Author: sreyataranga

ଶ୍ରେୟ ତରଙ୍ଗ ( ନୟାଗଡ଼ ): ପୁଣି ଚର୍ଚ୍ଚା ରେ ଭାଇରାଲ ନାରଦ ପପୁ ବିଶ୍ବାଳ । ହେଲେ ଏଥର କୌଣସି ଅଭିନୟ କୁ ନୁହେଁ, ବରଂ ଥାନାର ଦ୍ୱାରସ୍ଥ ହୋଇ ଚର୍ଚା କୁ ଆସିଛନ୍ତି । କୋଭିଡ଼ ସମୟରେ ଝୁଲ୍ ରେ ନିତାଇ ଝୁଲ, ମୋ ଗୌରାଙ୍ଗ ସୁନ୍ଦର୍ ପରି ଝିଲ ଗୀତ ଗାଇବା ସହ ଏହି ଗୀତରେ ନାରଦ ଭୂମିକାରେ ଅଭିନୟ କରି ଚର୍ଚା କୁ ଆସିଥିଲେ ପପୁ ବିଶ୍ବାଳ ଓରଫ ଭାଇରାଲ ନାରଦ । ନୟାଗଡ଼ ବ୍ଲକ ଭାଟସାହି ଗ୍ରାମର ପପୁ ବିଶ୍ବାଳ, ଆଜି ନୟାଗଡ଼ ଟାଉନ ଥାନାରେ ପହଞ୍ଚି ଲିଖିତ ଅଭିଯୋଗ କରିଛନ୍ତି, ସେ ଦୀର୍ଘ ଦିନଧରି ନୟାଗଡ଼ ଜିଲ୍ଲା ସରଣକୁଳ ଓଁଶ୍ରି ଲଡୁ ବାବା ଯାତ୍ରା ପାର୍ଟିରେ ନାରଦ ଭୂମିକାରେ ଅଭିନୟ କରି ଆସୁଥିଲେ । କିନ୍ତୁ ଚଳିତ ବର୍ଷ, ସେ ସେହି ଯାତ୍ରା ପାର୍ଟି ରେ ଅଭିନୟ କରିବେ ନାହିଁ ବୋଲି ସଫା…

Read More

ଶ୍ରେୟ ତରଙ୍ଗ ( ଭାପୁର): ଭାପୁର ବ୍ଲକ ମାଳିବେରେଣୀ ଆଶ୍ରମ ବିଦ୍ୟାଳୟ ପରିସରରେ ବନ ମହୋତ୍ସବ ୨୦୨୫ ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟ ପ୍ରଧାନଶିକ୍ଷକ ପ୍ରମୋଦ କୁମାର ନାୟକ ଙ୍କ ନେତୃତ୍ୱ ରେ ବିଦ୍ୟାଳୟର ସମସ୍ତ ଶିକ୍ଷକ,ଶିକ୍ଷୟତ୍ରୀ, ଛାତ୍ର ଛାତ୍ରୀ ମାନେ ବୃକ୍ଷରୋପଣ କରିବା ସହ ଏହାର ଦାୟିତ୍ବ ନେଇ ବଢେ଼ଇବା ପାଇଁ ପ୍ରତିଜ୍ଞା କରିଥିଲେ । ଭାପୁର ବ୍ଲକ ମଙ୍ଗଳ ସମ୍ପ୍ରସାରଣ ଅଧିକାରୀ ତୁଳସୀ ବରାଳ, ସିଆରସିସି କାହୁଁ ଚରଣ ବେହେରା ଉପସ୍ଥିତ ରହିଥିଲେ । ବିଦ୍ୟାଳୟକୁ ଏକ ସୁନ୍ଦର୍ ସଭୂଜ ବନାନୀ ଭରା ବିଦ୍ୟାଳୟ ରେ ପରିଣତ କରିବା ଲକ୍ଷ୍ୟରେ ଏବଂ ସବୁଜ ସୁନ୍ଦର୍ ପରିବେଶ ଭିତରେ ଶିକ୍ଷାଦାନ ର ଗୁରୁତ୍ଵ କୁ ଉପଲବ୍ଧି କରି ସରକାର ପ୍ରତ୍ୟେକ ବିଦ୍ୟାଳୟ ଗୁଡିକରେ ବୃକ୍ଷ ଲଗେଇବା ଭଳି ସଚେତନ କାର୍ଯ୍ୟ କ୍ରାମ ହାତକୁ ନେଇଥାନ୍ତି । ଭାପୁର ବ୍ଲକ ରେ ଏକମାତ୍ର ସରକାରୀ ଅନୁସୂଚିତ ଜାତି ଓ ଜନଜାତି ବିଦ୍ୟାଳୟ…

