Author: sreyataranga

ଶ୍ରେୟ ତରଙ୍ଗ ( ବ୍ୟୁରୋ ) : ନୂଆପଡ଼ା ବିଜେଡି ବିଧାୟକ ରାଜେନ୍ଦ୍ର ଢୋଲକିଆ ଙ୍କ ମୃତୁ ପରେ, ଉପ ନିର୍ବାଚନ ହୋଇଥିଲା । ଆଜି ଉପ ନିର୍ବାଚନ ର ଫଳାଫଳ ବାହାରିଥିବା ବେଳେ, ପୂର୍ବତନ ବିଜେଡି ବିଧାୟକ ରାଜେନ୍ଦ୍ର ଢୋଲକିଆ ଙ୍କ ପୁତ୍ର ଜୟ ଢୋଲକିଆ ବିଜେପି ଦଳ ତରଫରୁ ପାର୍ଥି ହୋଇ ନିର୍ବାଚନ ରଣାଙ୍ଗନ୍ କୁ ଓହ୍ଲେଇ ଥିଲେ । ବୃହତ୍ ବ୍ୟବଧାନ ରେ ତାଙ୍କର ବିଜୟ ହୋଇଛି । ହାଇ ଭୋଲ୍ଟେଜ୍ ନୂଆପଡ଼ା ଉପ ନିର୍ବାଚନ ରେ , ରାଜ୍ୟର ତିନି ପ୍ରମୁଖ କଂଗ୍ରେସ ବିଜେଡି ଓ ବିଜେପି ଦଳର ଚର୍ଚ୍ଚିତ ଚେହେରା ନେତା ମାନେ ନିର୍ବାଚନ ପ୍ରଚାର ମଇଦାନ କୁ ଓହ୍ଲେଇଥିଲେ । ତେବେ ସବୁ କଳ୍ପନା ର ଅନ୍ତ ଘଟାଇ ବିଜେପି ବୃହତ୍ ଭୋଟ ବ୍ୟବଧାନ ରେ ବିଜୟ ଲାଭ କରିଥିବା ବେଳେ, କଂଗ୍ରେସ ଦ୍ୱିତୀୟ ସ୍ଥାନରେ ରହିଛି । ବିଜେପି ପାର୍ଥ ଜୟ…

Read More

କନ୍ଧମାଳ, ( ଶ୍ରେୟ ତରଙ୍ଗ) : କନ୍ଧମାଳ ଜିଲ୍ଲା ରାଜନୀତି ରେ ଚାଣକ୍ୟ କୁହାଯାଉଥିବା ଶ୍ରୀଯୁକ୍ତ ଭଗବାନ ମହାନ୍ତି ଙ୍କୁ କନ୍ଧମାଳ ଜିଲ୍ଲା ବିଜେପି ଦଳ ତରଫରୁ ବିପୁଳ ସମ୍ବର୍ଦ୍ଧନା ଦିଆଯାଇଛି । ଶ୍ରୀ ମହାନ୍ତି ନୂଆପଡ଼ା ଉପ ନିର୍ବାଚନ ରୁ ଫେରିବା ପରେ, ଶତାଧିକ ଯୁବକ, ଦଳର ଛାମୁଆ କର୍ମୀ, ଏକ ବାଇକ୍ ରାଲିରେ ଫୁଲବାଣୀ ସହର ବୁଲାଇଥିଲେ । ରାଜ୍ୟ ସଭାପତି, ଦଳୀୟ ନିଷ୍ପତି କୁ ଆଧାର କରି, ଓଡ଼ିଶାରେ ଭାରତୀୟ ଜନତା ପାର୍ଟି ର ରାଜ୍ୟ ସମ୍ପାଦକ ଭାବେ ଶ୍ରୀ ଭଗବାନ ମହାନ୍ତି ଙ୍କୁ ନିଯୁକ୍ତି ଦେଇଛି । କନ୍ଧମାଳ ଜିଲ୍ଲା ଭଳି ଏକ ଉପାନ୍ତ ଆଦିବାସୀ ବହୁଳ ଜିଲ୍ଲାକୁ ଗୁରୁତ୍ଵ ଦେଇ, ଭଗବାନ ମହାନ୍ତି ଙ୍କୁ ଦଳ ରାଜ୍ୟ ସମ୍ପାଦକ କରିଥିବାରୁ , ଜିଲ୍ଲାର ସବୁ ସ୍ତର ନେତା ମାନେ ବହୁତ୍ ଖୁସି ଅଛନ୍ତି । ଗତ ୨୦୨୪ ସାଧାରଣ ନିର୍ବାଚନ ରେ , କନ୍ଧମାଳ…

