Author: sreyataranga

ଦଶପଲ୍ଲା, ( ଶ୍ରେୟ ତରଙ୍ଗ) ସ୍ବାମୀ ବିବେକାନନ୍ଦ ଜୟନ୍ତୀ ରେ ଉତ୍ସବ ମୁଖର ହେବ ଦଶପଲ୍ଲା । ଆସନ୍ତା ୧୧, ୧୨, ଓ ୧୩, ତିନିଦିନ ଧରି ଦଶପଲ୍ଲା ତ୍ରିନାଥ ବଜାର ‘ସୀତାରାମ ୟୁଥ କ୍ଲବ’ ଗ୍ରାଉଣ୍ଡ ରେ ଅଷ୍ଟମ ‘ମହକ’ ଯୁବ ମହୋତ୍ସବ ପାଳନ ହେବ । ପ୍ରଥମ ଦିନ ଦଶପଲ୍ଲା ର ଆରାଧ୍ୟ ଦେବ ଶ୍ରୀ ମହାବୀର ଙ୍କ ଆଜ୍ଞା ମାଳ ଆଣି ଏକ ବିଶାଳ ଶୋଭାଯାତ୍ରା ବାହାରି ମହାବୀର ମନ୍ଦିର ଠାରୁ ତ୍ରିନାଥ ବଜାର ମହକ ମୈଦାନ ପର୍ଯ୍ୟନ୍ତ ଆସିବ ଦେଶର ଯବାନ ମାନଙ୍କ ଉଦେଶ୍ୟରେ ୪୦୦ମିଟର ତ୍ରିରଙ୍ଗା ଧରି ଶୋଭାଯାତ୍ରା କରାଯିବ । ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା ତିନି ଦିନ ଧରି ଉତ୍ସବ ରେ ସାମିଲ ହେବା ସହ ନୟାଗଡ଼ ବିଧାୟକ ଡ ଅରୁଣ କୁମାର ସାହୁ , ଜିଲ୍ଲାପାଳ ନୟାଗଡ଼ ଶ୍ରୀ ଅକ୍ଷୟ ସୁନିଲ ଅଗ୍ରୱାଲ, ଜିଲ୍ଲାପରିଷଦ ଅଧ୍ୟକ୍ଷ ଇଞ୍ଜିନିୟର ଦେବାଶିଷ…

Read More

ବୋଲଗଡ଼ ( ଶ୍ରେୟ ତରଙ୍ଗ) , ଅମାନୁଷିକ ଭାବେ ୩୦ ରୁ ଅଧିକ ଗୋମାତାଙ୍କୁ କଣ୍ଟେନର ରେ ବାହାର ରାଜ୍ୟ କୁ ଚୋରା ଚାଲାଣ ବେଳେ ବଜରଙ୍ଗ ଦଳ ସଦସ୍ୟ ମାନେ ଗାଡ଼ିଟିକୁ ଅଟକାଇ, ଗୋମାତା ମାନଙ୍କୁ ଉଦ୍ଧାର କରିବା ସହ ଡ୍ରାଇଭର ଏବଂ ହେଲ୍ସର ଙ୍କୁ ବୋଲଗଡ଼ ପୋଲିସ ଜିମା ଦେଇଛନ୍ତି । ଜାତୀୟ ରାଜପଥ ୫୭ ଉପରେ ସବୁଦିନ ଏଭଳି ଚୋରା ଗୋରୁ ଚାଲାଣ ଚାଲିଥିବା ବେଳେ ପୋଲିସ କେମିତି ଜାଣି ପାରୁନାହାନ୍ତି, ବୁଦ୍ଧିଜୀବୀ ମାନେ ପ୍ରଶ୍ନ କରିଛନ୍ତି । ରାଜନେତା ଙ୍କ ଛତ୍ର ଛାୟା ତଳେ ରହି ଦଲାଲ ମାନେ ଗୋରୁ ଚାଲାଣ ରେ ସହାୟତା କରୁଥିବା ବେଳେ, କିଛି ଅସାଧୁ ପୋଲିସ କର୍ମଚାରୀ ଏଥିରେ ସମ୍ପୃକ୍ତି ରହିଥିବା ଆଲୋଚନା ହେଉଛି । ନୟାଗଡ଼,ବୋଲଗଡ଼, ବେଗୁନିଆ ଅଞ୍ଚଳ ରେ ଗୋରୁ ଚୋରା ଚାଲାଣ ଆଗରୁ ହୋଇ ଆସୁଥିବା ବେଳେ, ଆଖି ଦୃଷ୍ଟିଆ ପଦକ୍ଷେପ ଗ୍ରହଣ ହେଉ ନଥିବାରୁ…

