ବରଗଡ଼ (ଶ୍ରେୟ ତରଙ୍ଗ) ବୃହତ୍ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ସୋମବାର ଉଦଯାପିତ ହୋଇଛି। ଦୀର୍ଘ ୧୧ଦିନ ବ୍ୟାପି ଆୟୋଜିତ ମହୋତ୍ସବରେ କଂସବଧ ଅଭିନୀତ ହୋଇଥିଲା। କଂସବଧ ପରେ ଉଗ୍ରସେନଙ୍କ ରାଜ୍ୟାଭିଷେକ ହୋଇଥିଲା ଏବଂ ଚଳିତବର୍ଷ ଧନୁଯାତ୍ରା ମହୋତ୍ସବ ସରିଥିଲା। ଅନ୍ୟଦିନ ଭଳି କଂସ ମହାରାଜ ରାଜମହଲରୁ ମଥୁରା ପରିଭ୍ରମଣରେ ବାହାରିଥିଲେ। ଶ୍ରୀକୃଷ୍ଣ, ବଲରାମ କାରାଗାରକୁ ଯାଇ ସେଠାରେ ବନ୍ଦୀଥିବା ଦେବକୀ, ବସୁଦେବଙ୍କୁ ମୁକ୍ତ କରିଥିଲେ। ଏହାପରେ ମଥୁରାବାସୀ ବାଣ ଫୁଟାଇ ଏବଂ ଲଡ଼ୁ ବାଣ୍ଟି ଖୁସି ମନାଇଥିଲେ। ଶେଷରେ କଂସ ଅଭିନେତା ଭୁବନେଶ୍ୱର ପ୍ରଧାନ ପାପରୁ ମୁକ୍ତି ପାଇଁ ଶ୍ରୀକ୍ଷେତ୍ର ପୁରୀକୁ ଯାତ୍ରା କରିଥିଲେ। ମଙ୍ଗଳବାର ସକାଳେ ସେ ମହୋଦଧିରେ ସ୍ନାନ କରିବା ସହିତ ଜଗନ୍ନାଥ ଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି। ସେହିପରି କଂସ ମହାରାଜଙ୍କ ଅନ୍ୟ ସେନାପତି, ପାତ୍ରମନ୍ତ୍ରୀ ମାନେ ବରଗଡ଼ ଜିଲା ପାଇକମାଳ ବ୍ଲକ ନୃସିଂହନାଥକୁ ଯାଇ ସେଠାରେ ବହି ଯାଇଥିବା ଗୋକୁଣ୍ଡ ଘାଟରେ ସ୍ନାନ…
Author: sreyataranga
କଣ୍ଟିଲୋ (ଶ୍ରେୟ ତରଙ୍ଗ) ପୌଷ ପୂର୍ଣ୍ଣିମା ଅବସରରେ ଶ୍ରୀଜଗନ୍ନାଥଙ୍କ ଆଦିପୀଠ ନୟାଗଡ଼ ଜିଲା କଣ୍ଟିଲୋ ନୀଳମାଧବଙ୍କର ଆଜି ସୁନାବେଶ ଅନୁଷ୍ଠିତ ହୋଇ ଯାଇଛି । ଶ୍ରୀଜୀଉଙ୍କ ପହଡ଼ ଭଙ୍ଗ ଓ ମଙ୍ଗଳ ଆଳତି ପରେ ମଇଲମ, ତଡପ ଲାଗି ଓ ଅବକାଶ କରାଯାଇଥିଲା । ଏହାପରେ ରୋଷ ହୋମ, ସୂର୍ଯ୍ୟ ପୂଜା, ଦ୍ବାରପାଳ ପୂଜା, ବଲ୍ଲଭ, ସକାଳ ଧୂପ, ମଧ୍ୟାହ୍ନ ପୂଜା ଧୂପ ଓ ହୋମ ପୂର୍ବ ନିର୍ଘଣ୍ଟ ବିଧିବିଧାନ କ୍ରମେ ଅନୁଷ୍ଠିତ ହୋଇଯାଇଛି । ଶ୍ରୀଜୀଉଙ୍କୁ ସୁନାଗହଣା ପିନ୍ଧାଯାଇ ସୁନ୍ଦର ଭାବେ ସଜ୍ଜିତ କରାଯାଇଛି । ଏହି ଅବସରରେ ନୀଳମାଧଵଙ୍କୁ ସୁବର୍ଣ୍ଣ କିରଟି,ସ୍ବର୍ଣ୍ଣ ଶ୍ରୀପୟର,ଚିତା, କିଆଠିଆ, ମୁଖମଣ୍ଡଳ, ଆଭା, କର୍ଣ୍ଣକାପ, କୁଣ୍ଡଳ, ବକ୍ଷ,କବଚ, କଣ୍ଠିମାଳି, ସେବତୀ, ହରିଡ଼ା, ଅଁଳା ମାଳି, କମରପଟି, ଶ୍ରୀଭୁଜ, ଶଙ୍ଖ ସହିତ ସୁବର୍ଣ୍ଣ ସୁଦର୍ଶନ ଚକ୍ର ଧାରଣ କରିଛନ୍ତି | ଶ୍ରୀ ଜୀଉଙ୍କର ସୁନାବେଶ ଉତ୍ସବ ନିମନ୍ତେ ଦେବୋତର ବିଭାଗ ତଥା ମନ୍ଦିର କତ୍ତୃପକ୍ଷଙ୍କ ପକ୍ଷରୁ…
କନ୍ଧମାଳ (ଶ୍ରେୟ ତରଙ୍ଗ), ଭିନ୍ନ କ୍ଷମ ସୁରେନ୍ଦ୍ର ବେରୁକ ଙ୍କୁ ରାଜ୍ୟ ସରକାରଙ୍କ ତରଫରୁ ତିନି ଚକିଆ ଯାନ ଅଟୋ ମିଳିଛି । ଏହାକୁ ନେଇ ସୁରେଦ୍ରଙ୍କ ପରିବାର ବର୍ଗ ଖୁସି ଅନୁଭବ କରିଛନ୍ତି । ଦୀର୍ଘଦିନ ଧରି ଭିନ୍ନକ୍ଷମ ସ୍ଵରେନ୍ଦ୍ର ଘରୁ ଯିବା ଆସିବ ପାଇଁ ବାଉଁଶ ବାଡ଼ି କୁ ନିଜର ସାହାରା କରି ଯବା ଆସିବା କରୁଥୁଲେ । ଏଥିପାଇଁ ତାଙ୍କୁ ବହୁ ଅସୁବିଧା ରେ ସମୁଖୀନ ହେବାକୁ ପଡ଼ିଥିଲା। ବ୍ଲକ କୁ ଘରୁ, ଘରୁ ପଂଚାୟତ କୁ ସାହାଯ୍ୟ ପାଇଁ ଦୌଡ଼ି ଦୌଡ଼ି ନିରାଶ ହୋଇଥିଲେ । ଏବେ କିନ୍ତୁ ରାଜ୍ୟ ସରକାର ତାଙ୍କୁ ସାହାଯ୍ୟ ର ହାତ ବଢ଼ାଇଥିବା ସହ ବ୍ଲକ୍ ପ୍ରଶାସନ ତରଫରୁ ଏକ ତିନିଚକିଆ ଜାନ ମିଳିଛି । ତୁମୁଡିବନ୍ଧ ବ୍ଲକ ବିଜେପି ସଭାପତି ସରମେଶ୍ୱର ମାଝୀ, ମଣ୍ଡଳ ଉପଦେଷ୍ଟା ରବିଚନ୍ଦ୍ର ପାତ୍ର, ସାଂସଦ ପ୍ରତିନିଧି ପୂର୍ଣ୍ଣ ଚନ୍ଦ୍ର ପାଢ଼ୀ, ବରିଷ୍ଠ କର୍ମୀ…
