Author: sreyataranga

ତୁମୁଡିବନ୍ଧ,(ଶ୍ରେୟ ତରଙ୍ଗ): ମହାସମାରୋହରେ ପାଳନ ହୋଇଛି ତୁମୁଡିବନ୍ଧ ନେତାଜୀ ସୁବାଷ ବୋଷ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ବାର୍ଷିକୀ ଉତ୍ସବ । କନ୍ଧମାଳ ସାଂସଦ ସୁକାନ୍ତ ପାଣିଗ୍ରାହୀ ଙ୍କ ଦ୍ୱାରା କୁଟିଆ କନ୍ଧ ସଂଗ୍ରହାଲୟର ଶୁଭ ଉଦଘାଟନ ହୋଇଛି. ବିଦ୍ୟାଳୟ ର ଛାତ୍ର ଛାତ୍ରୀ ମାନେ ନିଜ ନିଜ ର କଳା ପ୍ରଦର୍ଶନ କରିଥିଲେ. କୃତି ଛାତ୍ର ଛାତ୍ରୀ ମାନଙ୍କୁ ଅତିଥି ମାନେ ପ୍ରଶଂସା କରିବା ସହ ଆଗାମୀ ଦିନରେ ଜଣେ ଜଣେ ଦେଶର ନେତାଜୀଙ୍କ ଭଳି ଟାଣୁଆ ନେତା ହୋଇ ଦେଶର ନାମ ରଖିବେ ସେ ନେଇ ଉପଦେଶ ଦେଇଥିଲେ । ଆଦିବାସୀଙ୍କ ପରମ୍ପରା , କଳା, ନୃତ୍ୟ, ସଂସ୍କୃତି ତଥା ଏତିହ୍ୟ କୁ ମନେ ପକାଇବା ପାଇଁ ନେତାଜୀ ସୁବାଷ ବୋଷ ବିଦ୍ୟାଳୟ ର ଏଭଳି ଏକ ପ୍ରୟାସ ଯଥା କୁଟିଆ ସଂଗ୍ରହାଲୟକୁ ସବୁ ମହଲରୁ ଶୁଭେଚ୍ଛା ର ବାର୍ତା ମିଳିଛି. ସଂଗ୍ରହାଳୟରେ ଆଦିବାସୀ ମାନଙ୍କ ବିଭିନ୍ନ ବ୍ୟବହୃତ ପୁରୁଣା…

Read More

ଗଣିଆ, ( ଶ୍ରେୟ ତରଙ୍ଗ ): ଅପରାହ୍ନରେ ଗଣିଆ ନିକଟସ୍ଥ ଆକାଶ ହୋଟେଲ ନିକଟରେ ଏକ ଅଜଣା ଗାଡ଼ି ଧକାରେ ଏକ ଜଙ୍ଗଲୀ ବାରାହାର ମୃତ୍ୟୁ ଘଟିଛି । ଖବର ପାଇ ବନାଂଚଳ ଅଧିକାରୀ ସୁମନ ମାଝୀ, ବନପାଳ ମନୋଜ ପ୍ରଭାକର ସାହୁ ଓ ସନ୍ତୋଷ ପ୍ରଧାନ, ବନରକ୍ଷୀ ବନଶ୍ରୀ ନାୟକ ଓ ପାରାଷ୍ଟାଫ ଘଟଣାସ୍ଥଳରେ ପଂହଚି ମୃତ ବାରାହାଟିକୁ ଉଦ୍ଧାର କରି ବନାଂଚଳ କାର୍ଯ୍ୟାଳୟକୁ ଆଣିଥିଲେ । ପରେ ଗଣିଆ ପ୍ରାଣୀଧନ ଚିକିତ୍ସା କେନ୍ଦ୍ରକୁ ନେଇଥିଲେ । ଅତିରିକ୍ତ ପ୍ରାଣୀଧନ ଚିକିତ୍ସା ଅଧିକାରୀ ରାଜେଶ କୁମାର ସାହୁ ଶବ ବ୍ୟବଛେଦ କରିଥିଲେ । ବାରାହାଟିର ଅନୁମାନିକ ବୟସ ୨ବର୍ଷ ହୋଇଥିବା ବେଳେ ଓଜନ ପ୍ରାୟ ୬୦କି.ଗ୍ରାରୁ ଅଧିକ ହେବ ବୋଲି ବନାଂଚଳ ଅଧିକାରୀ ଶ୍ରୀମତୀ ମାଝୀ ସୁଚନା ପ୍ରଦାନ କରିଥିଲେ । ମୃତ ବାରାହାଟିକୁ ବନାଂଚଳ କାର୍ଯ୍ୟାାଳୟ ପରିସରରେ ପୋତି ଦିଆଯାଇଥିଲା ।

Read More

ନୟାଗଡ଼ (ଶ୍ରେୟ ତରଙ୍ଗ) : ସରଣକୁଳ, ଥାନା ଅଞ୍ଚଳରେ କମେଟ ମରାକୁ ନେଇ ଦୁଇ ଯୁବ ଗୋଷ୍ଠୀ ମଧ୍ୟାରେ ଗଣ୍ଡଗୋଳ। ସରଣକୁଳ ଥାନା ଚଡେଆପଲି ମାନପୂର୍ ଗାଁରେ କୁଲୁ ବାଘ କୁ ହତ୍ୟା । ଚାରି ପାଞ୍ଚ ଜଣ ଯୁବକ ମିଶି ଧାରୁଆ ଅସ୍ତ୍ର ରେ ହତ୍ୟା କରିବା ପରେ ଫେରାର । ଆସାମୀ ମାନଙ୍କୁ ତୁରନ୍ତ ଗିରଫ ଦାବିରେ, ନୟାଗଡ଼ ଓଡ଼ଗାଁ ମୁଖ୍ୟ ରାସ୍ତା ଉପରେ ଶବ ରଖି ଆନ୍ଦୋଳନ । ସରଣକୁଳ sdpo ଘଟଣା ସ୍ଥଳ ରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି ।

Read More

ନୟାଗଡ, (ଶ୍ରେୟ ତରଙ୍ଗ) : ଗୋଡ଼ିପଡା କୁ ବ୍ଲକ୍ ଦାବି ରେ, ଜିଲ୍ଲାପାଳ ଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି ଅଞ୍ଚଳର ବୁଦ୍ଧିଜୀବୀ, ଜନପ୍ରତିନିଧୀ ମଣ୍ଡଳୀ । ଜିଲ୍ଲାର ତିନୋଟି ବ୍ଲକ୍ ନୟାଗଡ , ଓଡଗାଁ ଏବଂ ରଣପୁର ଠାରୁ ଗୋଡିପଡା ସମାନ ଭାବେ ୨୫କିମି ଦୂର ହୋଇଥିବା ବେଳେ ଏହି ଅଞ୍ଚଳରେ ଥିବା ପଞ୍ଚାୟତ ରଣପୁର ଏବଂ ଓଡଗାଁ ବ୍ଲକ୍ ଅଧୂନରେ ରହିଛି । ଫଳରେ ଲୋକମାନେ ପ୍ରଶାସନିକ ସୁବିଧା ପାଇଁ ଅସୁବିଧାର ସମ୍ମୁଖୂନ ହେଉଛନ୍ତି । ଗୋଡିପଡାକୁ ବ୍ଲକ୍ ଘୋଷଣା କରିବା ପାଇଁ ବିଜୁ ବାବୁଙ୍କ ସମୟରୁ ଦାବି ହୋଇଆସୁଛି । ରଣପୁର ନିର୍ବାଚନ ମଣ୍ଡଳୀ ରେ ଯାଉଥିବା ଗୋଡ଼ିପଡ଼ା ଜନସଂଖ୍ୟା, ଆୟତନ ଓ ବ୍ୟବସାୟ ଦୃଷ୍ଟିରୁ ଜିଲ୍ଲାରେ ଏକ ଜନଗହଳି ଛକ । ସେହିଭଳି, ଦମକଳ କେନ୍ଦ୍ର, କଲେଜ୍, ଫାଣ୍ଡି ର ସୁବିଧା ମଧ୍ୟ ରହିଛି । ଗୋଡିପଡ଼ା କୁ ବ୍ଲକ୍ ପାଇଁ କିଛି ବର୍ଷ ତଳେ ସର୍ଭେ…