Read More

ନୟାଗଡ଼ ବ୍ୟୁରୋ ( ଶ୍ରେୟ ତରଙ୍ଗ) , ନୟାଗଡ଼ ଜିଲ୍ଲା ରଣପୁର ଥାନା ଗୋପାଳପୁର ଖଣ୍ଡିସି ଛକ ନିକଟରେ ବ୍ରିଜର ସାଇଟ ୱାଲ କୁ ଧକା ଦେଇ ପନ୍ଦର ଫୁଟ ତଳକୁ ଏକ ଘରୋଇ ଯାତ୍ରୀବାହୀ ବସ ଖସିପଡ଼ିଛି । ଘଟଣା ସ୍ଥଳୀ ରେ ଜଣଙ୍କର ମୃତ ହୋଇଥିବା ବେଳେ, ତିରିଶ ରୁ ଅଧିକ ଗୁରୁତର ଆହତ ହୋଇଥିବା ସୂଚନା ମିଳିଛି l ନୟାଗଡ଼ ଜିଲ୍ଲା ଖଣ୍ଡପଡା ବ୍ଲକ ର ଗୁଣ୍ଠୁଣି ଗ୍ରାମରୁ ଏକ ବସ ଯୋଗେ ପ୍ରାୟ ୪୦ ରୁ ୫୦ଜଣ ଯାତ୍ରୀ ଚିଲିକା କାଳୀଜାଇ ମନ୍ଦିର ଦେଖିଯିବା ପାଇଁ ବାହାରିଥିଲେ।କିନ୍ତୁ ରାତି ୧୨ ଟା ପରେ ରଣପୁର ଖଣ୍ଡିସି ଛକ ନିକଟରେ ବସ ଟି ଭାରସାମ୍ୟ ହରାଇ ବ୍ରିଜ ର ସାଇଟ ୱାଲ କୁ ଧକ୍କା ଦେଇ ବସଟି ତଳକୁ ଖସିପଡ଼ିଥିଲା । ବସ ଭିତରେ ଥିବା ପ୍ରାୟ ଅଧିକାଂଶ ଯାତ୍ରୀ ଗୁରୁତର ଆହତ ହୋଇଥିଵା ବେଳେ ଜଣଙ୍କ…

