ଦିଲ୍ଲୀ (ଶ୍ରେୟ ତରଙ୍ଗ): ଦିଲ୍ଲୀ ରେ ନୂଆ ମୁଖ୍ୟମନ୍ତ୍ରୀ ହେବେ ରେଖା ଗୁପ୍ତା । ଶାଲିମାରବାଗ ନିର୍ବାଚନ ମଣ୍ଡଳୀରୁ ନିର୍ବାଚିତ ହୋଇଛନ୍ତି ରେଖା । ଦିଲ୍ଲୀ ରେ ଚତୁର୍ଥ ମହିଳା ମୁଖ୍ୟମନ୍ତ୍ରୀ ରୂପେ ରେଖା ଶପଥ ନେବେ । ରେଖାଙ୍କ ପୂର୍ବରୁ ସୁଷମା ସ୍ବରାଜ ବିଜେପି ରୁ ମୁଖ୍ୟମନ୍ତ୍ରୀ ହୋଇଥିଲେ । ମୁଖ୍ୟମନ୍ତ୍ରୀ ଏବଂ ମନ୍ତ୍ରୀ ପରିଷଦର ଶପଥ ଗ୍ରହଣ ଉତ୍ସବ ୨୦ ଫେବୃଆରୀ ଆସନ୍ତା କାଲି ଅପରାହ୍ନ ୧୨ ଟାରେ ହେବ । ତେଣୁ ସୁରକ୍ଷା ବ୍ୟବସ୍ଥା କାରଣରୁ ୧୧ ଟା ପୂର୍ବରୁ ନିଜ ନିଜ ସ୍ଥାନ ଗ୍ରହଣ କରିବାକୁ ଅନୁରୋଧ କରାଯାଇଛି । ଦିଲ୍ଲୀ ବିଧାୟକ ଦଳରେ ନେତା ଚୟନ କରିବା ପାଇଁ ବିଜେପି ଆଜି ସନ୍ଧ୍ୟାରେ ଏକ ବୈଠକ କରିଛି । ଫେବୃଆରୀ ୨୦ରେ ରାମଲୀଳା ମଇଦାନରେ ଶପଥ ଗ୍ରହଣ ସମାରୋହ ଅନୁଷ୍ଠିତ ହେବ । ଶପଥ ଗ୍ରହଣ ଉତ୍ସବ ୨୦ ଫେବୃଆରୀ ମଧ୍ୟାହ୍ନ ୧୨.୧୫ରେ ଅନୁଷ୍ଠିତ…
Author: sreyataranga
କନ୍ଧମାଳ, (ଶ୍ରେୟ ତରଙ୍ଗ): କନ୍ଧମାଳ ଜିଲ୍ଲାରେ ନବ ନିଯୁକ୍ତ ଜିଲା ସଭାପତି ଙ୍କୁ ସ୍ଵାଗତ କରିଛନ୍ତି କନ୍ଧମାଳ ସାଂସଦ ସୁକାନ୍ତ ପାଣିଗ୍ରାହୀ । ଫୁଲବାଣୀ ସର୍କିଟ ହାଉସ ଠାରେ , ଫୁଲ ତୋଡା, ଉତ୍ତରି ଦେଇ ଜିଲ୍ଲା ସଭାପତି ପଣ୍ଡିତ ବିଶିମାଝୀ ଙ୍କୁ ସ୍ଵାଗତ କରିଥିବା ବେଳେ, ଭାରତୀୟ ଜନତା ପାର୍ଟିର ଶତାଧିକ ଦଳୀୟ କର୍ମୀ ଉପସ୍ଥିତ ଥିଲେ । ଛାତ୍ର ରାଜନୀତି ରୁ ଆସିଥିବା ପଣ୍ଡିତ rss ର ସକ୍ରିୟ ସଭ୍ୟ । ଗାଁ ଗାଁ ବୁଲି ଲୋକଙ୍କ ସମସ୍ୟା ସମାଧାନ କରିବା ହେଉ, ସଂଗଠନ କ୍ଷେତ୍ରରେ ପଣ୍ଡିତ ଅନେକ ଗୁରୁ ଦାୟିତ୍ବ କନ୍ଧମାଳ ଜିଲାରେ ନିଭାଇଛନ୍ତି । ବିଶେଷ କରି କନ୍ଧମାଳ ଦଙ୍ଗା ସମୟ ରେ ଜେଲ ମଧ୍ୟ ଯାଇଛନ୍ତି ପଣ୍ଡିତ । ଆଗକୁ ତ୍ରିସ୍ତରୀୟ ପଞ୍ଚାୟତ ରାଜ ନିର୍ବାଚନ ଥିବା ବେଳେ, କନ୍ଧମାଳ ଜିଲ୍ଲାର ୧୨ ଗୋଟି ବ୍ଲକ୍ ରେ ଏହାର ସୁଫଳ ଦେଖିବାକୁ ମିଲିବ ବୋଲି…
