କନ୍ଧମାଳ,(ଶ୍ରେୟ ତରଙ୍ଗ): ଫୁଲବାଣୀ ସହରରେ ଅବସ୍ଥିତ ଶ୍ରୀ ଜଗନ୍ନାଥ ମନ୍ଦିର ପରିସର ମଧ୍ୟରେ, ମା ବିମଳା ଓ ପାର୍ଶ୍ଵ ଦେବଦେବୀଙ୍କ ନୂତନ ମନ୍ଦିର ପ୍ରତିଷ୍ଠା ହୋଇଯାଇଛି । ଜାନୁଆରୀ ୨୯ ତାରିଖ ରୁ ମନ୍ଦିର ପ୍ରତିଷ୍ଠା କାର୍ଯ୍ୟକ୍ରମ ଆରମ୍ଭ ହୋଇଥିବା ବେଳେ, ଆଜି ୩ ଫରେବୁଆରି ରେ ଏହାର ପୂର୍ଣ୍ଣାହୁତି କାର୍ଯ୍ୟ ସମାପନ ହୋଇଯାଇଛି । ପ୍ରତ୍ୟେକ ଦିନ ସକାଳୁ ସୂର୍ଯ୍ୟ ପୂଜା ପରେ, ଦେବଦେବୀ ଙ୍କ ବିଭିନ୍ନ ପ୍ରକାର ପୂଜା ପାଠ କରାଯାଇଥିଲା । ପ୍ରତ୍ୟେକଦିନ ଶତାଧିକ ଭକ୍ତ ମାନଙ୍କ ପାଇଁ ପ୍ରସାଦ ସେବନ ର ବ୍ୟବସ୍ଥା କରାଯାଇଥିଲା । କନ୍ଧମାଳ ଜିଲ୍ଲାର ବିଭିନ୍ନ ଅଞ୍ଚଳ ରୁ ସଙ୍କୀର୍ତ୍ତନ ମଣ୍ଡଳୀ ମାନଙ୍କୁ ନିମନ୍ତ୍ରଣ କରାଯାଇଥିଲା । ପୂର୍ଣ୍ଣାହୁତି କୋଡିଏ ହଜାର ରୁ ଅଧିକ ଭକ୍ତ ମାନଙ୍କର ସମାଗମ ହୋଇଥିଲା । ସମ୍ବଲପୁରୀ ଦୁଲୁଦୁଲି , ଯୋଡ଼ି ଶଙ୍ଖ ବାଦ୍ୟ ରେ ଜଗନ୍ନାଥ ମନ୍ଦିର ପରିସର କମ୍ପି ଉଠିଥିଲା । ପୁରୀ,…
Author: sreyataranga
କନ୍ଧମାଳ (ଶ୍ରେୟ ତରଙ୍ଗ) : ଫୁଲବାଣୀ ସରକାରୀ ସ୍ବୟଂ ଶାସିତ ମହାବିଦ୍ୟାଳୟରେ ପାରମ୍ପରିକ ସରସ୍ବତୀ ପୂଜାକୁ ଉଦେଶ୍ୟ ମୂଳକ ଭାବେ ବନ୍ଦ କରିବା ଘଟଣା ସହରରେ ପ୍ରସାରିତ ହେବା ପରେ କଲେଜର ଛାତ୍ର ଛାତ୍ରୀ ଓ ଅଭିଭାବକଙ୍କ ଅସନ୍ତୋଷ ବଢିଥିଲା । କିଛି ଅଭିଭାବକ ଓ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦର ଛାତ୍ର ଛାତ୍ରୀ କଲେଜରେ ପହଞ୍ଚି ଦାୟିତ୍ୱରେ ଥିବା ଅଧ୍ୟକ୍ଷଙ୍କ ସହ ଆଲୋଚନା କରି, ଅପରାହ୍ନ ରେ ପୂଜା ଆରମ୍ଭ କରିଥିଲେ ଛାତ୍ରାବାସର ଛାତ୍ର ଛାତ୍ରୀଙ୍କୁ ସାମିଲ କରି ମା