ଶ୍ରେୟ ତରଙ୍ଗ ( ନୟାଗଡ ) : ଦୀପ ଲଗାଇଥିବା ବେଳେ, ଦୀପ ନିଆଁ ରୁ ପିନ୍ଧା ଡ୍ରେସ ରେ ନିଆଁ ଲାଗି ଯୁବତୀ ଗୁରୁତର ଆହତ ହୋଇଛନ୍ତି । ନୟାଗଡ ସହର ରାଜା ବଗିଚା ସାହିର ଯୁବତୀ ଜଣକ, ସନ୍ଧ୍ୟାରେ ଦୀପ ଲଗାଇ ଘର ସଜାଉ ଥିବା ବେଳେ, ଅସାବଧାନତା ହେତୁ ପ୍ରଥମେ ତାଙ୍କ ପିନ୍ଧା ଡ୍ରେସ ରେ ନିଆଁ ଲାଗିଥିଲା । ଗୁରୁତର ଆହତ ହେବାରୁ ତାଙ୍କୁ ପ୍ରଥମେ ନୟାଗଡ ଜିଲ୍ଲା ମୁଖ୍ୟ ହସ୍ପିଟାଲ ରେ ଭର୍ତ୍ତି କରାଯାଇଥିଲା । କିନ୍ତୁ ନୟାଗଡ଼ ଜିଲ୍ଲା ହସ୍ପିଟାଲ ରେ ବର୍ଣ୍ଣ ୟୁନିଟ୍ ନଥିବାରୁ, ଅଧିକ ଚିକିତ୍ସା ନିମନ୍ତେ ତାଙ୍କୁ ଭୁବନେଶ୍ୱର ଏମ୍ସ ହସ୍ପିଟାଲ କୁ ପଠାଯାଇଛି ।

