( ଶ୍ରେୟ ତରଙ୍ଗ ବ୍ୟୁରୋ ) : ଶ୍ରୀ ଶ୍ରୀ ଆଚାର୍ଯ୍ୟ ଦେବଙ୍କ ପବିତ୍ର ୫୮ ତମ ଜନ୍ମ ଉତ୍ସବ ବିଶ୍ୱର ବିଭିନ୍ନ ଦେଶ, ପ୍ରାନ୍ତ ରେ ଗୁରୁଭାଇ ମା ମାନେ ମହା ଆଡମ୍ବର ସହ ପାଳନ କରିଛନ୍ତି । ଶ୍ରୀ ଶ୍ରୀ ଆଚାର୍ଯ୍ୟ ଦେବଙ୍କ ସରଳ ଜୀବନ ଶୈଳୀ, ଜୀବନ ବ୍ୟାପି ସାଧନା ବିଶେଷକରି , ସାଂପ୍ରତିକ ପରିବେଶ ପରିସ୍ଥିତି ରେ ସମସ୍ତେ ଶୁ ସଂଗଠିତ ହୋଇ ସରଳ ଜୀବନ ଶୈଳୀ ରେ କିଭଳି ବିଶ୍ଵ ଭାତୃତ୍ବ ବଜାୟ ରଖି ପରିବେଶ ପରିସ୍ଥିତି ସହ ଏକାଠି ହୋଇ ଚାଲିବେ, ଜୀବନ ରେ ଠାକୁର୍ ଙ୍କୁ ଗ୍ରହଣ କରି କିଭଳି ସାଧାରଣ ମଣିଷ ତାର ପରିବାର ପରିବେଶ ସହ ଚଳିବ, ସମାଜ ଦେଶ ପ୍ରତି କର୍ତ୍ତବ୍ୟ କୁ ଠିକ୍ ଭାବରେ ପାଳନ କରିବ, ନିଜେ ଠିକ୍ ରହି ସତ୍ ମାର୍ଗରେ ଚାଲିବ, ଆଚାର୍ଯ୍ୟ ଦେବଙ୍କ ପ୍ରେରଣା ସମସ୍ତଙ୍କୁ ଆକୃଷ୍ଟ କରି ପାରିଛି…
Author: sreyataranga
ନୟାଗଡ଼ ( ଶ୍ରେୟ ତରଙ୍ଗ) ; ନୟାଗଡ଼ ଜିଲ୍ଲା ଗଣିଆ ବ୍ଳକ ଅନ୍ତର୍ଗତ କିଶୋର ପ୍ରସାଦ ପଂଚାୟତର ପାଣ୍ଡରାସିଂହା ଗ୍ରାମରେ ସାଙ୍ଗକୁ ସାଙ୍ଗ ଛୁରୀ ଭୁଷି ହତ୍ୟା କରିଥିବା ଘଟଣା ଚାଂଚଲ୍ୟ ସୃଷ୍ଟି କରିଛି । ଶନିବାର ଅପରାହ୍ନରେ ଖଲିସରା କ୍ଳବ ମଣ୍ଡପ ଉପରେ ପୁରୁଷୋତମ ପ୍ରଧାନ (୩୭) ବସିଥିବା ବେଳେ ସେହି ଗ୍ରାମର ଗଙ୍ଗାଧର ରାଉତ ଓରଫ ସୁନିଆ ରାଉତ (୪୨) ଅତ୍ୟଧିକ ମଦ୍ୟପାନ କରି କ୍ଳବ ମଣ୍ଡପକୁ ଯାଇଥିଲା । ଦୁଇଜଣଙ୍କ ମଧ୍ୟରେ କୌଣସି କାରଣ ନେଇ କଥା କଟା କଟି ହୋଇଥିଲା । ଏପରିକି ଉଭୟ ଉଭୟଙ୍କୁ ଗାଳିଗୁଲଜ କରିବା ସହିତ ମାଡ଼ପିଟ ହୋଇଥିଲେ । ଗଙ୍ଗାଧର ରାଉତ ପାଖରେ ପଡ଼ିଥିବା ଏକ ଠେଙ୍ଗାରେ ପୁରୁଷୋତମ ରାଉତକୁ ପଟିଥିଲା । ପୁରୁଷୋତମ ମାଡ଼ଖାଇ ଗ୍ରାମ ମନୋରଂଜନ ପ୍ରଧାନଙ୍କୁ ଧରି ଗ୍ରାମ ଭଦ୍ରଲୋକଙ୍କ ନିକଟକୁ ଯାଇ ଏହାର ସମାଧାନ କରିବାକୁ ଯିବାବେଳେ ଏଥିରେ ବ୍ୟଥିତ ହୋଇ ଗଙ୍ଗାଧର ପ୍ରଧାନ…
