ଶ୍ରେୟ ତରଙ୍ଗ ( ବ୍ୟୁରୋ ) : ଲାଞ୍ଚ ନେଇ ଚାକିରିରୁ ବିଦାହେଲେ, ଓଆରଏସ୍ ମନୀଷା ମିଶ୍ର । ତାଙ୍କୁ ଆଜି, ରାଜ୍ୟପାଳଙ୍କ ଅନୁମୋଦନ କ୍ରମେ, ରାଜ୍ୟ ସରକାର ଚାକିରି ରୁ ବିଦା କରିଛନ୍ତି । ପ୍ରୋବେସନ ପିରିୟଡରେ ଥିବାବେଳେ ଲାଞ୍ଚ ନେଇ ଧରାପଡ଼ିଥିଲେ ଭିଜିଲାନ୍ସ ହାତରେ ବାଲିଆପାଳ ସବ୍ରେଜିଷ୍ଟ୍ରାର୍ ମନୀଷା ମିଶ୍ର ।

ଜମି ପଞ୍ଜୀକରଣ ପାଇଁ ୭ ହଜାର ଲାଞ୍ଚ ନେବା ବେଳେ ଧରାପଡ଼ିଥିଲ । ୨୦୨୪ ରେ ORS ଅଧିକାରୀ ଭାବେ ଚାକିରି ରେ ଯୋଗ ଦେଇଥିଲେ ମନୀଷା ମିଶ୍ର ।ପ୍ରୋବେସନ ପିରିୟଡରେ ବାଲିଆପାଳ ସବ୍ରେଜିଷ୍ଟ୍ରାର୍ ଭାବେ ନିଯୁକ୍ତି ପାଇଥିଲେ ।