Read More

ଶ୍ରେୟ ତରଙ୍ଗ ( ଶ୍ରୀମାନ ଉତ୍ପଳ ) : ଚା ଖଟି ଠାରୁ ଆଉ ବଡ଼ ଖଟି କିଛି ନାଇଁ । ମାଗଣା ଜ୍ଞାନ, ମାଗଣା ସମୟ ଅପଚୟ, ଅଯଥା କଥା, ଅବାନ୍ତର ଯୁକ୍ତି, ଓଲଟା ପ୍ରଶ୍ନ ଏମିତି ଅନେକ ଗୁଣର ଅଧିକାରୀ ମହାନ୍ ପଣ୍ଡିତ ମାନେ ଏହି ଚା ଖଟିରେ ଆଡା ମାରି ବସନ୍ତି । ଢେଙ୍କି ଶାଳ କଥା ରୁ ଦିଲ୍ଲୀ ଡେଇଁ ଆମେରିକା ପର୍ଯ୍ୟନ୍ତ ଘଡିକେ ଛୁଟି ଯାଆନ୍ତି କଥା ମାଧ୍ୟମରେ,, । ତାହେଲେ ଚା ଖଟିରେ କଣ ଭଲ କଥା ହୁଏନି ନା କଣ ? କିଏ କହିଲା ହୁଏନି,, ଚା ଖଟିରେ ଯାହା ଚର୍ଚା ହୁଏ, ତାହା ପୃଥିବୀ ରେ ଆଉ କେଉଁଠି ହୁଏନି,, ବୁଝିଲେ ଆଜ୍ଞା,, ସେଥିପାଇଁ ପରା ଆମେ ନାଁ ଦେଇଛୁ ଚା ଖଟିରେ ଚର୍ଚ୍ଚା ,,, ହଉ,, ଏଥର ମୁଖ୍ୟ ପ୍ରସଙ୍ଗ କୁ ଆସିବା, ଆମ ଖଟିରେ ଆଜି କଥା…

Read More

ଶ୍ରେୟ ତରଙ୍ଗ ( ବ୍ୟୁରୋ ): ଆନ୍ଧ୍ର ପ୍ରଦେଶ ବାପଟାଲା ଜିଲ୍ଲା ବାଲିକୁରୁମା ପଥର କୁଆରୀରେ ଆଜି ମଧ୍ୟାହ୍ନରେ ଶ୍ରମିକମାନେ କାମ କରୁଥିଲା ବେଳେ, ଭୟଙ୍କର ବିସ୍ଫୋରଣ ଘଟିଛି । କୁଆରୀ ରେ କାମ କରୁଥିବା ଶ୍ରମିକ ମାନଙ୍କ ମଧ୍ୟରେ ୧୮ ଜଣ ଓଡ଼ିଆ ଶ୍ରମିକ ଥିଲେ। କାମ ଚାଲିଥିଲା ବେଳେ ବିସ୍ଫୋରଣ ଘଟିଥିଲା। ଘଟଣାସ୍ଥଳରେ ହିଁ ୬ ଜଣଙ୍କର ମୃତ୍ୟୁ ଘଟିଛି । ଅନ୍ୟ ଗୁରୁତର ଆହତଙ୍କୁ ଉଦ୍ଧାର କରାଯାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ମୃତକ ଶ୍ରମିକ ମାନଙ୍କ ମଧ୍ୟରେ ଗଞ୍ଜାମ ଜିଲ୍ଲା ଦିଗପହଣ୍ଡିର ୪ ଜଣ ଓ ଗଜପତି ଜିଲ୍ଲା ମୋହନା ଥାନା ଅଂଚଳରେ ୨ ଜଣ ଶ୍ରମିକ ବୋଲି ଜଣାପଡ଼ିଛି। ବର୍ତ୍ତମାନ ସୁଦ୍ଧା ଉଦ୍ଧାର କାର୍ଯ୍ୟ ଜାରି ରହିଛି। ତେଣୁ ମୃତ୍ୟୁ ସଂଖ୍ୟା ବଢ଼ିବାର ସମ୍ଭାବନା ରହିଛି। ପଥର ଖଣି ଦୁର୍ଘଟଣା ଘଟଣା କୁ ନେଇ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ ଦୁଃଖ ପ୍ରକାଶ କରିଛନ୍ତି।। ଗୁରୁତର ଆହତ ମାନଙ୍କୁ ଉତ୍ତମ…

