Author: sreyataranga

ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ, ଓଡ଼ିଶା ର ବିଶିଷ୍ଟ ଅଭିନେତା ଉତ୍ତମ ମହାନ୍ତିଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ଶୋକ ପ୍ରକାଶ କରି କହିଛନ୍ତି, ଉତ୍ତମ ଥିଲେ ଓଡ଼ିଆ ସିନେ ଜଗତର ଧୃବ ତାରା । ସଂପୂର୍ଣ୍ଣ ରାଷ୍ଟ୍ରୀୟ ମର୍ଯ୍ୟାଦା ସହିତ ଶେଷ କୃତ୍ୟ ସଂପନ୍ନ ପାଇଁ ନିଷ୍ପତ୍ତି ନିଆଯାଇଛି । ବିଶିଷ୍ଟ ଓଡ଼ିଆ ଅଭିନେତା ଉତ୍ତମ ମହାନ୍ତିଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଗଭୀର ଶୋକ ପ୍ରକାଶ କରିଛନ୍ତି । ଏକ ବାର୍ତ୍ତାରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଉତ୍ତମ ମହାନ୍ତି ଥିଲେ ଓଡ଼ିଆ ସିନେ ଜଗତର ଧ୍ରୁବ ତାରା ସଦୃଶ। ଦୀର୍ଘ ଦୁଇ ଦଶନ୍ଧିରୁ ଅଧିକ ସମୟ ଧରି ସେ ଓଡ଼ିଆ ସିନେ ସେମା ଜଗତର ଥିଲେ ଅପ୍ରତିଦ୍ଵନ୍ଦୀ ନାୟକ। ଓଡ଼ିଆ କଳା ଜଗତର ସେ ଥିଲେ ଆଇକନ। ଓଡ଼ିଆ ସହିତ ଅନେକ ବଙ୍ଗାଳୀ ଓ ଏପରିକି ହିନ୍ଦୀ ଚଳଚ୍ଚିତ୍ରରେ ଅଭିନୟ କରି ସେ ଓଡ଼ିଆ ଚଳଚ୍ଚିତ୍ର ଜଗତକୁ ଏକ ଉଚ୍ଚ ସ୍ତରକୁ…

Read More

ଭୁବନେଶ୍ୱର (ଶ୍ରେୟ ତରଙ୍ଗ): ଆଉ ନାହାନ୍ତି ଓଡ଼ିଆ ଚଳଚ୍ଚିତ୍ର ଜଗତର ଦଣ୍ଡା ବାଳୁଙ୍ଗା ଉତ୍ତମ ମହାନ୍ତି। ଚିକିତ୍ସାଧୀନ ସମୟରେ ମେଦାନ୍ତ ହସ୍ପିଟାଲ ରେ ଆଜି ୬୬ ବର୍ଷ ବୟସରେ ତାଙ୍କର ପରଲୋକ ଘଟିଛି । ୧୯୫୮ ମସିହା ଡିସେମ୍ବର ୨୩, ବାରିପଦାରେ ଜନ୍ମଗ୍ରହଣ କରିଥିଲେ ଉତ୍ତମ ମହାନ୍ତି। ୧୯୭୭ ମସିହାରେ ଅଭିମାନ କଥାଚିତ୍ରରୁ ଅଭିନୟ ଯାତ୍ରା ଆରମ୍ଭ କରିଥିଲେ ପରେ ସିନେମା ଛାଡି ମନ ବଳାନ୍ତି ପାଠ ପଢାରେ। ପାଠ ପଢା ସରିବା ପରେ ପୁଣି ପତିପତ୍ନୀ ଚଳଚ୍ଚିତ୍ରରେ ଆସନ୍ତି ପରଦାକୁ। ତାପରେ ଆଉ ପଛକୁ ଫେରି ନାହାନ୍ତି ଉତ୍ତମ । ଗୋଟିଏ ପରେ ଗୋଟିଏ ଚଳଚ୍ଚିତ୍ରରେ ଦେଖାଇଥିଲେ ତାଙ୍କ ଅଭିନୟର ଯାଦୁ। ସେ ପାଖାପାଖି ୧୩୫ ରୁ ଅଧିକ ଓଡ଼ିଆ ଚଳଚ୍ଚିତ୍ର , ୩୦ ଟି ବଙ୍ଗଳା ସିନେମା ଓ ଗୋଟିଏ ହିନ୍ଦୀ ସିନେମାରେ ଅଭିନୟ କରିଛନ୍ତି। ତାଙ୍କ ଅଭିନୀତ ସିନେମା ଗୁଡିକ ମଧ୍ୟରେ ରହିଛି କଳ୍କୀ ଅବତାର, ରୂପା…

