ନୟାଗଡ, ଶ୍ରେୟ ତରଙ୍ଗ, (ବ୍ୟୁରୋ):
ରଣପୁର ନିର୍ବାଚନ ମଣ୍ଡଳୀ ଭାରତୀୟ ଜନତା ପାର୍ଟିର ବିଧାଇକା ତଥା ଓଡ଼ିଶା ବିଧାନସଭାର ବାଚସ୍ପତି ଶ୍ରୀମତୀ ସୁରମା ପାଢ଼ୀ ଗତକାଲି ଶାରୀରିକ ଅସୁସ୍ଥ ଅନୁଭବ କରିବାରୁ ଏମ୍ସ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ସେ କିଛିଦିନ ପୂର୍ବରୁ ଦକ୍ଷିଣ ଆଫ୍ରିକା ଗସ୍ତରେ ଯାଇଥିଲେ । ଗତକାଲି ବିଧାନସଭା ଆରମ୍ଭ ହୋଇଥିଲା ।

ଦିନବେଳେ ବିଧାନସଭା ରେ ବସି, ଗୃହକୁ ଚଳାଇଥିଲେ । ଉପରବେଳା ଅସୁସ୍ଥ ଅନୁଭବ କରିବାରୁ ସ୍ଵାସ୍ଥ୍ୟ ସେବା ନିମନ୍ତେ ଏମ୍ସ ରେ ଭର୍ତ୍ତି ହୋଇଛନ୍ତି । ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝୀ ଏମ୍ସ ରେ ପହଞ୍ଚି, ତାଙ୍କର ସ୍ୱାସ୍ଥ୍ୟ ଅବସ୍ଥା ପଚାରି ବୁଝିଛନ୍ତି। ଏବେ ସ୍ୱାସ୍ଥ୍ୟ ଅବସ୍ଥା ସ୍ଥିର ଥିବା ଜଣାପଡିଛି। ଅନ୍ୟପଟେ ଶ୍ରୀମତୀ ପାଢ଼ୀ ଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଖବର ଜଣା ପଡ଼ିବା ପରେ, ହଜାର ହଜାର ଶୁଭେଚ୍ଛୁ, ଆସୁ ଆରୋଗ୍ୟ ନିମନ୍ତେ କାମନା କରିଛନ୍ତି ।

(ଶ୍ରେୟ ତରଙ୍ଗ ବିଜ୍ଞାପନ )

