ଶ୍ରେୟ ତରଙ୍ଗ, କନ୍ଧମାଳ ଜିଲ୍ଲା ତୁମୁଡିବନ୍ଧ ବ୍ଲକ୍ କୁର୍ତ୍ତମଗଡ ପ୍ରାଥମିକ ସ୍ଵାସ୍ଥ୍ୟ କେନ୍ଦ୍ର ଆରୋଗ୍ୟ କେନ୍ଦ୍ର ର ବରିଷ୍ଠ ଡ଼ାକ୍ତର ତଥା, ସ୍ଵାସ୍ଥ୍ୟ ଅଧିକାରୀ ଡ ଦିବ୍ୟ ଲୋଚନ ପ୍ରଧାନ ସମସ୍ତ ଶୁଭେଛୁ, ପାଠକ, ଓ ଜନ ସାଧାରଣ ଙ୍କୁ ପବିତ୍ର ସ୍ଵାଧୀନତା ଦିବସ ର ଶୁଭେଚ୍ଛା ଜଣାଇଛନ୍ତି । (ଏହା କେବଳ ବିଜ୍ଞାପନ ପାଇଁ ଉଦ୍ଦିଷ୍ଟ )
Author: sreyataranga
ଶ୍ରେୟ ତରଙ୍ଗ , ପବିତ୍ର ସ୍ୱାଧୀନତା ଦିବସରେ କନ୍ଧମାଳ ଜିଲ୍ଲା ତୁମୁଡିବନ୍ଧ ବ୍ଲକ୍ ର ସମସ୍ତ ଗୁରୁଜନ, ବୁଦ୍ଧିଜୀବୀ, ଓ ଜନ୍ ସାଧାରଣଙ୍କୁ ଶୁଭେଛା ଓ ଅଭିନନ୍ଦନ ବାର୍ତ୍ତା ଦେଇଛନ୍ତି ଶ୍ରୀଯୁକ୍ତ ଟିଙ୍କୁ ବେହେରା,, ବନପାଳ କୁର୍ତ୍ତମ୍ ଗଡ଼ , ତୁମୁଡ଼ିବନ୍ଧ ବନାଞ୍ଚଳ କନ୍ଧମାଳ, ଓଡ଼ିଶା ( ଏହା କେବଳ ବିଜ୍ଞାପନ ପାଇଁ ଉଦ୍ଦିଷ୍ଟ )
ଶ୍ରେୟ ତରଙ୍ଗ ( କନ୍ଧମାଳ ) : ଫୁଲବାଣୀ ଆଦର୍ଶ ଟାଉନ ଥାନାରେ ପାଠ ପଢିଲେ ବିଦ୍ୟାଳୟ ର ଛାତ୍ର ଛାତ୍ରୀ । କନ୍ଧମାଳ ଏସପି ହରିଶ୍ ବିଶି ଙ୍କ ନିର୍ଦ୍ଦେଶ କ୍ରମେ, ଫୁଲବାଣୀ ମଡେଲ ଆଦର୍ଶ ଥାନା ଅଞ୍ଚଳ ରେ ଆସୁଥିବା ଫୁଲବାଣୀ ସତ୍ୟସାଇ ଉଚ୍ଚ ବିଦ୍ୟାଳୟ ର ଶତାଧିକ ଛାତ୍ର ଛାତ୍ରୀ ଆଜି ଥାନା ବୁଲି ଦେଖିଥିଲେ । ଫୁଲବାଣୀ ଏସଡିପିଓ ଶୁଭ୍ରଜିତ୍ ବିଶ୍ବାଳ, ଆଦର୍ଶ ଥାନା ଆଇଆଇସି ସ୍ୱରୂପ କିଶନଙ୍କ ଉପସ୍ଥିତିରେ ଛାତ୍ର ଛାତ୍ରୀ ମାନେ ବିଭିନ୍ନ ପ୍ରଶ୍ନ ପଚାରିଥିଲେ । ଏଥିସହ ଥାନା କୁ କିଭଳି ଜଣେ ଆସି ଅଭିଯୋଗ କରେ, ଥାନା ରେ କେମିତି ଅଭିଯୋଗ ହୁଏ, ହାଜତ, ମାଲ ଖାନା, ସବୁ ବୁଲି ଦେଖିଥିଲେ । ବର୍ତ୍ତମାନ ସମୟ ରେ ଝିଅ ମାନେ କିଭଳି ନିଜର ସୁରକ୍ଷା ନିଜେ କରି ପାରିବେ,, ସେ ସମ୍ପର୍କରେ ପଚାରି ବୁଝିଥିଲେ । ଅଠର ବର୍ଷ ରୁ…
