Author: sreyataranga

ନୟାଗଡ଼ ବ୍ୟୁରୋ , ଶ୍ରେୟ ତରଙ୍ଗ,, ପ୍ରବାସୀ ଭାରତୀୟ ଦିବସ ରେ ଯୋଗ ଦେବା ପାଇଁ ଓଡ଼ିଶା ଗସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସିଥିବା ବେଳେ , ଭୁବନେଶ୍ୱର ବିମାନ ବନ୍ଦର ରେ ପ୍ରଧାନମନ୍ତ୍ରୀ ଙ୍କୁ ଭେଟି ସ୍ବାଗତ କରିଛନ୍ତି ଖଣ୍ଡପଡ଼ା ବିଧାୟକ ଦୁଷ୍ମନ୍ତ କୁମାର ସ୍ବାଇଁ ।

Read More

ରଣପୁର,( ଶ୍ରେୟ ତରଙ୍ଗ, ଲିଶାରାଣୀ ମହାପାତ୍ର), ରଣପୁର ମହାବିଦ୍ୟାଳୟରେ 6-ଓଡିଶା ବାଟାଲିୟନ ଏନ. ସି. ସି., ପୁରୀ ଓ ୟୁଥ୍ ରେଡକ୍ରସ ର ମିଳିତ ଆନୁକୂଲ୍ୟରେ, ରଣପୁର ମହୋତ୍ସବର ତୃତୀୟ ଦିନରେ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି ! ରକ୍ତଦାନ ଶିବିର ରେ ମହାବିଦ୍ୟାଳୟ ଅଧ୍ୟକ୍ଷ ପ୍ରଶାନ୍ତ କୁମାର ମିଶ୍ର, ପୁର୍ବତନ ଅଧ୍ୟକ୍ଷ ଶୁଵାଷ ଚନ୍ଦ୍ର ବାରିକ, ପ୍ରଶାସନିକ ଅଧିକାରୀ ଡଃ ପ୍ରଫୁଲ କୁମାର ଜେନା, ଲେଫ୍ଟନାଣ୍ଟ ଭାଗ୍ୟଧର ସ୍ୱାଇଁ , ଶ୍ରୀ ରାଜେନ୍ଦ୍ର କୁମାର ଡାଙ୍ଗୁଆ , ଆଧ୍ୟାପକ୍, ଅଧ୍ୟାପିକା , ଏବଂ ଛାତ୍ରଛାତ୍ରୀ ମାନେ ରକ୍ତ ଦାନ କାର୍ଯ୍ୟକ୍ରମରେ ଯୋଗଦାନ କରିଥିଲେ । 40 ୟୁନିଟ ରକ୍ତ ସଂଗ୍ରହ କରାଯାଇଥିଲା । ପ୍ରତିବର୍ଷ ରଣପୁର ମହୋତ୍ସବରେ ମହାବିଦ୍ୟାଳୟ ତରଫରୁ ରକ୍ତଦାନ ଶିବିର ଆୟୋଜନ କରାଯାଉଥିବା ମହାବିଦ୍ୟାଳୟ ଅଧ୍ୟକ୍ଷ କହିଛନ୍ତି ।

Read More

ରଣପୁର (ଶ୍ରେୟ ତରଙ୍ଗ, ଲିଶାରାଣୀ ମହାପାତ୍ର ) ୟାଗଡ଼ ଜ଼ିଲ୍ଲା ରଣପୁର ସହରର ବାଘସାମନ୍ତ ପଡିଆରେ ରଣପୁର ମହୋତ୍ସବ “ଅର୍ଜୁନ”ର ଚତୁର୍ଥ ସନ୍ଧ୍ୟା ରେ ଓଡ଼ିଶା ବିଧାନସଭାର ବାଚସ୍ପତି ତଥା ରଣପୁର ବିଧାୟିକା ସୁରମା ପାଢ଼ୀ ଅଧ୍ଯକ୍ଷତା କରିଥିଲେ I ସମାରୋହରେ ମୁଖ୍ୟ ଅତିଥି ଭାବେ ରାଜ୍ୟ ସମବାୟ, ହସ୍ତତନ୍ତ ଓ ବୟନଶିଳ୍ପ ଶିଳ୍ପ ମନ୍ତ୍ରୀ ଡ.ପ୍ରଦୀପ ବଳସାମନ୍ତ, ସମ୍ମାନୀତ ଅତିଥି ଭାବେ ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା,ପୂର୍ବତନ ରାଜ୍ୟସଭା ସାଂସଦ ରବିନାରାୟଣ ମହାପାତ୍ର, ତହସିଲଦାର ଆର୍ଯ୍ୟ କୁମାର ସର୍ବବର୍ଦ୍ଧମାନ,ରଣପୁର ବ୍ଳକ ଅଧକ୍ଷା ନିର୍ମଳା ବେହେରା ପ୍ରମୁଖ ଯୋଗଦେଇ ରଣପୁରର ରାଣୀ ପ୍ରଭାବତୀଙ୍କ ଠାରୁ ଆରମ୍ଭ କରି ରାଣୀ ବସନ୍ତମଞ୍ଜରୀଙ୍କ ବିରତ୍ବର ଗାଥା ଅତିଥି ମାନେ ଅବତାରଣା କରିଥିଲେ I ରଣପୁରର କଳା ସଂସ୍କୃତି, ସାହିତ୍ୟ ଓ ଐତିହ୍ୟ ଉପରେ ସେମାନେ ଆଲୋକପାତ କରିଥିଲେ। ଚତୁର୍ଥ ସନ୍ଧ୍ୟାରେ ଢେମସାନୃତ୍ୟ,ଘୋଡାନାଚ,ଲାଉଣି,ଝୁମୁରାନେପାଳୀ ନୃତ୍ୟ,ତ୍ରିପୁରା ନୃତ୍ୟ ସଙ୍ଗୀତ ଦର୍ଶକଙ୍କ ମନମୋହିଥିଲା।

Read More

ଆଜି ଜାନୁଆରୀ ୮ ତାରିଖ କବି ଯଦୁମଣିଙ୍କ ଜୟନ୍ତୀରେ ଭକ୍ତି ପୃତ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରୁଛି । ଏହି ଦିନଟି ଜଣେ ନିଭୀକ କବିଙ୍କ ନିଭୀକ ସମାଲୋଚନାର କଥାକୁ ମନେପକାଇ ଦେଉଛି। କ୍ଷମତାରେ ଥାଇ ଶାସନ କରୁଥିବା ରଜାଙ୍କୁ । ତାଙ୍କର ଦୋଷ ତ୍ରୁଟି ସଂପର୍କରେ ଜଣାଇବା ଆଉ ସୁଧାରିବା ପାଇଁ ଶାଣିତ ଗଳାରେ ଶାଣିତ ସ୍ବରରେ,କବିତାର ସେହି କଟାକ୍ଷ ଶବ୍ଦ ମାଧ୍ଯମରେ ସମସ୍ୟା ସମାଧାନର ରାସ୍ତା ଦେଖାଇବା ଥୂଲା କବିଙ୍କ ମହନାତା। ହେଲେ ଆଜି ଯାଏଁ ତଥାକତ ସମାଜର ବଡ଼ପଣ୍ଡା ମାନେ ମଣିଙ୍କ ପାଇଁ କରିଛନ୍ତି କଣ । ଯେଉଁମାନଙ୍କ ଉପରେ ଇତିହାସ ଲେଖିବାର ଦାୟିତ୍ଵ ଥୂଲା ସେମାନେ କବିଙ୍କ ବିଷୟ ଭୁଲିଗଲେ କି …? କେବଳ କେଇ ଖଣ୍ଡ ବହିରେ କେମିତି କବିଙ୍କ କୀର୍ତ୍ତି ବଞ୍ଚି ରହିଛି । କାହିଁକି କବି ଯଦୁମଣିଙ୍କ କଥା ପାଠ୍ୟ ପୁସ୍ତକରେ ସାମିଲ ହୋଇନାହିଁ । ତାଙ୍କ ସମୟରେ ଏଭଳି କିଛି ଅବସ୍ଥା…