Read More

କନ୍ଧମାଳ ଜିଲ୍ଲାର ସାମଗ୍ରିକ ବିକାଶ ପାଇଁ ଦାରିଙ୍ଗବାଡ଼ି ଇକୋ ରିଟ୍ରିଟ ଠାରେ ୨ ଦିନିଆ ଇନଭେଷ୍ଟ- କନ୍ଧମାଳ ୨୦୨୫ ଉଦଘାଟିତ ହୋଇଛି l ରାଜ୍ୟ ତଥା ରାଜ୍ୟ ବାହାରୁ ପାଖାପାଖି ୮୦ ଜଣ ପୁଞ୍ଜି ନିବେଶକାରୀ ଏହି ଦୁଇ ଦିନିଆ କର୍ମଶାଳା ରେ ଯୋଗ ଦେଇଛନ୍ତି । ଜିଲ୍ଲାପାଳ ଅମ୍ରିତ୍ ଋତୁରାଜ ପୁଞ୍ଜିନିବେଶକାରୀ ମାନଙ୍କୁ ଜିଲ୍ଲାରେ କେଉଁ କେଉଁ କ୍ଷେତ୍ରରେ ପୁଞ୍ଜିନିବେଶ ହୋଇପାରିବ ଓ ସେଥିପାଇଁ ସରକାରଙ୍କ ତରଫରୁ କଣ କଣ ସୁଵିଧା ସୁଯୋଗ ଯୋଗାଇ ଦିଆଯିବ ସେ ସମ୍ପର୍କରେ ତଥ୍ୟ ଉପସ୍ଥାପନ କରିଥିଲେ l ରାଜ୍ୟରେ ଉତ୍କର୍ଷ ଓଡିଶା କାର୍ଯ୍ୟକ୍ରମ ଅନୁଷ୍ଠିତ ହେବା ପରେ କନ୍ଧମାଳ ଜିଲ୍ଲାର ଦାରିଙ୍ଗବାଡିରେ ଏଭଳି କାର୍ଯ୍ୟକ୍ରମକୁ ଆସି ଖୁସି ପ୍ରକାଶ କରି କନ୍ଧମାଳ ଜିଲ୍ଲାରେ ପୁଞ୍ଜିନିବେଶ ପାଇଁ ଆଗ୍ରହ ଦେଖାଇଛନ୍ତି l ଜିଲ୍ଲାରେ ପ୍ରଥମ ଥର ପାଇଁ ଏଭଳି ପୁଞ୍ଜିନିବେଶ ସମ୍ମିଳନୀ ଆୟୋଜିତ ହେବାଦ୍ୱାରା ଜିଲ୍ଲାର ସାମୁହିକ ବିକାଶ ହେବ ଓ ସ୍ଥାନୀୟ ଜନସାଧାରଣ…

