Author: sreyataranga

ନୟାଗଡ(ଶ୍ରେୟ ତରଙ୍ଗ): ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ମଧ୍ୟରେ ଗୁରୁତର ଟ୍ରାଫିକ ସମସ୍ୟା ପ୍ରତ୍ୟହ ଅନୁଭୂତ ହେଉଛି । ଡାକ୍ତରଖାନା ପରିସରରେ ବଡବଡ଼ ଅଟ୍ଟାଳିକା, ଷ୍ଟାଫ କ୍ୱାର୍ଟର ନିର୍ମାଣ ହେବା ପରେ ପବ୍ଲିକ ପାର୍କିଂ, ୧୦୮ ଆମ୍ବୁଲାନ୍ସ, ଘରୋଇ ଆମ୍ବୁଲାନ୍ସ ପାର୍କିଂ ଏପରିକି ହସ୍ପିଟାଲ ଷ୍ଟାଫ ମାନଙ୍କ ଗାଡି ପାର୍କିଂ ପାଇଁ ଧ୍ୟାନ ଦିଆଯାଉ ନାହିଁ । ଯାହାଫଳରେ ଜବରଦସ୍ତ ପାର୍କିଂ ସମସ୍ୟା ସମାଧାନ ପାଇଁ ଏବେ ଡାକ୍ତରଖାନା ପରିସରରେ ଥିବା ପୁରୁଣା ସର୍ଜରୀ ୱାର୍ଡ ଭଙ୍ଗା ଯାଉଥିବା ଉଦ୍ଧିଷ୍ଟ ସ୍ଥାନକୁ ପବ୍ଲିକ ପାର୍କିଂ ସ୍ଥଳ ଭାବେ ବ୍ୟବହାର କରିବା ପାଇଁ ରାଜ୍ୟ ସ୍ୱାସ୍ଥ୍ୟ ମନ୍ତ୍ରୀ ଶ୍ରୀ ମୁକେଶ ମହାଲିଙ୍ଗ, ରାଜ୍ୟ ସ୍ୱାସ୍ଥ୍ୟ ପରିବାର କଲ୍ୟାଣ ବିଭାଗ, ନୟାଗଡ ବିଧାୟକ ଡ଼ ଅରୁଣ ସାହୁ, ନୟାଗଡ ଜିଲ୍ଲପାଳ ଙ୍କୁ ନୟାଗଡ କଂଗ୍ରେସ ନେତା ତଥା ବରିଷ୍ଟ ଆଇନଜୀବୀ ଶ୍ରୀ ରଣଜିତ ଦାଶ ସାମାଜିକ ଗଣମାଧ୍ୟମ X ଯୋଗେ ପ୍ରସ୍ତାବ ଦେଇଛନ୍ତି l ପ୍ରାୟ…

Read More

କୋଟଗଡ ( ଶ୍ରେୟ ତରଙ୍ଗ) : କୋଟଗଡ଼ ଥାନା ଜାମଝୋର ରାସ୍ତାକଡରେ ପୁଣି ଲାଗିଲା ମାଓବାଦୀ ପୋଷ୍ଟର । ଜାମଝୋର ଗାଁ ଛକ ଏସଏଚ-୫ ମୁଖ୍ୟ ରାସ୍ତା କଡ଼ରେ ଗାଁ କଲ୍ୟାଣ ସମିତିର ହୋଡ଼ିଂ ଉପରେ ୩ଟି କାଗଜ ପୋଷ୍ଟର ମାରି ବିଜେପି ସରକାର, ସଙ୍ଘ ଓ ପୁଲିସ ର ମିଛ ପ୍ରଚାରରେ ଭ୍ରମିତ ନ ହେବାକୁ ଆହ୍ବାନ ଦିଆଯାଇଥିବା ବେଳେ ଜଳ, ଜଙ୍ଗଲ, ଜମି,ଶିକ୍ଷା, ରୋଜଗାର, ମୌଳିକ ସୁବିଧା ପାଇଁ ଭିକ୍ଷା ନୁହେଁ ସଂଘର୍ଷର ପଥ ଆପଣେଇବା ସହ ଇଜ୍ଜତ ର ସହ ବଂଚିବାକୁ ପୋଷ୍ଟର ରେ ଉଲ୍ଲେଖ ଅଛି |ଏହା ବ୍ୟତୀତ କୁଇ ସମାଜ, ପୂର୍ବରୁ କୁଇକୁଳ ସମିତି ନାମରେ ଲାଗିଥିବା ପୋଷ୍ଟରକୁ ବିରୋଧ କରାଯାଇଛି ଏବଂ ମେଟଲାର ମୃତ୍ୟୁ ପାଇଁ ପୁଲିସ କୁ ଦାୟୀ କରି ମାଓବାଦୀ ଆଦିବାସୀ ବିରୋଧୀ ନୁହଁ ବୋଲି ମଧ୍ୟ ପୋଷ୍ଟର ଉଲ୍ଲେଖ ଅଛି | ସୂତ୍ର ଖବର ଅନୁଯାଇ ଗତକାଲି ବିଳମ୍ବିତ…

