ଘୁ.ଉଦୟଗିରି (ଶ୍ରେୟ ତରଙ୍ଗ): ଜୀବିତ ଅବସ୍ଥା ରେ ପ୍ରଶାସନ ର ସହଯୋଗ ପାଇଲେନି, ମୃତୁ ପରେ ଚାରିହାତ ଜାଗା ମିଳିଲାନି ସବ ସତ୍କାର ପାଇଁ । ଏ ସଭ୍ୟ ସମାଜ ରେ ଏବେବି ଏମିତି ଘଟଣା ଘଟୁଛି, ମଣିଷର ମାନବିକତା କେତେ ତଳକୁ ଖସି ଯାଉଛି,ଭାବିଲେ ଆଶ୍ଚର୍ୟ୍ଯ ଲାଗୁଛି । ଏଭଳି ଘଟଣା ଘଟିଛି, କନ୍ଧମାଳ ଜିଲ୍ଲା ଘୁ . ଉଦୟଗିରି ରେ । ସୂଚନା ଅନଯାୟୀ, ଘୁ. ଉଦଗିରି ଏନେଏସି ରେ ମାନସିକ ବିକାର ଗ୍ରସ୍ତ ଓକିଲ କହଁର, ୫୫ ବର୍ଷରୁ ଅଧିକ ହେବ । ଘୁ. ଉଦୟଗିରି ବଜାର ରେ ବୁଲି ଚଳୁଥିଲେ । ତାଙ୍କର ଦେହ ଅସୁସ୍ଥ ହେବାରୁ, କିଛି ଯୁବକ ତାଙ୍କୁ ଚିକିତ୍ସା ପାଇଁ ଘୁ.ଉଦୟଗିରି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ଆଣିଥିଲେ। ପରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା। ତାଙ୍କର କେହି ସମ୍ପର୍କୀୟ ନଥିବା ପୁଲିସ ଜାଣିବା ପରେ ମୃତଦେହ ଜବତ କରି କେସ୍…
Author: sreyataranga
ରଣପୁର ( ଶ୍ରେୟ ତରଙ୍ଗ) : ବୃନ୍ଦାବନପୁର ଗାଁର ରଙ୍କ ବେହେରାଙ୍କ ପୁଅ ପ୍ରଶାନ୍ତ ବେହେରା ଦୁର୍ଘଟଣା ର ଶିକାର ହୋଇ ଶଯ୍ୟାଶାୟୀ ହୋଇଥିବା ବେଳେ, ଧୀରେ ଧୀରେ ମାନସିକ ରୋଗର ଲକ୍ଷଣ ତାଙ୍କ ଠାରେ ଦେଖା ଦେଇଥିଲା। ଦେହ ଅଧିକ ଖରାପ ହେବାରୁ , ଆଜି ପରିବାର ଲୋକ ତାଙ୍କୁ ରଣପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର କୁ ଚିକିତ୍ସା ନିମନ୍ତେ ନେଇଥିଲେ । ଡାକ୍ତର ଅଣଦେଖା କରିବା ସହ ଚିକିତ୍ସା କରିବେ ନାହିଁ କହି ଫେରାଇ ଦେଇଥିଲେ । କିନ୍ତୁ ରଣପୁର ସ୍ବାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା ର ମାନ ନୟାଗଡ଼ ଜିଲ୍ଲାପରିଷଦ ଅଧ୍ୟକ୍ଷ ଦେବାଶିଷ ପଟ୍ଟନାୟକ ଯାଞ୍ଚ କରିଥିବା ବେଳେ, ପ୍ରଶାନ୍ତ ଙ୍କ ସ୍ବାସ୍ଥ୍ୟ ଅବସ୍ଥା ଦେଖି , ଡାକ୍ତରଙ୍କ ସହ ଆଲୋଚନା କରିଥିଲେ । ପରେ ତାଙ୍କର ଚିକିତ୍ସା ଆରମ୍ଭ ହୋଇଥିଲା ।