Read More

ରଣପୁର (ଶ୍ରେୟ ତରଙ୍ଗ, ଲିସାରାଣି ମହାପାତ୍ର ) ରଣପୁରର ଐତିହ୍ୟ, କଳା, ସଂସ୍କୃତି ପରମ୍ପରାକୁ ନେଇ ଅନୁଷ୍ଠିତ ହୋଇଥିବା ରଣପୁର ମହୋତ୍ସବ ‘ଅର୍ଜୁନ–୨୦୨୫’ ର ତୃତୀୟ ସନ୍ଧ୍ୟା ରେ ଓଡ଼ିଶୀ ସମ୍ବଲପୁରୀ ନୃତ୍ୟରେ ଝୁମିଲେ ଦର୍ଶକ । ଆରମ୍ଭରୁ କୁଇଜ୍ କାଯ୍ୟକ୍ରମ ହୋଇଥିଲା । ପରେ କୁନି କୁନି କଳାକାର ଙ୍କ ଦ୍ୱାରା ନୃତ୍ୟ ପରିବେଷଣ ହୋଇଥିଲା। ମାନ୍ୟବର ବାଚସ୍ପତି ତଥା ରଣପୁର ବିଧାୟିକା କମିଟି ସଭାପତି ଶ୍ରୀମତୀ ସୁରମା ପାଢ଼ୀ ଙ୍କ ପୌରହିତ ରେ ମାନ୍ୟବର ମସ୍ତ୍ୟ ଓ ପଶୁସମ୍ପଦ ମନ୍ତ୍ରୀ ଶ୍ରୀଯୁକ୍ତ ଗୋକୁଳା ନନ୍ଦ ମଲ୍ଲିକ, ଶିକ୍ଷା ଓ ଜାତି ଜନଜାତି ମନ୍ତ୍ରୀ ଶ୍ରୀଯୁକ୍ତ ନିତ୍ୟାନନ୍ଦ ଗଣ୍ଡ, କୋରେଇ ବିଧାୟକ ଶ୍ରୀଯୁକ୍ତ ଆକାଶ ଦଶନାୟକ, ନୟାଗଡ ଜିଲ୍ଲା ପରିଷଦ ସଭାପତି ଶ୍ରୀଯୁକ୍ତ ଦେବାଶିଷ ପଟ୍ଟନାୟକ, ଗୋପାଳପୁର ଜିଲ୍ଲା ପରିଷଦ ଲକ୍ଷ୍ମୀ ପ୍ରିୟା ତରେଇ, ନୟାଗଡ ପିଡି. ଡ଼ି. ଆର. ଡିଏ ଦେବଦତ୍ତ ପଣ୍ଡା (ଓଏଏସ (ଏସ)) ଏବଂ ନୟାଗଡ…