Read More

ଶ୍ରେୟ ତରଙ୍ଗ ( କନ୍ଧମାଳ ): କଳିଙ୍ଗା ଘାଟିରେ ବସ ଦୁର୍ଘଟଣା ଘଟି ଜଣେ ବ୍ୟକ୍ତିଙ୍କର ମୃତ ହୋଇଥିବା ବେଳେ, ସାତ ରୁ ଅଧିକ ଆହତ ହୋଇଛନ୍ତି । ଶ୍ରୀରାମ ଘରୋଇ ବସ୍ ବରଗଡ଼ ରୁ ବ୍ରହ୍ମପୁର ଯାଉଥିଲା । କଳିଙ୍ଗା ଘାଟି ର ଅନ୍ଧାରୀ କୋଟି ବୁଲାଣି ପୂର୍ବରୁ ବସ ଟି ଦୁର୍ଘଟଣା ହୋଇଥିବା ବେଳେ, ବସ୍ ରେ ୨୦ ରୁ ଅଧିକ ଯାତ୍ରୀ ଥିଲେ । ମୃତ ବ୍ୟକ୍ତିଙ୍କ ମର ଶରୀର ଜି ଉଦୟଗିରି ହସ୍ପିଟାଲ ରେ ରଖାଯାଇଛି । ତେବେ , ତାଙ୍କ ପରିଚୟ ମିଳିନାହିଁ । ଘଟଣା ସ୍ଥଳରେ ଜି. ଉଦୟଗିରି ଓ ଭଞ୍ଜନଗର ପୋଲିସ ଓ ଅଗ୍ନିଶମ ବିଭାଗ ପହଞ୍ଚି ଆହତଙ୍କୁ ଉଦ୍ଧାର କରି ଜି. ଉଦୟଗିରି ଓ ଭଞ୍ଜନଗର ଡାକ୍ତରଖାନା ରେ ଭର୍ତ୍ତି କରାଇଥିବା ସୂଚନା ମିଳିଛି । କଳିଙ୍ଗା ଘାଟିରେ ଭୁସ୍ଖଳନ ପରେ, ଗତ ୩୧ ତାରିଖରୁ ହାଲୁକା ଯାନ ବାହନ…

Read More

ଶ୍ରେୟ ତରଙ୍ଗ ( କଣ୍ଟିଲୋ) : ଜଗନ୍ନାଥ ସଂସ୍କୃତିର ଆଦିପୀଠ କଣ୍ଟିଲୋ ଶ୍ରୀ ନୀଳମାଧବ ଜୀଉଙ୍କ ମନ୍ଦିରରେ ମହାପ୍ରଭୁଙ୍କ କାର୍ତିକ ନୀତି ଆଗେଇ ଚାଲିଛି । କାର୍ତ୍ତିକ ଶୁକ୍ଳ ବୈକୁଣ୍ଠ ଚତୁର୍ଦ୍ଦଶୀ ତିଥିରେ ଶ୍ରୀ ନୀଳମାଧବ ଜୀଉଙ୍କୁ କାଞ୍ଚି ଅଭିଯାନ ବେଶ ଓ ନୃସିଂହ ଅବତାର ବେଶରେ ଦର୍ଶନ ଦେଇଥିଲେ। ଆଜି ଚତୁର୍ଦ୍ଦଶୀ ତିଥିରେ ମନ୍ଦିର ଦ୍ବାର ଫିଟାଯାଇ ମଙ୍ଗଳ ଆଳତୀ, ମଇଲମ, ତଡପଲାଗି ଓ ଅବକାଶ ନୀତି ସମ୍ପନ୍ନ ହେବା ସହ ପାରମ୍ପରିକ ନୀତି ଅନୁଷ୍ଠିତ ହୋଇଥିଲା। ପବିତ୍ର କାର୍ତିକ ବ୍ରତ ସହ ଆଜି ବହୁ ହବିଷିଆଳି ଓ ଶ୍ରଦ୍ଧାଳୁ ନୀଳମାଧବଙ୍କୁ ସକାଳୁ କାଞ୍ଚି ଅଭିଯାନ ଓ ନୃସିଂହ ବେଶରେ ଦର୍ଶନ କରିଥିଲେ। ଠାକୁରଙ୍କ ଏହି ବେଶ ଦେଖିବାକୁ ମନ୍ଦିର ପରିସରରେ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ ଲାଗି ରହିଥିଲା। ଠାକୁରଙ୍କୁ ଶୃଙ୍ଖଳିତ ଭାବରେ ଦର୍ଶନ କରିବା ପାଇଁ ମନ୍ଦିର ପ୍ରଶାସନ ପକ୍ଷରୁ ଶ୍ରଦ୍ଧାଳୁ ଭକ୍ତମାନଙ୍କୁ ଧାଡିରେ ଯିବାର ବ୍ୟବସ୍ଥା କରାଯାଇଥିଲା।…