Read More

ଭୁବନେଶ୍ଵର: (ଶ୍ରେୟ ତରଙ୍ଗ): ଏକାମ୍ର କ୍ଷେତ୍ର ଶ୍ରୀ ଲିଙ୍ଗରାଜଙ୍କ ପୀଠରେ ମହାଦୀପ ଉଠିବା ବେଳେ ଅଘଟଣ ଘଟିଯାଇଛି। ମନ୍ଦିର ଉପରକୁ ମହାଦୀପ ନେଇ ଚଢ଼ିବା ବେଳେ ସେବାୟତ ଖସି ପଡ଼ିଛନ୍ତି । ପରେ ଅନ୍ୟ ଜଣେ ସେବାୟତ ମହାଦୀପ ନେଇ ମନ୍ଦିର ଚୂଡ଼ାକୁ ଯାଇଥିଲେ । ବେଢ଼ା ପରିକ୍ରମା ପରେ ସେବାୟତ ମହାଦୀପ ଉଠାଇଛନ୍ତି । ପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ନୀତି କାନ୍ତି ଶେଷ ପରେ ରାତି ୧୦ଟା ୪୦ରେ ମହାଦୀପ ଉଠିଲା । ଦୀପ ଉଠିବା ବେଳେ ଉପସ୍ଥିତ ଶ୍ରଦ୍ଧାଳୁ ଓ ସେବାୟତଙ୍କ ହର ହର ମହାଦେବ ଧ୍ୱନିରେ କମ୍ପି ଉଠିଥିଲା ମନ୍ଦିର ପରିସର । ଶ୍ରଦ୍ଧାଳୁଙ୍କ ଭିଡ଼କୁ ଦୃଷ୍ଟିରେ ରଖି ପୋଲିସ ପ୍ରଶାସନ ପକ୍ଷରୁ କଡ଼ା ବ୍ୟବସ୍ଥା ଗ୍ରହଣ କରାଯାଇଛି । ଶ୍ରୀଜୀଉଙ୍କ ଜାଗର ଯାତ୍ରା ଅବସରରେ ୭ ଥର ଲିଙ୍ଗରାଜ ମନ୍ଦିର ବେଢ଼ା ପରିକ୍ରମା ପରେ ମହାଦୀପ ଉଠିଛି । ଶ୍ରୀଲିଙ୍ଗରାଜଙ୍କ ସନ୍ଧ୍ୟା ଆଳତି ଓ ଟେରା ଫିଟା ନୀତି…

Read More

ଖୋର୍ଦ୍ଧା – ବଲାଙ୍ଗୀର ରେଳ ପ୍ରକଳ୍ପ କାମ ଆଉ ଦୁଇପାଦ ଆଗେଇଛି । ଦୀର୍ଘ ବର୍ଷର ସ୍ବପ୍ନ ଶୀଘ୍ର ପୂରଣ ହେବାକୁ ଯାଉଛି । ବର୍ତ୍ତମାନ ଖୋର୍ଦ୍ଧା ଠାରୁ ଦଶପଲ୍ଲା ୧୦୫ କିମି ଟ୍ରେନ ଲାଇନ କାମ ସରି ଯାଇଥିବା ବେଳେ, ନିୟମିତ ଭୁବନେଶ୍ୱର, ପୁରୀରୁ ଟ୍ରେନ ଚଳାଚଳ କରୁଛି । ଅନ୍ୟପଟେ ବଲାଙ୍ଗୀର ଠାରୁ ଆଡେନିଗଡ଼ ୧୪୦ କିମି ରେଳ ଲାଇନ୍ କାମ ସାରିଥିବା ବେଳେ, ଟ୍ରେନ ଇଞ୍ଜିନ ଟ୍ରାଏଲ ରେ ଆସି ସାରିଛି ଖୋର୍ଦ୍ଧା – ବଲାଙ୍ଗୀର ରେଳ ପ୍ରକଳ୍ପ ସମୁଦାୟ ୩୦୬ କିମି ରୁ ୨୪୫ କିମି ଟ୍ରେନ ପ୍ରକଳ୍ପ ସରି ସରିଛି । ଦଶପଲ୍ଲା ରୁ ବାଣୀଗୋଚ୍ଛା ମଧ୍ୟରେ ଜମି ଅଧିଗ୍ରହଣ କାମ ବୁଗୁଡ଼ା କଲୋନୀ ରେ ବାକି ରହିଛି । ବକେୟା ପ୍ରାପ୍ୟ ନ ପାଇବାରୁ କଲୋନି ବାସି କାମ ବନ୍ଦ ରଖିଥିବା ବେଳେ, ଟ୍ରେନ ପ୍ରକଳ୍ପ କାମକୁ ସେମାନେ ସ୍ବାଗତ କରୁଛନ୍ତି ।…

