କନ୍ଧମାଳ ( ଶ୍ରେୟ ତରଙ୍ଗ) ; ଫୁଲବାଣୀ ମେଡିକାଲ କଲେଜ ସମଗ୍ର ରାଜ୍ୟରେ ସ୍ୱାସ୍ଥ୍ୟ ସେବାର ଏକ ନୂତନ ଅଧ୍ୟାୟ ସୃଷ୍ଟି କରିବ । ଜିଲ୍ଲା ପାଇଁ ପ୍ରାୟ ୭୫୦ କୋଟିର ୧୦ଟି ଉନ୍ନୟନ ମୂଳକ ପ୍ରକଳ୍ପର ଶୁଭ ଉଦ୍ଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ମୁଖ୍ୟମନ୍ତ୍ରୀ । ୬୫୫ କୋଟି ଟଙ୍କାରୁ ଉର୍ଦ୍ଧ୍ବ ୫ ଟି ପ୍ରକଳ୍ପର ଶୁଭ ଉଦ୍ଘାଟନ ଓ ୯୪ କୋଟିରୁ ଉର୍ଦ୍ଧ୍ବ ୫ଟି ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି । କନ୍ଧମାଳ ପର୍ଯ୍ୟଟନର ବିକାଶ ପାଇଁ ରାଜ୍ୟ ସରକାର ସ୍ଵତନ୍ତ୍ର ଧ୍ୟାନ ଦେଉଛନ୍ତି କନ୍ଧମାଳ ଚାଷ ଜମିକୁ ଜଳ ଓ ଚାଷୀଙ୍କୁ ବଳ ଦେଇ ସରକାର ବିକାଶର ଧାରାକୁ ତ୍ୱରାନ୍ୱିତ କରିଛନ୍ତି – ମୁଖ୍ୟମନ୍ତ୍ରୀ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଆଜି କନ୍ଧମାଳ ଜିଲ୍ଲା ଗସ୍ତ କରି ଫୁଲବାଣୀ ଠାରେ ୧୦୦ ସିଟ ବିଶିଷ୍ଟ ସରକାରୀ ମେଡିକାଲ କଲେଜ ଓ ୬୫୦ ଶଯ୍ୟା ବିଶିଷ୍ଟ…
Author: sreyataranga
କନ୍ଧମାଳ, ( ଶ୍ରେୟ ତରଙ୍ଗ ) : ଫୁଲବାଣୀ ଗସ୍ତରେ ଆସୁଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଓଡ଼ିଶାରେ ବିଜେପି ସରକାର ଆସିବା ପରେ, ମୁଖ୍ୟମନ୍ତ୍ରୀଙ୍କ ପ୍ରଥମ ଗସ୍ତ। ଏନେଇ ଜନସାଧାରଣଙ୍କ ମଧ୍ୟରେ ପ୍ରବଳ ଉତ୍କଣ୍ଠା ରହିଛି। ମୁଖ୍ୟମନ୍ତ୍ରୀ ଫୁଲବାଣୀ ସହର ଉପକଣ୍ଠ ତିଲକପଡ଼ା ଠାରେ ନିର୍ମିତ ସରକାରୀ ଭେଷଜ ମହାବିଦ୍ୟାଳୟ ଉଦ୍ଘାଟନ କରିବା ସହିତ ଅନ୍ୟାନ୍ୟ କାର୍ଯ୍ୟକ୍ରମରେ ଯୋଗ ଦେବେ। ସୂଚନା ଅନୁଯାୟୀ ମୁଖ୍ୟମନ୍ତ୍ରୀ ସକାଳ ୧୦.୪୦ ମି.