ନୟାଗଡ଼, ( ଶ୍ରେୟ ତରଙ୍ଗ ) : ପାହାଡ ଉପରେ ତିଆରି ଚାଲିଥିବା ଏକ ଦେଶୀ ବନ୍ଧୁକ ତିଆରି କାରଖାନା ଉପରେ ଚ଼ଢ଼ର କରି ପୁଲିସ ତିନି ଜଣଙ୍କୁ ଗିରଫ କରିଛି । ଗିରଫ ଯୁବକମାନେ ହେଲେ ରାଜେଶ କୁମାର ପ୍ରଧାନ (୨୭), ତପନ ପରିଡ଼ା (୨୫) ଓ ଗୋବର୍ଦ୍ଧନ ପରିଡ଼ା । ଏମାନଙ୍କ ନିକଟରୁ ପୁଲିସ ବିପୁଳ ପରିମାଣରେ ବନ୍ଧୁକ ତିଆରି ସାମଗ୍ରୀ ଜବତ କରିଛି । ଏହାସହ ଗୋଟିଏ ଦେଶ ବନ୍ଧୁକ ଓ ଦେଶି ପିସ୍ତଲ ଜବତ କରିଛି । ଗତବର୍ଷ ଏ ସମସ୍ତ ଅଭିଯୁକ୍ତ ମାନେ ଏହି ବନ୍ଧୁକ ତିଆରି କରିବା ଅଭିଯୋଗରେ ଗିରଫ ହୋଇଥିଲେ। ଜାମିନରେ ଆସି ପୁଣିଥରେ ସେମାନେ ଏହି ଚୋରା ବେପାର ଆରମ୍ଭ କରୁଥିବା ଜାଣିବା ପରେ, ନୟାଗଡ ଏସଡିପିଓ ଙ୍କ ନେତୃତ୍ବରେ ଜିଲ୍ଲାର ବଛାବଛା ପୁଲିସ ଅଫିସରଙ୍କୁ ନେଇ ଏକ ଟିମ କରି ବିଭିନ୍ନ ସ୍ଥାନରେ ଚଢ଼ଉ କରିଥିଲା। ଏମାନଙ୍କ ଠାରୁ…
Author: sreyataranga
ନୟାଗଡ଼ ( ଶ୍ରେୟ ତରଙ୍ଗ ) : ନୂଆଗାଁ ବ୍ଲକ୍ ମାଇଛେଳି ପଞ୍ଚାୟତ ସମ୍ପଡ଼ା ଚିନ୍ତାମଣି ବିଦ୍ୟାପୀଠ ର ପୁରାତନ ଛାତ୍ର ସଂସଦ ର କର୍ମକର୍ତ୍ତା ଙ୍କୁ ନେଇ ବୈଠକ ଅନୁଷ୍ଠିତ ହୋଇ ଯାଇଛି । ନୟାଗଡ଼ ଜିଲ୍ଲାରେ ଶିକ୍ଷା କ୍ଷେତ୍ରରେ ଚିନ୍ତାମଣି ବିଦ୍ୟାପୀଠ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛି । ପୁରାତନ ଛାତ୍ର ସଂସଦ ଗଠନ ହୋଇ ବିଦ୍ୟାଳୟ ର ବିକାଶ ମୂଳକ କାର୍ଯ୍ୟକ୍ରମ ହେଉ ଅଛି । ଆମ ବିଦ୍ୟାଳୟ ଗଠନ ହୋଇ 5t ରେ ବିଦ୍ୟାଳୟ ର ବିକାଶ ହୋଇଥିଲା । ଛାତ୍ର ସଂସଦ ଗଠନ ପରେ, ପ୍ରତି ବର୍ଷ ବିଦ୍ୟାଳୟ ରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଅଛି । ଗତ ବର୍ଷ ବିଦ୍ୟାଳୟ ର କଳା ଶିକ୍ଷକ ପୁରୁଷୋତ୍ତମ ପରିଡ଼ା, ବିଦ୍ୟାଳୟର କିରାଣୀ ଯୁଧିଷ୍ଠିର ନାୟକ ଓ ଚତୁର୍ଥ ଶ୍ରେଣୀ କର୍ମଚାରୀ ଚରଣ ମାର୍ଥା ଙ୍କୁ ଅବସର କାଳୀନ ବିଦାୟ ସମ୍ବର୍ଦ୍ଧନା ପୁରାତନ ଛାତ୍ର ସଂସଦ…