Read More

ଶ୍ରେୟ ତରଙ୍ଗ ( ବ୍ୟୁରୋ ): ଜାତୀୟ ଶିକ୍ଷା ନୀତି -୨୦୨୦ ନୀତି ନିୟମ କୁ ଓଡ଼ିଶାରେ ଲାଗୁ କରିବା ପାଇଁ ରାଜ୍ୟ ସରକାର ବଡ ପଦକ୍ଷେପ ନେବାକୁ ଯାଉଛନ୍ତି। ପ୍ରାଥମିକ ବିଦ୍ୟାଳୟସ୍ତରରେ ଖାଲି ପଡ଼ିଥିବା ଶିକ୍ଷକ, ଶିକ୍ଷୟିତ୍ରୀ ପଦ ପୂରଣ ସହ ପ୍ରାଥମିକ ବିଦ୍ୟାଳୟରେ କାର୍ଯ୍ୟରତ କନିଷ୍ଠ ଶିକ୍ଷକ ମାନଙ୍କୁ ନିୟମିତ କରିବାକୁ ନିଷ୍ପତି ନିଆଯାଇଛି । ୨୦୨୫-୨୬ରୁ ପ୍ରାଥମିକ ବିଦ୍ୟାଳୟ ସହ ଶିଶୁ ବାଟିକା ଯୋଡ଼ି ହୋଇଥିବାରୁ ଶିକ୍ଷକ ନିଯୁକ୍ତି ପ୍ରକ୍ରିୟାକୁ ବ୍ୟାପକ କରାଯାଉଛି ବୋଲି ସରକାର ସ୍ତରରେ ଆଲୋଚନା ହେଉଛି । ତଥ୍ୟ ଅନୁସାରେ, ଏବେ ୪୫ ହଜାର ୨୯୨ ବିଦ୍ୟାଳୟରେ ୧ ଲକ୍ଷ ୯୯ ହଜାର ୬୮୫ ଶିକ୍ଷକଙ୍କ ଆବଶ୍ୟକତା ରହିଛି। ସେଥିମଧ୍ୟରୁ ୩୯ ହଜାର ୩୬୬ ଶିକ୍ଷକ ପଦ ଖାଲି ପଡ଼ିଛି। ଡିସେମ୍ବର ସୁଦ୍ଧା ୫,୦୬୭ ଶିକ୍ଷକ ଆବଶ୍ୟକ ହେବେ । ତେଣୁ ମୋଟ ୪୪ ହଜାର ୪୩୩ ଶିକ୍ଷକ ନିଯୁକ୍ତି କରିବାକୁ ବିଭାଗ…