ରେ ରିଜର୍ଭ ପଡ଼ିଆ ହେଲିପ୍ୟାଡ୍ରେ ଓହ୍ଲାଇ ସିଧା ନବ ନିର୍ମିତ ମେଡିକାଲ କଲେଜ କୁ ଯିବେ । ଉଦ୍ଘାଟନ କରିବା ପରେ ଆନାଟୋମୀ ପରୀକ୍ଷାଗାର, ବ୍ୟବଚ୍ଛେଦ କକ୍ଷ, ଏଏମ୍ଟି ମ୍ୟୁଜିଅମ ପରିଦର୍ଶନ କରିବେ। ତା ପରେ, କଲେଜ ପ୍ରେକ୍ଷାଳୟରେ ଡାକ୍ତର, ନର୍ସ, ଆଶାମାନଙ୍କୁ ମୁଖ୍ୟମନ୍ତ୍ରୀ ସମ୍ବୋଧିତ କରିବେ। ଏହା ପରେ କରୋନେସନ ପଡ଼ିଆରେ ଜନ ସାଧାରଣଙ୍କୁ ଉଦବୋଧନ ଦେବେ । ପ୍ରଥମ ଥର ପାଇଁ ମୁଖ୍ୟମନ୍ତ୍ରୀ କନ୍ଧମାଳ ଗସ୍ତରେ ଆସୁଥିବାରୁ,…
ନୂଆଦିଲ୍ଲୀ, ( ଶ୍ରେୟ ତରଙ୍ଗ ) : ଆଜି ବିଶ୍ୱ ଇତିହାସ ରେ ଭାରତୀୟ ରେଳ ବିଭାଗ ନିଜର ନାମକୁ ଉଲ୍ଲେଖ କରିଛି । ଦିଲ୍ଲୀ ରୁ କାଶ୍ମୀର ଗଡିବ ଟ୍ରେନ । ସଶସ୍ତ୍ର ପୋଲିସ ସୁରକ୍ଷା ବଳୟ ଭିତରେ ଆଜି ପ୍ରଧାମନ୍ତ୍ରୀ ଦିଲ୍ଲୀ_ କାଶ୍ମୀର ରେଳ ପଥ କୁ ଉଦ୍ଘାଟନ କରିଛନ୍ତି । ବିଶେଷକରି ବିଶ୍ଵର ଉଚ୍ଚ ପର୍ବତ ଶିଖର ରେ ଚେନାବ୍ ନଦୀ ଉପରେ ପ୍ରାୟ ୧୩୦୦ ମିଟର ଲମ୍ବର ରେଳ ବ୍ରିଜ କୁ ଉଦ୍ଘାଟନ କରିଛନ୍ତି । ଯାହାଦ୍ବାରା ଦିଲ୍ଲୀ ଓ କଶ୍ମୀର ମଧ୍ୟରେ ଦୂରତା କମିବା ସହ ଟ୍ରେନ ଯୋଗେ ସିଧାସଳଖ ଯାତ୍ରା କରିହେବ । କାଶ୍ମୀରରୁ କନ୍ୟାକୁମାରୀ ପର୍ଯ୍ୟନ୍ତ ରେଳ ସୁବିଧା ଏବେ ପହଞ୍ଚି ଯାଇଛି। ରେଳ ଦ୍ଵାରା କଟରାରୁ ଶ୍ରୀନଗର ଯିବା ପାଇଁ ବନ୍ଦେ ଭାରତ ଏକ୍ସପ୍ରେସର ସେବା ଆରମ୍ଭ କରିଛି। ଆଇଆରସିଟିସି ଏହି ସୁପରଫାଷ୍ଟ ଟ୍ରେନରେ ଯାତ୍ରା ପାଇଁ ବୁକିଂ ମଧ୍ୟ…
ନୟାଗଡ଼, ( ଶ୍ରେୟ ତରଙ୍ଗ ) : ପାହାଡ ଉପରେ ତିଆରି ଚାଲିଥିବା ଏକ ଦେଶୀ ବନ୍ଧୁକ ତିଆରି କାରଖାନା ଉପରେ ଚ଼ଢ଼ର କରି ପୁଲିସ ତିନି ଜଣଙ୍କୁ ଗିରଫ କରିଛି । ଗିରଫ ଯୁବକମାନେ ହେଲେ ରାଜେଶ କୁମାର ପ୍ରଧାନ (୨୭), ତପନ ପରିଡ଼ା (୨୫) ଓ ଗୋବର୍ଦ୍ଧନ ପରିଡ଼ା । ଏମାନଙ୍କ ନିକଟରୁ ପୁଲିସ ବିପୁଳ ପରିମାଣରେ ବନ୍ଧୁକ ତିଆରି ସାମଗ୍ରୀ ଜବତ କରିଛି । ଏହାସହ ଗୋଟିଏ ଦେଶ ବନ୍ଧୁକ ଓ ଦେଶି ପିସ୍ତଲ ଜବତ କରିଛି । ଗତବର୍ଷ ଏ ସମସ୍ତ ଅଭିଯୁକ୍ତ ମାନେ ଏହି ବନ୍ଧୁକ ତିଆରି କରିବା ଅଭିଯୋଗରେ ଗିରଫ ହୋଇଥିଲେ। ଜାମିନରେ ଆସି ପୁଣିଥରେ ସେମାନେ ଏହି ଚୋରା ବେପାର ଆରମ୍ଭ କରୁଥିବା ଜାଣିବା ପରେ, ନୟାଗଡ ଏସଡିପିଓ ଙ୍କ ନେତୃତ୍ବରେ ଜିଲ୍ଲାର ବଛାବଛା ପୁଲିସ ଅଫିସରଙ୍କୁ ନେଇ ଏକ ଟିମ କରି ବିଭିନ୍ନ ସ୍ଥାନରେ ଚଢ଼ଉ କରିଥିଲା। ଏମାନଙ୍କ ଠାରୁ…
ନୟାଗଡ଼ ( ଶ୍ରେୟ ତରଙ୍ଗ ) : ନୂଆଗାଁ ବ୍ଲକ୍ ମାଇଛେଳି ପଞ୍ଚାୟତ ସମ୍ପଡ଼ା ଚିନ୍ତାମଣି ବିଦ୍ୟାପୀଠ ର ପୁରାତନ ଛାତ୍ର ସଂସଦ ର କର୍ମକର୍ତ୍ତା ଙ୍କୁ ନେଇ ବୈଠକ ଅନୁଷ୍ଠିତ ହୋଇ ଯାଇଛି । ନୟାଗଡ଼ ଜିଲ୍ଲାରେ ଶିକ୍ଷା କ୍ଷେତ୍ରରେ ଚିନ୍ତାମଣି ବିଦ୍ୟାପୀଠ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛି । ପୁରାତନ ଛାତ୍ର ସଂସଦ ଗଠନ ହୋଇ ବିଦ୍ୟାଳୟ ର ବିକାଶ ମୂଳକ କାର୍ଯ୍ୟକ୍ରମ ହେଉ ଅଛି । ଆମ ବିଦ୍ୟାଳୟ ଗଠନ ହୋଇ 5t ରେ ବିଦ୍ୟାଳୟ ର ବିକାଶ ହୋଇଥିଲା । ଛାତ୍ର ସଂସଦ ଗଠନ ପରେ, ପ୍ରତି ବର୍ଷ ବିଦ୍ୟାଳୟ ରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଅଛି । ଗତ ବର୍ଷ ବିଦ୍ୟାଳୟ ର କଳା ଶିକ୍ଷକ ପୁରୁଷୋତ୍ତମ ପରିଡ଼ା, ବିଦ୍ୟାଳୟର କିରାଣୀ ଯୁଧିଷ୍ଠିର ନାୟକ ଓ ଚତୁର୍ଥ ଶ୍ରେଣୀ କର୍ମଚାରୀ ଚରଣ ମାର୍ଥା ଙ୍କୁ ଅବସର କାଳୀନ ବିଦାୟ ସମ୍ବର୍ଦ୍ଧନା ପୁରାତନ ଛାତ୍ର ସଂସଦ…