ନୟାଗଡ଼ ( ଶ୍ରେୟ ତରଙ୍ଗ ) : ବହୁ ଚର୍ଚ୍ଚିତ ଫରେଷ୍ଟର ହତ୍ୟା ଘଟଣା ରେ ଖୁଲାସା କରିଛି ନୟାଗଡ଼ ପୋଲିସ । ନୟାଗଡ଼ ବନଖଣ୍ଡ ପଞ୍ଚିରୀଡା ମାନପୂର୍ ବିଟ୍ ହାଉସ ରେ ଫରେଷ୍ଟର ଶିଶିର ସାହୁଙ୍କ ମୃତ ଦେହ , ନୟାଗଡ଼ ବାରମାସୀ ଦଣ୍ଡା ରେ ଥିବା ବାସ ଭବନ ରୁ ମିଳିଥିଲା । ଏଥିରେ ସ୍ତ୍ରୀ ନମିତା ସାହୁ ଆହତ ହୋଇଥିବା ବେଳେ, ପୁଅ ଅଭିଷେକ ସମ୍ପୂର୍ଣ ସୁସ୍ଥ ଥିଲେ । ଏହି ଘଟଣା ପରେ, ସର୍ବସାଧାରଣ ରେ ଚର୍ଚା ହୋଇଥିଲା, କାହିଁକି ଶିଶିର ସାହୁ ନିଜ ଦେହରେ ନିଆଁ ଲଗେଇ ଆତ୍ମହତ୍ୟା କରିଥିଲେ ? ଏହା ଆତ୍ମ ହତ୍ୟା ନା ହତ୍ୟା । ଏଭଳି ବିଭିନ୍ନ ପ୍ରଶ୍ନ ମନରେ ଆସୁଥିବା ବେଳେ, ଘଟଣା ର ୨୪ ଘଣ୍ଟା ଭିତରେ ନୟାଗଡ଼ ପୋଲିସ ଆସାମୀ ମାନଙ୍କୁ ଧରିବା ସହ ଘଟଣା ସ୍ଥଳ କୁ ନେଇ କ୍ରାଇମ୍ ସିନ ରି…
ନୟାଗଡ଼ ( ଶ୍ରେୟ ତରଙ୍ଗ ): ନୟାଗଡ଼ ବନଖଣ୍ଡ ପଞ୍ଚିରିଡା ମାନପୁର ବିଟ୍ ରେ ଫରେଷ୍ଟର ଭାବେ କାର୍ଯ୍ୟରତ ଥିବା ଶିଶିର ସାହୁଙ୍କ ମୃତ ଦେହ ତାଙ୍କ ଘରୁ ମିଳିଛି । ଗତକାଲି ରାତିରେ , ନୟାଗଡ଼ ବାରମାସୀ ଦଣ୍ଡା ରେ ଥିବା ଘର ଭିତରୁ ଶିଶିର ସାହୁଙ୍କ ଅର୍ଦ୍ଧଦଗ୍ଧ ମୃତ ଦେହ ମିଳିଥିବା ବେଳେ, ତାଙ୍କ ସ୍ତ୍ରୀ ନମିତା ଗୁରୁତର ଆହତ ହୋଇ ଏବେ ଚିକିତ୍ସା ହେଉଛନ୍ତି । ପୁଅ ଅଭିଷେକ କିନ୍ତୁ ସମ୍ପୂର୍ଣ ସୁସ୍ଥ ଅଛନ୍ତି । ଘରେ ଥିବା ଏକ ସ୍କୁଟି ସମ୍ପୂର୍ଣ ପୋଡ଼ି ନଷ୍ଟ ହୋଇଥିବା ବେଳେ, ଘରର ଅନ୍ୟାନ୍ୟ ଅସବାପତ୍ର ମଧ୍ୟ ପୋଡ଼ି ଯାଇଛି । ଘଟଣା ସ୍ଥଳରେ ନୟାଗଡ଼ ଦମକଳ ଅଫିସ ଓ ପୋଲିସ ପହଞ୍ଚି ନିଆଁ କୁ ଆୟତ କରିବା ସହ , ମୃତ ଦେହ ଉଦ୍ଧାର କରିଥିଲା । ନୟାଗଡ଼ ଟାଉନ ଥାନା ଏକ ଅପମୃତ ମାମଲା ରୁଜୁ କରି,…
( ଶ୍ରେୟ ତରଙ୍ଗ ): ଫୁଲବାଣୀ ଅତିରିକ୍ତ ଜିଲ୍ଲା ଦୌରାଜଜ୍ ଶ୍ରୀ ପ୍ରିତିଶ କୁମାର ରାଉତରାୟ ଏସିଡ ଫିଙ୍ଗା କେଶ ରେ ଆସାମୀ ପ୍ରମୋଦ କୁମାର ସାହୁ (60) ପଟାବାଲି ସାହି, ଫୁଲବାଣୀ ଙ୍କୁ 12 ବର୍ଷ ସଶ୍ରମ କାରାଦଣ୍ଡ ରେ ଦଣ୍ଡିତ କରିଛନ୍ତି | 28/12/2023 ତାରିଖ ଦିନ 1.30 ସମୟରେ ଫୁଲବାଣୀ ସାହି ର ସୁରଜ କୁମାର ମହାନ୍ତି , ଫୁଲବାଣୀ ଶଶୀ ପାନ ଦୋକାନ ଛକ ଠାରେ ଠିଆ ହୋଇ ଥିଲାବେଳ ଆସାମୀ ପ୍ରମୋଦ ତାଙ୍କ ଉପରକୁ ଏସିଡ ଫିଙ୍ଗି ଥିଲା ଏ ଖବର ପାଇ ସୁରଜଙ୍କ ବାପା କୃଷ୍ଣ ଚନ୍ଦ୍ର ମହାନ୍ତି ଘଟଣା ଜାଗାକୁ ଆସି ପହଁଚିଲା ପରେ ଆସାମୀ ତାଙ୍କ ଉପରକୁ ମଧ୍ୟ ଏସିଡ ଫିଙ୍ଗି ଥିଲା | ଏସିଡ ମାଡ଼ରେ ବାପା ଓ ପୁଅ ଗୁରୁତର ହେବାରୁ, ସ୍ଥାନୀୟ ବ୍ୟକ୍ତି ତାଙ୍କୁ ଫୁଲବାଣୀ ହସ୍ପିଟାଲ କୁ ନେଇ ଥିଲେ | ଆସାମୀ କୁ…
( ଶ୍ରେୟ ତରଙ୍ଗ ) : ନୟାଗଡ଼ ଜିଲ୍ଲା ଗଣିଆ ବ୍ଲକ ଅନ୍ତର୍ଗତ ବଡସିଲିଙ୍ଗାରେ ଆଜି ବଜ୍ରାଘାତ ଯୋଗୁଣ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଜଣଙ୍କର ଅବସ୍ଥା ଗୁରୁତର ରହିଛି। ମୃତକ ଜଣକ ହେଲେ ଅଖି ଯାନି (୨୭) ଓ ଗୁରୁତର ପଙ୍କଜ ମାଝୀ(୨୫) ବୋଲି ଜଣାପଡିଛି। ପ୍ରଥମେ ସେମାନଙ୍କୁ ଦଶପଲ୍ଲା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ରେ ଭର୍ତ୍ତି କରାଯାଇଥିଲା । କିନ୍ତୁ ଡାକ୍ତର ଅଖି ଙ୍କୁ ମୃତ ଘୋଷଣା କରିଥିଲେ । ଆଜି ଅପରାହ୍ନରେ ଆଖି ଓ ପଙ୍କଜ ଛେଳି ଚରେଇବାକୁ ଜଙ୍ଗଲ କୁ ଯାଇଥିଲେ। ବର୍ଷା ସହିତ ଘଡ଼ଘଡ଼ି ହେବାରୁ ଉଭୟ ଗୋଟିଏ ଜାଗାରେ ବସିଥିବା ସମୟରେ ବଜ୍ରପାତ ହୋଇଥିଲା। ଏଥିରେ ଦୁଇଜଣ ଗୁରୁତର ଆହତ ହୋଇଥିଲେ। ସ୍ଥାନୀୟ ଲୋକଙ୍କ ସହାୟତାରେ ପରିବାରର ଅନ୍ୟ ସଦସ୍ୟମାନେ ସେମାନଙ୍କୁ ଦଶପଲ୍ଲା ଡାକ୍ତରଖାନାକୁ ନେଇଥିଲେ। ଅଖିଙ୍କୁ ଡାକ୍ତର ମୃତ ଘୋଷଣା କରିଥିବା ବେଳେ ପଙ୍କଜର ଅବସ୍ଥା ଗୁରୁତର ଥିବାରୁ ଡାକ୍ତର ତାଙ୍କୁ…
ନୟାଗଡ଼ (ଶ୍ରେୟ ତରଙ୍ଗ) : ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଳକ ପାରାଢିପି ପଞ୍ଚାୟତ ପୋକଶୁଙ୍ଗା ଗ୍ରାମର ବ୍ରଜବନ୍ଧୁ ମଳିକ( ୫୧) ଗତକାଲି ସନ୍ଧ୍ୟାରେ ହାତୀ ଆକ୍ରମଣରେ ପ୍ରାଣ ହରାଇ ଥିବା ବେଳେ, ସୁରୁକାବାଡ଼ି ଗ୍ରାମର ସନ୍ନ୍ୟାସୀ ସାନବଡ଼ ହାତୀ ଆକ୍ରମଣରେ ଗୁରୁତର ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ପୋକଶୃଙ୍ଗା ଗ୍ରାମର ବ୍ରଜବନ୍ଧୁ ମଳିକ ଚାଷ କାମ ପାଇଁ ସୁଧରେ ଟଙ୍କା ଆଣିବାକୁ ସୁରୁକାବାଡ଼ି ଗ୍ରାମକୁ ଯାଉଥିଲେ। ସନ୍ଧ୍ୟାରେ ପାଲଭା ଜଙ୍ଗଲରେ ଏକ ହାତୀ ପଲ ହାବୁଡ଼ରେ ପଡ଼ିଥିଲେ । ବ୍ରଜବନ୍ଧୁଙ୍କୁ ଠିକ୍ ରେ ଶୁଣା ଯାଉ ନଥିବାରୁ ହାତୀ ମାନଙ୍କ ଗତିବିଧ ଠଉରାଇ ପାରିନଥିଲେ। ହାତୀ ଆକ୍ରମଣରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା। ଖବର ପାଇ ବନ କର୍ମଚାରୀ ଓଡ଼ଗାଁ ଥାନାକୁ ଖବର ଦେଇଥିଲେ। ବନ ବିଭାଗ ଓ ପୁଲିସ ମିଶି ବ୍ରଜବନ୍ଧୁଙ୍କୁ ଓଡ଼ଗାଁ ମେଡିକାଲ କୁ ନେଇଥିଲେ । ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଓଡ଼ଗାଁ ଥାନାରେ ଏକ…