Read More

ଶ୍ରେୟ ତରଙ୍ଗ ( ବିୟୁରୋ ) ୟୁନାଇଟେଡ଼ ଇଣ୍ଡିଆ ଇନ୍ସୁରାନ୍ସ କମ୍ପାନୀ ଲିମିଟେଡ୍ ପକ୍ଷରୁ ସ୍ଥାନୀୟ ଆଞ୍ଚଳିକ ସରକାରୀ ଉଚ୍ଚ ବିଦ୍ୟାଳୟ, ଇଟିପୁର ପରିସରରେ ଭିଜିଲାନ୍ସ ସଚେତନତା ସପ୍ତାହ ପାଳିତ ହୋଇଯାଇଛି। ଦୁର୍ନୀତିମୁକ୍ତ ସମାଜ ଗଠନ ଦିଗରେ ଛାତ୍ରଛାତ୍ରୀ ତଥା ଜନସାଧାରଣଙ୍କୁ ସଚେତନ କରିବା ଏହି କାର୍ଯ୍ୟକ୍ରମର ମୁଖ୍ୟ ଲକ୍ଷ୍ୟ ଥିଲା। ଏହି ଅବସରରେ ଆୟୋଜିତ ସଭାରେ ମୁଖ୍ୟ ଅତିଥି ଭାବେ ୟୁନାଇଟେଡ଼ ଇଣ୍ଡିଆ ଇନ୍ସୁରାନ୍ସର ମୁଖ୍ୟ ଆଞ୍ଚଳିକ ପ୍ରବନ୍ଧକ ଶ୍ରୀ ଦୀନବନ୍ଧୁ ବେହେରା ଯୋଗଦେଇଥିଲେ। ସମ୍ମାନିତ ଅତିଥି ଭାବେ କମ୍ପାନୀର ଉପ-ପ୍ରବନ୍ଧକ ଶ୍ରୀ ରଘୁନାଥ ହୋତା, ଭିଜିଲାନ୍ସ ଅଧିକାରୀ ଶ୍ରୀ ଶଶାଙ୍କ କୁମାର, ବିଦ୍ୟାଳୟର ବରିଷ୍ଠ ଶିକ୍ଷୟିତ୍ରୀ ଶ୍ରୀମତୀ ଜ୍ୟୋତିରାଣୀ ସଡ଼ଙ୍ଗୀ ଏବଂ ପ୍ରଧାନଶିକ୍ଷୟିତ୍ରୀ ଶ୍ରୀମତୀ ସନ୍ଧ୍ୟାରାଣୀ ବେହେରା ମଞ୍ଚାସୀନ ଥିଲେ।ମୁଖ୍ୟ ଅତିଥି ଶ୍ରୀ ବେହେରା ଦୁର୍ନୀତିକୁ ଏକ ସାମାଜିକ ବ୍ୟାଧି ବୋଲି ଅଭିହିତ କରି ଏହାର ମୂଳୋତ୍ପାଟନ ପାଇଁ ସମସ୍ତେ ସଚେତନ ହେବାକୁ ଆହ୍ୱାନ ଜଣାଇଥିଲେ। ଏହି କାର୍ଯ୍ୟକ୍ରମରେ…