କନ୍ଧମାଳ (ଶ୍ରେୟ ତରଙ୍ଗ): ଫିରିଙ୍ଗିଆ ବ୍ଲକ୍ ଡିମିରିଗୁଡା ପଞ୍ଚାୟତ, ପଟାକିଲୋ ଗ୍ରାମର ଭକ୍ତ ଚରଣ ମଲ୍ଲିକ, 35 ବର୍ଷ , ବାଙ୍ଗାଲୋର କୁ କାମ କରିବାକୁ ଯାଇଥିବା ବେଳେ, ସେଥି ଦୁବୃର୍ତ୍ତ ମାନଂକ ଦ୍ଵାରା ଅପହରଣ ହୋଇ ନିର୍ଯାତନା ର ଶିକାର ହେଉଥିବା ବେଳେ, ଦଶ ଲକ୍ଷ ଟଙ୍କାରେ ମୁଣ୍ଡ ଜାମିନ ରଖିଛନ୍ତି ଦୁବୃର୍ତ୍ତ ମାନେ । ପରିବାର ଲୋକଙ୍କ ଠାରୁ ସୂଚନା ଅନୁସାରେ, ଗୋଟିଏ ମାସ ତଳେ ଭକ୍ତ ବାଙ୍ଗାଲୋର କାମ କରିବାକୁ ଯାଇଥିଲେ । ସେଥି ପହଞ୍ଚିବାର 3 ଦିନ ପରେ ଘରକୁ ଫୋନ ଆସିଥିଲା, ତୁରନ୍ତ 10 ଲକ୍ଷ ଟଙ୍କା ଦିଅ, ନହେଲେ ଜୀବନ ରୁ ମାରିଦେବୁ । ଏହି ଘଟନା ପରେ, ପରିବାର ଲୋକ ବହୁତ୍ କଷ୍ଟ ରେ ଏକ ଲକ୍ଷ୍ୟ ସତୁରୀ ହଜାର ଟଙ୍କା ଯୋଗାଡ କରି ପଠାଇଥିଲେ । ଅବଶିଷ୍ଟ ଟଙ୍କା ପଠେଇ ପାରିବି ନାହିଁ ବୋଲି କହିଥିଲେ । ବାଙ୍ଗାଲୋର ରେ…
(ଶ୍ରେୟ ତରଙ୍ଗ ବ୍ୟୁରୋ): ସବୁ କଳ୍ପନା କଳ୍ପନା ର ଅନ୍ତ ଘଟେଇ ଭାରତୀୟ ଜନତା ପାର୍ଟି ଆଜି ଓଡ଼ିଶାରେ ୧୩ ଗୋଟି ଜିଲ୍ଲାର ଜିଲ୍ଲା ସଭାପତି ଙ୍କ ନାମ ଘୋଷଣା କରିଛି । ନୟାଗଡ଼ ଜିଲ୍ଲା ପାଇଁ ରଣପୁର ବ୍ଲକ ଅଧ୍ୟକ୍ଷା ଙ୍କ ସ୍ବାମୀ ତାପସ ରଂଜନ ମାର୍ଥା ଙ୍କ ନାମ ରେ ମୋହର ବାଜିଥିବା ବେଳେ, କନ୍ଧମାଳ ରେ ପଣ୍ଡିତ ବିଶିମାଝି ଙ୍କ ନାମରେ ଦଳ ମୋହର ମାରି ଜିଲ୍ଲା ସଭାପତି ଦାୟିତ୍ୱ ଦେଇଛି । ଓଡ଼ିଶାରେ ପ୍ରଥମ କରି ବିଜେପି ଶାସନ କ୍ଷମତା କୁ ଆସିଥିବା ବେଳେ, ଜିଲ୍ଲା ସଭାପତି ଭଳି ଗୁରୁତ୍ଵ ପୂର୍ଣ୍ଣ ଦାୟିତ୍ଵ ଦେଇଛି । ଦୀର୍ଘ ଦିନ ଧରି ବହୁ ଆସାଇ ପାର୍ଥି ଓ ଦଳୀୟ କର୍ମୀଙ୍କ ମନରେ ଛକା ପଞ୍ଝା ଲାଗି ରହିଥିଲା ।କିଏ ହେବ ଜିଲ୍ଲା ସଭାପତି । ରାଜ୍ୟ ସରକାର କାହା ଉପରେ ଭରସା କରି ଜିଲ୍ଲାର ସଂଗଠନ ଦାୟିତ୍ଵ…
