବାଲିଗୁଡ଼ା ଥାନାରେ କେସ୍ ନମ୍ବର ୨୧୯/୨୬ ରୁଜୁ ହୋଇଛି। BNS ଧାରା ୩୧୮(୪)/୩୦୩(୨) ସହିତ Essential Commodities Act, 1955ର ଧାରା ୭ ଅନୁଯାୟୀ ମାମଲା ରୁଜୁ କରାଯାଇଛି।ମାମଲାରେ M/s Maa Sabitri Agro Agencyର ମାଲିକ ଏବଂ ଟ୍ରକ୍ ଚାଳକଙ୍କୁ ଅଭିଯୁକ୍ତ କରାଯାଇଛି।ପୁଲିସ ସମ୍ପୃକ୍ତ ଗୋଦାମକୁ ମଧ୍ୟ ସିଜ୍ କରିବା ସହ OD-07-R-5253 ନମ୍ବର ବିଶିଷ୍ଟ ଟ୍ରକ୍‌କୁ ଜବତ କରିଛି। ଘଟଣାର ଅଧିକ ତଦନ୍ତ ଜାରି ରହିଛି।

Read More

ନୟାଗଡ଼, (ଶ୍ରେୟ ତରଙ୍ଗ ବ୍ୟୁରୋ): ନୟାଗଡ଼ ବ୍ଲକ ଅନ୍ତର୍ଗତ ନୋତର ଗ୍ରାମ ପଞ୍ଚାୟତରେ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି । ପୂର୍ବତନ ସାଂସଦ ତଥା ବିଜେପି ନେତ୍ରୀ ପ୍ରତ୍ୟୁଷା ରାଜେଶ୍ୱରୀ ସିଂ (ରାଣୀ ମା)ଙ୍କ ଉପସ୍ଥିତିରେ ପୂର୍ବତନ ପଞ୍ଚାୟତ ସମିତି ଅଧ୍ୟକ୍ଷା ତଥା ବର୍ତ୍ତମାନର ସମିତି ସଭ୍ୟା ଶ୍ରୀମତୀ ଗୋଲାପ ଦଳବେହେରା, ପୂର୍ବତନ ସମିତି ସଭ୍ୟ ଶ୍ରୀ ପୂର୍ଣ୍ଣଚନ୍ଦ୍ର ନାୟକଙ୍କ ନେତୃତ୍ୱରେ ପ୍ରାୟ ୪୦୦ରୁ ଅଧିକ ବିଜେଡି କର୍ମୀ ଓ ୧୦ରୁ ଅଧିକ ବର୍ତ୍ତମାନର ୱାର୍ଡ ସଦସ୍ୟ ବିଜେଡି ପରିତ୍ୟାଗ କରି ବିଧିବଦ୍ଧ ଭାବେ ଭାରତୀୟ ଜନତା ପାର୍ଟିରେ ସାମିଲ ହୋଇଛନ୍ତି । ନୟାଗଡ଼ ପଞ୍ଚାୟତ ସମିତିର ଅଧକ୍ଷ କିଶୋର ଚନ୍ଦ୍ର ସାହୁ, ବିଜେପିର ବରିଷ୍ଠ ସଂଗଠକ ନାସିର ଅହମ୍ମଦ(ନସ ),ନୋତର ଗ୍ରା.ପ. ର ପୂର୍ବତନ ସରପଞ୍ଚ ବାପି ପକେଇ, ପୂର୍ବତ୍ତନ ସରପଞ୍ଚ ତଥା ମଣ୍ଡଳ ପ୍ରତିନିଧି ରାଜ କିଶୋର ପ୍ରଧାନ ଓ ଲାଠିପଡ଼ା ମଣ୍ଡଳ ସଭାପତି ଦିଲ୍ଲୀପ ପ୍ରଧାନ ସମେତ…