Read More

ଉତ୍ତରପ୍ରଦେଶ (ଶ୍ରେୟ ତରଙ୍ଗ): ଅଯୋଧ୍ୟା ରାମ ମନ୍ଦିର ମୁଖ୍ୟ ପୂଜକ ଆଚାର୍ଯ୍ୟ ସତ୍ୟେନ୍ଦ୍ର ଦାସଙ୍କ ୮୫ ବର୍ଷ ବୟସ ରେ ପରଲୋକ ହୋଇଛି । ବ୍ରେନ ଷ୍ଟ୍ରୋକ ପରେ ଫେବ୍ରୁଆରୀ ୩ ତାରିଖରୁ ଲକ୍ଷ୍ନୌ ପିଜିଆଇ ହସ୍ପିଟାଲରେ ସତ୍ୟେନ୍ଦ୍ରଙ୍କ ଚିକିତ୍ସା ଚାଲିଥିଲା । ସ୍ୱାସ୍ଥ୍ୟବସ୍ଥା ଗୁରୁତର ହେବା ପରେ ତାଙ୍କୁ ନ୍ୟୁରୋଲୋଜି ଆଇସିୟୁରେ ଭର୍ତ୍ତି କରାଯାଇଥିଲା । ତାଙ୍କ ବିୟୋଗରେ ଉତ୍ତରପ୍ରଦେଶ ସରକାର ଶୋକ ବ୍ୟକ୍ତ କରିଛନ୍ତି । ହସପିଟାଲ ପକ୍ଷରୁ ଏକ ବିଜ୍ଞପ୍ତି ଜାରି କରି କୁହାଯାଇଛି, ଅଯୋଧ୍ୟା ରାମମନ୍ଦିରର ମୁଖ୍ୟ ପୂଜାରୀ ଶ୍ରୀ ସତ୍ୟେନ୍ଦ୍ର ଦାସ ଆଉ ନାହାନ୍ତି । ଫେବୃଆରୀ ୩ରେ ବ୍ରେନ ଷ୍ଟ୍ରୋକ କାରଣରୁ ଗୁରୁତର ଅବସ୍ଥାରେ ତାଙ୍କୁ ହସପିଟାଲରେ ଭର୍ଭି କରାଯାଇଥିଲା । ୮୫ ବର୍ଷ ବୟସରେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି । ଆଚାର୍ଯ୍ୟ ସତ୍ୟେନ୍ଦ୍ର ଦାସ ମଧୁମେହ ଏବଂ ଉଚ୍ଚ ରକ୍ତଚାପ ଭଳି ଗମ୍ଭୀର ରୋଗରେ ପୀଡିତ ଥିଲେ । ଫେବୃଆରୀ…

