ଭୁବନେଶ୍ୱର, ଶ୍ରେୟ ତରଙ୍ଗ ବ୍ୟୁରୋ,
ଗ୍ରାହକଙ୍କ ପାଇଁ ବଡ଼ ଖବର। ଆସନ୍ତା ସେପ୍ଟେମ୍ବର ୨୭, ରବିବାର ଦିନ ସମସ୍ତ ସରକାରୀ ବ୍ୟାଙ୍କ ଏବଂ ରିଜିଓନାଲ୍ ରୁରାଲ୍ ବ୍ୟାଙ୍କ ଖୋଲା ରହିବ।
ବ୍ୟାଙ୍କ କର୍ମଚାରୀ ସଂଗଠନ United Forum of Bank Unions (UFBU) ପକ୍ଷରୁ ସେପ୍ଟେମ୍ବର ୨୮ରୁ ୩୦ ତାରିଖ ପର୍ଯ୍ୟନ୍ତ ତିନିଦିନିଆ ଦେଶବ୍ୟାପୀ ଧର୍ମଘଟ ଡାକରା ଦିଆଯାଇଛି। ଏହା ପୂର୍ବରୁ ସେପ୍ଟେମ୍ବର ୨୬ ଚତୁର୍ଥ ଶନିବାର ଏବଂ ୨୭ ରବିବାର ଛୁଟି ଥିବାରୁ ବ୍ୟାଙ୍କିଂ ସେବା ଲଗାତାର କିଛିଦିନ ପ୍ରଭାବିତ ହେବାର ଆଶଙ୍କା ଥିଲା।
ଏହି ପରିସ୍ଥିତିରେ ଗ୍ରାହକଙ୍କ ସୁବିଧା ପାଇଁ ୨୭ ତାରିଖ ରବିବାର ଦିନ ବ୍ୟାଙ୍କ ଖୋଲା ରଖିବାକୁ ନିଷ୍ପତ୍ତି ନିଆଯାଇଛି। ଅର୍ଥ ମନ୍ତ୍ରଣାଳୟର ସୂଚନା ଅନୁସାରେ, RBI ଏହି ଦିନ ବ୍ୟାଙ୍କ ଶାଖା, ATM-linked branch ଓ Currency Chest ଚାଲୁ ରଖିବାକୁ ଅନୁମୋଦନ ଦେଇଛି।
ତେଣୁ ବ୍ୟାଙ୍କ ସହ ଜଡ଼ିତ ଜରୁରୀ କାମ ଥିଲେ ଗ୍ରାହକମାନେ ୨୭ ସେପ୍ଟେମ୍ବର ରବିବାର ଦିନ ଏହାର ସୁଯୋଗ ନେଇପାରିବେ।
ଅନ୍ୟପକ୍ଷରେ, ସେପ୍ଟେମ୍ବର ୨୮ରୁ ୩୦ ପର୍ଯ୍ୟନ୍ତ ପ୍ରସ୍ତାବିତ ଧର୍ମଘଟ ଯୋଗୁଁ ଶାଖାସ୍ତରୀୟ ବ୍ୟାଙ୍କିଂ ସେବା ପ୍ରଭାବିତ ହେବାର ଆଶଙ୍କା ରହିଛି। ସେଥିପାଇଁ ଜରୁରୀ ବ୍ୟାଙ୍କିଂ କାମ ଆଗୁଆ ସାରିବାକୁ ଗ୍ରାହକଙ୍କୁ ପରାମର୍ଶ ଦିଆଯାଇଛି।


