ନୟାଗଡ଼, ଶ୍ରେୟ ତରଙ୍ଗ (ବ୍ୟୁରୋ ): ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ମାମଲାରେ ଭିଜିଲାନ୍ସ ରାଜଧାନୀ ଭୁବନେଶ୍ବରରେ ଆର ଆଣ୍ଡ ବି ଡିଭିଜନର ସହକାରୀ ଯନ୍ତ୍ରୀ ରାଜା କିଶୋର ଜେନାଙ୍କ ଅଫିସ ସମେତ ବିଭିନ୍ନ ସ୍ଥାନରେ ଚଢାଉ ଜାରି ରଖିଛି । ଭୁବନେଶ୍ବର ଏବଂ ନୟାଗଡରେ ୧୩ ଟି ମୂଲ୍ୟବାନ ପ୍ଲଟ ସହିତ, ବହୁ ବେନାମୀ ସମ୍ପତି ଠାବ କରିଛି । ଆର ଆଣ୍ଡ ବି ଡିଭିଜନ-III, ଭୁବନେଶ୍ବରରେ କାର୍ଯ୍ୟରତ ରାଜା କିଶୋର ଜେନାଙ୍କ ପୈତୃକ ଗାଁ, ବାସଭବନ ସମେତ ୧୦ଟି ଭିନ୍ନ ଭିନ୍ନ ସ୍ଥାନରେ ଏକକାଳୀନ ଚଢ଼ାଉ କରାଯାଇଛି । ଭିଜିଲାନ୍ସ ବିଭାଗର ୭ ଜଣ ଡେପୁଟି ସୁପରିଣ୍ଟେଣ୍ଡେଣ୍ଟ ଅଫ୍ ପୋଲିସ (ଡିଏସ୍ ପି), ପାଞ୍ଚ ଜଣ ଇନ୍ସପେକ୍ଟର, ଜଣେ ସବ-ଇନ୍ସପେକ୍ଟର, ୧୧ ଜଣ ସହକାରୀ ସବ-ଇନ୍ସପେ ନ୍ସପେକ୍ଟର (ଏଏସ୍ ଆଇ) ଏବଂ ଅନ୍ୟାନ୍ୟ ଅଧିକାରୀଙ୍କୁ ନେଇ ଗଠିତ ଟିମ୍ ସହକାରୀ ଯନ୍ତ୍ରୀଙ୍କ ଭୁବନେଶ୍ବରର ନୀଳାଦ୍ରି ବିହାରର ସେକ୍ଟର-୫ରେ ଥିବା…
Author: sreyataranga
ଶ୍ରେୟ ତରଙ୍ଗ ( ବ୍ୟୁରୋ ) : ଖୁବ୍ ଶୀଘ୍ର ଚା ଖଟିରେ ଚର୍ଚ୍ଚା ବ୍ୟଙ୍ଗ ସମାଲୋଚନା ମୂଳକ ଲେଖା କେବଳ ଶ୍ରେୟ ତରଙ୍ଗ ରେ ଆସିବ। ଆମ ସମାଜ ରେ ଘଟୁଥିବା ବିଭିନ୍ନ ଘଟଣା, ରାଜନୈତିକ, ସାମାଜିକ, ଓ ସାଂସ୍କୃତିକ, ଅର୍ଥନୈତିକ, ଅପରାଧ, ଘଟଣା ର ବ୍ୟଙ୍ଗ ସମାଲୋଚନା ମୂଳକ ଆଲୋଚନା ହେବ । ଏଥିରେ କାହାର ମାନ ସମ୍ମାନ ହାନି ହେବା ଭଳି ଲେଖା ଆମେ ଲେଖିବୁ ନାହିଁ । କିନ୍ତୁ ଘଟଣା ର ସତ୍ୟା ସତ୍ୟ କୁ ଅନୁଧ୍ୟାନ କରି, ତୀବ୍ର ସମାଲୋଚନା କରିବୁ । ଯେଉଁଭଳି ଚା ଖଟି ରେ ଆଲୋଚନା ହୁଏ, ଯାହାର ସତ୍ୟା ସତ୍ୟ କାହାକୁ ଜଣା ନଥାଏ, କିନ୍ତୁ ଆଲୋଚନା ହୁଏ, ସାଧାରଣ ଲୋକଙ୍କ ଠାରୁ ରାଜନେତା , ସମସ୍ତେ ସମାଲୋଚନା ର ଶିକାର ହୁଅନ୍ତି । ସେହିଭଳି ପ୍ରତେକ ଘଟଣାର ଅମଲୋଚନା କରିବୁ । କଥାରେ ଅଛି, ଯିଏ ସମାଲୋଚନା…
