Author: sreyataranga

କୋରାପୁଟ, ଜୟପୁର, ନନ୍ଦପୁର ଅଞ୍ଚଳରେ ଗୁଜରାଟ କମ୍ପାନୀ କାମ ନେଇଛି । ସେ କମ୍ପାନୀ କାହା କଥା ମାନୁନାହିଁ , ୩ ବର୍ଷ ହେଲାଣି କାମରେ କୌଣସି ଅଗ୍ରଗତି ହେଉନାହିଁ । ଯେଉଁଥିପାଇଁ ଲୋକମାନେ ପିଇବା ପାଣି ପାଇଁ ହଇରାଣ ହେଉଛନ୍ତି । ଏହାବାଦ୍ ୧୬ଟି ନିର୍ମାଣ କାମ ପୁରା ହୋଇଛି । ଏହାପରେ ପ୍ରଥମ ପର୍ଯ୍ୟାୟରେ ମାର୍ଚ୍ଚ ୨୦୨୫ ସୁଦ୍ଧା ୫୬ଟି କାମ ସଂପୂର୍ଣ୍ଣ ହେବ । ବାକି ଡିସେମ୍ବର ୨୦୨୫ ସୁଦ୍ଧା ଆଉ ୫୪ଟି ସଂପୂର୍ଣ୍ଣ ହେବ । ୨୦୨୨-୨୩ ଶେଷ ଭାଗରେ ଆରମ୍ଭ ହୋଇଥିବା ମେଗା ପାଇପ ପାନୀୟ ଜଳ ଯୋଗାଣ ପ୍ରକଳ୍ପ ୮୧ଟି ୨୦୨୬ ସୁଦ୍ଧା ପୁରା ହୋଇଯିବ । ଯେଉଁ ଚୁକ୍ତି ହୋଇଛି, ତାହା ୫ ବର୍ଷ ରକ୍ଷଣାବେକ୍ଷଣ କରିବେ । ପାଣି ପାଇପ ପାଇଁ ନଷ୍ଟ ହୋଇଥିବା ରାସ୍ତା କାମ ମଧ୍ୟ କରିବେ । ଯେଉଁଠାରେ ଫ୍ଲୋରାଇଡ ପାଣି ବାହାରୁଛି, ସେଠାରେ ଟ୍ୟାଙ୍କର…

Read More

ବାଙ୍କୀ- ବୈଦେଶ୍ୱର ଥାନା ଅନ୍ତର୍ଗତ କଳାପଥରରେ ସେକ୍ସ ରାକେଟ ଠାବ ହୋଇଛି । ଗ୍ରାହକ ବେଶରେ ଯାଇ ଧରିଲେ ବୈଦେଶ୍ବର ଥାନା ଅଧିକାରୀ । ୨ ଯୁବତୀଙ୍କ ସହ ୨ ଯୁବକଙ୍କୁ ଧରିଲା ପୋଲିସ । ସେମାନଙ୍କୁ ଥାନାରେ ଅଟକ ରଖି ପଚରାଉଚରା କରାଯାଉଛି । ତେବେ ପୂର୍ବରୁ ନଭେମ୍ବର ୨୮ରେ ମଧ୍ଯ ଭୁବନେଶ୍ୱର ଖଣ୍ଡଗିରି ଥାନା ମଧୁସୂଦନ ନଗର ଅଞ୍ଚଳରେ ସେକ୍ସ୍ ରାକେଟ ଠାବ ହୋଇଥିଲା । ଏହି ଘଟଣାରେ ୪ ଯୁବତୀଙ୍କୁ ଉଠାଇ ନେଇଥିଲା ଖଣ୍ଡଗିରି ଥାନା ପୋଲିସ । ଖଣ୍ଡଗିରି ଅଞ୍ଚଳର ଏକ ଘରେ ଏହି ସେକ୍ସ କାରବାର ଚାଲିଥିଲା । ଏଥିରେ ନୟାଗଡ଼ର ଜଣେ ରାଣୀ ମହୁମାଛୀଙ୍କ ଜରିଆରେ ଏହି କାରବାର ଚାଲିଥିବା ପୋଲିସ ଜାଣିବାକୁ ପାଇଥିଲା ।