ଦଶପଲ୍ଲା, (ଶ୍ରେୟ ତରଙ୍ଗ) ସୀତାରାମ ୟୁଥ୍ କ୍ଳବ୍ ଦ୍ଵାରା ଆୟୋଜିତ ଯୁବ ମହୋତ୍ସବ ‘ମହକ’ ଶନିବାରଠାରୁ ତ୍ରିନାଥ ବଜାର ମହକ ମଇଦାନରେ ଆରମ୍ଭ ହୋଇଯାଇଛି। ଜାତୀୟ ଯୁବ ଦିବସ ତଥା ବିଶ୍ଵ ବିଜୟୀ ସ୍ବାମୀ ବିବେକାନନ୍ଦଙ୍କ ୧୬୩ତମ ଜନ୍ମ ଜୟନ୍ତୀରେ ଦେଶ ପ୍ରେମ , ମାତୃକାର ବନ୍ଦନା କରିବାକୁ ଦେଶର ଯବାନଙ୍କ ଉଦ୍ଦେଶ୍ୟରେ ଏକ ବିଶାଳ ତ୍ରିରଙ୍ଗା ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା । ଦଶପଲ୍ଲାର ଆରାଧ୍ୟ ଶ୍ରୀ ମହାବୀରଙ୍କ ମନ୍ଦିର ଠାରୁ ୩୦୦ ମିଟର ଲମ୍ବ ତ୍ରିରଙ୍ଗା ପତାକା ଶୋଭା ଯାତ୍ରାରେ ଆରକ୍ଷୀ, ଏନସିସି, ଯୁବଗୋଷ୍ଠୀ, ଛାତ୍ରଛାତ୍ରୀ ଓ ଜନସାଧାରଣ, ତ୍ସ୍ଥାନୀୟ ବିଧାୟକ ରମେଶ ଚନ୍ଦ୍ର ବେହେରା ସାମିଲ ହୋଇଥିଲେ । ଏହି ଅବସରରେ ଚିତ୍ରକଳା, ସୁନ୍ଦର ହସ୍ତାକ୍ଷର ସହିତ ସଂଗୀତ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଉଦଘାଟନୀ ସନ୍ଧ୍ୟାରେ ଲେଖକ ହାଡିବନ୍ଧୁ ମହାଖୁଡ଼ ମଞ୍ଚ ସଂଯୋଜନା କରିଥିବା ବେଳେ, ମୁଖ୍ୟଅତିଥି ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା ମହୋତ୍ସବକୁ ଉଦ୍ଘାଟନ କରିଥିଲେ…
ନୟାଗଡ଼ (ଶ୍ରେୟ ତରଙ୍ଗ) ଶ୍ରୀରାମକୃଷ୍ଣ ଆଦର୍ଶ ଶିକ୍ଷାକେନ୍ଦ୍ର ବିଦ୍ଯାଳୟର ବିଂଶତମ ବାର୍ଷିକ ଉତ୍ସବ ପ୍ରତିଷ୍ଠାତା ସଂପାଦକ ଶ୍ରୀଧର ସାହୁଙ୍କ ନେତୃତ୍ବରେ ମହାସମାରୋହରେ ପାଳିତ ହୋଇ ଯାଇଛି। ସକାଳ ୧୦ଟା ସମୟରେ ଆୟୋଜିତ ରକ୍ତଦାନ ଶିବିରକୁ ବ୍ଳକ ଚେୟାରମ୍ୟାନ କିଶୋର ଚନ୍ଦ୍ର ସାହୁ ଓ ପ୍ରାକ୍ତନ ଉପବନ ସଂରକ୍ଷକ ସୁରେଶ ଚନ୍ଦ୍ର ହୋତା ଉଦଘାଟନ କରିଥିଲେ।ରକ୍ତଦାନ ଶିବିରରେ ମୋଟ ୨୦ ୟୁନିଟ୍ ରକ୍ତ ସଂଗ୍ରହ ହୋଇଥିଲା। ଅପରାହ୍ନ ୦୧ଟା ସମୟରେ ବିଦ୍ଯାଳୟର ଉପଦେଷ୍ଟା ହରିହର ପାତ୍ରଙ୍କ ଅଧ୍ଯକ୍ଷତାରେ ପୁରସ୍କାର ବିତରଣ ଉତ୍ସବ ଅନୁଷ୍ଠିତ ହୋଇଥିଲା।