Author: sreyataranga

କନ୍ଧମାଳ ( ଶ୍ରେୟ ତରଙ୍ଗ): କନ୍ଧମାଳ ଜିଲ୍ଲା ଖଜୁରୀପଡା ବ୍ଲକ ଗୁଦାରୀ ଆଞ୍ଚଳିକ ସାଧନ କେନ୍ଦ୍ରରେ “ଆମ ସଂସ୍କୃତି ଆମ ଖେଳନା “ଶିକ୍ଷଣ ସାମଗ୍ରୀ ପ୍ରସ୍ତୁତି କର୍ମଶାଳା ଅନୁଷ୍ଠିତ ହୋଇଯାଇଛି !ସାଧନ କେନ୍ଦ୍ର ସଂଯୋଜିକା ସୁଜାତା କୁମାରୀ ପ୍ରଧାନଙ୍କ ଅଦକ୍ଷତାରେ ଦୁଇ ଦିନ ଧରି ଏହି କର୍ମଶାଳା ଅନୁଷ୍ଠିତ ହୋଇଥିଲା ! ଶିକ୍ଷକ, ଶିକ୍ଷୟିତ୍ରୀ ଏବଂ ଛାତ୍ରଛାତ୍ରୀ ମାନଙ୍କ ବୌଦ୍ଧିକ, ସହ-ବୌଦ୍ଧିକ ବିକାଶ ସହିତ ଖେଳନା ମାଧ୍ୟମରେ ଛାତ୍ର ଛାତ୍ରୀ ମାନଙ୍କୁ ଶିକ୍ଷା ପ୍ରଦାନ ଉପରେ କର୍ମଶାଳାରେ ଶିକ୍ଷୟତ୍ରୀ ମାନଙ୍କୁ ତାଲିମ ପ୍ରଦାନ କରାଯାଇଥିଲା !ଶିକ୍ଷକ ସାମଗ୍ରୀ ଗୁଡ଼ିକ ଦୈନନ୍ଦିନ କାର୍ଯ୍ୟ ସହିତ ଜଡ଼ିତ ସଂସ୍କୃତି ଏବଂ ମୌଳିକ ସାକ୍ଷରତା ସଂଖ୍ୟାଜ୍ଞାନକୁ ନେଇଁ ପ୍ରସ୍ତୁତ କରାଯାଇଥିଲା !ଏହି କର୍ମଶାଳାରେ ଗୁଦାରୀ କ୍ଲଷ୍ଟରର ନଅ(9) ଗୋଟି ବିଦ୍ୟାଳୟର ଶିକ୍ଷୟତ୍ରୀ ମାନେ ଯୋଗ ଦେଇଥିଲେ !ଦୁଇ ଦିନ ଧରି ବିଭିନ୍ନ ସାଧନ କେନ୍ଦ୍ରର ପ୍ରଶିକ୍ଷକ ମାନେ ଶିକ୍ଷୟତ୍ରୀ ମାନଙ୍କୁ ପ୍ରଶିକ୍ଷଣ ଦେଇଥିଲେ ଏବଂ ଗୁଦାରୀ…