Read More

ବୌଦ୍ଧ MVI ଗୋଲାପ ଚନ୍ଦ୍ର ହାଁସଦା ଙ୍କ ଘରେ ଭିଜିଲାନ୍ସ ରେଡ । ଆୟ ବହିର୍ଭୁତ ସମ୍ପତି ଠୁଳ ଅଭିଯୋଗରେ ରେଡ କରୁଛି । ଭିଜିଲାନ୍ସ ଏକ କାଳିନ 6ଟି ସ୍ଥାନରେ ବୌଦ୍ଧ MVI ଗୋଲାପ ଚନ୍ଦ୍ର ହାଁସଦା ଙ୍କର ରେଡ କରୁଛି । ରେଡ ରେ ସାମିଲ ଅଛନ୍ତି 4ଜଣ DSP, 7ଜଣ ଇନ୍ସୀପେକ୍ଟର ଏବଂ ଅନ୍ୟାନ୍ୟ କର୍ମଚାରୀ ଭୁବନେଶ୍ୱର, ବାରିପଦା ଏବଂ ବୌଦ୍ଧ ର 6ଟି ସ୍ଥାନରେ ରେଡ ହେଉଛି ବାରିପଦା ପ୍ରଫୁଲ ନଗର ରେ ପୈତୃକ ଘର, ବୌଦ୍ଧ ରେ ଭଡା ଘର, ବୌଦ୍ଧ RTO ରେ ଅଫିସ ଚାମ୍ବର, ମୟୁରଭଞ୍ଜ ରେ ପୈତୃକ ଘର, ପାଣ୍ଡରାରେ ଝିଅର ଭଡ଼ା ଘର ଏବଂ ବାରିପଦା ରେ ସହଯୋଗୀଙ୍କ ଘରେ ରେଡ । ରେଡ ସମୟର ତାଙ୍କର ୩୬ ଟି ପ୍ଲଟ ଥିବା ବେଳେ, ୫୬ ଲକ୍ଷ ଟଙ୍କା ଫିକ୍ସି ଥିବା ଜଣାପଡିଛି ।

Read More

ଶ୍ରେୟ ତରଙ୍ଗ ( ବ୍ୟୁରୋ ): ଓଡ଼ିଆ ଚଳଚ୍ଚିତ୍ର ସୁପର ଷ୍ଟାର ସିଦ୍ଧାନ୍ତ ମହାପାତ୍ର ଓରଫ ମୁନା ଭାଇଙ୍କ ମା କନକ ମହାପାତ୍ରଙ୍କ ଆଜି ଚିକିତ୍ସା ଦିନ ଅବସ୍ଥାରେ ମୃତୁ ଘଟିଛି । ଭୁବନେଶ୍ୱର ଏକ ଘରୋଇ ହସ୍ପିଟାଲ ରେ ତାଙ୍କର ମୃତୁ ହୋଇଥିଲା । ପରେ ଭୁବନେଶ୍ବର ବାସ ଭବନ କୁ ପାର୍ଥିବ ଶରୀର କୁ ଅଣାଯାଇଥିଲା । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଉପସ୍ଥିତ ରହି ଶୋକ ସନ୍ତପ୍ତ ପରିବାର କୁ ସମବେଦନା ଜଣାଇଛନ୍ତି । ଓଡ଼ିଆ ଚଳଚ୍ଚିତ୍ର ସୁପର ଷ୍ଟାର ସିଦ୍ଧାନ୍ତ ମହାପାତ୍ର ନବେ ଦଶକ ରେ ନିଜର କ୍ୟାରିୟର ଆରମ୍ଭ କରିଥିବା ବେଳେ, ବ୍ରହ୍ମପୁର ଲୋକସଭା ଆସନ ରୁ ଦୁଇଥର ସାଂସଦ ଭାବେ ନିର୍ବାଚିତ ହୋଇଥିଲେ । ୨୦୨୪ ନିର୍ବାଚନ ରେ ବିଜେପି ତରଫରୁ ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବିଧାନସଭା ନିର୍ବାଚନ ମଣ୍ଡଳୀ ରୁ ବିଧାୟକ ରୂପେ ନିର୍ବାଚିତ ହୋଇଛନ୍ତି । ଓଡ଼ିଆ ଚଳଚ୍ଚିତ୍ର ଜଗତ…

