Author: sreyataranga

ନୟାଗଡ଼, (ଶ୍ରେୟ ତରଙ୍ଗ): ନୟାଗଡ଼ ଜିଲ୍ଲା ଫତେଗଡ ଥାନା ଅଞ୍ଚଳ ରେ ଗାଁ ଦାଣ୍ଡରେ ଆଶା କର୍ମୀ ଙ୍କୁ ଉଲଗ୍ନ କରି ଗୋଡ଼ାଇ ଗୋଡ଼ାଇ ମାଡ଼ ଅଭିଯୋଗ ହୋଇଛି । ପାର୍ବତୀପୁର ଗାଁ ରେ ଥିବା ଆଶାକର୍ମୀ ଟୁନି ମହାପାତ୍ର ଗତ କାଲି ରାତିରେ ଏକ ଗର୍ଭବତୀ ମହିଳା ଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ପାଇଁ ଯାଉଥିବା ବାଟରେ ସୁବାସ ବେହେରା ସହିତ କିଛି ଯୁବକ ମଦ୍ୟପାନ କରୁଥିଲେ । ସେହି ଯୁବକ ମାନଙ୍କୁ ବରଣ କରିବାରୁ , ଯୁବକ ମାନେ ଟୁନି ଙ୍କୁ ମରଣାତ୍ମକ ଆକ୍ରମଣ କରିଥିଲେ । ସେହି ସ୍ଥାନରେ ସଂଜ୍ଞାହୀନ ହୋଇ ତଳେ ପଡିଯାଇଥିଲେ ଆଶା କର୍ମୀ ଜଣକ । ସ୍ଥାନୀୟ ବାସିନ୍ଦା ଏହାକୁ ପ୍ରତିରୋଧ କରିବାରୁ ଉକ୍ତ ଅସାମାଜିକ ଯୁବକ ମାନେ ସେମାନଙ୍କୁ ମଧ୍ୟ ଆକ୍ରମଣ କରିଥିଲେ । ଫଳରେ ମାୟାଧର ନାମକ ଯୁବକ ଆକ୍ରମଣ ରେ ଆହତ ହୋଇ ଭାପୁର ଡାକ୍ତର ଖାନା ରେ ଭର୍ତ୍ତି…

Read More

ନୟାଗଡ଼ ( ଶ୍ରେୟ ତରଙ୍ଗ): ନୟାଗଡ଼ ଜିଲା ପ୍ରଶାସନ ପକ୍ଷରୁ ନୟାଗଡ଼ ସ୍ଵଂୟଶାସିତ ମହାବିଦ୍ୟାଳୟର ଡାଇମଣ୍ଡ ଜୁବୁଲି ଅଡିଟୋରିୟମ ଠାରେ ଆଜି ୧୧ତମ ଆନ୍ତଃର୍ଜାତିକ ଯୋଗ ଦିବସ ଅନୁଷ୍ଠିତ ହୋଇଜାଛି । ମିଳିତ ଜାତିସଂଘ ପକ୍ଷରୁ ଜୁନ ୨୧ ତାରିଖକୁ ଆନ୍ତଃର୍ଜାତିକ ଯୋଗଦିବସ ଭାବେ ସ୍ୱୀକୃତି ମିଳିଥିଲା । ଜୁନ ୨୧ ତାରିଖକୁ ଆନ୍ତଃର୍ଜାତିକ ଯୋଗ ଦିବସ ଭାବେ ପାଳନ କରାଯାଇ ଆସୁଅଛି । ରାଜ୍ୟ ମତ୍ସ୍ୟ, ପଶୁପାଳନ ଓ କ୍ଷୁଦ୍ର ଶିଳ୍ପ ବିଭାଗ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ମୁଖ୍ୟ ଅତିଥି ରୂପେ ଯୋଗ ଦେଇଥିବା ବେଳେ, ଖଣ୍ଡପଡା ବିଧାୟକ ଦୁଷ୍ମନ୍ତ କୁମାର ସ୍ୱାଇଁ,ଜିଲ୍ଲାପାଳ ଅକ୍ଷୟ ସୁନିଲ ଅଗ୍ରୱାଲ, ଜ଼ିଲ୍ଲାପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ଲଗ୍ନଜିତ ରାଉତ, ଉପଜିଲ୍ଲାପାଳ କର୍ଣ୍ଣଦେବ ସମାଦାରଙ୍କ ସମେତ ଜିଲ୍ଲାସ୍ତରୀୟ ଅଧିକାରୀବୃନ୍ଦ ,ବିଦ୍ୟାଳୟର ଛାତ୍ରଛାତ୍ରୀ ମାନେ ଉପସ୍ଥିତ ରହି ବିଭିନ୍ନ ଯୋଗାଭ୍ୟାସ ,ଶାରିରୀକ ବ୍ୟାୟମ,ଯୋଗକୌଶଳ ଶିକ୍ଷା କରିବା ସହ ଅଭ୍ୟାସ କରିଥିଲେ । ନୂଆଗାଁ ବ୍ଲକ୍ ଚିନ୍ତାମଣି…

