ନୟାଗଡ (ଶ୍ରେୟ ତରଙ୍ଗ): ମାଛିପୋଡା ପଂଚାୟତ ରଘୁନାଥପୁରରେ ପାଳିତ ହୋଇଯାଇଛି ଲଢୁକେଶ ମହାଦେବଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବ l ପ୍ରଥମ ଦିନ ଅଙ୍କୁରାରୋପଣ କାର୍ଯ୍ୟକ୍ରମରେ ଗ୍ରାମର ଶତାଧିକ ପୁରୁଷ ଓ ମହିଳା ମାନେ ଗ୍ରାମ ନଈରୁ କଳସ ଯାତ୍ରା କରି ଗ୍ରାମ ପରିକ୍ରମା କରିବାପରେ ମନ୍ଦିରରେ ଆସି ପହଞ୍ଚିଥିଲେ l ପରେ ଯଜ୍ଞକାର୍ଯ୍ୟ ଆରମ୍ଭ ହୋଇଥିବା ବେଳେ ପ୍ରଥମେ ଅଙ୍କୁରାରୋପଣ, ସୂର୍ଯ୍ୟପୂଜା, ସମସ୍ତ ଦେବା ଦେବୀଙ୍କୁ ବେଦଧୂନିରେ ଆମନ୍ତ୍ରଣ କରାଯାଇଥିଲା l ପରେ କଳସ ଯାତ୍ରାରେ ସାମିଲ ଥିବା ସମସ୍ତ ବ୍ରତଧାରୀ ମାନେ ପଣା ସେବନ କରିବା ସାଙ୍ଗକୁ ପ୍ରସାଦ ସେବନ କରିଥିଲେ l ସନ୍ଧ୍ୟାରେ ସଂସ୍କୃତିକ କାର୍ଯ୍ୟକ୍ରମ ସାଙ୍ଗକୁ କବି ସମ୍ମିଳନୀ ହୋଇଥିଲା l 4ଦିନ ଧରି ବିଭିନ୍ନ କାର୍ଯ୍ୟକ୍ରମ ରହିଥିବା ବେଳେ ମହାଶିବରାତ୍ରି ଦିନ ଲଡ଼ୁକେଶ ମହାଦେବଙ୍କର ପ୍ରାଣ ପ୍ରତିଷ୍ଠା କରାଯିବ
Author: sreyataranga
କନ୍ଧମାଳ (ଶ୍ରେୟ ତରଙ୍ଗ): ଫିରିଙ୍ଗିଆ ବ୍ଲକ ମୁସେଲିପାଙ୍ଗl ଅଞ୍ଛଳରେ ବୁଲୁଚି କଲରା ପତୁରିଆ ବାଘ । ଗ୍ରାମବାସୀ ମାନେ ବlଘ ବୁଲୁଥିବା ଦେଖିବା ସହ ଆତଙ୍କରେ ଭୟଭୀତ ଥିବା ଅଭିଯୋଗ କରିଛନ୍ତି । ଗତ ସନ୍ଧ୍ୟା ୮ ଟା ସମୟରେ ଟେଲାପାଲୀ ଗ୍ରାମ ଠାରୁ ଗୋଟଏ ଡିଜେ ଗାଡ଼ି ବାଲନ୍ଦାପଡ଼ା ଯାଉଥିବା ସମୟରେ ମୁସେଲିପାଙ୍ଗା ଠାରୁ କଡ଼ିସରୁ ଗ୍ରାମ ମଝି ରେ କଲରାପତରିଆ ବାଘ ରାସ୍ତା ପାର ହେଉଥିବାର ଦେଖି, ଡିଜେ ଗାଡ଼ି ଡ୍ରାଇଭର ଭୟରେ ଗାଡ଼ି ଲାଇଟ୍ ବନ୍ଦ କରିଦେଲେ l କିଛି ସମୟ ପରେ ବାଘ ଟି ଜଙ୍ଗଲ ଭିତରକୁ ଚାଲି ଯାଇଥିଲା । ଏହି ଘଟଣା ପ୍ରଘଟ ହେବା ପରେ ଗ୍ରାମବାସୀ ଙ୍କ ତରଫରୁ ବନ ବିଭାଗ କୁ ଖବର ଦେଇଥିଲେ । ବାଘ ଉପରେ ନଜର ରଖା ଯାଇଥିବା ବନ ବିଭାଗ ତରଫରୁ ସୂଚନା ଦିଆଯାଇଛି ।