(ଶ୍ରେୟ ତରଙ୍ଗ): ଓଡିଶା ବିଧାନସଭାର ସ୍ଵାସ୍ଥ୍ୟ ବିଭାଗ ଯାଞ୍ଚ କମିଟି ପଞ୍ଚମ ସ୍ଥାୟୀ କମିଟି, ୨୦୨୫-୨୬ ମାନ୍ୟବର ବିଧାୟକ ବିଭୁତି ଭୁଷଣ ପ୍ରଧାନଙ୍କ ନେତୃତ୍ୱରେ ତିନି ଦିନିଆ କନ୍ଧମାଳ ଓ ଗଞ୍ଜାମ ଜିଲ୍ଲା ପରିଦର୍ଶନରେ ଆସିଛନ୍ତି। ଏହି କ୍ରମରେ ପ୍ରଥମେ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର, ଖଜୁରୀପଡ଼ା, ଆୟୁଷ୍ମାନ ଆରୋଗ୍ୟ ମନ୍ଦିର, ଦୁତିପଡ଼ା ଏବଂ ପରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ, ଫୁଲବାଣୀ ପରିଦର୍ଶନ କରି ଚିକିତ୍ସାଳୟ ଏବଂ ସ୍ୱାସ୍ଥ୍ୟ କେନ୍ଦ୍ରର ସମସ୍ୟା ଓ ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ଅଧିକାରୀମାନଙ୍କ ସହିତ ଆଲୋଚନା କରିଥିଲେ ଏବଂ ଜିଲ୍ଲାର ସ୍ବାସ୍ଥ୍ୟ ବ୍ୟବସ୍ଥାକୁ ସୁଦୃଢ଼ କରାଯିବା ପାଇଁ ପଦକ୍ଷେପ ନିଆଯିବ ବୋଲି କହିଥିଲେ। ଖୁବ୍ ଶୀଘ୍ର ମେଡ଼ିକାଲ୍ କଲେଜ୍ ରେ ନାଁ ଲେଖା ଆରମ୍ଭ ହେବ । ଏଥିସହ ଆଇସିୟୁ କାମ ଶୀଘ୍ର ଆରମ୍ଭ ହେବ । ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର, ଫିରିଙ୍ଗିଆ ଓ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର, ନୁଆଗାଁ ପରିଦର୍ଶନ କରି ଆସନ୍ତା କାଲୀ ଦାରିଙ୍ଗବାଡି ଯିବାର…
( ଶ୍ରେୟ ତରଙ୍ଗ) : ନୟାଗଡ଼ ଜିଲ୍ଲାରେ ସରକାରୀ ଗାଡ଼ି ର ଅପବ୍ୟବହାର ଭିଡିଓ ଏବେ ସୋସିଆଲ ମିଡ଼ିଆ ରେ ଘୁରି ବୁଲୁଥିବା ବେଳେ, ବିଭିନ୍ନ ମହଲ ରେ ନିନ୍ଦା କରିବା ସହ ସମାଲୋଚନା କରିଛନ୍ତି । କିଏ କହୁଛି ସରକାରୀ ମାଲ, ଦରିଆ ମେ ଡାଲ,, ହଁ କୋଉ ବାପା ଘରୁ ଆଣି ତେଲ ପକାଉଛନ୍ତି ଜେ ବାଧୁଛି । ପୁଣି କିଏ କିଏ କହିଲେଣି, ଏବେ ସରକାର