ଭୁବନେଶ୍ୱର (ଶ୍ରେୟ ତରଙ୍ଗ): ଭକ୍ତ ଚରଣ ଦାସ ହେଲେ ଓଡ଼ିଶା କଂଗ୍ରେସ ପ୍ରଦେଶ ର ନୂତନ ପିସିସି ସଭାପତି । ଅଲ୍ ଇଣ୍ଡିଆ କଂଗ୍ରେସ କମିଟି AICC ଙ୍କ ଅନୁମୋଦନ କ୍ରମେ ଭକ୍ତ ଚରଣ ଦାସ ଓଡ଼ିଶା PCC ସଭାପତି ହୋଇଛନ୍ତି ଓଡ଼ିଶା ପିସିସି ସଭାପତି ନିଯୁକ୍ତି ନେଇ ଏଆଇସିସି ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି ଓ ଭକ୍ତଚରଣ ଦାସଙ୍କୁ ନିଯୁକ୍ତି ଦେଇଛନ୍ତି ଏଆଇସିସି ଅଧ୍ଯକ୍ଷ ମଲ୍ଲିକାର୍ଜୁନ ଖଡଗେ । ଭକ୍ତ ଙ୍କ ନାମ ଘୋଷଣା ପରେ AICC ଅଧ୍ଯକ୍ଷ ରାହୁଲ ଗାନ୍ଧୀ, ସୋନିଆ ଗାନ୍ଧିଙ୍କୁ ଧନ୍ୟବାଦ୍ ଦେଇଛନ୍ତି । ଦିଲ୍ଲୀରେ ବରିଷ୍ଠ ଓଡ଼ିଆ ସାମ୍ବାଦିକଙ୍କୁ ସାକ୍ଷାତକାର ଦେଇ ଭକ୍ତ କହିଛନ୍ତି , ଦଳକୁ ସଂଗଠିତ କରିବୁ, ଓଡ଼ିଶାର ସ୍ବାର୍ଥ ପାଇଁ ଲଢେ଼ଇ କରିବୁ । ସଠିକ୍ ସମୟରେ ଦଳ ତାଙ୍କୁ ସୁଯୋଗ ଦେଇଛି, କାମ କରିବା ପାଇଁ । ଦଳର ବରିଷ୍ଠ ନେତା, ଅସନ୍ତୁଷ୍ଟ ନେତା କର୍ମୀଙ୍କ ଠାରୁ ଆରମ୍ଭ…
Author: sreyataranga
ଭୁବନେଶ୍ୱର (ଶ୍ରେୟ ତରଙ୍ଗ): ଝିଅ ଜନ୍ମ ହେଲେ ମିଳିବ ୧୨ ହଜାର ଟଙ୍କା ।ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ମିଳିତ ଭାବେ କାର୍ଯ୍ୟକାରୀ ହେବ ମମତା ଓ ପ୍ରଧାନମନ୍ତ୍ରୀ ମାତୃ ବନ୍ଦନା ଯୋଜନା । ଏଥିରେ କନ୍ୟା ସନ୍ତାନ ଜନ୍ମ ପାଇଁ ଗର୍ଭବତୀ ମାନଙ୍କୁ ବର୍ଷକୁ ଅଧିକ ୨ ହଜାର ଟଙ୍କା ପ୍ରଦାନ କରାଯିବ । ଗର୍ଭବତୀ, ପ୍ରସୂତିଙ୍କ ଉତ୍ତମ ସ୍ଵାସ୍ଥ୍ୟ ତଥା କନ୍ୟା ସନ୍ତାନ ଜନ୍ମକୁ ପ୍ରୋତ୍ସାହିତ କରିବାକୁ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ନିଷ୍ପତ୍ତି ନେଇଛନ୍ତି । ପୁତ୍ର ସନ୍ତାନ ଜନ୍ମ ହେଲେ ୧୦ ହଜାର ଟଙ୍କା ପ୍ରଦାନ କରାଯିବ । କନ୍ୟା ସନ୍ତାନ ପାଇଁ ପୂର୍ବରୁ ୧୦ ହଜାର ଟଙ୍କା ଦିଆଯାଉଥିବା ବେଳେ ଏହାକୁ ବର୍ଦ୍ଧିତ କରାଯାଇ ମିଳିତ ଯୋଜନାରେ ୧୨ ହଜାର ଟଙ୍କା ଦିଆଯିବ । ସର୍ବାଧିକ ଦୁଇଟି ସନ୍ତାନ ଜନ୍ମ କ୍ଷେତ୍ରରେ ଏହି ସହାୟତା ଅର୍ଥ ରାଶି ମିଳିବ । ସ୍ଵାସ୍ଥ୍ୟ ସେବା ଯୋଗାଉଥିବା ଅଙ୍ଗନବାଡ଼ି…