Read More

ଗୁଜରାଟର ସୁରଟରେ ଜଣେ ବିଜେପି ନେତ୍ରୀ ଆତ୍ମହତ୍ୟା କରିଛନ୍ତି। ଦୀପିକା ପଟେଲ ସୁରଟର ୱାର୍ଡର ନମ୍ବର ୩୦ରେ ବିଜେପି ମହିଳା ମୋର୍ଚ୍ଚା ପାଇଁ କାମ କରୁଥିଲେ। ଦୀପିକାଙ୍କ ସ୍ୱାମୀ ଜଣେ ଚାଷୀ। ତାଙ୍କର ୩ ଜଣ ଛୋଟ ପିଲା ମଧ୍ୟ ରହିଛନ୍ତି। ପୁଲିସ୍‌ ଏନେଇ ଏକ ମାମଲା ରୁଜୁ କରିଛି ଓ କେଉଁ ପରିସ୍ଥିତିରେ ଦୀପିକା ଜୀବନ ହାରିଲେ, ତା’ର ଯାଞ୍ଚ ଆରମ୍ଭ କରିଛି।ପୋଲିସ୍‌ ଅଧିକାରୀ କହିଛନ୍ତି, “ଦୀପିକା ରବିବାର ତାଙ୍କ ଘରେ ଆତ୍ମହତ୍ୟା କରିଥିଲେ। ସ୍ଥାନୀୟ କର୍ପୋରେଟର ଓ ଦୀପିକାଙ୍କ ପରିବାର ଲୋକ ତାଙ୍କୁ ହସ୍ପିଟାଲ ନେଇଥିଲେ। ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଫରେନ୍ସି ଟିମ ଘଟଣା ସ୍ଥଳରେ ପହଞ୍ଚି ଯାଞ୍ଚ କରିଥିବା ବେଳେ ଏଯାଏ କୌଣସି ପ୍ରକାରର ସୁଇସାଇଡାଲ ନୋଟ ମିଳି ନାହିଁ। ବର୍ତ୍ତମାନ ତାଙ୍କର କଲ ରେକର୍ଡକୁ ମଧ୍ୟ ଯାଞ୍ଚ କରାଯାଉଛି।ମୃତ୍ୟୁ ପୂର୍ବରୁ ଦୀପିକା କର୍ପୋରେଟର ଚିରାଗଙ୍କୁ ଫୋନ କରିଥିଲେ। ସେ ଅତ୍ୟନ୍ତ…

Read More

ଭିମସାରକୁ ୭ ଦିନର ମହଲତ ଦେଲା ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ । ସାତ ଦିନ ଭିତରେ ଫାଇନ ସହ ନିୟମ ମାନିବାକୁ ତାଗିଦ୍ । ନିୟମ ନମାନିଲେ କଡା କାର୍ଯ୍ୟାନୁଷ୍ଠାନ ପାଇଁ ଚରମବାଣି । ପ୍ରଦୂଷଣ ନିୟମର ସାଂଘାତିକ ଉଲଂଘନ ଅଭିଯୋଗ ହେବା ପରେ କେନ୍ଦ୍ରୀୟ ପ୍ରଦୂଷଣ ବୋର୍ଡ ବୁର୍ଲା ଭିମ୍‌ସାରକୁ ୧୧ ଲକ୍ଷ ଟଙ୍କା ଫାଇନ୍‌ କରିଥିଲା। ଏହାସତ୍ତ୍ୱେ କୌଣସି ପଦକ୍ଷେପ ନ ନେବାରୁ ରାଜ୍ୟ ପ୍ରଦୂଷଣ ବୋର୍ଡ ଭିମସାର କର୍ତ୍ତୃପକ୍ଷଙ୍କ କଡ଼ା ଭର୍ସନା କରିଛନ୍ତି। ଏ ସମ୍ପର୍କରେ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ଚିଠିସଂଖ୍ୟା ୧୯୭୨୩ ତା ୨/୧୨/୨୦୨୪ ଅନୁସାରେ ଭିମ୍‌ସାର୍ ମେଡିକାଲ ଅଧ୍ୟକ୍ଷକଙ୍କୁ ଚିଠିଦେଇ ଜଳ ପ୍ରଦୂଷଣ ଅଧିନିୟମ ୧୯୭୪ ଓ ବାୟୁ ପ୍ରଦୂଷଣ ଅଧିନିୟମ ୧୯୮୧କୁ ଉଲଂଘନ କରିଥିବାରୁ ଭିମ୍‌ସାର କର୍ତ୍ତୃପକ୍ଷଙ୍କ ସମାଲୋଚନା କରିଛନ୍ତି। ଏଥିରେ ଇନସିନେରେଟର ଅପଗ୍ରେଡ ନହେବା, କସନ ଚେମ୍ବର ତାପମାତ୍ରା ଅଧିକ ରହିବା, ଡିସପ୍ଲେ ବୋର୍ଡ ନଦେବା ପରି ଭୁଲକୁ…

Read More