ଶ୍ରେୟ ତରଙ୍ଗ ( ବ୍ୟୁରୋ): ହାପି ମୋମେଣ୍ଟସ୍ ଅଫ ଇଣ୍ଡିଆ ଅରଗାନାଇଜେସନ ତରଫରୁ ନୟାଗଡ଼ ଜିଲ୍ଲାର ଆଦର୍ଶ ଶିକ୍ଷକ,ଲେଖକ ତଥା କବି ଡକ୍ଟର ପ୍ରତାପ କୁମାର ପରିଡ଼ାଙ୍କୁ ମାନପତ୍ର ଓ ଉତ୍ତରୀୟ ଦେଇ ସାହିତ୍ୟ ସାରଥୀ ସମ୍ମାନରେ ସମ୍ମାନିତ ଓ ସମ୍ବର୍ଦ୍ଧନା କରାଯାଇଛି । ଆଦର୍ଶ ଶିକ୍ଷକ ଓ ଯୁବ ଲେଖକ କବି ଭାବରେ ବେଶ୍ ଜଣଶୁଣା ବୋଲି ହାପି ମୋମେଣ୍ଟସ୍ ଅଫ ଇଣ୍ଡିଆ ଅରଗାନାଇଜେସନ ତରଫରୁ ସମ୍ପାଦକ ରାଜେନ୍ଦ୍ର ପ୍ରସାଦ ପଣ୍ଡା ଉପସ୍ଥାପନା କରିଥଲେ। ମୁଖ୍ୟ ଅତିଥି ହରିହର କାନୁନଗୋ ତିରୁପତି ବିଶ୍ବ ବିଦ୍ୟାଳୟ କୁଳପତି ଓ ଶଶଧର ପଣ୍ଡା ଶିକ୍ଷାବିତ୍, ଶ୍ରୀକାନ୍ତ ଗୌତମ, ଚଳଚ୍ଚିତ୍ର ସଙ୍ଗୀତ ନିର୍ଦ୍ଦେଶକ, ପ୍ରିୟମ୍ବଦା ଦାସ ପ୍ରବଚିକା,ଅନ୍ୟାନ୍ୟ ଅତିଥି ଉପସ୍ଥିତ ଥିଲେ ଓ ହାପି ମୋମେଣ୍ଟସ୍ ଅଫ ଇଣ୍ଡିଆ ଅରଗାନାଇଜେସନ ତରଫରୁ ସମ୍ପାଦକ ରାଜେନ୍ଦ୍ର କୁମାର ପଣ୍ଡା ମଞ୍ଚ ପରିଚାଳନା ଓ ଧନ୍ୟବାଦ ଅର୍ପଣ କରିଥିଲେ ।।
ଶ୍ରେୟ ତରଙ୍ଗ (ବ୍ୟୁରୋ): ନୟାଗଡ଼ ଜିଲ୍ଲା ଆଦିବାସୀ ଅଧ୍ୟୁଷିତ ଦଶପଲ୍ଲା ବ୍ଲକ୍ ସରକାରୀ ଉଚ୍ଚ ବିଦ୍ୟାଳୟ ଟାକରା ( ଅନୁସୂଚିତ ଜାତି ଓ ଜନଜାତି ବିଭାଗ) ର ପ୍ରଧାନ ଶିକ୍ଷକ ଶ୍ରୀ ମୁକେଶ ଦୁଗାଲ୍ ଙ୍କୁ ନେଇ ଏବେ ଜିଲ୍ଲାରେ ଦୁର୍ନୀତି ର ମାଳମାଳ ଅଭିଯୋଗ ଆସିଛି । ୧୭.୦୫.୨୦୨୩ ରେ କନ୍ଧମାଳ ଜିଲ୍ଲା ଦାରିଙ୍ଗିବାଡି ବ୍ଲକ୍ ରୁ ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଲକ୍ ସରକାରୀ ଅନୁସୂଚିତ ଜାତି ଓ ଜନଜାତି ବିଭାଗ ଡିମିରିପଲ୍ଲୀ ସରକାରୀ ଉଚ୍ଚ ବିଦ୍ୟାଳୟ ରେ ପ୍ରଧାନଶିକ୍ଷକ ଭାବେ ଯୋଗଦେଇଥିବା ବେଳେ, ବିବାଦରେ ଛନ୍ଦି ହୋଇ ୧୧.