ଏହି ଉତ୍ସବରେ ମୁଖ୍ଯ ଅତିଥି ଭାବେ ନୟାଗଡ଼ ଜିଲ୍ଲା ପରିଷଦ ଅଧ୍ଯକ୍ଷ ଇଂ ଦେବାଶିଷ ପଟ୍ଟନାୟକ ଯୋଗଦେଇ ମୂଲ୍ଯବୋଧ ଭିତ୍ତିକ ଶିକ୍ଷା ଉପରେ ବକ୍ତବ୍ଯ ଦେଇ ଅଭିଭାବକ ମାନେ ଏକ ସୁସ୍ଥ ସମାଜ ଗଠନ କରିବା ପାଇଁ ଯତ୍ନବାନ୍ ହେବାକୁ ପରାମର୍ଶ ଦେଇଥିଲେ। ସମ୍ମାନିତ ଅତିଥି ଭାବେ ପୌରପରିଷଦ ଅଧ୍ଯକ୍ଷା ନିରୁପମା ଖଟେଇ, ବ୍ଳକ ଚେୟାରମ୍ୟାନ କିଶୋର ଚନ୍ଦ୍ର…
ଭାପୁର ( ଶ୍ରେୟ ତରଙ୍ଗ), ଭାପୁର ମହୋତ୍ସବ ୨୦୨୫ ଶୁକ୍ରବାର ଉଦ୍ଘାଟିତ ହୋଇଯାଇଛି | ‘ମୋ ମାଟି ଭାପୁର’ର ସଭାପତି ବେଣୁଧର ପ୍ରଧାନଙ୍କ ସଭାପତିତ୍ବ ରେ ଉଦ୍ଘାଟନୀ ସଭାରେ ସନ୍ଥ ଉମେଶ ନାଥ ମହାରାଜ ମୁଖ୍ୟଅତିଥି ରୂପେ ଯୋଗଦେଇ ଉଦ୍ଘାଟନ କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବହେରା, ବେଗୁନିଆ ବିଧାୟକ ପ୍ରଦୀପ କୁମାର ସାହୁ, ରଣପୁର ପୂର୍ବତନ ବିଧାୟକ ସତ୍ୟନାରାୟଣ ପ୍ରଧାନ, ଖଣ୍ଡପଡ଼ା ବ୍ଲକ ଉପାଧ୍ଯକ୍ଷ ଶିଶିର କୁମାର ସାହୁ ଓ ଭାପୁର ତହସିଲଦାର ଅର୍ଜୁନ ପ୍ରଧାନ ଯୋଗଦେଇ ମହୋତ୍ସବକୁ ଉଦ୍ଘାଟନ କରିଥିଲେ | ମହୋତ୍ସବ ର ମୁଖପତ୍ର ‘ମହାନଦୀ’ ଉନ୍ମୋଚନ ହୋଇଥିଲା । ନୟାଗଡ଼ ଜିଲ୍ଲାର ସବୁଠାରୁ ଲୋକପ୍ରିୟ ଓ ବ୍ୟୟ ବହୁଳ ମଞ୍ଚ ରେ ମୁଖ୍ୟ ଆକର୍ଷଣ ସାଜିଥିଲେ କଣ୍ଠଶିଳ୍ପୀ ହ୍ୟୁମାନ ସାଗର ଓ ଓଡ଼ିଆ ସିନେ ସୁପର ଷ୍ଟାର ତଥା ଦିଗପହଣ୍ଡି ବିଜେପି ବିଧାୟକ ସିଦ୍ଧାନ୍ତ ମହାପାତ୍ର । ୩୦…
ଦଶପଲ୍ଲା ( ଶ୍ରେୟ ତରଙ୍ଗ) ରାଜ୍ୟରେ ବିଜେପି ସରକାର ଆସିବାପରେ, ଧାନର ଦରବୃଦ୍ଧି କରି ୩୧୦୦ ଟଙ୍କା କରିଛନ୍ତି । ତେଣୁ ଚାଷୀ ବେଶ୍ ଆଗ୍ରହ କରୁଛନ୍ତି ସୋଷାଇଟ ମାଧ୍ୟମରେ ଧାନ ବିକ୍ରି କରିବାକୁ । କିନ୍ତୁ ଧାନ କିଣିବା ବେଳେ, ମିଲର ମାଲିକ୍ ଓ ଶୋଷାଇଟ ସମ୍ପାଦକ ସଭାପତିଙ୍କ ମନମାନି ଯୋଗୁଁ ଚାଷୀ କ୍ଷତି ରେ ପଡୁଛନ୍ତି । ତେଣୁ ବିଭିନ୍ନ ସମୟ ରେ ନୟାଗଡ଼ ଜିଲ୍ଲାରେ ରାଇସ ମିଲ ମାଲିକ୍ ଙ୍କ ବିରୁଦ୍ଧରେ ଜିଲ୍ଲାପାଳଙ୍କୁ ଅଭିଯୋଗ ହେଉଥିବା ଦେଖାଯାଉଛି । ସୂଚନା ଅନୁସାରେ, ଦଶପଲ୍ଲା ବ୍ଲକ୍ ଚଢ଼େୟାପଲି ଗ୍ରାମ ପଞ୍ଚାୟତ ବ୍ଲକ୍ ସଦର ମହକୁମା ଠାରୁ ଚାଳିଶ କିଲୋମିଟର ଦୂରରେ ଅବସ୍ଥିତ, ପ୍ରାୟ ଆଦିବାସୀ ଓ ହରିଜନ ସଂପ୍ରଦାୟର ଲୋକମାନେ ଏହି ପଞ୍ଚାୟତରେ ଅଧିକ ବସବାସ କରନ୍ତି । ଛୋଟବଡ଼ ୩୮ଖଣ୍ଡ ଗ୍ରାମକୁ ନେଇ ପଞ୍ଚାୟତ ଗଠନ ହୋଇଛି ପଞ୍ଚାୟତର ଲୋକମାନେ କୃଷି ଓ ଜଙ୍ଗଲ ଉପରେ ନିର୍ଭର…
ଦଶପଲ୍ଲା, ( ଶ୍ରେୟ ତରଙ୍ଗ) ସ୍ବାମୀ ବିବେକାନନ୍ଦ ଜୟନ୍ତୀ ରେ ଉତ୍ସବ ମୁଖର ହେବ ଦଶପଲ୍ଲା । ଆସନ୍ତା ୧୧, ୧୨, ଓ ୧୩, ତିନିଦିନ ଧରି ଦଶପଲ୍ଲା ତ୍ରିନାଥ ବଜାର ‘ସୀତାରାମ ୟୁଥ କ୍ଲବ’ ଗ୍ରାଉଣ୍ଡ ରେ ଅଷ୍ଟମ ‘ମହକ’ ଯୁବ ମହୋତ୍ସବ ପାଳନ ହେବ । ପ୍ରଥମ ଦିନ ଦଶପଲ୍ଲା ର ଆରାଧ୍ୟ ଦେବ ଶ୍ରୀ ମହାବୀର ଙ୍କ ଆଜ୍ଞା ମାଳ ଆଣି ଏକ ବିଶାଳ ଶୋଭାଯାତ୍ରା ବାହାରି ମହାବୀର ମନ୍ଦିର ଠାରୁ ତ୍ରିନାଥ ବଜାର ମହକ ମୈଦାନ ପର୍ଯ୍ୟନ୍ତ ଆସିବ ଦେଶର ଯବାନ ମାନଙ୍କ ଉଦେଶ୍ୟରେ ୪୦୦ମିଟର ତ୍ରିରଙ୍ଗା ଧରି ଶୋଭାଯାତ୍ରା କରାଯିବ । ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା ତିନି ଦିନ ଧରି ଉତ୍ସବ ରେ ସାମିଲ ହେବା ସହ ନୟାଗଡ଼ ବିଧାୟକ ଡ ଅରୁଣ କୁମାର ସାହୁ , ଜିଲ୍ଲାପାଳ ନୟାଗଡ଼ ଶ୍ରୀ ଅକ୍ଷୟ ସୁନିଲ ଅଗ୍ରୱାଲ, ଜିଲ୍ଲାପରିଷଦ ଅଧ୍ୟକ୍ଷ ଇଞ୍ଜିନିୟର ଦେବାଶିଷ…
