ଶ୍ରେୟ ତରଙ୍ଗ, ( ବ୍ୟୁରୋ ):
ଆଉ ନାହାନ୍ତି ଓଡ଼ିଶାର ବିଶିଷ୍ଟ ହାସ୍ୟ ବ୍ୟଙ୍ଗ କବି ଟିଭି କଳାକାର ✓ ଡ ରସିକ ଶେଖର ଆର୍ତ୍ତତ୍ରାଣ ମିଶ୍ର । ସଡ଼କ ଦୁର୍ଘଟଣାରେ ଗୁରୁତର ଆହତ ହୋଇ ଭୁବନେଶ୍ୱର ର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ।ରାତି ୧୨ ଟା ରେ ତାଙ୍କର ପରଲୋକ ଘଟିଛି ।

ନୟାଗଡ ଜିଲ୍ଲା ଗଣିଆ ବ୍ଲକ କିଶୋର ପ୍ରସାଦ ଗାଁରେ,, ଜନ୍ମ ଗ୍ରହଣ କରିଥିଲେ । ଖଣ୍ଡପଡ଼ା ରାମଚନ୍ଦ୍ର ଉଚ୍ଚ ବିଦ୍ୟାଳୟରେ ହାଇସ୍କୁଲ ଶିକ୍ଷା ଗ୍ରହଣ କରିଥିଲେ ଡାକ ବିଭାଗରେ, ରନର୍ ପରେ ପୋଷ୍ଟ ମାଷ୍ଟର ଚାକିରି କରିଥିଲେ । ଦୂର ଦର୍ଶନ , କନକ ଟିଭି, ରେ ମେଗା ଧାରାବାହିକ ରେ ହାସ୍ୟ ଅଭିନୟ କରି ଉଚ୍ଚ ପ୍ରଶଂସିତ ହୋଇଥିଲେ । ପରେ ଓଟିଭି ରେ ପ୍ରସାରିତ ଦ ଗ୍ରେଟ ଓଡ଼ିଶା ପଲିଟିକାଲ ସର୍କସ ରେ ଦୀର୍ଘ ୧୬ ବର୍ଷ ଧରି କବିତା ଓ ଅଭିନୟ ମାଧ୍ୟମରେ ଓଡ଼ିଶାରେ ଦର୍ଶକ ମାନଙ୍କୁ ବାନ୍ଧି ରଖିଥିଲେ । ଓଡ଼ିଶା ରାଜନୀତି ରେ ଘଟିଥିବା ବିଭିନ୍ନ ଘଟଣା କୁ ଅଭିନୟ ଓ ବ୍ୟଙ୍ଗ କବିତା ମଧ୍ୟରେ ଲୋକଙ୍କ ପାଖରେ ପହଞ୍ଚାଇ ସାଉଁଟିଥିଲେ ଲୋକ ପ୍ରିୟତା।

ଆଜି, ଅପରାହ୍ନ ରେ, ହସ୍ପିଟାଲ ରୁ ଆର୍ତ୍ତ ତ୍ରାଣଙ୍କ ମର ଶରୀର ବାହାରିବା ପରେ, ପରିବାର ପକ୍ଷରୁ ପୁରୀ ସ୍ୱର୍ଗଦ୍ୱାର ରେ ଶେଷ କୃତ୍ୟ ସମ୍ପନ୍ନ କରାଯାଇଥିଲା । ବଡ଼ପୁଅ ମୁଖାଗ୍ନି ଦେଇଥିଲେ । ସୂଚନା ଅନୁସାରେ, ପାଞ୍ଚ ଦିନତଳେ, ଗଣିଆ ରୁ ନିଜସ୍ୱ ଗାଁ କିଶୋର ପ୍ରସାଦ କୁ ଫେରୁଥିବା ବେଳେ, ଛିଡ଼ା ହୋଇଥିବା ଏକ ଟ୍ରକ୍ କୁ ଧକା ଦେଇଥିଲେ । ମଟର ସାଇକେଲ ଚଳାଉ ଥିବା ବ୍ୟକ୍ତି ଘଟଣା ସ୍ଥଳ ରେ ମୃତୁ ବରଣ କରିଥିଲେ । ମୁଣ୍ଡରେ ଗଭୀର ଆଘାତ ଲାଗିଥିବା ରୁ ଗୁରୁତର ଆହତ ହୋଇ ପ୍ରଥମେ କ୍ୟାପିଟାଲ ହସ୍ପିଟାଲ, ପରେ ଏକ ଘରୋଇ ହସ୍ପିଟାଲ ରେ ଭର୍ତ୍ତି କରାଯାଇଥିଲା । ଓଡ଼ିଶାର ଆଗଧାଡ଼ି ର ବ୍ୟଙ୍ଗକାବି ମାନଙ୍କ ମଧ୍ୟରେ ଶ୍ରୀଯୁକ୍ତ ଆର୍ତ୍ତତ୍ରାଣ ମିଶ୍ରଙ୍କର ରହିଥିଲା ସତନ୍ତ୍ର ପରିଚୟ । ଶାଣିତ ବ୍ୟଙ୍ଗ ଲେଖନୀ ଦ୍ୱାରା ପାଇଥିଲେ ପାଠକିୟ ଆଦୃତ । ନେତା, ପ୍ରଶାସକ ସମସ୍ତଙ୍କୁ ସମାଲୋଚନା କରିଥିଲେ । ସରଳ, ଓ ଖୋଲା ହୃଦୟ ର ବ୍ୟକ୍ତିତ୍ୱ ଥିଲେ । ତାଙ୍କ ଆବର୍ତ୍ତମାନ ରେ ଶ୍ରେୟ ତରଙ୍ଗ ପରିବାର ତରଫରୁ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ।