Read More

ରଣପୁର (ଶ୍ରେୟ ତରଙ୍ଗ , ଲିସାରଣି ମହାପାତ୍ର) ରଣପୁର ବାଘସାମନ୍ତ ପଡିଆରେ ରଣପୁର ମହୋତ୍ସବ “ଅର୍ଜୁନ”ର ଦ୍ଵିତୀୟ ସନ୍ଧ୍ୟା ରେ ବିଧାନସଭାର ବାଚସ୍ପତି ତଥା ରଣପୁର ବିଧାୟିକା ସୁରମା ପାଢ଼ୀ ଅଧ୍ଯକ୍ଷତା କରିଥିଲେ । ସମାରୋହ ମୁଖ୍ୟଅତିଥି ଭାବେ ରାଜ୍ୟ ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡ଼.କୃଷ୍ଣଚନ୍ଦ୍ର ମହାପାତ୍ର,ସମ୍ମାନୀତ ଅତିଥି ଭାବେ ଦିଗପହଣ୍ଡି ବିଧାୟକ ସିଦ୍ଧାନ୍ତ ମହାପାତ୍ର, ନୟାଗଡ଼ ବିଧାୟକ ଡ଼.ଅରୁଣ କୁମାର ସାହୁ, ନୟାଗଡ଼ ଏସ୍‌ପି ଏସ୍.ସୁଶ୍ରୀ,ରଣପୁର ବିଡିଓ ସୁଧୀର କୁମାର ନାୟକ ପ୍ରମୁଖ ଯୋଗଦେଇ ସଂସ୍କୃତି, ପରମ୍ପରା, ସହିଦମାନଙ୍କୁ ସ୍ମରଣ କରିବାର ମଞ୍ଚ ହେଉଛି ମହୋତ୍ସବ ମଞ୍ଚ ବୋଲି କହିଥିଲେ । ଦିଗପହଣ୍ଡି ବିଧାୟକ ସିଦ୍ଧାନ୍ତ ମହାପାତ୍ର ଯୋଗଦେଇ ସହିଦ ରଘୁ-ଦିବାକରଙ୍କ ଉପରେ ଚଳଚ୍ଚିତ୍ର ନିର୍ମାଣ କରାଯିବ ବୋଲି କହିଥିଲେ। ଦ୍ୱିତୀୟ ସନ୍ଧ୍ୟାରେ ଖୋର୍ଦ୍ଧା ପାଇକ ଆଖଡା,ସମ୍ବଲପୁରୀ ନୃତ୍ୟ,ପାଲା,ଆସାମ ବିହୁ ନୃତ୍ୟ,ପୁରୁଲିଆ ଛଉନୃତ୍ୟ ସଙ୍ଗୀତ ଦର୍ଶକଙ୍କ ମନମୋହିଥିଲା। ସୂଚନା ଯୋଗ୍ୟ ଯେ,୧୯୩୯ ମସିହା ଜାନୁଆରୀ ୫…

Read More

ରଣପୁର,, (ଶ୍ରେୟ ତରଙ୍ଗ, ଲିଶା ସାମନ୍ତ ରାୟ ) ରଣପୁର ମହୋତ୍ସବ ‘ଅର୍ଜୁନ– ୨୦୨୫’ ଦ୍ୱିତୀୟ ସନ୍ଧ୍ୟା ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟ ଅତିଥି ରୂପେ ମାନ୍ୟବର ମନ୍ତ୍ରୀ, ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ, ଓଡିଶା ଶ୍ରୀଯୁକ୍ତ କୃଷ୍ଣଚନ୍ଦ୍ର ମହାପାତ୍ର, ମାନ୍ୟବର ମନ୍ତ୍ରୀ, ସମବାୟ, ହସ୍ତତନ୍ତ ଓ ବୟନଶିଳ୍ପ ବିଭାଗ, ଓଡିଶା ଶ୍ରୀଯୁକ୍ତ ପ୍ରଦୀପ ବଳ ସାମନ୍ତ, ମାନ୍ୟବର ବିଧାୟକ ଦିଗପହଣ୍ଡି ଶ୍ରୀଯୁକ୍ତ ସିଦ୍ଧାନ୍ତ ମହାପାତ୍ର, ମାନ୍ୟବର ବିଧାୟକ ନୟାଗଡ ଶ୍ରୀଯୁକ୍ତ ଅରୁଣ କୁମାର ସାହୁ ପ୍ରମୁଖ ଯୋଗ ଦେଇଥିଲେ । ଇତିହାସ କୁ ମନେ ରଖିବା, ତଥା ସ୍ଵାଧିନତା ସଂଗ୍ରାମୀ ମାନଙ୍କୁ ମନେ ପକେଇ ଶ୍ରଦ୍ଧାଞ୍ଜଳି ଦେବା ସହ କଳା ସାହିତ୍ୟ ସଂସ୍କୃତି ର ପ୍ରଚାର ପ୍ରସାର ହେଉଛି ପ୍ରକୃତ ମହୋତ୍ସବ ପାଳନ ବୋଲି ନୟାଗଡ଼ ବିଧାୟକ କହିଥିଲେ । ଅନ୍ୟତମ ଅତିଥି ରୂପେ ଏସପି ନୟାଗଡ ଶ୍ରୀମତୀ ଏସ. ସୁଶ୍ରୀ, ବିଡ଼ିଓ ରଣପୁର ଶ୍ରୀଯୁକ୍ତ ସୁଧିର…