Read More

କନ୍ଧମାଳ (ଶ୍ରେୟ ତରଙ୍ଗ): କନ୍ଧମାଳ ଜିଲ୍ଲାର ବିଭିନ୍ନ ପାହାଡ ପର୍ବତ ରୁ ୨୫ରୁ ଅଧିକ ନଦୀର ଉତ୍ପତ୍ତି ହୋଇଛି। ନଦୀ ଗୁଡ଼ିକ କନ୍ଧମାଳ ଜିଲ୍ଲାରୁ ବାହାରି ପଡୋଶୀ ନୟାଗଡ଼, ବୌଦ୍ଧ, ଗଞ୍ଜାମ କଳାହାଣ୍ଡି, ଗଜପତି ଜିଲ୍ଲାକୁ ବହି ଯାଇଛି । କନ୍ଧମାଳ ଜିଲ୍ଲା ପାହାଡିଆ ଜିଲ୍ଲା ହୋଇଥିବାରୁ, ଜଳ ନଦୀରେ ବହି ଯାଇଛି । ଜିଲ୍ଲାରେ ବୃହତ୍ ଜଳଭଣ୍ଡାର ନଥିବାରୁ, ପଡୋଶୀ ଜିଲ୍ଲାର ସମତଳ ଅଞ୍ଚଳ ରେ ଚାଷ କ୍ଷେତକୁ ସବୁଜିମା କରୁଥିବା ବେଳେ ପ୍ରାୟ କନ୍ଧମାଳ ଜିଲ୍ଲାର ଚାଷୀ ମାନେ ଏହାର ସୁଫଳ ପାଇ ପାରୁ ନାହାନ୍ତି । ଏତେ ସଂଖ୍ୟକ ନଦୀକୁ ଜନ୍ମ ଦେଇଥିବା କନ୍ଧମାଳରେ ପ୍ରତିବର୍ଷ ଗ୍ରୀଷ୍ମ ଋତୁ ଆରମ୍ଭରୁ ଜଳକଷ୍ଟ ର ଭୟାଭହ ଦେଖିବାକୁ ମିଳିଥାଏ । କନ୍ଧମାଳ ଜିଲ୍ଲାର ବିଭିନ୍ନ ପାହାଡ ପର୍ବତ ରୁ ଋଷିକୁଲ୍ୟା, ସାଲୁଙ୍କୀ, ଖଡ଼୍‌ଗ, ବୃତ୍ତଙ୍ଗ, ରାହୁଳ, ବାଘ, ଉତ୍ତେଇ, ଚାଉଳଧୁଆ ଆଦି ପ୍ରମୁଖ ନଦୀ ଏବଂ ସେମାନଙ୍କର ଉପନଦୀ…

Read More

ଦଶପଲ୍ଲା (ଶ୍ରେୟ ତରଙ୍ଗ): ଦଶପଲ୍ଲା ର ୧୪ ଗୋଟି ବଣିକ ସଙ୍ଘ କୁ ନେଇ ଗଠିତ ମହାବୀର ବଣିକ ମହାସଂଘ ଚତୁର୍ଦ୍ଧଶ ତମ ବାର୍ଷିକ ଉତ୍ସବ ଆସନ୍ତା ୪ ତାରିଖ ମଙ୍ଗଳବାର ଦିନ ମହା ସମାରୋହ ରେ ପାଳନ ହେବ ବୋଲି ମହାସଂଘ ର ସଭାପତି ଅଲେଖ ସାହୁ ଏକ ପ୍ରେସ ନୋଟ ରେ ପ୍ରକାଶ କରିଛନ୍ତି ଉକ୍ତ ଦିନ ପ୍ରତ୍ୟୁଷ ରୁ ଦିନ ୩ ଘଣ୍ଟା ପର୍ଯ୍ୟନ୍ତ ଦଶପଲ୍ଲା ର ସମସ୍ଥ ବ୍ୟବସୟୀ ପ୍ରତିଷ୍ଠାନ ଏହି ବାର୍ଷିକ ଉତ୍ସବ ରେ ସାମିଲ ହୋଇ ଦୋକାନ ବଜାର ୧0 ଘଣ୍ଟା ପର୍ଯ୍ୟନ୍ତ ବନ୍ଦ ରହିବ. କେତେକ ଅତ୍ୟାବଶ୍ୟକ ଦୋକାନ ଓ ପ୍ରତିଷ୍ଟାନ କୁ ଏଥିରୁ ବାଦ ଦିଆ ଯାଇଛି ବୋଲି ସଭାପତି ଶ୍ରୀ ସାହୁ ସୂଚନା ଦେଇଛନ୍ତି । ଏହି ଦିବସ ରେ ଦଶପଲ୍ଲା ର ପ୍ରବେଶ ପଥ ବିଶ୍ଵକର୍ମା ବଜାର ଠାରୁ ଏକ ବାଇକ ଶୋଭାଯାତ୍ରା ସମସ୍ଥ ବଜାର ପରିକ୍ରମା…