( ଶ୍ରେୟ ତରଙ୍ଗ ବ୍ୟୁରୋ ) : ଶ୍ରୀ ଶ୍ରୀ ଠାକୁର୍ ଅନୁକୂଳ ଚନ୍ଦ୍ରଙ୍କ ସହ ପ୍ରତିରିତ୍ଵିକ୍ ସ୍ବର୍ଗତ ବସନ୍ତ କୁମାର ସାହୁଙ୍କ ୧୪ ଦିବସ ରେ ତାଙ୍କର ବାସଭବନ କଣ୍ଟିଲୋ ପଣୁ ସାହି ପାଟଣା ରେ ଦିବ୍ୟ ସତସଙ୍ଗ ଓ ଆଲୋଚନା ଅନୁଷ୍ଠିତ ହୋଇ ଯାଇଛି । ଶିକ୍ଷକ ଜୀବନ ରୁ ଅବସର ନେବା ପରେ ଜୀବନ ବ୍ୟାପି ଠାକୁରଙ୍କ କର୍ମ ରେ ନିଜକୁ ନିୟୋଜନ ରଖିଥିଲେ । ବିଶେଷକରି କଣ୍ଟିଲୋ ସତସଙ୍ଗ ଶ୍ରୀ ମନ୍ଦିର ନିର୍ମାଣ ରେ ନିଜକୁ ସାମିଲ କରି ଏହାର ଦାୟିତ୍ବ ନେଇଥିଲେ । ପ୍ରତିଦିନ ଗୁରୁଭାଈ , ମା ମାନଙ୍କ ଠାରୁ ଅର୍ଘ୍ୟ ସଂଗ୍ରହ କରିବା, ଦୀକ୍ଷା ଦାନ କରିବା ଓ ଠାକୁରଙ୍କ ଜୀବନୀ ପ୍ରଚାର ପ୍ରସାର କରିବା ରେ ସାମିଲ ରଖିଥିଲେ । ୧୯୫୩ ମସିହାରେ ଜନ୍ମ ଗ୍ରହଣ କରିଥିବା ବେଳେ, ୨୦୨୫ ଜୁନ ୧ ତାରିଖ ରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର…
କନ୍ଧମାଳ ( ଶ୍ରେୟ ତରଙ୍ଗ): ଉଦୟଗିରି-କଳିଙ୍ଗା ମୁଖ୍ୟ ରାସ୍ତା ରାଇପଦା ଛକ ନିକଟରେ ଦୁର୍ଘଟଣାରେ ଆହତ ଯୁବତୀଙ୍କୁ ଉଦ୍ଧାର କରି ଗୋଷ୍ଠୀ ଉନ୍ନୟନ ଅଧିକାରୀ (ବିଡିଓ) ଶରତ କୁମାର ମଲ୍ଲିକ ଡାକ୍ତରଖାନାକୁ ନେଇ ଚିକିତ୍ସା କରାଇଛନ୍ତି। ଦୁର୍ଘଟଣାର ଆହତ ହୋଇଥିବା ଯୁବତୀ ଜଣକ ହେଲେ ହେଲେ ଏସ୍ ପ୍ରତ୍ୟାଷା ପ୍ରଧାନ ଓ କୁରୁମିଙ୍ଗିଆ ଗ୍ରାମର ସତ୍ୟ ରଞ୍ଜନ ପ୍ରଧାନଙ୍କ ଝିଅ । ଦୁର୍ଘଟଣା ରେ ଆହତ ହୋଇ ରାସ୍ତା ପାର୍ଶ୍ୱରେ ପଡ଼ିଥିଲେ । ଏହି ସମୟରେ ସେହି ରାସ୍ତା