Read More

ଶ୍ରେୟ ତରଙ୍ଗ ( କନ୍ଧମାଳ ବ୍ୟୁରୋ ) : ଗାଁ କୁ ପହଁଚି ପାରିଲାନି ଆମ୍ବୁଲାନ୍ସ । ଅଙ୍କାବଙ୍କା ଜଙ୍ଗଲ ରାସ୍ତାରେ ଗୁରୁତର ମହିଳାଙ୍କୁ ୮ କିଲୋମିଟର କାନ୍ଧରେ ବୋହିଲେ ପରିବାର ଲୋକେ । ଏଭଳି ଘଟଣା ଦେଖିବାକୁ ମିଳିଛି କନ୍ଧମାଳ ଜିଲ୍ଲା ତୁମୁଡ଼ିବନ୍ଧ ଥାନା ଅନ୍ତର୍ଗତ ମୁଣ୍ଡିଗଡ଼ ପଞ୍ଚାୟତରେ । ସୂଚନା ପ୍ରକାରେ କନ୍ଧମାଳ ଜିଲ୍ଲା ତୁମୁଡ଼ିବନ୍ଧ ଥାନା ଅନ୍ତର୍ଗତ ମୁଣ୍ଡିଗଡ଼ ପଞ୍ଚାୟତର ତର୍ଲଙ୍ଗି ଗ୍ରାମର ଡୁମେରପଡ଼ା ଅଞ୍ଚଳର ମହିଳା ବଲମାଡୁ ମାଝୀ ସପରିବାର ସହ ରାତିରେ ଘରେ ଶୋଇଥିବା ବେଳେ ବିଳମ୍ବିତ ରାତିରେ ତାଙ୍କୁ ଏକ ବିଷଧର ସାପ କାମୁଡ଼ିଲା । ପରିବାର ଲୋକେ ସକାଳୁ ଆମ୍ବୁଲାନ୍ସକୁ ଯୋଗାଯୋଗ କରିଥିଲେ । ହେଲେ ଗାଁ କୁ ରାସ୍ତା ନଥିବାରୁ ଗାଁ ରେ ପହଁଚି ପାରିଲାନି ଆମ୍ବୁଲାନ୍ସ । ଫଳରେ ଗୁରୁତର ଅବସ୍ଥାରେ ବଲମାଡ଼ୁ ମାଝୀଙ୍କୁ ଅଙ୍କାବଙ୍କା ଜଙ୍ଗଲ ରାସ୍ତାରେ ଦୀର୍ଘ ଆଠ କିଲୋମିଟର କାନ୍ଧରେ ବୋହି ପିକୁସ ଗାଁ…

Read More

ଶ୍ରେୟ ତରଙ୍ଗ (ବ୍ୟୁରୋ): ୭୧ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ପାଇଲା ହିମାଂଶୁ ଶେଖର ଖଟୁଆଙ୍କ ନିର୍ଦ୍ଦେଶିତ ‘ ସି ଆଣ୍ଡ ସେଭନ୍ ଭିଲେଜେସ୍’ । ୨୦୨୩ ବର୍ଷ ପାଇଁ ସ୍ପେସାଲ କ୍ୟାଟେଗୋରୀ ମେନସନ ରେ ପୁରସ୍କାର ହାସଲ କରିଛି ‘ ସି ଆଣ୍ଡ ସେଭନ୍ ଭିଲେଜସ୍’ । କାଦମ୍ବିନୀ ମିଡିଆ ପ୍ରଯୋଜିତ ଏହି ଡକ୍ୟୁମେଣ୍ଟାରୀ ଚଳଚ୍ଚିତ୍ର ଜଳବାୟୁ ପରିବର୍ତ୍ତନ ଏବଂ ଓଡ଼ିଶାର କେନ୍ଦ୍ରାପଡ଼ା ଜିଲ୍ଲାର ରାଜନଗର ତହସିଲ ଅନ୍ତର୍ଗତ ସାତଭାୟା ଉପରେ ପର୍ଯ୍ୟବସିତ । ପୂର୍ବରୁ ଅନେକ ଜାତୀୟ ଓ ଅନ୍ତର୍ଜାତୀୟ ସମ୍ମାନ ଲାଭ କରିଥିବା ଏହି ଚଳଚ୍ଚିତ୍ରଟି ହିମାଂଶୁ ଖଟୁଆଙ୍କ ଗବେଷଣାର ଫଳଫଳ । ଏଥିରେ ସାତଭାୟା ଗାଁର ବାସିନ୍ଦାଙ୍କ ଜୀବନ ଏବଂ ସଂଘର୍ଷ ଚିତ୍ରିତ ହୋଇଛି। ଏହାର ପ୍ରଯୋଜନା କରିଛନ୍ତି ଡ. ଇତି ସାମନ୍ତ । କାଦମ୍ବିନୀ ମିଡିଆ ବ୍ୟାନରରେ ଡ. ଅଚ୍ୟୁତ ସାମନ୍ତଙ୍କ ଦ୍ୱାରା ନିବେଦିତ ଏହି ଫିଲ୍ମ ଜଳବାୟୁ ପରିବର୍ତ୍ତନର ପ୍ରଭାବ କିଭଳି ସାତଭାୟାକୁ ପ୍ରଭାବିତ…