Read More

ଶ୍ରେୟ ତରଙ୍ଗ ( ବିୟୁରୋ ) ମହିଳା କ୍ରିକେଟ ବିଶ୍ୱକପ ଜିତିଲା ଭାରତ। ଟିମ ଇଣ୍ଡିଆ କୁ ଏବେ ସବୁଆଡୁ ପ୍ରସଂଶା ର ସୁଅ ଛୁଟୁଛି। ଇଡେନ ଗାର୍ଡେନ୍ସ କୋଲକାତା ରେ ଆୟୋଜିତ ଆଜିର ଫାଇନାଲ ମ୍ୟାଚରେ, ଭାରତ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ 50 ଓଭର ରେ 298 ରନ କରିଥିବା ବେଳେ, ଦକ୍ଷିଣ ଆଫ୍ରିକା 45 ଓଭର ଚାଲିଥିବା ବେଳେ, 246 ରନ କରି ସମସ୍ତ ଉଇକେଟ ହରେଇଥିଲା।52 ରନ ବ୍ୟବଧାନ ରେ ଟିମ ଇଣ୍ଡିଆ ବିଜୟୀ ସହ, ପ୍ରଥମ ଥର ପାଇଁ ବିଶ୍ୱକପ ହାତେଇଛି. ୨୦୨୫ ବିଶ୍ୱକପରେ ଦକ୍ଷିଣ ଆଫ୍ରିକାକୁ ୫୨ ରନରେ ହରାଇ ଚାମ୍ପିଅନ ହୋଇଛି ଭାରତ। ଭାରତ ଟ୍ରଫି ଜିତିବା ସହ ଅଧିନାୟକ ହରମନପ୍ରୀତ କୌର ଭାରତର ପୂର୍ବତନ ଅଧିନାୟକ କପିଲ ଦେବ ଓ ମହେନ୍ଦ୍ର ସିଂ ଧୋନୀଙ୍କ କ୍ଲବରେ ସାମିଲ ହୋଇଛନ୍ତି । ଦୁଇ ଅଧିନାୟକଙ୍କ ନେତୃତ୍ୱରେ ଭାରତୀୟ ପୁରୁଷ ଦଳ ଟ୍ରଫି…

Read More

ଶ୍ରେୟ ତରଙ୍ଗ ( କନ୍ଧମାଳ ବ୍ୟୁରୋ) : ଆଇନଜୀବି ପିତବାସ ପଣ୍ଡା ହତ୍ୟା ମାମଲାରେ, ମୁଖ୍ୟ ଅଭିଯୁକ୍ତ ଶିବ ଶଙ୍କର ଦାସ ଓରଫ ( ପିଣ୍ଟୁ ଦାସ) କୁ ଆଜି ଫୁଲବାଣୀ ମଣ୍ଡଳ ଜେଲ କୁ ଅଣାଯାଇଛି । ସୁରକ୍ଷା ଦୃଷ୍ଟିରୁ ସଶସ୍ତ୍ର ପୋଲିସ ବାହିନୀ, ବ୍ରହ୍ମପୁର କାରାଗାର ରୁ, ପିଣ୍ଟୁ କୁ ଆଣି ଫୁଲବାଣୀ ଜେଲ ରେ ଛାଡିଥିଲେ । ବ୍ରହ୍ମପୁର ବିଏମସି ର ପୂର୍ବତନ ବିଜେଡି ମେୟର ହେଉଛନ୍ତି ପିଣ୍ଟୁ ଦାସ । ସୁରକ୍ଷା ଦୃଷ୍ଟିରୁ, ଓ ତଦନ୍ତ କୁ ସଠିକ୍ ରାସ୍ତା ରେ ନେବା ପାଇଁ ରାଜ୍ୟସରକାର ଏଭଳି ପଦକ୍ଷେପ ନେଇଛନ୍ତି । ବ୍ରହ୍ମପୁର ଜେଲ ରେ ପିଣ୍ଟୁ ଙ୍କ ସମର୍ଥକ ମାନେ ରହୁଥିବାରୁ, ତଦନ୍ତ ଓ ସୁରକ୍ଷା ଦୃଷ୍ଟିରୁ ଆଜି ପିଣ୍ଟୁ କୁ ଫୁଲବାଣୀ ଜେଲ କୁ ଅଣା ଯାଇଛି । ଅନ୍ୟପଟେ, ଆଇନଜୀବି ପିତବାସ ପଣ୍ଡା ହତ୍ୟା ମାମଲା ଲଢ଼ିବା ପାଇଁ , ଦୁଇ…