ଦୁବାଇ: ( ଶ୍ରେୟ ତରଙ୍ଗ): ପାକିସ୍ତାନ ବିପକ୍ଷ ଆଇସିସି ଚାମ୍ପିଅନ୍ସ ଟ୍ରଫି ମ୍ୟାଚ୍ ଅଲରାଉଣ୍ଡର୍ ହାର୍ଦିକ ପାଣ୍ଡ୍ୟା ଓ କୁଲଦୀପ ୟାଦବ ଙ୍କ ପାଇଁ ଅଭୁଲା ରହିବ। ହାର୍ଦିକ ଭାରତକୁ ପ୍ରଥମ ୱିକେଟ୍ ଦେଇଥିଲେ ଏବଂ କୁଲଦୀପ ସର୍ବାଧିକ ୩ ଗୋଟି ୱିକେଟ୍ ନେଇଥିଲେ। ଏଥିସହ ବ୍ୟକ୍ତିଗତ ଭାବେ ହାର୍ଦିକ ୨୦୦ ଅନ୍ତର୍ଜାତୀୟ ୱିକେଟ୍ ପୂର୍ଣ୍ଣ କରିବାରେ ସକ୍ଷମ ହୋଇଛନ୍ତି । ପାକିସ୍ତାନୀ ଘାତକ ବ୍ୟାଟ୍ସମ୍ୟାନ୍ ବାବର୍ ଆଜମ ଓ ସୌଦ ସକିଲଙ୍କ ୱିକେଟ୍ ନେଇ ଭାରତକୁ ଫାଇଦାରେ ରଖିଥିବା ହାର୍ଦିକ ମାତ୍ର ୩.୮୭ ଇକୋନୋମି ରେଟ୍ରେ ୨/୩୧ ଚିତ୍ର ପାଇଥିଲେ। ଭାରତୀୟ କ୍ରିକେଟ୍ ଇତିହାସରେ କିନ୍ତୁ ହାର୍ଦିକ ୨୪ତମ ଅଗ୍ରଣୀ ବୋଲର ହୋଇଛନ୍ତି। ୨୧୬ ଅନ୍ତର୍ଜାତୀୟ ମ୍ୟାଚ୍ରୁ ସେ ୩୦.୭୬ ହାରରେ ୨୦୦ ୱିକେଟ୍ ପୂର୍ଣ୍ଣ କରିଛନ୍ତି। ଏହା ମଧ୍ୟରେ ୧୧ ଟେଷ୍ଟ୍ରୁ ୧୭ ୱିକେଟ୍, ୯୧ ଦିନିକିଆରୁ ୮୯ ୱିକେଟ୍ ଏବଂ ୧୧୪ ଟ୍ବେଣ୍ଟି-୨୦ ଅନ୍ତର୍ଜାତୀୟରୁ ୯୪ ୱିକେଟ୍…
ଦୁବାଇ,(ଶ୍ରେୟ ତରଙ୍ଗ): ଚମ୍ପିୟାନ ଟ୍ରଫି ର ପଞ୍ଚମ ମ୍ୟାଚ୍ ରେ ଭାରତ ର ସହଜ ବିଜୟ ସହ ସେମିଫାଇନାଲ କୁ ପ୍ରବେଶ କରିଛି । ତେବେ ଆୟୋଜକ ପାକିସ୍ତାନ ମ୍ୟାଚ୍ ହାରିବା ସହ, ଚମ୍ପିୟାନ ଟ୍ରଫି ରୁ ବାଦ୍ ପଡିଛି । ଦୁବାଇ ରେ ଚାଲିଥିବା, ହୋଇ ଭୋଲ୍ଟେଜ୍ ଇଣ୍ଡିଆ – ପାକିସ୍ତାନ ମ୍ୟାଚ୍ ରେ ଆଜି ପ୍ରଥମେ , ଟଚ୍ ଜିତି ବ୍ୟାଟିଂ କରିବାକୁ ପଡିଆକୁ ଓହ୍ଲେଇଥିଲା ପାକ । ପାରମ୍ପରିକ ପ୍ରତିଦ୍ବନ୍ଦୀ ପାକ ଟିମ୍ ୪୯.