Author: sreyataranga

ନୟାଗଡ଼ ( ଶ୍ରେୟ ତରଙ୍ଗ ): ବଦଳୁଛି ନୟାଗଡ଼ ରିଜର୍ଭ ପଡିଆର ରୂପରେଖ । ଖାଲି ପୋଲିସ ଟ୍ରେନିଂ ନୁହେଁ, ତା ସହିତ ମନୋରଞ୍ଜନ ର ମାଧ୍ୟମ ପଲଟିବ ନୟାଗଡ଼ ପୋଲିସ ଟ୍ରେନିଂ ପଡ଼ିଆ । ନୟାଗଡ ଜିଲ୍ଲା ସଦର ମହକୁମାରେ ଥିବା ପୋଲିସ ରିଜର୍ଭ ପଡିଆର ଭିତ୍ତିଭୂମି ସୁଦୃଢ଼ କରିବା ପାଇଁ ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ଏସ ସୁଶ୍ରୀ। ନେଇଛନ୍ତି ନୂତନ ପଦକ୍ଷେପ । ନୟାଗଡ଼ ଏସପି ଏସ ସୁଶ୍ରୀ ଙ୍କ ପ୍ରତ୍ୟକ୍ଷ ତତ୍ଵବଧାନରେ ରିଜର୍ଭ ଆରକ୍ଷୀ ନିରୀକ୍ଷକ ବିଜୟ ମୁଦୁଲି, ଏକ ବର୍ଷ ମଧ୍ୟରେ ପିଟିଏସ- ଡିଆରଡିଏ ପୂର୍ତ୍ତ ବିଭାଗ ମୁଖ୍ୟ ରାସ୍ତା ଠାରୁ ବିଭାଗୀୟ କାର୍ଯ୍ୟାଳୟ ପର୍ଯ୍ୟନ୍ତ ରାସ୍ତାର ସୂଦୃଢ଼ୀକରଣ କରିବା ସହ ପୋଲିସ ବିଭାଗୀର ଯାନବାହାନ ସଫା କରିବା ପାଇଁ ଏକ ସର୍ଭିସ୍ ପଏଣ୍ଟ କରିଛନ୍ତି। ଏଥିସହିତ ଜିଲ୍ଲା ପୋଲିସ ବିଶ୍ରାମ ଗୃହକୁ ପକ୍କା ରାସ୍ତା, ପୋଲିସ ଗ୍ରାଉଣ୍ଡ ପରିସରରେ ଫ୍ଲାଗ ପୋଷ୍ଟ ନିର୍ମାଣ କାର୍ଯ୍ୟ…

Read More

ଶ୍ରେୟ ତରଙ୍ଗ ( ବ୍ୟୁରୋ ): ରାଜ୍ୟ ସରକାର ବଡ଼ ଧରଣର ଆଇଏସ ସ୍ତରରେ ଅଦଳ ବଦଳ କରିଛନ୍ତି । ନୂତନ ମନ୍ତ୍ରୀ ମଣ୍ଡଳ ସମ୍ପ୍ରସାରଣ ପୂର୍ବରୁ ବିଭିନ୍ନ ଜିଲ୍ଲାର ଜିଲ୍ଲାପାଳ ମାନଙ୍କୁ ବଦଳି କରିଛନ୍ତି । ପୁରୀ ଜିଲ୍ଲାପାଳ ଚଞ୍ଚଲ ରାଣାଙ୍କୁ ଭୁବନେଶ୍ବର ମହାନଗର ନଗମ (ବିଏମ୍‌ସି)ରେ କମିସନର ପଦବିରେ ନିଯୁକ୍ତି ଦେଇଛନ୍ତି। ବରିଷ୍ଠ ଆଇଏଏସ୍‌ ଅଧିକାରୀ ରୁପା ରୋଶନ ସାହୁଙ୍କୁ ରାଜ୍ୟପାଳ ସଚିବ ଭାବେ ନିଯୁକ୍ତି ମିଳି ଥିବା ବେଳେ ସଚିନ ରାମଚନ୍ଦ୍ର ଯାଦବଙ୍କୁ କ୍ରୀଡ଼ା ଓ ଯୁବ ସେବା ବିଭାଗ ଦାୟିତ୍ବ ଦିଆଯାଇଛି। ସଂଗ୍ରାମ କେଶରୀ ମହାପାତ୍ରଙ୍କୁ ଦକ୍ଷିଣାଞ୍ଚଳ ଆରଡିସି ଭାବେ ନିଯୁକ୍ତ ଦିଆଯାଇଛି। ବିଜୟ କୁମାର ଦାସ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଅତିରିକ୍ତ ସଚିବ ହୋଇଛନ୍ତି। ରାଜ୍ୟ ସରକାର କିଛି ଜିଲ୍ଲାରେ ଜିଲ୍ଲାପାଳଙ୍କୁ ବଦଳି କରିଛନ୍ତି। ଏହି କ୍ରମରେ ସୋମେଶ କୁମାର ଉପାଧ୍ୟାୟଙ୍କୁ ମାଲକାନଗିରି ଓ ଶୁଭଙ୍କର ମହାପାତ୍ରଙ୍କୁ ସୁନ୍ଦରଗଡ଼ ଜିଲ୍ଲାପାଳ ଭାବେ ନିଯୁକ୍ତି ଦେଇଛନ୍ତି। ସେହିପରି ଆଶିଷ…