ସରସ୍ଵତୀଙ୍କ ପୂଜା ପାଳନ କରିଥିଲେ । ଏହିଭଳି ଏକ ପୁରାତନ ମହାବିଦ୍ୟାଳୟରେ ପୂର୍ବରୁ କେବେ ଏହିଭଳି ବିଡମ୍ବନା ଦେଖା ଯାଇନଥିଲା । ପୂଜା ବନ୍ଦ ନେଇ କଲେଜ କର୍ତ୍ତୃପକ୍ଷଙ୍କ କୌଣସି ସନ୍ତୋଷ ଜନକ ଉତ୍ତର ମିଳିପାରି ନଥିବା ବେଳେ ପୂର୍ବ ବର୍ଷ କିଛି ଅସାମାଜିକ ଯୁବକ କଲେଜରେ ବିଶୃଙ୍ଖଳା କରିଥିବାରୁ ପୂଜାକୁ ବନ୍ଦ କରିଥିବା ଦାୟିତ୍ୱରେ ଥିବା ଅଧ୍ୟାପକ…
ବାଲେଶ୍ଵର (ଶ୍ରେୟ ତରଙ୍ଗ) : ଦୁର୍ଘଟଣାରେ ଚାଲିଗଲା ତିନି ଜଣଙ୍କ ଜୀବନ । ବାପାଙ୍କ ମୃତ ଦେହକୁ ଭୁବନେଶ୍ୱର ରୁ ଆମ୍ବୁଲାନ୍ସ ରେ ଧରି ଆସୁଥିବା ବେଳେ, ଅଧା ବାଟରେ ଏକ ବଡ଼ ଧରଣର ଦୁର୍ଘଟଣା ଘଟି ତିନି ଜଣଙ୍କର ଜୀବନ ଚାଲିଯାଇଛି । l ଗୋଟିଏ ଦିନରେ ଗୋଟିଏ ପରିବାର ର ତିନି ଜଣକୁ ହରାଇବାର ଦୁଃଖରେ ସମ୍ପୂର୍ଣ ପରିବାର ଭାଙ୍ଗି ପଡିଥିବା ବେଳେ, କାନ୍ଦ ବୋବାଳି ରେ ଗାଁ ଦାଣ୍ଡ । ଏଭଳି ଦୁଃଖଦ ଘଟଣା ଘଟିଛି ବାଲେଶ୍ଵର ଜିଲ୍ଲା ଭୋଗରାଇ ଥାନା ଶ୍ରଧାପୁର ପଞ୍ଚାୟତ ପଲାସିଆ ଗାଁରେ । ଭଦ୍ରକ 16 ନଂ ଜାତୀୟ ରାଜପଥର ମଇତାପୁର ନିକଟରେ ଆମ୍ବୁଲାନ୍ସ ଓ ଡମ୍ପର ଧକ୍କାରେରେ ଚାଲିଗଲା 3 ଜୀବନ । ବାଲେଶ୍ଵର ଜିଲ୍ଲା ଭୋଗରାଇ ଥାନା ଅଧୀନସ୍ଥ ଶ୍ରଦ୍ଧାପୁର ପଞ୍ଚାୟତ ପଲାସିଆ ଗାଁର ଦିବାକର ଜେନାଙ୍କ ଦେହ ଅସୁସ୍ଥ ହେବାରୁ ତାଙ୍କୁ କଟକ ମେଡିକାଲରେ ଭର୍ତ୍ତି କରାଯାଇଥିଲା…
ନୟାଗଡ଼(ଶ୍ରେୟ ତରଙ୍ଗ), ପବିତ୍ର ଶ୍ରୀପଞ୍ଚମୀ ରେ ଉତ୍ସବ ମୁଖର ହୋଇଛି ଗାଁ ରୁ ସହର । ସମସ୍ତ ବିଦ୍ୟାଳୟ, ମହାବିଦ୍ୟାଳୟ କ୍ଳବ୍, ଅନୁଷ୍ଠାନ ସବୁଠି ମା ସରସ୍ଵତୀ ଙ୍କୁ ଆବାହନ କରାଯାଇ ପୂଜା କରାଯାଇଛି । ହିନ୍ଦୁ ରୀତିନୀତି ପରମ୍ପରା ରେ ବିଶ୍ୱାସ ରହିଛି, ଛାତ୍ରଛାତ୍ରୀ ମାନେ ମା ସରସ୍ଵତୀ ଙ୍କୁ ପୂଜା କରିଥାନ୍ତି । ବିଦ୍ୟାଦାତ୍ରୀ ରୂପେ ମାଙ୍କୁ ପୂଜା କରାଯାଏ । ଏଥିସହ ଶ୍ରୀପଞ୍ଚମୀ ରେ ବିଦ୍ୟାରମ୍ଭ, ନୂତନ ବ୍ୟବସାୟ, ଗୃହ ପ୍ରତିଷ୍ଠା ଠାରୁ ଆରମ୍ଭ କରି ଶୁଭ କର୍ମ ଆରମ୍ଭ କରାଯାଏ ।
କନ୍ଧମାଳ (ଶ୍ରେୟ ତରଙ୍ଗ) : କନ୍ଧମାଳ ଜିଲ୍ଲା ଫୁଲବାଣୀ ମୁଖ୍ୟ ଚିକିତ୍ସାଳୟ ବୁଲିଲେ ବିଜେପି ବିଧାୟକ ଉମା ଚରଣ ମଲ୍ଲିକ । ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ରେ ଅଧିକାଂଶ ଡାକ୍ତର ଅନୁପସ୍ଥିତ ଥିବା ବେଳେ, ରୋଗୀସେବା ସଠିକ୍ ଭାବରେ ପାଇ ପାରୁନଥିବା ଅନୁଭବ କରି, ମେଡ଼ିକାଲ୍ ଅଫିସରଙ୍କୁ ଡାକି ତାଗିଦ୍ କରିଲେ ବିଧାୟକ ଆଦିବାସୀ ଅଧ୍ୟୁଷିତ କନ୍ଧମାଳ ଜିଲ୍ଲାର ଅଧିକାଂଶ ଚିକିତ୍ସାଳୟରେ ଡାକ୍ତର ନଥିବା ବେଳେ, ଯେଉଁଠି ଡାକ୍ତର ଅଛନ୍ତି, ଦିନକ ପାଇଁ ଆସି ନିଜର ଦରମା ବଞ୍ଚାଇ ରଖିବା ପାଇଁ ଆସି ସାତ ଦିନର ଦସ୍ତଖତ କରି ପଳାଇବା ରୋଗୀ ମାନେ ଆଭିଯୋଗ କରିଥିଲେ । ରୋଗୀ ମାନଙ୍କ ପ୍ରତି ଡାକ୍ତର ଓ ନର୍ସ ମାନଙ୍କ ବିତୃଷ୍ଣା ଭାବ ଯୋଗୁଁ, ଖର୍ଚ୍ଚାନ୍ତ ହୋଇ ଉପାନ୍ତ ଅଞ୍ଚଳ ରୁ ଜିଲ୍ଲା ମୁଖ୍ୟ ହସ୍ପିଟାଲ କୁ ଆସୁଥିବା ଅଭିଯୋଗ କରିଥିଲେ । ସେହିଭଳି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ରେ ଆବଶ୍ୟକ ଡାକ୍ତର ନଥିବାରୁ,…
ଅଗ୍ନି ବିପନ୍ନ ପରିବାରଙ୍କୁ ସାହାଯ୍ୟ ର ହାତ ବଢାଇଲେ ରୋଟାରୀ କ୍ଲବ, ନୟାଗଡ଼ ର ସଦସ୍ୟ ମାନେ । ଓଡ଼ଗାଁ ବ୍ଲକ୍ ଅନ୍ତର୍ଗତ ନେପାଳ ଗ୍ରାମରେ ଅଗ୍ନିକାଣ୍ଡ ଘଟି ଲୋକମାନଙ୍କ ଘର ଓ ଆସବାବପତ୍ର ପୋଡିଯାଇଥିବା ଖବର ପାଇବା