Read More

ଭୁବନେଶ୍ୱର (ଶ୍ରେୟ ତରଙ୍ଗ): ଭକ୍ତ ଚରଣ ଦାସ ହେଲେ ଓଡ଼ିଶା କଂଗ୍ରେସ ପ୍ରଦେଶ ର ନୂତନ ପିସିସି ସଭାପତି । ଅଲ୍ ଇଣ୍ଡିଆ କଂଗ୍ରେସ କମିଟି AICC ଙ୍କ ଅନୁମୋଦନ କ୍ରମେ ଭକ୍ତ ଚରଣ ଦାସ ଓଡ଼ିଶା PCC ସଭାପତି ହୋଇଛନ୍ତି ଓଡ଼ିଶା ପିସିସି ସଭାପତି ନିଯୁକ୍ତି ନେଇ ଏଆଇସିସି ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି ଓ ଭକ୍ତଚରଣ ଦାସଙ୍କୁ ନିଯୁକ୍ତି ଦେଇଛନ୍ତି ଏଆଇସିସି ଅଧ୍ଯକ୍ଷ ମଲ୍ଲିକାର୍ଜୁନ ଖଡଗେ । ଭକ୍ତ ଙ୍କ ନାମ ଘୋଷଣା ପରେ AICC ଅଧ୍ଯକ୍ଷ ରାହୁଲ ଗାନ୍ଧୀ, ସୋନିଆ ଗାନ୍ଧିଙ୍କୁ ଧନ୍ୟବାଦ୍ ଦେଇଛନ୍ତି । ଦିଲ୍ଲୀରେ ବରିଷ୍ଠ ଓଡ଼ିଆ ସାମ୍ବାଦିକଙ୍କୁ ସାକ୍ଷାତକାର ଦେଇ ଭକ୍ତ କହିଛନ୍ତି , ଦଳକୁ ସଂଗଠିତ କରିବୁ, ଓଡ଼ିଶାର ସ୍ବାର୍ଥ ପାଇଁ ଲଢେ଼ଇ କରିବୁ । ସଠିକ୍ ସମୟରେ ଦଳ ତାଙ୍କୁ ସୁଯୋଗ ଦେଇଛି, କାମ କରିବା ପାଇଁ । ଦଳର ବରିଷ୍ଠ ନେତା, ଅସନ୍ତୁଷ୍ଟ ନେତା କର୍ମୀଙ୍କ ଠାରୁ ଆରମ୍ଭ…

Read More

ଭୁବନେଶ୍ୱର (ଶ୍ରେୟ ତରଙ୍ଗ): ଝିଅ ଜନ୍ମ ହେଲେ ମିଳିବ ୧୨ ହଜାର ଟଙ୍କା ।ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ମିଳିତ ଭାବେ କାର୍ଯ୍ୟକାରୀ ହେବ ମମତା ଓ ପ୍ରଧାନମନ୍ତ୍ରୀ ମାତୃ ବନ୍ଦନା ଯୋଜନା । ଏଥିରେ କନ୍ୟା ସନ୍ତାନ ଜନ୍ମ ପାଇଁ ଗର୍ଭବତୀ ମାନଙ୍କୁ ବର୍ଷକୁ ଅଧିକ ୨ ହଜାର ଟଙ୍କା ପ୍ରଦାନ କରାଯିବ । ଗର୍ଭବତୀ, ପ୍ରସୂତିଙ୍କ ଉତ୍ତମ ସ୍ଵାସ୍ଥ୍ୟ ତଥା କନ୍ୟା ସନ୍ତାନ ଜନ୍ମକୁ ପ୍ରୋତ୍ସାହିତ କରିବାକୁ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ନିଷ୍ପତ୍ତି ନେଇଛନ୍ତି । ପୁତ୍ର ସନ୍ତାନ ଜନ୍ମ ହେଲେ ୧୦ ହଜାର ଟଙ୍କା ପ୍ରଦାନ କରାଯିବ । କନ୍ୟା ସନ୍ତାନ ପାଇଁ ପୂର୍ବରୁ ୧୦ ହଜାର ଟଙ୍କା ଦିଆଯାଉଥିବା ବେଳେ ଏହାକୁ ବର୍ଦ୍ଧିତ କରାଯାଇ ମିଳିତ ଯୋଜନାରେ ୧୨ ହଜାର ଟଙ୍କା ଦିଆଯିବ । ସର୍ବାଧିକ ଦୁଇଟି ସନ୍ତାନ ଜନ୍ମ କ୍ଷେତ୍ରରେ ଏହି ସହାୟତା ଅର୍ଥ ରାଶି ମିଳିବ । ସ୍ଵାସ୍ଥ୍ୟ ସେବା ଯୋଗାଉଥିବା ଅଙ୍ଗନବାଡ଼ି…