Read More

କନ୍ଧମାଳ (ବ୍ୟୁରୋ)୬/୨୫. ଫୁଲବାଣୀ ଜିଲ୍ଲାରେ ଭାଇରାଲ ହେଉଛି ମିଛ ସରକାରୀ ଚାକିରୀ ର ବିଜ୍ଞାପନ । ସୂଚନା ଅନୁସାରେ, ଫୁଲବାଣୀ ରେ ନୂତନ ଭାବେ ନିର୍ମାଣ ହେଉଥିବା ମେଡ଼ିକାଲ୍ କଲେଜ୍ ଏବେ ପୂର୍ଣ୍ଣାଙ୍ଗ ରୂପ ନେଉଥିବା ବେଳେ, ଅଳ୍ପ କିଛି କାମ ବାକି ଅଛି ଓ ଖୁବ୍ ଶୀଘ୍ର ଏହା ଉଦ୍ଘାଟନ ହେବ । କିନ୍ତୁ ଏବେଠାରୁ ମେଡ଼ିକାଲ୍ କଲେଜ୍ ର ବିଭିନ୍ନ ବିଭାଗ ରେ ପୋଷ୍ଟିଙ୍ଗ ପାଇଁ ବିଜ୍ଞାପନ ସୋସିଆଲ ମିଡ଼ିଆ ରେ ଘୁରି ବୁଲିଲାଣି । ଏହାକୁ ନେଇ ଏବେ କନ୍ଧମାଳ ଜିଲ୍ଲାର ଯୁବ ଗୋଷ୍ଠୀ ଚିନ୍ତାରେ । ବର୍ତ୍ତମାନ ସୁଦ୍ଧା ମେଡ଼ିକାଲ୍ କଲେଜ୍ ଅଧ୍ୟକ୍ଷ ନିଯୁକ୍ତି ହୋଇଥିବା ବେଳେ, ସେ ଏବେ ଛୁଟିରେ ଅଛନ୍ତି ବୋଲି ଜିଲ୍ଲା ସ୍ଵାସ୍ଥ୍ୟ ଅଧିକାରି ଡ ସନ୍ତୋଷ ପାଢ଼ୀ ସୂଚନା ଦେଇଛନ୍ତି । ତେବେ ଜିଲ୍ଲା ସ୍ଵାସ୍ଥ୍ୟ ବିଭାଗ ତରଫରୁ କୌଣସି ବିଜ୍ଞାପନ କି ସୂଚନା ଦିଆ ଯାଇ ନଥିବା ସ୍ପଷ୍ଟ…

Read More

ରଣପୁର (ଲିଶାରାଣୀ ମହାପାତ୍ର ), ୫/୨୫, ଜାନୁଆରୀ,,, ରଣପୁର ଐତିହ୍ୟ, କଳା, ସଂସ୍କୃତି ପରମ୍ପରାକୁ ନେଇ ଅନୁଷ୍ଠିତ ହେଉଥ‌ିବା ରଣପୁର ମହୋତ୍ସବ ‘ଅର୍ଜୁନ–୨୦୨୫’ ପ୍ରଥମ ସନ୍ଧ୍ୟା ଅନୁଷ୍ଠିତ ହୋଇଯାଇଛି । ଜାନୁଆରି ୫ ତାରିଖରୁ ଆରମ୍ଭ ହୋଇଥିବା ବେଳେ, ଆସନ୍ତି ୯ ତାରିଖ ପର୍ଯ୍ୟନ୍ତ ଚାଲିବ । ଦିନ ୩ ଟା ସମୟରୁ ସନ୍ଧ୍ୟା ୫ ପର୍ଯ୍ୟନ୍ତ କୁଇଜ କାଯ୍ୟକ୍ରମ ହୋଇଥିଲା । ମିନା ବଜାର , ରାମଦୋଳି, ସାଙ୍ଗକୁ ବିଭିନ୍ନ ପ୍ରକାର ଦୋକାନ ବଜାର, ସରକାର ଙ୍କ ତରଫରୁ ବିଭିନ୍ନ ଷ୍ଟଲ ପଡ଼ିଅଛି ଯାହା ଦର୍ଶକ ମାନଙ୍କୁ ଆକୃଷ୍ଟ କରୁଛି । ଉଦ୍ଘାଟନୀ ସନ୍ଧ୍ୟାରେ ମାନ୍ୟବର ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡ଼ା, ଖାଦ୍ୟ ଓ ଯୋଗାଣ ଓ ବିଜ୍ଞାନ ପ୍ରଯୁକ୍ତି ବିଭାଗ ଶ୍ରୀଯୁକ୍ତ କୃଷ୍ଣଚନ୍ଦ୍ର ପାତ୍ର ମାନ୍ୟବର ମନ୍ତ୍ରୀ, ମାନ୍ୟବର ସାଂସଦ ପୁରୀ ଡ ସମ୍ବିତ ପାତ୍ର, ବିଧାୟକ ଖଣ୍ଡପଡା ଦୁଷ୍ମନ୍ତ ସ୍ୱାଇଁ, ଜିଲ୍ଲାପାଳ ନୟାଗଡ଼ ଶ୍ରୀଯୁକ୍ତ ସୁନୀଲ ଅକ୍ଷୟ…

Read More

ଦଶପଲ୍ଲା,, ପୂଜ୍ୟ ଅବିନ ଦାଦାଙ୍କ ୨୫ ତମ ଜନ୍ମ ଉତ୍ସବ ଆଡମ୍ବର ପୂର୍ଣ୍ଣ ସହକାରେ ଦଶପଲ୍ଲା ସତସଙ୍ଗ ବିହାର ପରିସର ରେ ପାଳନ ହୋଇଯାଇଛି । ସନ୍ଧ୍ୟାବିନତି ପରେ ପରେ, ସତସଙ୍ଗ ର ଆୟୋଜନ କରାଯାଇଥିଲା । ଯୁବକ ଭାଇ ଭଉଣୀ ମାନେ ବିଶେଷ ଭାବରେ ସତସଙ୍ଗ ର ସମସ୍ତ ଆୟୋଜନ କରିଥିଲେ । ପ୍ରାର୍ଥନା, ପରେ ଶ୍ରୀଶ୍ରୀ ଠାକୁର ଙ୍କ ଶ୍ରୀହସ୍ତ ଲିଖିତ ସତ୍ୟାନୁସରନ୍ ପାଠ କରିଥିଲେ ଶ୍ରୀମାନ ପ୍ରିଥିସ ରଞ୍ଜନ ସାହୁ । ପରେ ଭଜନ କୋରସ, କୀର୍ତ୍ତନ ହୋଇଥିଲା । ଯୁବକ ମାନେ ଶ୍ରୀ ଶ୍ରୀ ଠାକୁର୍ ଙ୍କୁ ଗ୍ରହଣ କରି ଅନୁଭବ ଅନୁଭୂତି ର କଥା ଯାଜନ୍ ମାଧ୍ୟମରେ ତୋଳି ଧରିଥିଲେ । ବିଶେଷକରି dp work କଣ, କେମିତି କରାଯାଏ, ଯେଉଁ ମାନେ ଦୀକ୍ଷା ଗ୍ରହଣ କରି ଛାଡ଼ି ଦେଇଛନ୍ତି,ସେମାନଙ୍କୁ କିଭଳି ପୁଣିଥରେ ସତସଙ୍ଗ ସହ ଯୋଡାଜିବ, ପୂଜ୍ୟ ଅବିନ ଦାଦାଙ୍କ ସହ ଅନୁଭୂତି,…