କନ୍ଧମାଳ,(ଶ୍ରେୟ ତରଙ୍ଗ): ପୁଣି ଚର୍ଚ୍ଚା ରେ କନ୍ଧମାଳ ର ଭୀକ୍ଷୁ ତୁଳା ବେହେରା । ସାଧାରଣ ରୁ ନିଜର କର୍ମ ପାଇଁ ଅସାଧାରଣ ପାଲଟିଥିବା ଏହି ମହିଳା ଙ୍କ ଉପରେ ହେବ ଓଡ଼ିଆ ଚଳଚ୍ଚିତ୍ର ନିର୍ମାଣ । ଯାହାର ପ୍ରଯୋଜନା କରିବେ ଓଡିଆ ପ୍ରଯୋଜକ ଅଜୟ ରାଉତ । ଯାହାର ନାଁ ରଖିଛନ୍ତି, ‘ତୁଳା ଏ ସାଗା ଅଫ ଷ୍ଟ୍ରଗଲ’ ସୂଚନା ଅନୁସାରେ, କିଛି ବର୍ଷ ତଳେ ଭିକ୍ଷା ବୃତ୍ତି ରୁ ସଞ୍ଚୟ ଏକ ଲକ୍ଷ୍ୟ ଟଙ୍କା ଫୁଲବାଣୀ ଜଗନ୍ନାଥ ମନ୍ଦିର କୁ ଦାନ କରିଥିଲେ । ସେବେଠାରୁ ଚର୍ଚ୍ଚା ରେ ରହି ଆସିଛନ୍ତି ତୁଳା ବେହେରା । ସାଧାରଣ ନିର୍ବାଚନ ସମୟର ଫୁଲବାଣୀ ଗସ୍ତ ରେ ପ୍ରଧାନମନ୍ତ୍ରୀ ଆସିଥିବା ବେଳେ , ମଞ୍ଚ ଉପରେ ତୁଳା ବେହେରା ଙ୍କୁ ଭେଟି ମୁଣ୍ଡିଆ ମାରିଥିଲେ । ଯାହାର ଫଟୋ, ରେଲୱେ ବିଭାଗ ତରଫରୁ ଉନ୍ମୋଚନ ହୋଇଥିବା କ୍ୟାଲେଣ୍ଡର ର ପ୍ରଥମ ପୃଷ୍ଠା…
ଦଶପଲ୍ଲା (ଶ୍ରେୟ ତରଙ୍ଗ): ବାଣୀଗୋଛା ବାବା ଯୋଗେଶ୍ବର ମନ୍ଦିର ପ୍ରାଙ୍ଗଣ ରେ ମକର ଯାତ୍ରା ଅନୁଷ୍ଠିତ ହୋଇଯାଇଛି । ସବୁ ମକର ମେଳା ଠାରୁ ବାଣୀଗୋଛା ର ମକର ମେଳା ସମ୍ପୂର୍ଣ ଭିନ୍ନ ବୋଲି ଅଞ୍ଚଳ ବାସି ଦାବି କରିଛନ୍ତି ଏହି ମକର ଯାତ୍ରା କୁ ବାଇଶି ପଲ୍ଲୀ ଅଭୟାରନ୍ୟ ରେ ରହୁଥିବା ଆଦିବାସୀ ସାତପଲ୍ଲୀ ର ଜନ ସାଧରଣ ସମ୍ପୂର୍ଣ ସହଯୋଗ କରି କାହିଁ କେଉଁ କାଳରୁ ପାଳନ କରି ଆସୁଛନ୍ତି । ମକର ମେଳା ଦୀର୍ଘ ଚାରି ଦିନ ଧରି ପାଳନ ହେଉଥିବା ବେଳେ, ପ୍ରତିଦିନ ହଜାର ହଜାର ସଂଖ୍ୟାରେ ଲୋକମାନେ ମେଳା ବୁଲିବାକୁ ଆସିଥାନ୍ତି । ପ୍ରତିଦିନ ବିଭିନ୍ନ ନାଚ ଗୀତ ଅନୁଷ୍ଠିତ ହୋଇ ଥାଏ । ଦ୍ବିତୀୟ ଦିନ ସନ୍ଧ୍ୟାରେ ମଞ୍ଚ ଉପରେ ମୁଖ୍ୟ ଅତିଥୁ ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା, ଯୋଗ ଦେଇଥିବା ବେଳେ, ଜିଲ୍ଲା ପରିଷଦ ସଭ୍ୟ ହରିଶ୍ଚନ୍ଦ୍ର ଯାନୀ, ପୂର୍ବତନ…
ଗଣିଆ ( ଶ୍ରେୟ ତରଙ୍ଗ): ଆସନ୍ତା କାଲିଠାରୁ ୨ଦିନଧରି ବନ ବିଭାଗ ତରଫରୁ ସାରାରାଜ୍ୟ ରେ ପକ୍ଷୀ ଗଣନା କାର୍ଯ୍ୟକ୍ରମ ଆରମ୍ଭ ହେବ । ଏ ନେଇ ଗଣିଆ ବନବିଭାଗ ତରଫରୁ ପକ୍ଷୀ ଗଣନା ପାଇଁ ବନ ବିଭାଗ କର୍ମଚାରୀ ଓ ସ୍ଥାନୀୟ ଛାତ୍ରଛାତ୍ରୀ ମାନଙ୍କୁ ନେଇ ଏକ ଅଭ୍ୟାସ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଗଣିଆ ବନାଂଚଳ ଅଧିକାରୀ ସୁମନ ମାଝୀଙ୍କ ତତ୍ୱାବଧାନରେ ବନପାଳ ମନୋଜ ପ୍ରଭାକର ସାହୁ, ସନ୍ତୋଷ କୁମାର ପ୍ରଧାନ, ବନରକ୍ଷୀ ଧରଣୀଧର ନାୟକ, ବିପିନ ବେହେରା, ବନଶ୍ରୀ କୁନି ଓଝା, ବୈଷ୍ଣବୀ ନାଏକ ପ୍ରମୁଖ ଗଣିଆ ବ୍ଳକର କରଡ଼ାପଡ଼ା ପଂଚାୟତର ଘାଘରା ଡ୍ୟାମଠାରେ ପକ୍ଷୀ ଗଣନାର ଅଭ୍ୟାସ ସଚେତନତା କାର୍ଯ୍ୟକ୍ରମ କରିଥିଲେ । ଏହି କାର୍ଯ୍ୟକ୍ରମରେ ଆଡ଼କଟାସ୍ଥିତ ପଦ୍ମନାଭ ଉଚ୍ଚ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଯୋଗଦେଇ ବନବିଭାଗ ଦ୍ୱାରା କିଭଳି ପକ୍ଷୀ ଗଣନା କାର୍ଯ୍ୟକ୍ରମ କରାଯାଉଛି ଏବଂ ଶୀତ ଦିନେ ଜଳାଶୟ ଗୁଡ଼ିକରେ ବିଦେଶାଗତ ପକ୍ଷୀଗୁଡ଼ିକର ସୁରକ୍ଷା…
ରଣପୁର(ଶ୍ରେୟ ତରଙ୍ଗ): ରଣପୁର ଅଞ୍ଚଳରେ ଲଗାଣ ବର୍ଷା ଯୋଗୁଁ ଚାଷୀ କ୍ଷତି ଗ୍ରସ୍ତ । ଧାନ ପାଚି ଅମଳ ବେଳକୁ ଲଘୁଚାପ ବର୍ଷା ଯୋଗୁଁ ଧାନ ବିଲରେ ଭାସିଲା । ଦୁଃଖ କଷ୍ଟ ଭିତରେ, ପାଣି ରୁ କାଦୁଅ ମିଶା ଧାନକୁ ଛାଣି ଖରା ରେ ଶୁଖେଇ ଅମଳ କରିଲେ । ଧାନ ମଣ୍ଡିରେ ବିକି ଦୁଇ ପଇସା ରୋଜଗାର କରିବା ଲକ୍ଷ୍ୟରେ, ଧାନ ମଣ୍ଡି କୁ ନେଇ ଗଲା ବେଳକୁ, ଏଫେଏକ୍ୟୁ ମାନର ଧାନ ନୁହେଁ ଧାନ କିଣି ହେବ ନାହିଁ ବୋଲି ସଫା ସଫା ମାନକରିଦେଲେ ଆରଏମସି ଅଧିକାରୀ ଓ ମିଲର । ଏବେ ଚାଷୀ ମୁଣ୍ଡରେ ଚଡ଼କ, ଧାନ ମଣ୍ଡି ରେ ଦେଇ ପାରିବ କି ନାହିଁ । ଏ ପଟେ ନଭେମ୍ବର ମାସରେ ଧାନ ମଣ୍ଡି ସରକାର ନ ଖୋଲିବାରୁ ଚାଷି ବାଧ୍ଯ ହୋଇ ଅଭାବି ବିକ୍ରି ର ଶିକାର ହୋଇଛି। ବହୁ ବିଳମ୍ବ ରେ…
ଗଣିଆ, (ଶ୍ରେୟ ତରଙ୍ଗ): ଗ୍ରାମାଞ୍ଚଳରେ ବସବାସ କରୁଥିବା ଜନସାଧାରଣଙ୍କ ଗମନାଗମନ ସୁବିଧା ନିମନ୍ତେ ପ୍ରତିବର୍ଷ କୋଟି କୋଟି ଅର୍ଥ ବ୍ୟୟ ବରାଦ କରୁଛନ୍ତି ସରକାର । ବିଶେଷକରି, ରାଜ୍ୟର ବିଭିନ୍ନ ପର୍ଯ୍ୟଟନ ସ୍ଥଳୀକୁ ଯିବା ପାଇଁ ପକ୍କା ସଡ଼କ ନିର୍ମାଣ ଉପରେ ଗୁରୁତ୍ୱ ଦେଇଆସୁଛନ୍ତି । ନୟାଗଡ ଜିଲ୍ଲା ଗଣିଆ ବ୍ଲକ ଠାରୁ ଗଣିଆ –ବଡମୂଳ ରାସ୍ତା ଖାଲଖମାରେ ଭରପୁର ହୋଇ ପଡିରହିଛି । ଗତ ୪ବର୍ଷ ତଳେ ଗଣିଆ ଠାରୁ କଳାପାଟ ରାସ୍ତା ନବୀକରଣ ପାଇଁ ଗ୍ରାମ୍ୟ ଉନ୍ନୟନ ବିଭାଗ ତରଫରୁ ବିଜ୍ଞପ୍ତି ପ୍ରକାଶ ପାଇବା ପରେ ରାସ୍ତା ନବୀକରଣ କାର୍ଯ୍ୟ ଆରମ୍ଭ ହୋଇ ଶେଷ ହୋଇଥିଲା । ନିମ୍ନମାନର ରାସ୍ତା କାର୍ଯ୍ୟ ଯୋଗୁଁ ୨ବର୍ଷ ପରେ ଏହି ରାସ୍ତା ଖାଲଖମାରେ ଭରପୁର ହୋଇ ପଡିରହିଛି । ସେହିପରି ଗତ ୨୦୨୨ମସିହାରେ କଳାପାଟ ଠାରୁ ବଡମୂଳ ରାସ୍ତା ନିର୍ମାଣ ପାଇଁ ୨ୟ ପର୍ଯ୍ୟାୟ ବିଜ୍ଞପ୍ତି ପ୍ରକାଶ ପାଇ ଠିକାଦାର ରାସ୍ତା…