Read More

ନୟାଗଡ଼ (ଶ୍ରେୟ ତରଙ୍ଗ ବ୍ୟୁରୋ) : ଦୃଢ଼ ମନୋବଳ ଓ ବଞ୍ଚିବାର ଇଚ୍ଛାଶକ୍ତି ଥିଲେ କୌଣସି ବାଧା ମଣିଷକୁ ଅଟକାଇ ପାରେନାହିଁ। ଏହାର ଏକ ଜୀବନ୍ତ ଉଦାହରଣ ପାଲଟିଛନ୍ତି ନୟାଗଡ଼ ଜିଲ୍ଲା ଶରଣକୁଳ ଥାନା ଅନ୍ତର୍ଗତ ବରସାହି ଗ୍ରାମର ୭୩ ବର୍ଷୀୟ ସୁକଦେବ ନାହାକ।ଏକ ଦୁର୍ଘଟଣାରେ ତାଙ୍କ ବାମ ଗୋଡ଼ ଭାଙ୍ଗିଯିବା ପରେ ଚିକିତ୍ସା ପାଇଁ ସେ ପ୍ରାୟ ୧୫୦ କିଲୋମିଟର ଦୂର ବ୍ରହ୍ମପୁର ଏମ୍‌କେସିଜି ମେଡିକାଲ କଲେଜ ଓ ହସ୍ପିଟାଲକୁ ଟ୍ରାଇସାଇକେଲରେ ଯାତ୍ରା କରିଥିଲେ। ପ୍ରାୟ ଦୁଇରୁ ତିନି ଦିନ ଧରି ଚାଲିଥିବା ଏହି କଠିନ ଯାତ୍ରାରେ ସେ ରାସ୍ତାରେ ଲୋକଙ୍କ ସହାୟତାରେ ଖାଦ୍ୟ ଖାଇ ଗନ୍ତବ୍ୟସ୍ଥଳରେ ପହଞ୍ଚିଥିଲେ ବୋଲି କହିଛନ୍ତି ।ସୁକଦେବ କହିଛନ୍ତି, “ମୋ ବାମ ଗୋଡ଼ ଭାଙ୍ଗିଯାଇଛି। ମୋର ଏକମାତ୍ର ପୁଅ ମାନସିକ ଭାବେ ଅସୁସ୍ଥ ଥିବାରୁ ରୋଜଗାର କରିପାରୁନାହିଁ। ୨୦୧୧ ମସିହାରେ ମୋ ପତ୍ନୀଙ୍କ ଦେହାନ୍ତ ହୋଇଥିଲା। ସବୁ ପ୍ରତିକୂଳତା ସତ୍ତ୍ୱେ ଚିକିତ୍ସା କରାଇବା ପାଇଁ…

Read More

ଆଜିକାଲି ସୋସିଆଲ୍ ମିଡିଆ, ଖବର ଏବଂ ବିଭିନ୍ନ ଆଲୋଚନାରେ Gen Z, Millennials ଏବଂ Gen Alpha ଶବ୍ଦ ବାରମ୍ବାର ଶୁଣିବାକୁ ମିଳୁଛି। ଏହି ଶବ୍ଦଗୁଡ଼ିକ କୌଣସି ସଂସ୍ଥା କିମ୍ବା ସଂଗଠନର ନାମ ନୁହେଁ, ବରଂ ଭିନ୍ନ ଭିନ୍ନ ସମୟରେ ଜନ୍ମ ନେଇଥିବା ପିଢ଼ିମାନଙ୍କୁ ବୁଝାଇବା ପାଇଁ ବ୍ୟବହୃତ ନାମ।Millennials (Gen Y): 1981 ରୁ 1996 ମଧ୍ୟରେ ଜନ୍ମ ନେଇଥିବା ଲୋକମାନଙ୍କୁ Millennials କୁହାଯାଏ। ଏହି ପିଢ଼ି କମ୍ପ୍ୟୁଟର, ଇଣ୍ଟରନେଟ୍ ଏବଂ ମୋବାଇଲ୍ ପ୍ରଯୁକ୍ତିର ବିକାଶକୁ ନିକଟରୁ ଦେଖିଛନ୍ତି ଏବଂ ସେହି ପରିବର୍ତ୍ତନ ସହ ନିଜକୁ ଖାପ ଖୁଆଇଛନ୍ତି।Gen Z: 1997 ରୁ 2012 ମଧ୍ୟରେ ଜନ୍ମ ନେଇଥିବା ପିଢ଼ିକୁ Gen Z କୁହାଯାଏ। ଏହି ପିଢ଼ି ସ୍ମାର୍ଟଫୋନ୍, ସୋସିଆଲ୍ ମିଡିଆ, ହାଇ-ସ୍ପିଡ୍ ଇଣ୍ଟରନେଟ୍ ଓ ଡିଜିଟାଲ୍ ଟେକ୍ନୋଲୋଜି ସହ ବଢ଼ିଥିବାରୁ ଏମାନଙ୍କୁ ‘ଡିଜିଟାଲ୍ ନେଟିଭ୍’ ବୋଲି ମଧ୍ୟ କୁହାଯାଏ।Gen Alpha: 2013 ପରଠାରୁ ଜନ୍ମ ନେଇଥିବା ପିଲାମାନଙ୍କୁ Gen…