ଆହୁରି ଅଧିକ ଟଙ୍କା ଦେଉଛନ୍ତି ଅଫିସର ଙ୍କ ଗସ୍ତ ପାଇଁ । କିଏ କହୁଛି fir ଦେଲେ ଡିଜେଲ ଖର୍ଚ୍ଚ ମଧ୍ୟ ମାଗୁଛନ୍ତି ଅଧିକାରୀ । ଭିନ୍ନ ଭିନ୍ନ ମତ ସୋସିଆଲ ମିଡ଼ିଆ ରେ ପ୍ରକାଶ ପାଇଛି । ନୟାଗଡ଼ ଜିଲ୍ଲାର ଜଣାଶୁଣା ସମାଜସେବୀ ତଥା ରାଜନେତା ଶାନ୍ତନୁ ବିଶୋଇ ନିଜର ସୋସିଆଲ ମୋଲୋଡ଼ିଆ ରେ ଏକ vdo ପୋଷ୍ଟ କରି ଲେଖିଛନ୍ତି, ପୋଲିସ ବିଭାଗ ର ଆରଆଇ ଙ୍କ…
( ଶ୍ରେୟ ତରଙ୍ଗ) : କନ୍ଧମାଳ ଜ଼ିଲ୍ଲା ଆକାଂକ୍ଷା ବ୍ଲକ ଫିରିଙ୍ଗିଆର ପଵିଙ୍ଗିଆ ଗ୍ରାମପଞ୍ଚାୟତର ଲାମପଦର ଅଙ୍ଗନବାଡି କେନ୍ଦ୍ର ଓ ତୁମୁଡିବନ୍ଧ ବ୍ଲକ ମୁଣ୍ଡିଗଡ଼ ଗ୍ରାମପଞ୍ଚାୟତରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ,ସମନ୍ୱିତ ଶିଶୁ ବିକାଶ କାର୍ଯ୍ୟାଳୟ,ଗ୍ରାମପଞ୍ଚାୟତ କାର୍ଯ୍ୟାଳୟ ଏବଂ ନୀତି ଆୟୋଗର ସହଯୋଗୀ ସଂସ୍ଥା ପିରାମଲ ଫାଉଣ୍ଡେସନ ଆକାଂକ୍ଷା ଭାରତ ସହଯୋଗ ରେ ଋତୁସ୍ରାବକୁ ବନ୍ଧୁତ୍ୱପୂର୍ଣ୍ଣ ବ୍ୟବହାର ନେଇ ସଚେତନତା ମୂଳକ ଭାବେ କିଶୋରୀ ବାଳିକା,ମହିଳା ଓ ଜନସାଧାରଣଙ୍କ ଦ୍ୱାରା ପଦଯାତ୍ରା ଓ ସଭା ମାଧ୍ୟମରେ ଋତୁସ୍ରାବକୁ ନେଇ ରହିଥିଵା ଅନ୍ଧବିଶ୍ୱାସ,ସ୍ୱଛତାକୁ ଆପଣେଇବା,ଭାବନାତ୍ମକ ସହଯୋଗ ଏବଂ ବାଲ୍ୟବିବାହ ରୋକିବାକୁ ନେଇ ସଚେତନ ସହ ସଂକଳ୍ପ କରାଯାଇଥିଲା | ଉଭୟ ପଞ୍ଚାୟତର ସରପଞ୍ଚ ନିଜ ଅଭିଭାଷଣରେ ଋତୁସ୍ରାବକୁ ଏକ ବନ୍ଧୁତାର ବ୍ୟବହାର ସହକାରେ ଆପଣାଇ ଶିକ୍ଷା ଓ ସ୍ୱାସ୍ଥ୍ୟ କ୍ଷେତ୍ରରେ ଅଭିବୃଦ୍ଧି ସହ ବିକଶିତ ଭାରତ ଗଢିବାରେ ଦୃଢ଼ବଦ୍ଧ କରିଥିଲେ | ଏହି କାର୍ଯ୍ୟକ୍ରମରେ ୧୫୦ରୁ ଉର୍ଦ୍ଧ ଭାଗିଦାରୀ ମୁଖ୍ୟତଃ ରୂପେ…