ଫୁଲବାଣୀ, ( ଶ୍ରେୟ ତରଙ୍ଗ): ଫାଇଲେରିଆ ନିରାକରଣ ପାଇଁ ସରକାର ଙ୍କ ତରଫରୁ ନିଆଯାଇଛି ବଡ଼ ପଦକ୍ଷେପ. ଜିଲ୍ଲାର ତୁମୁଡିବନ୍ଧ ବଡ଼ସାହି ରେ ଫାଲେରିଆ ସଂକ୍ରମିତ ସଂଖ୍ୟା କୁ ନେଇ ପ୍ରଶାସନ ର ଚିନ୍ତା ବଢିଛି । ଏଥିପାଇଁ ଅଂଚଳକୁ ଫାଲେରିଆ ମୁକ୍ତ କରିବା ପାଇଁ ସରକାରଙ୍କ ନଜରରେ ରହିଛି ତୁମୁଡିବନ୍ଧ ବଡ଼ସାହି । ଘର ଘର ବୁଲି ଫାଲେରିଆ ରୋଗର ମୁକ୍ତ କରିବା ପାଇଁ ଜିଲ୍ଲା ସ୍ୱାସ୍ଥ୍ୟ ଭ୍ୟାକ୍ଟର ବର୍ଣ ରୋଗ ପରାମର୍ଶ ଦାତା କୁମୁଦ ଚନ୍ଦ୍ର ସାହୁ ଙ୍କ ନେତୃତ୍ୱ ରେ ଏକ ଟିମ ପହଞ୍ଚିଛନ୍ତି ବଡ଼ସାହି ରେ. ପ୍ରତେକ ଘରେ ଲୋକଙ୍କୁ ସଚେତନ କରାଇବା ସହ ଔଷଧ ବଣ୍ଟନଏବଂ ଔଷଧ ସେବନ କାର୍ଯ୍ୟକ୍ରମ କରାଯାଇଛି.. ଫାଲେରିଆ ମୁକ୍ତ କରିବା ପାଇଁ ଔଷଧ ଆଲବାଣ୍ଡଜ଼ଲ, ଏବଂ, ଡି ଏସଆଇ, ଔଷଧ ବଣ୍ଟନ କରାଯାଇଛି . ପିଲା ଠାରୁ ବୁଢା ସମସ୍ତଙ୍କୁ ଆଶା, ଅଙ୍ଗନବାଡ଼ି , ସ୍ୟାସ୍ତ୍ୟ କର୍ମୀ ମାନେ…
ନୂଆଗାଁ: (ଶ୍ରେୟ ତରଙ୍ଗ): ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଲକ୍ ଅନ୍ତର୍ଗତ କାପ୍ତାପଲ୍ଲୀ ଗ୍ରାମପଞ୍ଚାୟତ ପୋବଲା ଗ୍ରାମରେ ନିଆଁ ଲାଗି ଚାରି ବଖରା ଘର ପୋଡିଯାଇଥିବା ଜଣା ପଡ଼ିଛି।ସୂଚନା ଥାଉକି ପୋବଲା ଗ୍ରାମର ସାମ୍ବାଦିକ ପ୍ରଦୀପ କୁମାର ଜାନୀ ଙ୍କ ସହିତ ବିଜୟ କୁମାର ଜାନୀ , ବିମଳା ଜାନୀ,କାର୍ତ୍ତିକ ଜାନୀ ଙ୍କ ଚାରି ବଖରା ଘର ପୋଡ଼ି ପାଉଁଶ ହୋଇଯାଇଛି।ଘଟଣା ସ୍ଥଳରେ ଖବର ପାଇ ନୂଆଗାଁ ଦମକଳ ବାହିନୀ ପହଞ୍ଚି ନିଆଁକୁ ଆୟତ କରିଛନ୍ତି।ଘର ପୋଡିଯାଇଥିବା ଲୋକମାନେ ଆଦିବାସୀ ସଂପ୍ରଦାୟର । ସେମାନଙ୍କର ଆର୍ଥିକ ସ୍ୱଚ୍ଛଳ ଭଲ ନାହିଁ ଘର ପୋଡିରେ ସମସ୍ତ ଆସବାପତ୍ର ପୋଡ଼ି ଯାଇଥିବାରୁ, ତୁରନ୍ତ ସରକାରୀ ସହାୟତା ପ୍ରଦାନ କରିବାକୁ ବିଭିନ୍ନ ମହଲ ରୁ ଦାବି ହୋଇଛି ।
ନୂଆଗାଁ : (ଶ୍ରେୟ ତରଙ୍ଗ): ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଲକ୍ ଅନ୍ତର୍ଗତ ଆଦିବାସୀ ବହୁଳ ଜାକେଡା ଗ୍ରାମ ପଞ୍ଚାୟତର ବଡ଼ଜିରୀ ଓ ତୁକୁଡ଼ା ଗ୍ରାମରେ ନୟାଗଡ଼ ଜିଲ୍ଲାପାଳ ଅକ୍ଷୟ ସୁନିଲ ଅଗ୍ରୱାଲ ପହଞ୍ଚି ଲୋକମାନଙ୍କ ବିଭିନ୍ନ ସମସ୍ୟା ପଚାରି ବୁଝିଛନ୍ତି । ଏଥି ସହିତ ସରକାରଙ୍କ ଆସୁଥିବା ବିଭିନ୍ନ ଜନହିତକର ଯୋଜନା ଇନ୍ଦିରା ଆବାସ ହେଉ କିମ୍ୱା ଭତ୍ତା,ସୁଭଦ୍ରା ଟଙ୍କା ଠିକ୍ ଭାବେ ମିଳୁଛି କି ନାହିଁ ଲୋକମାନଙ୍କୁ ପଚାରି ବୁଝିଥିଲେ । ଗାଁରେ ଦୀର୍ଘ ବର୍ଷ ହେଲା ଗମନାଗମନ ପାଇଁ ରାସ୍ତା ସମସ୍ୟା ସହ ପାନୀୟ ଜଳ, ମୋବାଇଲ ଟାୱାର ସମସ୍ୟା ଥିବା ନେଇ ଲୋକମାନେ ଜିଲ୍ଲାପାଳଙ୍କୁ ଜଣାଇଥିଲେ। ଏହି ସମସ୍ୟାର ସମାଧାନ ତୁରନ୍ତ କରିବାକୁ ବିଡ଼ିଓ ଙ୍କୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ। ତୁକୁଡା ଅଙ୍ଗନୱାଡ଼ି କେନ୍ଦ୍ର ଓ ଜାକେଡ଼ା ଗ୍ରାମ ପଞ୍ଚାୟତ ହାଇସ୍କୁଲ୍ ପରିଦର୍ଶନ କରିଥିଲେ । ବିଦ୍ୟାଳୟର ପୂର୍ବତନ ଭାରପ୍ରାପ୍ତ ପ୍ରଧାନ ଶିକ୍ଷୟତ୍ରୀ ମିନତୀ କୁମାରୀ ତ୍ରିପାଠୀ…
ନୟାଗଡ଼, (ଶ୍ରେୟ ତରଙ୍ଗ): ଗଣିଆ ବ୍ଲକ୍ ବେଲପଡ଼ା ପଞ୍ଚାୟତ ରାଉତପଡ଼ା ଖେଳପଡ଼ିଆରେ ସଂପର୍କ କ୍ଲବ ତରଫରୁ ୧୩ତମ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ ହୋଇଯାଇଛି। । ଗ୍ରାଣ୍ଡ ଫାଇନାଲ ରେ ଢୋଲମରା କ୍ରିକେଟ କ୍ଲବ ଓ ଟାଙ୍ଗୀସାହି କ୍ରିକେଟ କ୍ଲବ ମଧ୍ୟରେ ମହା ମୁକାବିଲା ହୋଇଥିଲା । ଟାଙ୍ଗୀସାହି କୁ ହରାଇ ଢୋଲମରା କ୍ରିକେଟ କ୍ଲବ ବିଜୟ ହାସଲ କରିଥିଲା । ଖେଳ ଆରମ୍ଭରୁ ପ୍ରଥମେ ଟଚ୍ ଜିତି ବ୍ୟାଟିଂ କରିବାର ନିଷ୍ପତ୍ତି ନେଇଥିଲା ଟାଙ୍ଗୀସାହି କ୍ରିକେଟ ଟିମ୍ । ନିର୍ଦ୍ଧାରିତ ୧୫ ଓଭରରେ ୮ ୱିକେଟ ହରାଇ ୧୪୫ ରନ୍ କରିବାରେ ସକ୍ଷମ ହୋଇଥିଲା। ଏହାର ଜବାବରେ ଢୋଲମରା କ୍ରିକେଟ କ୍ଲବ ୧୨ ଓଭରରେ ୫ ୱିକେଟ ହରାଇ ୧୪୮ରନ ସଂଗ୍ରହ କରି ବିଜୟୀ ହୋଇଥିଲା। ଉଦାଯାପନୀ ଉତ୍ସବରେ ମୁଖ୍ୟ ଅତିଥିଭାବେ ଗଣିଆ ବ୍ଳକ ଅଧ୍ଯକ୍ଷା ଝୁନା ଜେନା ଯୋଗଦାନ କରିଥିବାବେଳେ ସମ୍ମାନିତ ଅତିଥିଭାବେ ସ୍ଥାନୀୟ ସରପଞ୍ଚ ସୁକାନ୍ତ କୁମାର ଗଣ୍ଠିଆ…
ନୂଆଗାଁ (ଶ୍ରେୟ ତରଙ୍ଗ): ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଲକ ଅନ୍ତର୍ଗତ ସୀଙ୍ଗାରପଲ୍ଲୀ ପଞ୍ଚାୟତ ହାଇସ୍କୁଲ ରେ ଶିକ୍ଷକ ପଦବୀ ପୂରଣ ପାଇଁ ଜିଲ୍ଲାପାଳ ଓ ବିଧାୟକ ଙ୍କୁ ସ୍କୁଲ ପରିଚାଳନା କମିଟି ତରଫରୁ ଦାବିପତ୍ର ପ୍ରଦାନ କରିଛନ୍ତି । ସୂଚନା ଅନୁଯାୟୀ ନୂଆଗାଁ ବ୍ଲକ ର ଆଦିବାସୀ ହରିଜନ ବହୁଳ,ଶିକ୍ଷା କ୍ଷେତ୍ରରେ ଅବହେଳିତ ସିଙ୍ଗାରପଲ୍ଲୀ ପଞ୍ଚାୟତ ରେ ଶିକ୍ଷାର ବିକାଶ ପାଇଁ ପଞ୍ଚାୟତର ବୁଦ୍ଧିଜୀବୀ,ଶିକ୍ଷା ପ୍ରେମୀ ଓ ଜନସାଧାରଣ ଙ୍କ ଉଦ୍ୟମ ଓ ପ୍ରଚେଷ୍ଟା ରେ ୧୯୮୬ ମସିହାରେ ସୀଙ୍ଗାରପଲ୍ଲି ଠାରେ ଗ୍ରାମପଞ୍ଚାୟତ ହାଇସ୍କୁଲ , ସୀଙ୍ଗାରପଲ୍ଲି ନାମରେ ଗଢ଼ି ଉଠିଥିଲା । ଅଞ୍ଚଳ ରେ ଶିକ୍ଷାର ବିକାଶ ପାଇଁ ଗଢ଼ିଉଠିଥିବା ଏହି ମାଧ୍ୟମିକ ବିଦ୍ୟାଳୟ ରେ ଶିକ୍ଷାଦାନ ପାଇଁ ନିଯୁକ୍ତ ୮ ଜଣ ଶିକ୍ଷକ,ଜଣେ କିରାଣୀ,୩ ଜଣ ଚତୁର୍ଥ ଶ୍ରେଣୀ କର୍ମଚାରୀଙ୍କୁ ସର୍କଲ ଇନ୍ସପେକ୍ଟର ଖୋର୍ଦ୍ଧା ତାଙ୍କ ଚିଠି ନଂ ୧୧୦୩୨,ତା ୨୭-୦୮-୨୦୨୪ ଏବଂ ଚିଠିନଂ -୧୮୩୯୯ ତା ୦୫-୧୨-୨୦୦୯…