୪ ଓଭରରେ ଅଲ୍ଆଉଟ୍ ହୋଇ ୨୪୧ ରନ୍ କରିଥିଲା। ଫଳରେ ଟିମ୍ ଇଣ୍ଡିଆ ପାଇଁ ବିଜୟ ଲକ୍ଷ୍ୟ ୨୪୨ ରନ୍ ରହିଥିଲା। ଭାରତ ପକ୍ଷରୁ ରୋହିତ ଶର୍ମା ୨୦ ରନ୍ କରିଥିବାବେଳେ ଶୁବମନ ଗିଲ୍ ୪୬ ରନ୍ କରିଥିଲେ। ସେହିପରି ବିରାଟ କୋହଲି ୧୦୦ ରନ୍, ଶ୍ରେୟଶ ଆୟର ୫୬ ରନ୍, ହାର୍ଦ୍ଦିକ ପାଣ୍ଡ୍ୟା ୮ ରନ୍, ଅକ୍ଷର ପଟେଲ ୩ ରନ୍…
ରଣପୁର (ଶ୍ରେୟ ତରଙ୍ଗ ): ଚାରଣ ଗୋଷ୍ଠୀ,ପୁରୀ ନୟାଗଡ଼ ଜିଲ୍ଲା, ରଣପୁର ମଣ୍ଡଳ ବଜ୍ରକୋଟ ଚାରଣ ଶାଖାର ପ୍ରଥମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇ ଯାଇଛି । ଉତ୍ସବରେ ଜଗନ୍ନାଥ, ବଳଭଦ୍ର , ସୁଭଦ୍ରା ଓ ସୁଦର୍ଶନ ମହା ପ୍ରଭୁଙ୍କୁ ବିମାନରେ ବସାଇ ଗ୍ରାମ ପରିକ୍ରମା କରାଇ ଦୁଆର ଦୁଆର ଭୋଗ ଖୁଆଇ ଥିଲେ । ପୂର୍ଣ୍ଣ କଳସ ସ୍ଥାପନ କରି ବନ୍ଦାପନା କରିଥିଲେ । ନୟାଗଡ଼ଜିଲ୍ଲା ସଂଗଠକ ରାମକୃଷ୍ଣ ସାହୁ ଓ ଶିବରାମ ସାହୁ, ଜିଲ୍ଲା ସମ୍ପାଦକ ଡ. ପ୍ରମୋଦ କୁମାର ପାଳ, ମଣ୍ଡଳ ସଂଗଠକ ପ୍ରଭାକର ଦାସ ଓ ଅଞ୍ଚଳ ସଂଗଠକ ଅଭିମନ୍ୟୁ ବେହେରା ସହ ସତ୍ୟନାରାୟଣ କର, ଅର୍ଜୁନ ବିଶ୍ଵାଳ, ବୈକୁଣ୍ଠନାଥ ପ୍ରଧାନ ଯୋଗଦେଇଥିଲେ । ରଣପୁର ମଣ୍ଡଳ ନାଟିମ ଓ ଗୌରାଙ୍ଗ ପୁର ଶାଖାର ଦଳ ପତି ଓ ଭାଇ ଭଉଣୀ ମାନେ ଯୋଗ ଦେଇଥିଲେ ବଜ୍ରକୋଟ ଗ୍ରାମପଞ୍ଚାୟତ ସରପଞ୍ଚ ବନିତା ବଳିୟାରସିଂହ ଉତ୍ସବ ରେ…
ନୟାଗଡ଼ (ଶ୍ରେୟ ତରଙ୍ଗ): ଜିଲ୍ଲା ଆଇନ୍ସେବା ପ୍ରାଧୂକରଣ ସଚିବ ଅଞ୍ଜଳୀ ମାଛ ଖଣ୍ଡଙ୍କ ନିର୍ଦ୍ଦେଶରେ ଜିଲ୍ଲା ଗ୍ରାମୀଣ ଆଇନ ସଚେତନତା କର୍ମୀମାନଙ୍କୁ ନେଇ ନୟାଗଡ଼ ଖେଳପଡ଼ିଆ ଠାରେ ପରିବେଶର ସୁରକ୍ଷା ପାଇଁ ସ୍ଵଚ୍ଛତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ନୟାଗଡ଼ ଖେଳପଡ଼ିଆ ପରିସରରେ ପାଣି ବୋତଲ, ଜରି, ଗଛର ଡାଳପତ୍ର ପଡ଼ି ପଡ଼ିଆଟି ଅପରସ୍କାର ହୋଇ ପଡ଼ିଥିଲା। ଏହି ପଡ଼ିଆରେ ଖେଳ ପ୍ରେମୀମାନେ ପ୍ରତିଦିନ ଖେଳକୁଦ କରିଥାନ୍ତି। ନୟାଗଡ଼ର ବୁଦ୍ଧିଜୀବୀ ମାନେ ମଧ୍ୟ ପ୍ରାତଃ ଭ୍ରମଣ କରି ନିଜର ସ୍ଵାସ୍ଥ୍ୟ ପ୍ରତି ସଜାଗ ହୋଇଥାନ୍ତି। କିନ୍ତୁ ଦୁଃଖର ବିଷୟ, ଅସଚେତନତା ଜନସାଧାରଣ ପଡ଼ିଆରେ ଅପରିସ୍କାର କରି ପଡ଼ିଆଟିକୁ ଦୂଷିତ କରିଛନ୍ତି। ଏସବୁ ଏସବୁକୁ ଦୃଷ୍ଟିରେ ରଖ୍ ଜିଲ୍ଲା ଆଇନସେବା ପ୍ରାଧୂକରଣ ସଚିବଙ୍କ ନିର୍ଦ୍ଦେଶ ଅନୁସାରେ ଜିଲ୍ଲା ଆଇନ ସଚେତନତା କର୍ମୀମାନେ ହାତରେ ଝାଡ଼ୁଧରି ପଡ଼ିଆଟିକୁ ପରିସ୍କାର କରିଛନ୍ତି। ଜିଲ୍ଲା ଆଇନସେବା ପ୍ରାଧିକରଣର ଏପରି କାର୍ଯ୍ୟକୁ ବୁଦ୍ଧିଜୀବୀ ମହଲରେ ପ୍ରଶଂସା କରାଯାଇଛି। ଏହି କାର୍ଯ୍ୟକ୍ରମରେ…
ନନୟାଗଡ଼, (ଶ୍ରେୟ ତରଙ୍ଗ): ନବ ନିର୍ମାଣ କୃଷକ ସଂଗଠନ ତରଫରୁ ନୟାଗଡ଼ ଜିଲ୍ଲାପାଳ ଅଫିସ ଆଗରେ ଧାରଣା ରେ ବସିଲା ନବ ନିର୍ମାଣ କୃଷକ ସଂଗଠନ । ଜିଲ୍ଲାରେ, ମଣ୍ଡିରେ ଚାଷୀଙ୍କ ଠାରୁ ଧାନ କିଣିବା ବେଳେ, ଅଘୋଷିତ ଦଶ ବାର କେଜି ଧାନ କାଟ ଓ ଜିଲ୍ଲା ପ୍ରଶାସନର ନିରବତା ବିରୁଦ୍ଧରେ ଧାରଣା ଦିଆ ଯାଇଥିଲା । ଚାଷୀ ଆନ୍ଦୋଳନ ପରେ ଏ ଆର ସି ଏସ ଜିଲ୍ଲାର ଦଶଟି ସମବାୟ ସମିତି କୁ କାରଣ ଦର୍ଶାଅ ନୋଟିସ୍ ଜାରି କରିଛନ୍ତି । ଜିଲ୍ଲାରେ ଶହେ ସତଷଠି ଟି ମଣ୍ଡି ଥିବାବେଳେ, ସବୁ ମଣ୍ଡିରେ ଅଘୋଷିତ କାଟ ହେଉଛି ତେଣୁ, ସବୁ ଧାନ ମଣ୍ଡି ଉପର ତୁରନ୍ତ କାର୍ଯ୍ୟନୁଷ୍ଠାନ ନିଆଯାଉ ସମ୍ପାଦକ ଓ ଏଥିରେ ସାମିଲ ଥିବା ସମସ୍ତ କର୍ମଚାରୀଙ୍କ ଉପରେ କଠୋର କାର୍ଯ୍ୟନୁଷ୍ଠାନ ନିଆଯାଉ ବୋଲି ଚାଷୀ ମାନେ ଦାବି କରିଥିଲେ । ଜିଲ୍ଲାପାଳ ଆସି ଦାବି…