୦୧.୨୦୨୪ ରେ ଟାକରା ସରକାରୀ ଉଚ୍ଚ ବିଦ୍ୟାଳୟ କୁ ପ୍ରଧାନଶିକ୍ଷକ ଭାବେ ବଦଳି ହୋଇଥିଲେ । ପୂର୍ବତନ ଜିଲ୍ଲାପାଳ ଶ୍ରୀଯୁକ୍ତ ରବୀନ୍ଦ୍ର ନାଥ ସାହୁ ତାଙ୍କୁ ବଦଳି କରିଥିଲେ । ବର୍ତ୍ତମାନ ଟାକରାରେ ମଧ୍ୟ ସମାନ ଅବସ୍ଥା ଦେଖିବାକୁ ମିଳିଛି । ସରକାରୀ ଅର୍ଥ ହଡପ କରିବା, ସହକର୍ମୀ ଙ୍କୁ…
ଦଶପଲ୍ଲା : ( ଶ୍ରେୟ ତରଙ୍ଗ): ନୟାଗଡ଼ ଜିଲ୍ଲା ଦଶପଲ୍ଲା ବ୍ଲକ୍ ର ବିଭିନ୍ନ ଦୁର୍ଗମ ଅଂଚଳରେ ଜନହିତକର କାର୍ଯ୍ୟକରି ପ୍ରଶଂସା ସାଉଁଟିଚାଲିଛି ଉତ୍ସର୍ଗ ଫାଉଣ୍ଡେସନ ଟ୍ରଷ୍ଟ। ଦଶପଲ୍ଲା ଅଂଚଳର ଯୁବ ସାମ୍ବାଦିକ ପ୍ରିୟବ୍ରତ ଆଚାର୍ଯ୍ୟ ଅସହାୟ ଲୋକଙ୍କ ପାଖରେ ଛିଡ଼ା ହୋଇ ସୁଖ ଦୁଃଖରେ ସାମିଲ ହେଉଥିବା ବେଳେ, ନଅ ଜଣ ସାଙ୍ଗ ପ୍ରିୟବ୍ରତଙ୍କ ସହ ସାମିଲ ହୋଇ ଲୋକଙ୍କ ସେବା କରୁଛନ୍ତି । ଲୋକଙ୍କ ସୁଖ ଦୁଃଖ ରେ ସାମିଲ ହେବା ପାଇଁ ଉତ୍ସର୍ଗ ଫାଉଣ୍ଡେସନ ଟ୍ରଷ୍ଟ ନାମରେ ଏକ ସ୍ବେଛାସେବୀ ଅନୁଷ୍ଠାନ କରିଛନ୍ତି । ସର୍ବପ୍ରଥମେ ଦଶପଲ୍ଲା ପଶ୍ଚିମାଞ୍ଚଳ ଟାକରା ଠାରେ ୨୫-୦୬-୨୦୨୫ ରିଖ ଦିନ “ସେବାଉତ୍ସବ – ୨୦୨୫” ନାମରେ ଏକ କାର୍ଯ୍ୟକ୍ରମ କରି ପ୍ରଥମେ ମଶାଲ ଶୋଭାଯାତ୍ରା ଓ ପରେ ବୃକ୍ଷରୋପଣ କାର୍ଯ୍ୟକ୍ରମ କରିଥିଲେ । ଅଞ୍ଚଳ ର ଶତାଧିକ ଅସହାୟ, ଭିନ୍ନକ୍ଷମ ଲୋକଙ୍କୁ ଉକ୍ତ କାର୍ଯ୍ୟକ୍ରମ କୁ ଡକାଇ ତାଙ୍କୁ ରନ୍ଧାଖାଦ୍ୟ,ଶୁଖିଲା ଖାଦ୍ୟ,…