ନୟାଗଡ଼,(ଶ୍ରେୟ ତରଙ୍ଗ): ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଲକ ଅନ୍ତର୍ଗତ ମାଇଛେଳି ଗ୍ରାମପଞ୍ଚାୟତ, କାଣିଗିରି ଗ୍ରାମରେ ଶ୍ରୀ ଶ୍ରୀ ତ୍ରିନାଥ ଠାକୁରଙ୍କ ୧୮ ତମ ବାର୍ଷିକ ଉତ୍ସବ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି। କାଣିଗିରୀ ଗ୍ରାମରେ କେଉଁ ଆବାହନ କାଳରୁ ଶ୍ରୀ ଶ୍ରୀ ତ୍ରିନାଥ ଠାକୁରଙ୍କ ପୁଜା ହୋଇଆସୁଥିବା ବେଳେ ଆଜକୁ ପ୍ରାୟ ୧୮ ବର୍ଷ ହେବ ଗ୍ରାମରେ ଗଢ଼ିଉଠିଥିବା “ତ୍ରିନାଥ ଜିଉ ଯୁବକ ସଂଘ ” ଗ୍ରାମରେ ଶ୍ରୀ ଶ୍ରୀ ତ୍ରିନାଥ ଠାକୁରଙ୍କ ପୂଜା ଉତ୍ସବ କୁ ପ୍ରତିବର୍ଷ ଜାକ ଜମକ ରେ ପାଳନ କରି ଆସୁଛନ୍ତି। ଆଜି ପ୍ରଥମ ଦିବସରେ ଅଙ୍କୁରାରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବା ସହିତ ଠାକୁରଙ୍କ ନିକଟରେ କଳସି ସ୍ଥାପନ ନିମନ୍ତେ ଗ୍ରାମର ଆବାଳବୃଦ୍ଧବନିତା ବିଧି ମୁତାବକ ପୂଜାର୍ଚ୍ଚନା କରି ଗ୍ରାମ ପୋଖରି ରୁ କଳସୀରେ ଜଳ ଧରି ବିରାଟ ପଟୁଆରରେ, ମୃଦଙ୍ଗ ଓ ଢୋଲ, ଖୋଳ ତାଳ ପ୍ରଭୃତି ବାଦ୍ୟ ବଜାଇ ହରିବୋଲ ହୁଳହୁଳି ଦେଇ କାଣିଗିରି…
କନ୍ଧମାଳ, ( ଶ୍ରେୟ ତରଙ୍ଗ): ଫାଇଲେରିଆ ନିରାକରଣ ଓ ସାମୁହିକ ଔଷଧ ସେବନ ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମ ଫୁଲବାଣୀ ଗାନ୍ଧୀ ସ୍ମୃତି ଭବନ ରେ ଉଦ୍ଘାଟନ ହୋଇଯାଇଛି । ସ୍ଵାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ ଉପସ୍ଥିତ ରହି କାର୍ଯ୍ୟକ୍ରମ ର ଉଦ୍ଘାଟନ କରିଥିବା ବେଳେ, ଭରଚୁଆଲି ମାଧ୍ୟମରେ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରୀ ଜେପି ନଡ୍ଡା ଯୋଡ଼ି ହୋଇଥିଲେ । ଓଡ଼ିଶା ସମେତ ୧୨ ଗୋଟି ରାଜ୍ୟରେ ଏହି କାର୍ଯ୍ୟକ୍ରମ ରେ ଭର୍ଚୁଆଲି ମାଧ୍ୟମ ରେ ଯୋଡ଼ି ହୋଇଥିଲେ । ମନ୍ତ୍ରୀ ନିଜେ ଔଷଧ ଖାଇବା ସହିତ ଛୋଟ ଛୋଟ ଶିଶୁ ମାନଙ୍କୁ ଔଷଧ ଖୁଆଇ କାର୍ଯ୍ୟକ୍ରମ ର ଶୁଭାରମ୍ଭ କରିଥିଲେ। ଦୁଇ ବର୍ଷରୁ ଅଧିକ ସମସ୍ତ ବ୍ୟକ୍ତି ଔଷଧ ସେବନ କରିବା ପାଇଁ ଅନୁରୋଧ କରିଥିଲେ ମନ୍ତ୍ରୀ । କନ୍ଧମାଳ ଜିଲ୍ଲା ଏକ ଦୁର୍ଗମ ଜିଲ୍ଲା ହୋଇଥିବା ବେଳେ, ଡାକ୍ତର ସମସ୍ୟା ଏକ ପ୍ରମୁଖ ସମସ୍ୟା ହୋଇଥିବାରୁ, କନ୍ଧମାଳ ଜିଲ୍ଲାର ପ୍ରତ୍ୟେକ ବ୍ଲକ୍…
(ଶ୍ରେୟ ତରଙ୍ଗ): ପବିତ୍ର ମହାକୁମ୍ଭ ମେଳା ପ୍ରୟାଗରାଜ ରେ ବୁଡ଼ ପକାଇଛନ୍ତି ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ।
କଣନ୍ଧମାଳ, (ଶ୍ରେୟ ତରଙ୍ଗ ): ଫୁଲବାଣୀ ବ୍ଲକ୍ ଦୁଡୁକି ପଞ୍ଚାୟତ ଚାଉଲପାଙ୍ଗା ଗାଁରେ ବିଦୂତ୍ ସର୍ଟ ସର୍କିଟ ଯୋଗୁଁ ଘରେ ନିଆଁ ଲାଗି ପାନୁଆ ଦିଗାଲଙ୍କ ଘରେ ଲକ୍ଷାଧିକ ଟଙ୍କାର ସମ୍ପତି ପୋଡ଼ିନଷ୍ଟ ହୋଇଯାଇଛି । ଦିନ ଦଶଟା ବେଳେ କୌଣସି କାରଣରୁ ବିଦୁଟ୍ ସର୍କିଟ ହୋଇ ନିଆଁ ଲାଗିଥିବା ବେଳେ, ଆଯବେଷ୍ଟ୍ ଘର ଓ ଘରେ କାଠ ସାମାନ ଥିବାରୁ ନିଆଁ ବହୁତ୍ ଜୋର ଲାଗିଥିଲା । ଫ୍ରିଜ କୁଲାର୍, ଟିଭି, ସୁନା ରୂପା ସହ ଖାଇବା ସାମଗ୍ରୀ, ଲୁଗା ପଟା, ସହ ଜରୁରୀ କାଗଜ ପତ୍ର ମଧ୍ୟ ପୋଡ଼ି ନଷ୍ଟ ହୋଇଯାଇଛି । ସୌଭାଗ୍ୟ ବସତ୍ ଘରେ କେହି ନଥିବାରୁ, କାହାକୁ ବିଦୁଟ ଆଘାତ ଲାଗି ନାହିଁ । ପ୍ରାୟ ପାଞ୍ଚ ବଖରା ଘରେ ନିଆଁ ଲାଗିଥିବା ବେଳେ, ଲକ୍ଷାଧିକ ଟଙ୍କାର ସାମାନ ପୋଡ଼ି ନଷ୍ଟ ହୋଇଯାଇଛି । ଫୁଲବାଣୀ ଦମକଳ ବାହିନୀ ଆସି ନିଆଁ କୁ ଲିଭାଇବା…
କନ୍ଧମାଳ,(ଶ୍ରେୟ ତରଙ୍ଗ): ଫୁଲବାଣୀ ସହର ଶ୍ରୀ ଜଗନ୍ନାଥ ମନ୍ଦିରରୁ ବିଳମ୍ବିତ ରାତିରେ କିଛି ଦୁବୃର୍ତ୍ତ ପଶି ହୁଣ୍ଡି ତାଡି ନେଇଛନ୍ତି । ଏଥିସହ ଦିଅଁଙ୍କ ମସ୍ତକ ରୁ ତିନି ଗୋଟି ସୁନା ଚିତା ମଧ୍ୟ ଚୋରି ହୋଇଥିବା ଅଭିଯୋଗ ହୋଇଛି । ଆଜି ଭୋରୁ ମନ୍ଦିର