Read More

କନ୍ଧମାଳ ( ଶ୍ରେୟ ତରଙ୍ଗ): ଫୁଲବାଣୀ କରୋନେସନ୍ ପଡ଼ିଆ ରେ ଅନ୍ତର୍ଜାତୀୟ ଯୋଗ ଦିବସ ପାଳନ ହୋଇ ଯାଇଛି । ଓଡ଼ିଶା ସରକାରଙ୍କ ଶିକ୍ଷା ଗଣଶିକ୍ଷା ଓ ଅନୁସୂଚିତ ଜାତି ଓ ଜନଜାତି ବିଭାଗ ମନ୍ତ୍ରୀ ଶ୍ରୀଯୁକ୍ତ ନିତ୍ୟାନନ୍ଦ ଗଣ୍ଡ ମୁଖ୍ୟ ଅତିଥି ରୂପେ ଯୋଗ ଦେଇଥିଲେ । ଜିଲ୍ଲାପାଳ କନ୍ଧମାଳ ଶ୍ରୀ ଅମ୍ରିତି ଋତୁରାଜ, ଫୁଲବାଣୀ ବିଧାୟକ ଉମାଚରଣ ମଲ୍ଲିକ, ଜି ଉଦୟଗିରି କଂଗ୍ରେସ ବିଧାୟକ ପ୍ରଫୁଲ୍ଲ ଚନ୍ଦ୍ର ପ୍ରଧାନ, ଏସପି କନ୍ଧମାଳ ଶ୍ରୀ ହରିଶ୍ ବିସ୍ , ଉପଜିଲ୍ଲାପାଳ ଶ୍ରୀ ଭିକାରୀ ସାହୁ, ଙ୍କ ସମେତ ଜିଲ୍ଲା ପ୍ରଶାସନ ର ବହୁ ବରିଷ୍ଠ ଅଧିକାରୀ ଯୋଗ ଦେଇଥିଲେ । ଏକ ହଜାର ରୁ ଅଧିକ ବୁଦ୍ଧିଜୀବୀ, ଛାତ୍ର ମହିଳା, ଯୋଗ ଦିବସ ରେ ଯୋଗଦେଇଥିଲେ । ଆନ୍ଧ୍ର ପ୍ରଦେଶ ରେ ପ୍ରଧାନମନ୍ତ୍ରୀ ଯୋଗ ଦିବସ ରେ ସମଗ୍ର ବିଶ୍ବ ଉଦ୍ଦେଶ୍ୟ ରେ କହିଥିଲେ, ଯୋଗ ଭାରତର ଅବଦାନ, ଯାହା…