ନୟାଗଡ଼ ( ଶ୍ରେୟ ତରଙ୍ଗ ): ବଦଳୁଛି ନୟାଗଡ଼ ରିଜର୍ଭ ପଡିଆର ରୂପରେଖ । ଖାଲି ପୋଲିସ ଟ୍ରେନିଂ ନୁହେଁ, ତା ସହିତ ମନୋରଞ୍ଜନ ର ମାଧ୍ୟମ ପଲଟିବ ନୟାଗଡ଼ ପୋଲିସ ଟ୍ରେନିଂ ପଡ଼ିଆ । ନୟାଗଡ ଜିଲ୍ଲା ସଦର ମହକୁମାରେ ଥିବା ପୋଲିସ ରିଜର୍ଭ ପଡିଆର ଭିତ୍ତିଭୂମି ସୁଦୃଢ଼ କରିବା ପାଇଁ ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ଏସ ସୁଶ୍ରୀ। ନେଇଛନ୍ତି ନୂତନ ପଦକ୍ଷେପ । ନୟାଗଡ଼ ଏସପି ଏସ ସୁଶ୍ରୀ ଙ୍କ ପ୍ରତ୍ୟକ୍ଷ ତତ୍ଵବଧାନରେ ରିଜର୍ଭ ଆରକ୍ଷୀ ନିରୀକ୍ଷକ ବିଜୟ ମୁଦୁଲି, ଏକ ବର୍ଷ ମଧ୍ୟରେ ପିଟିଏସ- ଡିଆରଡିଏ ପୂର୍ତ୍ତ ବିଭାଗ ମୁଖ୍ୟ ରାସ୍ତା ଠାରୁ ବିଭାଗୀୟ କାର୍ଯ୍ୟାଳୟ ପର୍ଯ୍ୟନ୍ତ ରାସ୍ତାର ସୂଦୃଢ଼ୀକରଣ କରିବା ସହ ପୋଲିସ ବିଭାଗୀର ଯାନବାହାନ ସଫା କରିବା ପାଇଁ ଏକ ସର୍ଭିସ୍ ପଏଣ୍ଟ କରିଛନ୍ତି। ଏଥିସହିତ ଜିଲ୍ଲା ପୋଲିସ ବିଶ୍ରାମ ଗୃହକୁ ପକ୍କା ରାସ୍ତା, ପୋଲିସ ଗ୍ରାଉଣ୍ଡ ପରିସରରେ ଫ୍ଲାଗ ପୋଷ୍ଟ ନିର୍ମାଣ କାର୍ଯ୍ୟ…
ଶ୍ରେୟ ତରଙ୍ଗ ( ବ୍ୟୁରୋ ): ରାଜ୍ୟ ସରକାର ବଡ଼ ଧରଣର ଆଇଏସ ସ୍ତରରେ ଅଦଳ ବଦଳ କରିଛନ୍ତି । ନୂତନ ମନ୍ତ୍ରୀ ମଣ୍ଡଳ ସମ୍ପ୍ରସାରଣ ପୂର୍ବରୁ ବିଭିନ୍ନ ଜିଲ୍ଲାର ଜିଲ୍ଲାପାଳ ମାନଙ୍କୁ ବଦଳି କରିଛନ୍ତି । ପୁରୀ ଜିଲ୍ଲାପାଳ ଚଞ୍ଚଲ ରାଣାଙ୍କୁ ଭୁବନେଶ୍ବର ମହାନଗର ନଗମ (ବିଏମ୍ସି)ରେ କମିସନର ପଦବିରେ ନିଯୁକ୍ତି ଦେଇଛନ୍ତି। ବରିଷ୍ଠ ଆଇଏଏସ୍ ଅଧିକାରୀ ରୁପା ରୋଶନ ସାହୁଙ୍କୁ ରାଜ୍ୟପାଳ ସଚିବ ଭାବେ ନିଯୁକ୍ତି ମିଳି ଥିବା ବେଳେ ସଚିନ ରାମଚନ୍ଦ୍ର ଯାଦବଙ୍କୁ କ୍ରୀଡ଼ା ଓ ଯୁବ ସେବା ବିଭାଗ ଦାୟିତ୍ବ ଦିଆଯାଇଛି। ସଂଗ୍ରାମ କେଶରୀ ମହାପାତ୍ରଙ୍କୁ ଦକ୍ଷିଣାଞ୍ଚଳ ଆରଡିସି ଭାବେ ନିଯୁକ୍ତ ଦିଆଯାଇଛି। ବିଜୟ କୁମାର ଦାସ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଅତିରିକ୍ତ ସଚିବ ହୋଇଛନ୍ତି। ରାଜ୍ୟ ସରକାର କିଛି ଜିଲ୍ଲାରେ ଜିଲ୍ଲାପାଳଙ୍କୁ ବଦଳି କରିଛନ୍ତି। ଏହି କ୍ରମରେ ସୋମେଶ କୁମାର ଉପାଧ୍ୟାୟଙ୍କୁ ମାଲକାନଗିରି ଓ ଶୁଭଙ୍କର ମହାପାତ୍ରଙ୍କୁ ସୁନ୍ଦରଗଡ଼ ଜିଲ୍ଲାପାଳ ଭାବେ ନିଯୁକ୍ତି ଦେଇଛନ୍ତି। ସେହିପରି ଆଶିଷ…
କନ୍ଧମାଳ (ଶ୍ରେୟ ତରଙ୍ଗ): ଖଜୁରୀପଡ଼ା ଥାନା ଅଞ୍ଚଳ ରେ ଦୁର୍ଘଟଣା ରେ ବିଜେଡି ନେତା ଙ୍କ ମୃତ ହୋଇଥିବା ବେଳେ, ଦୁଇ ଜଣ ଗୁରୁତର ଆହତ ହୋଇଛନ୍ତି ସୂଚନା ଅନୁସାରେ, ଦଶପଲ୍ଲା ଏନ୍ଏସି ଅଞ୍ଚଳର ତିନିଜଣ ବ୍ୟକ୍ତି ଏକ ବୁଲେଟ ଗାଡ଼ିରେ ଫୁଲବାଣୀ ଯାଉଥିବା ବେଳେ, ଖଜୁରୀପଡ଼ା ଦୁତିମେଣ୍ଡି ପଞ୍ଚାୟତ ଆଗରେ ଥିବା ଏକ ବୁଲାଣି ରେ ଭାରସ୍ୟମ ହରାଇ ରାସ୍ତା ପାର୍ଶ୍ୟକୁ ଛିଟିକି ପଡ଼ିଥିଲେ । ଘଟଣା ସ୍ଥଳରେ ବୁଲେଟ ଚଳାଉଥିବା ବିଜେଡି ନେତା ପ୍ରଭାତ ସାହୁଙ୍କର ମୃତୁ ହୋଇଥିଲା । ସିଦ୍ଧେଶ୍ଵର ସାହୁଙ୍କ ମୁଣ୍ଡରେ ଗଭୀର କ୍ଷତ ଲାଗିଥିବା ବେଳେ, ଜ୍ୟୋତି ରଞ୍ଜନ ଘଡେ଼ଇ ଙ୍କ ଗୋଡ ଭାଙ୍ଗି ଯାଇଛି ଖଜୁରୀପଡ଼ା ଦମକଳ ବାହିନୀ ଘଟଣାସ୍ଥଳ କୁ ଯାଇ ସମସ୍ତଙ୍କୁ ଉଦ୍ଧାର କରି ପ୍ରାଥମିକ ଚିକିତ୍ସା ନିମନ୍ତେ ପ୍ରଥମେ ଖଜୁରୀପଡ଼ା ମେଡ଼ିକାଲ୍ କୁ ନେଇଥିଲେ । ପରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ କୁ ନେଇଥିଲେ । ମେଡ଼ିକାଲ୍ ରେ…
ଶ୍ରେୟ ତରଙ୍ଗ ବ୍ୟୁରୋ , ଓଡ଼ିଆ ଫିଲ୍ମ ନବକଳେବର ରାଷ୍ଟ୍ରପତି ଭବନ ରେ ପ୍ରଦର୍ଶିତ ହୋଇ ଯାଇଛି। ଓଡ଼ିଆ କଳାକାରଙ୍କ ଗହଣରେ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ବସି ଫିଲ୍ମ୍ ଦେଖିବା ସହ ଉଚ୍ଚ ପ୍ରଶଂସା କରିଛନ୍ତି । ଓଡ଼ିଆ ଚଳଚ୍ଚିତ୍ର ରାଷ୍ଟ୍ରପତି ଭବନ ରେ ପ୍ରଦର୍ଶିତ ହୋଇ ଏକ ଇତିହାସ ରଚନା କରିଛି