ବାଲିଗୁଡା, ଶ୍ରେୟ ତରଙ୍ଗ :(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ଅଞ୍ଚଳ ର ଅଧିଷ୍ଠାତ୍ରୀ ଦେବୀ ‘ ମା,ପାଟଖଣ୍ଡା ଙ୍କ ମନ୍ଦିର ଭିତରେ ଓ ବାହାରେ ଥିବା ହୁଣ୍ଡି କୁ ରବିବାର ସନ୍ଧ୍ୟା ରେ କମିଟି ର ସଭାପତି ସନ୍ୟାସୀ ପାତ୍ର, ସମ୍ପାଦକ କେ. ସୁଶାନ୍ତ କୁମାର ପାତ୍ର ଓ କୋଷାଧ୍ୟକ୍ଷ ମହେଶ୍ୱର ଡାକୁଆ ଙ୍କ ସମେତ ସମସ୍ତ ସଦସ୍ୟ ଙ୍କ ଉପସ୍ଥିତ ରେ ଖୋଲା ଯାଇଥିଲା l ସେଥିରୁ ନଗଦ ୫୪ ହଜାର ୩୦୦ ଟଙ୍କା ମିଳିଥିବା ବେଳେ ୭୪୦ ମିଲି ଗ୍ରାମର ଏକ ଗହଣା ମିଳିଥିବା ବିଷୟ କମିଟି ପକ୍ଷରୁ ସୂଚନା ମିଳିଛି l ଏ ସମସ୍ତ ଟଙ୍କା ଓ ଜିନିଷ ଗୁଡିକୁ ସମସ୍ତ ଙ୍କ ଉପସ୍ଥିତ ରେ କୋଷାଧକ୍ଷ ଙ୍କୁ କମିଟି ର ନିଜସ୍ୱ ଲକର ରେ ସୁରକ୍ଷିତ ଭାବେ ରଖିବା ପାଇଁ ଦାୟିତ୍ୱ ଦିଆଯାଇଥିଲା l ଦୀର୍ଘଦିନ ପରେ କମିଟି ର ସମସ୍ତ ସଦସ୍ୟ,…
Author: sreyataranga
ଶ୍ରେୟ ତରଙ୍ଗ, ଗଣିଆ ବ୍ଲକ୍ ର ପୂର୍ବତନ ଅଧ୍ୟକ୍ଷ, ଓଡ଼ିଶା ରେ ଜଣାଶୁଣା ସମାଜସେବୀ ଶ୍ରୀଯୁକ୍ତ ଶେଷଦେବ ସ୍ବାଇଁ ଙ୍କୁ ବିଜୁ ଜନତା ଦଳ ଗଣିଆ ବ୍ଲକ୍ ସଭାପତି କରିଛି । ଗଣିଆ ବ୍ଲକ୍ ଛାମୁଣ୍ଡିଆ ପଞ୍ଚାୟତ ରୁ ୨୦୧୭ ମସିହା ରେ ସମିତିସଭ୍ୟ ନିର୍ବାଚନ ଲଢ଼ି ଜିତିଥିଲେ । ପରେ, ଗଣିଆ ବ୍ଲକ୍ ଅଧ୍ୟକ୍ଷ ରୂପେ ଦୀର୍ଘ ପାଞ୍ଚ ବର୍ଷ କାମକରି, ଲୋକଙ୍କର ପ୍ରିୟ ଭାଜନ ହୋଇ ପାରିଛନ୍ତି । ଅତି ଗରିବ ରୁ ବଢ଼ିଥିବା ଶେଷଦେବ, ଭୁବନେଶ୍ୱର ରେ ଏକ ଚା ଦୋକାନ କରି ଜୀବନ ଜୀବିକା ନିର୍ବାହ କରୁଥିବା ବେଳେ, କୀଟ କିସ୍ ର ପ୍ରତିଷ୍ଠାତା ଡ ଅଚ୍ୟୁତ ସାମନ୍ତ, ଙ୍କ ସହ ଭେଟ ହୁଏ । ସରଳ, ନିଷ୍କପଟ ଓ ସଚ୍ଚୋଟ ପଣିଆ ସ୍ଵଭାବ ଦେଖି, ସ୍ୱଳ୍ପ ବେତନ ରେ ଏକ ଛୋଟିଆ ଚାକିରି ଆରମ୍ଭ ହୁଏ । ପରେ, ନିଜର ପରିଶ୍ରମ ଓ ଦକ୍ଷତା…