Read More

ଖଣ୍ଡପଡ଼ା (ଶ୍ରେୟ ତରଙ୍ଗ): ଖଳିସାହିରୁ ଆଡକଟାକୁ ସଂଯୋଗ କରୁଥିବା ରାସ୍ତାରେ କୋସ୍କା ନିକଟ କୁଆଁରିଆ ସେତୁ ଭାଙ୍ଗିବାର ଦୁଇ ବର୍ଷ ରୁ ଅଧିକ ସମୟ ହୋଇଥିଲେ ମଧ୍ୟ, ବିଭାଗୀୟ ଅଧିକାରୀ ଓ ଠିକାଦାର ମଧୁ ଚନ୍ଦ୍ରିକା ହେତୁ, ସେତୁ ନିର୍ମାଣରେ ଅହେତୁକ ବିଳମ୍ବ ହେଉଛି । ଏଭଳି ସ୍ଥଳେ, କୌଣସି ଅପ୍ରୋଚ୍ଚ ରାସ୍ତା ନିର୍ମାଣ ନକରି, ଠିକାଦାର ବ୍ରିଜ ଭାଙ୍ଗିବାକୁ ବସିଥିବା ବେଳେ, ଏହାକୁ ବିରୋଧ କରିଛନ୍ତି, କୋସ୍କା, ରୟତ ଢୋଲମରା, କୁମ୍ଭାରପଡ଼ା ଓ ବଳଭଦ୍ର ପ୍ରସାଦ ଚାରିଖଣ୍ଡ ପଞ୍ଚାୟତ ର ଲୋକମାନେ । ସୂଚନା ଅନୁସାରେ, ଦଶପଲ୍ଲା ଆଡକଟା ରୁ ଭାୟା କୋସ୍କା ଦେଇ ପ୍ରତିଦିନ ଶହ ଶହ ଗାଡି ମଟର ଖଣ୍ଡପଡ଼ା , ନୟାଗଡ଼ ଭୁନେଶ୍ବର କୁ ଯାତାୟାତ କରିଥାନ୍ତି । ମାତ୍ର ଦୁଇ ବର୍ଷ ତଳେ, ବନ୍ୟା ରେ ବ୍ରିଜ ତଳ ପଟୁ ଦବିଯିବା ଫଳରେ, କୁମ୍ଭାରପଡ଼ା, ଢୋଲମରା ହୋଇ ଏବେ ଗାଡ଼ି ମଟର ଯାଉଛି ।…