ସୁପର ଷ୍ଟାର ସିଦ୍ଧାନ୍ତ ମହାପାତ୍ର, ଶ୍ରୀତମ ଦାସ , କୁନା ତ୍ରିପାଠୀ, ସିର୍ଯ୍ୟମୟୀ, ଜ୍ୟୋତି, ଶିବାନୀ, ଅଂଶୁମାନ, ପିଙ୍କି ପ୍ରଧାନ, କେଦାର ମିଶ୍ର, ଶଙ୍କର, ଦେବୁ ପଟ୍ଟନାୟକ, ପ୍ରିୟଙ୍କା ସାହୁ, ଋଷି ପଟ୍ଟନାୟକ, ଶମ୍ଭୁନାଥ ଖୁଣ୍ଟିଆ ପ୍ରମୁଖ ଅଭିନୟ କରିଛନ୍ତି। ଓଡିଶା ସାହିତ୍ୟ ଏକାଡେମୀ ପୁରସ୍କାରପ୍ରାପ୍ତ ନାଟ୍ୟକାର ଶଙ୍କର ତ୍ରିପାଠୀଙ୍କ ଏକ ଚର୍ଚ୍ଚିତ ନାଟକ ଆଧାରରେ ନିର୍ମିତ ଏହି ଚଳଚ୍ଚିତ୍ରରେ ସଙ୍ଗୀତ ଦେଇଛନ୍ତି ମଳୟ ମିଶ୍ର। ଏଥିରେ କଣ୍ଠଦାନ କରିଛନ୍ତି ଇରା ମହାନ୍ତି, ସତ୍ୟଜିତ ପ୍ରଧାନ, ଅନ୍ତରା ଚକ୍ରବର୍ତ୍ତୀ ଓ ସତ୍ୟବ୍ରତ ସାହୁ। ଡ. ନିର୍ମଳ…
ଶ୍ରେୟ ତରଙ୍ଗ ( ବ୍ୟୁରୋ): ବହୁ ଚର୍ଚ୍ଚିତ ଏଫେମ କଲେଜ୍ ଛାତ୍ରୀ ସୋମ୍ୟାଶ୍ରୀ ବିଶି ପୋଡ଼ି ହୋଇ ମରିବା ଘଟଣା ରେ, ରାଜ୍ୟ ସରକାର କୋଡିଏ ଲକ୍ଷ୍ୟ ଟଙ୍କା ର ଆର୍ଥିକ ସହାୟତା ପ୍ରଦାନ କରିବାକୁ ଘୋଷଣା କରିଛନ୍ତି । ବାଲେଶ୍ଵର ସାଂସଦ ପ୍ରତାପ ଷଡ଼ଙ୍ଗୀ ଗଣମାଧ୍ୟମ କୁ ସୂଚନା ଦେଇଛନ୍ତି । ସ୍ଵତନ୍ତ୍ର ସୁରକ୍ଷା ବଳୟ ଭିତରେ ସୌମ୍ୟା ଙ୍କ ପାର୍ଥିବ ମର ଶରୀର ପୈତୃକ ଗାଁରେ ପହଞ୍ଚିଛି । ଶୋକାକୁଳ ପରିବେଶ ଭିତରେ ଗାଁ ଶ୍ମଶାନ ରେ ସୌମ୍ୟା ଙ୍କ ଶେଷକୃତ୍ୟ ସମ୍ପନ୍ନ କରାଯାଉଥିବା ବେଳେ, ତାଙ୍କ ଭାଇ ମୁଖାଗ୍ନି ଦେଇଛନ୍ତି । ଘଟଣା ଅନୁସାରେ, ୧୨ ତାରିଖ ମଧ୍ୟାହ୍ନରେ ପୀଡ଼ିତା ନିଜ ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଇଥିଲେ। ଖୁବ୍ କମ୍ ସମୟ ମଧ୍ୟରେ ତାଙ୍କ ଦେହ ଭୟାନକ ଭାବେ ଜଳି ଯାଇଥିଲା। ପ୍ରଥମେ ତାଙ୍କୁ ବାଲେଶ୍ବର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଓ ପରେ ଭୁବନେଶ୍ବର…