Read More

ଶ୍ରେୟ ତରଙ୍ଗ ବ୍ୟୁରୋ: ନୟାଗଡ କେସି କ୍ଳବ୍ ରେ ନୟାଗଡ ଯୁବ ସମାଜସେବୀ ଶ୍ରୀ ପ୍ରଦୀପ ପ୍ରକାଶ ଆଚାର୍ଯ୍ୟ ଙ୍କ ଜନ୍ମ ଦିବସ ପାଳନ ଉତ୍ସବ ରେ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାପାଳ ଶ୍ରୀମତୀ ମଧୁମିତା ରଥ, ନୟାଗଡ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଉପସ୍ଥିତ ରହି ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିଥିଲେ । ନୟାଗଡ ମ୍ୟୁନିସପାଲିଟି ର ବିଭିନ୍ନ ୱାର୍ଡ ରୁ ଯୁବକ ମାନେ ଏକାଠି ହୋଇଥିଲେ । ୬୩ ୟୁନିଟ୍ ରକ୍ତ ସଂଗ୍ରହ ହୋଇଛି । ନୟାଗଡ ବ୍ଲଡ ବ୍ୟାଙ୍କ୍ ରେ ରକ୍ତର ଘୋର ଅଭାବ ଥିବା ବେଳେ, ପ୍ରଦୀପ ଙ୍କ ଜନ୍ମ ଦିବସରେ ଯୁବକ ମାନେ ଉତ୍ସାହିତ ହୋଇ ରକ୍ତ ଦାନ କରିଥିବାରୁ ଜିଲ୍ଲାର ବୁଦ୍ଧିଜୀବୀ ମାନେ ପ୍ରଦୀପ ପ୍ରକାଶ ଆଚାର୍ଯ୍ୟ ଙ୍କୁ ଧନ୍ୟବାଦ ଦେବା ସହ ସ୍ୱେଚ୍ଛାକୃତ ରକ୍ତ ଦାତା ମାନଙ୍କୁ ସାଧୁବାଦ ଜଣାଇଛନ୍ତି । ଆଗାମୀ ଦିନରେ ନୟାଗଡ ର…

Read More

ଶ୍ରେୟ ତରଙ୍ଗ ବ୍ୟୁରୋ, ଦଶପଲ୍ଲା ବଜାର ଆଜି ସକାଳ ୬ ରୁ ସନ୍ଧ୍ୟା ୬ ପର୍ଯ୍ୟନ୍ତ ବନ୍ଦ ରହିଛି ।ଏଥିସହ ଯାନ ବାହାନ ଚଳାଚଳ ମଧ୍ୟ ବନ୍ଦ ରହିଛି । ନୟାଗଡ ଜିଲ୍ଲା ଦଶପଲା ରେ ଅଘୋଷିତ ବାରମ୍ବାର ବିଜୁଳି କାଟ, ଲୋ ଭୋଲ୍ଟେଜ ସମସ୍ୟା ଦେଖାଯାଉଥିବା ବେଳେ, ଜନ ସାଧାରଣ ବାରମ୍ବାର ଅଭିଯୋଗ କରି ଆସୁଥିଲେ । କିନ୍ତୁ ଟାଟା ପାୱାର କର୍ମଚାରୀ ଏଥିପ୍ରତି ଧ୍ୟାନ ଦେଇ ନଥିଲେ । ବାରମ୍ବାର ଅଭିଯୋଗ ସତ୍ତ୍ୱେ ବିଜୁଳି ବିଭାଗ ଚେତି ନଥିଲା । ଏହାକୁ ପ୍ରତିବାଦ କରି , ଦଶପଲ୍ଲା ର ବୁଦ୍ଧିଜୀବୀ ମାନେ ଏକାଠି ହୋଇ ଆଜି ୧୨ ଘଣ୍ଟିଆ ବଜାର ବନ୍ଦ୍ କରିବା ସହ ୫୭ ନମ୍ବର ଜାତୀୟ ରାଜପଥ ଅବରୋଧ କରିଛନ୍ତି । ତ୍ରିନାଥ ଛକ, ଦୁର୍ଗା ବଜାର, ମେଡିକାଲ ଛକ, ଗଣେଶ ବଜାର ସହ ପ୍ରମୁଖ ଛକ ବଜାର ରେ ବନ୍ଦ୍ କରାଯାଇଛି । ଯୁବଗୋଷ୍ଠୀ…

Read More