Author: sreyataranga

ନୟାଗଡ଼,( ଶ୍ରେୟ ତରଙ୍ଗ) : ପ୍ରତାପ ପ୍ରସାଦ ମା ଭୈରବୀ ଦେବୀ ମନ୍ଦିର ପରିସର ରେ ଛ ରାଜ୍ୟ ଶୁଣ୍ଢି ସମାଜର ସାଧାରଣ ସଭା ଅନୁଷ୍ଠିତ ହୋଇଯାଇଛି । ଭାଗିରଥି ସାହୁଙ୍କ ସଭାପତିତ୍ବ ରେ ଆୟୋଜିତ ସଭା ରେ, ନିଖିଳ ଉତ୍କଳ ଶୁଣ୍ଢି ସମାଜର ବରିଷ୍ଠ ସଦସ୍ୟ ମଙ୍ଗରାଜ ସାହୁ, ଅଶୋକ କୁମାର ସାହୁ, ଅକ୍ଷୟ ସାହୁ, ପ୍ରଶାନ୍ତ ସାହୁ, ପ୍ରତାପ ସାହୁ ପ୍ରମୁଖ ବିଭିନ୍ନ ଉନ୍ନତିମୂଳକ କର୍ଯ୍ୟ କରିବା ପାଇଁ ଆଲୋଚନା କରିଥିଲେ ଛ ରାଜ୍ୟ ଶୁଣ୍ଢି ସମାଜ ର ନୂତନ ସଭାପତି ରୂପେ ଜଳନ୍ଧର ସାହୁ ଙ୍କୁ ମନୋନୀତ କରିଥିବା ବେଳେ , ଲକ୍ଷ୍ମୀଧର ସାହୁ ଙ୍କୁ ଉପ ସଭାପତି , ଦେବରାଜ ସାହୁଙ୍କୁ ସମ୍ପାଦକ ଓ ଜଗବନ୍ଧୁ ସାହୁଙ୍କୁ କୋଷାଧ୍ୟକ୍ଷ ରୂପେ ମନୋନୀତ କରିଥିଲେ । ୨୦୦ ରୁ ଅଧିକ ଶୁଣ୍ଢି ସମାଜ ର ଲୋକମାନେ ଉପସ୍ଥିତ ଥିଲେ ।

Read More

ଦଶପଲ୍ଲା ( ଶ୍ରେୟ ତରଙ୍ଗ) : ଦଶପଲ୍ଲା ଭୂଗୋଳ ପୁସ୍ତକ ଉନ୍ମୋଚନ ହୋଇଯାଇଛି । ଦଶପଲ୍ଲା ରାଜା ସାହେବ୍ ଶ୍ରୀ ଦିଗବିଜୟ ଚନ୍ଦ୍ର ଦେଓ ଭଞ୍ଜ ଏହାର ଉନ୍ମୋଚନ ଦଶପଲ୍ଲା ରାଜ ପ୍ରାସାଦ ମଧ୍ୟରେ କରିଛନ୍ତି । ୧୯୪୦ ମସିହାରେ, ଦଶପଲ୍ଲା ଗଡଜାତ ର ସହକାରୀ ଦେୱାନ୍ ଶ୍ରୀ ନୀଳମଣି ବିଶୋଇ ପ୍ରଥମେ ଲେଖିଥିଲେ । ଦଶପଲ୍ଲା ରାଜ୍ୟ ର ଅବସ୍ଥିତି, ପାହାଡ ,ପର୍ବତ, ନଦ ନଦୀ, ଜନବସତି, ଆଦିବାସୀ, ସହ ପଡୋଶୀ ରାଜ୍ୟ ର ଅବସ୍ଥିତି, ଏଥିସହ ଓଡ଼ିଶାରେ ଥିବା ଅନ୍ୟ ଗଡଜାତ ସମ୍ପର୍କ ରେ ତଥ୍ୟ କୁ ନେଇ ଦଶପଲ୍ଲା ଭୂଗୋଳ ଲେଖିଥିଲେ । ଦୀର୍ଘ ୮୫ ବର୍ଷ ପରେ ଲେଖକ ହାଡିବନ୍ଧୁ ମହାଖୁଡ଼, ଦଶପଲ୍ଲା ଭୂଗୋଳ କୁ ନେଇ ମୂଳ ଓଡ଼ିଆ ଲେଖା ସହିତ ଇଂରାଜୀ ରେ ଅନୁବାଦ କରିଛନ୍ତି । ଅକ୍ଷ ପ୍ରକାସନି ଦ୍ଵାରା ବହି ଛାପା ଯାଇଥିବା ବେଳେ, ଓଡ଼ିଆ ରୁ ଇଂରାଜୀ ରେ…