( ଶ୍ରେୟ ତରଙ୍ଗ ବ୍ୟୁରୋ ) : ସାଧାରଣ ଦେଖାଯାଏ, ଘରୁ କୌଣସି ଜରୁରୀ କାମରେ ହେଉ, ବୁଲିବା, ଅଫିସ, ମିଟିଂ, ସେମିନାର, ପରୀକ୍ଷା ଭଳି ଗୁରୁତ୍ଵ ପୂର୍ଣ୍ଣ କାମରେ ଆମେ ଯେତେବେଳେ ବାହାରକୁ ଯାଉ, ସେତେବେଳେ ହୋଟେଲ ଗୁଡ଼ିକ ରେ ରୁମ୍ ବୁକିଂ କରି ରହିଥାଉ । ଏବେ ବର୍ଷ ସାରା ପର୍ଯ୍ୟଟନ ମାନେ ବୁଲୁ ଥିବାରୁ, ସବୁବେଳେ ହୋଟେଲ ଗୁଡ଼ିକ ରେ ଗହଳି ଦେଖା ଯାଇ । ବଡ ବଡ ସହର ଗୁଡ଼ିକ ରେ, ଦିନକୁ ଦିନ ଭିଡ ଦେଖା ଯାଉଛି । ସେହି ହିସାବରେ ହୋଟେଲ ଶିଳ୍ପ ଗୁଡ଼ିକ ମଧ୍ୟ ବଢିବାରେ ଲାଗିଛି । ହୋଟେଲ ଏବେ ଶିଳ୍ପ ରେ ପରିଣତ ହେଲାଣି । ଓଡ଼ିଶାରେ ବିଭିନ୍ନ ସ୍ଥାନ ଗୁଡିକ ରେ ବହୁତ୍ ବଡ ବଡ ଆନ୍ତର୍ଜାତୀୟ ସ୍ତରର ରିଶୋର୍ଟ ସଂସ୍ଥା ଆସି ସେମାନଙ୍କର ବ୍ୟବସାୟ ଆରମ୍ଭ କରି ସାରିଲେଣି । ଖାଦ୍ୟ ପାନୀୟ ଠାରୁ ଆରମ୍ଭ…
ବୌଦ୍ଧ ( ଶ୍ରେୟ ତରଙ୍ଗ) : ବୌଦ୍ଧ ଜିଲ୍ଲା ଆଡେନିଗଡ ଠାରେ ନିର୍ମାଣ ଧିନ୍ ରେଲୱେ ଟନେଲ ଆଜି ଭୁଶୁଡ଼ି ଯାଇଛି । ସୂଚନା ଅନୁସାରେ, ଟନେଲ ନମ୍ବର- ୪ କାମ ଚାଲୁ ରହିଥିଲା । ଖୋର୍ଦ୍ଧା ବଲାଙ୍ଗୀର ରେଳ ପ୍ରକଳ୍ପ ମଧ୍ୟରେ ସବୁଠାରୁ ଲମ୍ବା ଏହି ଟନେଲ ଟି ଆଜି ଅପରାହ୍ନ ରେ ଭୁଷୁଡି ପଡ଼ିଛି । ପାଞ୍ଚ କିଲୋମିଟର ଲମ୍ବ ବିଶିଷ୍ଟ ଟନେଲ ରେ ୩୦ ମିଟର ଓସାର ରେ ଏକ ବୃହତ୍ ଗର୍ତ୍ତ ସୃଷ୍ଟି ହୋଇଛି । ତେବେ ଏଥିରେ କୌଣସି ଶ୍ରମିକ ମୃତାହତ ହୋଇ ନଥିବା ରେଲୱେ ବିଭାଗ ସ୍ପଷ୍ଟ କରିଛି । ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ୍ ଆଡେନି ଗଡ଼ ପଞ୍ଚାୟତ ଅଞ୍ଚଳ ରେ ୪ ନମ୍ବର ଟନେଲ କାମ ଚାଲୁ ରହିଛି । Girl କମ୍ପାନୀ ଏହାର ନିର୍ମାଣ କରୁଥିବା ବେଳେ, ନିମ୍ନ ମାନର କାମ ଯୋଗୁଁ ଆଜି ଭୁଶୁଡିଥିବା ରେଳ ବିଭାଗ…