ବାଲିଗୁଡା, ତା :(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲାପାଳ ଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ବାଲିଗୁଡା ଉପଜିଲ୍ଲାପାଳ ଙ୍କ ସଭା ଗୃହ ରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୋଟ ୭୭ଟି ଅଭିଯୋଗ ଆସିଥିବା ବେଳେ ସେଥିମଧ୍ୟରୁ ୫୩ଟି ବ୍ୟକ୍ତିଗତ ଓ ୨୪ଟି ସାମୂହିକ ଅଭିଯୋଗ ରହିଥିଲା। ଏହି ଅଭିଯୋଗ ଶୁଣାଣିରେ କନ୍ଧମାଳ ଜିଲ୍ଲାପାଳ ବେଦଭୂଷଣ,ଆରକ୍ଷୀ ଅଧିକ୍ଷକ ହରିଶ ବିସି, ବାଲିଗୁଡା ଉପଜିଲ୍ଲାପାଳ ପ୍ରଣୀତା ଦାସ, ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧୁକାରୀ ଶମ୍ଭୁ ନାଥ ନନ୍ଦୀ, ବାଲିଗୁଡା ଉପଖଣ୍ଡ ଆରକ୍ଷୀ ଅଧିକାରୀ ଶୁଭମ ଭୋସଲେ, ଜିଲ୍ଲା ମୂଖ୍ୟ ଚିକିତ୍ସା ଅଧିକାରୀ ଡ଼ା ସନ୍ତୋଷ କୁମାର ପାଢ଼ୀ ପ୍ରମୁଖ ମଞ୍ଚାସିନ ରହି ଲୋକଙ୍କ ଅଭିଯୋଗ ଶୁଣାଣି କରି ସମାଧାନ କରିଥିଲେ | ଏହି ଅଭିଯୋଗ ଶୁଣାଣିରେ ବାଲିଗୁଡା ପ୍ରକଳ୍ପ ପ୍ରଶାସକ ଆଇଟିଡିଏ କୃପାସିନ୍ଧୁ ବେହେରା, ସମେତ ଜିଲ୍ଲା ଓ ଉପଖଣ୍ଡ ସ୍ତରୀୟ ସମସ୍ତ ଅଧିକାରୀ ଉପସ୍ଥିତ ଥିଲେ। ଏଥିରେ ରାସ୍ତାଘାଟ, ଆବାସ,ମୋବାଇଲ ଟାୱାର,ଭତ୍ତା,…
ବାଲିଗୁଡ଼ା, (ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ଅଞ୍ଚଳ ର ଅଗ୍ରଣୀ ସ୍ଵେଚ୍ଛାସେବୀ ଅନୁଷ୍ଠାନ ବନବାସୀ ସେବା ସମିତି ଦ୍ଵାରା ପରିଚାଳିତ ରେଡ୍କ୍ରସ ଦୃଷ୍ଟିହୀନ ବିଦ୍ୟାଳୟର ଭିନ୍ନକ୍ଷମ ଛାତ୍ରଛାତ୍ରୀ ମାନଙ୍କୁ ବନବିହାର ନିମନ୍ତେ ଭଞ୍ଜନଗର ସ୍ଥିତ ଫରେଷ୍ଟ ପାର୍କ ବୁଲିବାକୁ ଯାଇଥିଲେ। ସେଠାରେ ଅତି ଆନନ୍ଦ ଉଲ୍ଲାସରେ ବଣ ଭୋଜି ରେ ସାମିଲ ହେବା ସହ ଛାତ୍ରଛାତ୍ରୀ ମାନଙ୍କ ଦ୍ଵାରା ବାଦ୍ୟ ଓ ସଙ୍ଗୀତ ପରିବେଷଣ କରି ସେଠାକାର ପରିବେଶକୁ ବେଶ୍ ଉତ୍ସବ ମୁଖର କରି ଦେଇଥିଲେ। ଯାହାଦ୍ଵାରା କି, ସେଠାକୁ ଆସିଥିବା ବହୁ ବ୍ୟକ୍ତି ବିଶେଷ ଏହି କାର୍ଯ୍ୟକ୍ରମର ବେଶ୍ ମଜା ନେଉଥିଲେ। ସୁଦୂର ଭୁବନେଶ୍ୱର ଓ ବ୍ରହ୍ମପୁରରୁ ରାଜ୍ୟ ଦଲିଲ ଓ ଲେଖକ ଓ ମୋହରିର ସଂଘର ସଭାପତି ଓ କର୍ମକର୍ତ୍ତା ବୃନ୍ଦ ମଧ୍ୟ ସେଠାକୁ ବଣ ଭୋଜି ଉଦେଶ୍ୟରେ ଆସି ଏହି ଭିନ୍ନକ୍ଷମ ଶିଶୁ ମାନଙ୍କର ସଙ୍ଗୀତ ବିଚିତ୍ରା କାର୍ଯ୍ୟକ୍ରମରେ ପ୍ରତ୍ୟକ୍ଷ ଭାବେ ଉପସ୍ଥିତ ହୋଇ…
ବାଲିଗୁଡା : (ଶ୍ରେୟ ତରଙ୍ଗ, ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ବନଖଣ୍ଡ ବେଲଘର ରେଞ୍ଜ ଝିରିପାଣି ପଞ୍ଚାୟତର ସିମିଲିପଦର ନିକଟସ୍ଥ ମୁଣ୍ଡୁଟି ଜଙ୍ଗଲରେ ଏକ ହାତୀ ଜାନୁୟାରୀ ୫ ତାରିଖ ରେ ମୃତ୍ୟୁ ବରଣ କରିଥିବା ବେଳେ ଏହା ଲୋକ ଲୋଚନକୁ ନ ଆସିବା ଏବଂ ଏହାର ତଦନ୍ତ ପାଇଁ କୌଣସି ଅଧିକାରୀ ନ ଆସିବାକୁ ନେଇ ଲୋକଙ୍କ ମନରେ ସନ୍ଦେହ ସୃଷ୍ଟି ହୋଇଥିଲା । ଏହି ଘଟଣା ଜଙ୍ଗଲ ମଧ୍ୟରେ ନ ରହି ଲୋକ ଲୋଚନ କୁ ଆସିଥିଲା, ଓ ପରେ ଜଣାପଡ଼ିଲା ହାତୀ ଟିର ମୃତ ଦେହ ସେହି ସ୍ଥାନ ରେ ନ ରଖି ତାହାକୁ ଖଣ୍ଡ ଖଣ୍ଡ କରି ଜରୀ ଅଖା ରେ ଭର୍ତ୍ତି କରି ଏକ ପିକ୍ପପ ରେ ଅନ୍ୟ ସ୍ଥାନକୁ ସ୍ଥାନାନ୍ତର କରି ଦିଆଯାଇଥିଲା। ହାତୀ ମୃତ କୁ ସମ୍ପୂର୍ଣ୍ଣ ଭାବରେ ଲୁଚାଇ ରଫା ଦଫା କରିବା ପାଇଁ ବନ ବିଭାଗର…