Read More

ତୁମୁଡିବନ୍ଧ,(ଶ୍ରେୟ ତରଙ୍ଗ): ବେଲଘର ଅଂଚଳରେ ସରକାରୀ ବସ ଧକ୍କାରେ ଜଣେ ଅଙ୍ଗନୱାଡି କର୍ମୀ ସ୍ନେହଲତା ମଝିଆସେଠ ଙ୍କ ଜୀବନ ଚାଲି ଯାଇଛି ।ସରକାରୀ ବସ୍ od 12 7027 ଯାହାର ଫିଟନେସ ଓ ପରମିଟ କୁ ନେଇ ଏବେ ଉଠିଛି ପ୍ରଶ୍ନ । ବିନା ଫିଟନେସ ରେ କିଭଳି ଗାଡି ରାସ୍ତା ରେ ଗଡୁଥିଲା ତାହାକୁ ନେଇ ଏବେ ବୁଦ୍ଧିଜୀବୀ ମାନେ ପ୍ରଶ୍ନ କରିଛନ୍ତି। ମୃତ ଅଙ୍ଗନବାଡି କର୍ମୀଙ୍କ ଶବକୁ ତୁମୁଡିବନ୍ଧ ମୁଖ୍ୟ ରାସ୍ତା ଉପରେ ଥୋଇ, ଟାୟାର ଜାଳି ଶତାଧିକ ଅଙ୍ଗନବାଡି କର୍ମୀ, ଅଂଚଳବାସୀ ରାସ୍ତା କୁ ଅବରୋଧ କରିଥିଲେ । ଉତ୍ୟକ୍ତ ଲୋକେ ଉଭୟ ତୁମୁଡିବନ୍ଧଠାରୁ ମୁନିଗୁଡା ରାସ୍ତା, ତୁମୁଡିବନ୍ଧ ଠାରୁ ଫୁଲବାଣୀ ରାସ୍ତା କୁ ସମ୍ପୂର୍ଣ୍ଣ ବନ୍ଦ କରିଥିଲେ. ପାଖାପାଖି ଦଶ ଘଣ୍ଟା ଧରି ରାସ୍ତା କୁ ଅବରୋଧ କରି ରଖିଥିଲେ. ସ୍ଥାନୀୟ ପ୍ରଶାସନ, ପୋଲିସ ର ଚେଷ୍ଟା ସତ୍ୱେ ରାସ୍ତା ରୋକ ହଟି ନଥିଲା ।…

Read More

ନୂଆଗାଁ : (ଶ୍ରେୟ ତରଙ୍ଗ): ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଲକ ସଭାଗୃହ ରେ ନବମ ସାଧାରଣ ଅଧିବେଶନ ଅନୁଷ୍ଠିତ ହୋଇଯାଇଛି । ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ବ୍ଲକ ଅଧ୍ୟକ୍ଷା , ବି ଡି ଓ, କନ୍ଧମାଳ ସାଂସଦଙ୍କ ପ୍ରତିନିଧି, ବ୍ଲକ ଉପାଧ୍ୟକ୍ଷ , ୧୭ ନମ୍ୱର୍ ଜୋନ ଜିଲ୍ଲା ପରିଷଦ ସଭ୍ୟା, ସମସ୍ତ ବିଭାଗର ଅଧିକାରୀ ଓ ସମସ୍ତ ପଞ୍ଚାୟତ ର ସମିତି ସଭ୍ୟ ଓ ସରପଞ୍ଚ ମାନେ ଉପସ୍ଥିତ ଥିଲେ । ବୈଠକ ଆରମ୍ଭରୁ ସାଂସଦଙ୍କ ପ୍ରତିନିଧିଙ୍କ ରାଜନୈତିକ ମନ୍ତବ୍ୟ ପାଇଁ ଜନ ପ୍ରତିନିଧି ମାନଙ୍କ ସହ କଥା କଟା କଟି ହୋଇଥିଲା । ବିଧାୟକ ଏହାର ବିରୋଧ କରି ସରକାରୀ ଦଳରେ ଥାଇ କିପରି ପ୍ରଶ୍ନ କରୁଛନ୍ତି ତଥା କିପରି ସମସ୍ତ ବିକାଶମୂଳକ କାର୍ଯ୍ୟ ଜାରି ରହିବ ସେ ନେଇ ଆଲୋଚନା ହେଉ କହିବାରେ ଟେବୁଲ୍ ବାଡେଇ ସରପଞ୍ଚ ଓ ସମିତି…