Read More

ପୁରୀ ( ଶ୍ରେୟ ତରଙ୍ଗ ) : ବିଶ୍ବ ପ୍ରସିଦ୍ଧ ରଥଯାତ୍ରା-୨୦୨୫ ପାଇଁ ପୁରୀ ବଡ ଦାଣ୍ଡରେ ଆଜି ଲକ୍ଷ୍ୟ ଲକ୍ଷ୍ୟ ଭକ୍ତ ମାନେ ଆସିବେ । ଧୀରେ ଧୀରେ ବଡ଼ଦାଣ୍ଡରେ ଗହଳି ବଢୁଛି । ପୁରୀ ଶ୍ରୀକ୍ଷେତ୍ରକୁ ୧୦ ଲକ୍ଷରୁ ଊର୍ଦ୍ଧ୍ବ ଭକ୍ତ ଙ୍କ ସମାଗମ ହେବ ବୋଲି ଆଶା କରାଯାଉଛି। ଓଡ଼ିଶା, ପଶ୍ଚିମବଙ୍ଗ ସହ ଭାରତ ଓ ଭାରତ ବାହାରୁ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ ପୁରୀ ମୁହାଁ ହୋଇଛନ୍ତି । ଚଳିତ ବର୍ଷ ରଥଯାତ୍ରାକୁ ଶାନ୍ତି ଶୃଙ୍ଖଳାର ସହିତ ଆୟୋଜନ କରିବା ପାଇଁ ରାଜ୍ୟ ସରକାର, ପୁରୀ ଜିଲ୍ଲା ପ୍ରଶାସନ ଓ ଶ୍ରୀମନ୍ଦିର ପ୍ରଶାସନ ତରଫରୁ ଆବଶ୍ୟକ ବନ୍ଦୋବସ୍ତ କରାଯାଇଛି। ପୁଲିସ ମହାନିର୍ଦ୍ଦେଶକ(ଡିଜିପି) ଯୋଗେଶ ବାହାଦୁର ଖୁରାନିଆ କହିଛନ୍ତି, ଚଳିତବର୍ଷ ପୁଲିସ ବ୍ୟବସ୍ଥାକୁ ୮ଟି ଭାଗରେ ବିଭକ୍ତ କରାଯାଇଛି। ଟ୍ରାଫିକ୍‌ ବ୍ୟବସ୍ଥା, ଶ୍ରୀମନ୍ଦିର ଭିତର ସୁରକ୍ଷା, କର୍ଡନ ଭିତର ସୁରକ୍ଷା, କର୍ଡନ ବାହାର ସୁରକ୍ଷା, ଗହଳି ନିୟନ୍ତ୍ରଣ, ସୁରକ୍ଷା ବ୍ୟବସ୍ଥା, କୋଷ୍ଟାଲ୍‌…