୨୦୧୯ ଫ୍ରେବୁଆରୀ ୧୪ ତାରିଖ , ସିଆରପିଏଫ୍ (CRPF) ଯବାନ ମାନେ ଯାଉଥିବା ବସ୍ ଗୁଡ଼ିକ ଧାଡ଼ି ଧାଡ଼ି ହୋଇ ବାହାରିଥିଲା । ଜମ୍ମୁ ଶ୍ରୀନଗର ଜାତୀୟ ରାଜପଥରେ ଯାଉଥିବା ଏକ ପ୍ରତିରକ୍ଷା ବାହିନୀ ଗାଡ଼ିକୁ ଜଣେ ଆତ୍ମଘାତୀ ବିସ୍ଫୋରଣକାରୀ ଦ୍ବାରା ଅବନ୍ତିପୁରା ନିକଟସ୍ଥ ଲେଥପୋରା, ପୁଲୱାମା ଜିଲ୍ଲା, ଜମ୍ମୁ ଓ କାଶ୍ମୀରଠାରେ ଆକ୍ରମଣ କରାଯାଇଥିଲା । ଏଥିରେ ୪୬ଜଣ ସିଆରପିଏଫ ଯବାନ ଶହୀଦ ହୋଇଥିଲେ । ଏଥିସହ ବିସ୍ଫୋରଣ ଘଟେଇଥିବା ଆତତାୟୀ ର ମଧ୍ୟ ମୃତ୍ୟୁ ଘଟିଥିଲା । ଏହି ଆକ୍ରମଣକୁ ପାକିସ୍ତାନରେ ଥିବା ଏକ ଇସଲାମ ସଙ୍ଗଠନ, ଜୈଶ-ଏ-ମହମ୍ମଦ ଘଟାଇବା ଦାବି କରିଥିଲା । ଆତଙ୍କବାଦ ଆକ୍ରମଣରେ ଶହୀଦ ହୋଇଥିବା ୪୬ ଜଣ ସୈନ୍ୟ ମାନଙ୍କ ଭିତରେ ଦୁଇ ଓଡ଼ିଆ ଯବାନ ଥିଲେ । ପୁଲୱାମା ଆକ୍ରମଣ ପରେ , ଭାରତ ବର୍ଷର କୋଟି କୋଟି ଜନ ସାଧାରଣ ନିରବି ଯାଇଥିଲେ । କାହା ମୁହଁରେ ଭାଷା ନଥିଲା,…
ନୟାଗଡ଼ (ଶ୍ରେୟ ତରଙ୍ଗ): ନୟାଗଡ଼ ଜିଲ୍ଲା ଖଣ୍ଡପଡ଼ା ବ୍ଲକ୍ ଅନ୍ତର୍ଗତ ରୟତି ଢୋଲମରା ଗ୍ରାମପଞ୍ଚାୟତ ତଳସହି ରେ ଅବସ୍ଥିତ ଗ୍ରାମଦେବୀ ମାଆ ପିତାବଳୀଙ୍କ ପୀଠରେ ଦୁଇ ଦିନ ଧରି ଅଷ୍ଟମ ବାର୍ଷିକ ବିଶ୍ଵଶାନ୍ତି ମହାଯଜ୍ଞ ଅନୁଷ୍ଠିତ ହୋଇଯାଇଛି। ମଙ୍ଗଳବାର ମାଆଙ୍କ ଯଥାବିଧି ପୂଜାର୍ଚ୍ଚନା ଓ ପାରମ୍ପରିକ ରୀତିନୀତି ଅନୁଯାୟୀ ଅଧିବାସ ଓ ବୁଧବାର ପ୍ରଭାତରେ ଅଙ୍କୁରାରୋପଣ,ଭୂମିପୂଜା,ସୂର୍ଯ୍ୟପୂଜା, ଘୃତ ଯଜ୍ଞ, ଅନ୍ନଯଜ୍ଞ ,ନାମ ଯଜ୍ଞ,ନାମ ସଙ୍କୀର୍ତ୍ତନ ଓ ବିଶ୍ଵଶାନ୍ତି ମହାଯଜ୍ଞ ମହାଆଡମ୍ବରରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଗ୍ରାମ ତଥା ଆଖ ପାଖ ଅଞ୍ଚଳରୁ ଶହ ଶହ ଭକ୍ତ ଆସି ମାଆଙ୍କ ପୀଠରେ ଯୋଗ ଦେଇଥିଲେ । ମହିଳା ମାତୃ ମଣ୍ଡଳୀ ର ମା ମାନେ ନାମ ସଙ୍କୀର୍ତ୍ତନ ପରିବେଷଣ କରିଥିଲେ । ଯଜ୍ଞ ପୂର୍ଣ୍ଣାହୁତି ପ୍ରଦାନ କରିବା ସହିତ ସନ୍ଧ୍ୟା ସମୟରେ ଗ୍ରାମର ମହିଳାମାନେ ମିଶି ବିଶ୍ଵ ଶାନ୍ତି ନିମନ୍ତେ ପ୍ରଦୀପ ପ୍ରଜ୍ବଳନ କରିଥିଲେ । ପାଇକ ଢୋଲମରା ଗ୍ରାମର ସମସ୍ତ ଗ୍ରାମବାସୀ…
ଦାରିଙ୍ଗିବାଡି, (ଶ୍ରେୟ ତରଙ୍ଗ): ଦାରିଙ୍ଗିବାଡି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଶୌଚାଳୟରୁ ନବଜାତ ଶିଶୁ କନ୍ୟା ର ମୃତ ଦେହ ଉଦ୍ଧାର ହୋଇଥିବା ବେଳେ, ନବଜାତକ ଶିଶୁ କନ୍ୟା କୁ ଜନ୍ମ ଦେଇ ଶୌଚାଳୟ ପ୍ୟାନ୍ ଭିତରେ ଫିଙ୍ଗିଦେଲେ ନାବାଳିକା ଛାତ୍ରୀ । ଅଗ୍ନିଶମ ବିଭାଗ ପକ୍ଷରୁ ଶୌଚାଳୟ ଭାଙ୍ଗି ମୃତ ନବଜାତଙ୍କୁ ଉଦ୍ଧାର କରାଯାଇଥିଲା । ଏଭଳି ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି କନ୍ଧମାଳ ଜିଲ୍ଲାର ଦାରିଙ୍ଗବାଡ଼ି ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ର ରୁ । ସୂଚନା ମୁତାବକ, ଦାରିଙ୍ଗବାଡ଼ି ଥାନା ଅଞ୍ଚଳର ଜଣେ ଯୁକ୍ତ ଦୁଇ ଦ୍ୱିତୀୟ ବର୍ଷର ଛାତ୍ରୀ ସ୍ୱାସ୍ଥ୍ୟ ଖରାପ ଥିବାରୁ ପରିବାର ଲୋକଙ୍କ ସହ ଦାରିଙ୍ଗବାଡ଼ି ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆସିଥିଲେ। ସେ ଅନ୍ତଃ ବିଭାଗର ପୁରୁଷ ଶୌଚାଳୟକୁ ଯାଇଥିବା ବେଳେ ସେଠି ନବଜାତ ଏକ ଶିଶୁ କନ୍ୟାଙ୍କୁ ଜନ୍ମ ଦେଇଥିଲେ। ଏହାପରେ ସେ ନବଜାତ ଶିଶୁ କନ୍ୟାଙ୍କୁ ଶୌଚାଳୟ ପ୍ୟାନ ମଧ୍ୟରେ ପ୍ରବେଶ କରି…