Read More

ନୟାଗଡ (ଶ୍ରେୟ ତରଙ୍ଗ): ମାଛିପୋଡା ପଂଚାୟତ ରଘୁନାଥପୁରରେ ପାଳିତ ହୋଇଯାଇଛି ଲଢୁକେଶ ମହାଦେବଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବ l ପ୍ରଥମ ଦିନ ଅଙ୍କୁରାରୋପଣ କାର୍ଯ୍ୟକ୍ରମରେ ଗ୍ରାମର ଶତାଧିକ ପୁରୁଷ ଓ ମହିଳା ମାନେ ଗ୍ରାମ ନଈରୁ କଳସ ଯାତ୍ରା କରି ଗ୍ରାମ ପରିକ୍ରମା କରିବାପରେ ମନ୍ଦିରରେ ଆସି ପହଞ୍ଚିଥିଲେ l ପରେ ଯଜ୍ଞକାର୍ଯ୍ୟ ଆରମ୍ଭ ହୋଇଥିବା ବେଳେ ପ୍ରଥମେ ଅଙ୍କୁରାରୋପଣ, ସୂର୍ଯ୍ୟପୂଜା, ସମସ୍ତ ଦେବା ଦେବୀଙ୍କୁ ବେଦଧୂନିରେ ଆମନ୍ତ୍ରଣ କରାଯାଇଥିଲା l ପରେ କଳସ ଯାତ୍ରାରେ ସାମିଲ ଥିବା ସମସ୍ତ ବ୍ରତଧାରୀ ମାନେ ପଣା ସେବନ କରିବା ସାଙ୍ଗକୁ ପ୍ରସାଦ ସେବନ କରିଥିଲେ l ସନ୍ଧ୍ୟାରେ ସଂସ୍କୃତିକ କାର୍ଯ୍ୟକ୍ରମ ସାଙ୍ଗକୁ କବି ସମ୍ମିଳନୀ ହୋଇଥିଲା l 4ଦିନ ଧରି ବିଭିନ୍ନ କାର୍ଯ୍ୟକ୍ରମ ରହିଥିବା ବେଳେ ମହାଶିବରାତ୍ରି ଦିନ ଲଡ଼ୁକେଶ ମହାଦେବଙ୍କର ପ୍ରାଣ ପ୍ରତିଷ୍ଠା କରାଯିବ

Read More

କନ୍ଧମାଳ (ଶ୍ରେୟ ତରଙ୍ଗ): ଫିରିଙ୍ଗିଆ ବ୍ଲକ ମୁସେଲିପାଙ୍ଗl ଅଞ୍ଛଳରେ ବୁଲୁଚି କଲରା ପତୁରିଆ ବାଘ । ଗ୍ରାମବାସୀ ମାନେ ବlଘ ବୁଲୁଥିବା ଦେଖିବା ସହ ଆତଙ୍କରେ ଭୟଭୀତ ଥିବା ଅଭିଯୋଗ କରିଛନ୍ତି । ଗତ ସନ୍ଧ୍ୟା ୮ ଟା ସମୟରେ ଟେଲାପାଲୀ ଗ୍ରାମ ଠାରୁ ଗୋଟଏ ଡିଜେ ଗାଡ଼ି ବାଲନ୍ଦାପଡ଼ା ଯାଉଥିବା ସମୟରେ ମୁସେଲିପାଙ୍ଗା ଠାରୁ କଡ଼ିସରୁ ଗ୍ରାମ ମଝି ରେ କଲରାପତରିଆ ବାଘ ରାସ୍ତା ପାର ହେଉଥିବାର ଦେଖି, ଡିଜେ ଗାଡ଼ି ଡ୍ରାଇଭର ଭୟରେ ଗାଡ଼ି ଲାଇଟ୍ ବନ୍ଦ କରିଦେଲେ l କିଛି ସମୟ ପରେ ବାଘ ଟି ଜଙ୍ଗଲ ଭିତରକୁ ଚାଲି ଯାଇଥିଲା । ଏହି ଘଟଣା ପ୍ରଘଟ ହେବା ପରେ ଗ୍ରାମବାସୀ ଙ୍କ ତରଫରୁ ବନ ବିଭାଗ କୁ ଖବର ଦେଇଥିଲେ । ବାଘ ଉପରେ ନଜର ରଖା ଯାଇଥିବା ବନ ବିଭାଗ ତରଫରୁ ସୂଚନା ଦିଆଯାଇଛି ।