ବଡ଼ପଣ୍ଡା ପୂଜା କରିଗଲା ବେଳେ ଦେଖିଲେ, ପ୍ରଥମ କବାଟ ତାଲା ଭାଙ୍ଗିଯାଇଥିବା ବେଳେ, ଦ୍ୱିତୀୟ କବାଟ ଭଙ୍ଗା ଯାଇଛି । ଏଥିସହ ମନ୍ଦିର ଭିତରେ ହୁଣ୍ଡି ନଥିବା ଦେଖିଥିଲେ ପୂଜାରୀ । ଗତକାଲି ଏକାଦଶୀ ରେ ଠାକୁରଙ୍କ ସୁନାବେଶ ଥିବାରୁ, ତିନିଠାକୁରଙ୍କ ମସ୍ତକ ରେ ଲାଗିଥିବା ସୁନା ଚିତା ଚୋରି ହୋଇଥିବା ଦେଖିଥିଲେ ପୂଜାରୀ । ପରିଚାଳନା କମିଟି କୁ ଖବର ଦେବା ସହ କମିଟି ତରଫରୁ ଟାଉନ ଥାନା ରେ ଅଭିଯୋଗ କରିଥିଲେ । ଖବର ପାଇ ଟାଉନ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିବା ସହ ଚୋରି ହୋଇଥିବା…
ନୟାଗଡ଼, (ଶ୍ରେୟ ତରଙ୍ଗ) ନୟାଗଡ଼ ଜିଲ୍ଲା ଗଣିଆ ଥାନା ଆଡ଼କଟା ପଞ୍ଚାୟତର ହଦପଶି ଗ୍ରାମର ଚରଣ ବେହେରା ଗତ ୩୦ ତାରିଖରୁ ନିଖୋଜ ଥିବବେଳେ, ଆଜି ତାଙ୍କର ମୃତ ଦେହ କନ୍ଧମାଳ ଜିଲ୍ଲା ଖଜୁରୀପଡ଼ା ଗାଡିଆ ମଡା ଘାଟିରୁ ଉଦ୍ଧାର କରାଯାଇଛି । ନୟାଗଡ଼ ଏସଡିପିଓଙ୍କ ସହ ଗଣିଆ, ବାଣୀଗୋଚ୍ଛା ଓ କନ୍ଧମାଳ ଜିଲ୍ଲା ଖଜୁରୀପଡ଼ା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଥିବା ବେଳେ, ଖଜୁରୀପଡ଼ା ଦମକଳ ବାହିନୀ ସହାୟତା ରେ ସବ ଘାଟି ତଳୁ ଉଦ୍ଧାର କରାଯାଇଥିଲା । ନୟାଗଡ଼ ସାଇଣ୍ଟଫିକ ଟିମ୍ ପହଞ୍ଚି ତଦନ୍ତ କରିଥିଲେ । ସୂଚନା ଅନୁସାରେ, ପିଣ୍ଟୁ ବେହେରା ଓ ମାନସ ଡାଙ୍ଗୁଆ ଘରୁ ମଦ ପିଇବାକୁ ଗତ ୩୦ତାରିଖ ସନ୍ଧ୍ୟାରେ ଘରୁ ଡାକି ନେଇଥିଲେ। ରାତି ହେବାରୁ ଚରଣ ଘରକୁ ଫେରି ନଥିବାରୁ ପରିବାର ଲୋକ ସବୁଆଡ଼େ ଖୋଜାଖୋଜି କରି, ୩୧ ତାରିଖ ଅପରାହ୍ନରେ ଘର ନିକଟ ୨୦୦ମିଟର ଦୁରରେ ଏକ ଜମିରେ…
ନୟାଗଡ଼, (ଶ୍ରେୟ ତରଙ୍ଗ) : ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ପ୍ରତି କଂଗ୍ରେସ ନେତ୍ରୀ ସୋନିଆ ଗାନ୍ଧୀ ଓ ରାହୁଲ ଗାନ୍ଧୀ ଅପମାନଜନକ ଶବ୍ଦ ପ୍ରୟୋଗ କରିଥିବାରୁ, ପ୍ରତିବାଦରେ ନୟାଗଡ଼ ଭାରତୀୟ ଜନତା ପାର୍ଟି