ଶ୍ରେୟ ତରଙ୍ଗ ( କନ୍ଧମାଳ ): ପବିତ୍ର ରକ୍ଷା ବନ୍ଧନ ଉପଲକ୍ଷେ, ବିଏସଏଫ ଯବାନ ଙ୍କ ହାତରେ ରାକ୍ଷୀ ବାନ୍ଧିଛନ୍ତି ଛାତ୍ରୀ ମାନେ । 116 ବାଟାଲିୟନ ବିଏସଏଫ ଯବାନ ମାନେ ଆଜି ଫୁଲବାଣୀ ସହର ରେ ଥିବା, ସଞ୍ଜୟ ସ୍ମୃତି ମହିଳା ମହାବିଦ୍ୟାଳୟ ରେ ପହଞ୍ଚିଥିଲେ । ଦେଶ ସୁରକ୍ଷା ନିମନ୍ତେ, ଘର ଦ୍ବାର ଛାଡି ଯବାନ ମାନେ ସେବା କରିଛନ୍ତି । ତେଣୁ ପର୍ବ ପର୍ବାଣୀ ରେ ଯବାନଙ୍କ ସହ ପାଳନ କରି ଖୁସି କରିବା ଉଦ୍ଦେଶ୍ୟ ରେ , ଆଜି ଛାତ୍ରୀ ମାନେ ରାକ୍ଷୀ ବାନ୍ଧି ଆଶୀର୍ବାଦ ନେଇଥିଲେ । ଅନ୍ୟପଟେ, ଯବାନ ମାନେ ବିଭିନ୍ନ ପାର୍ବଣ ଋତୁ ରେ ଘର କୁ ଯାଇ ପାରି ନଥାନ୍ତି । ତେଣୁ ଯେଉଁଠି କ୍ୟାମ୍ପ କରି ରୁହନ୍ତି, ସ୍ଥାନୀୟ ଲୋକଙ୍କର ଆତ୍ମୀୟତା , ସେ ଦୁଃଖକୁ ମନେ ପକାଇ ନଥାଏ ବୋଲି କହିଛନ୍ତି । ଛାତ୍ରୀମାନଙ୍କର ଉଜ୍ଜଳ ଭବିଷ୍ୟତ…
କନ୍ଧମାଳ ( ଶ୍ରେୟ ତରଙ୍ଗ): କନ୍ଧମାଳ ଜିଲ୍ଲା ଫୁଲବାଣୀ ବନଖଣ୍ଡ ର ବିଭିନ୍ନ ଫରେଷ୍ଟ ଡିଭିଜନରେ ୪୭ ଟି ହାତୀ ଅଛନ୍ତି ବୋଲି ସୂଚନା ଦେଇଛନ୍ତି ଫୁଲବାଣୀ ଡିଏଫଓ ପ୍ରତାପ କୋଟପାଲି । ଏମାନଙ୍କ ଗତିବିଧି ଉପରେ ନଜର ରଖିବା ପାଇଁ ୭୦ ଜଣ ବନ କର୍ମଚାରୀ, ଓ ୧୦ ଟି ଗାଡ଼ି ନିଓଜୀତ ଅଛି । ତେବେ ଜି ଉଦୟଗିରି ଅଞ୍ଚଳ ରେ ଏକ ଦନ୍ତା ହାତୀ ଗତ ତିନି ମାସ ରେ ତିନିଜଣ ଲୋକଙ୍କୁ ମାରିଥିବା ବେଳେ, ପାଞ୍ଚଟି ଗାଈ କୁ ମାରିଥିବା ଅଭିଯୋଗ ହୋଇଛି । ସେହିଭଳି ଅନେକ ଲୋକଙ୍କ ଘର ଭାଙ୍ଗିବା ସହ ଫସଲ ନଷ୍ଟ କରିଛି । ଦୁଇଦିନ ତଳେ ଏକ ଚଳନ୍ତା ଯାତ୍ରୀ ବାହି ବସ୍ କୁ ମଧ୍ୟ ଅଟକାଇ ଥିଲା । ସନ୍ଧ୍ୟାରେ ଦନ୍ତା ହାତୀ ସହର ମୁହାଁ ହେଉଥିବାରୁ, ବିଦିତୁ ଲାଇନ୍ କଟା ଯାଉଛି । ବନ କର୍ମଚାରୀଙ୍କ ଦ୍ଵାରା…