Read More

ଦୁବାଇ: ( ଶ୍ରେୟ ତରଙ୍ଗ): ପାକିସ୍ତାନ ବିପକ୍ଷ ଆଇସିସି ଚାମ୍ପିଅନ୍ସ ଟ୍ରଫି ମ୍ୟାଚ୍‌ ଅଲରାଉଣ୍ଡର୍‌ ହାର୍ଦିକ ପାଣ୍ଡ୍ୟା ଓ କୁଲଦୀପ ୟାଦବ ଙ୍କ ପାଇଁ ଅଭୁଲା ରହିବ। ହାର୍ଦିକ ଭାରତକୁ ପ୍ରଥମ ୱିକେଟ୍ ଦେଇଥିଲେ ଏବଂ କୁଲଦୀପ ସର୍ବାଧିକ ୩ ଗୋଟି ୱିକେଟ୍ ନେଇଥିଲେ। ଏଥିସହ ବ୍ୟକ୍ତିଗତ ଭାବେ ହାର୍ଦିକ ୨୦୦ ଅନ୍ତର୍ଜାତୀୟ ୱିକେଟ୍ ପୂର୍ଣ୍ଣ କରିବାରେ ସକ୍ଷମ ହୋଇଛନ୍ତି । ପାକିସ୍ତାନୀ ଘାତକ ବ୍ୟାଟ୍ସମ୍ୟାନ୍ ବାବର୍ ଆଜମ ଓ ସୌଦ ସକିଲଙ୍କ ୱିକେଟ୍‌ ନେଇ ଭାରତକୁ ଫାଇଦାରେ ରଖିଥିବା ହାର୍ଦିକ ମାତ୍ର ୩.୮୭ ଇକୋନୋମି ରେଟ୍‌ରେ ୨/୩୧ ଚିତ୍ର ପାଇଥିଲେ। ଭାରତୀୟ କ୍ରିକେଟ୍ ଇତିହାସରେ କିନ୍ତୁ ହାର୍ଦିକ ୨୪ତମ ଅଗ୍ରଣୀ ବୋଲର ହୋଇଛନ୍ତି। ୨୧୬ ଅନ୍ତର୍ଜାତୀୟ ମ୍ୟାଚ୍‌ରୁ ସେ ୩୦.୭୬ ହାରରେ ୨୦୦ ୱିକେଟ୍ ପୂର୍ଣ୍ଣ କରିଛନ୍ତି। ଏହା ମଧ୍ୟରେ ୧୧ ଟେଷ୍ଟ୍‌ରୁ ୧୭ ୱିକେଟ୍‌, ୯୧ ଦିନିକିଆରୁ ୮୯ ୱିକେଟ୍‌ ଏବଂ ୧୧୪ ଟ୍ବେଣ୍ଟି-୨୦ ଅନ୍ତର୍ଜାତୀୟରୁ ୯୪ ୱିକେଟ୍…

Read More

ଦୁବାଇ,(ଶ୍ରେୟ ତରଙ୍ଗ): ଚମ୍ପିୟାନ ଟ୍ରଫି ର ପଞ୍ଚମ ମ୍ୟାଚ୍ ରେ ଭାରତ ର ସହଜ ବିଜୟ ସହ ସେମିଫାଇନାଲ କୁ ପ୍ରବେଶ କରିଛି । ତେବେ ଆୟୋଜକ ପାକିସ୍ତାନ ମ୍ୟାଚ୍ ହାରିବା ସହ, ଚମ୍ପିୟାନ ଟ୍ରଫି ରୁ ବାଦ୍ ପଡିଛି । ଦୁବାଇ ରେ ଚାଲିଥିବା, ହୋଇ ଭୋଲ୍ଟେଜ୍ ଇଣ୍ଡିଆ – ପାକିସ୍ତାନ ମ୍ୟାଚ୍ ରେ ଆଜି ପ୍ରଥମେ , ଟଚ୍ ଜିତି ବ୍ୟାଟିଂ କରିବାକୁ ପଡିଆକୁ ଓହ୍ଲେଇଥିଲା ପାକ । ପାରମ୍ପରିକ ପ୍ରତିଦ୍ବନ୍ଦୀ ପାକ ଟିମ୍ ୪୯.୪ ଓଭରରେ ଅଲ୍‌ଆଉଟ୍ ହୋଇ ୨୪୧ ରନ୍ କରିଥିଲା। ଫଳରେ ଟିମ୍ ଇଣ୍ଡିଆ ପାଇଁ ବିଜୟ ଲକ୍ଷ୍ୟ ୨୪୨ ରନ୍ ରହିଥିଲା। ଭାରତ ପକ୍ଷରୁ ରୋହିତ ଶର୍ମା ୨୦ ରନ୍ କରିଥିବାବେଳେ ଶୁବମନ ଗିଲ୍ ୪୬ ରନ୍ କରିଥିଲେ। ସେହିପରି ବିରାଟ କୋହଲି ୧୦୦ ରନ୍, ଶ୍ରେୟଶ ଆୟର ୫୬ ରନ୍, ହାର୍ଦ୍ଦିକ ପାଣ୍ଡ୍ୟା ୮ ରନ୍, ଅକ୍ଷର ପଟେଲ ୩ ରନ୍…