Read More

(ଶ୍ରେୟ ତରଙ୍ଗ): ଆଞ୍ଚଳିକ ସରକାରୀ ଉଚ୍ଚ ବିଦ୍ୟାଳୟ ପକ୍ଷରୁ ଜାତୀୟ ବିଜ୍ଞାନ ଦିବସ ପାଳିତ ହୋଇ ଯାଇଛି। ଏହି ଅବସରରେ ଆୟୋଜିତ ବିଜ୍ଞାନ ମେଳାକୁ ରେଭେନ୍ସା ବିଶ୍ବବିଦ୍ୟାଳୟର ରସାୟନ ବିଜ୍ଞାନ ବିଭାଗର ପ୍ରାଧ୍ୟାପକ ଡଃ. ସିଦ୍ଧାର୍ଥ ଭରଦ୍ୱାଜ ଉଦଘାଟନ କରି ଶିଶୁ ବୈଜ୍ଞାନିକ ମାନଙ୍କ ୩୦ ରୁ ଉର୍ଦ୍ଧ୍ବ ପ୍ରକଳ୍ପକୁ ବୁଲି ଦେଖିଥିଲେ I ବିଜ୍ଞାନର ଅଗ୍ରଗତି ଏବଂ ଆଜିର ମଣିଷ ଶୀର୍ଷକ ଗୀତରେ ବିଦ୍ୟାଳୟର ଛାତ୍ରୀ ମାନେ ନୃତ୍ୟାଭିନୟ ପ୍ରଦର୍ଶନ କରିଥିଲେ । କାର୍ଯ୍ୟକ୍ରମର ଦ୍ଵିତୀୟ ପର୍ଯ୍ୟାୟରେ ଆୟୋଜିତ ସଭାରେ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ. ସନ୍ଧ୍ୟାରାଣୀ ବେହେରା ସଭାପତିତ୍ବ କରିଥିବା ବେଳେ ମୁଖ୍ୟବକ୍ତା ଭାବରେ ବିଦ୍ୟାଳୟର ବିଜ୍ଞାନ ଶିକ୍ଷୟତ୍ରୀ ଶୁଭ୍ରାଶ୍ରୀ ଦାସ ଯୋଗଦେଇ ଆଧୁନିକ ଯୁଗରେ ବିଜ୍ଞାନର ଉପଯୋଗିତା ଉପରେ ଆଲୋକପାତ କରିଥିଲେ । ପ୍ରାଧ୍ୟାପକ ଡଃ. ସିଦ୍ଧାର୍ଥ ଭରଦ୍ୱାଜ ମୁଖ୍ୟ ଅତିଥି ଭାବରେ ଉପସ୍ଥିତ ରହି ଜାତୀୟ ବିଜ୍ଞାନ ଦିବସ ପାଳନର ତାତ୍ପର୍ଯ୍ୟ ଏବଂ ସି.ଭି ରମଣ…

Read More

ଓଡ଼ିଆ ଅଭିନେତା ସ୍ବର୍ଗତ ଉତ୍ତମ ମହାନ୍ତିଙ୍କ ପାର୍ଥିବ ଶରୀର ପହଞ୍ଚିବ ପରେ, ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝୀ, ଶେଷ ଦର୍ଶନ କରିବା, ଶ୍ରଦ୍ଧା ସୁମନ ଅର୍ପଣ କରିଛନ୍ତି। ପରିବାର ଲୋକଙ୍କୁ ଭେଟି ସମବେଦନା ଜଣାଇଛନ୍ତି