Read More

କନ୍ଧମାଳ ( ଶ୍ରେୟ ତରଙ୍ଗ): ଖଜୁରୀପଡ଼ା ଥାନା ଦଳପଡ଼ା ପଞ୍ଚାୟତ ଝାମ୍ପି ଗ୍ରାମରେ ସ୍ତ୍ରୀର ଟାଙ୍ଗିଆ ଚୋଟରେ ସ୍ବାମୀ ଗୁରୁତର । ପ୍ରଶାନ୍ତ କହଁର ପ୍ରତିଦିନ ନିଶାସକ୍ତ ଅବସ୍ଥାରେ ଆସି ସ୍ତ୍ରୀକୁ ମାଡ଼ ମାରିବା ସହିତ ନିର୍ଯାତନା ଦେଇ ଆସୁଥିଲା । ଛଅ ଗୋଟି ପୁତ୍ର ସନ୍ତାନ କୁ ଧରି ସ୍ତ୍ରୀ ଅହଲ୍ୟା କହଁର ଦୁଃଖଦ ଜୀବନ ଯିଉଁ ଥିଲା ।ସ୍ବାମୀ ନିଶାସକ୍ତ ରହିବା ସହିତ ପରକ୍ରୀୟା ପ୍ରୀତିରେ ଯୋଡିତ ରହୁଥିବା ଅଭିଯୋଗ ହୋଇଛି । ସ୍ବାମୀ ସ୍ତ୍ରୀ ମଧ୍ୟରେ ଗଣ୍ଡଗୋଳ ସବୁବେଳେ ଲାଗି ରହୁଥିଲା । ସ୍ବାମୀ ସ୍ତ୍ରୀ ମଧ୍ୟରେ ଝଗଡ଼ା ହେବାରୁ ସ୍ବାମୀ ପ୍ରଶାନ୍ତ ନିଶାସକ୍ତ ଅବସ୍ଥାରେ ଟାଙ୍ଗିଆ ଧରି ସ୍ତ୍ରୀ ଅହଲ୍ୟା ହାଣିବା ପାଇଁ ଗୋଡାଇବା ବେଳେ ସ୍ବାମୀ ହାତରୁ ସ୍ତ୍ରୀ ଟାଙ୍ଗିଆ ଛଡେଇ ସ୍ବାମୀ କୁ ଆକ୍ରମଣ କରିଥିଲା ଏ ନେଇ ଥାନାରେ ୧୩୮/୨୫ ମାମଲା ରୁଜୁ କରାଯାଇଛି।ଗୁରୁତର ଅବସ୍ଥାରେ ପୋଲିସ ପ୍ରଶାନ୍ତ କୁ ଉଦ୍ଧାର…

Read More

କଣ୍ଟିଲୋ ( ଶ୍ରେୟ ତରଙ୍ଗ): ଓଡ଼ିଆ ଙ୍କ ପ୍ରିୟ ପର୍ବ ରଜ ଉତ୍ସବ ରେ କଣ୍ଟିଲୋ ନୀଳ ମାଧବ ଙ୍କ ପୀଠରେ ହଜାର ହଜାର ସଂଖ୍ୟା ରେ ଭକ୍ତଙ୍କ ଭିଡ ଦେଖିବାକୁ ମିଳିଛି । ଜଣେ ବଙ୍ଗୀୟ ପର୍ଯ୍ୟଟକ ଆମ୍ବ କେଜି ୧୮ ହଜାର ଟଙ୍କା, ର ଆଣି ନୀଳ ମାଧବ ଙ୍କ ପାଖରେ ଭୋଗ କରି ଖୁସି ହୋଇଥିବା ବେଳେ, ପୂଜକ ମାନଙ୍କ ମଧ୍ୟରେ ବେଶ୍ ଖୁସି ଦେଖିବାକୁ ମିଳିଥିଲା । ମାଧବ ଗୋସାଇଁଙ୍କ ବରିଷ୍ଟ ସେବାୟତ ମଣ୍ଟୁ ଭାଇନା ଖୁସିରେ ଭୋଗ ଲଗାଇଥିଲେ । ରଜ ଉତ୍ସବ ପାଳନ ପ୍ରତି ଓଡ଼ିଆ ଘରେ ହେଉଥିବାରୁ, ଭକ୍ତ ମାନେ ନୀଳମାଧବ ଙ୍କୁ ଦର୍ଶନ କରିବା ପାଇଁ ଛୁଟି ଆସିଥିଲେ । ଭକ୍ତମାନଙ୍କ ସୁବିଧା ନିମନ୍ତେ ମନ୍ଦିର ସେବାୟତ ମାନଙ୍କ ତରଫରୁ ଦହି ପଣା ର ବନ୍ଦୋବସ୍ତ କରାଯାଇଥିଲା । ଖୁସିରେ ଭକ୍ତ ମାନେ ଦହି ପଣା ସେବନ କରିଥିଲେ ।…