Read More

ରଣପୁର (ଶ୍ରେୟ ତରଙ୍ଗ ): ଚାରଣ ଗୋଷ୍ଠୀ,ପୁରୀ ନୟାଗଡ଼ ଜିଲ୍ଲା, ରଣପୁର ମଣ୍ଡଳ ବଜ୍ରକୋଟ ଚାରଣ ଶାଖାର ପ୍ରଥମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇ ଯାଇଛି । ଉତ୍ସବରେ ଜଗନ୍ନାଥ, ବଳଭଦ୍ର , ସୁଭଦ୍ରା ଓ ସୁଦର୍ଶନ ମହା ପ୍ରଭୁଙ୍କୁ ବିମାନରେ ବସାଇ ଗ୍ରାମ ପରିକ୍ରମା କରାଇ ଦୁଆର ଦୁଆର ଭୋଗ ଖୁଆଇ ଥିଲେ । ପୂର୍ଣ୍ଣ କଳସ ସ୍ଥାପନ କରି ବନ୍ଦାପନା କରିଥିଲେ । ନୟାଗଡ଼ଜିଲ୍ଲା ସଂଗଠକ ରାମକୃଷ୍ଣ ସାହୁ ଓ ଶିବରାମ ସାହୁ, ଜିଲ୍ଲା ସମ୍ପାଦକ ଡ. ପ୍ରମୋଦ କୁମାର ପାଳ, ମଣ୍ଡଳ ସଂଗଠକ ପ୍ରଭାକର ଦାସ ଓ ଅଞ୍ଚଳ ସଂଗଠକ ଅଭିମନ୍ୟୁ ବେହେରା ସହ ସତ୍ୟନାରାୟଣ କର, ଅର୍ଜୁନ ବିଶ୍ଵାଳ, ବୈକୁଣ୍ଠନାଥ ପ୍ରଧାନ ଯୋଗଦେଇଥିଲେ । ରଣପୁର ମଣ୍ଡଳ ନାଟିମ ଓ ଗୌରାଙ୍ଗ ପୁର ଶାଖାର ଦଳ ପତି ଓ ଭାଇ ଭଉଣୀ ମାନେ ଯୋଗ ଦେଇଥିଲେ ବଜ୍ରକୋଟ ଗ୍ରାମପଞ୍ଚାୟତ ସରପଞ୍ଚ ବନିତା ବଳିୟାରସିଂହ ଉତ୍ସବ ରେ…

