( ଶ୍ରେୟ ତରଙ୍ଗ) : କନ୍ଧମାଳ ଜ଼ିଲ୍ଲା ଆକାଂକ୍ଷା ବ୍ଲକ ଫିରିଙ୍ଗିଆର ପଵିଙ୍ଗିଆ ଗ୍ରାମପଞ୍ଚାୟତର ଲାମପଦର ଅଙ୍ଗନବାଡି କେନ୍ଦ୍ର ଓ ତୁମୁଡିବନ୍ଧ ବ୍ଲକ ମୁଣ୍ଡିଗଡ଼ ଗ୍ରାମପଞ୍ଚାୟତରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ,ସମନ୍ୱିତ ଶିଶୁ ବିକାଶ କାର୍ଯ୍ୟାଳୟ,ଗ୍ରାମପଞ୍ଚାୟତ କାର୍ଯ୍ୟାଳୟ ଏବଂ ନୀତି ଆୟୋଗର ସହଯୋଗୀ ସଂସ୍ଥା ପିରାମଲ ଫାଉଣ୍ଡେସନ ଆକାଂକ୍ଷା ଭାରତ ସହଯୋଗ ରେ ଋତୁସ୍ରାବକୁ ବନ୍ଧୁତ୍ୱପୂର୍ଣ୍ଣ ବ୍ୟବହାର ନେଇ ସଚେତନତା ମୂଳକ ଭାବେ କିଶୋରୀ ବାଳିକା,ମହିଳା ଓ ଜନସାଧାରଣଙ୍କ ଦ୍ୱାରା ପଦଯାତ୍ରା ଓ ସଭା ମାଧ୍ୟମରେ ଋତୁସ୍ରାବକୁ ନେଇ ରହିଥିଵା ଅନ୍ଧବିଶ୍ୱାସ,ସ୍ୱଛତାକୁ ଆପଣେଇବା,ଭାବନାତ୍ମକ ସହଯୋଗ ଏବଂ ବାଲ୍ୟବିବାହ ରୋକିବାକୁ ନେଇ ସଚେତନ ସହ ସଂକଳ୍ପ କରାଯାଇଥିଲା | ଉଭୟ ପଞ୍ଚାୟତର ସରପଞ୍ଚ ନିଜ ଅଭିଭାଷଣରେ ଋତୁସ୍ରାବକୁ ଏକ ବନ୍ଧୁତାର ବ୍ୟବହାର ସହକାରେ ଆପଣାଇ ଶିକ୍ଷା ଓ ସ୍ୱାସ୍ଥ୍ୟ କ୍ଷେତ୍ରରେ ଅଭିବୃଦ୍ଧି ସହ ବିକଶିତ ଭାରତ ଗଢିବାରେ ଦୃଢ଼ବଦ୍ଧ କରିଥିଲେ | ଏହି କାର୍ଯ୍ୟକ୍ରମରେ ୧୫୦ରୁ ଉର୍ଦ୍ଧ ଭାଗିଦାରୀ ମୁଖ୍ୟତଃ ରୂପେ…
Author: sreyataranga
( ଶ୍ରେୟ ତରଙ୍ଗ ବ୍ୟୁରୋ ) : ସାଧାରଣ ଦେଖାଯାଏ, ଘରୁ କୌଣସି ଜରୁରୀ କାମରେ ହେଉ, ବୁଲିବା, ଅଫିସ, ମିଟିଂ, ସେମିନାର, ପରୀକ୍ଷା ଭଳି ଗୁରୁତ୍ଵ ପୂର୍ଣ୍ଣ କାମରେ ଆମେ ଯେତେବେଳେ ବାହାରକୁ ଯାଉ, ସେତେବେଳେ ହୋଟେଲ ଗୁଡ଼ିକ ରେ ରୁମ୍ ବୁକିଂ କରି ରହିଥାଉ । ଏବେ ବର୍ଷ ସାରା ପର୍ଯ୍ୟଟନ ମାନେ ବୁଲୁ ଥିବାରୁ, ସବୁବେଳେ ହୋଟେଲ ଗୁଡ଼ିକ ରେ ଗହଳି ଦେଖା ଯାଇ । ବଡ ବଡ ସହର ଗୁଡ଼ିକ ରେ, ଦିନକୁ ଦିନ ଭିଡ ଦେଖା ଯାଉଛି । ସେହି ହିସାବରେ ହୋଟେଲ ଶିଳ୍ପ ଗୁଡ଼ିକ ମଧ୍ୟ ବଢିବାରେ ଲାଗିଛି । ହୋଟେଲ ଏବେ ଶିଳ୍ପ ରେ ପରିଣତ ହେଲାଣି । ଓଡ଼ିଶାରେ ବିଭିନ୍ନ ସ୍ଥାନ ଗୁଡିକ ରେ ବହୁତ୍ ବଡ ବଡ ଆନ୍ତର୍ଜାତୀୟ ସ୍ତରର ରିଶୋର୍ଟ ସଂସ୍ଥା ଆସି ସେମାନଙ୍କର ବ୍ୟବସାୟ ଆରମ୍ଭ କରି ସାରିଲେଣି । ଖାଦ୍ୟ ପାନୀୟ ଠାରୁ ଆରମ୍ଭ…
ବୌଦ୍ଧ ( ଶ୍ରେୟ ତରଙ୍ଗ) : ବୌଦ୍ଧ ଜିଲ୍ଲା ଆଡେନିଗଡ ଠାରେ ନିର୍ମାଣ ଧିନ୍ ରେଲୱେ ଟନେଲ ଆଜି ଭୁଶୁଡ଼ି ଯାଇଛି । ସୂଚନା ଅନୁସାରେ, ଟନେଲ ନମ୍ବର- ୪ କାମ ଚାଲୁ ରହିଥିଲା । ଖୋର୍ଦ୍ଧା ବଲାଙ୍ଗୀର ରେଳ ପ୍ରକଳ୍ପ ମଧ୍ୟରେ ସବୁଠାରୁ ଲମ୍ବା ଏହି ଟନେଲ ଟି ଆଜି ଅପରାହ୍ନ ରେ ଭୁଷୁଡି ପଡ଼ିଛି । ପାଞ୍ଚ କିଲୋମିଟର ଲମ୍ବ ବିଶିଷ୍ଟ ଟନେଲ ରେ ୩୦ ମିଟର ଓସାର ରେ ଏକ ବୃହତ୍ ଗର୍ତ୍ତ ସୃଷ୍ଟି ହୋଇଛି । ତେବେ ଏଥିରେ କୌଣସି ଶ୍ରମିକ ମୃତାହତ ହୋଇ ନଥିବା ରେଲୱେ ବିଭାଗ ସ୍ପଷ୍ଟ କରିଛି । ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ୍ ଆଡେନି ଗଡ଼ ପଞ୍ଚାୟତ ଅଞ୍ଚଳ ରେ ୪ ନମ୍ବର ଟନେଲ କାମ ଚାଲୁ ରହିଛି । Girl କମ୍ପାନୀ ଏହାର ନିର୍ମାଣ କରୁଥିବା ବେଳେ, ନିମ୍ନ ମାନର କାମ ଯୋଗୁଁ ଆଜି ଭୁଶୁଡିଥିବା ରେଳ ବିଭାଗ…
(ଶ୍ରେୟ ତରଙ୍ଗ ବ୍ୟୁରୋ ): ଅନୁଗୁଳ ଜିଲ୍ଲା ହିନ୍ଦୋଳ ଫରେଷ୍ଟ ଅଞ୍ଚଳ ରେ ପେଟ୍ରୋଲିଙ୍ଗ କରୁଥିବା ବେଳେ, ଶିକାରୀ ମାନଙ୍କ ଗୁଳିରେ ଫରେଷ୍ଟ ଗାର୍ଡ ପ୍ରହଲ୍ଲାଦ ପ୍ରଧାନ ଙ୍କ ମୃତ ହୋଇଛି । ଏଥିରେ ଚାରିଜଣ ଦୁବୃର୍ତ୍ତ ଙ୍କୁ ଅଟକ ରଖିଛି ପୋଲିସ୍ । ମୃତ ଫରେଷ୍ଟ ଗାର୍ଡ ପ୍ରହଲ୍ଲାଦ ପ୍ରଧାନ ଙ୍କ ପରିବାର କୁ ମୁଖ୍ୟମନ୍ତ୍ରୀ ୩୦ ଲକ୍ଷ ଟଙ୍କା ଆର୍ଥିକ ସହାୟତା ଘୋଷଣା କରିଛନ୍ତି । ଏଥିସହ pccf ଘଟଣା ସ୍ଥଳକୁ ଯାଇ ତଦନ୍ତ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।
କନ୍ଧମାଳ (ଶ୍ରେୟ ତରଙ୍ଗ): ଯୋଗାଣ ବିଭାଗ ଓ ଖାଦ୍ୟ ସୁରକ୍ଷା ବିଭାଗ ମିଳିତ ଭାବେ ଚଢ଼ାଉ କରି ଜଗନ୍ ସୁବୁଦ୍ଧିଙ୍କ ଗୋଦାମରୁ ବିକ୍ରି ଉଦ୍ଦେଶ୍ୟରେ ଗଚ୍ଛିତ ଆମ୍ବ ଟାକୁଆ ଜବତ କରିଛନ୍ତି। ଲକ୍ଷ୍ମୀ ବଜାରର ବ୍ୟବସାୟୀଙ୍କ ଗୋଦାମରେ ପର୍ଯ୍ୟାପ୍ତ ଆମ୍ବ ଟାକୁଆ ମହଜୁଦ ଥିବା ଜିଲ୍ଲା ଯୋଗାଣ ବିଭାଗ ଓ ଖାଦ୍ୟ ସୁରକ୍ଷା ବିଭାଗ ଅଧିକାରୀ ଖବର ପାଇଥିଲେ। ନିର୍ଭରଯୋଗ୍ୟ ସୂଚନା ଆଧାରରେ ମିଳିତ ଟିମ୍ ସମ୍ପୃକ୍ତ ଗୋଦାମରେ ଚଢ଼ଉ କରିଥିଲେ। ବିକ୍ରି ପାଇଁ ୪୮ ଟି ବସ୍ତାରେ ଥିବା ୧୫ କୁଇଣ୍ଟଲ ଆମ୍ବ ଟାକୁଆ ଜବତ କରିଥିଲେ। ଖାଦ୍ୟ ସୁରକ୍ଷା ଅଧିକାରୀ ସତ୍ୟବ୍ରତ ଷେଣ୍ଢ ଜବତ ଆମ୍ବ ଟାକୁଆ ର ପ୍ରାଥମିକ ପରୀକ୍ଷଣ କରି ଏହା ଖାଦ୍ୟ ଅନୁପ ଯୋଗୀ ବୋଲି କହିଥିଲେ । ପରେ ଫୁଲବାଣୀ ତହସିଲଦାର ପ୍ରିୟଙ୍କା ପ୍ରିୟଦର୍ଶିନୀ ଙ୍କ ଉପସ୍ଥିତିରେ ସମସ୍ତ ଆମ୍ବ ଟାକୁଆ ଜବତ କରାଯାଇଛି। ଖାଦ୍ୟ ଅନୁପ ଯୋଗୀ ପଦାର୍ଥ ରଖିବା ଅଭିଯୋଗରେ…
(ଶ୍ରେୟ ତରଙ୍ଗ): ଚଳିତ ବର୍ଷ ଯୁକ୍ତ ଦୁଇ ପରୀକ୍ଷା ଫଳ ପ୍ରକାଶ ପାଇଛି । ସବୁବର୍ଷ ଭଳି ଚଳିତ ବର୍ଷ ମଧ୍ୟ ନୟାଗଡ଼ ଜିଲ୍ଲାର ଛାତ୍ର ଛାତ୍ରୀ ମାନେ ଭଲ ନମ୍ବର ରଖି ଓଡ଼ିଶାରେ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି । ନୟାଗଡ଼ କଲେଜ୍ ଛାତ୍ରୀ ଭୂମିକା ପ୍ରିୟଦର୍ଶିନୀ ଚଳିତ ବର୍ଷ ଯୁକ୍ତ ଦୁଇ ବିଜ୍ଞାନ ରେ, 600 ରୁ 571 ନମ୍ବର ରଖି କଲେଜ୍ ଟପର୍ ହୋଇଛନ୍ତି । ସେ ନୟାଗଡ଼ ଅକ୍ସଫୋର୍ଡ୍ କୋଚିଂ ସେଣ୍ଟର୍ ରେ ରହି ପାଠ ପଢୁଥିଲେ । ପିଲାବେଳୁ ପାଠ ପଢା ସହିତ ଶ୍ଳୋକ ଆବୃତ୍ତି, ପ୍ରବନ୍ଧ ଲିଖନ, ବକୃତା ପ୍ରତିଯୋଗୀତାରେ ଭାଗ ନେଇ ଜିଲ୍ଲା ଓ ରାଜ୍ୟ ସ୍ତରରେ ଉଚ୍ଚ ପ୍ରଶଂସିତ ହୋଇଛନ୍ତି । ଭବିଷ୍ୟତ ରେ ପ୍ରଶାସନିକ ସେବାରେ ଯୋଗ ଦେବା ପାଇଁ ଲକ୍ଷ୍ୟ ରଖିଛନ୍ତି । ନୟାଗଡ଼ ଜିଲ୍ଲା ଖଣ୍ଡପଡ଼ା ବ୍ଲକ୍ , ବଳଭଦ୍ର ପ୍ରସାଦ ପଞ୍ଚାୟତ ନୂଆପଡ଼ା ଗ୍ରାମରେ…
ଶ୍ରେୟ ତରଙ୍ଗ ବ୍ୟୁରୋ : ପାକିସ୍ତାନ ଆତଙ୍କି ବିରୁଦ୍ଧରେ ଭାରତର ଅଭିଯାନ ଅପରେସନ ସିନ୍ଦୂର କୁ ବିଶ୍ୱରେ ସବୁ ରାଷ୍ଟ୍ର ପ୍ରଶଂସା କରିଛନ୍ତି । ଗତ ମାସ ୨୨ ତାରିଖ ରେ କାଶ୍ମୀର ପେହେଲଗାମ୍ ଠାରେ, ଆକ୍ରମଣ କରିଥିଲେ ଆତଙ୍କବାଦ । କଲମା ପଢିବାକୁ କହିଥିଲେ, ଯେଉଁମାନେ ପଢ଼ି ପାରିଲେ ନାହିଁ, ସେମାନଙ୍କ ପରିବାର ଆଗରେ ଗୁଳି କରି ହତ୍ୟା କରିଥିଲେ । ଏଥିରେ ଭାରତ ସରକାର , ତିନିସେନା ମୁଖ୍ୟ ରଣନୀତି ପ୍ରସ୍ତୁତ କରି, ପାକିସ୍ତାନ ର ବିଭିନ୍ନ ସହର ରେ ଥିବା ଆତଙ୍କ ବାଦି ଆଡ୍ଡା, ଏୟାର ବେସ ଉପରେ ଭାରତ ବାୟୁସେନା ପକ୍ଷରୁ ଜୋରଦାର ଆକ୍ରମଣ ହୋଇଥିଲା । ଭାରତ ପାକିସ୍ତାନ ଏହି ଯୁଦ୍ଧରେ ତୁର୍କୀସ୍ତାନ ପାକିସ୍ତାନ ସପକ୍ଷରେ ରହିବା ସହ ବିଭିନ୍ନ ଯୁଦ୍ଧାସ୍ତ୍ର , ଡ୍ରୋନ୍, ଯୋଗେଇ ଦେବା ସହ ଆରବ ସାଗର ରେ , ଭାରତୀୟ ନୌସେନା ବିକ୍ରାନ୍ତ ସହ ଯୁଦ୍ଧ କରିବା ପାଇଁ…