Read More

ଶ୍ରେୟ ତରଙ୍ଗ ( କନ୍ଧମାଳ ବ୍ୟୁରୋ ) : ପିନ୍ ଗିଳି ଓଏଭି ସ୍କୁଲ ର ଅଷ୍ଟମ ଶ୍ରେଣୀ ଛାତ୍ର ଙ୍କ ମୃତ୍ୟୁ ହୋଇଛି । ଫୁଲବାଣୀ ବ୍ଲକ୍ ବେଲପଦର ଧୋବାତୋଟା ଓଡ଼ିଶା ଆଦର୍ଷ ବିଦ୍ୟାଳୟ ରେ ଛାତ୍ର ଜଣକ ପାଠ ପଢୁଥିବା ବେଳେ, ତାଙ୍କ ଘର ଦାରିଙ୍ଗିବାଡି ବ୍ଲକ୍ ରେ । ନୋଟିସ ବୋର୍ଡ ରେ ଲଗାଯାଇଥିବା ନୋଟିସ କୁ ତୁଷାର ମିଶ୍ର ଦେଖୁ ଦେଖୁ ଭୁଲ ବଶତଃ ନୋଟିସ ବୋର୍ଡ ରୁ ପିନ୍ ଟିକୁ କାଡ଼ି ଅନ୍ୟ ମାନସ୍କରେ ଗିଳି ଦେଇଥିଲେ । ପିନ୍ ଟିକୁ ଗିଳିବା ପରେ ଛାତ୍ର ତୁଷାର ମିଶ୍ର ତତକ୍ଷଣାତ୍ ସ୍କୁଲ କତୃପକ୍ଷଙ୍କୁ ଜଣାଇଥିଲେ ଏବଂ ଘରକୁ ଯିବା ପାଇଁ ଏକ ଦରଖାସ୍ତ ମଧ୍ୟ ଦେଇଥିଲେ ବାରମ୍ବାର ମିନତି ପରେ ମଧ୍ୟ ସ୍କୁଲ କତୃପକ୍ଷ ଏହାକୁ ହେୟ ଜ୍ଞାନ ମନେ କରି ଅପରାହ୍ନ ୪ ଘଣ୍ଟିକା ସମୟରେ ଅଷ୍ଟମ ଶ୍ରେଣୀ ଛାତ୍ର ତୁଷାର ମିଶ୍ରଙ୍କ…

Read More

ଶ୍ରେୟ ତରଙ୍ଗ, କନ୍ଧମାଳ ଭାଲୁ ଆକ୍ରମଣ ରେ ଦୁଇ ଭାଇ ଗୁରୁତର ହୋଇଛନ୍ତି. କ ନୂଆଗାଁ ବ୍ଲକ ଗୁଞ୍ଜିବାଡି ପଂଚାୟତ ମୁଣ୍ଡିକିଆ ଗ୍ରାମର ଲିଟୁ ପ୍ରଧାନ ଓ ପର୍ଶୁରାମ ପ୍ରଧାନ ଦିନବେଳେ ନଦୀ କୁ ଯାଉଥିବା ବେଳେ ଜଙ୍ଗଲ ଭିତରୁ ଭାଲୁ ବାହାରି ମାଡି ବସିଥିଲା. ଗ୍ରାମବାସୀ ଙ୍କ ସହାୟତା ରେ ଉଦ୍ଧାର କରାଯାଇ ପ୍ରଥମେ କ ନୂଆଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର କୁ ନେଇଥିଲେ. ଅବସ୍ଥା ଗୁରୁତର ହେବାରୁ ବ୍ରହ୍ମପୁର ମେଡିକାଲ କୁ ସ୍ଥାନାନ୍ତର କରାଯାଇଛି. ଜଙ୍ଗଲୀ ଭାଲୁ କିଛିଦିନ ହେବ ଘାଇଲା ହୋଇଥିବା ବେଳେ, ତାକୁ କାବୁ କରିଛନ୍ତି ଗାଁ ଲୋକ। କ୍ଷତି ପୂରଣ ଦାବି କରି ସ୍ଥାନୀୟ ବନ ବିଭାଗ କୁ ଜଣେଇଛନ୍ତି ଗ୍ରାମବାସୀ.