ଗଣିଆ – (ଶ୍ରେୟ ତରଙ୍ଗ): ବିଦ୍ୟାଳୟ ଗଣଶିକ୍ଷା ବିଭାଗ ତଥା ଉଚ୍ଚ ଶିକ୍ଷା ନିର୍ଦ୍ଦେଶାଳୟ, ଭୂବନେଶ୍ୱରଙ୍କ ନିର୍ଦ୍ଦେଶ ଅନୁଯାୟୀ ବୁଧବାର ଦିନ ଗଣିଆ ବ୍ଳକ ସ୍ଥିତ ରଘୁନାଥ ଜୀଉ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ବାଳିକା ଆତ୍ମ ସୁରକ୍ଷା ତାଲିମ ଶିବିର ଉଦଘାଟିତ ହୋଇଯାଇଚି । ଏଅି କାର୍ଯ୍ୟକ୍ରମରେ ବିଦ୍ୟାଳୟର ଅଧ୍ୟକ୍ଷା ସଲୀଳା ସେଠୀଙ୍କ ତତ୍ୱାବଧାନରେ ବିଦ୍ୟାଳୟର ଓଡ଼ିଆ ବିଭାଗର ଅଧ୍ୟାପକ ଶାନ୍ତିଲତା ବେହେରା ସଂଯୋଜନା କରିଥିବାବେଳେ ତାଲିମ ଦାତା ଭାବେ ଅଙ୍କିତା ରଣା ଯୋଗଦାନ କରିଥିଲେ । ଶିବରରେ +୨ କଳାର ପ୍ରାୟ ୨୦୦ଜଣରୁ ଉର୍ଦ୍ଧ୍ୱ ଛାତ୍ରୀ ଯୋଗଦାନ କରିଥିଲେ ଶିବର ୮ଦିନ ବ୍ୟାପୀ ଅନୁଷ୍ଠିତ ହେବ । ଆଜିକାଲି ବାଳିକା ମାନଙ୍କ ପ୍ରତି ଘଟୁଥିବା ବିଭିନ୍ନ ହିଂସାରୁ କିଭଳି ନିଜକୁ ରକ୍ଷା କରିବେ ଓ ସହଜରେ କୌଶଳକ୍ରମେ ଖସି ଯାଇପାରିବେ ସେ ସଂପର୍କରେ କୌଶଳ ତାଲିମ ପ୍ରଦାନ କରାଯାଇଥିଲା । ଏଥିସହ ଆକ୍ରମଣ ବେଳେ ପ୍ରତି ଆକ୍ରମଣ କିଭଳି…
ଗଣିଆ,. (ଶ୍ରେୟ ତରଙ୍ଗ) ୭୬ତମ ସାଧାରଣତନ୍ତ୍ର ଦିବସ ପାଳନ ନିମନ୍ତେ ବୁଧବାର ଗଣିଆ ପଂଚାୟତ ସମିତି ସଭାଗୃହରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ବିଡିଓ ପ୍ରତିବାଳା ରଣାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ପ୍ରସ୍ତୁତି ବୈଠକରେ ଅଧ୍ୟକ୍ଷା ଝୁନା ଜେନା, ଜିଲା ପରିଷଦ ସଭ୍ୟ ନରେଶ ବେହେରା, ସହକାରୀ କାର୍ଯ୍ୟ ନିର୍ବାହୀ ଯନ୍ତ୍ରୀ ଅର୍ପିତା ପ୍ରିୟଦର୍ଶିନୀ, ଜିପିଓ ପ୍ରମୋଦ ସାହାଣୀ, ସାମାଜିକ ସୁରକ୍ଷା ଅଧିକାରୀ ପ୍ରଣୟ କୁମାର ନାୟକ, ଗଣିଆ ପଂଚାୟତ ଗିରିଧାରୀ ସେଠୀ ଙ୍କ ସମେତ, ଅତିରିକ୍ତ ବ୍ଳକ ଶିକ୍ଷା ଅଧିକାରୀ, ରଘୁନାଥ ଜୀଉ ମହାବିଦ୍ୟାଳୟର ଖେଳ ଶିକ୍ଷକ, କିଶୋର ଚନ୍ଦ୍ର ବିଦ୍ୟାପୀଠର ଖେଳଶିକ୍ଷକ ଓ, ସମେତ ଅନ୍ୟାନ୍ୟ ଶିକ୍ଷା ଅନୁଷ୍ଠାନର ଶିକ୍ଷକ ଓ ଶିକ୍ଷୟତ୍ରୀ, ଓ ଗଣିଆ ଉନ୍ନୟନ କମିଟିର ସଂପାଦକ ଆନନ୍ଦ ଚନ୍ଦ୍ର ବେହେରା, ପଂଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀମାନେ ଉପସ୍ଥିତ ଥିଲେ । ଜାନୁୟାରୀ ୨୬ ତାରିଖ ଭୋର ୫ଟାରୁ ପ୍ରଭାତଫେରୀ ଗଣିଆ ଠାରୁ ଆରମ୍ଭ ହୋଇ…
କନ୍ଧମାଳ(ଶ୍ରେୟ ତରଙ୍ଗ): ମିଛ ସରକାରୀ ଚାକିରୀ ବିଜ୍ଞାପନ ଦେଇ ଫଶିଲେ ଯୁବକ । କନ୍ଧମାଳ ଜିଲ୍ଲାରେ ଫୁଲବାଣୀ ସଦର ଥାନା ବିଶିପଡ଼ା ଛକ ନିକଟ ରେ ନୂଆ କରି ନିର୍ମାଣ ହେଉଥିବା, ମେଡ଼ିକାଲ୍ କଲେଜ ରେ ବିଭିନ୍ନ ପଦବୀ ପାଇଁ ମିଛ ବିଜ୍ଞାପନ ଦେଇଥିଲେ ଯୁବକ । ପ୍ରତ୍ୟେକ ଦିନ ମଧ୍ୟ ଚାରି ରୁ ପାଞ୍ଚ ଜଣ ଚାକିରୀ ଆସାଇ ପ୍ରାର୍ଥୀ ଭେଟୁଥିଲେ । ଏଭଳି ଏକ ଠକ ବ୍ୟକ୍ତିଙ୍କୁ ବାନ୍ଧିଛି ଫୁଲବାଣୀ ପୋଲିସ । ସୂଚନା ଅନୁସାରେ, ଅଭିଯୁକ୍ତ ଲକ୍ଷ୍ମୀକାନ୍ତ ମେହେର, (୩୭ ବର୍ଷ), ଜୁନାଗଡ଼ କଳାହାଣ୍ଡି ଜିଲ୍ଲାର ବ୍ୟକ୍ତି, ଫୁଲବାଣୀ ରେ ଭଡ଼ା ଘର ନେଇ ରୁହନ୍ତି । ଫୁଲବାଣୀ ସହରରେ, ବିଭିନ୍ନ ସ୍ଥାନ ରେ ମିଛ ବିଜ୍ଞାପନ ଦେଇଥିଲେ, ଫୁଲବାଣୀ ରେ ନୂଆକରି ତିଆରି ହେଉଥିବା ମେଡ଼ିକାଲ୍ କଲେଜ୍ ରେ ସରକାରୀ ଚାକିରୀ ର ବିଜ୍ଞାପନ । ଯାହାକୁ ବିଶ୍ୱାସ କରିଥିଲେ କନ୍ଧମାଳ ଜିଲ୍ଲାର ନିରୀହ ସରଳ…
କନ୍ଧମାଳ (ଶ୍ରେୟ ତରଙ୍ଗ): ଭାରତ ସରକାରଙ୍କ ଦ୍ୱାରା ପ୍ରକାଶିତ ବାର୍ଷିକ କ୍ୟାଲେଣ୍ଡର୍ରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ଭିକ୍ଷାବୃତ୍ତି କରି ଚଳୁଥିବା ଫୁଲବାଣୀର ତୁଳା ବେହେରାଙ୍କ ଫଟୋ ସ୍ଥାନ ପାଇଛି। କ୍ୟାଲେଣ୍ଡର ପ୍ରଥମ ପୃଷ୍ଠା ଜାନୁୟାରୀ ମାସରଏହି ଫଟୋ ସ୍ଥାନ ପାଇଛି । କ୍ୟାଲେଣ୍ଡର ଦେଖି ତୁଳା ଖୁସି ହୋଇଥିବା