Read More

ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ, ଓଡ଼ିଶା ର ବିଶିଷ୍ଟ ଅଭିନେତା ଉତ୍ତମ ମହାନ୍ତିଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ଶୋକ ପ୍ରକାଶ କରି କହିଛନ୍ତି, ଉତ୍ତମ ଥିଲେ ଓଡ଼ିଆ ସିନେ ଜଗତର ଧୃବ ତାରା । ସଂପୂର୍ଣ୍ଣ ରାଷ୍ଟ୍ରୀୟ ମର୍ଯ୍ୟାଦା ସହିତ ଶେଷ କୃତ୍ୟ ସଂପନ୍ନ ପାଇଁ ନିଷ୍ପତ୍ତି ନିଆଯାଇଛି । ବିଶିଷ୍ଟ ଓଡ଼ିଆ ଅଭିନେତା ଉତ୍ତମ ମହାନ୍ତିଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଗଭୀର ଶୋକ ପ୍ରକାଶ କରିଛନ୍ତି । ଏକ ବାର୍ତ୍ତାରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଉତ୍ତମ ମହାନ୍ତି ଥିଲେ ଓଡ଼ିଆ ସିନେ ଜଗତର ଧ୍ରୁବ ତାରା ସଦୃଶ। ଦୀର୍ଘ ଦୁଇ ଦଶନ୍ଧିରୁ ଅଧିକ ସମୟ ଧରି ସେ ଓଡ଼ିଆ ସିନେ ସେମା ଜଗତର ଥିଲେ ଅପ୍ରତିଦ୍ଵନ୍ଦୀ ନାୟକ। ଓଡ଼ିଆ କଳା ଜଗତର ସେ ଥିଲେ ଆଇକନ। ଓଡ଼ିଆ ସହିତ ଅନେକ ବଙ୍ଗାଳୀ ଓ ଏପରିକି ହିନ୍ଦୀ ଚଳଚ୍ଚିତ୍ରରେ ଅଭିନୟ କରି ସେ ଓଡ଼ିଆ ଚଳଚ୍ଚିତ୍ର ଜଗତକୁ ଏକ ଉଚ୍ଚ ସ୍ତରକୁ…

Read More

ଭୁବନେଶ୍ୱର (ଶ୍ରେୟ ତରଙ୍ଗ): ଆଉ ନାହାନ୍ତି ଓଡ଼ିଆ ଚଳଚ୍ଚିତ୍ର ଜଗତର ଦଣ୍ଡା ବାଳୁଙ୍ଗା ଉତ୍ତମ ମହାନ୍ତି। ଚିକିତ୍ସାଧୀନ ସମୟରେ ମେଦାନ୍ତ ହସ୍ପିଟାଲ ରେ ଆଜି ୬୬ ବର୍ଷ ବୟସରେ ତାଙ୍କର ପରଲୋକ ଘଟିଛି । ୧୯୫୮ ମସିହା ଡିସେମ୍ବର ୨୩, ବାରିପଦାରେ ଜନ୍ମଗ୍ରହଣ କରିଥିଲେ ଉତ୍ତମ ମହାନ୍ତି। ୧୯୭୭ ମସିହାରେ ଅଭିମାନ କଥାଚିତ୍ରରୁ ଅଭିନୟ ଯାତ୍ରା ଆରମ୍ଭ କରିଥିଲେ ପରେ ସିନେମା ଛାଡି ମନ ବଳାନ୍ତି ପାଠ ପଢାରେ। ପାଠ ପଢା ସରିବା ପରେ ପୁଣି ପତିପତ୍ନୀ ଚଳଚ୍ଚିତ୍ରରେ ଆସନ୍ତି ପରଦାକୁ। ତାପରେ ଆଉ ପଛକୁ ଫେରି ନାହାନ୍ତି ଉତ୍ତମ । ଗୋଟିଏ ପରେ ଗୋଟିଏ ଚଳଚ୍ଚିତ୍ରରେ ଦେଖାଇଥିଲେ ତାଙ୍କ ଅଭିନୟର ଯାଦୁ। ସେ ପାଖାପାଖି ୧୩୫ ରୁ ଅଧିକ ଓଡ଼ିଆ ଚଳଚ୍ଚିତ୍ର , ୩୦ ଟି ବଙ୍ଗଳା ସିନେମା ଓ ଗୋଟିଏ ହିନ୍ଦୀ ସିନେମାରେ ଅଭିନୟ କରିଛନ୍ତି। ତାଙ୍କ ଅଭିନୀତ ସିନେମା ଗୁଡିକ ମଧ୍ୟରେ ରହିଛି କଳ୍କୀ ଅବତାର, ରୂପା…

