କନ୍ଧମାଳ, ଶ୍ରେୟ ତରଙ୍ଗ -( କାହ୍ନା ପଟ୍ଟନାୟକ ):
– କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ଦେଇ ଯାଇଥିବା ଗୋପାଳପୁର -ରାଇପୁର ୫୯ ନଂ ଜାତୀୟ ରାଜପଥ ର ଗାଜଲବାଡି ଘାଟି ରାସ୍ତା କୁ କନ୍ଧମାଳ ଜିଲ୍ଲାପ୍ରଶାସନ ଗୁରୁବାର ଅପରାହ୍ନ ରୁ ସିଲ କରିଛନ୍ତି । ଦାରିଙ୍ଗବାଡି _ବ୍ରହ୍ମପୁର ଯାତାୟାତ ବନ୍ଦ ରହିଛି |

ଏବେ ଜିଲ୍ଲା ରେ ପ୍ରବଳ ବର୍ଷା ଜାରୀ ରହିଛି । ପୁର୍ବରୁ ଗଜଲ୍ ବାଡ଼ି ଘାଟି ରାସ୍ତାରେ ବାତ୍ୟା ବେଳେ ଭୂସ୍ଖଳନ ହୋଇଥିବାର ନଜିର ରହିଛି । ସୁରକ୍ଷା ଦୃଷ୍ଟିରୁ, ବର୍ତ୍ତମାନ ଲଗାଣ ବର୍ଷା ରେ ଗଜଲ୍ ବାଡ଼ି ଘାଟିକୁ ସମ୍ପୂର୍ଣ ବନ୍ଦ ରଖିଛି ଜିଲ୍ଲା ପ୍ରଶାସନ । ଏହି ଘାଟିର ଲମ୍ବ ପ୍ରାୟ ୧୭ କିମି ରାସ୍ତା ବିପଦ ଓ ପାହାଡ଼ରୁ ପଥର, ମାଟି ଅତଡ଼ା ଖସିବା ଆଶଙ୍କା ରେ, ସମ୍ପୂର୍ଣ ସିଲ କରିବାକୁ କନ୍ଧମାଳ ଜିଲ୍ଲାପାଳ ବେଦ ଭୂଷଣ ଦାରିଙ୍ଗବାଡି ପ୍ରଶାସନ କୁ ନିର୍ଦ୍ଦେଶ ଦେଇଛନ୍ତି । ଦାରିଙ୍ଗବାଡି ବିଡ଼ିଓ ପ୍ରୀତିରଞ୍ଜନ ରଥ, ତହସିଲଦାର ଧୀରଜ ପାତ୍ର, ଏଏସଆଇ ଅର୍ଜୁନ ଶବର, ଜାତୀୟ ରାଜପଥ ବିଭାଗର କନି କନିଷ୍ଠ ଯନ୍ତ୍ରୀ ଜଗନ୍ନାଥ ରଥ ପ୍ରମୁଖ କନ୍ଧମାଳ -ଗଞ୍ଜାମ ସୀମାନୁ ବାଇମାଲା ଠାରେ ସିଲ କରିଛନ୍ତି । ପୋଲିସ ବ୍ଲକିଂ ସ୍ଥାନରେ ଜଗି ରହିଛି । ବୁଧବାର ବିଳମ୍ବିତ ରାତ୍ରୀରେ ଏକ ଭାରୀଯାନ ଉକ୍ତ ଘାଟିରେ ଦାରିଙ୍ଗବାଡି ଅଭିମୁଖେ ଆସୁଥିବା ବେଳେ ଘାଟି ବୁଲାଣି ରେ ଟ୍ରକଟି ଗୋଟିଏ ସାଇଡ ଢଳି ବିପଦପୂର୍ଣ୍ଣ ଅବସ୍ଥାରେ ଅଟକି ରହିଛି । ଏବେ ଏହି ଘାଟି ରାସ୍ତାରେ ସମ୍ପୂର୍ଣ ଗାଡ଼ି ଚଳାଚଳ ବନ୍ଦ ରହିଛି।