ଦେଇ ସ୍ଥାନୀୟ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶରତ କୁମାର ମଲ୍ଲିକ ଫେରୁଥିଲେ । ଶ୍ରୀ ମଲ୍ଲିକ ଘଟଣାସ୍ଥଳରୁ ଆହତ ଯୁବତିଙ୍କୁ ଉଦ୍ଧାର କରି ସ୍ଥାନୀୟ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ନେଇ ଚିକିତ୍ସା କରାଇଥିଲେ। ବିଡ଼ିଓଙ୍କ ସାଥିରେ ଥିବା ବ୍ଲକ୍ କର୍ମଚାରୀ ଏଇଇ ଅସିତ୍ କୁମାର ସେଠୀ, ବିପିସି ଜଗନ୍ନାଥ ରଥ, ଏମଆଇ ପ୍ରଜ୍ଞା ପରମିତା ପ୍ରଧାନ, ବିଆରସି ମାନୁଆଲ ନାୟକ, ଗିଦିଆନ୍…
( ଶ୍ରେୟ ତରଙ୍ଗ ବ୍ୟୁରୋ ) : ଅହମ୍ମଦାବାଦରୁ ଲଣ୍ଡନ ଅଭିମୁଖେ ଯାତ୍ରା କରୁଥିବା ଏୟାର ଇଣ୍ଡିଆ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି । ସର୍ଦ୍ଦାର ବଲ୍ଲଭଭାଇ ପଟେଲ ଅନ୍ତର୍ଜାତୀୟ ବିମାନବନ୍ଦର ରୁ ବିମାନଟି ଉଡାଣ ଆରମ୍ଭ କରିଥିବା ବେଳେ ଏହି ଦୁଃଖଦ ଦୁର୍ଘଟଣା ଘଟିଛି। ବିମାନ ରେ ୧୨ଜଣ କ୍ରୁ ସଦସ୍ୟଙ୍କ ସହିତ ୨୩୦ଜଣ ଯାତ୍ରୀ ବସି ଯାତ୍ରା କରୁଥିଲେ। ୨୩୦ଜଣ ଯାତ୍ରୀଙ୍କ ମଧ୍ୟରୁ ବିମାନରେ ୧୬୯ ଜଣ ଭାରତୀୟ ଏବଂ ୫୩ ଜଣ ବ୍ରିଟିଶ ନାଗରିକ ଥିବା ଜଣାପଡ଼ିଛି। ଦୁର୍ଘଟଣାଗସ୍ତ ବିମାନ ବୋଇଂର ୭୮୭ ଡ୍ରିମଲାଇନର ବୋଲି କୁହାଯାଉଥିବା ବେଳେ ଏହା ୧୧ବର୍ଷ ପୁରୁଣା ଥିବା ଜଣାପଡ଼ିଛି। ଏୟାର ଇଣ୍ଡିଆ ବିମାନ ଏଆଇ-୧୭୧ ଦିଲ୍ଲୀର ଇନ୍ଦିରାଗାନ୍ଧୀ ଇଣ୍ଟରନାସନାଲ ଏୟାରପୋର୍ଟରୁ ଅହମ୍ମଦାବାଦ ଅଭିମୁଖେ ଯାତ୍ରା କରିଥିଲା। ଗୁରୁବାର ଅପରାହ୍ନରେ ଏୟାର ଇଣ୍ଡିଆ ବିମାନ ଏଆଇ-୧୭୧ ଅହମ୍ମଦାବାଦରୁ ଲଣ୍ଡନ ଅଭିମୁଖେ ଯାତ୍ରା କରିବା ସମୟରେ ଦୁର୍ଘଟଣାଗସ୍ତ ହୋଇଛି। ଦୁର୍ଘଟଣାର କାରଣ ଜଣାପଡ଼ି ପାରିନାହିଁ। ଗୁଜରାଟର…
କନ୍ଧମାଳ ( ଶ୍ରେୟ ତରଙ୍ଗ) : ପର୍ଯ୍ୟଟକ ମାନଙ୍କୁ ଆକ୍ରମଣ ଓ ଡ଼କାୟତି ମାମଲାରେ ପୋଲିସକୁ ମିଳିଛି ବଡ଼ ସଫଳତା। ଘଟଣାର ମାତ୍ର ୪୮ ଘଣ୍ଟା ମଧ୍ୟରେ ପାଞ୍ଚ ଜଣ ଡକାୟତ ଙ୍କୁ ପୋଲିସ ଧରିଥିବା ବେଳେ ଅନ୍ୟ ୪ ଫେରାର ଅଛନ୍ତି। ଇଣ୍ଟରନେଟ ରୁ ବେଷ୍ଟ ଟୁରିଷ୍ଟ ସ୍ପଟ୍ ଓଡ଼ିଶା ସର୍ଚ୍ଚ କରି କେରଳ ର ୭ ଜଣ ଯୁବକ କନ୍ଧମାଳ ଜିଲ୍ଲାର ପୂତୁଡ଼ି ଜଳପ୍ରପାତ କୁ ବୁଲିବାକୁ ଆସିଥିଲେ କିନ୍ତୁ ପର୍ଯ୍ୟଟକ ମାନଙ୍କୁ ୧୫ ରୁ ଅଧିକ ଡକାୟତ ଦଳ ଆକ୍ରମଣ କରିବା ସହିତ ମୋବାଇଲ, ଗାଡ଼ି ଚାବି ନଗଦ ଟଙ୍କା, ଲୁଟ୍ କରିନେଇଥିଲେ। ଏଥିସହ ପର୍ଯ୍ୟଟକ ମାନଙ୍କୁ ମରଣାନ୍ତକ ଆକ୍ରମଣ ମଧ୍ୟ କରିଥିଲେ । ଯୁବକ ମାନେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଜଙ୍ଗଲ ଓ ସାଲୁଙ୍କି ନଦୀ ମଧ୍ୟରେ ଚାଲି ଚାଲି ଆସି ପୋଲିସକୁ ସୂଚନା ଦେଇଥିଲେ ସ୍ଥାନୀୟ ଲୋକଙ୍କ ସହାୟତାରେ। ଘଟଣା ଘଟିଥିଲା ୮ ତାରିଖ…
( ଶ୍ରେୟ ତରଙ୍ଗ ବ୍ୟୁରୋ ) : ମହାପ୍ରଭୁ ଶ୍ରୀ ଜଗନ୍ନାଥ , ବଳଭଦ୍ର, ସୁଭଦ୍ରା ଓ ସୁଦର୍ଶନ ମହାପ୍ରଭୁ ୧୦୮ ସୁବାସିତ ସୁବର୍ଣ୍ଣ ଗରା ରେ ପାଣି ଗାଧୋଇ ଛନ୍ତି । ରତ୍ନବେଦୀ ରୁ ଆସି ସର୍ବ ସାଧାରଣ ଦର୍ଶନ ପରେ ସ୍ବତନ୍ତ୍ର ନିତିକାନ୍ତି ପୂଜା ପରେ ୧୦୮ ଗରା ରେ ଜଳ ଢ଼ାଳି ହୋଇଥିଲେ ଚତୁର୍ଦ୍ଧାମୂର୍ତ୍ତୀ । ଦିବ୍ୟ ମାନବ ଲୀଳା ଖେଳା କରୁଛନ୍ତି ସ୍ଵୟଂ ମହାପ୍ରଭୁ । ସ୍ନାନ ପରେ ଜରରେ ପଡ଼ି ଆଜିଠାରୁ ଅଣସର ଘରେ ମହାପ୍ରଭୁ ଗୁପ୍ତ ରେ ସେବା ପାଇବେ । ଅଲାରନାଥ ପୀଠର ଭକ୍ତ ମାନଙ୍କୁ ଦର୍ଶନ ଦେବେ । ସୁସ୍ଥ ହୋଇ ମାଉସୀ ଘରକୁ ଗୁଣ୍ଡିଚା ବାଡ଼ି କୁ ଯିବେ । ଲକ୍ଷ୍ୟ ଲକ୍ଷ୍ୟ ଭକ୍ତ ଅପେକ୍ଷା ରେ ଅଛନ୍ତି, ଶ୍ରୀ ଜିଉ ମାନଙ୍କୁ ରଥରେ ଟାଣି ନେବା ପାଇଁ । ମଙ୍ଗଳ ଆଳତି, ମଇଲମ, ଅବକାଶ ନୀତି ପରେ…