Read More

ଶ୍ରେୟ ତରଙ୍ଗ (ବ୍ୟୁରୋ): ଫୁଲବାଣୀ ସରକାରୀ ମେଡିକାଲ କଲେଜ ଓ ତାଳଚେର ପବିତ୍ର ମୋହନ ପ୍ରଧାନ ସରକାରୀ ମେଡିକାଲ କଲେଜକୁ MBBS ପାଇଁ ୧୦୦ ଲେଖାଏଁ ଆସନ ଅନୁମୋଦିତ କରିଛନ୍ତି କେନ୍ଦ୍ର ଓ ରାଜ୍ୟ ସରକାର। ୨୦୨୫-୨୬ ଶିକ୍ଷା ବର୍ଷରୁ ପାଠ ପଢ଼ା ଆରମ୍ଭ ହେବ । ସ୍ବାସ୍ଥ୍ୟ ଓ ଶିକ୍ଷା କ୍ଷେତ୍ରରେ ଆଉ ଏକ ମାଇଲଖୁଣ୍ଟ ହାସଲ କରିଛି ଓଡ଼ିଶା ବୋଲି, ମୁଖ୍ୟମନ୍ତ୍ରୀ ତାଙ୍କ ସୋସିଆଲ ମିଡ଼ିଆ X ରେ ପୋଷ୍ଟ କରିଛନ୍ତି । ଓଡ଼ିଶାର ଆଉ ଦୁଇଟି ସରକାରୀ ମେଡିକାଲ କଲେଜ ପାଇଁ ୨୦୦ ଆସନ ଅନୁମୋଦିତ ହୋଇଛି। ଜାତୀୟ ମେଡିକାଲ କମିଶନ୍ ଏହି ମଞ୍ଜୁରୀ ଦେଇଛନ୍ତି । ଫୁଲବାଣୀ ସରକାରୀ ମେଡିକାଲ କଲେଜ ପାଇଁ ୧୦୦ ଟି ସିଟ୍ ଅନୁମୋଦିତ ହୋଇଥିବା ବେଳେ, ତାଳଚେର ସ୍ଥିତ ପବିତ୍ର ମୋହନ ପ୍ରଧାନ ସରକାରୀ ମେଡିକାଲ କଲେଜ ପାଇଁ ମଧ୍ୟ ୧୦୦ ଟି ସିଟ୍ ଅନୁମୋଦିତ ହୋଇଛି। ଜାତୀୟ ମେଡିକାଲ…

