ଦଶପଲ୍ଲା ( ଶ୍ରେୟ ତରଙ୍ଗ ) : ଦଶପଲ୍ଲା ର ଜଣାଶୁଣା ସମାଜ ସେବୀ ଖୋକା ଭାଇ ଓରଫ ପ୍ରଦୋଷ କୁମାର ଜେନା ଙ୍କ ଆଜି ଭୋର୍ ୩ ଟା ସମୟ ରେ ପରଲୋକ ହୋଇଯାଇଛି । ଦଶପଲ୍ଲା ରାଜନୀତି ରେ ସକ୍ରିୟ ଭୂମିକା ସବୁବେଳେ ସେ ନିଭାଇ ଆସିଥିଲେ । ପ୍ରତ୍ୟକ୍ଷ ରାଜନୀତି ରେ ନଥାଇ, ପଛରେ ଗୋଟି ଚାଳନା କରିବାରେ ମାହିର ଥିଲେ ସ୍ବର୍ଗତ ପ୍ରଦୋଷ ଜେନା । ଦଶପଲ୍ଲା ରାଜନୀତି ରେ ଚାଣକ୍ୟ ବୋଲି କୁହାଯାଏ । ଦୁଃଖରେ ସୁଖରେ ସମସ୍ତଙ୍କ ପାଖରେ ଛିଡ଼ା ହୋଇ ଦଶପଲ୍ଲା ଅଞ୍ଚଳ ର ବହୁ ଉନ୍ନତି କରିଥିଲେ । ଶ୍ରୀ ଜେନାଙ୍କ ଦେହାନ୍ତ ଖବର ଶୁଣିବା ପରେ, ବହୁ ରାଜନେତା, କର୍ମୀ, ସାଧାରଣ ଜନତା ତାଙ୍କ ବାସ ଭବନ ରେ ଅନ୍ତିମ ଦର୍ଶନ କରିବା ପାଇଁ ପହଞ୍ଚି ଛନ୍ତି । ଗତ କିଛିଦିନ ଧରି ସେ ଅସୁସ୍ଥ ରହିଥିଲେ ।