Read More

( ଶ୍ରେୟ ତରଙ୍ଗ ବ୍ୟୁରୋ ) : ଶ୍ରୀ ଶ୍ରୀ ଆଚାର୍ଯ୍ୟ ଦେବଙ୍କ ପବିତ୍ର ୫୮ ତମ ଜନ୍ମ ଉତ୍ସବ ବିଶ୍ୱର ବିଭିନ୍ନ ଦେଶ, ପ୍ରାନ୍ତ ରେ ଗୁରୁଭାଇ ମା ମାନେ ମହା ଆଡମ୍ବର ସହ ପାଳନ କରିଛନ୍ତି । ଶ୍ରୀ ଶ୍ରୀ ଆଚାର୍ଯ୍ୟ ଦେବଙ୍କ ସରଳ ଜୀବନ ଶୈଳୀ, ଜୀବନ ବ୍ୟାପି ସାଧନା ବିଶେଷକରି , ସାଂପ୍ରତିକ ପରିବେଶ ପରିସ୍ଥିତି ରେ ସମସ୍ତେ ଶୁ ସଂଗଠିତ ହୋଇ ସରଳ ଜୀବନ ଶୈଳୀ ରେ କିଭଳି ବିଶ୍ଵ ଭାତୃତ୍ବ ବଜାୟ ରଖି ପରିବେଶ ପରିସ୍ଥିତି ସହ ଏକାଠି ହୋଇ ଚାଲିବେ, ଜୀବନ ରେ ଠାକୁର୍ ଙ୍କୁ ଗ୍ରହଣ କରି କିଭଳି ସାଧାରଣ ମଣିଷ ତାର ପରିବାର ପରିବେଶ ସହ ଚଳିବ, ସମାଜ ଦେଶ ପ୍ରତି କର୍ତ୍ତବ୍ୟ କୁ ଠିକ୍ ଭାବରେ ପାଳନ କରିବ, ନିଜେ ଠିକ୍ ରହି ସତ୍ ମାର୍ଗରେ ଚାଲିବ, ଆଚାର୍ଯ୍ୟ ଦେବଙ୍କ ପ୍ରେରଣା ସମସ୍ତଙ୍କୁ ଆକୃଷ୍ଟ କରି ପାରିଛି…

Read More

ନୟାଗଡ଼ ( ଶ୍ରେୟ ତରଙ୍ଗ) ; ନୟାଗଡ଼ ଜିଲ୍ଲା ଗଣିଆ ବ୍ଳକ ଅନ୍ତର୍ଗତ କିଶୋର ପ୍ରସାଦ ପଂଚାୟତର ପାଣ୍ଡରାସିଂହା ଗ୍ରାମରେ ସାଙ୍ଗକୁ ସାଙ୍ଗ ଛୁରୀ ଭୁଷି ହତ୍ୟା କରିଥିବା ଘଟଣା ଚାଂଚଲ୍ୟ ସୃଷ୍ଟି କରିଛି । ଶନିବାର ଅପରାହ୍ନରେ ଖଲିସରା କ୍ଳବ ମଣ୍ଡପ ଉପରେ ପୁରୁଷୋତମ ପ୍ରଧାନ (୩୭) ବସିଥିବା ବେଳେ ସେହି ଗ୍ରାମର ଗଙ୍ଗାଧର ରାଉତ ଓରଫ ସୁନିଆ ରାଉତ (୪୨) ଅତ୍ୟଧିକ ମଦ୍ୟପାନ କରି କ୍ଳବ ମଣ୍ଡପକୁ ଯାଇଥିଲା । ଦୁଇଜଣଙ୍କ ମଧ୍ୟରେ କୌଣସି କାରଣ ନେଇ କଥା କଟା କଟି ହୋଇଥିଲା । ଏପରିକି ଉଭୟ ଉଭୟଙ୍କୁ ଗାଳିଗୁଲଜ କରିବା ସହିତ ମାଡ଼ପିଟ ହୋଇଥିଲେ । ଗଙ୍ଗାଧର ରାଉତ ପାଖରେ ପଡ଼ିଥିବା ଏକ ଠେଙ୍ଗାରେ ପୁରୁଷୋତମ ରାଉତକୁ ପଟିଥିଲା । ପୁରୁଷୋତମ ମାଡ଼ଖାଇ ଗ୍ରାମ ମନୋରଂଜନ ପ୍ରଧାନଙ୍କୁ ଧରି ଗ୍ରାମ ଭଦ୍ରଲୋକଙ୍କ ନିକଟକୁ ଯାଇ ଏହାର ସମାଧାନ କରିବାକୁ ଯିବାବେଳେ ଏଥିରେ ବ୍ୟଥିତ ହୋଇ ଗଙ୍ଗାଧର ପ୍ରଧାନ…