Read More

ନୟାଗଡ଼,(ଶ୍ରେୟ ତରଙ୍ଗ): ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଲକ ଅନ୍ତର୍ଗତ ମାଇଛେଳି ଗ୍ରାମପଞ୍ଚାୟତ, କାଣିଗିରି ଗ୍ରାମରେ ଶ୍ରୀ ଶ୍ରୀ ତ୍ରିନାଥ ଠାକୁରଙ୍କ ୧୮ ତମ ବାର୍ଷିକ ଉତ୍ସବ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି। କାଣିଗିରୀ ଗ୍ରାମରେ କେଉଁ ଆବାହନ କାଳରୁ ଶ୍ରୀ ଶ୍ରୀ ତ୍ରିନାଥ ଠାକୁରଙ୍କ ପୁଜା ହୋଇଆସୁଥିବା ବେଳେ ଆଜକୁ ପ୍ରାୟ ୧୮ ବର୍ଷ ହେବ ଗ୍ରାମରେ ଗଢ଼ିଉଠିଥିବା “ତ୍ରିନାଥ ଜିଉ ଯୁବକ ସଂଘ ” ଗ୍ରାମରେ ଶ୍ରୀ ଶ୍ରୀ ତ୍ରିନାଥ ଠାକୁରଙ୍କ ପୂଜା ଉତ୍ସବ କୁ ପ୍ରତିବର୍ଷ ଜାକ ଜମକ ରେ ପାଳନ କରି ଆସୁଛନ୍ତି। ଆଜି ପ୍ରଥମ ଦିବସରେ ଅଙ୍କୁରାରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବା ସହିତ ଠାକୁରଙ୍କ ନିକଟରେ କଳସି ସ୍ଥାପନ ନିମନ୍ତେ ଗ୍ରାମର ଆବାଳବୃଦ୍ଧବନିତା ବିଧି ମୁତାବକ ପୂଜାର୍ଚ୍ଚନା କରି ଗ୍ରାମ ପୋଖରି ରୁ କଳସୀରେ ଜଳ ଧରି ବିରାଟ ପଟୁଆରରେ, ମୃଦଙ୍ଗ ଓ ଢୋଲ, ଖୋଳ ତାଳ ପ୍ରଭୃତି ବାଦ୍ୟ ବଜାଇ ହରିବୋଲ ହୁଳହୁଳି ଦେଇ କାଣିଗିରି…

Read More

କନ୍ଧମାଳ, ( ଶ୍ରେୟ ତରଙ୍ଗ): ଫାଇଲେରିଆ ନିରାକରଣ ଓ ସାମୁହିକ ଔଷଧ ସେବନ ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମ ଫୁଲବାଣୀ ଗାନ୍ଧୀ ସ୍ମୃତି ଭବନ ରେ ଉଦ୍ଘାଟନ ହୋଇଯାଇଛି । ସ୍ଵାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ ଉପସ୍ଥିତ ରହି କାର୍ଯ୍ୟକ୍ରମ ର ଉଦ୍ଘାଟନ କରିଥିବା ବେଳେ, ଭରଚୁଆଲି ମାଧ୍ୟମରେ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରୀ ଜେପି ନଡ୍ଡା ଯୋଡ଼ି ହୋଇଥିଲେ । ଓଡ଼ିଶା ସମେତ ୧୨ ଗୋଟି ରାଜ୍ୟରେ ଏହି କାର୍ଯ୍ୟକ୍ରମ ରେ ଭର୍ଚୁଆଲି ମାଧ୍ୟମ ରେ ଯୋଡ଼ି ହୋଇଥିଲେ । ମନ୍ତ୍ରୀ ନିଜେ ଔଷଧ ଖାଇବା ସହିତ ଛୋଟ ଛୋଟ ଶିଶୁ ମାନଙ୍କୁ ଔଷଧ ଖୁଆଇ କାର୍ଯ୍ୟକ୍ରମ ର ଶୁଭାରମ୍ଭ କରିଥିଲେ। ଦୁଇ ବର୍ଷରୁ ଅଧିକ ସମସ୍ତ ବ୍ୟକ୍ତି ଔଷଧ ସେବନ କରିବା ପାଇଁ ଅନୁରୋଧ କରିଥିଲେ ମନ୍ତ୍ରୀ । କନ୍ଧମାଳ ଜିଲ୍ଲା ଏକ ଦୁର୍ଗମ ଜିଲ୍ଲା ହୋଇଥିବା ବେଳେ, ଡାକ୍ତର ସମସ୍ୟା ଏକ ପ୍ରମୁଖ ସମସ୍ୟା ହୋଇଥିବାରୁ, କନ୍ଧମାଳ ଜିଲ୍ଲାର ପ୍ରତ୍ୟେକ ବ୍ଲକ୍…