ଭୁବନେଶ୍ୱର (ଶ୍ରେୟ ତରଙ୍ଗ) : ଭୁବନେଶ୍ୱର ବ୍ଲକ୍ ଆଞ୍ଚଳିକ ସରକାରୀ ଉଚ୍ଚ ବିଦ୍ୟାଳୟ, ଇଟିପୁର ପରିସରରେ ଆନ୍ତର୍ଜାତୀୟ ମାତୃଭାଷା ଦିବସ ପାଳନ ହୋଇ ଯାଇଛି। ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ଶ୍ରୀଯୁକ୍ତ ଗଦାଧର ସାହୁ କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିଥିଲେ । ବିଦ୍ୟାଳୟର ବରିଷ୍ଠ ଶିକ୍ଷୟିତ୍ରୀ ଶ୍ରୀମତୀ ଚପଳା ଛନ୍ଦା ମହାନ୍ତି , ଜ୍ୟୋତିରାଣୀ ଷଡ଼ଙ୍ଗୀ, ବିଜୟା ଭଞ୍ଜ, ଶୁଭ୍ରାଶ୍ରୀ ଦାସ, ସୀମା ଶୁଭ୍ରଜିତା ସାହୁ, ବିନୋଦିନୀ ନିଶଙ୍କ, ସରିତା ପୂଜାପଣ୍ଡା ଏବଂ ବିଦ୍ୟାଳୟର ଶିକ୍ଷକ ସବ୍ୟଜିତ୍ ବେହେରା, ପ୍ରକାଶ ଚନ୍ଦ୍ର ଗୋଚ୍ଛାୟତ ପ୍ରମୁଖ ମାତୃଭାଷା ଦିବସ ସମ୍ପର୍କରେ ନିଜର ଅଭିଭାଷଣ ରଖିଥିଲେ। ବିଦ୍ୟାଳୟର ଛାତ୍ରଛାତ୍ରୀ ଙ୍କ ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା ଓ ଚିତ୍ରାଙ୍କନ, ନୃତ୍ୟ ପ୍ରତିଯୋଗିତାର କୃତି ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା । କାର୍ଯ୍ୟକ୍ରମକୁ ବିଦ୍ୟାଳୟର ଶିକ୍ଷକ ତଥା ସାହିତ୍ୟିକ ଦିନେଶ କୁମାର ଲେଙ୍କା ସଂଯୋଜନା କରିଥିଲେ। ସୁକାନ୍ତ କୁମାର ମଲ୍ଲିକଙ୍କ ନୃତ୍ୟ ନିର୍ଦ୍ଦେଶନା ରେ ବିଦ୍ୟାଳୟର ଛାତ୍ର…
ଆଜିଠାରୁ ଓଡ଼ିଶାରେ ଆରମ୍ଭ ହୋଇଯାଇଛି ମାଟ୍ରିକ ପରୀକ୍ଷା । ଚଳିତ ବର୍ଷ ପ୍ରଥମ ଦିନ ମାତୃଭାଷା ଥିବା ବେଳେ, ଶାନ୍ତି ଶୃଙ୍ଖଳା ସହ ପ୍ରଥମ ଦିବସ ପରୀକ୍ଷା ସମାପ୍ତ ହୋଇଯାଇଛି । ମାର୍ଚ୍ଚ ୬ ତାରିଖ ପର୍ଯ୍ୟନ୍ତ ପରୀକ୍ଷା ଚାଲୁ ରହିବ । ରାଜ୍ୟରେ ମୋଟ ୫ ଲକ୍ଷ ୨୨ ହଜାର ୩୩୬ ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେଇଛନ୍ତି। ରାଜ୍ୟରେ ମୋଟ ୩୧୩୩ ପରୀକ୍ଷା କେନ୍ଦ୍ର ରେ ଛାତ୍ର ଛାତ୍ରୀ ମାନେ ପରୀକ୍ଷା ଦେଉଛନ୍ତି । ପ୍ରଶ୍ନ ଉତ୍ତର ଖାତା ରଖିବା ପାଇଁ ରାଜ୍ୟରେ ମୋଟ ୩୧୪ ଟି ନୋଡାଲ ସେଣ୍ଟର୍ ରଖାଯାଇଛି । ପ୍ରତି ନୋଡାଲ ସେଣ୍ଟର୍ ଦାୟିତ୍ଵ ରେ ଜଣେ ଜଣେ ପ୍ରଶାସନିକ ଅଧିକାରୀଙ୍କୁ ଦିଆଯାଇଛି । ସେହିଭଳି ରାଜ୍ୟରେ ୬୦୦ ସେଣ୍ଟର୍ ରୁ ଲାଇଭ ଷ୍ଟ୍ରିମିଙ୍ଗ ବ୍ୟବସ୍ଥା କରାଯାଇଥିବା ମାଧ୍ୟମିକ ଶିକ୍ଷା ପରିଷଦ ତରଫରୁ ସୂଚନା ମିଳିଛି । କନ୍ଧମାଳ ଜିଲ୍ଲା ଭଳି ଦୁର୍ଗମ ଜିଲ୍ଲା ଗୁଡ଼ିକ…
ଦିଲ୍ଲୀ (ଶ୍ରେୟ ତରଙ୍ଗ): ଦିଲ୍ଲୀ ରେ ନୂଆ ମୁଖ୍ୟମନ୍ତ୍ରୀ ହେବେ ରେଖା ଗୁପ୍ତା । ଶାଲିମାରବାଗ ନିର୍ବାଚନ ମଣ୍ଡଳୀରୁ ନିର୍ବାଚିତ ହୋଇଛନ୍ତି ରେଖା । ଦିଲ୍ଲୀ ରେ ଚତୁର୍ଥ ମହିଳା ମୁଖ୍ୟମନ୍ତ୍ରୀ ରୂପେ ରେଖା ଶପଥ ନେବେ । ରେଖାଙ୍କ ପୂର୍ବରୁ ସୁଷମା ସ୍ବରାଜ ବିଜେପି ରୁ ମୁଖ୍ୟମନ୍ତ୍ରୀ ହୋଇଥିଲେ । ମୁଖ୍ୟମନ୍ତ୍ରୀ ଏବଂ ମନ୍ତ୍ରୀ ପରିଷଦର ଶପଥ ଗ୍ରହଣ ଉତ୍ସବ ୨୦ ଫେବୃଆରୀ ଆସନ୍ତା କାଲି ଅପରାହ୍ନ ୧୨ ଟାରେ ହେବ । ତେଣୁ ସୁରକ୍ଷା ବ୍ୟବସ୍ଥା କାରଣରୁ ୧୧ ଟା ପୂର୍ବରୁ ନିଜ ନିଜ ସ୍ଥାନ ଗ୍ରହଣ କରିବାକୁ ଅନୁରୋଧ କରାଯାଇଛି । ଦିଲ୍ଲୀ ବିଧାୟକ ଦଳରେ ନେତା ଚୟନ କରିବା ପାଇଁ ବିଜେପି ଆଜି ସନ୍ଧ୍ୟାରେ ଏକ ବୈଠକ କରିଛି । ଫେବୃଆରୀ ୨୦ରେ ରାମଲୀଳା ମଇଦାନରେ ଶପଥ ଗ୍ରହଣ ସମାରୋହ ଅନୁଷ୍ଠିତ ହେବ । ଶପଥ ଗ୍ରହଣ ଉତ୍ସବ ୨୦ ଫେବୃଆରୀ ମଧ୍ୟାହ୍ନ ୧୨.୧୫ରେ ଅନୁଷ୍ଠିତ…