Read More

ନୟାଗଡ଼ (ଶ୍ରେୟ ତରଙ୍ଗ): ଜିଲ୍ଲା ଆଇନ୍‌ସେବା ପ୍ରାଧୂକରଣ ସଚିବ ଅଞ୍ଜଳୀ ମାଛ ଖଣ୍ଡଙ୍କ ନିର୍ଦ୍ଦେଶରେ ଜିଲ୍ଲା ଗ୍ରାମୀଣ ଆଇନ ସଚେତନତା କର୍ମୀମାନଙ୍କୁ ନେଇ ନୟାଗଡ଼ ଖେଳପଡ଼ିଆ ଠାରେ ପରିବେଶର ସୁରକ୍ଷା ପାଇଁ ସ୍ଵଚ୍ଛତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ନୟାଗଡ଼ ଖେଳପଡ଼ିଆ ପରିସରରେ ପାଣି ବୋତଲ, ଜରି, ଗଛର ଡାଳପତ୍ର ପଡ଼ି ପଡ଼ିଆଟି ଅପରସ୍କାର ହୋଇ ପଡ଼ିଥିଲା। ଏହି ପଡ଼ିଆରେ ଖେଳ ପ୍ରେମୀମାନେ ପ୍ରତିଦିନ ଖେଳକୁଦ କରିଥାନ୍ତି। ନୟାଗଡ଼ର ବୁଦ୍ଧିଜୀବୀ ମାନେ ମଧ୍ୟ ପ୍ରାତଃ ଭ୍ରମଣ କରି ନିଜର ସ୍ଵାସ୍ଥ୍ୟ ପ୍ରତି ସଜାଗ ହୋଇଥାନ୍ତି। କିନ୍ତୁ ଦୁଃଖର ବିଷୟ, ଅସଚେତନତା ଜନସାଧାରଣ ପଡ଼ିଆରେ ଅପରିସ୍କାର କରି ପଡ଼ିଆଟିକୁ ଦୂଷିତ କରିଛନ୍ତି। ଏସବୁ ଏସବୁକୁ ଦୃଷ୍ଟିରେ ରଖ୍ ଜିଲ୍ଲା ଆଇନସେବା ପ୍ରାଧୂକରଣ ସଚିବଙ୍କ ନିର୍ଦ୍ଦେଶ ଅନୁସାରେ ଜିଲ୍ଲା ଆଇନ ସଚେତନତା କର୍ମୀମାନେ ହାତରେ ଝାଡ଼ୁଧରି ପଡ଼ିଆଟିକୁ ପରିସ୍କାର କରିଛନ୍ତି। ଜିଲ୍ଲା ଆଇନସେବା ପ୍ରାଧିକରଣର ଏପରି କାର୍ଯ୍ୟକୁ ବୁଦ୍ଧିଜୀବୀ ମହଲରେ ପ୍ରଶଂସା କରାଯାଇଛି। ଏହି କାର୍ଯ୍ୟକ୍ରମରେ…

Read More

ନନୟାଗଡ଼, (ଶ୍ରେୟ ତରଙ୍ଗ): ନବ ନିର୍ମାଣ କୃଷକ ସଂଗଠନ ତରଫରୁ ନୟାଗଡ଼ ଜିଲ୍ଲାପାଳ ଅଫିସ ଆଗରେ ଧାରଣା ରେ ବସିଲା ନବ ନିର୍ମାଣ କୃଷକ ସଂଗଠନ । ଜିଲ୍ଲାରେ, ମଣ୍ଡିରେ ଚାଷୀଙ୍କ ଠାରୁ ଧାନ କିଣିବା ବେଳେ, ଅଘୋଷିତ ଦଶ ବାର କେଜି ଧାନ କାଟ ଓ ଜିଲ୍ଲା ପ୍ରଶାସନର ନିରବତା ବିରୁଦ୍ଧରେ ଧାରଣା ଦିଆ ଯାଇଥିଲା । ଚାଷୀ ଆନ୍ଦୋଳନ ପରେ ଏ ଆର ସି ଏସ ଜିଲ୍ଲାର ଦଶଟି ସମବାୟ ସମିତି କୁ କାରଣ ଦର୍ଶାଅ ନୋଟିସ୍ ଜାରି କରିଛନ୍ତି ‍। ଜିଲ୍ଲାରେ ଶହେ ସତଷଠି ଟି ମଣ୍ଡି ଥିବାବେଳେ, ସବୁ ମଣ୍ଡିରେ ଅଘୋଷିତ କାଟ ହେଉଛି ତେଣୁ, ସବୁ ଧାନ ମଣ୍ଡି ଉପର ତୁରନ୍ତ କାର୍ଯ୍ୟନୁଷ୍ଠାନ ନିଆଯାଉ ସମ୍ପାଦକ ଓ ଏଥିରେ ସାମିଲ ଥିବା ସମସ୍ତ କର୍ମଚାରୀଙ୍କ ଉପରେ କଠୋର ‍ କାର୍ଯ୍ୟନୁଷ୍ଠାନ ନିଆଯାଉ ବୋଲି ଚାଷୀ ମାନେ ଦାବି କରିଥିଲେ । ଜିଲ୍ଲାପାଳ ଆସି ଦାବି…

Read More