ନୟାଗଡ଼ ( ଶ୍ରେୟ ତରଙ୍ଗ ) : ବହୁ ଚର୍ଚ୍ଚିତ ଫରେଷ୍ଟର ହତ୍ୟା ଘଟଣା ରେ ଖୁଲାସା କରିଛି ନୟାଗଡ଼ ପୋଲିସ । ନୟାଗଡ଼ ବନଖଣ୍ଡ ପଞ୍ଚିରୀଡା ମାନପୂର୍ ବିଟ୍ ହାଉସ ରେ ଫରେଷ୍ଟର ଶିଶିର ସାହୁଙ୍କ ମୃତ ଦେହ , ନୟାଗଡ଼ ବାରମାସୀ ଦଣ୍ଡା ରେ ଥିବା ବାସ ଭବନ ରୁ ମିଳିଥିଲା । ଏଥିରେ ସ୍ତ୍ରୀ ନମିତା ସାହୁ ଆହତ ହୋଇଥିବା ବେଳେ, ପୁଅ ଅଭିଷେକ ସମ୍ପୂର୍ଣ ସୁସ୍ଥ ଥିଲେ । ଏହି ଘଟଣା ପରେ, ସର୍ବସାଧାରଣ ରେ ଚର୍ଚା ହୋଇଥିଲା, କାହିଁକି ଶିଶିର ସାହୁ ନିଜ ଦେହରେ ନିଆଁ ଲଗେଇ ଆତ୍ମହତ୍ୟା କରିଥିଲେ ? ଏହା ଆତ୍ମ ହତ୍ୟା ନା ହତ୍ୟା । ଏଭଳି ବିଭିନ୍ନ ପ୍ରଶ୍ନ ମନରେ ଆସୁଥିବା ବେଳେ, ଘଟଣା ର ୨୪ ଘଣ୍ଟା ଭିତରେ ନୟାଗଡ଼ ପୋଲିସ ଆସାମୀ ମାନଙ୍କୁ ଧରିବା ସହ ଘଟଣା ସ୍ଥଳ କୁ ନେଇ କ୍ରାଇମ୍ ସିନ ରି…
ନୟାଗଡ଼ ( ଶ୍ରେୟ ତରଙ୍ଗ ): ନୟାଗଡ଼ ବନଖଣ୍ଡ ପଞ୍ଚିରିଡା ମାନପୁର ବିଟ୍ ରେ ଫରେଷ୍ଟର ଭାବେ କାର୍ଯ୍ୟରତ ଥିବା ଶିଶିର ସାହୁଙ୍କ ମୃତ ଦେହ ତାଙ୍କ ଘରୁ ମିଳିଛି । ଗତକାଲି ରାତିରେ , ନୟାଗଡ଼ ବାରମାସୀ ଦଣ୍ଡା ରେ ଥିବା ଘର ଭିତରୁ ଶିଶିର ସାହୁଙ୍କ ଅର୍ଦ୍ଧଦଗ୍ଧ ମୃତ ଦେହ ମିଳିଥିବା ବେଳେ, ତାଙ୍କ ସ୍ତ୍ରୀ ନମିତା ଗୁରୁତର ଆହତ ହୋଇ ଏବେ ଚିକିତ୍ସା ହେଉଛନ୍ତି । ପୁଅ ଅଭିଷେକ କିନ୍ତୁ ସମ୍ପୂର୍ଣ ସୁସ୍ଥ ଅଛନ୍ତି । ଘରେ ଥିବା ଏକ ସ୍କୁଟି ସମ୍ପୂର୍ଣ ପୋଡ଼ି ନଷ୍ଟ ହୋଇଥିବା ବେଳେ, ଘରର ଅନ୍ୟାନ୍ୟ ଅସବାପତ୍ର ମଧ୍ୟ ପୋଡ଼ି ଯାଇଛି । ଘଟଣା ସ୍ଥଳରେ ନୟାଗଡ଼ ଦମକଳ ଅଫିସ ଓ ପୋଲିସ ପହଞ୍ଚି ନିଆଁ କୁ ଆୟତ କରିବା ସହ , ମୃତ ଦେହ ଉଦ୍ଧାର କରିଥିଲା । ନୟାଗଡ଼ ଟାଉନ ଥାନା ଏକ ଅପମୃତ ମାମଲା ରୁଜୁ କରି,…