ଶ୍ରେୟ ତରଙ୍ଗ ବ୍ୟୁରୋ, କୋଟି କୋଟି ଭାରତୀୟଙ୍କ ଜୀବନ ବଞ୍ଚାଇବା ପାଇଁ ସୀମାରେ ଭାରତୀୟ ଯବାନ ମାନେ କାର୍ଯ୍ୟରତ ଥିବା ବେଳେ, ଚିକିତ୍ସା ଅବହେଳା ରୁ ଜଣେ ଭାରତୀୟ ଯବାନଙ୍କ ସ୍ତ୍ରୀ ମୃତୁ କରିବା ଘଟଣା ଏବେ ଓଡ଼ିଶାରେ ଆନ୍ଦୋଳନ ସୃଷ୍ଟି କରିଛି । ସୂଚନା ଅନୁସାରେ, ଭାରତ_ ପାକିସ୍ତାନ ମଧ୍ୟରେ ଯୁଦ୍ଧର ବିଭୀଷିକା ଦେଖା ଯାଇଥିବା ବେଳେ, ଭାରତ ସରକାରଙ୍କ ନିର୍ଦ୍ଦେଶ ଅନୁସାରେ ଛୁଟି ରେ ଥିବା ଭାରତୀୟ ଯବାନ ମାନଙ୍କର ଛୁଟି ବାତିଲ ହୋଇଥିଲା ଏବଂ ତୁରନ୍ତ କାର୍ଯ୍ୟରେ ଯୋଗ ଦେବା ପାଇଁ ନିର୍ଦ୍ଦେଶ ଆସିଥିଲା ।ଝାରସୁଗୁଡ଼ା ଜିଲ୍ଲାର ଲଖନପୁର ବ୍ଲକ୍ ଟେଙ୍ଗାମାଲ ଗାଁର ଦେବରାଜ ଗଣ୍ଡ ସଶସ୍ତ୍ର ସୀମା ସୁରକ୍ଷା ବଳ ରେ ଚାକିରି କରିଥିବା ବେଳେ, ତାଙ୍କ ସ୍ତ୍ରୀ ଲିପି ଗଣ୍ଡ ଗର୍ଭବତୀ ଥିଲେ । ଗତ ମାସ ୨୮ ତାରିଖ ଦିନ ବୁର୍ଲା ମେଡ଼ିକାଲ୍ ରେ ତାଙ୍କର ଏକ କନ୍ୟା ସନ୍ତାନ ଜନ୍ମ ହୋଇଥିଲା…
ଶ୍ରେୟ ତରଙ୍ଗ, ହସ..ଟିକିଏ ହସରେ ବଦଳିଯାଏ ସମ୍ପର୍କର ଡୋରି । ପର ଆପଣାର ହୋଇଯାଏ, ଗଢ଼ି ଉଠେ ମଧୁର ସମ୍ପର୍କ । ବିଶ୍ବର ଅନ୍ୟତମ ଆଶ୍ଚର୍ଯ୍ୟ ମଧ୍ୟରେ ହସ ହେଉଛି ଅନ୍ୟତମ । କୋଟିକୋଟି ଜୀବ ଜନ୍ତୁ ଭିତରେ ମଣିଷ ହେଉଛି ଅନ୍ୟତମ । କାରଣ, ମଣିଷକୁ ଛାଡ଼ିଦେଲେ ଅନ୍ୟ ଜନ୍ତୁ ମାନେ କେହି ହସି ପାରାନ୍ତି ନାହିଁ । ନିଜେ ହସି ଅନ୍ୟକୁ ହସାଇବା ଉଦ୍ଦେଶ୍ୟରେ ପ୍ରତିବର୍ଷ ଅକ୍ଟୋବର ମାସର ପ୍ରଥମ ଶୁକ୍ରବାରକୁ ବିଶ୍ବ ହସ ଦିବସ ରୂପେ ପାଳନ କରାଯାଏ । ଆଜି ହେଉଛି ବିଶ୍ବ ହସ ଦିବସ । ପ୍ରତିବର୍ଷ ଅକ୍ଟୋବର ମାସର ପ୍ରଥମ ଶୁକ୍ରବାରକୁ ବିଶ୍ବ ହସ ଦିବସ ହିସାବରେ ପାଳନ କରାଯାଏ । ଲୋକଙ୍କୁ ଜୀବନ ବଞ୍ଚିବା ପାଇଁ ହସର ମହତ୍ତ୍ବକୁ ବୁଝିବା ପାଇଁ ଆଜିର ଦିନ ପାଳନ କରାଯାଏ । ହସ… ସମ୍ପର୍କକୁ ଦିଏ ନୂଆ ପରିଚୟ । ବାସ୍ତବରେ ତମାମ ଅଧୁରା…