Read More

ନନୟାଗଡ଼ ( ଶ୍ରେୟ ତରଙ୍ଗ ): ରାଜ୍ୟରେ ବନ୍ଦ ଥିବା ଚିନିକଳ ଖୋଲିବ କି ? ଏମିତି ଏକ ପ୍ରଶ୍ନ ଏବେ ଓଡ଼ିଶା ବାସୀଙ୍କ ମନରେ ବାରମ୍ବାର ଆସୁଛି । କାରଣ ବର୍ତ୍ତମାନ ର ପୁରୀ ବିଜେପି ସାଂସଦ ସମ୍ବିତ ପାତ୍ର ନିର୍ବାଚନ ସମୟରେ ନୟାଗଡ଼ରେ ଭୋଟର ମାନଙ୍କୁ ପୂର୍ଣ୍ଣ ପ୍ରତିଶ୍ରୁତି ଦେଇ କହିଥିଲେ , ନିର୍ବାଚନ ଜିତିବାର ୧୦୦ ଦିନରେ ଚିନିକଳ ଖୋଲି କି ଦେଖେଇବେ । ଆ ଭିତରେ ରାଜ୍ୟରେ ନୂତନ ବିଜେପି ସରକାର ଆସିବାର ଏକ ବର୍ଷ ପୂରଣ ହୋଇସାରିଛି ଓ ବର୍ତ୍ତମାନ ରାଜ୍ୟସରକାର ଓଡ଼ିଶାର ପ୍ରତି ପଞ୍ଚାୟତ ରେ ବର୍ଷ ଏକ ଅନୁଭୂତି ଅନେକ କୁ ନେଇ ଉତ୍ସବ ପାଳନ କରୁଛନ୍ତି । କିନ୍ତୁ ନୟାଗଡ଼ ରେ ଚିନିକଳ ଖୋଲିବ ନା ନାଇଁ ତାକୁ ନେଇ ଏବେ ଚିନ୍ତାରେ ଆଖି ଚାଷୀ । ନୟାଗଡ଼ କୁ ସାଂସଦ ପାତ୍ର ଆସୁଥିଲେ ମଧ୍ୟ, ଚିନିକଳ କୁ ନେଇ…

Read More

ନୟାଗଡ଼, (ଶ୍ରେୟ ତରଙ୍ଗ): ଭୁବନେଶ୍ୱର ଜୟଦେବ ଭବନ ରେ ଶିକ୍ଷକ ପ୍ରତାପ ପରିଡ଼ା ଙ୍କ କବିତା ସଙ୍କଳନ ପୁସ୍ତକ ଅଲଭ୍ୟ ଉନ୍ମୋଚନ ହୋଇଯାଇଛି । ଏହା ତାଙ୍କର ପ୍ରଥମ କବିତା ସଂକଳନ । ଜ୍ଞାନ ପ୍ରକାଶର ନବମ ବାର୍ଷିକ ଉତ୍ସବ ଓ ନେସନାଲ୍ କନଫରେନ୍ସ -2025 ଭୁବନେଶ୍ୱର ସ୍ଥିତ ଜୟଦେବ ଭବନରେ ଅନୁଷ୍ଠିତ ହୋଇଥିଲା। ଜ୍ଞାନ ପ୍ରକାଶ ପତ୍ରିକା ଉନ୍ମୋଚନ ସହ ଆଦର୍ଶ ଶିକ୍ଷକ,ଲେଖକ ଓ କବି ଡକ୍ଟର ପ୍ରତାପ କୁମାର ପରିଡ଼ାଙ୍କର ପ୍ରଥମ କବିତା ସଂଙ୍କଳନ ଅଲଭ୍ୟ ପୁସ୍ତକ ଉନ୍ମୋଚନ ହୋଇଯାଇଛି । ଏଥିସହ ପ୍ରତାପ କୁମାର ପରିଡ଼ାଙ୍କୁ ଶିକ୍ଷା ଓ ସାହିତ୍ୟ ସମ୍ମାନ 2025 ରେ ସମ୍ମାନିତ କରାଯାଇଛି । ଗଣିଆ ବ୍ଲକ୍ ରାସଙ୍ଗ ପଞ୍ଚାୟତ ମାଳତିପୁଟ ରେ ଜନ୍ମ ଲାଭ କରିଥିବା ପ୍ରତାପ, ବିଦ୍ୟାଳୟ ରୁ ଶିକ୍ଷା ଗ୍ରହଣ ସମୟରୁ କବିତା ଲେଖିବା ପ୍ରତି ଦୁର୍ବଳତା ଥିଲା । ପରବର୍ତ୍ତୀ ସମୟରେ କଲେଜରେ ପଢିବା ସମୟରୁ ଆରମ୍ଭ…

