(ନାୟାଗଡ, ବ୍ୟୁରୋ ): ଆସନ୍ତା କାଲି ନୟାଗଡ ପଠାଣି ସାମନ୍ତ ପ୍ରେକ୍ଷାଳୟ ରେ ଆଚାର୍ଯ୍ୟ ଏଣ୍ଟର ଟେନମେଣ୍ଟ ତରଫରୁ ରଜ କାର୍ଯ୍ୟକ୍ରମ ଆୟୋଜିତ ହେବ । ସକାଳ ୯ ରୁ ରେଜିଷ୍ଟ୍ରେସନ୍ କାର୍ଯ୍ୟକ୍ରମ ଆରମ୍ଭ ହେବ । ୧୮ ବର୍ଷ ରୁ ଉର୍ଦ୍ଧ୍ୱ ଯୁବତୀ ମାନେ ଏଥିରେ ଭାଗ ନେବେ । ପୁଚି, ହୁଳହୁଳି, କୁଇଜ୍ ପ୍ରତି ଜୋଗିତା ଭଳି ବିଭିନ୍ନ ପ୍ରକାର ଇଭେଣ୍ଟ ଆୟୋଜନ ହେବ । ପରେ ରଜ ସୁନ୍ଦରୀ ପ୍ରତିଯୋଗିତା ଆୟୋଜିତ ହେବ । ୧୫ ଜଣ ରଜ ସୁନ୍ଦରୀ ବଛା ଯିବ , ଯେଉଁମାନେ ଆଗାମୀ ଦିନରେ ଓଡ଼ିଆ ଚଳଚ୍ଚିତ୍ର ରେ କାମ କରିବାର ସୁଯୋଗ ପାଇବେ । ବାଚସ୍ପତି ସୁରମା ପାଢ଼ୀ, କନ୍ଧମାଳ ପୂର୍ବତନ ସାଂସଦ ତଥା ନୟାଗଡ଼ ବିଜେପି ନେତ୍ରୀ ପ୍ରତୁଷ। ସିଂ, ଜିଲ୍ଲାପାଳ ମଧୁମିତା ରଥ, ଏସଡିପିଓ ସୃଷ୍ଟି ପ୍ରଧାନ ପ୍ରମୁଖ ଉପସ୍ଥିତ ରହି ଆନୁଷ୍ଠାନିକ ଭାବେ ମଞ୍ଚ ଉଦ୍ଘାଟନ କରିବେ । ଆୟୋଜକ ତଥା ଓଡ଼ିଆ ଚଳଚ୍ଚିତ୍ର ପ୍ରଯୋଜକ ପ୍ରଦୀପ ଆଚାର୍ଯ୍ୟ, ସାମ୍ବାଦିକ ରଜତ କୁମାର ପଟ୍ଟନାୟକ ସାମ୍ବାଦିକ ସମ୍ମିଳନୀ ରେ ସୂଚନା ଦେଇଛନ୍ତି ।