ଶ୍ରେୟ ତରଙ୍ଗ, ଦଶପଲ୍ଲା ରେ ବିଦୂତୁ ସମସ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି । ସାମାନ୍ୟ ଝଡ ତୋଫାନ ରେ ବିଦୁତୁ ସଙ୍ଗେ ସଙ୍ଗେ କଟୁଥିବା ବେଳେ, ଘଣ୍ଟା ଘଣ୍ଟା ସମୟ ଲାଗିଥାଏ ଆସିବା ପାଇଁ । ଗ୍ରୀଷ୍ମ ପ୍ରବାହ ସାଙ୍ଗକୁ ବିଜୁଳି ସମସ୍ୟା ରେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଦଶପଲ୍ଲା ଅଞ୍ଚଳ ବାସି । ନୟାଗଡ଼ ଜିଲ୍ଲାର ବାଣିଜ୍ୟ ପେଣ୍ଠ ସ୍ଥଳୀ କୁହାଯାଉଥିବା ଦଶପଲ୍ଲା ଜାତୀୟ ରାଜପଥ ୫୭ ଉପରେ ଅବସ୍ଥିତ ହୋଇଥିବାରୁ, ପୂର୍ବ ଓଡ଼ିଶା ସହ ପଶ୍ଚିମ ଓଡ଼ିଶା ର ଯୋଗାଯୋଗ ପାଇଁ ପ୍ରମୁଖ ମାଧ୍ୟମ ପାଲଟିଛି । ଏଥିସହ, ପଡୋଶୀ ଜିଲ୍ଲା ର ସୀମାନ୍ତ ଅଞ୍ଚଳ ସହ ଦଶପଲ୍ଲା କୁ ସିଧାସଳଖ ଯୋଗାଯୋଗ ହୋଇଥାଏ । ଏପରି ସ୍ଥଳେ, ବିଦୂତ୍ ସମସ୍ୟା ହେତୁ ଜରୁରୀ କାଳୀନ ସେବା ବାଧା ପ୍ରାପ୍ତ ହୋଇଥାଏ । ଜେରକ୍ସ, ପ୍ରିଣ୍ଟ ପ୍ରେସ, ଫଟୋ ଲାବ ଠାରୁ ଆରମ୍ଭ କରି…
ଶୁଦ୍ଧି କ୍ରିୟାର ୩୭ ବର୍ଷ ପରେ ଗାଁକୁ ଫେରିଲେ ପୁଅ । ଗ୍ରାମବାସୀ ଓ ପରିବାର ଲୋକ ଦେଖି ହତବାକ ହୋଇଯାଇଥିବା ବେଳେ, ବାଜା ବଜେଇ ପ୍ରସେଶନ କରି ଘର କୁ ପାଛୋଟି ନେଇଥିଲେ ଗ୍ରାମବାସୀ । ଏପରିକି ଗ୍ରାମର କୁନି କୁନି ପିଲାମାନେ ମଧ୍ୟ ନାଚ ଗୀତରେ ସାମିଲ ହୋଇଥିଲେ । ଆନନ୍ଦ ଉଲ୍ଲାସରେ ଗାଁ ଫାଟି ପଡ଼ୁଥିବା ବେଳେ, ମା ନାଚି