ଶ୍ରେୟ ତରଙ୍ଗ ( ବ୍ୟୁରୋ): ବହୁଚର୍ଚ୍ଚିତ ଫକିର ମୋହନ ବିଶ୍ଵ ବିଦ୍ୟାଳୟ ଛାତ୍ରୀ, ସୋମ୍ୟାଶ୍ରୀ ବିଶି ଙ୍କ ଚିକିତ୍ସା ଅବସ୍ଥାରେ ମୃତୁ ହୋଇଛି । ଏହି ଘଟଣା ପରେ, ମନ୍ତ୍ରୀ ପୃଥିରାଜ୍ ହରିଚନ୍ଦନ, ଓ ସୂର୍ଯ୍ୟବଂଶୀ ସୁରଜ୍ ଶୋକ ପ୍ରକାଶ କରିଛନ୍ତି । ତେବେ ଏମ୍ସ ହସ୍ପିଟାଲ ରୁ ମୃତ ଛାତ୍ରୀଙ୍କ ମର ଶରୀର ଆଣିବା ବେଳେ, ବିରୋଧୀ କଂଗ୍ରେସ ଓ ବିଜେଡି ସବ ଗାଡ଼ି ସାମ୍ନାରେ ଆନ୍ଦୋଳନ କରିଛନ୍ତି । ସୁରକ୍ଷା ଦୃଷ୍ଟିରୁ, ପୋଲିସ ଛାଉଣୀ କରାଯାଇଛି । ମୃତ ଛାତ୍ରୀଙ୍କ ପାର୍ଥିବ ଶରୀର କୁ ଗାଁ ଜନ୍ମ ମାଟି ରେ ଅନ୍ତିମ ସଂସ୍କାର କରାଯିବ ବୋଲି ରାଜ୍ୟ ସରକାରଙ୍କ ପକ୍ଷରୁ ସ୍ପଷ୍ଟ କରଣ କରାଯାଇଛି ।
ନୟାଗଡ଼ (ଶ୍ରେୟ ତରଙ୍ଗ): ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଲକ ପଞ୍ଚାୟତ ସମିତି ସମ୍ମିଳନୀ ଗୃହରେ ଦଶମ ସାଧାରଣ ଅଧିବେଶନ ସଭା ଚାଲିଥିବା ବେଳେ, ବିଡିଓଙ୍କ ଉପସ୍ଥିତିରେ ଫାଲଲ ଫିଙ୍ଗିଲେ ଦଶପଲ୍ଲା ବିଜେଡି ବିଧାୟକ ରମେଶ ଚନ୍ଦ୍ର ବେହେରା ସରକାରୀ ଅଧିକାରୀଙ୍କ ଉପରେ ରାଗ ତମ ତମ ହୋଇ ବୈଠକ ଅଧାରୁ ଉଠିଗଲେ । ବିଧାୟକଙ୍କ ଅଭିଯୋଗ, ମନମୁଖୀ କାର୍ଯ୍ୟ କରୁଛନ୍ତି ବିଭାଗୀୟ ଅଧିକାରୀ ମାନେ । ବିଡିଓ ଅମୃତ କୁମାର ରାଉଳଙ୍କ ଉପରେ ରାଗିଲେ । ଫାଲଲ ଫିଙ୍ଗି ଦେଲେ । ବୈଠକ ଅଧାରୁ ଉଠି ବି ଗଲେ । ନୂଆଗାଁ ବ୍ଲକ୍ ର ସମସ୍ତ ୨୨ ଗୋଟି ପଞ୍ଚାୟତ ର ସରପଞ୍ଚ, ସମିତିସଭ୍ୟ, ଜିଲ୍ଲାପରିଷଦ ମେମ୍ବର ଓ ବ୍ଲକ୍ କର୍ମଚାରୀ ବୃନ୍ଦ ଉପସ୍ଥିତ ଥିଲେ ।ନିର୍ଦ୍ଦିଷ୍ଟ କିଛି ସରପଞ୍ଚ ମାନଙ୍କ ଅଭିଯୋଗ , ପଞ୍ଚାୟତ ରେ ହେଉଥିବା ଉନ୍ନତି ମୂଳକ କାର୍ଯ୍ୟକ୍ରମ,ସେମାନଙ୍କୁ ନ ଜନାଇ କରାଯାଇଛି । ୱାର୍କ ଅର୍ଡର…