Read More

କନ୍ଧମାଳ (ଶ୍ରେୟ ତରଙ୍ଗ): ଖଜୁରୀପଡ଼ା ଥାନା ଅଞ୍ଚଳ ରେ ଦୁର୍ଘଟଣା ରେ ବିଜେଡି ନେତା ଙ୍କ ମୃତ ହୋଇଥିବା ବେଳେ, ଦୁଇ ଜଣ ଗୁରୁତର ଆହତ ହୋଇଛନ୍ତି ସୂଚନା ଅନୁସାରେ, ଦଶପଲ୍ଲା ଏନ୍ଏସି ଅଞ୍ଚଳର ତିନିଜଣ ବ୍ୟକ୍ତି ଏକ ବୁଲେଟ ଗାଡ଼ିରେ ଫୁଲବାଣୀ ଯାଉଥିବା ବେଳେ, ଖଜୁରୀପଡ଼ା ଦୁତିମେଣ୍ଡି ପଞ୍ଚାୟତ ଆଗରେ ଥିବା ଏକ ବୁଲାଣି ରେ ଭାରସ୍ୟମ ହରାଇ ରାସ୍ତା ପାର୍ଶ୍ୟକୁ ଛିଟିକି ପଡ଼ିଥିଲେ । ଘଟଣା ସ୍ଥଳରେ ବୁଲେଟ ଚଳାଉଥିବା ବିଜେଡି ନେତା ପ୍ରଭାତ ସାହୁଙ୍କର ମୃତୁ ହୋଇଥିଲା । ସିଦ୍ଧେଶ୍ଵର ସାହୁଙ୍କ ମୁଣ୍ଡରେ ଗଭୀର କ୍ଷତ ଲାଗିଥିବା ବେଳେ, ଜ୍ୟୋତି ରଞ୍ଜନ ଘଡେ଼ଇ ଙ୍କ ଗୋଡ ଭାଙ୍ଗି ଯାଇଛି ଖଜୁରୀପଡ଼ା ଦମକଳ ବାହିନୀ ଘଟଣାସ୍ଥଳ କୁ ଯାଇ ସମସ୍ତଙ୍କୁ ଉଦ୍ଧାର କରି ପ୍ରାଥମିକ ଚିକିତ୍ସା ନିମନ୍ତେ ପ୍ରଥମେ ଖଜୁରୀପଡ଼ା ମେଡ଼ିକାଲ୍ କୁ ନେଇଥିଲେ । ପରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ କୁ ନେଇଥିଲେ । ମେଡ଼ିକାଲ୍ ରେ…

