ଶ୍ରେୟ ତରଙ୍ଗ ( ବ୍ୟୁରୋ ) : ନାୟଗଡ ଜିଲ୍ଲାରେ ଆଜି ଓ ଆସନ୍ତା କାଲି ଦୁଇ ଦିନ ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ୍ ରହିବ । ଏଭଳି ନିଷ୍ପତି ନେଇଛନ୍ତି ନୟାଗଡ ଜିଲ୍ଲାପାଳ ଶ୍ରୀମତୀ ମଧୁମିତା ରଥ। ବାତ୍ୟା AKVAN ର ପ୍ରଭାବରେ ଜିଲ୍ଲାରେ ଝିପି ଝିପି ବର୍ଷା ସାଙ୍ଗକୁ କୋହଲା ପବନ ଲାଗି ରହିଛି। ପାଣିପାଗ ବିଭାଗର ସୂଚନା ଅନୁସାରେ, ମଧ୍ୟମ ଧରଣ ରୁ ଅତି ପ୍ରବଳ ବର୍ଷା ହେବ ।

ପୁରୀ ନିକଟ ବର୍ତ୍ତି ଜିଲ୍ଲା ନୟାଗଡ ହୋଇଥିବାରୁ, ଚାନ୍ଦପୁର, ରଣପୁର, ନୟାଗଡ, ଓଡ଼ଗାଁ ଅଞ୍ଚଳ ରେ ବର୍ଷାର ପ୍ରଭାବ ରହିବ । ସେହିଭଳି ନୂଆଗାଁ ଦଶପଲ୍ଲା ଅଞ୍ଚଳ ରେ ଦୁର୍ଗମ ଅଞ୍ଚଳ ରହୁଥିବାରୁ , ଗଛ ଉପୁଡ଼ିବା ସହ ଅଘଟଣ ଘଟିବାର ଆଶଙ୍କା ମଧ୍ୟ କରାଯାଉଛି । ବର୍ଷା ପ୍ରଭାବ ପଡ଼ିଲେ ଚଷିବପୁନି କ୍ଷତି ଗ୍ରସ୍ତ ହେବେ । ତେଣୁ ଧନ ଜୀବନ ସୁରକ୍ଷା ଦୃଷ୍ଟିରୁ , ଜିଲ୍ଲାରେ ସମସ୍ତ ଶିକ୍ଷାନୁଷ୍ଠାନ ଗୁଡିକୁ ଦୁଇ ଦିନ ପାଇଁ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି ଜିଲ୍ଲାପାଳ ।