ପକ୍ଷରୁ ନୂଆ ରାଜବାଟୀ ଠାରୁ ବରିଷ୍ଠ ଭାଜପା ନେତ୍ରୀ ତଥା ପୂର୍ବତନ ସାଂସଦ ରାଣୀ ପ୍ରତ୍ୟୁଷା ରାଜେଶ୍ୱରୀ ସିଂ ଙ୍କ ନେତୃତ୍ୱରେ ପ୍ରତିବାଦ ଶୋଭାଯାତ୍ରା ବାହାରି ସ୍ଥାନୀୟ ଜଗନ୍ନାଥ ମନ୍ଦିର ଛକରେ ସୋନିଆଙ୍କ କୁଶ ପୁତ୍ତଳିକା ଦାହ କରିଥିଲେ । ଆୟୋଜିତ ଏହି ପ୍ରତିବାଦ କାର୍ଯ୍ୟକ୍ରମରେ ନୟାଗଡ ଜିଲ୍ଲା ପ୍ରଭାରୀ ନିରଞ୍ଜନ ମିଶ୍ର, ନାସିର ଅହମ୍ମଦ, ପ୍ରହଲ୍ଲାଦ ବରାଡ଼, ସୌମ୍ୟ ରଞ୍ଜନ ପ୍ରଧାନ, ରଞ୍ଜନରଶ୍ମି ଜେନା, ନଳିନୀ ଅପା, ଉର୍ମିଳା ଗନ୍ତାୟତ, ସୁଜାତା ତ୍ରିପାଠୀ ପ୍ରମୁଖ ଶତାଧିକ ଦଳୀୟ କର୍ମୀ ଉପସ୍ଥିତ ରହି କଂଗ୍ରେସ ବିରୋଧୀ ବିଭିନ୍ନ ନାରାବାଜି ଦେଇଥିଲେ । ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ଉପର ବେଡ଼ା ଅଞ୍ଚଳ ରୁ ଭାରତ ବର୍ଷର ସର୍ବଶ୍ରେଷ୍ଠ…
କନ୍ଧମାଳ,(ଶ୍ରେୟ ତରଙ୍ଗ): ଫୁଲବାଣୀ ସହରରେ ଅବସ୍ଥିତ ଶ୍ରୀ ଜଗନ୍ନାଥ ମନ୍ଦିର ପରିସର ମଧ୍ୟରେ, ମା ବିମଳା ଓ ପାର୍ଶ୍ଵ ଦେବଦେବୀଙ୍କ ନୂତନ ମନ୍ଦିର ପ୍ରତିଷ୍ଠା ହୋଇଯାଇଛି । ଜାନୁଆରୀ ୨୯ ତାରିଖ ରୁ ମନ୍ଦିର ପ୍ରତିଷ୍ଠା କାର୍ଯ୍ୟକ୍ରମ ଆରମ୍ଭ ହୋଇଥିବା ବେଳେ, ଆଜି ୩ ଫରେବୁଆରି ରେ ଏହାର ପୂର୍ଣ୍ଣାହୁତି କାର୍ଯ୍ୟ ସମାପନ ହୋଇଯାଇଛି । ପ୍ରତ୍ୟେକ ଦିନ ସକାଳୁ ସୂର୍ଯ୍ୟ ପୂଜା ପରେ, ଦେବଦେବୀ ଙ୍କ ବିଭିନ୍ନ ପ୍ରକାର ପୂଜା ପାଠ କରାଯାଇଥିଲା । ପ୍ରତ୍ୟେକଦିନ ଶତାଧିକ ଭକ୍ତ ମାନଙ୍କ ପାଇଁ ପ୍ରସାଦ ସେବନ ର ବ୍ୟବସ୍ଥା କରାଯାଇଥିଲା । କନ୍ଧମାଳ ଜିଲ୍ଲାର ବିଭିନ୍ନ ଅଞ୍ଚଳ ରୁ ସଙ୍କୀର୍ତ୍ତନ ମଣ୍ଡଳୀ ମାନଙ୍କୁ ନିମନ୍ତ୍ରଣ କରାଯାଇଥିଲା । ପୂର୍ଣ୍ଣାହୁତି କୋଡିଏ ହଜାର ରୁ ଅଧିକ ଭକ୍ତ ମାନଙ୍କର ସମାଗମ ହୋଇଥିଲା । ସମ୍ବଲପୁରୀ ଦୁଲୁଦୁଲି , ଯୋଡ଼ି ଶଙ୍ଖ ବାଦ୍ୟ ରେ ଜଗନ୍ନାଥ ମନ୍ଦିର ପରିସର କମ୍ପି ଉଠିଥିଲା । ପୁରୀ,…