Read More

ଶ୍ରେୟ ତରଙ୍ଗ ବ୍ୟୁରୋ , ଓଡ଼ିଆ ଫିଲ୍ମ ନବକଳେବର ରାଷ୍ଟ୍ରପତି ଭବନ ରେ ପ୍ରଦର୍ଶିତ ହୋଇ ଯାଇଛି। ଓଡ଼ିଆ କଳାକାରଙ୍କ ଗହଣରେ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ବସି ଫିଲ୍ମ୍ ଦେଖିବା ସହ ଉଚ୍ଚ ପ୍ରଶଂସା କରିଛନ୍ତି । ଓଡ଼ିଆ ଚଳଚ୍ଚିତ୍ର ରାଷ୍ଟ୍ରପତି ଭବନ ରେ ପ୍ରଦର୍ଶିତ ହୋଇ ଏକ ଇତିହାସ ରଚନା କରିଛି ସୁପର ଷ୍ଟାର ସିଦ୍ଧାନ୍ତ ମହାପାତ୍ର, ଶ୍ରୀତମ ଦାସ , କୁନା ତ୍ରିପାଠୀ, ସିର୍ଯ୍ୟମୟୀ, ଜ୍ୟୋତି, ଶିବାନୀ, ଅଂଶୁମାନ, ପିଙ୍କି ପ୍ରଧାନ, କେଦାର ମିଶ୍ର, ଶଙ୍କର, ଦେବୁ ପଟ୍ଟନାୟକ, ପ୍ରିୟଙ୍କା ସାହୁ, ଋଷି ପଟ୍ଟନାୟକ, ଶମ୍ଭୁନାଥ ଖୁଣ୍ଟିଆ ପ୍ରମୁଖ ଅଭିନୟ କରିଛନ୍ତି। ଓଡିଶା ସାହିତ୍ୟ ଏକାଡେମୀ ପୁରସ୍କାରପ୍ରାପ୍ତ ନାଟ୍ୟକାର ଶଙ୍କର ତ୍ରିପାଠୀଙ୍କ ଏକ ଚର୍ଚ୍ଚିତ ନାଟକ ଆଧାରରେ ନିର୍ମିତ ଏହି ଚଳଚ୍ଚିତ୍ରରେ ସଙ୍ଗୀତ ଦେଇଛନ୍ତି ମଳୟ ମିଶ୍ର। ଏଥିରେ କଣ୍ଠଦାନ କରିଛନ୍ତି ଇରା ମହାନ୍ତି, ସତ୍ୟଜିତ ପ୍ରଧାନ, ଅନ୍ତରା ଚକ୍ରବର୍ତ୍ତୀ ଓ ସତ୍ୟବ୍ରତ ସାହୁ। ଡ. ନିର୍ମଳ…

Read More

ଶ୍ରେୟ ତରଙ୍ଗ ( ବ୍ୟୁରୋ): ବହୁ ଚର୍ଚ୍ଚିତ ଏଫେମ କଲେଜ୍ ଛାତ୍ରୀ ସୋମ୍ୟାଶ୍ରୀ ବିଶି ପୋଡ଼ି ହୋଇ ମରିବା ଘଟଣା ରେ, ରାଜ୍ୟ ସରକାର କୋଡିଏ ଲକ୍ଷ୍ୟ ଟଙ୍କା ର ଆର୍ଥିକ ସହାୟତା ପ୍ରଦାନ କରିବାକୁ ଘୋଷଣା କରିଛନ୍ତି । ବାଲେଶ୍ଵର ସାଂସଦ ପ୍ରତାପ ଷଡ଼ଙ୍ଗୀ ଗଣମାଧ୍ୟମ କୁ ସୂଚନା ଦେଇଛନ୍ତି । ସ୍ଵତନ୍ତ୍ର ସୁରକ୍ଷା ବଳୟ ଭିତରେ ସୌମ୍ୟା ଙ୍କ ପାର୍ଥିବ ମର ଶରୀର ପୈତୃକ ଗାଁରେ ପହଞ୍ଚିଛି । ଶୋକାକୁଳ ପରିବେଶ ଭିତରେ ଗାଁ ଶ୍ମଶାନ ରେ ସୌମ୍ୟା ଙ୍କ ଶେଷକୃତ୍ୟ ସମ୍ପନ୍ନ କରାଯାଉଥିବା ବେଳେ, ତାଙ୍କ ଭାଇ ମୁଖାଗ୍ନି ଦେଇଛନ୍ତି । ଘଟଣା ଅନୁସାରେ, ୧୨ ତାରିଖ ମଧ୍ୟାହ୍ନରେ ପୀଡ଼ିତା ନିଜ ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଇଥିଲେ। ଖୁବ୍ କମ୍ ସମୟ ମଧ୍ୟରେ ତାଙ୍କ ଦେହ ଭୟାନକ ଭାବେ ଜଳି ଯାଇଥିଲା। ପ୍ରଥମେ ତାଙ୍କୁ ବାଲେଶ୍ବର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଓ ପରେ ଭୁବନେଶ୍ବର…