ବାଲିଗୁଡା : (ଶ୍ରେୟ ତରଙ୍ଗ, ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ କ.ନୂଆଗାଁ ବ୍ଲକ ସାରଙ୍ଗଡ଼ ଥାନା ଅନ୍ତର୍ଗତ ବଣ୍ଡଗୁଡ଼ା ନିକଟସ୍ଥ କାଣିବାରୁଡ଼ି ଛକ ନିକଟରେ ଏକ ବାଇକ ଦୁର୍ଘଟଣା ଘଟି ଜଣେ ପୁଅ ଓ ଝିଅ ଙ୍କର ମୃତୁ ଘଟିଛି । ସୂଚନା ଅନୁସାରେ, ଫୁଲବାଣୀ ରୁ ଜଣେ ପୁଅ ଓ ଝିଅ ଏକ କେଟିଏମ୍ ବାଇକ ରେ ସାରଙ୍ଗଗଡ ଦେଇ ଗୁଟିଙ୍ଗିଆ ଯାଉଥିବା ବେଳେ, ଭାରସାମ୍ୟ ହରାଇ ରାସ୍ତା କଡ଼ ଗଛକୁ ଧକ୍କା ଦେଇଥିଲେ । ଦୁର୍ଘଟଣା ଏତେ ଜୋର୍ ହୋଇଥିଲା ଜେ, ବାଇକ୍ ର ଆଗ ଚକ ବାହାରି ଯାଇ ରିମ ଅଲଗା ହୋଇ ଯାଇଥିଲା । ଘଟଣା ସ୍ଥଳ ରେ ବାଇକ୍ ଚାଳକ ଯୁବକ ଙ୍କ ମୃତୁ ହୋଇଥିବା ବେଳେ, ପଛରେ ବସିଥିବା ଝିଅ ଜଣକ ଗୁରୁତର ଆହତ ହୋଇଥିଲେ । ସ୍ଥାନୀୟ ଯୁବକଙ୍କ ସହାୟତା ରେ ଉଦ୍ଧାର କରାଯାଇ ଅଧିକ ଚିକିତ୍ସା…
ଶ୍ରେୟ ତରଙ୍ଗ ( ବ୍ୟୁରୋ) : ଉଭୟ ବିଜେପି ଓ କଂଗ୍ରେସ ର ବନ୍ଧୁମିଳନ ଉତ୍ସବ ତଥା ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି । ଫୁଲବାଣୀ ନିର୍ବାଚନ ମଣ୍ଡଳୀ ଗୋଚ୍ଛାପଡ଼ା ରେ ବିଜେପି ର ବନ୍ଧୁ ମିଳନ ଓ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଥିବା ବେଳେ, ଲୁଇଶିଂ ଅଞ୍ଚଳ ରେ କଂଗ୍ରେସ ର ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି । ସୂଚନା ଅନୁସାରେ, ବିଜେଡି ଓ କଂଗ୍ରେସ ଦଳ ଛାଡି ଶତାଧିକ ପୁରୁଷ ଓ ମହିଳା ବିଜେପି ଦଳ ରେ ସାମିଲ ହୋଇଛନ୍ତି। ଆଦିବାସୀଙ୍କ ଭଗବାନ ବିର୍ସା ମୁଣ୍ଡା ଙ୍କ ଜନ୍ମ ଜୟନ୍ତୀ ପରେ, କେନ୍ଦ୍ର ଓ ରାଜ୍ୟ ସରକାର କରିଥିବା ଯୋଜନା ର ଲାଭ ଏବେ କନ୍ଧମାଳ ଜିଲ୍ଲାର ଆଦିବାସୀ ଭାଇ ଭଉଣୀ ମାନେ ପାଉଛନ୍ତି । ତେଣୁ ଫୁଲବାଣୀ ବିଧାୟକ ଉମା ଚରଣ ମଲ୍ଲିକ, ଜିଲ୍ଲା ସଭାପତି ପଣ୍ଡିତ ବିଶି ମାଝୀ ଓ ରାଜ୍ୟ ସମ୍ପାଦକ ଭଗବାନ ମହାନ୍ତି…