Read More

କନ୍ଧମାଳ ଜିଲ୍ଲାର ସାମଗ୍ରିକ ବିକାଶ ପାଇଁ ଦାରିଙ୍ଗବାଡ଼ି ଇକୋ ରିଟ୍ରିଟ ଠାରେ ୨ ଦିନିଆ ଇନଭେଷ୍ଟ- କନ୍ଧମାଳ ୨୦୨୫ ଉଦଘାଟିତ ହୋଇଛି l ରାଜ୍ୟ ତଥା ରାଜ୍ୟ ବାହାରୁ ପାଖାପାଖି ୮୦ ଜଣ ପୁଞ୍ଜି ନିବେଶକାରୀ ଏହି ଦୁଇ ଦିନିଆ କର୍ମଶାଳା ରେ ଯୋଗ ଦେଇଛନ୍ତି । ଜିଲ୍ଲାପାଳ ଅମ୍ରିତ୍ ଋତୁରାଜ ପୁଞ୍ଜିନିବେଶକାରୀ ମାନଙ୍କୁ ଜିଲ୍ଲାରେ କେଉଁ କେଉଁ କ୍ଷେତ୍ରରେ ପୁଞ୍ଜିନିବେଶ ହୋଇପାରିବ ଓ ସେଥିପାଇଁ ସରକାରଙ୍କ ତରଫରୁ କଣ କଣ ସୁଵିଧା ସୁଯୋଗ ଯୋଗାଇ ଦିଆଯିବ ସେ ସମ୍ପର୍କରେ ତଥ୍ୟ ଉପସ୍ଥାପନ କରିଥିଲେ l ରାଜ୍ୟରେ ଉତ୍କର୍ଷ ଓଡିଶା କାର୍ଯ୍ୟକ୍ରମ ଅନୁଷ୍ଠିତ ହେବା ପରେ କନ୍ଧମାଳ ଜିଲ୍ଲାର ଦାରିଙ୍ଗବାଡିରେ ଏଭଳି କାର୍ଯ୍ୟକ୍ରମକୁ ଆସି ଖୁସି ପ୍ରକାଶ କରି କନ୍ଧମାଳ ଜିଲ୍ଲାରେ ପୁଞ୍ଜିନିବେଶ ପାଇଁ ଆଗ୍ରହ ଦେଖାଇଛନ୍ତି l ଜିଲ୍ଲାରେ ପ୍ରଥମ ଥର ପାଇଁ ଏଭଳି ପୁଞ୍ଜିନିବେଶ ସମ୍ମିଳନୀ ଆୟୋଜିତ ହେବାଦ୍ୱାରା ଜିଲ୍ଲାର ସାମୁହିକ ବିକାଶ ହେବ ଓ ସ୍ଥାନୀୟ ଜନସାଧାରଣ…