ପରେ, ରୋଟାରୀ କ୍ଲବ ର ସଦସ୍ୟ ମାନେ ଏକାଠି ନିଷ୍ପତି ନେଇଥିଲେ ଅଗ୍ନି ବିପନ୍ନ ପରିବାରଙ୍କୁ ସହଯୋଗ କରିବା ପାଇଁ । ରୋଟାରୀ କ୍ଲବ ସଂପାଦକ ଅବିନାଶ ସାହୁଙ୍କ ନେତୃତ୍ୱରେ ଏକ ପାଞ୍ଚ ଜଣିଆ ଟିମ୍ ଅପରାହ୍ନରେ ନେପାଳ ଗ୍ରାମକୁ ଯାଇ ସେଠାରେ ଅଗ୍ନିକାଣ୍ଡ ରେ କ୍ଷତିଗ୍ରସ୍ତ ହୋଇଥିବା ଲୋକଙ୍କୁ ଭେଟିବା ସହ ସେମାନଙ୍କୁ ଆବଶ୍ୟକୀୟ ସହାୟତା ପ୍ରଦାନ କରିଥିଲେ । ସଂପାଦକ ଙ୍କ ସହ ରୋଟାରୀ ସଦସ୍ୟ ଜି଼ ରଶ୍ମିରାଜ, ପ୍ରବୀର ପୃଷ୍ଟି,, ବାସୁଦେବ ସାହୁ ଓ ଦିଲ୍ଲୀପ ମିଶ୍ର ପ୍ରମୁଖ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ । ଲୋକ ମାନଙ୍କର ଅସୁବିଧା ସମୟରେ ସବୁବେଳେ ରୋଟାରୀ କ୍ଳବ୍ ନୟାଗଡ଼ର…
ନୟାଗଡ଼, (ଶ୍ରେୟ ତରଙ୍ଗ): ରୋଗୀ ମାନଙ୍କୁ ଉନ୍ନତ ମାନର ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବାକୁ ନୟାଗଡ଼ରେ ଖୋଲିଲା ଷଡ଼ଙ୍ଗୀ ହସ୍ପିଟାଲ l ମଙ୍ଗଳବାର ଦିନ ଭେଷଜ ବିଶେଷଜ୍ଞ ଡାକ୍ତର ସିଦ୍ଧାର୍ଥ ଦାଶ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଷଡ଼ଙ୍ଗୀ ହସ୍ପିଟାଲର ଶୁଭ ଉଦଘାଟନ କରିଥିଲେ l ଏହି ହସ୍ପିଟାଲ ଟି ନୟାଗଡ଼ ବିଜୁ ପଟ୍ଟନାୟକ କଲ୍ୟାଣ ମଣ୍ଡପ ସାଇଟରେ ଖୋଲାଯାଇଛି l ରୋଗୀମାନଙ୍କୁ କମ ଖର୍ଚ୍ଚରେ ଉତ୍ତମ ପରିବେଶ ସାଙ୍ଗକୁ ଉତ୍ତମ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବାକୁ ହସ୍ପିଟାଲର ପ୍ରୋପାଇଟର ସନ୍ଧ୍ୟାରାଣୀ ସାହୁ ସଂକଳ୍ପ ବଦ୍ଧ ନେଇଛନ୍ତି l ଷଡ଼ଙ୍ଗୀ ହସ୍ପିଟାଲରେ କମ ଖର୍ଚ୍ଚରେ ବିଭିନ୍ନ ପ୍ରକାର ରୋଗର ଅସ୍ତ୍ରୋପ୍ରଚାର ସହ ବିଶେଷଜ୍ଞ ଡାକ୍ତରଙ୍କ ଠାରୁ ଉପଯୁକ୍ତ ପରାମର୍ଶ ନେଇ ପାରିବେ l କିଛିଦିନ ମଧ୍ୟରେ ରୋଗୀମାନେ ଗୋପବନ୍ଧୁ ଜନ ଆରୋଗ୍ୟ ତଥା (ବିଏସକେୱାଇ)ସ୍ୱାସ୍ଥ୍ୟ ବୀମା କାର୍ଡ଼ ମାଧ୍ୟମରେ ମଧ୍ୟ ବିନା ମୂଲ୍ୟରେ ଚିକିତ୍ସା ସୁବିଧା ସୁଯୋଗ ଯୋଗାଇ ଦିଆଯିବ…
କଣ୍ଟିଲୋ, (ଶ୍ରେୟ ତରଙ୍ଗ): ଶ୍ରୀ ଜଗନ୍ନାଥ ସଂସ୍କୃତି ପରମ୍ପରା ର ଆଦି ପୀଠ,ମହାପ୍ରଭୁ ଶ୍ରୀ ନୀଳମାଧବ ପ୍ରତ୍ୟେକ ଦିନ ଭିନଭିନ୍ନ ବେଶରେ ଭକ୍ତ ମାନଙ୍କୁ ଦର୍ଶନ ଦେଇଥାନ୍ତି । ଆଜି ଅମାବାସ୍ୟା ତିଥିରେ ଭକ୍ତ ମାନଙ୍କୁ ଦର୍ଶନ ଦେଉଛନ୍ତି । ଶ୍ରେୟ ତରଙ୍ଗ ପରିବାର ତରଫରୁ ଆମର ପ୍ରୟାସ, ସବୁଦିନ ମହାପ୍ରଭୁ ଶ୍ରୀ ନୀଳ ମାଧବ ଙ୍କ ବେଶ୍ ଆପଣ ମାନଙ୍କ ପାଖରେ ପହଞ୍ଚାଇବୁ ।
କନ୍ଧମାଳ (ଶ୍ରେୟ ତରଙ୍ଗ): ଗୋଛାପଡା ଥାନା ଅଧୀନରେ ଥିବା ନେଡିପଦର ଠାରେ ୯୯ ବାଟାଲିୟନ ବିଏସଏଫ ଯବାନ ମାନଙ୍କ ତରଫରୁ ଏକ ଜନସମ୍ପର୍କ ଶିବିର ଅନୁଷ୍ଠିତ ହୋଇଯାଇଛି। ଆସିଷ୍ଟାଣ୍ଟ କମାଣ୍ଡାଣ୍ଟ ଯୋଗୀନ୍ଦ୍ର ସିଂ ଙ୍କ ଅଧକ୍ଷତାରେ ଅନୁଷ୍ଠିତ ଶିବିରରେ ବିଏସଏଫ ତରଫରୁ ଅଞ୍ଚଳର ଗରିବ ଅସହାୟ ଲୋକଙ୍କୁ କମ୍ବଳ, ଛତା, ଜୋତା, ସୁଇଟର ସହ ବିଭିନ୍ନ ଘରକଣା ସାମଗ୍ରୀ, ଛାତ୍ରଛାତ୍ରୀ ମାନଙ୍କୁ ଖାତା କଲମ ସହ ଅଞ୍ଚଳର ଯୁବକମାନଙ୍କୁ ଭଳିବଲ, କ୍ରିକେଟ ବ୍ଯଟବଲ, ଫୁଟବଲ ଭଳି ବିଭିନ୍ନ ସାମଗ୍ରୀ ବଣ୍ଟନ କରାଯାଇଥିଲା । ଅଞ୍ଚଳର ଯୁବକ ମାନଙ୍କୁ ନେଇ ବିଭିନ୍ନ ପ୍ରକାର ଖେଳ କୁଦ ପ୍ରତିଯୋଗିତାର ଆୟୋଜିତ ହୋଇଥିଲା । କନ୍ଧମାଳ ଜିଲ୍ଲାର ଗୋଛାପଡା ଅଞ୍ଚଲଟି ମାଓ ଅଧୂସୁତ ଅଞ୍ଚଳ ଭାବରେ ଚିହ୍ନଟ ହୋଇଥିବା ବେଳେ ଏହି ଅଞ୍ଚଳରେ ବିଏସଏଫ ପ୍ରତିଷ୍ଠା ହେବା ଦିନଠାରୁ ଅଞ୍ଚଳର ଜନସାଧାରଣ ନିର୍ଭୟ ରେ ଜୀବନ ଯାପନ କରିଆସୁଛନ୍ତି । ଅଞ୍ଚଳର ଯୁବପୀଢ଼ି ମନେ କିଭଳି…