ନାଚି ପୁଅ,ବୋହୂ, ନାତିକୁ ସ୍ବାଗତ କରିଥିଲେ । ଏଭଳି ଏକ ଦୃଶ୍ୟ ଦେଖିବାକୁ ମିଳିଥିଲା କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଗ୍ରୀନବାଡି ପଞ୍ଚାୟତ କୁତୁବାଡ଼ି ଗ୍ରାମରେ । ସାମେଲ ପ୍ରଧାନଙ୍କ ବାପା, ପ୍ରତିଦିନ ମଦ ପିଇ ତାଙ୍କୁ ମାଡ଼ ମାରୁଥିଲେ । ଏଥିରେ ଅତିଷ୍ଠ ହୋଇ ମାତ୍ର ୧୫ ବର୍ଷ ବୟସରୁ ହିଁ ପୁଅ ଘର ଛାଡ଼ି ପଳାଇଥିଲେ। ପୁଅକୁ ଖୋଜି ଖୋଜି ମା’ ବାପା ଓ ପରିବାର ଲୋକେ ଶେଷରେ ତାଙ୍କର ଶୁଦ୍ଧି କ୍ରିୟା…
ଭୁବନେଶ୍ୱର (ଶ୍ରେୟ ତରଙ୍ଗ): ଭିଆରଏସ୍ ନେଲେ ଚର୍ଚ୍ଚିତ ଆଇଏଏସ୍ ସୁଜାତା କାର୍ତ୍ତିକେୟନ । ସୁଜାତାଙ୍କ ଆବେଦନକୁ କେନ୍ଦ୍ର ସରକାର ମଞ୍ଜୁରୀ ଦେଇଥିବା ସୂଚନା ମିଳିଛି । ଛୁଟି ପାଇଁ ଆବେଦନ କରିଥିଲେ ସୁଜାତା,କିନ୍ତୁ ଛୁଟି ନମିଳିବାରୁ ସେ ସ୍ବେଚ୍ଛାକୃତ ଅବସର ନେଇଥିବା ଏବେ ଚର୍ଚ୍ଚା ହେଉଛି । ୨୦୦୦ ବ୍ୟାଚର ଆଇଏଏସ ଅଫିସର ସୁଜାତା କାର୍ତ୍ତିକେୟନ । ସୁଜାତା କାର୍ତ୍ତିକେୟନ୍ ଓଡ଼ିଶାର କେନ୍ଦ୍ରାପଡ଼ା ଜିଲ୍ଲାର ଝିଅ । ସୁଜାତାଙ୍କ ପ୍ରାରମ୍ଭିକ ଜୀବନ ଝାଡ଼ଖଣ୍ଡର ଜାମସେଦପୁର ରେ କଟିଥିଲା । ତାଙ୍କ ବାପା ଡାକ୍ତର ଭାବେ ସେଠାରେ କାର୍ଯ୍ୟ କରୁଥିଲେ । ୨୦୦୦ ମସିହାରେ ନବୀନ ପଟ୍ଟନାୟକ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିବା ସମୟରେ ସୁଜାତାଙ୍କ ଆଇଏଏସ୍ ଚାକିରି କ୍ୟାରିୟର ଆରମ୍ଭ ହୋଇଥିଲା । ସେ ଓଡ଼ିଶା ସରକାରଙ୍କ ମିଶନ ଶକ୍ତି ବିଭାଗର କମିଶନର-ସହ-ସଚିବ ଭାବେ କାର୍ଯ୍ୟ କରିଥିଲେ । ଏହି ଯୋଜନା ମହିଳା ସଶକ୍ତିକରଣ ପାଇଁ ନବୀନ ପଟ୍ଟନାୟକ…