Read More

କଣନ୍ଧମାଳ, (ଶ୍ରେୟ ତରଙ୍ଗ ): ଫୁଲବାଣୀ ବ୍ଲକ୍ ଦୁଡୁକି ପଞ୍ଚାୟତ ଚାଉଲପାଙ୍ଗା ଗାଁରେ ବିଦୂତ୍ ସର୍ଟ ସର୍କିଟ ଯୋଗୁଁ ଘରେ ନିଆଁ ଲାଗି ପାନୁଆ ଦିଗାଲଙ୍କ ଘରେ ଲକ୍ଷାଧିକ ଟଙ୍କାର ସମ୍ପତି ପୋଡ଼ିନଷ୍ଟ ହୋଇଯାଇଛି । ଦିନ ଦଶଟା ବେଳେ କୌଣସି କାରଣରୁ ବିଦୁଟ୍ ସର୍କିଟ ହୋଇ ନିଆଁ ଲାଗିଥିବା ବେଳେ, ଆଯବେଷ୍ଟ୍ ଘର ଓ ଘରେ କାଠ ସାମାନ ଥିବାରୁ ନିଆଁ ବହୁତ୍ ଜୋର ଲାଗିଥିଲା । ଫ୍ରିଜ କୁଲାର୍, ଟିଭି, ସୁନା ରୂପା ସହ ଖାଇବା ସାମଗ୍ରୀ, ଲୁଗା ପଟା, ସହ ଜରୁରୀ କାଗଜ ପତ୍ର ମଧ୍ୟ ପୋଡ଼ି ନଷ୍ଟ ହୋଇଯାଇଛି । ସୌଭାଗ୍ୟ ବସତ୍ ଘରେ କେହି ନଥିବାରୁ, କାହାକୁ ବିଦୁଟ ଆଘାତ ଲାଗି ନାହିଁ । ପ୍ରାୟ ପାଞ୍ଚ ବଖରା ଘରେ ନିଆଁ ଲାଗିଥିବା ବେଳେ, ଲକ୍ଷାଧିକ ଟଙ୍କାର ସାମାନ ପୋଡ଼ି ନଷ୍ଟ ହୋଇଯାଇଛି । ଫୁଲବାଣୀ ଦମକଳ ବାହିନୀ ଆସି ନିଆଁ କୁ ଲିଭାଇବା…

Read More

କନ୍ଧମାଳ,(ଶ୍ରେୟ ତରଙ୍ଗ): ଫୁଲବାଣୀ ସହର ଶ୍ରୀ ଜଗନ୍ନାଥ ମନ୍ଦିରରୁ ବିଳମ୍ବିତ ରାତିରେ କିଛି ଦୁବୃର୍ତ୍ତ ପଶି ହୁଣ୍ଡି ତାଡି ନେଇଛନ୍ତି । ଏଥିସହ ଦିଅଁଙ୍କ ମସ୍ତକ ରୁ ତିନି ଗୋଟି ସୁନା ଚିତା ମଧ୍ୟ ଚୋରି ହୋଇଥିବା ଅଭିଯୋଗ ହୋଇଛି । ଆଜି ଭୋରୁ ମନ୍ଦିର ବଡ଼ପଣ୍ଡା ପୂଜା କରିଗଲା ବେଳେ ଦେଖିଲେ, ପ୍ରଥମ କବାଟ ତାଲା ଭାଙ୍ଗିଯାଇଥିବା ବେଳେ, ଦ୍ୱିତୀୟ କବାଟ ଭଙ୍ଗା ଯାଇଛି । ଏଥିସହ ମନ୍ଦିର ଭିତରେ ହୁଣ୍ଡି ନଥିବା ଦେଖିଥିଲେ ପୂଜାରୀ । ଗତକାଲି ଏକାଦଶୀ ରେ ଠାକୁରଙ୍କ ସୁନାବେଶ ଥିବାରୁ, ତିନିଠାକୁରଙ୍କ ମସ୍ତକ ରେ ଲାଗିଥିବା ସୁନା ଚିତା ଚୋରି ହୋଇଥିବା ଦେଖିଥିଲେ ପୂଜାରୀ । ପରିଚାଳନା କମିଟି କୁ ଖବର ଦେବା ସହ କମିଟି ତରଫରୁ ଟାଉନ ଥାନା ରେ ଅଭିଯୋଗ କରିଥିଲେ । ଖବର ପାଇ ଟାଉନ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିବା ସହ ଚୋରି ହୋଇଥିବା…