Read More

( ଶ୍ରେୟ ତରଙ୍ଗ ବ୍ୟୁରୋ ) : ଶ୍ରୀ ଶ୍ରୀ ଠାକୁର୍ ଅନୁକୂଳ ଚନ୍ଦ୍ରଙ୍କ ସହ ପ୍ରତିରିତ୍ଵିକ୍ ସ୍ବର୍ଗତ ବସନ୍ତ କୁମାର ସାହୁଙ୍କ ୧୪ ଦିବସ ରେ ତାଙ୍କର ବାସଭବନ କଣ୍ଟିଲୋ ପଣୁ ସାହି ପାଟଣା ରେ ଦିବ୍ୟ ସତସଙ୍ଗ ଓ ଆଲୋଚନା ଅନୁଷ୍ଠିତ ହୋଇ ଯାଇଛି । ଶିକ୍ଷକ ଜୀବନ ରୁ ଅବସର ନେବା ପରେ ଜୀବନ ବ୍ୟାପି ଠାକୁରଙ୍କ କର୍ମ ରେ ନିଜକୁ ନିୟୋଜନ ରଖିଥିଲେ । ବିଶେଷକରି କଣ୍ଟିଲୋ ସତସଙ୍ଗ ଶ୍ରୀ ମନ୍ଦିର ନିର୍ମାଣ ରେ ନିଜକୁ ସାମିଲ କରି ଏହାର ଦାୟିତ୍ବ ନେଇଥିଲେ । ପ୍ରତିଦିନ ଗୁରୁଭାଈ , ମା ମାନଙ୍କ ଠାରୁ ଅର୍ଘ୍ୟ ସଂଗ୍ରହ କରିବା, ଦୀକ୍ଷା ଦାନ କରିବା ଓ ଠାକୁରଙ୍କ ଜୀବନୀ ପ୍ରଚାର ପ୍ରସାର କରିବା ରେ ସାମିଲ ରଖିଥିଲେ । ୧୯୫୩ ମସିହାରେ ଜନ୍ମ ଗ୍ରହଣ କରିଥିବା ବେଳେ, ୨୦୨୫ ଜୁନ ୧ ତାରିଖ ରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର…

Read More

କନ୍ଧମାଳ ( ଶ୍ରେୟ ତରଙ୍ଗ): ଉଦୟଗିରି-କଳିଙ୍ଗା ମୁଖ୍ୟ ରାସ୍ତା ରାଇପଦା ଛକ ନିକଟରେ ଦୁର୍ଘଟଣାରେ ଆହତ ଯୁବତୀଙ୍କୁ ଉଦ୍ଧାର କରି ଗୋଷ୍ଠୀ ଉନ୍ନୟନ ଅଧିକାରୀ (ବିଡିଓ) ଶରତ କୁମାର ମଲ୍ଲିକ ଡାକ୍ତରଖାନାକୁ ନେଇ ଚିକିତ୍ସା କରାଇଛନ୍ତି। ଦୁର୍ଘଟଣାର ଆହତ ହୋଇଥିବା ଯୁବତୀ ଜଣକ ହେଲେ ହେଲେ ଏସ୍‌ ପ୍ରତ୍ୟାଷା ପ୍ରଧାନ ଓ କୁରୁମିଙ୍ଗିଆ ଗ୍ରାମର ସତ୍ୟ ରଞ୍ଜନ ପ୍ରଧାନଙ୍କ ଝିଅ । ଦୁର୍ଘଟଣା ରେ ଆହତ ହୋଇ ରାସ୍ତା ପାର୍ଶ୍ୱରେ ପଡ଼ିଥିଲେ । ଏହି ସମୟରେ ସେହି ରାସ୍ତା ଦେଇ ସ୍ଥାନୀୟ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶରତ କୁମାର ମଲ୍ଲିକ ଫେରୁଥିଲେ । ଶ୍ରୀ ମଲ୍ଲିକ ଘଟଣାସ୍ଥଳରୁ ଆହତ ଯୁବତିଙ୍କୁ ଉଦ୍ଧାର କରି ସ୍ଥାନୀୟ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ନେଇ ଚିକିତ୍ସା କରାଇଥିଲେ। ବିଡ଼ିଓଙ୍କ ସାଥିରେ ଥିବା ବ୍ଲକ୍ କର୍ମଚାରୀ ଏଇଇ ଅସିତ୍ କୁମାର ସେଠୀ, ବିପିସି ଜଗନ୍ନାଥ ରଥ, ଏମଆଇ ପ୍ରଜ୍ଞା ପରମିତା ପ୍ରଧାନ, ବିଆରସି ମାନୁଆଲ ନାୟକ, ଗିଦିଆନ୍…

Read More

( ଶ୍ରେୟ ତରଙ୍ଗ ବ୍ୟୁରୋ ) : ଅହମ୍ମଦାବାଦରୁ ଲଣ୍ଡନ ଅଭିମୁଖେ ଯାତ୍ରା କରୁଥିବା ଏୟାର ଇଣ୍ଡିଆ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି । ସର୍ଦ୍ଦାର ବଲ୍ଲଭଭାଇ ପଟେଲ ଅନ୍ତର୍ଜାତୀୟ ବିମାନବନ୍ଦର ରୁ ବିମାନଟି ଉଡାଣ ଆରମ୍ଭ କରିଥିବା ବେଳେ ଏହି ଦୁଃଖଦ ଦୁର୍ଘଟଣା ଘଟିଛି। ବିମାନ ରେ ୧୨ଜଣ କ୍ରୁ ସଦସ୍ୟଙ୍କ ସହିତ ୨୩୦ଜଣ ଯାତ୍ରୀ ବସି ଯାତ୍ରା କରୁଥିଲେ। ୨୩୦ଜଣ ଯାତ୍ରୀଙ୍କ ମଧ୍ୟରୁ ବିମାନରେ ୧୬୯ ଜଣ ଭାରତୀୟ ଏବଂ ୫୩ ଜଣ ବ୍ରିଟିଶ ନାଗରିକ ଥିବା ଜଣାପଡ଼ିଛି। ଦୁର୍ଘଟଣାଗସ୍ତ ବିମାନ ବୋଇଂର ୭୮୭ ଡ୍ରିମଲାଇନର ବୋଲି କୁହାଯାଉଥିବା ବେଳେ ଏହା ୧୧ବର୍ଷ ପୁରୁଣା ଥିବା ଜଣାପଡ଼ିଛି। ଏୟାର ଇଣ୍ଡିଆ ବିମାନ ଏଆଇ-୧୭୧ ଦିଲ୍ଲୀର ଇନ୍ଦିରାଗାନ୍ଧୀ ଇଣ୍ଟରନାସନାଲ ଏୟାରପୋର୍ଟରୁ ଅହମ୍ମଦାବାଦ ଅଭିମୁଖେ ଯାତ୍ରା କରିଥିଲା। ଗୁରୁବାର ଅପରାହ୍ନରେ ଏୟାର ଇଣ୍ଡିଆ ବିମାନ ଏଆଇ-୧୭୧ ଅହମ୍ମଦାବାଦରୁ ଲଣ୍ଡନ ଅଭିମୁଖେ ଯାତ୍ରା କରିବା ସମୟରେ ଦୁର୍ଘଟଣାଗସ୍ତ ହୋଇଛି। ଦୁର୍ଘଟଣାର କାରଣ ଜଣାପଡ଼ି ପାରିନାହିଁ। ଗୁଜରାଟର…

Read More

କନ୍ଧମାଳ ( ଶ୍ରେୟ ତରଙ୍ଗ) : ପର୍ଯ୍ୟଟକ ମାନଙ୍କୁ ଆକ୍ରମଣ ଓ ଡ଼କାୟତି ମାମଲାରେ ପୋଲିସକୁ ମିଳିଛି ବଡ଼ ସଫଳତା। ଘଟଣାର ମାତ୍ର ୪୮ ଘଣ୍ଟା ମଧ୍ୟରେ ପାଞ୍ଚ ଜଣ ଡକାୟତ ଙ୍କୁ ପୋଲିସ ଧରିଥିବା ବେଳେ ଅନ୍ୟ ୪ ଫେରାର ଅଛନ୍ତି। ଇଣ୍ଟରନେଟ ରୁ ବେଷ୍ଟ ଟୁରିଷ୍ଟ ସ୍ପଟ୍ ଓଡ଼ିଶା ସର୍ଚ୍ଚ କରି କେରଳ ର ୭ ଜଣ ଯୁବକ କନ୍ଧମାଳ ଜିଲ୍ଲାର ପୂତୁଡ଼ି ଜଳପ୍ରପାତ କୁ ବୁଲିବାକୁ ଆସିଥିଲେ କିନ୍ତୁ ପର୍ଯ୍ୟଟକ ମାନଙ୍କୁ ୧୫ ରୁ ଅଧିକ ଡକାୟତ ଦଳ ଆକ୍ରମଣ କରିବା ସହିତ ମୋବାଇଲ, ଗାଡ଼ି ଚାବି ନଗଦ ଟଙ୍କା, ଲୁଟ୍ କରିନେଇଥିଲେ। ଏଥିସହ ପର୍ଯ୍ୟଟକ ମାନଙ୍କୁ ମରଣାନ୍ତକ ଆକ୍ରମଣ ମଧ୍ୟ କରିଥିଲେ । ଯୁବକ ମାନେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଜଙ୍ଗଲ ଓ ସାଲୁଙ୍କି ନଦୀ ମଧ୍ୟରେ ଚାଲି ଚାଲି ଆସି ପୋଲିସକୁ ସୂଚନା ଦେଇଥିଲେ ସ୍ଥାନୀୟ ଲୋକଙ୍କ ସହାୟତାରେ। ଘଟଣା ଘଟିଥିଲା ୮ ତାରିଖ…

Read More

( ଶ୍ରେୟ ତରଙ୍ଗ ବ୍ୟୁରୋ ) : ମହାପ୍ରଭୁ ଶ୍ରୀ ଜଗନ୍ନାଥ , ବଳଭଦ୍ର, ସୁଭଦ୍ରା ଓ ସୁଦର୍ଶନ ମହାପ୍ରଭୁ ୧୦୮ ସୁବାସିତ ସୁବର୍ଣ୍ଣ ଗରା ରେ ପାଣି ଗାଧୋଇ ଛନ୍ତି । ରତ୍ନବେଦୀ ରୁ ଆସି ସର୍ବ ସାଧାରଣ ଦର୍ଶନ ପରେ ସ୍ବତନ୍ତ୍ର ନିତିକାନ୍ତି ପୂଜା ପରେ ୧୦୮ ଗରା ରେ ଜଳ ଢ଼ାଳି ହୋଇଥିଲେ ଚତୁର୍ଦ୍ଧାମୂର୍ତ୍ତୀ । ଦିବ୍ୟ ମାନବ ଲୀଳା ଖେଳା କରୁଛନ୍ତି ସ୍ଵୟଂ ମହାପ୍ରଭୁ । ସ୍ନାନ ପରେ ଜରରେ ପଡ଼ି ଆଜିଠାରୁ ଅଣସର ଘରେ ମହାପ୍ରଭୁ ଗୁପ୍ତ ରେ ସେବା ପାଇବେ । ଅଲାରନାଥ ପୀଠର ଭକ୍ତ ମାନଙ୍କୁ ଦର୍ଶନ ଦେବେ । ସୁସ୍ଥ ହୋଇ ମାଉସୀ ଘରକୁ ଗୁଣ୍ଡିଚା ବାଡ଼ି କୁ ଯିବେ । ଲକ୍ଷ୍ୟ ଲକ୍ଷ୍ୟ ଭକ୍ତ ଅପେକ୍ଷା ରେ ଅଛନ୍ତି, ଶ୍ରୀ ଜିଉ ମାନଙ୍କୁ ରଥରେ ଟାଣି ନେବା ପାଇଁ । ମଙ୍ଗଳ ଆଳତି, ମଇଲମ, ଅବକାଶ ନୀତି ପରେ…

Read More