କନ୍ଧମାଳ: ( ଶ୍ରେୟ ତରଙ୍ଗ ବ୍ୟୁରୋ): କନ୍ଧମାଳ ଜିଲ୍ଲା କ ନୂଆଗାଁ ବ୍ଲକ ର ଗୁଞ୍ଜିବାଡି ପଞ୍ଚାୟତ ରେ ଅବସ୍ଥିତ ପଦେଲିକିଆ ବିଦ୍ୟାଳୟ। ଭଙ୍ଗା ଦଦରା ବିପଦ ସଙ୍କୁଳ ଶ୍ରେଣୀ ଗୃହରେ ଛାତ୍ର ଛାତ୍ରୀ ମାନେ ପଢୁଛନ୍ତି ପାଠ। ମୋ ସ୍କୁଲ ଅଭିଯାନ ରେ କୋଡିଏ ବର୍ଷ ତଳେ ବିଦ୍ୟାଳୟ ଘର ନିର୍ମାଣ ହୋଇଥିଲେ ମଧ୍ୟ , ଠିକାଦାର ଯନ୍ତ୍ରୀଙ୍କ ମଧୁ ଚନ୍ଦ୍ରିକାରେ ଏବେ ବିଦ୍ୟାଳୟ ଭଗ୍ନ ଅବସ୍ଥାରେ । ବର୍ଷା ଦିନ କଥା କହିଲେ ନ ସରେ । ଛାତ ରୁ ସିମେଣ୍ଟ ଖସି ଲୁହ ଛଡ ଦେଖା ଗଲାଣି । ଝରକା,କବାଟ ମେଲା ପଡ଼ିଥିବା ବେଳେ, ସ୍ଥାନେ ସ୍ଥାନେ ଛାତ ଦବି ଗଲାଣି । କେତେବେଳେ ଖସି ପଡ଼ିବ, କେହି କହି ପାରିବେ ନାହିଁ । ଏଭଳି ବିପଦ ଭିତରେ ପିଲାମାନଙ୍କୁ ପାଠ ପଢ଼ାଉଥିବା କଥା କହିଛନ୍ତି, ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ । ରୋଷେଇ ଘର ଖଣ୍ଡେ…
ଶ୍ରେୟ ତରଙ୍ଗ ( ବ୍ୟୁରୋ ) : ଚିକିତ୍ସାଧୀନ ସମୟରେ ଖଣ୍ଡପଡ଼ା ରାଜା ସାହେବଙ୍କ ମୃତୁ ଘଟିଛି । ଶାରୀରିକ ଅସୁସ୍ଥତା କାରଣରୁ ଭୁବନେଶ୍ୱର ଆପୋଲୋ ହସ୍ପିଟାଲ ରେ ଚିକିତ୍ସା ହେଉଥିଲେ ରାଜା ସାହେବ୍ ସ୍ଵର୍ଗତ ବିଭୂତି ଭୂଷଣ ସିଂହ ମର୍ଦ୍ଦରାଜଙ୍କ ଗତକାଲି ମଧ୍ୟରାତ୍ର ରେ ୭୦ ବର୍ଷ ବୟସ ରେ ପରଲୋକ ଘଟିଛି । ସ୍ବର୍ଗତ ରାଜା ସାହେବ୍ ଶ୍ରୀ ବିଭୂତି ଭୂଷଣ ସିଂହ ମର୍ଦ୍ଦରାଜ ଙ୍କ ବାପା ସ୍ବର୍ଗତ ହରିହର ସିଂହ ମର୍ଦ୍ଦରାଜ ଭ୍ରମରବର ରାୟ ଖଣ୍ଡପଡ଼ା ଗଡ଼ଜାତ ର ଶେଷ ରାଜା ତଥା, ପ୍ରଥମ ବିଧାୟକ ଥିଲେ । ତତ୍କାଳୀନ କଂଗ୍ରେସ ସରକାର ରେ ଚାରିଥର ବିଧାୟକ ହୋଇଥିବା ବେଳେ, ମନ୍ତ୍ରୀ ମଧ୍ୟ ହୋଇଥିଲେ । ୧୯୫୫ ଜାନୁଆରୀ ୪ ତାରିଖ ରେ ଜନ୍ମ ଗ୍ରହଣ କରିଥିଲେ ରାଜା ସାହେବ୍ । ପରବର୍ତ୍ତୀ ସମୟରେ ଜାତୀୟ କଂଗ୍ରେସ ଦଳର ଯୋଗଦେବା ସହ, ଖଣ୍ଡପଡ଼ା ନିର୍ବାଚନ ମଣ୍ଡଳୀରେ ୧୯୮୦…
ଶ୍ରେୟ ତରଙ୍ଗ ( ନୟାଗଡ଼ ): ପୁଣି ଚର୍ଚ୍ଚା ରେ ଭାଇରାଲ ନାରଦ ପପୁ ବିଶ୍ବାଳ । ହେଲେ ଏଥର କୌଣସି ଅଭିନୟ କୁ ନୁହେଁ, ବରଂ ଥାନାର ଦ୍ୱାରସ୍ଥ ହୋଇ ଚର୍ଚା କୁ ଆସିଛନ୍ତି । କୋଭିଡ଼ ସମୟରେ ଝୁଲ୍ ରେ ନିତାଇ ଝୁଲ, ମୋ ଗୌରାଙ୍ଗ ସୁନ୍ଦର୍ ପରି ଝିଲ ଗୀତ ଗାଇବା ସହ ଏହି ଗୀତରେ ନାରଦ ଭୂମିକାରେ ଅଭିନୟ କରି ଚର୍ଚା କୁ ଆସିଥିଲେ ପପୁ ବିଶ୍ବାଳ ଓରଫ ଭାଇରାଲ ନାରଦ । ନୟାଗଡ଼ ବ୍ଲକ ଭାଟସାହି ଗ୍ରାମର ପପୁ ବିଶ୍ବାଳ, ଆଜି ନୟାଗଡ଼ ଟାଉନ ଥାନାରେ ପହଞ୍ଚି ଲିଖିତ ଅଭିଯୋଗ କରିଛନ୍ତି, ସେ ଦୀର୍ଘ ଦିନଧରି ନୟାଗଡ଼ ଜିଲ୍ଲା ସରଣକୁଳ ଓଁଶ୍ରି ଲଡୁ ବାବା ଯାତ୍ରା ପାର୍ଟିରେ ନାରଦ ଭୂମିକାରେ ଅଭିନୟ କରି ଆସୁଥିଲେ । କିନ୍ତୁ ଚଳିତ ବର୍ଷ, ସେ ସେହି ଯାତ୍ରା ପାର୍ଟି ରେ ଅଭିନୟ କରିବେ ନାହିଁ ବୋଲି ସଫା…
ଶ୍ରେୟ ତରଙ୍ଗ ( ଭାପୁର): ଭାପୁର ବ୍ଲକ ମାଳିବେରେଣୀ ଆଶ୍ରମ ବିଦ୍ୟାଳୟ ପରିସରରେ ବନ ମହୋତ୍ସବ ୨୦୨୫ ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟ ପ୍ରଧାନଶିକ୍ଷକ ପ୍ରମୋଦ କୁମାର ନାୟକ ଙ୍କ ନେତୃତ୍ୱ ରେ ବିଦ୍ୟାଳୟର ସମସ୍ତ ଶିକ୍ଷକ,ଶିକ୍ଷୟତ୍ରୀ, ଛାତ୍ର ଛାତ୍ରୀ ମାନେ ବୃକ୍ଷରୋପଣ କରିବା ସହ ଏହାର ଦାୟିତ୍ବ ନେଇ ବଢେ଼ଇବା ପାଇଁ ପ୍ରତିଜ୍ଞା କରିଥିଲେ । ଭାପୁର ବ୍ଲକ ମଙ୍ଗଳ ସମ୍ପ୍ରସାରଣ ଅଧିକାରୀ ତୁଳସୀ ବରାଳ, ସିଆରସିସି କାହୁଁ ଚରଣ ବେହେରା ଉପସ୍ଥିତ ରହିଥିଲେ । ବିଦ୍ୟାଳୟକୁ ଏକ ସୁନ୍ଦର୍ ସଭୂଜ ବନାନୀ ଭରା ବିଦ୍ୟାଳୟ ରେ ପରିଣତ କରିବା ଲକ୍ଷ୍ୟରେ ଏବଂ ସବୁଜ ସୁନ୍ଦର୍ ପରିବେଶ ଭିତରେ ଶିକ୍ଷାଦାନ ର ଗୁରୁତ୍ଵ କୁ ଉପଲବ୍ଧି କରି ସରକାର ପ୍ରତ୍ୟେକ ବିଦ୍ୟାଳୟ ଗୁଡିକରେ ବୃକ୍ଷ ଲଗେଇବା ଭଳି ସଚେତନ କାର୍ଯ୍ୟ କ୍ରାମ ହାତକୁ ନେଇଥାନ୍ତି । ଭାପୁର ବ୍ଲକ ରେ ଏକମାତ୍ର ସରକାରୀ ଅନୁସୂଚିତ ଜାତି ଓ ଜନଜାତି ବିଦ୍ୟାଳୟ…
ଶ୍ରେୟ ତରଙ୍ଗ ( ଶ୍ରୀମାନ ଉତ୍ପଳ ) : ଚା ଖଟି ଠାରୁ ଆଉ ବଡ଼ ଖଟି କିଛି ନାଇଁ । ମାଗଣା ଜ୍ଞାନ, ମାଗଣା ସମୟ ଅପଚୟ, ଅଯଥା କଥା, ଅବାନ୍ତର ଯୁକ୍ତି, ଓଲଟା ପ୍ରଶ୍ନ ଏମିତି ଅନେକ ଗୁଣର ଅଧିକାରୀ ମହାନ୍ ପଣ୍ଡିତ ମାନେ ଏହି ଚା ଖଟିରେ ଆଡା ମାରି ବସନ୍ତି । ଢେଙ୍କି ଶାଳ କଥା ରୁ ଦିଲ୍ଲୀ ଡେଇଁ ଆମେରିକା ପର୍ଯ୍ୟନ୍ତ ଘଡିକେ ଛୁଟି ଯାଆନ୍ତି କଥା ମାଧ୍ୟମରେ,, । ତାହେଲେ ଚା ଖଟିରେ କଣ ଭଲ କଥା ହୁଏନି ନା କଣ ? କିଏ କହିଲା ହୁଏନି,, ଚା ଖଟିରେ ଯାହା ଚର୍ଚା ହୁଏ, ତାହା ପୃଥିବୀ ରେ ଆଉ କେଉଁଠି ହୁଏନି,, ବୁଝିଲେ ଆଜ୍ଞା,, ସେଥିପାଇଁ ପରା ଆମେ ନାଁ ଦେଇଛୁ ଚା ଖଟିରେ ଚର୍ଚ୍ଚା ,,, ହଉ,, ଏଥର ମୁଖ୍ୟ ପ୍ରସଙ୍ଗ କୁ ଆସିବା, ଆମ ଖଟିରେ ଆଜି କଥା…
ଶ୍ରେୟ ତରଙ୍ଗ ( ବ୍ୟୁରୋ ): ଆନ୍ଧ୍ର ପ୍ରଦେଶ ବାପଟାଲା ଜିଲ୍ଲା ବାଲିକୁରୁମା ପଥର କୁଆରୀରେ ଆଜି ମଧ୍ୟାହ୍ନରେ ଶ୍ରମିକମାନେ କାମ କରୁଥିଲା ବେଳେ, ଭୟଙ୍କର ବିସ୍ଫୋରଣ ଘଟିଛି । କୁଆରୀ ରେ କାମ କରୁଥିବା ଶ୍ରମିକ ମାନଙ୍କ ମଧ୍ୟରେ ୧୮ ଜଣ ଓଡ଼ିଆ ଶ୍ରମିକ ଥିଲେ। କାମ ଚାଲିଥିଲା ବେଳେ ବିସ୍ଫୋରଣ ଘଟିଥିଲା। ଘଟଣାସ୍ଥଳରେ ହିଁ ୬ ଜଣଙ୍କର ମୃତ୍ୟୁ ଘଟିଛି । ଅନ୍ୟ ଗୁରୁତର ଆହତଙ୍କୁ ଉଦ୍ଧାର କରାଯାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ମୃତକ ଶ୍ରମିକ ମାନଙ୍କ ମଧ୍ୟରେ ଗଞ୍ଜାମ ଜିଲ୍ଲା ଦିଗପହଣ୍ଡିର ୪ ଜଣ ଓ ଗଜପତି ଜିଲ୍ଲା ମୋହନା ଥାନା ଅଂଚଳରେ ୨ ଜଣ ଶ୍ରମିକ ବୋଲି ଜଣାପଡ଼ିଛି। ବର୍ତ୍ତମାନ ସୁଦ୍ଧା ଉଦ୍ଧାର କାର୍ଯ୍ୟ ଜାରି ରହିଛି। ତେଣୁ ମୃତ୍ୟୁ ସଂଖ୍ୟା ବଢ଼ିବାର ସମ୍ଭାବନା ରହିଛି। ପଥର ଖଣି ଦୁର୍ଘଟଣା ଘଟଣା କୁ ନେଇ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ ଦୁଃଖ ପ୍ରକାଶ କରିଛନ୍ତି।। ଗୁରୁତର ଆହତ ମାନଙ୍କୁ ଉତ୍ତମ…
ଶ୍ରେୟ ତରଙ୍ଗ ( ବ୍ୟୁରୋ ): ଜାତୀୟ ଶିକ୍ଷା ନୀତି -୨୦୨୦ ନୀତି ନିୟମ କୁ ଓଡ଼ିଶାରେ ଲାଗୁ କରିବା ପାଇଁ ରାଜ୍ୟ ସରକାର ବଡ ପଦକ୍ଷେପ ନେବାକୁ ଯାଉଛନ୍ତି। ପ୍ରାଥମିକ ବିଦ୍ୟାଳୟସ୍ତରରେ ଖାଲି ପଡ଼ିଥିବା ଶିକ୍ଷକ, ଶିକ୍ଷୟିତ୍ରୀ ପଦ ପୂରଣ ସହ ପ୍ରାଥମିକ ବିଦ୍ୟାଳୟରେ କାର୍ଯ୍ୟରତ କନିଷ୍ଠ ଶିକ୍ଷକ ମାନଙ୍କୁ ନିୟମିତ କରିବାକୁ ନିଷ୍ପତି ନିଆଯାଇଛି । ୨୦୨୫-୨୬ରୁ ପ୍ରାଥମିକ ବିଦ୍ୟାଳୟ ସହ ଶିଶୁ ବାଟିକା ଯୋଡ଼ି ହୋଇଥିବାରୁ ଶିକ୍ଷକ ନିଯୁକ୍ତି ପ୍ରକ୍ରିୟାକୁ ବ୍ୟାପକ କରାଯାଉଛି ବୋଲି ସରକାର ସ୍ତରରେ ଆଲୋଚନା ହେଉଛି । ତଥ୍ୟ ଅନୁସାରେ, ଏବେ ୪୫ ହଜାର ୨୯୨ ବିଦ୍ୟାଳୟରେ ୧ ଲକ୍ଷ ୯୯ ହଜାର ୬୮୫ ଶିକ୍ଷକଙ୍କ ଆବଶ୍ୟକତା ରହିଛି। ସେଥିମଧ୍ୟରୁ ୩୯ ହଜାର ୩୬୬ ଶିକ୍ଷକ ପଦ ଖାଲି ପଡ଼ିଛି। ଡିସେମ୍ବର ସୁଦ୍ଧା ୫,୦୬୭ ଶିକ୍ଷକ ଆବଶ୍ୟକ ହେବେ । ତେଣୁ ମୋଟ ୪୪ ହଜାର ୪୩୩ ଶିକ୍ଷକ ନିଯୁକ୍ତି କରିବାକୁ ବିଭାଗ…