Read More

କନ୍ଧମାଳ (ଶ୍ରେୟ ତରଙ୍ଗ): ଗରିବ ଅସହାୟ ମହିଳାଙ୍କୁ ସାହାଯ୍ୟର ହାତ ବଢ଼ାଇ ମାନବିକତା ଦେଖାଇଛନ୍ତି ବିଏସ୍ଏଫ୍ ଯବାନ। ନିଜ ହାତରୁ ଖର୍ଚ୍ଚ କରି ଡାକ୍ତରଖନାରେ ପହ‌ଞ୍ଚାଇ ଚିକିତ୍ସା କରାଇଥିଲେ। ସୂଚନା ଅନୁସାରେ, ଶନିବାର ସକାଳୁ ଫିରିଙ୍ଗିଆ ବ୍ଲକ ସୁମେରବନ୍ଧର ପୁରନ୍ଦର ମଲିକଙ୍କ ସ୍ତ୍ରୀ ବବିତା ଚେତାଶୂନ୍ୟ ହୋଇଯାଇଥିଲେ। ନେଟ୍‌ୱର୍କ ସମସ୍ୟା ଯୋଗୁଁ ଆମ୍ବୁଲାନ୍ସ ସହ ଯୋଗାଯୋଗ ହୋଇପାରିନଥିଲା। କୌଣସି ଉପାୟ ନପାଇ ସାଡିଙ୍ଗିଆରେ ଥିବା ବିଏସ୍ଏଫ୍ କ୍ୟାମ୍ପ୍ ସହିତ ଯୋଗାଯୋଗ କରିଥିଲେ। ବିଳମ୍ବ ନକରି ବିଏସ୍ଏଫ୍ ଯବାନ ତୁରନ୍ତ କ୍ୟାମ୍ପରେ ଜରୁରି ସେବା ପାଇଁ ବ୍ୟବହୃତ ହେଉଥିବା ଆମ୍ବୁଲାନ୍ସରେ ବବିତାଙ୍କୁ ଫିରିଙ୍ଗିଆ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ। ପରେ ମହିଳାଙ୍କ ଅବସ୍ଥା ଅଧିକ ଗୁରୁତର ହେବାରୁ ତାଙ୍କୁ ଫୁଲବାଣୀ ଜିଲ୍ଲା ମୁଖ୍ୟଚିକିତ୍ସାଲୟକୁ ସ୍ଥାନାନ୍ତର କରାଯାଇଥିଲା। ବର୍ତ୍ତମାନ ତାଙ୍କ ସ୍ବାସ୍ଥ୍ୟବସ୍ଥାରେ ସୁଧାର ଆସିଥିବା ଜଣାପଡିଛି। ବିଏସ୍ଏଫ୍‌ର ଯବାନ କିସାନବୀର ସିଂ, ଶ୍ରୀନିବାସ ରାଜ ଓ ହୀରକ ବରମନ ସହାୟତାର ହାତ ବଢ଼ାଇଥିଲେ। ଯବାନଙ୍କ ସହଯୋଗରୁ…

Read More

ନୟାଗଡ (ଶ୍ରେୟ ତରଙ୍ଗ): ନୟାଗଡ଼ ଜିଲା ରଣପୁର ବ୍ଳକରେ କୋଠା ମେଣ୍ଟନାସ୍ ଓ ରିପେୟାର ନାଁରେ ୧ଲକ୍ଷ ୬୨ ହଜାର ୬୩୭ଟଙ୍କା ଫଲସ୍ ବିଲ ହୋଇଥିବା ନେଇ ଅଭିଯୋଗ କରିଛନ୍ତି ବ୍ଲକ୍ ଅଧ୍ୟକ୍ଷା ଶ୍ରୀମତୀ ନିର୍ମଳା ବେହେରା। ରଣପୁର ବ୍ଳକ ଅଧ୍ୟକ୍ଷା ଶୁକ୍ରବାର ପୂର୍ବତନ ବିଡିଓ ଜ୍ୟୋତି ପ୍ରକାଶ ସେଠି , କନିଷ୍ଠ ଯନ୍ତ୍ରୀ ଚିତ୍ତ ରଞ୍ଜନ ମିଶ୍ର, କ୍ୟାସିଅର ଅର୍ଜୁନ ପ୍ରଧାନ, ଟିସି ସିଦ୍ଧାର୍ଥ ରଥ, ଏଇଇ ଜ୍ଞାନେନ୍ଦ୍ର ପାଢ଼ୀ, ମୁଖ୍ୟ କିରାଣୀ ଶ୍ରୀ ସତ୍ୟ ନାରାୟଣ ନରେନ୍ଦ୍ର ସିଂଙ୍କ ନାଁରେ ରଣପୁର ପୁର ଥାନାରେ ଏତଲା ଦେଇଛନ୍ତି । ଅଧ୍ୟକ୍ଷାଙ୍କ ଅଭିଯୋଗ ଅନୁସାରେ ଗୁରୁବାର ଉନ୍ନୟନ କାର୍ଯ୍ୟର ଅନୁଧ୍ୟାନ କରୁ କରୁଥିଲେ । ଅନୁଧ୍ୟାନ ସମୟରେ ୫୨୮/୨୦୨୧ ୨୨ ଫାଇଲରେ କୋଠା ମେଣ୍ଟନାସ୍ରିପେୟାର ନାଁରେ ୧ଲକ୍ଷ ୬୨ ହଜାର ୬୩୭ଟଙ୍କା ବିଲ୍ ହୋଇଥିବା ଜଣାପଡିଥିଲା । ତେବେ ସଂପୃକ୍ତ କାର୍ଯ୍ୟ କରାଯାଇ ନ ଥିଲା । ଜନିଷ୍ଠ ଯନ୍ତ୍ରୀ…

