( ଶ୍ରେୟ ତରଙ୍ଗ ବ୍ୟୁରୋ ): ନୟାଗଡ଼ ଜିଲ୍ଲା ଖଣ୍ଡପଡା ବ୍ଲକ ବେଣାଗାଡିଆ ଗ୍ରାମ ପଞ୍ଚାୟତ ପ୍ରାଥମିକ ବିଦ୍ୟାଳୟ କ୍ରୀଡ଼ାଙ୍ଗନରେ ପଞ୍ଚମ ରାତ୍ରି କାଳୀନ ବେଣାଗାଡିଆ ପ୍ରିମିୟର ଲିଗ୍ ୨୦୨୬ ରଜ ପର୍ବ ଉପଲକ୍ଷେ ଅନୁଷ୍ଠିତ ହୋଇଯାଇଛି । ପଞ୍ଚମ ବାର୍ଷିକ ଅର୍ଥାତ୍ ସିଜିନ୍ ୫ ରାତ୍ରୀକାଳୀନ ଗ୍ରାଉଣ୍ଡ ସଟ୍ କ୍ରିକେଟ୍ ମ୍ୟାଚ୍ ୧୩ ତାରିଖ ଶନିବାର ରାତ୍ର ୯ ଘଟିକା ସମୟରେ ଅନୁଷ୍ଠିତ ହୋଇଯାଇଛି । ୧୩ ରୁ ୧୫ ତାରିଖ ତିନିଦିନ ଧରି ହେବାକୁ ଥିବା ଉଦ୍ଘାଟନୀ ମ୍ୟାଚରେ ବହୁଚର୍ଚ୍ଚିତ ସମାଜସେବୀ ମନୋଜ କୁମାର ପ୍ରଧାନ ମୁଖ୍ୟ ଅତିଥି ରୁପେ ଯୋଗଦେଇ ଆନୁଷ୍ଠାନିକ ଭାବେ ମ୍ୟାଚକୁ ଉଦଘାଟନ କରିଥିଲେ । ରାତ୍ରିର ପ୍ରଥମ ଲିଗ୍ ମ୍ୟାଚରେ ଭାଗନେଇଥିବା ୬ ଗୋଟି ଦଳ ରୟାଲ ଚ୍ୟାଲେଞ୍ଜର୍ଷ, କିଙ୍ଗଷ୍ଟାର କ୍ରିକେଟ ଟିମ୍, ଅକ୍ଟିମେଟ ୱାରିଅର୍ଷ, ରାଇଜିଂ ଷ୍ଟାର୍, ରାଇଜିଂ ୱାରୀୟର୍ଷ, ଶ୍ରୀୟାନ୍ତି ୱାରୀୟର୍ଶ କ୍ରିକେଟ ଦଳ ମଧ୍ୟରେ ଖେଳ ଅନୁଷ୍ଠିତ ହୋଇଥିଲା । ଆୟୋଜକ ଦଳ ପକ୍ଷରୁ ପ୍ରତ୍ୟେକ ଦଳ ନିର୍ଦ୍ଧାରିତ ୬ ଓଭର ଲେଖା ଖେଳିବାକୁ ନିଷ୍ପତି ନିଆଯାଇଥିଲା । ଏହି ଉଦ୍ଘାଟନୀ ମ୍ୟାଚରେ ମୁଖ୍ୟ ଅତିଥ୍ ମନୋଜ କୁମାର ପ୍ରଧାନଙ୍କ ସହିତ ଉପସ୍ଥିତ ଥିବା ଅନ୍ୟ ସମସ୍ତ ସମ୍ମାନିତ ଅତିଥିମାନଙ୍କୁ ପୁଷ୍ପଗୁଚ୍ଛ ଓ ଉପଢୌକନ ଦେଇ ଅନୁଷ୍ଠାନ ତରଫରୁ ସମ୍ମାନିତ କରାଯାଇଥିଲା। ଉପସ୍ଥିତ ଅତିଥିମାନେ ସମସ୍ତ ଖେଳାଳୀ ମାନଙ୍କ ସହିତ କରମର୍ଦ୍ଦନ କରି ପରିଚୟ ଆଦାନ ପ୍ରଦାନ କରିଥିଲେ । ତତ୍ ସଙ୍ଗେସଙ୍ଗେ ଉପସ୍ଥିତ ରହି ଖେଳାଳୀ ମାନଙ୍କୁ ଉତ୍ସାହିତ କରିବା ସହ ଅନୁଷ୍ଠାନର ଉତ୍ତରୋତ୍ତର ଉନ୍ନତି କାମନା କରିଥିଲେ । ଉକ୍ତ ମ୍ୟାଚକୁ ଜିତେନ୍ ନାୟକ ଓ ଆଲୋକ ସ୍ବାଇଁ ପରିଚାଳନା କରିଥିବାବେଳେ ଗୌରାଙ୍ଗ ଚରଣ ସେଠୀ ସ୍କୋରର ଭାବେ ଗୁରୁ ଦାୟିତ୍ବ ତୁଲାଇଥିଲେ । ସୋମବାର ତୃତୀୟ ରାତ୍ରି ଅର୍ଥାତ୍ ଉଦଯାପନୀ ମ୍ୟାଚରେ ଚମ୍ପିୟାନ ଦଳକୁ ଚମ୍ପିୟାନସିପ ଟ୍ରଫି ସହିତ ୧୦ ହଜାର ଓ ରନର୍ଷଅପ୍ ଦଳକୁ ରନର୍ଷଅପ ଟ୍ରଫି ସହିତ ୮ ହଜାର ଟଙ୍କା ନଗଦ ରାଶି ପ୍ରଦାନ କରାଯିବାର ବ୍ୟବସ୍ଥା ରହିଛି ବୋଲି ଆୟୋଜକ ଦଳ ପକ୍ଷରୁ ସୂଚନା ମିଳିଛି। ଏଭଳି ଏକ ଗ୍ରାଉଣ୍ଡ ସଟ୍ ସର୍କଲ୍ କ୍ରିକେଟ୍ ମ୍ୟାଚ୍ ଖଣ୍ଡପଡା ଅଞ୍ଚଳରେ ଦେଖୁବାକୁ ବିରଳ । ତେଣୁ ଉକ୍ତ ମ୍ୟାଚକୁ ଦେଖିବା ପାଇଁ ଗ୍ରାମ ତଥା ଆଖପାଖ ଅଞ୍ଚଳରୁ ଶହ ଶହ ସଂଖ୍ୟାରେ ଦର୍ଶକ ଉପସ୍ଥିତ ରହି ଖେଳକୁ ମନଭରି ଉପଭୋଗ କରିଥିଲେ।