Read More

ଭୁବନେଶ୍ଵର: (ଶ୍ରେୟ ତରଙ୍ଗ): ଏକାମ୍ର କ୍ଷେତ୍ର ଶ୍ରୀ ଲିଙ୍ଗରାଜଙ୍କ ପୀଠରେ ମହାଦୀପ ଉଠିବା ବେଳେ ଅଘଟଣ ଘଟିଯାଇଛି। ମନ୍ଦିର ଉପରକୁ ମହାଦୀପ ନେଇ ଚଢ଼ିବା ବେଳେ ସେବାୟତ ଖସି ପଡ଼ିଛନ୍ତି । ପରେ ଅନ୍ୟ ଜଣେ ସେବାୟତ ମହାଦୀପ ନେଇ ମନ୍ଦିର ଚୂଡ଼ାକୁ ଯାଇଥିଲେ । ବେଢ଼ା ପରିକ୍ରମା ପରେ ସେବାୟତ ମହାଦୀପ ଉଠାଇଛନ୍ତି । ପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ନୀତି କାନ୍ତି ଶେଷ ପରେ ରାତି ୧୦ଟା ୪୦ରେ ମହାଦୀପ ଉଠିଲା । ଦୀପ ଉଠିବା ବେଳେ ଉପସ୍ଥିତ ଶ୍ରଦ୍ଧାଳୁ ଓ ସେବାୟତଙ୍କ ହର ହର ମହାଦେବ ଧ୍ୱନିରେ କମ୍ପି ଉଠିଥିଲା ମନ୍ଦିର ପରିସର । ଶ୍ରଦ୍ଧାଳୁଙ୍କ ଭିଡ଼କୁ ଦୃଷ୍ଟିରେ ରଖି ପୋଲିସ ପ୍ରଶାସନ ପକ୍ଷରୁ କଡ଼ା ବ୍ୟବସ୍ଥା ଗ୍ରହଣ କରାଯାଇଛି । ଶ୍ରୀଜୀଉଙ୍କ ଜାଗର ଯାତ୍ରା ଅବସରରେ ୭ ଥର ଲିଙ୍ଗରାଜ ମନ୍ଦିର ବେଢ଼ା ପରିକ୍ରମା ପରେ ମହାଦୀପ ଉଠିଛି । ଶ୍ରୀଲିଙ୍ଗରାଜଙ୍କ ସନ୍ଧ୍ୟା ଆଳତି ଓ ଟେରା ଫିଟା ନୀତି…

Read More

ଖୋର୍ଦ୍ଧା – ବଲାଙ୍ଗୀର ରେଳ ପ୍ରକଳ୍ପ କାମ ଆଉ ଦୁଇପାଦ ଆଗେଇଛି । ଦୀର୍ଘ ବର୍ଷର ସ୍ବପ୍ନ ଶୀଘ୍ର ପୂରଣ ହେବାକୁ ଯାଉଛି । ବର୍ତ୍ତମାନ ଖୋର୍ଦ୍ଧା ଠାରୁ ଦଶପଲ୍ଲା ୧୦୫ କିମି ଟ୍ରେନ ଲାଇନ କାମ ସରି ଯାଇଥିବା ବେଳେ, ନିୟମିତ ଭୁବନେଶ୍ୱର, ପୁରୀରୁ ଟ୍ରେନ ଚଳାଚଳ କରୁଛି । ଅନ୍ୟପଟେ ବଲାଙ୍ଗୀର ଠାରୁ ଆଡେନିଗଡ଼ ୧୪୦ କିମି ରେଳ ଲାଇନ୍ କାମ ସାରିଥିବା ବେଳେ, ଟ୍ରେନ ଇଞ୍ଜିନ ଟ୍ରାଏଲ ରେ ଆସି ସାରିଛି ଖୋର୍ଦ୍ଧା – ବଲାଙ୍ଗୀର ରେଳ ପ୍ରକଳ୍ପ ସମୁଦାୟ ୩୦୬ କିମି ରୁ ୨୪୫ କିମି ଟ୍ରେନ ପ୍ରକଳ୍ପ ସରି ସରିଛି । ଦଶପଲ୍ଲା ରୁ ବାଣୀଗୋଚ୍ଛା ମଧ୍ୟରେ ଜମି ଅଧିଗ୍ରହଣ କାମ ବୁଗୁଡ଼ା କଲୋନୀ ରେ ବାକି ରହିଛି । ବକେୟା ପ୍ରାପ୍ୟ ନ ପାଇବାରୁ କଲୋନି ବାସି କାମ ବନ୍ଦ ରଖିଥିବା ବେଳେ, ଟ୍ରେନ ପ୍ରକଳ୍ପ କାମକୁ ସେମାନେ ସ୍ବାଗତ କରୁଛନ୍ତି ।…

Read More