Read More

କନ୍ଧମାଳ ବ୍ୟୁରୋ ( ଶ୍ରେୟ ତରଙ୍ଗ), ଏକ ନାବାଳିକା ଦୁଷ୍କର୍ମ ମାମଲାର ଶୁଣାଣି କରି ଫୁଲବାଣୀ ପୋସ୍କ କୋର୍ଟ ବିଚାରପତି ରାଜେଶ ଦାସ ଅଭିଯୁକ୍ତ ଫୁଲବାଣୀ ଟାଉନ ଥାନା ଅଞ୍ଚଳର ସୁରଥ ବେହେରା ଙ୍କୁ 20 ବର୍ଷ ସଶ୍ରମ କାରାଦଣ୍ଡ ରେ ଦଣ୍ଡିତ କରିବା ସହ 20 ହାଜର ଟଙ୍କା ଜୋରିମାନା ଆଦେଶ ଦେଇଛନ୍ତି l ଜୋରିମାନା ଅନାଦୟେ ଅଧିକ 6 ମାସ ସଜା ଶୁଣାଇଛନ୍ତି । ଘଟଣାରେ ସମ୍ପୃକ୍ତ ଅନ୍ୟଜଣେ ଅଭିଯୁକ୍ତ ଅଗସ୍ଥି ବେହେରା ଫେରାର ଥିବା କୋର୍ଟ ପକ୍ଷରୁ ସୂଚନା ମିଳିଛି । ସୂଚନା ପ୍ରକାରେ ଗତ 2020 ମସିହା ନଭେମ୍ବର୍ 28 ତାରିଖ ଦିନ ନାବାଳିକା ଜଣଙ୍କ ସ୍କୁଲର ପାଠ ପଢିବା ପାଇଁ ଆଇ ଟି ଆଇ ନିକଟସ୍ଥ ନିଜ ସାଙ୍ଗ ପାଖକୁ ଯାଉଥିବା ବେଳେ ଅଭିଯୁକ୍ତ ସୁରଥ ବେହେରା ଏବଂ ତାଙ୍କର ଜଣେ ସହଯୋଗୀ ଅଗସ୍ଥି ବେହେରା ଦୁଇଜଣ ଗୋଟିଏ ସ୍କୁଟି ରେ ଆସି ନାବାଳିକାକୁ…

Read More

କନ୍ଧମାଳ ବ୍ୟୁରୋ, (ଶ୍ରେୟ ତରଙ୍ଗ) ଯବାନଙ୍କୁ ଟାର୍ଗେଟ କରି IED ବୋମା ଖଞ୍ଜିଥିଲେ ମାଓବାଦୀ । କିନ୍ତୁ ସତର୍କତାର ସହିତ ଦୁଇଟି IED ବୋମାକୁ କୁମ୍ବିଂ ଟିମ ଠାବ କରିବା ସହିତ ନିଷ୍କ୍ରିୟ କରି ଦେଇଛନ୍ତି ଓ ଗୋଟିଏ ମାଓ କ୍ୟାମ୍ପକୁ ଠାବ କରିବାରେ ସଫଳ ହୋଇଛନ୍ତି କୁମ୍ବିଂ ଅପେରସନ ଟିମ । କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନା ମାରଦୁଲି ଜଙ୍ଗଲରେ CRPF ଏବଂ SOG ଯବାନ ମିଳିତ ଭାବେ କୁମ୍ବିଂ ଅପେରସନ କରୁଥିବା ବେଳେ ଏହି ଦୁଇଟି IED ବୋମା ଏବଂ ମାଓ କ୍ୟାମ୍ପକୁ ଠାବ କରିଛନ୍ତି । ମାଓ କ୍ୟାମ୍ପରୁ ଗୋଟିଏ ଦେଶୀ ବନ୍ଧୁକ ଏବଂ ବହୁ ମାଓ ସାମଗ୍ରୀ ଜବତ କରାଯାଇଛି । କ୍ୟାମ୍ପରୁ ମିଳିଥିବା ସାମଗ୍ରୀକୁ ଦେଖି ସେଠାରେ ପ୍ରାୟ 15 ରୁ ଅଧିକ ମାଓବାଦୀ ରହୁଥିଲେ ବୋଲି ସନ୍ଦେହ କରାଯାଉଛି । KKBN ମାଓବାଦୀ ସଂଘଠନର 8th କମ୍ପାନୀର ମାଓବାଦୀ ମାନେ ସେଠାରେ କ୍ୟାମ୍ପ…

Read More

ନୟାଗଡ଼ ବ୍ୟୁରୋ , ଶ୍ରେୟ ତରଙ୍ଗ,, ପ୍ରବାସୀ ଭାରତୀୟ ଦିବସ ରେ ଯୋଗ ଦେବା ପାଇଁ ଓଡ଼ିଶା ଗସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସିଥିବା ବେଳେ , ଭୁବନେଶ୍ୱର ବିମାନ ବନ୍ଦର ରେ ପ୍ରଧାନମନ୍ତ୍ରୀ ଙ୍କୁ ଭେଟି ସ୍ବାଗତ କରିଛନ୍ତି ଖଣ୍ଡପଡ଼ା ବିଧାୟକ ଦୁଷ୍ମନ୍ତ କୁମାର ସ୍ବାଇଁ ।

Read More

ରଣପୁର,( ଶ୍ରେୟ ତରଙ୍ଗ, ଲିଶାରାଣୀ ମହାପାତ୍ର), ରଣପୁର ମହାବିଦ୍ୟାଳୟରେ 6-ଓଡିଶା ବାଟାଲିୟନ ଏନ. ସି. ସି., ପୁରୀ ଓ ୟୁଥ୍ ରେଡକ୍ରସ ର ମିଳିତ ଆନୁକୂଲ୍ୟରେ, ରଣପୁର ମହୋତ୍ସବର ତୃତୀୟ ଦିନରେ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି ! ରକ୍ତଦାନ ଶିବିର ରେ ମହାବିଦ୍ୟାଳୟ ଅଧ୍ୟକ୍ଷ ପ୍ରଶାନ୍ତ କୁମାର ମିଶ୍ର, ପୁର୍ବତନ ଅଧ୍ୟକ୍ଷ ଶୁଵାଷ ଚନ୍ଦ୍ର ବାରିକ, ପ୍ରଶାସନିକ ଅଧିକାରୀ ଡଃ ପ୍ରଫୁଲ କୁମାର ଜେନା, ଲେଫ୍ଟନାଣ୍ଟ ଭାଗ୍ୟଧର ସ୍ୱାଇଁ , ଶ୍ରୀ ରାଜେନ୍ଦ୍ର କୁମାର ଡାଙ୍ଗୁଆ , ଆଧ୍ୟାପକ୍, ଅଧ୍ୟାପିକା , ଏବଂ ଛାତ୍ରଛାତ୍ରୀ ମାନେ ରକ୍ତ ଦାନ କାର୍ଯ୍ୟକ୍ରମରେ ଯୋଗଦାନ କରିଥିଲେ । 40 ୟୁନିଟ ରକ୍ତ ସଂଗ୍ରହ କରାଯାଇଥିଲା । ପ୍ରତିବର୍ଷ ରଣପୁର ମହୋତ୍ସବରେ ମହାବିଦ୍ୟାଳୟ ତରଫରୁ ରକ୍ତଦାନ ଶିବିର ଆୟୋଜନ କରାଯାଉଥିବା ମହାବିଦ୍ୟାଳୟ ଅଧ୍ୟକ୍ଷ କହିଛନ୍ତି ।

Read More

ରଣପୁର (ଶ୍ରେୟ ତରଙ୍ଗ, ଲିଶାରାଣୀ ମହାପାତ୍ର ) ୟାଗଡ଼ ଜ଼ିଲ୍ଲା ରଣପୁର ସହରର ବାଘସାମନ୍ତ ପଡିଆରେ ରଣପୁର ମହୋତ୍ସବ “ଅର୍ଜୁନ”ର ଚତୁର୍ଥ ସନ୍ଧ୍ୟା ରେ ଓଡ଼ିଶା ବିଧାନସଭାର ବାଚସ୍ପତି ତଥା ରଣପୁର ବିଧାୟିକା ସୁରମା ପାଢ଼ୀ ଅଧ୍ଯକ୍ଷତା କରିଥିଲେ I ସମାରୋହରେ ମୁଖ୍ୟ ଅତିଥି ଭାବେ ରାଜ୍ୟ ସମବାୟ, ହସ୍ତତନ୍ତ ଓ ବୟନଶିଳ୍ପ ଶିଳ୍ପ ମନ୍ତ୍ରୀ ଡ.ପ୍ରଦୀପ ବଳସାମନ୍ତ, ସମ୍ମାନୀତ ଅତିଥି ଭାବେ ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା,ପୂର୍ବତନ ରାଜ୍ୟସଭା ସାଂସଦ ରବିନାରାୟଣ ମହାପାତ୍ର, ତହସିଲଦାର ଆର୍ଯ୍ୟ କୁମାର ସର୍ବବର୍ଦ୍ଧମାନ,ରଣପୁର ବ୍ଳକ ଅଧକ୍ଷା ନିର୍ମଳା ବେହେରା ପ୍ରମୁଖ ଯୋଗଦେଇ ରଣପୁରର ରାଣୀ ପ୍ରଭାବତୀଙ୍କ ଠାରୁ ଆରମ୍ଭ କରି ରାଣୀ ବସନ୍ତମଞ୍ଜରୀଙ୍କ ବିରତ୍ବର ଗାଥା ଅତିଥି ମାନେ ଅବତାରଣା କରିଥିଲେ I ରଣପୁରର କଳା ସଂସ୍କୃତି, ସାହିତ୍ୟ ଓ ଐତିହ୍ୟ ଉପରେ ସେମାନେ ଆଲୋକପାତ କରିଥିଲେ। ଚତୁର୍ଥ ସନ୍ଧ୍ୟାରେ ଢେମସାନୃତ୍ୟ,ଘୋଡାନାଚ,ଲାଉଣି,ଝୁମୁରାନେପାଳୀ ନୃତ୍ୟ,ତ୍ରିପୁରା ନୃତ୍ୟ ସଙ୍ଗୀତ ଦର୍ଶକଙ୍କ ମନମୋହିଥିଲା।

Read More

ଆଜି ଜାନୁଆରୀ ୮ ତାରିଖ କବି ଯଦୁମଣିଙ୍କ ଜୟନ୍ତୀରେ ଭକ୍ତି ପୃତ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରୁଛି । ଏହି ଦିନଟି ଜଣେ ନିଭୀକ କବିଙ୍କ ନିଭୀକ ସମାଲୋଚନାର କଥାକୁ ମନେପକାଇ ଦେଉଛି। କ୍ଷମତାରେ ଥାଇ ଶାସନ କରୁଥିବା ରଜାଙ୍କୁ । ତାଙ୍କର ଦୋଷ ତ୍ରୁଟି ସଂପର୍କରେ ଜଣାଇବା ଆଉ ସୁଧାରିବା ପାଇଁ ଶାଣିତ ଗଳାରେ ଶାଣିତ ସ୍ବରରେ,କବିତାର ସେହି କଟାକ୍ଷ ଶବ୍ଦ ମାଧ୍ଯମରେ ସମସ୍ୟା ସମାଧାନର ରାସ୍ତା ଦେଖାଇବା ଥୂଲା କବିଙ୍କ ମହନାତା। ହେଲେ ଆଜି ଯାଏଁ ତଥାକତ ସମାଜର ବଡ଼ପଣ୍ଡା ମାନେ ମଣିଙ୍କ ପାଇଁ କରିଛନ୍ତି କଣ । ଯେଉଁମାନଙ୍କ ଉପରେ ଇତିହାସ ଲେଖିବାର ଦାୟିତ୍ଵ ଥୂଲା ସେମାନେ କବିଙ୍କ ବିଷୟ ଭୁଲିଗଲେ କି …? କେବଳ କେଇ ଖଣ୍ଡ ବହିରେ କେମିତି କବିଙ୍କ କୀର୍ତ୍ତି ବଞ୍ଚି ରହିଛି । କାହିଁକି କବି ଯଦୁମଣିଙ୍କ କଥା ପାଠ୍ୟ ପୁସ୍ତକରେ ସାମିଲ ହୋଇନାହିଁ । ତାଙ୍କ ସମୟରେ ଏଭଳି କିଛି ଅବସ୍ଥା…