Read More

ଶ୍ରେୟ ତରଙ୍ଗ ( ବ୍ୟୁରୋ): ବହୁଚର୍ଚ୍ଚିତ ଫକିର ମୋହନ ବିଶ୍ଵ ବିଦ୍ୟାଳୟ ଛାତ୍ରୀ, ସୋମ୍ୟାଶ୍ରୀ ବିଶି ଙ୍କ ଚିକିତ୍ସା ଅବସ୍ଥାରେ ମୃତୁ ହୋଇଛି । ଏହି ଘଟଣା ପରେ, ମନ୍ତ୍ରୀ ପୃଥିରାଜ୍ ହରିଚନ୍ଦନ, ଓ ସୂର୍ଯ୍ୟବଂଶୀ ସୁରଜ୍ ଶୋକ ପ୍ରକାଶ କରିଛନ୍ତି । ତେବେ ଏମ୍ସ ହସ୍ପିଟାଲ ରୁ ମୃତ ଛାତ୍ରୀଙ୍କ ମର ଶରୀର ଆଣିବା ବେଳେ, ବିରୋଧୀ କଂଗ୍ରେସ ଓ ବିଜେଡି ସବ ଗାଡ଼ି ସାମ୍ନାରେ ଆନ୍ଦୋଳନ କରିଛନ୍ତି । ସୁରକ୍ଷା ଦୃଷ୍ଟିରୁ, ପୋଲିସ ଛାଉଣୀ କରାଯାଇଛି । ମୃତ ଛାତ୍ରୀଙ୍କ ପାର୍ଥିବ ଶରୀର କୁ ଗାଁ ଜନ୍ମ ମାଟି ରେ ଅନ୍ତିମ ସଂସ୍କାର କରାଯିବ ବୋଲି ରାଜ୍ୟ ସରକାରଙ୍କ ପକ୍ଷରୁ ସ୍ପଷ୍ଟ କରଣ କରାଯାଇଛି ।

Read More

ନୟାଗଡ଼ (ଶ୍ରେୟ ତରଙ୍ଗ): ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଲକ ପଞ୍ଚାୟତ ସମିତି ସମ୍ମିଳନୀ ଗୃହରେ ଦଶମ ସାଧାରଣ ଅଧିବେଶନ ସଭା ଚାଲିଥିବା ବେଳେ, ବିଡିଓଙ୍କ ଉପସ୍ଥିତିରେ ଫାଲଲ ଫିଙ୍ଗିଲେ ଦଶପଲ୍ଲା ବିଜେଡି ବିଧାୟକ ରମେଶ ଚନ୍ଦ୍ର ବେହେରା ସରକାରୀ ଅଧିକାରୀଙ୍କ ଉପରେ ରାଗ ତମ ତମ ହୋଇ ବୈଠକ ଅଧାରୁ ଉଠିଗଲେ । ବିଧାୟକଙ୍କ ଅଭିଯୋଗ, ମନମୁଖୀ କାର୍ଯ୍ୟ କରୁଛନ୍ତି ବିଭାଗୀୟ ଅଧିକାରୀ ମାନେ । ବିଡିଓ ଅମୃତ କୁମାର ରାଉଳଙ୍କ ଉପରେ ରାଗିଲେ । ଫାଲଲ ଫିଙ୍ଗି ଦେଲେ । ବୈଠକ ଅଧାରୁ ଉଠି ବି ଗଲେ । ନୂଆଗାଁ ବ୍ଲକ୍ ର ସମସ୍ତ ୨୨ ଗୋଟି ପଞ୍ଚାୟତ ର ସରପଞ୍ଚ, ସମିତିସଭ୍ୟ, ଜିଲ୍ଲାପରିଷଦ ମେମ୍ବର ଓ ବ୍ଲକ୍ କର୍ମଚାରୀ ବୃନ୍ଦ ଉପସ୍ଥିତ ଥିଲେ ।ନିର୍ଦ୍ଦିଷ୍ଟ କିଛି ସରପଞ୍ଚ ମାନଙ୍କ ଅଭିଯୋଗ , ପଞ୍ଚାୟତ ରେ ହେଉଥିବା ଉନ୍ନତି ମୂଳକ କାର୍ଯ୍ୟକ୍ରମ,ସେମାନଙ୍କୁ ନ ଜନାଇ କରାଯାଇଛି । ୱାର୍କ ଅର୍ଡର…

