କନ୍ଧମାଳ, ଶ୍ରେୟ ତରଙ୍ଗ ( କାହ୍ନା ପଟ୍ଟନାୟକ):
ଲଗାଣ ବର୍ଷାର ପ୍ରଭାବ କଳିଙ୍ଗା ଘାଟିରେ ପଡ଼ିଛି । ପ୍ରବଳ ପାଣି ଆସି ନିର୍ମାଣ ଧୀନ ରାସ୍ତା ର ଗୋଟିଏ ପାର୍ଶ୍ୱ ସମ୍ପୂର୍ଣ ଧୋଇ ଯାଇଛି ।

ଦକ୍ଷିଣ ଓଡ଼ିଶା ସହ ପଶ୍ଚିମ ଓଡ଼ିଶା ମଧ୍ୟରେ ଯୋଗ ସୂତ୍ର କରିଥାଏ ଏହି ୧୫୭ ନମ୍ବର ଜାତୀୟ ରାଜପଥ । ରାଞ୍ଚି ବିଜୟା ୱାଦା କରିଡର୍ କଳିଙ୍ଗା ଘାଟିରେ ଗତ ବର୍ଷ ବଡ଼ ଧରଣର ଭୂସ୍ଖଳନ ହୋଇଥିଲା । ଏବେ ଲଗାଣ ବର୍ଷା କୁ ଦୃଷ୍ଟିରେ ରଖି କନ୍ଧମାଳ ଜିଲ୍ଲା ପ୍ରଶାସନ ସମ୍ପୂର୍ଣ ରୂପେ ଏହାକୁ ବନ୍ଧ ରଖିଛନ୍ତି । ଆଜି ମୁଣ୍ଡିଆ ରୁ ପ୍ରବଳ ବର୍ଷା ପାଣି ଆସି ନିର୍ମାଣ ଧୀନ ଗାଡ ୱାଲ୍ ସହିତ ରାସ୍ତା ଧୋଇ ନେଇଛି ।

ଜିଲ୍ଲାପାଳ ଶ୍ରୀ ବେଦ ଭୂଷଣ କହିଛନ୍ତି, NH କର୍ତ୍ତୃପକ୍ଷ ଆସି ରାସ୍ତାର ତଦାରଖ କରିବେ । ତାପରେ ବର୍ଷା ସମ୍ପୂର୍ଣ ଛାଡ଼ିଲା ପରେ ଏହାର ମରାମତି କାର୍ଯ୍ୟ ଆରମ୍ଭ ହେବ ।

ତେବେ ସମସ୍ତଙ୍କୁ ଅନୁରୋଧ କରାଯାଇଛି, କେହି କଳିଙ୍ଗା ଘାଟି ଦେଇ ନ ଯିବା ପାଇଁ କିମ୍ବା ଘାଟି ମଧ୍ୟରେ ପଶି ସେଲ୍ଫି କିମ୍ବା ଫଟୋ ଉଠେଇବା ପାଇଁ । ସଶସ୍ତ୍ର ପୋଲିସ ବାହିନୀ ଏବେ ଙ୍କଳୀଙ୍ଗା ଘାଟିକୁ ଜଗି ରହିଛନ୍ତି।