Read More

ରଣପୁର (ଶ୍ରେୟ ତରଙ୍ଗ, ଲିସାରାଣି ମହାପାତ୍ର ) ରଣପୁରର ଐତିହ୍ୟ, କଳା, ସଂସ୍କୃତି ପରମ୍ପରାକୁ ନେଇ ଅନୁଷ୍ଠିତ ହୋଇଥିବା ରଣପୁର ମହୋତ୍ସବ ‘ଅର୍ଜୁନ–୨୦୨୫’ ର ତୃତୀୟ ସନ୍ଧ୍ୟା ରେ ଓଡ଼ିଶୀ ସମ୍ବଲପୁରୀ ନୃତ୍ୟରେ ଝୁମିଲେ ଦର୍ଶକ । ଆରମ୍ଭରୁ କୁଇଜ୍ କାଯ୍ୟକ୍ରମ ହୋଇଥିଲା । ପରେ କୁନି କୁନି କଳାକାର ଙ୍କ ଦ୍ୱାରା ନୃତ୍ୟ ପରିବେଷଣ ହୋଇଥିଲା। ମାନ୍ୟବର ବାଚସ୍ପତି ତଥା ରଣପୁର ବିଧାୟିକା କମିଟି ସଭାପତି ଶ୍ରୀମତୀ ସୁରମା ପାଢ଼ୀ ଙ୍କ ପୌରହିତ ରେ ମାନ୍ୟବର ମସ୍ତ୍ୟ ଓ ପଶୁସମ୍ପଦ ମନ୍ତ୍ରୀ ଶ୍ରୀଯୁକ୍ତ ଗୋକୁଳା ନନ୍ଦ ମଲ୍ଲିକ, ଶିକ୍ଷା ଓ ଜାତି ଜନଜାତି ମନ୍ତ୍ରୀ ଶ୍ରୀଯୁକ୍ତ ନିତ୍ୟାନନ୍ଦ ଗଣ୍ଡ, କୋରେଇ ବିଧାୟକ ଶ୍ରୀଯୁକ୍ତ ଆକାଶ ଦଶନାୟକ, ନୟାଗଡ ଜିଲ୍ଲା ପରିଷଦ ସଭାପତି ଶ୍ରୀଯୁକ୍ତ ଦେବାଶିଷ ପଟ୍ଟନାୟକ, ଗୋପାଳପୁର ଜିଲ୍ଲା ପରିଷଦ ଲକ୍ଷ୍ମୀ ପ୍ରିୟା ତରେଇ, ନୟାଗଡ ପିଡି. ଡ଼ି. ଆର. ଡିଏ ଦେବଦତ୍ତ ପଣ୍ଡା (ଓଏଏସ (ଏସ)) ଏବଂ ନୟାଗଡ…

Read More

ରଣପୁର (ଶ୍ରେୟ ତରଙ୍ଗ , ଲିସାରଣି ମହାପାତ୍ର) ରଣପୁର ବାଘସାମନ୍ତ ପଡିଆରେ ରଣପୁର ମହୋତ୍ସବ “ଅର୍ଜୁନ”ର ଦ୍ଵିତୀୟ ସନ୍ଧ୍ୟା ରେ ବିଧାନସଭାର ବାଚସ୍ପତି ତଥା ରଣପୁର ବିଧାୟିକା ସୁରମା ପାଢ଼ୀ ଅଧ୍ଯକ୍ଷତା କରିଥିଲେ । ସମାରୋହ ମୁଖ୍ୟଅତିଥି ଭାବେ ରାଜ୍ୟ ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡ଼.କୃଷ୍ଣଚନ୍ଦ୍ର ମହାପାତ୍ର,ସମ୍ମାନୀତ ଅତିଥି ଭାବେ ଦିଗପହଣ୍ଡି ବିଧାୟକ ସିଦ୍ଧାନ୍ତ ମହାପାତ୍ର, ନୟାଗଡ଼ ବିଧାୟକ ଡ଼.ଅରୁଣ କୁମାର ସାହୁ, ନୟାଗଡ଼ ଏସ୍‌ପି ଏସ୍.ସୁଶ୍ରୀ,ରଣପୁର ବିଡିଓ ସୁଧୀର କୁମାର ନାୟକ ପ୍ରମୁଖ ଯୋଗଦେଇ ସଂସ୍କୃତି, ପରମ୍ପରା, ସହିଦମାନଙ୍କୁ ସ୍ମରଣ କରିବାର ମଞ୍ଚ ହେଉଛି ମହୋତ୍ସବ ମଞ୍ଚ ବୋଲି କହିଥିଲେ । ଦିଗପହଣ୍ଡି ବିଧାୟକ ସିଦ୍ଧାନ୍ତ ମହାପାତ୍ର ଯୋଗଦେଇ ସହିଦ ରଘୁ-ଦିବାକରଙ୍କ ଉପରେ ଚଳଚ୍ଚିତ୍ର ନିର୍ମାଣ କରାଯିବ ବୋଲି କହିଥିଲେ। ଦ୍ୱିତୀୟ ସନ୍ଧ୍ୟାରେ ଖୋର୍ଦ୍ଧା ପାଇକ ଆଖଡା,ସମ୍ବଲପୁରୀ ନୃତ୍ୟ,ପାଲା,ଆସାମ ବିହୁ ନୃତ୍ୟ,ପୁରୁଲିଆ ଛଉନୃତ୍ୟ ସଙ୍ଗୀତ ଦର୍ଶକଙ୍କ ମନମୋହିଥିଲା। ସୂଚନା ଯୋଗ୍ୟ ଯେ,୧୯୩୯ ମସିହା ଜାନୁଆରୀ ୫…