Read More

ନୟାଗଡ଼, (ଶ୍ରେୟ ତରଙ୍ଗ): ନୟାଗଡ଼ ସଦର ଥାନା ଅନ୍ତର୍ଗତ ମାନ୍ଧାତାପୁର ଇଣ୍ଡିଆନ ବ୍ୟାଙ୍କରୁ ବନ୍ଧୁକ ମୁନରେ ବ୍ୟାଙ୍କ୍ କର୍ମଚାରୀ ଙ୍କୁ ଭୟଭୀତ କରି ଲୁଟ କରିଥିଲେ ଡକାୟତ ଦଳ । ଏହି ଘଟଣା ରେ ବ୍ୟାଙ୍କ୍ ମ୍ୟାନେଜର ଲିଖିତ ଅଭିଯୋଗ କରିବା ପରେ, ନୟାଗଡ଼ ଏସପି ଙ୍କ ନେତୃତ୍ୱ ରେ ଟିମ୍ ଗଠନ କରାଯାଇ ତଦନ୍ତ ଆରମ୍ଭ କରାଯାଇଥିଲା । ୩ ଟି ବାଇକରେ ୬ ଜଣ ଡକାୟତ ବନ୍ଧୁକ ସହ ଆସି ପଶିଥିଲେ ବ୍ୟାଙ୍କ ମଧ୍ୟରେ । ପାଖାପାଖି ୨୭ ଲକ୍ଷ ଟଙ୍କା ସହ ସୁନା ଗହଣା ଲୁଟ୍ କରିଥିଲେ । ବ୍ୟାଙ୍କ କର୍ମଚାରୀଙ୍କ ସହ ବ୍ୟାଙ୍କରେ ଥିବା ଗ୍ରାହକଙ୍କୁ ବନ୍ଧୁକ ଦେଖାଇ ଭୟଭୀତ କରି ଲୁଟ କରି ସେହି ସ୍ଥାନ ରୁ ଫେରାର ହୋଇ ଯାଇଥିଲେ । ନୟାଗଡ଼ ପୋଲିସ ତୁରନ୍ତ ପଦକ୍ଷେପ ଗ୍ରହଣ କରିବା ସହ , ଘଣ୍ଟାଏ ମଧ୍ୟରେ ଦୁଇଜଣ ଚୋରଙ୍କୁ ଧରିବାରେ ସକ୍ଷମ ହୋଇଥିଲେ…

Read More

ଭୁବନେଶ୍ବର, ( ଶ୍ରେୟ ତରଙ୍ଗ): ଓଡ଼ିଶା ପ୍ରଶାସନିକ ସେବା (ଓଏଏସ୍‌) ସଂଘର ଦାବି ଗୁରୁବାର ରାତିରେ ପୂରଣ ହୋଇଛି। ଭୁବନେଶ୍ବର ମହାନଗର ନିଗମ (ବିଏମ୍‌ସି)ର ଅତିରିକ୍ତ କମିସନର ରତ୍ନାକର ସାହୁଙ୍କୁ ଗତ ସୋମବାର ଦିନ ଆକ୍ରମଣ ଘଟଣାରେ ସଂପୃକ୍ତି ଥିବା ଅଭିଯୋଗରେ ଭାରତୀୟ ଜନତା ପାର୍ଟି (ବିଜେପି)ର ବରିଷ୍ଠ ନେତା ଜଗନ୍ନାଥ ପ୍ରଧାନ ଗିରଫ ହୋଇଛନ୍ତି । ଓଏଏସ୍‌ ସଂଘ ତାର ଆନ୍ଦୋଳନ ପ୍ରତ୍ୟାହାର କରିଛି। ଓଏଏସ୍‌ ସଂଘ ଗତକାଲି ଠାରୁ ଜରୁରୀକାଳୀନ ସେବାରେ କାର୍ଯ୍ୟରତ ଥିବା ବେଳେ ଆସନ୍ତାକାଲି ଠାରୁ ପୂର୍ବଭଳି କାର୍ଯ୍ୟରେ ଯୋଗଦେବେ ବୋଲି କହିଛନ୍ତି। ପୂର୍ବରୁ ଏହି ଘଟଣା ରେ ପାଞ୍ଚ ଜଣ ଗିରଫ ହୋଇଥିଲେ । ଆଜି ଜଗା ପ୍ରଧାନ ଘରୁ ବାହାରି ପ୍ରଥମେ ବିଜେପି କାର୍ଯ୍ୟାଳୟ , ପରେ ଡିସିପି ଅଫିସ ରେ ପହଞ୍ଚି ଆତ୍ମ ସମର୍ପଣ କରିଥିଲେ । ପୋଲିସ ତାଙ୍କୁ ଗିରଫ କରିଛି । ଜାମିନ ନାମଞ୍ଜୁର ହେବାରୁ, ୧୪ ଦିନ…