ନୟାଗଡ଼ (ଶ୍ରେୟ ତରଙ୍ଗ) : ନୟାଗଡ଼ ଜିଲ୍ଲା ଦଶପଲ୍ଲା ବନାଞ୍ଚଳରୁ ପ୍ରଥମ ପର୍ଯ୍ୟାୟ ରଥକାଠ ଆଜି ପୁରୀକୁ ପଠାଯାଇଛି । ପରମ୍ପରା ଅନୁଯାୟୀ ରଥକାଠ ବୋଝେଇ ଟ୍ରକ ଗୁଡ଼ିକୁ ପ୍ରଥମେ ଦଶପଲ୍ଲାର ମହାବୀର ମନ୍ଦିର ଏବଂ ପରବର୍ତ୍ତୀ ସମୟରେ ନୟାଗଡ଼ ଜଗନ୍ନାଥ ମନ୍ଦିରଠାରେ ପୂଜାର୍ଚ୍ଚନା କାର୍ଯ୍ୟ ସମ୍ପନ୍ନ କରାଯିବା ପରେ ପୁରୀ ଶ୍ରୀମନ୍ଦିର ରଥଖଳାକୁ ପଠାଯାଇଛି । ଆଜି ପ୍ରଥମ ପ୍ରର୍ଯ୍ୟାୟରେ ୩ଟି ଟ୍ରକ ଯୋଗେ ୧୦୧ ଖଣ୍ଡ ଅଶନ,ଧଉରା କାଠ ପଠାଯାଇଛି । ସେଥିମଧ୍ୟରୁ ୪୮ଖଣ୍ଡ ଅସନ ଏବଂ ୫୩ଖଣ୍ଡ ଧଉରା ପ୍ରଥମ ପର୍ଯ୍ୟାୟରେ ପୁରୀ ରଥଖଳାକୁ ପଠାଯାଇଛି I ସୂଚନା ଯୋଗ୍ୟ ଯେ,ଚଳିତ ବର୍ଷ ହେବାକୁ ଥିବା ରଥଯାତ୍ରା ନିମନ୍ତେ ସମୁଦାୟ ୮୬୫ଖଣ୍ଡ ଅସନ,ଧଉରା,ସିମିଳି ଏବଂ ଫାଶିକାଠ ଆବଶ୍ୟକତା ଥିଲା ବେଳେ ଗତବର୍ଷ ୫୧ଖଣ୍ଡ କାଠ ବଳକା ରହିଛି I ଅବଶିଷ୍ଟ ୮୧୪ଖଣ୍ଡ କାଠ ନୟାଗଡ଼ ଜଙ୍ଗଲ ଡ଼ିଭିଜନ ପକ୍ଷରୁ ବ୍ୟବସ୍ଥା କରାଯାଇଛି I ସେଥିମଧ୍ୟରୁ ୩୯୬ଖଣ୍ଡ କାଠ…
କନ୍ଧମାଳ, (ଶ୍ରେୟ ତରଙ୍ଗ): କ.ନୂଆଗାଁ ବ୍ଲକରେ ଜିଲ୍ଲାପାଳ ଙ୍କ ଅଭିଯୋଗ ଶୁଣାଣୀ ରେ ନୂଆଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ଡାକ୍ତର ଅମିତ କୁମାର ବେହେରାଙ୍କ ବିରୋଧ ରେ ଗ୍ରାମବାସୀ ତଥା ବୁଦ୍ଧିଜୀବିମାନେ ଅଭିଯୋଗ କରିଛନ୍ତି । ଡାକ୍ତର ବେହେରା ଅଧିକାଂଶ ସମୟରେ ସ୍ବାସ୍ଥ୍ୟ କେନ୍ଦ୍ରରେ ଅନୁପସ୍ଥିତ ରହୁଥିବା ବେଳେ, ଯେଉଁ ସମୟରେ ଉପସ୍ଥିତ ରହୁଛନ୍ତି ସେହି ସମୟରେ ରୋଗି ମାନଙ୍କୁ ଓ ରୋଗୀ ମାନଙ୍କ ସହ ଆସିଥିବା ବ୍ୟକ୍ତିଙ୍କୁ ଖରାପ ବ୍ୟବହାର କରୁଥିବା ଅଭିଯୋଗ ହେଉଛି । ସେହିଭଳି ରୋଗୀ କଲ୍ୟାଣ ସମିତି ବୈଠକରେ ରୋଗୀ କଲ୍ୟାଣ ସମିତି ସଭ୍ୟଙ୍କୁ ନ ଜଣାଇ ବୈଠକ କରିବା ଓ ନିର୍ବାଚିତ ପ୍ରତିନିଧି ମାନଙ୍କୁ ଖରାପ ବ୍ୟବହାର କରୁଥିବା ଅଭିଯୋଗ ନେଇ ଆଜି ଜିଲ୍ଲାପାଳଙ୍କୁ ଗ୍ରାମବାସୀ ଅଭିଯୋଗ କରିଛନ୍ତି। କ.ନୂଆଗାଁ ବ୍ଲକ ଅଧ୍ୟକ୍ଷା ସୁଲୋଚନା ଦଳବେହେରା, ବ୍ଲକ ସାଂସଦଙ୍କ ପ୍ରତିନିଧି ପଣ୍ଡିତ କୁମାର ବିଶିମାଝୀ, ଜିଲ୍ଲା ପରିଷଦ ସଭ୍ୟା ଅନିତା ମଲିକ,ରୋଗୀ କଲ୍ୟାଣ ସମିତିର ସଭ୍ୟ…
ନୂଆଦିଲ୍ଲୀ (ଶ୍ରେୟ ତରଙ୍ଗ): ଆଗ୍ରା ନିକଟରେ ଏକ ଭୟାବହ ଦୁର୍ଘଟଣା ଘଟି ଗୋଟିଏ ପରିବାର ର ସମସ୍ତ ସଦସ୍ୟଙ୍କ ମୃତୁ ଘଟିଛି । ଦୁର୍ଘଟଣା ଏତେ ଜୋର୍ ହୋଇଥିଲା, କାରଟି ମିନି ଟ୍ରକ୍ ଭିତରେ ପଶିଯାଇଥିଲା । ଫଳରେ କାର ଭିତରେ ଥିବା ଗୋଟିଏ ପରିବାରର ଚାରି ଜଣ ସଦସ୍ୟଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଥୂଲା । ସୂଚନାଯୋଗ୍ୟ, ସୋମବାର ସକାଳେ ଦିଲ୍ଲୀର ଏକ ପରିବାର ପ୍ରୟାଗରାଜର ମହାକୁମ୍ଭମେଳା ଦେଖ୍ ଫେରୁଥିଲେ। ଏହି ସମୟରେ ସେମାନେ ବସିଥିବା କାରଟି ଆଗ୍ରା-ଲକ୍ଷ୍ନୌ ରୋଡ ରେ ଦୁର୍ଘଟଣା ଗ୍ରସ୍ତ ହୋଇଥିଲା। ମୃତକଙ୍କ ମଧ୍ୟରେ ଦିଲ୍ଲୀର ଉତ୍ତମ ନଗରର ବାସିନ୍ଦା ଓମ ପ୍ରକାଶ ଆର୍ଯ୍ୟ (୪୧), ତାଙ୍କ ପତ୍ନୀ ପୂର୍ଣ୍ଣିମା ସିଂହ (୩୪), ଝିଅ ଅହାନା (୧୨) ଏବଂ ପୁଅ ବିନାୟକ (୪) ରହିଛନ୍ତି। ସ୍ଥାନୀୟଲୋକଙ୍କ କହିବାନୁସାରେ, କାରଟି ପ୍ରଥମେ ଭାରସାମ୍ୟ ହରାଇ ଡିଭାଇଡର ରେ ଧକ୍କା ଖାଇଥିଲା । ଏହାପରେ କାରଟି ଏକ୍ସପ୍ରେସୱେର ଅନ୍ୟ ଲେନରେ…