Read More

ନୟାଗଡ଼, (ଶ୍ରେୟ ତରଙ୍ଗ) ନୟାଗଡ଼ ଜିଲ୍ଲା ଗଣିଆ ଥାନା ଆଡ଼କଟା ପଞ୍ଚାୟତର ହଦପଶି ଗ୍ରାମର ଚରଣ ବେହେରା ଗତ ୩୦ ତାରିଖରୁ ନିଖୋଜ ଥିବବେଳେ, ଆଜି ତାଙ୍କର ମୃତ ଦେହ କନ୍ଧମାଳ ଜିଲ୍ଲା ଖଜୁରୀପଡ଼ା ଗାଡିଆ ମଡା ଘାଟିରୁ ଉଦ୍ଧାର କରାଯାଇଛି । ନୟାଗଡ଼ ଏସଡିପିଓଙ୍କ ସହ ଗଣିଆ, ବାଣୀଗୋଚ୍ଛା ଓ କନ୍ଧମାଳ ଜିଲ୍ଲା ଖଜୁରୀପଡ଼ା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଥିବା ବେଳେ, ଖଜୁରୀପଡ଼ା ଦମକଳ ବାହିନୀ ସହାୟତା ରେ ସବ ଘାଟି ତଳୁ ଉଦ୍ଧାର କରାଯାଇଥିଲା । ନୟାଗଡ଼ ସାଇଣ୍ଟଫିକ ଟିମ୍ ପହଞ୍ଚି ତଦନ୍ତ କରିଥିଲେ । ସୂଚନା ଅନୁସାରେ, ପିଣ୍ଟୁ ବେହେରା ଓ ମାନସ ଡାଙ୍ଗୁଆ ଘରୁ ମଦ ପିଇବାକୁ ଗତ ୩୦ତାରିଖ ସନ୍ଧ୍ୟାରେ ଘରୁ ଡାକି ନେଇଥିଲେ। ରାତି ହେବାରୁ ଚରଣ ଘରକୁ ଫେରି ନଥିବାରୁ ପରିବାର ଲୋକ ସବୁଆଡ଼େ ଖୋଜାଖୋଜି କରି, ୩୧ ତାରିଖ ଅପରାହ୍ନରେ ଘର ନିକଟ ୨୦୦ମିଟର ଦୁରରେ ଏକ ଜମିରେ…

Read More

ନୟାଗଡ଼, (ଶ୍ରେୟ ତରଙ୍ଗ) : ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ପ୍ରତି କଂଗ୍ରେସ ନେତ୍ରୀ ସୋନିଆ ଗାନ୍ଧୀ ଓ ରାହୁଲ ଗାନ୍ଧୀ ଅପମାନଜନକ ଶବ୍ଦ ପ୍ରୟୋଗ କରିଥିବାରୁ, ପ୍ରତିବାଦରେ ନୟାଗଡ଼ ଭାରତୀୟ ଜନତା ପାର୍ଟି ପକ୍ଷରୁ ନୂଆ ରାଜବାଟୀ ଠାରୁ ବରିଷ୍ଠ ଭାଜପା ନେତ୍ରୀ ତଥା ପୂର୍ବତନ ସାଂସଦ ରାଣୀ ପ୍ରତ୍ୟୁଷା ରାଜେଶ୍ୱରୀ ସିଂ ଙ୍କ ନେତୃତ୍ୱରେ ପ୍ରତିବାଦ ଶୋଭାଯାତ୍ରା ବାହାରି ସ୍ଥାନୀୟ ଜଗନ୍ନାଥ ମନ୍ଦିର ଛକରେ ସୋନିଆଙ୍କ କୁଶ ପୁତ୍ତଳିକା ଦାହ କରିଥିଲେ । ଆୟୋଜିତ ଏହି ପ୍ରତିବାଦ କାର୍ଯ୍ୟକ୍ରମରେ ନୟାଗଡ ଜିଲ୍ଲା ପ୍ରଭାରୀ ନିରଞ୍ଜନ ମିଶ୍ର, ନାସିର ଅହମ୍ମଦ, ପ୍ରହଲ୍ଲାଦ ବରାଡ଼, ସୌମ୍ୟ ରଞ୍ଜନ ପ୍ରଧାନ, ରଞ୍ଜନରଶ୍ମି ଜେନା, ନଳିନୀ ଅପା, ଉର୍ମିଳା ଗନ୍ତାୟତ, ସୁଜାତା ତ୍ରିପାଠୀ ପ୍ରମୁଖ ଶତାଧିକ ଦଳୀୟ କର୍ମୀ ଉପସ୍ଥିତ ରହି କଂଗ୍ରେସ ବିରୋଧୀ ବିଭିନ୍ନ ନାରାବାଜି ଦେଇଥିଲେ । ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ଉପର ବେଡ଼ା ଅଞ୍ଚଳ ରୁ ଭାରତ ବର୍ଷର ସର୍ବଶ୍ରେଷ୍ଠ…

Read More