Read More

ଓଡ଼ିଶା ( ଶ୍ରେୟ ତରଙ୍ଗ): ଫେଲୋନାମା: ସ୍ଵ ସେ ସମାଜ’ ପୁସ୍ତକଟି ଯୁବ ସାମାଜିକ କର୍ମୀ ଏବଂ ଲେଖକ ଆୟୁଷ୍ ହର୍ଷଙ୍କ ଦ୍ୱାରା ଲେଖାଯାଇଛି । ଆୟୁଷ୍ ମୂଳତଃ ବିହାରର ଏକ ଗ୍ରାମୀଣ ଅଞ୍ଚଳର ଏବଂ ସେ ଓଡ଼ିଶାର ଗଜପତି ଆକାଂକ୍ଷୀ ଜିଲ୍ଲାରେ ଗାନ୍ଧୀ ଫେଲୋଶିପ କାର୍ଯ୍ୟକ୍ରମ ମାଧ୍ୟମରେ କାର୍ଯ୍ୟରତ ଥିଲେ। ଏହି ଆଦିବାସୀ ବହୁଳ ଅଞ୍ଚଳରେ ସେ ବାଲ୍ୟ ବିବାହ ରୋକିବା, ଶିକ୍ଷା, ସ୍ୱାସ୍ଥ୍ୟ ଓ ପୋଷଣ କ୍ଷେତ୍ରରେ ଉନ୍ନତି ଏବଂ ସମୁଦାୟ ଓ ପଞ୍ଚାୟତ ଜନପ୍ରତିନିଧି ମାନଙ୍କ ସହଯୋଗ ବୃଦ୍ଧି ପାଇଁ ଗୁରୁତ୍ୱପୂର୍ଣ୍ଣ ଉଦ୍ୟମ ଗ୍ରହଣ କରିଥିଲେ। ‘ଫେଲୋନାମା’ କେବଳ ଜଣେ ବ୍ୟକ୍ତିଗତ ଅନୁଭୂତିର କଥା ନୁହେଁ, ଏହା ଗ୍ରାମ, ସମାଜ ଓ ପ୍ରଶାସନ ମଧ୍ୟରେ ସମନ୍ୱୟକରି ଶେଷ ସ୍ତରରେ ଥିବା ଲୋକଟି ପାଖରେ ସେବା ଓ ସୁବିଧା ପହଞ୍ଚାଇବାର ଜୀବନ୍ତ ଦଲିଲ୍ ଅଟେ। ଏହି ପୁସ୍ତକରେ ଆୟୁଷ୍ ତାଙ୍କ ଫେଲୋଶିପ ଅନୁଭବ, ସଂଘର୍ଷ, ଶିକ୍ଷା ଏବଂ ଭାବନାତ୍ମକ…

Read More

କନ୍ଧମାଳ,ତୁମୁଡ଼ିବନ୍ଧ ( ଶ୍ରେୟ ତରଙ୍ଗ): କନ୍ଧମାଳ ଜିଲ୍ଲାର ତୁମୁଡିବନ୍ଧ ବ୍ଲକ ରେ ମାତିଛନ୍ତି ବଙ୍ଗାଳୀ କ୍ୱାକ ଡାକ୍ତର । କନ୍ଧମାଳ ଜିଲ୍ଲା ର ତୁମୁଡିବନ୍ଧ ବ୍ଲକ ଅନ୍ତର୍ଗତ ବିଲାମାଳ ପଞ୍ଚାୟତ ର ଖଡଭଙ୍ଗା ଛକ ନିକଟରେ ସୁଶାନ୍ତ ରୋଏ ନାମକ ଏକ ବଙ୍ଗାଳି ଯୁବକ କିଛି ବର୍ଷ ହବ ଉକ୍ତ ଛକ ନିକଟରେ କ୍ଲିନିକ କରି ଚିକିତ୍ସା ଯୋଗାଇଦେବା ନାଁ ରେ ନିରୀହ ଗରିବ ଆଦିବାସୀ, ହରିଜନ ରୋଗୀଙ୍କ ଜୀବନ ସହ ଖେଳି ଟଙ୍କା ରୋଜଗାର କରୁଥିବା ଅଭିଯୋଗ ହୋଇଛି । ନକଲି କ୍ବାକ୍ ଙ୍କ ପାଖରେ କୌଣସି ପ୍ରମାଣ ପତ୍ର ନଥାଇ ସ୍ଵାସ୍ଥ୍ୟ ସେବା ଯୋଗେଇ ଆସୁଥିବା ବେଳେ, ପ୍ରଶାସନ କୁ ଖାତିର ନକରି କନ୍ଧମାଲ ଭେଷଜ ନିରୀକ୍ଷକ( ଡି ଆଇ) ଙ୍କୁ ହାତରେ ଧରି କ୍ଲିନିକ୍ ଚାଲିଥିବା ଅଭିଯୋଗ କରିଛନ୍ତି ଅଞ୍ଚଳ ବାସି । ଯୁବକ ଜଣଙ୍କ ଡିଗ୍ରୀ ନଥାଇ କିଭଳି ଚିକିତ୍ସା କରୁଛନ୍ତି ଏହା ଏକ ବଡ…