Read More

କନ୍ଧମାଳ ( ଶ୍ରେୟ ତରଙ୍ଗ): ଗୋଛାପଡା ଥାନା ଡେରାକୁମ୍ପା ରେ ଦୁଇଟି ବାଇକ ମଧ୍ୟରେ ମୁହାଁମୁହିଁ ଧକ୍କା ହେବା ଫଳରେ ଉଭୟ ବାଇକ ଚାଳକ ଙ୍କ ମୃତ୍ୟୁ ଘଟିଛି । ବାଇକ୍ ରେ ବସିଥିବା ଅନ୍ୟ ଜଣେ ଗୁରୁତର ଆହତ ହୋଇଥିବା ଖବର ମିଳିଛି । ମୃତକ ଦୁଇ ଜଣ ହେଲେ, ନୂଆପଦର ହାଇସ୍କୁଲ ର ପ୍ରଧାନଶିକ୍ଷକ ରବିଚନ୍ଦ୍ର ଦାଶ ଓ ଅନ୍ୟ ଜଣେ ସଲାଗୁଡା ଅଞ୍ଚଳର ବିଶ୍ଵମ୍ବର କଂହର ବୋଲି ଜଣାପଡିଛି । ପ୍ରଧାନ ଶିକ୍ଷକ ରବିଚନ୍ଦ୍ର ଫୁଲବାଣୀ ରୁ ଲୁଇସିଂ ରେ ଏକ ସରକାରୀ ମିଟିଂ ରେ ଯୋଗଦେବା ପାଇଁ ଯାଉଥିବାବେଳେ ବିଶ୍ଵମ୍ବର ଦ୍ରୁତ ଗତିରେ ବାଇକ ରେ ଆସି ଭାରସାମ୍ୟ ହରାଇ ପ୍ରଧାନ ଶିକ୍ଷକ ଙ୍କ ବାଇକ କୁ ବାଡେଇ ଦେବା ଫଳରେ, ଦାଶଙ୍କ ଘଟଣା ସ୍ଥଳରେ ମୃତ୍ୟୁ ଘଟିଛି। ତେବେ ଅନ୍ୟ ଦୁଇଜଣଙ୍କୁ ମେଡିକାଲ ଅଣା ଯାଇଥିଲା ମେଡିକଲରେ ବିଶ୍ଵମ୍ବରଙ୍କ ମୃତ୍ୟୁ ଘଟିଥିବା ଖବର ମିଳିଛି…