Read More

ଶ୍ରେୟ ତରଙ୍ଗ ( ବ୍ୟୁରୋ ) : ଆଜି ଚା ଖଟିରେ ଚର୍ଚା ଭାବରେ ଆପଣ କବି ଯଦୁମଣି ଙ୍କ ନାମ ଶୁଣିଥିବେ। ଯଦି ନାଁ ଟା ଶୁଣିଥିବେ, ତାହେଲେ ନିଶ୍ଚୟ ଏହି କବିତା ଟି ମନେ ଥିବ,” ଅନ୍ଧ ଦେଶେ ଗଲି ଦର୍ପଣ ବିକି, କନ୍ଧ ହସ୍ତରେ ଦେଲି ଗୋଦାନ ଟେକି,,, ଆଗକୁ ନିଶ୍ଚୟ ମନେ ଥିବ । କବିତ ଆମ ଗହଣରେ ନାହାନ୍ତି, ତାହେଲେ ଏ କଥାଟି କିଆଁ ମନେ ପକେଇଲି ବୋଲି ନିଶ୍ଚୟ ପ୍ରଶ୍ନ କରୁଥିବେ ? କଥା ହଉଛି, ଗୋଟିଏ ସପ୍ତାହ ଧରି ବିଭିନ୍ନ ଗଣମାଧ୍ୟମ ରେ ଆଲୋଚନା , ସମାଲୋଚନା ହେଉଛି, ନୟାଗଡ଼ ଜିଲ୍ଲାର ଦଶପଲ୍ଲା ବ୍ଲକ୍ ଟାକରା ସରକାରୀ ହାଇସ୍କୁଲ କୁ ନେଇ । ସେ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ କେଶ ବାବୁ କୁଆଡେ ବିଦ୍ୟାଳୟ ରୁ ପୁରୁଣା ଇନ୍ ଭଟର , ମୂଲ୍ୟବାନ କାଠ, ଜ୍ଞାନ ବିକ୍ରି କରି ଦେଇଛନ୍ତି…