ଶ୍ରେୟ ତରଙ୍ଗ ବ୍ୟୁରୋ : ପୁରୀ ଶ୍ରୀମନ୍ଦିର ଓ ବଡ ଦାଣ୍ଡରେ ଆମିଷ ଓ ମଦ ବିକ୍ରି ଉପରେ ଲାଗିବ କଟକଣା । ଆଜି ଆଇନ ଓ ଅବକାରୀ ମନ୍ତ୍ରୀ ଶ୍ରୀଯୁକ୍ତ ପ୍ରୁଥିରାଜ୍ ହରିଚନ୍ଦନ ଏନେଇ ଘୋଷଣା କରିଛନ୍ତି । ପୁରୀ ବଡ ଦାଣ୍ଡ ଓ ଶ୍ରୀ ମନ୍ଦିର ରେ ପବିତ୍ର ବଜାୟ ରହିବା ସହ ଭକ୍ତିମୟ ପରିବେଶ ଭିତରେ ଶ୍ରଦ୍ଧାଳୁ ମାନେ ଶ୍ରୀ ଜୀଉ ଙ୍କୁ ଦର୍ଶନ କରିବେ । ତେଣୁ କୌଣସି ମଦ ବାର ଓ ଆମିଷ ସବୁଦିନ ପାଇଁ ଶ୍ରୀ ମନ୍ଦିର ଠାରୁ ଦୁଇ କିଲୋ ମିଟର ପରିସର ଭିତରେ ବିକ୍ରି କରି ପାରିବେ ନାହିଁ । ଯାହାକୁ ନେଇ ଲକ୍ଷ ଲକ୍ଷ ଜଗନ୍ନାଥ ଭକ୍ତ ପ୍ରେମୀଙ୍କ ମନରେ ଖୁସି ଆଣି ଦେଇଛି । ତେବେ ଏହାକୁ କିଛି ବ୍ୟକ୍ତି ବିରୋଧ କରିଥିଲେ ମଧ୍ୟ , ନୀତି ନିୟମ ରେ କଠୋର ଦୃଢ଼ତା ସହ ଏହାକୁ ପାଳନ…
କନ୍ଧମାଳ ( ଶ୍ରେୟ ତରଙ୍ଗ ) : ମୁଖ୍ୟମନ୍ତ୍ରୀ କନ୍ଧମାଳ ଜିଲ୍ଲା ଗସ୍ତ ରେ ଆସିଥିବା ବେଳେ, ସୁରକ୍ଷା ଦୃଷ୍ଟିରୁ ପୋଲିସ କଂଗ୍ରେସ ନେତା ଙ୍କୁ ଅଟକ ରଖିଥିଲା । ମୁଖ୍ୟମନ୍ତ୍ରୀ ଙ୍କୁ କଳା ପତାକା ଦେଖାଇ ବିରୋଧ କରିବାକୁ ପ୍ରସ୍ତୁତି କରୁଥିଲା କଂଗ୍ରେସ । କିନ୍ତୁ ଆଗୁଆ କନ୍ଧମାଳ ଜିଲ୍ଲା ପୋଲିସ କଂଗ୍ରେସ କର୍ମୀମାନଙ୍କୁ ଉଠେଇ ନେଇଥିଲା । ଯୁବ କଂଗ୍ରେସ ନେତା ତଥା ରାଷ୍ଟ୍ରୀୟ ମଜଦୂର କଂଗ୍ରେସର ଜିଲ୍ଲା ସଭାପତି ଘନ କୁମାର ଶବରଙ୍କ ନେତୃତ୍ବରେ କର୍ମୀ ମାନେ ଆଜି ମୁଖ୍ୟମନ୍ତ୍ରୀଙ୍କୁ କଳା ପତାକା ଦେଖାଇ ବିରୋଧ କରିବାକୁ ଉଦ୍ୟମ କରୁଥିଲେ। କିନ୍ତୁ ଘଟଣାସ୍ଥଳରେ ଫୁଲବାଣୀ ଟାଉନ ପୁଲିସ ପହଞ୍ଚି କଂଗ୍ରେସ ନେତା ଘନ ଶବରଙ୍କ ସମେତ ବରିଷ୍ଠ କଂଗ୍ରେସ ନେତା ହେମନ୍ତ କୁମାର କର, ଯୁବ କଂଗ୍ରେସ ନେତା ସଂସାର ଭୋଇ, ଶିବ ଶଙ୍କର ବେହେରା, ମିଲନ ନାୟକ, ଗୋବିନ୍ଦ ଦିଗାଲ, ଦେବେନ୍ଦ୍ର ଦିଗାଲ, ଗଜେନ୍ଦ୍ର କହଁର ପ୍ରମୁଖ ଛାମୁଆଁ କଂଗ୍ରେସ,…
କନ୍ଧମାଳ ( ଶ୍ରେୟ ତରଙ୍ଗ) ; ଫୁଲବାଣୀ ମେଡିକାଲ କଲେଜ ସମଗ୍ର ରାଜ୍ୟରେ ସ୍ୱାସ୍ଥ୍ୟ ସେବାର ଏକ ନୂତନ ଅଧ୍ୟାୟ ସୃଷ୍ଟି କରିବ । ଜିଲ୍ଲା ପାଇଁ ପ୍ରାୟ ୭୫୦ କୋଟିର ୧୦ଟି ଉନ୍ନୟନ ମୂଳକ ପ୍ରକଳ୍ପର ଶୁଭ ଉଦ୍ଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ମୁଖ୍ୟମନ୍ତ୍ରୀ । ୬୫୫ କୋଟି ଟଙ୍କାରୁ ଉର୍ଦ୍ଧ୍ବ ୫ ଟି ପ୍ରକଳ୍ପର ଶୁଭ ଉଦ୍ଘାଟନ ଓ ୯୪ କୋଟିରୁ ଉର୍ଦ୍ଧ୍ବ ୫ଟି ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି । କନ୍ଧମାଳ ପର୍ଯ୍ୟଟନର ବିକାଶ ପାଇଁ ରାଜ୍ୟ ସରକାର ସ୍ଵତନ୍ତ୍ର ଧ୍ୟାନ ଦେଉଛନ୍ତି କନ୍ଧମାଳ ଚାଷ ଜମିକୁ ଜଳ ଓ ଚାଷୀଙ୍କୁ ବଳ ଦେଇ ସରକାର ବିକାଶର ଧାରାକୁ ତ୍ୱରାନ୍ୱିତ କରିଛନ୍ତି – ମୁଖ୍ୟମନ୍ତ୍ରୀ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଆଜି କନ୍ଧମାଳ ଜିଲ୍ଲା ଗସ୍ତ କରି ଫୁଲବାଣୀ ଠାରେ ୧୦୦ ସିଟ ବିଶିଷ୍ଟ ସରକାରୀ ମେଡିକାଲ କଲେଜ ଓ ୬୫୦ ଶଯ୍ୟା ବିଶିଷ୍ଟ…
କନ୍ଧମାଳ, ( ଶ୍ରେୟ ତରଙ୍ଗ ) : ଫୁଲବାଣୀ ଗସ୍ତରେ ଆସୁଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଓଡ଼ିଶାରେ ବିଜେପି ସରକାର ଆସିବା ପରେ, ମୁଖ୍ୟମନ୍ତ୍ରୀଙ୍କ ପ୍ରଥମ ଗସ୍ତ। ଏନେଇ ଜନସାଧାରଣଙ୍କ ମଧ୍ୟରେ ପ୍ରବଳ ଉତ୍କଣ୍ଠା ରହିଛି। ମୁଖ୍ୟମନ୍ତ୍ରୀ ଫୁଲବାଣୀ ସହର ଉପକଣ୍ଠ ତିଲକପଡ଼ା ଠାରେ ନିର୍ମିତ ସରକାରୀ ଭେଷଜ ମହାବିଦ୍ୟାଳୟ ଉଦ୍ଘାଟନ କରିବା ସହିତ ଅନ୍ୟାନ୍ୟ କାର୍ଯ୍ୟକ୍ରମରେ ଯୋଗ ଦେବେ। ସୂଚନା ଅନୁଯାୟୀ ମୁଖ୍ୟମନ୍ତ୍ରୀ ସକାଳ ୧୦.