କନ୍ଧମାଳ, (ଶ୍ରେୟ ତରଙ୍ଗ): କନ୍ଧମାଳ ଜିଲ୍ଲାରେ ନବ ନିଯୁକ୍ତ ଜିଲା ସଭାପତି ଙ୍କୁ ସ୍ଵାଗତ କରିଛନ୍ତି କନ୍ଧମାଳ ସାଂସଦ ସୁକାନ୍ତ ପାଣିଗ୍ରାହୀ । ଫୁଲବାଣୀ ସର୍କିଟ ହାଉସ ଠାରେ , ଫୁଲ ତୋଡା, ଉତ୍ତରି ଦେଇ ଜିଲ୍ଲା ସଭାପତି ପଣ୍ଡିତ ବିଶିମାଝୀ ଙ୍କୁ ସ୍ଵାଗତ କରିଥିବା ବେଳେ, ଭାରତୀୟ ଜନତା ପାର୍ଟିର ଶତାଧିକ ଦଳୀୟ କର୍ମୀ ଉପସ୍ଥିତ ଥିଲେ । ଛାତ୍ର ରାଜନୀତି ରୁ ଆସିଥିବା ପଣ୍ଡିତ rss ର ସକ୍ରିୟ ସଭ୍ୟ । ଗାଁ ଗାଁ ବୁଲି ଲୋକଙ୍କ ସମସ୍ୟା ସମାଧାନ କରିବା ହେଉ, ସଂଗଠନ କ୍ଷେତ୍ରରେ ପଣ୍ଡିତ ଅନେକ ଗୁରୁ ଦାୟିତ୍ବ କନ୍ଧମାଳ ଜିଲାରେ ନିଭାଇଛନ୍ତି । ବିଶେଷ କରି କନ୍ଧମାଳ ଦଙ୍ଗା ସମୟ ରେ ଜେଲ ମଧ୍ୟ ଯାଇଛନ୍ତି ପଣ୍ଡିତ । ଆଗକୁ ତ୍ରିସ୍ତରୀୟ ପଞ୍ଚାୟତ ରାଜ ନିର୍ବାଚନ ଥିବା ବେଳେ, କନ୍ଧମାଳ ଜିଲ୍ଲାର ୧୨ ଗୋଟି ବ୍ଲକ୍ ରେ ଏହାର ସୁଫଳ ଦେଖିବାକୁ ମିଲିବ ବୋଲି…
କନ୍ଧମାଳ (ଶ୍ରେୟ ତରଙ୍ଗ): ଫିରିଙ୍ଗିଆ ବ୍ଲକ୍ ଡିମିରିଗୁଡା ପଞ୍ଚାୟତ, ପଟାକିଲୋ ଗ୍ରାମର ଭକ୍ତ ଚରଣ ମଲ୍ଲିକ, 35 ବର୍ଷ , ବାଙ୍ଗାଲୋର କୁ କାମ କରିବାକୁ ଯାଇଥିବା ବେଳେ, ସେଥି ଦୁବୃର୍ତ୍ତ ମାନଂକ ଦ୍ଵାରା ଅପହରଣ ହୋଇ ନିର୍ଯାତନା ର ଶିକାର ହେଉଥିବା ବେଳେ, ଦଶ ଲକ୍ଷ ଟଙ୍କାରେ ମୁଣ୍ଡ ଜାମିନ ରଖିଛନ୍ତି ଦୁବୃର୍ତ୍ତ ମାନେ । ପରିବାର ଲୋକଙ୍କ ଠାରୁ ସୂଚନା ଅନୁସାରେ, ଗୋଟିଏ ମାସ ତଳେ ଭକ୍ତ ବାଙ୍ଗାଲୋର କାମ କରିବାକୁ ଯାଇଥିଲେ । ସେଥି ପହଞ୍ଚିବାର 3 ଦିନ ପରେ ଘରକୁ ଫୋନ ଆସିଥିଲା, ତୁରନ୍ତ 10 ଲକ୍ଷ ଟଙ୍କା ଦିଅ, ନହେଲେ ଜୀବନ ରୁ ମାରିଦେବୁ । ଏହି ଘଟନା ପରେ, ପରିବାର ଲୋକ ବହୁତ୍ କଷ୍ଟ ରେ ଏକ ଲକ୍ଷ୍ୟ ସତୁରୀ ହଜାର ଟଙ୍କା ଯୋଗାଡ କରି ପଠାଇଥିଲେ । ଅବଶିଷ୍ଟ ଟଙ୍କା ପଠେଇ ପାରିବି ନାହିଁ ବୋଲି କହିଥିଲେ । ବାଙ୍ଗାଲୋର ରେ…