Read More

ନୟାଗଡ଼, (ଶ୍ରେୟ ତରଙ୍ଗ): ନୟାଗଡ଼ ଜିଲ୍ଲା ଫତେଗଡ ଥାନା ଅଞ୍ଚଳ ରେ ଗାଁ ଦାଣ୍ଡରେ ଆଶା କର୍ମୀ ଙ୍କୁ ଉଲଗ୍ନ କରି ଗୋଡ଼ାଇ ଗୋଡ଼ାଇ ମାଡ଼ ଅଭିଯୋଗ ହୋଇଛି । ପାର୍ବତୀପୁର ଗାଁ ରେ ଥିବା ଆଶାକର୍ମୀ ଟୁନି ମହାପାତ୍ର ଗତ କାଲି ରାତିରେ ଏକ ଗର୍ଭବତୀ ମହିଳା ଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ପାଇଁ ଯାଉଥିବା ବାଟରେ ସୁବାସ ବେହେରା ସହିତ କିଛି ଯୁବକ ମଦ୍ୟପାନ କରୁଥିଲେ । ସେହି ଯୁବକ ମାନଙ୍କୁ ବରଣ କରିବାରୁ , ଯୁବକ ମାନେ ଟୁନି ଙ୍କୁ ମରଣାତ୍ମକ ଆକ୍ରମଣ କରିଥିଲେ । ସେହି ସ୍ଥାନରେ ସଂଜ୍ଞାହୀନ ହୋଇ ତଳେ ପଡିଯାଇଥିଲେ ଆଶା କର୍ମୀ ଜଣକ । ସ୍ଥାନୀୟ ବାସିନ୍ଦା ଏହାକୁ ପ୍ରତିରୋଧ କରିବାରୁ ଉକ୍ତ ଅସାମାଜିକ ଯୁବକ ମାନେ ସେମାନଙ୍କୁ ମଧ୍ୟ ଆକ୍ରମଣ କରିଥିଲେ । ଫଳରେ ମାୟାଧର ନାମକ ଯୁବକ ଆକ୍ରମଣ ରେ ଆହତ ହୋଇ ଭାପୁର ଡାକ୍ତର ଖାନା ରେ ଭର୍ତ୍ତି…

Read More

ନୟାଗଡ଼ ( ଶ୍ରେୟ ତରଙ୍ଗ): ନୟାଗଡ଼ ଜିଲା ପ୍ରଶାସନ ପକ୍ଷରୁ ନୟାଗଡ଼ ସ୍ଵଂୟଶାସିତ ମହାବିଦ୍ୟାଳୟର ଡାଇମଣ୍ଡ ଜୁବୁଲି ଅଡିଟୋରିୟମ ଠାରେ ଆଜି ୧୧ତମ ଆନ୍ତଃର୍ଜାତିକ ଯୋଗ ଦିବସ ଅନୁଷ୍ଠିତ ହୋଇଜାଛି । ମିଳିତ ଜାତିସଂଘ ପକ୍ଷରୁ ଜୁନ ୨୧ ତାରିଖକୁ ଆନ୍ତଃର୍ଜାତିକ ଯୋଗଦିବସ ଭାବେ ସ୍ୱୀକୃତି ମିଳିଥିଲା । ଜୁନ ୨୧ ତାରିଖକୁ ଆନ୍ତଃର୍ଜାତିକ ଯୋଗ ଦିବସ ଭାବେ ପାଳନ କରାଯାଇ ଆସୁଅଛି । ରାଜ୍ୟ ମତ୍ସ୍ୟ, ପଶୁପାଳନ ଓ କ୍ଷୁଦ୍ର ଶିଳ୍ପ ବିଭାଗ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ମୁଖ୍ୟ ଅତିଥି ରୂପେ ଯୋଗ ଦେଇଥିବା ବେଳେ, ଖଣ୍ଡପଡା ବିଧାୟକ ଦୁଷ୍ମନ୍ତ କୁମାର ସ୍ୱାଇଁ,ଜିଲ୍ଲାପାଳ ଅକ୍ଷୟ ସୁନିଲ ଅଗ୍ରୱାଲ, ଜ଼ିଲ୍ଲାପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ଲଗ୍ନଜିତ ରାଉତ, ଉପଜିଲ୍ଲାପାଳ କର୍ଣ୍ଣଦେବ ସମାଦାରଙ୍କ ସମେତ ଜିଲ୍ଲାସ୍ତରୀୟ ଅଧିକାରୀବୃନ୍ଦ ,ବିଦ୍ୟାଳୟର ଛାତ୍ରଛାତ୍ରୀ ମାନେ ଉପସ୍ଥିତ ରହି ବିଭିନ୍ନ ଯୋଗାଭ୍ୟାସ ,ଶାରିରୀକ ବ୍ୟାୟମ,ଯୋଗକୌଶଳ ଶିକ୍ଷା କରିବା ସହ ଅଭ୍ୟାସ କରିଥିଲେ । ନୂଆଗାଁ ବ୍ଲକ୍ ଚିନ୍ତାମଣି…