କନ୍ଧମାଳ (ଶ୍ରେୟ ତରଙ୍ଗ) : ଫୁଲବାଣୀ ସରକାରୀ ସ୍ବୟଂ ଶାସିତ ମହାବିଦ୍ୟାଳୟରେ ପାରମ୍ପରିକ ସରସ୍ବତୀ ପୂଜାକୁ ଉଦେଶ୍ୟ ମୂଳକ ଭାବେ ବନ୍ଦ କରିବା ଘଟଣା ସହରରେ ପ୍ରସାରିତ ହେବା ପରେ କଲେଜର ଛାତ୍ର ଛାତ୍ରୀ ଓ ଅଭିଭାବକଙ୍କ ଅସନ୍ତୋଷ ବଢିଥିଲା । କିଛି ଅଭିଭାବକ ଓ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦର ଛାତ୍ର ଛାତ୍ରୀ କଲେଜରେ ପହଞ୍ଚି ଦାୟିତ୍ୱରେ ଥିବା ଅଧ୍ୟକ୍ଷଙ୍କ ସହ ଆଲୋଚନା କରି, ଅପରାହ୍ନ ରେ ପୂଜା ଆରମ୍ଭ କରିଥିଲେ ଛାତ୍ରାବାସର ଛାତ୍ର ଛାତ୍ରୀଙ୍କୁ ସାମିଲ କରି ମା ସରସ୍ଵତୀଙ୍କ ପୂଜା ପାଳନ କରିଥିଲେ । ଏହିଭଳି ଏକ ପୁରାତନ ମହାବିଦ୍ୟାଳୟରେ ପୂର୍ବରୁ କେବେ ଏହିଭଳି ବିଡମ୍ବନା ଦେଖା ଯାଇନଥିଲା । ପୂଜା ବନ୍ଦ ନେଇ କଲେଜ କର୍ତ୍ତୃପକ୍ଷଙ୍କ କୌଣସି ସନ୍ତୋଷ ଜନକ ଉତ୍ତର ମିଳିପାରି ନଥିବା ବେଳେ ପୂର୍ବ ବର୍ଷ କିଛି ଅସାମାଜିକ ଯୁବକ କଲେଜରେ ବିଶୃଙ୍ଖଳା କରିଥିବାରୁ ପୂଜାକୁ ବନ୍ଦ କରିଥିବା ଦାୟିତ୍ୱରେ ଥିବା ଅଧ୍ୟାପକ…
ବାଲେଶ୍ଵର (ଶ୍ରେୟ ତରଙ୍ଗ) : ଦୁର୍ଘଟଣାରେ ଚାଲିଗଲା ତିନି ଜଣଙ୍କ ଜୀବନ । ବାପାଙ୍କ ମୃତ ଦେହକୁ ଭୁବନେଶ୍ୱର ରୁ ଆମ୍ବୁଲାନ୍ସ ରେ ଧରି ଆସୁଥିବା ବେଳେ, ଅଧା ବାଟରେ ଏକ ବଡ଼ ଧରଣର ଦୁର୍ଘଟଣା ଘଟି ତିନି ଜଣଙ୍କର ଜୀବନ ଚାଲିଯାଇଛି । l ଗୋଟିଏ ଦିନରେ ଗୋଟିଏ ପରିବାର ର ତିନି ଜଣକୁ ହରାଇବାର ଦୁଃଖରେ ସମ୍ପୂର୍ଣ ପରିବାର ଭାଙ୍ଗି ପଡିଥିବା ବେଳେ, କାନ୍ଦ ବୋବାଳି ରେ ଗାଁ ଦାଣ୍ଡ । ଏଭଳି ଦୁଃଖଦ ଘଟଣା ଘଟିଛି ବାଲେଶ୍ଵର ଜିଲ୍ଲା ଭୋଗରାଇ ଥାନା ଶ୍ରଧାପୁର ପଞ୍ଚାୟତ ପଲାସିଆ ଗାଁରେ । ଭଦ୍ରକ 16 ନଂ ଜାତୀୟ ରାଜପଥର ମଇତାପୁର ନିକଟରେ ଆମ୍ବୁଲାନ୍ସ ଓ ଡମ୍ପର ଧକ୍କାରେରେ ଚାଲିଗଲା 3 ଜୀବନ । ବାଲେଶ୍ଵର ଜିଲ୍ଲା ଭୋଗରାଇ ଥାନା ଅଧୀନସ୍ଥ ଶ୍ରଦ୍ଧାପୁର ପଞ୍ଚାୟତ ପଲାସିଆ ଗାଁର ଦିବାକର ଜେନାଙ୍କ ଦେହ ଅସୁସ୍ଥ ହେବାରୁ ତାଙ୍କୁ କଟକ ମେଡିକାଲରେ ଭର୍ତ୍ତି କରାଯାଇଥିଲା…