Read More

ଓଡ଼ଗାଁ (ଶ୍ରେୟ ତରଙ୍ଗ): ହତ୍ୟାକାରୀ ସ୍ୱାମୀକୁ ଆଜୀବନ ଜେଲ ସହ ୨୦ହଜାର ଟଙ୍କା ର ଜୋରିମାନା ଦଣ୍ଡାଦେଶ ଦେଇଛନ୍ତି ଓଡ଼ଗାଁ ଜିଲ୍ଲା ଅତିରିକ୍ତ ଦୌରଜାଜ୍ ମାନ୍ୟବର ବିଚାରପତି ମାନସ ରଞ୍ଜନରଥ । ସୂଚନା ଅନୁସାରେ, ଓଡ଼ଗାଁ କେଶରପୂର୍ ଗାଁର ଅନିଲ ଜେନା, ସୁଭଦ୍ରା ସ୍ୱାଇଁ କୁ ହିନ୍ଦୁ ରୀତିନୀତି ପରମ୍ପରା ଅନୁସାରେ ବିବାହ କରିଥିଲେ । ଅନିଲ ଫୁଲବାଣୀ ରେ ଅଷ୍ଟମ ବାଟାଲିୟନ ରେ ହାବିଲଦାର ଭାବେ ଚାକିରି କରିଥିଲେ । ଫୁଲବାଣୀ ରେ ଜଣେ ଯୁବତୀଙ୍କ ପ୍ରେମ ସମ୍ପର୍କ ରଖି ଆସିଥିଲେ । ବିବାହ ପରେ ମଧ୍ୟ, ଉକ୍ତ ଯୁବତୀ ଙ୍କ ସହ ପ୍ରେମ ସମ୍ପର୍କ ରଖିଥିବାରୁ, ଉଭୟ ସ୍ବାମୀ ସ୍ତ୍ରୀ ଙ୍କ ମଧ୍ୟରେ ସବୁବେଳେ ଝଗଡା ଲାଗିଥିଲା । ସ୍ତ୍ରୀଙ୍କୁ ସବୁଦିନ ରାସ୍ତା ରୁ ହଟେଇ ଦେବା ପାଇଁ ଅନିଲ ଯୋଜନା କରିଥିଲେ, ଦୁଇ ସହଯୋଗୀ ଙ୍କ ସହ, ଅନିଲ ନିଜ ସ୍ତ୍ରୀ ସୁଭଦ୍ରା ଙ୍କ ତନ୍ତ୍ତି ଚିପି…

Read More

ଘୁ.ଉଦୟଗିରି (ଶ୍ରେୟ ତରଙ୍ଗ): ଜୀବିତ ଅବସ୍ଥା ରେ ପ୍ରଶାସନ ର ସହଯୋଗ ପାଇଲେନି, ମୃତୁ ପରେ ଚାରିହାତ ଜାଗା ମିଳିଲାନି ସବ ସତ୍କାର ପାଇଁ । ଏ ସଭ୍ୟ ସମାଜ ରେ ଏବେବି ଏମିତି ଘଟଣା ଘଟୁଛି, ମଣିଷର ମାନବିକତା କେତେ ତଳକୁ ଖସି ଯାଉଛି,ଭାବିଲେ ଆଶ୍ଚର୍ୟ୍ଯ ଲାଗୁଛି । ଏଭଳି ଘଟଣା ଘଟିଛି, କନ୍ଧମାଳ ଜିଲ୍ଲା ଘୁ . ଉଦୟଗିରି ରେ । ସୂଚନା ଅନଯାୟୀ, ଘୁ. ଉଦଗିରି ଏନେଏସି ରେ ମାନସିକ ବିକାର ଗ୍ରସ୍ତ ଓକିଲ କହଁର, ୫୫ ବର୍ଷରୁ ଅଧ‌ିକ ହେବ । ଘୁ. ଉଦୟଗିରି ବଜାର ରେ ବୁଲି ଚଳୁଥିଲେ । ତାଙ୍କର ଦେହ ଅସୁସ୍ଥ ହେବାରୁ, କିଛି ଯୁବକ ତାଙ୍କୁ ଚିକିତ୍ସା ପାଇଁ ଘୁ.ଉଦୟଗିରି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ଆଣିଥିଲେ। ପରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା। ତାଙ୍କର କେହି ସମ୍ପର୍କୀୟ ନଥିବା ପୁଲିସ ଜାଣିବା ପରେ ମୃତଦେହ ଜବତ କରି କେସ୍…