Read More

କନ୍ଧମାଳ ( ଶ୍ରେୟ ତରଙ୍ଗ): ଫୁଲବାଣୀ କରୋନେସନ୍ ପଡ଼ିଆ ରେ ଅନ୍ତର୍ଜାତୀୟ ଯୋଗ ଦିବସ ପାଳନ ହୋଇ ଯାଇଛି । ଓଡ଼ିଶା ସରକାରଙ୍କ ଶିକ୍ଷା ଗଣଶିକ୍ଷା ଓ ଅନୁସୂଚିତ ଜାତି ଓ ଜନଜାତି ବିଭାଗ ମନ୍ତ୍ରୀ ଶ୍ରୀଯୁକ୍ତ ନିତ୍ୟାନନ୍ଦ ଗଣ୍ଡ ମୁଖ୍ୟ ଅତିଥି ରୂପେ ଯୋଗ ଦେଇଥିଲେ । ଜିଲ୍ଲାପାଳ କନ୍ଧମାଳ ଶ୍ରୀ ଅମ୍ରିତି ଋତୁରାଜ, ଫୁଲବାଣୀ ବିଧାୟକ ଉମାଚରଣ ମଲ୍ଲିକ, ଜି ଉଦୟଗିରି କଂଗ୍ରେସ ବିଧାୟକ ପ୍ରଫୁଲ୍ଲ ଚନ୍ଦ୍ର ପ୍ରଧାନ, ଏସପି କନ୍ଧମାଳ ଶ୍ରୀ ହରିଶ୍ ବିସ୍ , ଉପଜିଲ୍ଲାପାଳ ଶ୍ରୀ ଭିକାରୀ ସାହୁ, ଙ୍କ ସମେତ ଜିଲ୍ଲା ପ୍ରଶାସନ ର ବହୁ ବରିଷ୍ଠ ଅଧିକାରୀ ଯୋଗ ଦେଇଥିଲେ । ଏକ ହଜାର ରୁ ଅଧିକ ବୁଦ୍ଧିଜୀବୀ, ଛାତ୍ର ମହିଳା, ଯୋଗ ଦିବସ ରେ ଯୋଗଦେଇଥିଲେ । ଆନ୍ଧ୍ର ପ୍ରଦେଶ ରେ ପ୍ରଧାନମନ୍ତ୍ରୀ ଯୋଗ ଦିବସ ରେ ସମଗ୍ର ବିଶ୍ବ ଉଦ୍ଦେଶ୍ୟ ରେ କହିଥିଲେ, ଯୋଗ ଭାରତର ଅବଦାନ, ଯାହା…