Read More

ଗଣିଆ ( ଶ୍ରେୟ ତରଙ୍ଗ) : ବାପାଙ୍କ ମୃତୁ ଖବର ଶୁଣି ଘରକୁ ଆସୁଥିବା ବେଳେ, ଦୁର୍ଘଟଣା ରେ ଚାଲିଗଲା ପୁଅ ବୋହୁଙ୍କ ଜୀବନ । ସୂଚନା ଅନୁସାରେ, ଗଣିଆ ଥାନା ତେଲି ସାହିର ଅବସର ପ୍ରାପ୍ତ ଶିକ୍ଷକ ବଲ୍ଲଭ ସାହୁଙ୍କ ମୃତ୍ୟୁ ହୋଇଥିଲା । ଖବର ପାଇ ନୂଆପଡା ଜିଲ୍ଲା କୁରୁମ ଭୋଇ ହାଇସ୍କୁଲରେ ବିଜ୍ଞାନ ଶିକ୍ଷକ ଭାବେ କାର୍ଯ୍ୟରତ ବଲ୍ଲଭଙ୍କ ବଡ଼ପୁଅ ରାଜ କିଶୋର ସାହୁ ଓ ବୋହୁ ମିନାକ୍ଷୀ ସାହୁ ବାପାଙ୍କ ଶେଷଦର୍ଶନ କରିବା ସହିତ ବାପାଙ୍କ ମୁଁହରେ ମୁଖାଗ୍ନି ଦେବା ପାଇଁ ଗଣିଆ ଆସୁଥିବା ବେଳେ, ବୌଦ୍ଧ ଜିଲ୍ଲା ଆଦର୍ଶ ଥାନା ରାମ୍ଭିକଟା ନିକଟରେ ଛିଡ଼ାହୋଇଥିବା ଏକ ଟ୍ରକକୁ ଧକ୍କା ଦେଇଥିଲା କାର । ଘଟଣା ସ୍ଥଳରେ ଉଭୟ ସ୍ବାମୀ ଓ ସ୍ତ୍ରୀ ଙ୍କ ମୃତୁ ହୋଇଥିଲା । ସ୍ଥାନୀୟ ଲୋକ ଘଟଣା ସ୍ଥଳରେ ପହଂଚି ରାଜ କିଶୋର ଓ ମିନାକ୍ଷୀ ଙ୍କୁ ଉଦ୍ଧାର କରିବା…