୪୦ ମି.ରେ ରିଜର୍ଭ ପଡ଼ିଆ ହେଲିପ୍ୟାଡ୍ରେ ଓହ୍ଲାଇ ସିଧା ନବ ନିର୍ମିତ ମେଡିକାଲ କଲେଜ କୁ ଯିବେ । ଉଦ୍ଘାଟନ କରିବା ପରେ ଆନାଟୋମୀ ପରୀକ୍ଷାଗାର, ବ୍ୟବଚ୍ଛେଦ କକ୍ଷ, ଏଏମ୍ଟି ମ୍ୟୁଜିଅମ ପରିଦର୍ଶନ କରିବେ। ତା ପରେ, କଲେଜ ପ୍ରେକ୍ଷାଳୟରେ ଡାକ୍ତର, ନର୍ସ, ଆଶାମାନଙ୍କୁ ମୁଖ୍ୟମନ୍ତ୍ରୀ ସମ୍ବୋଧିତ କରିବେ। ଏହା ପରେ କରୋନେସନ ପଡ଼ିଆରେ ଜନ ସାଧାରଣଙ୍କୁ ଉଦବୋଧନ ଦେବେ । ପ୍ରଥମ ଥର ପାଇଁ ମୁଖ୍ୟମନ୍ତ୍ରୀ କନ୍ଧମାଳ ଗସ୍ତରେ ଆସୁଥିବାରୁ,…
ନୂଆଦିଲ୍ଲୀ, ( ଶ୍ରେୟ ତରଙ୍ଗ ) : ଆଜି ବିଶ୍ୱ ଇତିହାସ ରେ ଭାରତୀୟ ରେଳ ବିଭାଗ ନିଜର ନାମକୁ ଉଲ୍ଲେଖ କରିଛି । ଦିଲ୍ଲୀ ରୁ କାଶ୍ମୀର ଗଡିବ ଟ୍ରେନ । ସଶସ୍ତ୍ର ପୋଲିସ ସୁରକ୍ଷା ବଳୟ ଭିତରେ ଆଜି ପ୍ରଧାମନ୍ତ୍ରୀ ଦିଲ୍ଲୀ_ କାଶ୍ମୀର ରେଳ ପଥ କୁ ଉଦ୍ଘାଟନ କରିଛନ୍ତି । ବିଶେଷକରି ବିଶ୍ଵର ଉଚ୍ଚ ପର୍ବତ ଶିଖର ରେ ଚେନାବ୍ ନଦୀ ଉପରେ ପ୍ରାୟ ୧୩୦୦ ମିଟର ଲମ୍ବର ରେଳ ବ୍ରିଜ କୁ ଉଦ୍ଘାଟନ କରିଛନ୍ତି । ଯାହାଦ୍ବାରା ଦିଲ୍ଲୀ ଓ କଶ୍ମୀର ମଧ୍ୟରେ ଦୂରତା କମିବା ସହ ଟ୍ରେନ ଯୋଗେ ସିଧାସଳଖ ଯାତ୍ରା କରିହେବ । କାଶ୍ମୀରରୁ କନ୍ୟାକୁମାରୀ ପର୍ଯ୍ୟନ୍ତ ରେଳ ସୁବିଧା ଏବେ ପହଞ୍ଚି ଯାଇଛି। ରେଳ ଦ୍ଵାରା କଟରାରୁ ଶ୍ରୀନଗର ଯିବା ପାଇଁ ବନ୍ଦେ ଭାରତ ଏକ୍ସପ୍ରେସର ସେବା ଆରମ୍ଭ କରିଛି। ଆଇଆରସିଟିସି ଏହି ସୁପରଫାଷ୍ଟ ଟ୍ରେନରେ ଯାତ୍ରା ପାଇଁ ବୁକିଂ ମଧ୍ୟ…