( ଶ୍ରେୟ ତରଙ୍ଗ ): ଫୁଲବାଣୀ ଅତିରିକ୍ତ ଜିଲ୍ଲା ଦୌରାଜଜ୍ ଶ୍ରୀ ପ୍ରିତିଶ କୁମାର ରାଉତରାୟ ଏସିଡ ଫିଙ୍ଗା କେଶ ରେ ଆସାମୀ ପ୍ରମୋଦ କୁମାର ସାହୁ (60) ପଟାବାଲି ସାହି, ଫୁଲବାଣୀ ଙ୍କୁ 12 ବର୍ଷ ସଶ୍ରମ କାରାଦଣ୍ଡ ରେ ଦଣ୍ଡିତ କରିଛନ୍ତି | 28/12/2023 ତାରିଖ ଦିନ 1.30 ସମୟରେ ଫୁଲବାଣୀ ସାହି ର ସୁରଜ କୁମାର ମହାନ୍ତି , ଫୁଲବାଣୀ ଶଶୀ ପାନ ଦୋକାନ ଛକ ଠାରେ ଠିଆ ହୋଇ ଥିଲାବେଳ ଆସାମୀ ପ୍ରମୋଦ ତାଙ୍କ ଉପରକୁ ଏସିଡ ଫିଙ୍ଗି ଥିଲା ଏ ଖବର ପାଇ ସୁରଜଙ୍କ ବାପା କୃଷ୍ଣ ଚନ୍ଦ୍ର ମହାନ୍ତି ଘଟଣା ଜାଗାକୁ ଆସି ପହଁଚିଲା ପରେ ଆସାମୀ ତାଙ୍କ ଉପରକୁ ମଧ୍ୟ ଏସିଡ ଫିଙ୍ଗି ଥିଲା | ଏସିଡ ମାଡ଼ରେ ବାପା ଓ ପୁଅ ଗୁରୁତର ହେବାରୁ, ସ୍ଥାନୀୟ ବ୍ୟକ୍ତି ତାଙ୍କୁ ଫୁଲବାଣୀ ହସ୍ପିଟାଲ କୁ ନେଇ ଥିଲେ | ଆସାମୀ କୁ…
( ଶ୍ରେୟ ତରଙ୍ଗ ) : ନୟାଗଡ଼ ଜିଲ୍ଲା ଗଣିଆ ବ୍ଲକ ଅନ୍ତର୍ଗତ ବଡସିଲିଙ୍ଗାରେ ଆଜି ବଜ୍ରାଘାତ ଯୋଗୁଣ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଜଣଙ୍କର ଅବସ୍ଥା ଗୁରୁତର ରହିଛି। ମୃତକ ଜଣକ ହେଲେ ଅଖି ଯାନି (୨୭) ଓ ଗୁରୁତର ପଙ୍କଜ ମାଝୀ(୨୫) ବୋଲି ଜଣାପଡିଛି। ପ୍ରଥମେ ସେମାନଙ୍କୁ ଦଶପଲ୍ଲା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ରେ ଭର୍ତ୍ତି କରାଯାଇଥିଲା । କିନ୍ତୁ ଡାକ୍ତର ଅଖି ଙ୍କୁ ମୃତ ଘୋଷଣା କରିଥିଲେ । ଆଜି ଅପରାହ୍ନରେ ଆଖି ଓ ପଙ୍କଜ ଛେଳି ଚରେଇବାକୁ ଜଙ୍ଗଲ କୁ ଯାଇଥିଲେ। ବର୍ଷା ସହିତ ଘଡ଼ଘଡ଼ି ହେବାରୁ ଉଭୟ ଗୋଟିଏ ଜାଗାରେ ବସିଥିବା ସମୟରେ ବଜ୍ରପାତ ହୋଇଥିଲା। ଏଥିରେ ଦୁଇଜଣ ଗୁରୁତର ଆହତ ହୋଇଥିଲେ। ସ୍ଥାନୀୟ ଲୋକଙ୍କ ସହାୟତାରେ ପରିବାରର ଅନ୍ୟ ସଦସ୍ୟମାନେ ସେମାନଙ୍କୁ ଦଶପଲ୍ଲା ଡାକ୍ତରଖାନାକୁ ନେଇଥିଲେ। ଅଖିଙ୍କୁ ଡାକ୍ତର ମୃତ ଘୋଷଣା କରିଥିବା ବେଳେ ପଙ୍କଜର ଅବସ୍ଥା ଗୁରୁତର ଥିବାରୁ ଡାକ୍ତର ତାଙ୍କୁ…
