ଶ୍ରେୟ ତରଙ୍ଗ ( ବ୍ୟୁରୋ ) : ଆକ୍ଭାନ୍ ବାତ୍ୟାକୁ ଦୃଷ୍ଟିରେ ରଖି ଛାତ୍ରଛାତ୍ରୀ ଓ ଶିଶୁମାନଙ୍କ ସୁରକ୍ଷା ନିମନ୍ତେ ରାଜ୍ୟ ସରକାରଙ୍କ ସ୍ୱତନ୍ତ୍ର ରିଲିଫ୍ କମିଶନରଙ୍କ କାର୍ଯ୍ୟାଳୟ ପକ୍ଷରୁ ଜାରି ଆଦେଶ ଅନୁଯାୟୀ, କନ୍ଧମାଳ ସମେତ ରାଜ୍ୟର ୬ଟି ଜିଲ୍ଲାର ସମସ୍ତ ସରକାରୀ, ଅନୁଦାନପ୍ରାପ୍ତ ଓ ଘରୋଇ ବିଦ୍ୟାଳୟ ଏବଂ ଅଙ୍ଗନବାଡ଼ି କେନ୍ଦ୍ରଗୁଡ଼ିକ ୧୯ ନଭେମ୍ବରରୁ ୨୧ ନଭେମ୍ବର ୨୦୨୬ ପର୍ଯ୍ୟନ୍ତ ବନ୍ଦ ରହିବ। ଆବଶ୍ୟକ ପଡ଼ିଲେ ସ୍ଥାନୀୟ ପରିସ୍ଥିତି ଅନୁଧ୍ୟାନ କରି ଜିଲ୍ଲାପାଳ ଏହି ଛୁଟି ଅବଧି ବୃଦ୍ଧି କରିପାରିବେ।

କନ୍ଧମାଳ ଜିଲ୍ଲାରେ ବିଶେଷକରି ରାଇକିଆ, ଜି ଉଦୟଗିରି, ଦାରିଙ୍ଗିବାଡି ଓ କଳିଙ୍ଗା ଘାଟିରେ ବେଶୀ କ୍ଷୟକ୍ଷତି ହୋଇଥିଲା । ସୁରକ୍ଷା ଦୃଷ୍ଟିରୁ, କନ୍ଧମାଳ ଜିଲ୍ଲାରେ, 40 ଜଣିଆ ଓଡ଼୍ରାଫ୍ ଟିମ୍ ଆସି ପହଞ୍ଚିଛି । କଳିଙ୍ଗା ଘାଟି ଉପରେ ତୀକ୍ଷ୍ମ ନଜର ରଖିଛି ଜିଲ୍ଲା ପ୍ରଶାସନ । ଭାରି ଯାନ ଚଳାଚଳ ଉପରେ କଟକଣା ଲଗାଯାଇଛି ।ଆବଶ୍ୟକ ନଥିଲେ ଘାଟି ରାସ୍ତା ଦେଇ କେହି ନ ଯିବା ପାଇଁ ଅନୁରୋଧ କରିଛି ଜିଲ୍ଲା ପ୍ରଶାସନ। କନ୍ଧମାଳ ଜିଲା ପାହାଡ଼ିଆ ଅଞ୍ଚଳ ହୋଇଥିବାରୁ, ଗର୍ଭବତୀ ମହିଳା, ଶିଶୁ ଓ ବୃଦ୍ଧ ବ୍ୟକ୍ତି ମାନଙ୍କୁ ସୁରକ୍ଷିତ ସ୍ଥନକୁ ଅଣାଯାଇଛି । ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲାରେ ହାଇ ଆଲର୍ଟ ଜାରି କରାଯାଇଛି । ସ୍ପେସାଲ୍ ମୋବାଇଲ ୟୁନିଟ୍ ସ୍ଥାପନ କରାଯାଉ ବାତ୍ୟା ମୁକାବିଲା କରାଯିବ ବୋଲି ଜିଲ୍ଲାପାଳ ଶ୍ରୀ ବେଦ ଭୂଷଣ କହିଛନ୍ତି ।