ବେଳେ, ପ୍ରଧାନମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଛନ୍ତି । ତୁଳା ଭିକ୍ଷାବୃତ୍ତି କରି ସଞ୍ଚୟ କରିଥିବା ଏକ ଲକ୍ଷ ଟଙ୍କା ସ୍ଥାନୀୟ ଜଗନ୍ନାଥ ମନ୍ଦିରକୁ ଦାନ କରିଥିଲେ। ଏହି ଖବର ରାଜ୍ୟ ଓ ଦେଶରେ ଖୁବ୍ ଭାଇରାଲ ହୋଇଥିବାବେଳେ, ସାଧାରଣ ନିର୍ବାଚନ ସମୟରେ ପ୍ରଧାନମନ୍ତ୍ରୀ ମୋଦି ଫୁଲବାଣୀକୁ ପ୍ରଚାରରେ ଆସିଥିଲେ । ଫୁଲବାଣୀ ଷ୍ଟାଡିୟମ୍ ଠାରେ ଆୟୋଜିତ ନିର୍ବାଚନ ସଭାରେ ପ୍ରଧାନମନ୍ତ୍ରୀ ତୁଳା ବେହେରାଙ୍କୁ ସମ୍ବନ୍ଧିତ କରିଥିଲେ । ତୁଳାଙ୍କ ସହିତ କଥାବାର୍ତ୍ତା ହୋଇଥିଲେ। ମନ୍ଦିରକୁ ଦାନ ପରେ ମନ୍ଦିର କମିଟି ପକ୍ଷରୁ ତୁଳାଙ୍କ ପାଇଁ ମନ୍ଦିର ପରିସରରେ ଏକ ଗୃହ ମଧ୍ୟରେ ରହିବାର…
ନୂଆଗାଁ (ଶ୍ରେୟ ତରଙ୍ଗ) : ନୟାଗଡ଼ ବନଖଣ୍ଡ ମହିପୁର ବନାଞ୍ଚଳ ଗୁମି ସେକ୍ସନ ଅନ୍ତର୍ଗତ ଜାକେଡ଼ା ପଞ୍ଚାୟତର ୨ ଗ୍ରାମରେ ମଙ୍ଗଳବାର ବାଘ ଆକ୍ରମଣ ରେ ୨ଜଣ ବ୍ୟକ୍ତି ଗୁରୁତର ଆହତ ହୋଇ ନୟାଗଡ଼ ଜିଲ୍ଲା ମୁଖ୍ୟ ହସ୍ପିଟାଲ ରେ ଚିକିତ୍ସା ହେଉଛନ୍ତି । କରଚୁଲି ଏବଂ ସୁଡ଼ୁଙ୍ଗୀ ଗ୍ରାମରେ ମଙ୍ଗଳବାର ଅପରାହ୍ନରେ ଏପରି ଘଟଣା ଘଟିଛି। ସୂଚନା ଅନୁସାରେ, କରଚୁଲି ଗ୍ରାମର ପ୍ରମୋଦ ଗୁରୁ ସବୁଦିନ ଭଳି ମଙ୍ଗଳବାର ଜଙ୍ଗଲକୁ ଗାଈ ଚଚାଇବାକୁ ଯାଇଥିଲେ। ଅପରାହ୍ନରେ ଗାଈ ନେଇ ଫେରିବା ବାଟରେ ଗ୍ରାମ ନିକଟରେ ଏକ ବାଘ ତାଙ୍କୁ ଆକ୍ରମଣ କରିଥିଲା। ଗୁରୁତର ଭାବେ ଆହତ ହୋଇଥିବା ପ୍ରମୋଦଙ୍କୁ ପରିବାର ଲୋକ ନୟାଗଡ଼ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଛନ୍ତି। ସେହିପରି ସୁଡ଼ୁଙ୍ଗି ଗ୍ରାମରେ ରାତି ପ୍ରାୟ ସାଢ଼େ ୮ଟା ସମୟରେ ସାଜୁ ନାୟକ ଘର ଆଗରେ ନିଆଁ ଜାଳି ବସିଥିବା ବେଳେ ତାଙ୍କୁ ଏକ ବାଘ ଆକ୍ରମଣ କରିଥିଲା।…