Read More

ଶ୍ରେୟ ତରଙ୍ଗ ( ବ୍ୟୁରୋ ): ଶ୍ରୀ ଶ୍ରୀ ଲକ୍ଷ୍ମୀ ମା, ଆମ ସମସ୍ତଙ୍କ ବଡ଼ ମା, ଙ୍କ ଜୀବନ ଚର୍ଯ୍ୟା ଆମ ସମସ୍ତଙ୍କ ପାଇଁ ବରଦାନ । ସୂକ୍ଷ୍ମ ବିଚାର, ଦୃଷ୍ଟି ଭଙ୍ଗୀରେ ଶ୍ରୀ ଶ୍ରୀ ଠାକୁର୍ ଅନୁକୂଳ ଚନ୍ଦ୍ରଙ୍କ ଜୀବନୀ, କୁ ଅନୁଧ୍ୟାନ କରିବାକୁ ପଡ଼ିବ । ଆଜି ଶ୍ରୀଶ୍ରୀ ବଡ଼ମା ଙ୍କ ୧୩୨ ତମ ଜନ୍ମ ଦିବସରେ , ପ୍ରଶ୍ନ ଆସେ, ଆମ ପରିବାର ରେ କାହିଁକି ଏତେ ବିଶୃଙ୍ଖଳା ଦେଖା ଦିଏ ? ଆମର ସନ୍ତାନ ମାନେ କାହିଁକି ଶ୍ରେଷ୍ଟ ହୋଇ ପାରନ୍ତି ନାହିଁ ? ସମାଜ ପ୍ରତି ମୁଁ ସଠିକ୍ କର୍ମ କରିପାରେ ନାହିଁ କାହିଁକି ? ମୋର କର୍ତ୍ତବ୍ୟ କଣ ? ବର୍ତ୍ତମାନ ରେ ଦେଖା ଯାଉଥିବା ବିଭିନ୍ନ ମନୁଷ୍ୟ କୃତ ଘଟଣା ଦୁର୍ଘଟଣା ପାଇଁ ଦାୟୀ କିଏ ? ଦେଶ ଦେଶ ଭିତରେ, ଦେଶ ଭିତରେ, ରାଜ୍ୟ ଭିତରେ, ପରିବାର ଭିତରେ…

Read More

ଶ୍ରେୟ ତରଙ୍ଗ (ବ୍ୟୁରୋ): ଭାରତୀୟ ଜନତା ପାର୍ଟି ତରଫରୁ କଣ୍ଟିଲୋ ମଣ୍ଡଳ ସଭାପତି ଭାବେ, ଯୁବ ସଂଗଠକ, ଉଦ୍ୟୋଗପତି, ତଥା ଯୁବ ସମାଜସେବୀ ଶ୍ରୀଯୁକ୍ତ ଟିଟନ୍ ସାହୁଙ୍କୁ ନିଯୁକ୍ତି ଦିଆଯାଇଛି । ଖଣ୍ଡପଡ଼ା ନିର୍ବାଚନ ମଣ୍ଡଳୀ ରେ କଣ୍ଟିଲୋ ଏକ ଗୁରୁତ୍ଵ ପୂର୍ଣ୍ଣ ମଣ୍ଡଳୀ । କଂସା ବାସନ, ମହାପ୍ରଭୁ ଶ୍ରୀ ନୀଳ ମାଧବଙ୍କ ପୀଠ ପାଇଁ ବେଶ୍ ପ୍ରସିଧ । ତେଣୁ ସିଧମୂଳା ପଞ୍ଚାୟତ ଠାରୁ ବାଣପୁର, କଣ୍ଟିଲୋ, ବେଣା ଗାଡିଆ, ପଞ୍ଚାୟତ ଭଳି ବହୁ ଗୁରୁତ୍ଵ ପୂର୍ଣ୍ଣ ପଞ୍ଚାୟତ ର ସାଂଗଠାନିକ ଦାୟିତ୍ଵ ଦେଇଛି ଦଳ । ଖଣ୍ଡପଡ଼ା ବିଧାୟକ ଇଁ ଦୁଷ୍ମନ୍ତ କୁମାର ସ୍ବାଇଁ, କଟକ ସାଂସଦ ଶ୍ରୀଯୁକ୍ତ ଭର୍ତୁହରି ମହତାବ, ରାଜ୍ୟ ସଭାପତି ଶ୍ରୀଯୁକ୍ତ ମନ ମୋହନ ସାମଲ, ଓ ସର୍ବୋପରି ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝୀ ଙ୍କୁ ନିଜର କୃତଜ୍ଞତା ଜଣାଇଛନ୍ତି । ଦଳର ସାଂଗଠାନିକ ଦାୟିତ୍ଵ କୁ ଆହୁରି ମଜଭୁତ କରିବା…

Read More