Read More

କନ୍ଧମାଳ ( ଶ୍ରେୟ ତରଙ୍ଗ): ଖଜୁରୀପଡ଼ା ଥାନା ଦଳପଡ଼ା ପଞ୍ଚାୟତ ଝାମ୍ପି ଗ୍ରାମରେ ସ୍ତ୍ରୀର ଟାଙ୍ଗିଆ ଚୋଟରେ ସ୍ବାମୀ ଗୁରୁତର । ପ୍ରଶାନ୍ତ କହଁର ପ୍ରତିଦିନ ନିଶାସକ୍ତ ଅବସ୍ଥାରେ ଆସି ସ୍ତ୍ରୀକୁ ମାଡ଼ ମାରିବା ସହିତ ନିର୍ଯାତନା ଦେଇ ଆସୁଥିଲା । ଛଅ ଗୋଟି ପୁତ୍ର ସନ୍ତାନ କୁ ଧରି ସ୍ତ୍ରୀ ଅହଲ୍ୟା କହଁର ଦୁଃଖଦ ଜୀବନ ଯିଉଁ ଥିଲା ।ସ୍ବାମୀ ନିଶାସକ୍ତ ରହିବା ସହିତ ପରକ୍ରୀୟା ପ୍ରୀତିରେ ଯୋଡିତ ରହୁଥିବା ଅଭିଯୋଗ ହୋଇଛି । ସ୍ବାମୀ ସ୍ତ୍ରୀ ମଧ୍ୟରେ ଗଣ୍ଡଗୋଳ ସବୁବେଳେ ଲାଗି ରହୁଥିଲା । ସ୍ବାମୀ ସ୍ତ୍ରୀ ମଧ୍ୟରେ ଝଗଡ଼ା ହେବାରୁ ସ୍ବାମୀ ପ୍ରଶାନ୍ତ ନିଶାସକ୍ତ ଅବସ୍ଥାରେ ଟାଙ୍ଗିଆ ଧରି ସ୍ତ୍ରୀ ଅହଲ୍ୟା ହାଣିବା ପାଇଁ ଗୋଡାଇବା ବେଳେ ସ୍ବାମୀ ହାତରୁ ସ୍ତ୍ରୀ ଟାଙ୍ଗିଆ ଛଡେଇ ସ୍ବାମୀ କୁ ଆକ୍ରମଣ କରିଥିଲା ଏ ନେଇ ଥାନାରେ ୧୩୮/୨୫ ମାମଲା ରୁଜୁ କରାଯାଇଛି।ଗୁରୁତର ଅବସ୍ଥାରେ ପୋଲିସ ପ୍ରଶାନ୍ତ କୁ ଉଦ୍ଧାର…

Read More

କଣ୍ଟିଲୋ ( ଶ୍ରେୟ ତରଙ୍ଗ): ଓଡ଼ିଆ ଙ୍କ ପ୍ରିୟ ପର୍ବ ରଜ ଉତ୍ସବ ରେ କଣ୍ଟିଲୋ ନୀଳ ମାଧବ ଙ୍କ ପୀଠରେ ହଜାର ହଜାର ସଂଖ୍ୟା ରେ ଭକ୍ତଙ୍କ ଭିଡ ଦେଖିବାକୁ ମିଳିଛି । ଜଣେ ବଙ୍ଗୀୟ ପର୍ଯ୍ୟଟକ ଆମ୍ବ କେଜି ୧୮ ହଜାର ଟଙ୍କା, ର ଆଣି ନୀଳ ମାଧବ ଙ୍କ ପାଖରେ ଭୋଗ କରି ଖୁସି ହୋଇଥିବା ବେଳେ, ପୂଜକ ମାନଙ୍କ ମଧ୍ୟରେ ବେଶ୍ ଖୁସି ଦେଖିବାକୁ ମିଳିଥିଲା । ମାଧବ ଗୋସାଇଁଙ୍କ ବରିଷ୍ଟ ସେବାୟତ ମଣ୍ଟୁ ଭାଇନା ଖୁସିରେ ଭୋଗ ଲଗାଇଥିଲେ । ରଜ ଉତ୍ସବ ପାଳନ ପ୍ରତି ଓଡ଼ିଆ ଘରେ ହେଉଥିବାରୁ, ଭକ୍ତ ମାନେ ନୀଳମାଧବ ଙ୍କୁ ଦର୍ଶନ କରିବା ପାଇଁ ଛୁଟି ଆସିଥିଲେ । ଭକ୍ତମାନଙ୍କ ସୁବିଧା ନିମନ୍ତେ ମନ୍ଦିର ସେବାୟତ ମାନଙ୍କ ତରଫରୁ ଦହି ପଣା ର ବନ୍ଦୋବସ୍ତ କରାଯାଇଥିଲା । ଖୁସିରେ ଭକ୍ତ ମାନେ ଦହି ପଣା ସେବନ କରିଥିଲେ ।…

Read More