ବାଲିଗୁଡା : (ଶ୍ରେୟ ତରଙ୍ଗ, ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ସ୍ଥିତ ଉପଖଣ୍ଡ କ୍ରୀଡା ସଂଘ ଆନୁକୂଲ୍ୟରେ ରାଜ୍ୟ ସ୍ତରୀୟ ଫୁଟବଲ ଚମ୍ପିୟାନସିପ -୨୦୨୬ ଆୟୋଜନ ନିମନ୍ତେ ଏକ ପ୍ରସ୍ତୁତି ବୈଠକ ସଂଘ ର ସଭାପତି ତଥା ଉପଜିଲ୍ଲାପାଳ ପ୍ରଣୀତା ଦାସ ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ହୋଇଯାଇଛି l ଏଥିରେ ସଂଘର ଉପସଭାପତି ସତ୍ୟ ନାରାୟଣ ପାଢ଼ୀ, ଉପଦେଷ୍ଟା ଶେଖ ସାଦିକ, ଦେବବ୍ରତ ସିଂ ଦେଓ, ସୁରେନ୍ଦ୍ର କୁମାର ପାତ୍ର, ସାଧାରଣ ସମ୍ପାଦକ ଡ଼. ସୁଶାନ୍ତ କୁମାର ଦାସ, ଯୁଗ୍ମ ସମ୍ପାଦକ ମାନସ ରଞ୍ଜନ ଆଚାର୍ଯ୍ୟ ଓ କୋଷାଧ୍ୟକ୍ଷ ରଞ୍ଜିତ କୁମାର ମହାନ୍ତି ଙ୍କ ସମେତ ସମସ୍ତ ସଦସ୍ୟ ଙ୍କ ଉପସ୍ଥିତ ରେ ଆଗାମୀ ଫେବୃଆରୀ ୪ ତାରିଖ ରୁ ୧୧ ତାରିଖ ପର୍ଯ୍ୟନ୍ତ ଉପଖଣ୍ଡ କ୍ରୀଡା ସଂଘ କପ ର ରାଜ୍ୟ ସ୍ତରୀୟ ଫୁଟବଲ ଚମ୍ପିୟାନସିପ ସ୍ଥାନୀୟ ବିଜୁ ପଟ୍ଟନାୟକ ମିନି ଷ୍ଟାଡିଅମ ପରିସରରେ ଆୟୋଜନ…
ଶ୍ରେୟ ତରଙ୍ଗ ( ବ୍ୟୁରୋ) : ଆସନ୍ତା ୧୩ ଜାନୁଆରୀ, ନୟାଗଡ଼ ଜିଲ୍ଲା ଦଶପଲ୍ଲା ତ୍ରିନାଥ ବଜାର, ମହକ ମଇଦାନ ରେ ଅନୁଷ୍ଠିତ ହେବ ନାଟକ ଆହେ ନୀଳ ଶଇଳ। ଶ୍ରୀମନ୍ଦିର ଉପରେ ମୋଗଲ ମାନଙ୍କ ଆକ୍ରମଣ, କୋଟି ଓଡିଆଙ୍କ ଆରାଧ୍ୟ ଦେବ ମହାପ୍ରଭୁଙ୍କ ଚିଲିକା ରେ ଆତ୍ମଗୋପନ, ରାଜା ରାମଚନ୍ଦ୍ର ଦେବ, ଜଗନ୍ନାଥ ମହାପ୍ରଭୁଙ୍କ ମାନ ରକ୍ଷା କରିବା ପାଇଁ, ଯବନ କନ୍ୟା ଙ୍କୁ ବିବାହ କରିବା, ରାମଚନ୍ଦ୍ର ଦେବଙ୍କ ପରେ ଯୁବରାଜ କୁମାର ଉତ୍କଳର ଗଜପତି ହେବ, କାହାଣୀ କୁ ନେଇ ନାଟକ” ଆହେ ନୀଳ ଶଇଳ” ଅନୁଷ୍ଠିତ ହେବ । ଦଶପଲ୍ଲା ର ଅଗ୍ରଣୀ ଯୁବ ଅନୁଷ୍ଠାନ ସୀତାରାମ ୟୁଥ୍ କ୍ଳବ୍ ର କଳାକାର ମାନେ ବିଭିନ୍ନ ଭୂମିକା ରେ ଅଭିନୟ କରିଛନ୍ତି । ଗୁରୁ ଶ୍ରୀଯୁକ୍ତ ତ୍ରିନାଥ ସାହୁ, ଗୁରୁ ଶ୍ରୀଯୁକ୍ତ ହାଡିବନ୍ଧୁ ମହାଖୁଡ ଓ ସଙ୍ଗୀତ ଗୁରୁ ଶ୍ରୀଯୁକ୍ତ ପଞ୍ଚାନନ ବେହେରାଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନ…
ଶ୍ରେୟ ତରଙ୍ଗ ( ବ୍ୟୁରୋ ): ଓଡ଼ିଆ ପ୍ରଚ୍ଛଦପଟ୍ଟ ଗାୟକ ହ୍ୟୁମାନ ସାଗର ଙ୍କ ଗତକାଲି ଚିକିତ୍ସାଧୀନ ଅବସ୍ଥାରେ ଭୁବନେଶ୍ୱର ଏମ୍ସ ହସ୍ପିଟାଲ ରେ ପରଲୋକ ଘଟିଛି । ମୃତ୍ୟୁବେଳକୁ ତାଙ୍କୁ ୩୫ ବର୍ଷ ହୋଇଥିଲା । ହ୍ୟୁମାନ ଙ୍କ ମୃତୁ ଖବର ପରେ, ଓଡ଼ିଆ ସିନେ, ସଙ୍ଗୀତ ଜଗତ ପାଇଁ ଏକ ଅପୂରଣୀୟ କ୍ଷତି ହୋଇଗଲା ବୋଲି, ବହୁ ସିନେ ତାରକା, ସାଥୀ କଳାକାର ଓ ଦର୍ଶକ ମାନେ କହିଛନ୍ତି । ପ୍ରେମ, ଦୁଃଖ, ରୋମାନ୍ସ ଗୀତ ଗାଇ ସବୁବେଳେ ଯୁବ ପିଢ଼ିଙ୍କ ପ୍ରଥମ ପସନ୍ଦ ହ୍ୟୁମାନ ଙ୍କ ଲିଭର, କାମ କରୁନଥିବା ବେଳେ, ଧିରେ ଧୀରେ ବିଭିନ୍ନ ଅଙ୍ଗ ପ୍ରତ୍ୟଙ୍ଗ ଅକାମୀ ହୋଇ ପଡ଼ିଥିଲା । ଗତକାଲି ରାତି ୯.୮ ମିନିଟ ରେ ତାଙ୍କର ପରଲୋକ ହୋଇଥିଲା ଓ ରାତି ୧୧ ଟା ସମୟରେ କଟକ ବାସଭବନ କୁ ନିଆଯାଇଥିଲା । ଆଜି ହ୍ୟୁମାନ ଙ୍କ ମର ଶରୀର…
କନ୍ଧମାଳ, ( ଶ୍ରେୟ ତରଙ୍ଗ ): ଭାରତ ଦର୍ଶନ ଶିକ୍ଷାତ୍ମକ ଭ୍ରମଣର ଅଂଶ ଭାବେ ୯ ଜଣ ପ୍ରୋବେସନାରୀ ଆଇଏଏସ୍ ଅଧିକାରୀ ଶୁକ୍ରବାର ସକାଳେ ସିଭିଲ ସର୍ଭିସେସ୍ କୋଚିଙ୍ଗ ସେଣ୍ଟର, କନ୍ଧମାଳ ପରିଦର୍ଶନ କରିଥିଲେ। ପରିଦର୍ଶନର ଆରମ୍ଭରେ ଆଇଟିଡିଏ ପ୍ରକଳ୍ପ ପ୍ରଶାସକ ଶ୍ରୀ ଗଦାଧର ପାତ୍ର ଅଧିକାରୀମାନଙ୍କୁ ଗଭୀର ସ୍ୱାଗତ, ପରିଚୟ ସହ ଆଇ ଟି ଡି ଏ ର ସଫଳ ରୂପାୟନ କୋଚିଙ୍ଗ ସେଣ୍ଟର୍ ର ୨ ଟି ବ୍ୟଚର ସଫଳତା ଓ ଆଗାମୀ କାର୍ଯ୍ୟ ପ୍ରଣାଳୀ ବିଷୟରେ ଜଣାଇଥିଲେ। କୋଚିଙ୍ଗ ସୂପରିଣ୍ଡେଣ୍ଟ୍ ଦାୟିତ୍ୱରେ ଥିବା ଶ୍ରୀ ଶିବ ସୁନ୍ଦର ସାହୁ କୋଚିଙ୍ଗ ସେଣ୍ଟରର କାର୍ଯ୍ୟପ୍ରଣାଳୀ, ପଢ଼ାଶୁଣା ପ୍ରକ୍ରିୟା, ଆବଶ୍ୟକ ସୁବିଧା ଓ ଛାତ୍ରଛାତ୍ରୀଙ୍କ ପାଇଁ ଚାଲୁଥିବା ଉଦ୍ୟମ ସମ୍ପର୍କରେ କହିଥିଲେ। ପ୍ରାୟ ଘଣ୍ଟା ୧.୩୦ ମିନିଟ୍ ଧରି ପ୍ରୋବେସନାରୀ ଆଇଏଏସ୍ ଅଧିକାରୀମାନେ ଛାତ୍ରଛାତ୍ରୀଙ୍କ ସହ ବିଶେଷ ଆଲୋଚନା କରି, ପ୍ରଶାସନିକ ଅଧିକାରୀ ପରୀକ୍ଷା ନିମିନ୍ତ ବିଭିନ୍ନ ଅଭ୍ୟାସ ପ୍ରଣାଳୀ,…
ଶ୍ରେୟ ତରଙ୍ଗ ( ବିୟୁରୋ): ଶିଶୁ ମାନଙ୍କ ପ୍ରତି ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହରଲାଲ ନେହେରୁଙ୍କ ଭଲ ପାଇବାକୁ ସ୍ମରଣ କରି ଆଜି ସାରା ଦେଶରେ ଶିଶୁ ଦିବସ ପାଳନ କରୁଛି । ଭୁବନେଶ୍ୱର ସ୍ଥିତ ଉଡ଼ାନ ଓଡ଼ିଶା ଚାରିଟେବୁଲ୍ ଟ୍ରଷ୍ଟ ଏବଂ ଦାଶରଥି ସ୍ମୃତି ପରିଷଦ, କୁମ୍ଭାରପଡ଼ାର ମିଳିତ ଆନୁକୂଲ୍ୟରେ ଏହି ପବିତ୍ର ଦିବସ ପାଳନ ସହିତ ଶିକ୍ଷକ ଦିନେଶ କୁମାର ଲେଙ୍କାଙ୍କ ପିତା ସ୍ୱର୍ଗତ ଦାଶରଥି ଲେଙ୍କାଙ୍କ ସ୍ମୃତିରେ ପ୍ରଥମ ଦାଶରଥି ସ୍ମାରକୀ ପୁରସ୍କାର ବିତରଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଆୟୋଜିତ ଚିତ୍ରାଙ୍କନ, ଓଡ଼ିଆ କବିତା ଲିଖନ, ଶ୍ଳୋକ ଆବୃତ୍ତି ଏବଂ ପ୍ରବନ୍ଧ ପ୍ରତିଯୋଗିତାର କୃତିତ୍ୱ ଅର୍ଜନ କରିଥିବା ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯାଇଥିଲା। କାର୍ଯ୍ୟକ୍ରମରେ ମୁଖ୍ୟ ବକ୍ତା ଭାବେ ଶୈଳବାଳା ସ୍ଵୟଂଶାସିତ ମହିଳା ମହାବିଦ୍ୟାଳୟ, କଟକର ସହକାରୀ ପ୍ରଫେସର ଶ୍ରୀ ଗିରିଶ ଚନ୍ଦ୍ର ବେହେରା ଯୋଗ ଦେଇ ଶିଶୁମାନଙ୍କ ଭବିଷ୍ୟତ…