ବୋଲଗଡ଼ ( ଶ୍ରେୟ ତରଙ୍ଗ) , ଅମାନୁଷିକ ଭାବେ ୩୦ ରୁ ଅଧିକ ଗୋମାତାଙ୍କୁ କଣ୍ଟେନର ରେ ବାହାର ରାଜ୍ୟ କୁ ଚୋରା ଚାଲାଣ ବେଳେ ବଜରଙ୍ଗ ଦଳ ସଦସ୍ୟ ମାନେ ଗାଡ଼ିଟିକୁ ଅଟକାଇ, ଗୋମାତା ମାନଙ୍କୁ ଉଦ୍ଧାର କରିବା ସହ ଡ୍ରାଇଭର ଏବଂ ହେଲ୍ସର ଙ୍କୁ ବୋଲଗଡ଼ ପୋଲିସ ଜିମା ଦେଇଛନ୍ତି । ଜାତୀୟ ରାଜପଥ ୫୭ ଉପରେ ସବୁଦିନ ଏଭଳି ଚୋରା ଗୋରୁ ଚାଲାଣ ଚାଲିଥିବା ବେଳେ ପୋଲିସ କେମିତି ଜାଣି ପାରୁନାହାନ୍ତି, ବୁଦ୍ଧିଜୀବୀ ମାନେ ପ୍ରଶ୍ନ କରିଛନ୍ତି । ରାଜନେତା ଙ୍କ ଛତ୍ର ଛାୟା ତଳେ ରହି ଦଲାଲ ମାନେ ଗୋରୁ ଚାଲାଣ ରେ ସହାୟତା କରୁଥିବା ବେଳେ, କିଛି ଅସାଧୁ ପୋଲିସ କର୍ମଚାରୀ ଏଥିରେ ସମ୍ପୃକ୍ତି ରହିଥିବା ଆଲୋଚନା ହେଉଛି । ନୟାଗଡ଼,ବୋଲଗଡ଼, ବେଗୁନିଆ ଅଞ୍ଚଳ ରେ ଗୋରୁ ଚୋରା ଚାଲାଣ ଆଗରୁ ହୋଇ ଆସୁଥିବା ବେଳେ, ଆଖି ଦୃଷ୍ଟିଆ ପଦକ୍ଷେପ ଗ୍ରହଣ ହେଉ ନଥିବାରୁ…
ନୟାଗଡ଼ ବ୍ୟୁରୋ ( ଶ୍ରେୟ ତରଙ୍ଗ) , ନୟାଗଡ଼ ଜିଲ୍ଲା ରଣପୁର ଥାନା ଗୋପାଳପୁର ଖଣ୍ଡିସି ଛକ ନିକଟରେ ବ୍ରିଜର ସାଇଟ ୱାଲ କୁ ଧକା ଦେଇ ପନ୍ଦର ଫୁଟ ତଳକୁ ଏକ ଘରୋଇ ଯାତ୍ରୀବାହୀ ବସ ଖସିପଡ଼ିଛି । ଘଟଣା ସ୍ଥଳୀ ରେ ଜଣଙ୍କର ମୃତ ହୋଇଥିବା ବେଳେ, ତିରିଶ ରୁ ଅଧିକ ଗୁରୁତର ଆହତ ହୋଇଥିବା ସୂଚନା ମିଳିଛି l ନୟାଗଡ଼ ଜିଲ୍ଲା ଖଣ୍ଡପଡା ବ୍ଲକ ର ଗୁଣ୍ଠୁଣି ଗ୍ରାମରୁ ଏକ ବସ ଯୋଗେ ପ୍ରାୟ ୪୦ ରୁ ୫୦ଜଣ ଯାତ୍ରୀ ଚିଲିକା କାଳୀଜାଇ ମନ୍ଦିର ଦେଖିଯିବା ପାଇଁ ବାହାରିଥିଲେ।କିନ୍ତୁ ରାତି ୧୨ ଟା ପରେ ରଣପୁର ଖଣ୍ଡିସି ଛକ ନିକଟରେ ବସ ଟି ଭାରସାମ୍ୟ ହରାଇ ବ୍ରିଜ ର ସାଇଟ ୱାଲ କୁ ଧକ୍କା ଦେଇ ବସଟି ତଳକୁ ଖସିପଡ଼ିଥିଲା । ବସ ଭିତରେ ଥିବା ପ୍ରାୟ ଅଧିକାଂଶ ଯାତ୍ରୀ ଗୁରୁତର ଆହତ ହୋଇଥିଵା ବେଳେ ଜଣଙ୍କ…