Read More

ରଣପୁର,, (ଶ୍ରେୟ ତରଙ୍ଗ, ଲିଶା ସାମନ୍ତ ରାୟ ) ରଣପୁର ମହୋତ୍ସବ ‘ଅର୍ଜୁନ– ୨୦୨୫’ ଦ୍ୱିତୀୟ ସନ୍ଧ୍ୟା ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟ ଅତିଥି ରୂପେ ମାନ୍ୟବର ମନ୍ତ୍ରୀ, ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ, ଓଡିଶା ଶ୍ରୀଯୁକ୍ତ କୃଷ୍ଣଚନ୍ଦ୍ର ମହାପାତ୍ର, ମାନ୍ୟବର ମନ୍ତ୍ରୀ, ସମବାୟ, ହସ୍ତତନ୍ତ ଓ ବୟନଶିଳ୍ପ ବିଭାଗ, ଓଡିଶା ଶ୍ରୀଯୁକ୍ତ ପ୍ରଦୀପ ବଳ ସାମନ୍ତ, ମାନ୍ୟବର ବିଧାୟକ ଦିଗପହଣ୍ଡି ଶ୍ରୀଯୁକ୍ତ ସିଦ୍ଧାନ୍ତ ମହାପାତ୍ର, ମାନ୍ୟବର ବିଧାୟକ ନୟାଗଡ ଶ୍ରୀଯୁକ୍ତ ଅରୁଣ କୁମାର ସାହୁ ପ୍ରମୁଖ ଯୋଗ ଦେଇଥିଲେ । ଇତିହାସ କୁ ମନେ ରଖିବା, ତଥା ସ୍ଵାଧିନତା ସଂଗ୍ରାମୀ ମାନଙ୍କୁ ମନେ ପକେଇ ଶ୍ରଦ୍ଧାଞ୍ଜଳି ଦେବା ସହ କଳା ସାହିତ୍ୟ ସଂସ୍କୃତି ର ପ୍ରଚାର ପ୍ରସାର ହେଉଛି ପ୍ରକୃତ ମହୋତ୍ସବ ପାଳନ ବୋଲି ନୟାଗଡ଼ ବିଧାୟକ କହିଥିଲେ । ଅନ୍ୟତମ ଅତିଥି ରୂପେ ଏସପି ନୟାଗଡ ଶ୍ରୀମତୀ ଏସ. ସୁଶ୍ରୀ, ବିଡ଼ିଓ ରଣପୁର ଶ୍ରୀଯୁକ୍ତ ସୁଧିର…

Read More