Read More

ରଣପୁର ( ଶ୍ରେୟ ତରଙ୍ଗ) : ବୃନ୍ଦାବନପୁର ଗାଁର ରଙ୍କ ବେହେରାଙ୍କ ପୁଅ ପ୍ରଶାନ୍ତ ବେହେରା ଦୁର୍ଘଟଣା ର ଶିକାର ହୋଇ ଶଯ୍ୟାଶାୟୀ ହୋଇଥିବା ବେଳେ, ଧୀରେ ଧୀରେ ମାନସିକ ରୋଗର ଲକ୍ଷଣ ତାଙ୍କ ଠାରେ ଦେଖା ଦେଇଥିଲା। ଦେହ ଅଧିକ ଖରାପ ହେବାରୁ , ଆଜି ପରିବାର ଲୋକ ତାଙ୍କୁ ରଣପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର କୁ ଚିକିତ୍ସା ନିମନ୍ତେ ନେଇଥିଲେ । ଡାକ୍ତର ଅଣଦେଖା କରିବା ସହ ଚିକିତ୍ସା କରିବେ ନାହିଁ କହି ଫେରାଇ ଦେଇଥିଲେ । କିନ୍ତୁ ରଣପୁର ସ୍ବାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା ର ମାନ ନୟାଗଡ଼ ଜିଲ୍ଲାପରିଷଦ ଅଧ୍ୟକ୍ଷ ଦେବାଶିଷ ପଟ୍ଟନାୟକ ଯାଞ୍ଚ କରିଥିବା ବେଳେ, ପ୍ରଶାନ୍ତ ଙ୍କ ସ୍ବାସ୍ଥ୍ୟ ଅବସ୍ଥା ଦେଖି , ଡାକ୍ତରଙ୍କ ସହ ଆଲୋଚନା କରିଥିଲେ । ପରେ ତାଙ୍କର ଚିକିତ୍ସା ଆରମ୍ଭ ହୋଇଥିଲା ।

Read More

କନ୍ଧମାଳ,(ଶ୍ରେୟ ତରଙ୍ଗ): ପୁଣି ଚର୍ଚ୍ଚା ରେ କନ୍ଧମାଳ ର ଭୀକ୍ଷୁ ତୁଳା ବେହେରା । ସାଧାରଣ ରୁ ନିଜର କର୍ମ ପାଇଁ ଅସାଧାରଣ ପାଲଟିଥିବା ଏହି ମହିଳା ଙ୍କ ଉପରେ ହେବ ଓଡ଼ିଆ ଚଳଚ୍ଚିତ୍ର ନିର୍ମାଣ । ଯାହାର ପ୍ରଯୋଜନା କରିବେ ଓଡିଆ ପ୍ରଯୋଜକ ଅଜୟ ରାଉତ । ଯାହାର ନାଁ ରଖିଛନ୍ତି, ‘ତୁଳା ଏ ସାଗା ଅଫ ଷ୍ଟ୍ରଗଲ’ ସୂଚନା ଅନୁସାରେ, କିଛି ବର୍ଷ ତଳେ ଭିକ୍ଷା ବୃତ୍ତି ରୁ ସଞ୍ଚୟ ଏକ ଲକ୍ଷ୍ୟ ଟଙ୍କା ଫୁଲବାଣୀ ଜଗନ୍ନାଥ ମନ୍ଦିର କୁ ଦାନ କରିଥିଲେ । ସେବେଠାରୁ ଚର୍ଚ୍ଚା ରେ ରହି ଆସିଛନ୍ତି ତୁଳା ବେହେରା । ସାଧାରଣ ନିର୍ବାଚନ ସମୟର ଫୁଲବାଣୀ ଗସ୍ତ ରେ ପ୍ରଧାନମନ୍ତ୍ରୀ ଆସିଥିବା ବେଳେ , ମଞ୍ଚ ଉପରେ ତୁଳା ବେହେରା ଙ୍କୁ ଭେଟି ମୁଣ୍ଡିଆ ମାରିଥିଲେ । ଯାହାର ଫଟୋ, ରେଲୱେ ବିଭାଗ ତରଫରୁ ଉନ୍ମୋଚନ ହୋଇଥିବା କ୍ୟାଲେଣ୍ଡର ର ପ୍ରଥମ ପୃଷ୍ଠା…

Read More