କନ୍ଧମାଳ ବ୍ୟୁରୋ ( ଶ୍ରେୟ ତରଙ୍ଗ), ଏକ ନାବାଳିକା ଦୁଷ୍କର୍ମ ମାମଲାର ଶୁଣାଣି କରି ଫୁଲବାଣୀ ପୋସ୍କ କୋର୍ଟ ବିଚାରପତି ରାଜେଶ ଦାସ ଅଭିଯୁକ୍ତ ଫୁଲବାଣୀ ଟାଉନ ଥାନା ଅଞ୍ଚଳର ସୁରଥ ବେହେରା ଙ୍କୁ 20 ବର୍ଷ ସଶ୍ରମ କାରାଦଣ୍ଡ ରେ ଦଣ୍ଡିତ କରିବା ସହ 20 ହାଜର ଟଙ୍କା ଜୋରିମାନା ଆଦେଶ ଦେଇଛନ୍ତି l ଜୋରିମାନା ଅନାଦୟେ ଅଧିକ 6 ମାସ ସଜା ଶୁଣାଇଛନ୍ତି । ଘଟଣାରେ ସମ୍ପୃକ୍ତ ଅନ୍ୟଜଣେ ଅଭିଯୁକ୍ତ ଅଗସ୍ଥି ବେହେରା ଫେରାର ଥିବା କୋର୍ଟ ପକ୍ଷରୁ ସୂଚନା ମିଳିଛି । ସୂଚନା ପ୍ରକାରେ ଗତ 2020 ମସିହା ନଭେମ୍ବର୍ 28 ତାରିଖ ଦିନ ନାବାଳିକା ଜଣଙ୍କ ସ୍କୁଲର ପାଠ ପଢିବା ପାଇଁ ଆଇ ଟି ଆଇ ନିକଟସ୍ଥ ନିଜ ସାଙ୍ଗ ପାଖକୁ ଯାଉଥିବା ବେଳେ ଅଭିଯୁକ୍ତ ସୁରଥ ବେହେରା ଏବଂ ତାଙ୍କର ଜଣେ ସହଯୋଗୀ ଅଗସ୍ଥି ବେହେରା ଦୁଇଜଣ ଗୋଟିଏ ସ୍କୁଟି ରେ ଆସି ନାବାଳିକାକୁ…
କନ୍ଧମାଳ ବ୍ୟୁରୋ, (ଶ୍ରେୟ ତରଙ୍ଗ) ଯବାନଙ୍କୁ ଟାର୍ଗେଟ କରି IED ବୋମା ଖଞ୍ଜିଥିଲେ ମାଓବାଦୀ । କିନ୍ତୁ ସତର୍କତାର ସହିତ ଦୁଇଟି IED ବୋମାକୁ କୁମ୍ବିଂ ଟିମ ଠାବ କରିବା ସହିତ ନିଷ୍କ୍ରିୟ କରି ଦେଇଛନ୍ତି ଓ ଗୋଟିଏ ମାଓ କ୍ୟାମ୍ପକୁ ଠାବ କରିବାରେ ସଫଳ ହୋଇଛନ୍ତି କୁମ୍ବିଂ ଅପେରସନ ଟିମ । କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନା ମାରଦୁଲି ଜଙ୍ଗଲରେ CRPF ଏବଂ SOG ଯବାନ ମିଳିତ ଭାବେ କୁମ୍ବିଂ ଅପେରସନ କରୁଥିବା ବେଳେ ଏହି ଦୁଇଟି IED ବୋମା ଏବଂ ମାଓ କ୍ୟାମ୍ପକୁ ଠାବ କରିଛନ୍ତି । ମାଓ କ୍ୟାମ୍ପରୁ ଗୋଟିଏ ଦେଶୀ ବନ୍ଧୁକ ଏବଂ ବହୁ ମାଓ ସାମଗ୍ରୀ ଜବତ କରାଯାଇଛି । କ୍ୟାମ୍ପରୁ ମିଳିଥିବା ସାମଗ୍ରୀକୁ ଦେଖି ସେଠାରେ ପ୍ରାୟ 15 ରୁ ଅଧିକ ମାଓବାଦୀ ରହୁଥିଲେ ବୋଲି ସନ୍ଦେହ କରାଯାଉଛି । KKBN ମାଓବାଦୀ ସଂଘଠନର 8th କମ୍ପାନୀର ମାଓବାଦୀ ମାନେ ସେଠାରେ କ୍ୟାମ୍ପ…