Read More

ଦାସପାଲା, ( ଶ୍ରେୟ ତରଙ୍ଗ) : ଦଶପଲ୍ଲା ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ପରିସରରେ ସାମାଜିକ ସମରସତ୍ତା ବୈଠକ ଅନୁଷ୍ଠିତ ହୋଇଯାଇଛି । ଶିକ୍ଷକ ଭଗବାନ ଦେହୁରୀ ବୈଠକ ର ତାତ୍ପର୍ଯ୍ୟ ବିଷୟ ରେ ବିସ୍ତୃତ ଆଲୋଚନା କରିଥିଲେ । ସମସ୍ତ ଭାରତୀୟ ସଂଗଠିତ ହୋଇ ରହିବା ଦରକାର । ବିଶ୍ଵରେ ଯୁଦ୍ଧ ଲାଗି ରହିଥିବା ବେଳେ, ଭାରତ ଶାନ୍ତି ବଜାୟ ରଖି ଆସିଛି । ଭାରତର ସଂସ୍କୃତି, ଏକତା କୁ ସବୁବେଳେ ବାହ୍ୟ ବିଦେଶୀ ଆକ୍ରମଣ ନଷ୍ଟ କରିବା ପାଇଁ ଚେଷ୍ଟା କରୁଛି । କିନ୍ତୁ ଭାରତୀୟ ମାନେ ଏକାଠି ହୋଇ ଅଖଣ୍ଡ ବଜାୟ ରଖିବା ହେଉଛି ପ୍ରଥମ କର୍ତ୍ତବ୍ୟ । ବିଦେଶୀ ମୋଗଲ, ଇଂରେଜ ମାନେ ଭାରତ କୁ ଲୁଣ୍ଠନ କରିଛନ୍ତି । ଜାତି ପ୍ରଥା ସୃଷ୍ଟି କରିଛନ୍ତି । ସଂଘ ଶତବାର୍ଷିକ ଉତ୍ସବ ସମଗ୍ର ବିଶ୍ଵ ରେ ପାଳନ କରୁଛି ବୋଲି କହିଥିଲେ । ସଂଘ ପରିଚାଳକ…

Read More

କନ୍ଧମାଳ, ( ଶ୍ରେୟ ତରଙ୍ଗ ) : ମାଓବାଦୀ ଦମନ ଅଭିଯାନ କ୍ଷେତ୍ରରେ କନ୍ଧମାଳ ଜିଲ୍ଲା ପୋଲିସକୁ ଆଜି ବଡ଼ ସଫଳତା ମିଳିଛି। ଏହି ଅଭିଯାନରେ 2 ଜଣ ଦୁର୍ଦ୍ଦାନ୍ତ ମାଓବାଦୀଙ୍କ ମୃତ୍ୟୁ ଘଟିଥିବା ବେଳେ ଘଟଣାସ୍ଥଳରୁ ଗୋଟିଏ ରାଇଫଲ, ରିଭଲଭର, ଜୀବନ୍ତ ଗୁଳି, ୱାକି ଟକି, ବ୍ୟାଟେରୀ ଏବଂ ଅନ୍ୟାନ୍ୟ ମାଓ ସାମଗ୍ରୀ ଜବତ କରାଯାଇଛି ମୃତ୍ୟବରଣ କରିଥିବା ଉଭୟ ମାଓବାଦୀ ମଙ୍କୁ ଏବଂ ଚନ୍ଦନ ବୋଲି ପ୍ରାଥମିକ ତଦନ୍ତରୁ ଜଣାପଡିଛି। କନ୍ଧମାଳ ଜିଲ୍ଲାରେ ସକ୍ରିୟ ଥିବା ମାଓବାଦୀ ଗୃପର ମଙ୍କୁ ACM କ୍ୟାଡର ଏବଂ ଚନ୍ଦନ ପାର୍ଟି ସଦସ୍ୟ ବୋଲି ପୋଲିସ ପ୍ରାରମ୍ଭିକ ସୂଚନା ପାଇଛି। ସମ୍ପୂକ୍ତ ଅଞ୍ଚଳରେ ପୋଲିସ ପକ୍ଷରୁ ବ୍ୟାପକ ତଲାସୀ ଅଭିଯାନ ଜାରି ରହିଛି । ବାଲିଗୁଡା ଥାନା ଅଧୀନ ପୁରାଣଜିଆବ ସଂରକ୍ଷିତ ଜଙ୍ଗଲ ନିକଟରେ କିଛି ମାଓବାଦୀ ଲୁଚି ରହିଥିବା ସଂକ୍ରାନ୍ତରେ ଜିଲ୍ଲା ପୋଲିସର ଗୁଇନ୍ଦା ସୂତ୍ରରୁ ସୂଚନା ମିଳିଥିଲା। ସେହି ଅନୁଯାୟୀ,…

Read More