ନୟାଗଡ଼ (ଶ୍ରେୟ ତରଙ୍ଗ) : ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଳକ ପାରାଢିପି ପଞ୍ଚାୟତ ପୋକଶୁଙ୍ଗା ଗ୍ରାମର ବ୍ରଜବନ୍ଧୁ ମଳିକ( ୫୧) ଗତକାଲି ସନ୍ଧ୍ୟାରେ ହାତୀ ଆକ୍ରମଣରେ ପ୍ରାଣ ହରାଇ ଥିବା ବେଳେ, ସୁରୁକାବାଡ଼ି ଗ୍ରାମର ସନ୍ନ୍ୟାସୀ ସାନବଡ଼ ହାତୀ ଆକ୍ରମଣରେ ଗୁରୁତର ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ପୋକଶୃଙ୍ଗା ଗ୍ରାମର ବ୍ରଜବନ୍ଧୁ ମଳିକ ଚାଷ କାମ ପାଇଁ ସୁଧରେ ଟଙ୍କା ଆଣିବାକୁ ସୁରୁକାବାଡ଼ି ଗ୍ରାମକୁ ଯାଉଥିଲେ। ସନ୍ଧ୍ୟାରେ ପାଲଭା ଜଙ୍ଗଲରେ ଏକ ହାତୀ ପଲ ହାବୁଡ଼ରେ ପଡ଼ିଥିଲେ । ବ୍ରଜବନ୍ଧୁଙ୍କୁ ଠିକ୍ ରେ ଶୁଣା ଯାଉ ନଥିବାରୁ ହାତୀ ମାନଙ୍କ ଗତିବିଧ ଠଉରାଇ ପାରିନଥିଲେ। ହାତୀ ଆକ୍ରମଣରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା। ଖବର ପାଇ ବନ କର୍ମଚାରୀ ଓଡ଼ଗାଁ ଥାନାକୁ ଖବର ଦେଇଥିଲେ। ବନ ବିଭାଗ ଓ ପୁଲିସ ମିଶି ବ୍ରଜବନ୍ଧୁଙ୍କୁ ଓଡ଼ଗାଁ ମେଡିକାଲ କୁ ନେଇଥିଲେ । ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଓଡ଼ଗାଁ ଥାନାରେ ଏକ…
(ଶ୍ରେୟ ତରଙ୍ଗ): ଓଡିଶା ବିଧାନସଭାର ସ୍ଵାସ୍ଥ୍ୟ ବିଭାଗ ଯାଞ୍ଚ କମିଟି ପଞ୍ଚମ ସ୍ଥାୟୀ କମିଟି, ୨୦୨୫-୨୬ ମାନ୍ୟବର ବିଧାୟକ ବିଭୁତି ଭୁଷଣ ପ୍ରଧାନଙ୍କ ନେତୃତ୍ୱରେ ତିନି ଦିନିଆ କନ୍ଧମାଳ ଓ ଗଞ୍ଜାମ ଜିଲ୍ଲା ପରିଦର୍ଶନରେ ଆସିଛନ୍ତି। ଏହି କ୍ରମରେ ପ୍ରଥମେ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର, ଖଜୁରୀପଡ଼ା, ଆୟୁଷ୍ମାନ ଆରୋଗ୍ୟ ମନ୍ଦିର, ଦୁତିପଡ଼ା ଏବଂ ପରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ, ଫୁଲବାଣୀ ପରିଦର୍ଶନ କରି ଚିକିତ୍ସାଳୟ ଏବଂ ସ୍ୱାସ୍ଥ୍ୟ କେନ୍ଦ୍ରର ସମସ୍ୟା ଓ ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ଅଧିକାରୀମାନଙ୍କ ସହିତ ଆଲୋଚନା କରିଥିଲେ ଏବଂ ଜିଲ୍ଲାର ସ୍ବାସ୍ଥ୍ୟ ବ୍ୟବସ୍ଥାକୁ ସୁଦୃଢ଼ କରାଯିବା ପାଇଁ ପଦକ୍ଷେପ ନିଆଯିବ ବୋଲି କହିଥିଲେ। ଖୁବ୍ ଶୀଘ୍ର ମେଡ଼ିକାଲ୍ କଲେଜ୍ ରେ ନାଁ ଲେଖା ଆରମ୍ଭ ହେବ । ଏଥିସହ ଆଇସିୟୁ କାମ ଶୀଘ୍ର ଆରମ୍ଭ ହେବ । ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର, ଫିରିଙ୍ଗିଆ ଓ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର, ନୁଆଗାଁ ପରିଦର୍ଶନ କରି ଆସନ୍ତା କାଲୀ ଦାରିଙ୍ଗବାଡି ଯିବାର…
( ଶ୍ରେୟ ତରଙ୍ଗ) : ନୟାଗଡ଼ ଜିଲ୍ଲାରେ ସରକାରୀ ଗାଡ଼ି ର ଅପବ୍ୟବହାର ଭିଡିଓ ଏବେ ସୋସିଆଲ ମିଡ଼ିଆ ରେ ଘୁରି ବୁଲୁଥିବା ବେଳେ, ବିଭିନ୍ନ ମହଲ ରେ ନିନ୍ଦା କରିବା ସହ ସମାଲୋଚନା କରିଛନ୍ତି । କିଏ କହୁଛି ସରକାରୀ ମାଲ, ଦରିଆ ମେ ଡାଲ,, ହଁ କୋଉ ବାପା ଘରୁ ଆଣି ତେଲ ପକାଉଛନ୍ତି ଜେ ବାଧୁଛି । ପୁଣି କିଏ କିଏ କହିଲେଣି, ଏବେ ସରକାର ଆହୁରି ଅଧିକ ଟଙ୍କା ଦେଉଛନ୍ତି ଅଫିସର ଙ୍କ ଗସ୍ତ ପାଇଁ । କିଏ କହୁଛି fir ଦେଲେ ଡିଜେଲ ଖର୍ଚ୍ଚ ମଧ୍ୟ ମାଗୁଛନ୍ତି ଅଧିକାରୀ । ଭିନ୍ନ ଭିନ୍ନ ମତ ସୋସିଆଲ ମିଡ଼ିଆ ରେ ପ୍ରକାଶ ପାଇଛି । ନୟାଗଡ଼ ଜିଲ୍ଲାର ଜଣାଶୁଣା ସମାଜସେବୀ ତଥା ରାଜନେତା ଶାନ୍ତନୁ ବିଶୋଇ ନିଜର ସୋସିଆଲ ମୋଲୋଡ଼ିଆ ରେ ଏକ vdo ପୋଷ୍ଟ କରି ଲେଖିଛନ୍ତି, ପୋଲିସ ବିଭାଗ ର ଆରଆଇ ଙ୍କ…