Read More

ଶ୍ରେୟ ତରଙ୍ଗ (ବ୍ୟୁରୋ): ନବରଙ୍ଗପୁର ଅର୍ଗସ ଟିଭି ଜିଲ୍ଲା ସାମ୍ବାଦିକ ସୁମିତ ଘଣ୍ଟ ଙ୍କୁ ନିଶାସକ୍ତ ଯୁବକ ଖଣ୍ଡା ରେ ଆକ୍ରମଣ କରୁଛନ୍ତି। ସାମ୍ବାଦିକ ସୁମିତ ଗୁରୁତର ଆହତ ହୋଇ ବିଶାଖାପାଟଣା ହସ୍ପିଟାଲ କୁ ସ୍ଥାନାନ୍ତରିତ ହୋଇଛନ୍ତି । ଅର୍ଗସ ନ୍ୟୁଜର ନବରଙ୍ଗପୁର ଜିଲ୍ଲା ସାମ୍ବାଦିକ ସୁମିତ କୁମାର ଘଣ୍ଟଙ୍କ ଉପରେ ଆକ୍ରମଣ ହୋଇଛି । ଶୁକ୍ରବାର ବିଳମ୍ବିତ ରାତିରେ ସୁମିତ ବାଇକ୍ ଯୋଗେ ନବରଙ୍ଗପୁର ରୁ ନିଜ ଘର ପାପଡ଼ାହାଣ୍ଡିକୁ ଫେରୁଥିବା ବେଳେ ‘ଜେନା ଦୋକାନ ଛକ’ରେ ସୁମିତଙ୍କ ଉପରେ ଆକ୍ରମଣ କରିଥିଲେ ଦୁବୃର୍ତ୍ତ ହରେକୃଷ୍ଣ ବେହେରା । ସୁମିତଙ୍କ ଛାତି, ପେଟ ଓ ହାତରେ ଆଘାତ ଲାଗିଛି । ଆକ୍ରମଣକାରୀ ଜଣଙ୍କ ଛୁରି ଓ ଖଣ୍ଡା ଧରିଥିଲେ । ସୁମିତ ଆକ୍ରମଣକାରୀ ଧରିଥିବା ଖଣ୍ଡାକୁ ଅଟକାଇବା ବେଳେ ସେ ଛୁରିରେ ଆକ୍ରମଣ କରିଥିଲା । ସୁମିତଙ୍କ ଚିତ୍କାର ଶୁଣି ସ୍ଥାନୀୟ ଲୋକ ଦୌଡ଼ି ଆସି ସୁମିତଙ୍କୁ ଉଦ୍ଧାର କରିଥିଲେ…

Read More

ଶ୍ରେୟ ତରଙ୍ଗ (ବ୍ୟୁରୋ): ଅଗ୍ରପୂଜ୍ୟ ଶ୍ରୀ ଗଜାନନଙ୍କ ପୂଜା,ହୋମ,ପାଠ ଗାଁ ରୁ ସହର, ପ୍ରତ୍ୟେକ ଶିକ୍ଷାନୁଷ୍ଠାନ ଗୁଡ଼ିକ ରେ ଧୁମ୍ ଧାମ ରେ ପାଳନ ହୋଇଯାଇଛି ।। ଶିକ୍ଷାନୁଷ୍ଠାନ ଗୁଡିକୁ ଛାଡିଦେଲେ, ପ୍ରତି କ୍ଲବ୍ ଗୁଡିକରେ, ସୁନ୍ଦର୍ ମେଢ଼ ସାଙ୍ଗକୁ ଆକର୍ଷଣୀୟ ସାଜସଜ୍ଜା ଦେଖିବାକୁ ମିଳିଥିଲା । ନୟାଗଡ଼ ଜିଲ୍ଲା ଦଶପଲ୍ଲା ବ୍ଲକର ଅଗ୍ରଣୀ ସ୍ବେଚ୍ଛାସେବୀ କ୍ଲବ୍ ସୀତାରାମ ୟୁଥ୍ କ୍ଲବ୍ ଚର୍ଚ୍ଚାରେ ରହିଛି । ପ୍ରତ୍ୟେକ ସଦସ୍ୟ ଙ୍କ ସହଯୋଗ ରେ, ତ୍ରିନାଥ ଛକରେ ଥିବା ସୀତାରାମ ୟୁଥ୍ କ୍ଲବ୍ ର ନିଜସ୍ଵ ପରିସର ମଧ୍ୟରେ ସୁନ୍ଦର୍ ସୁଉଚ୍ଚ ତୋରଣ ରେ ସଜାଇ ଅଗ୍ରପୂଜ୍ୟ ଙ୍କୁ ଆବାହନ କରିଥିଲେ । ଶ୍ରୀ ଗଣେଶ ଭଗବାନଙ୍କ ପୂଜା କୁ କ୍ଲବ୍ ପ୍ରତିବର୍ଷ ନିଆରା ଢଙ୍ଗରେ ପାଳିବା ପାଇଁ ପ୍ରୟାସ ଜାରି ରଖିଛି । ସେହିଭଳି ଦଶପଲ୍ଲା ର ଅନ୍ୟତମ ଅଗ୍ରଣୀ ସ୍ବେଚ୍ଛାସେବୀ ଅନୁଷ୍ଠାନ ରାଜା ଗଡ଼ ରାଜେଶ୍ୱରି କ୍ଲବ୍ ର ସଦସ୍ୟ…

Read More