Read More

ଦଶପଲ୍ଲା, ସତସଙ୍ଗ ମନ୍ଦିର ପରିସର ରେ ପୂଜ୍ୟ ଅବିନ ଦା ଙ୍କ ୨୫ ତମ ଜନ୍ମ ଉତ୍ସବ ପାଳନ ହୋଇଯାଇଛି । ସନ୍ଧ୍ୟାରେ ଶ୍ରୀ ମନ୍ଦିର ରେ, ପୂଜା ପ୍ରାର୍ଥନା, ସନ୍ଧ୍ୟା ଆଳତି ହୋଇଥିଲା । ପରେ ସନ୍ଧ୍ୟା ସାତ ଘଟିକା ସମୟରେ ଯୁବ ସତସଙ୍ଗି ଭାଇ ମାନେ ସତସଙ୍ଗ ର ଆୟୋଜନ କରିଥିଲେ । ପ୍ରାର୍ଥନା, ସଦ୍ ଗ୍ରନ୍ଥ ପାଠ, ପରେ ଭଜନ କୀର୍ତ୍ତନ ହୋଇଥିଲା । ଯୁବ ଗୁରିଭାଇ ମାନେ ଠାକୁର୍ ଙ୍କୁ ଜୀବନ ରେ ଗ୍ରହଣ କରି ଅନୁଭବ ର କଥା ସୁନ୍ଦର ଭାବରେ ଆଲୋଚନା କରିଥିଲେ । ପରେ ଆତସବାଜି ପ୍ରଦର୍ସନ ହୋଇଥିଲା । ପ୍ରସାଦ ସେବନ ର ବ୍ୟବସ୍ଥା ହୋଇଥିଲା। ଶତାଧିକ ଗୁରୁ ଭାଇ ଓ ମା ମାନେ ସତସଙ୍ଗ ରେ ଯୋଗ ଦେଇଥିଲେ । ଦଶପଲ୍ଲା ସତସଙ୍ଗ ମନ୍ଦିର ରେ ପ୍ରଥମ ଥର ପାଇଁ ଯୁବକ ଗୁରୀଭାଇ ମାନେ ସତସଙ୍ଗ ର ଆୟୋଜନ।…

Read More

ଦଶପଲ୍ଲା, ସତସଙ୍ଗ ବିହାର ନୂତନ ଶ୍ରୀ ମନ୍ଦିର ଶୁଭ ଉଦବୋଧନ ପୂଜ୍ୟ ଅବିନେନ୍ଦ୍ର ନାଥ ଚକ୍ରବର୍ତ୍ତୀ ଙ୍କ କରକମଳ ରେ ଅନୁଷ୍ଠିତ ହୋଇଯାଇଛି । ଦଶପଲ୍ଲା ତଥା, ନୟାଗଡ଼ ଜିଲ୍ଲା ସହ ପଡୋଶୀ, କଟକ, ବୌଦ୍ଧ, କନ୍ଧମାଳ, ଗଞ୍ଜାମ ଅଞ୍ଚଳ ହଜାର ହଜାର ସଂଖ୍ୟା ଗୁରୁଭାଇ ଓ ମା ମାନେ ଦିବ୍ୟ ସତସଙ୍ଗ ଆଧ୍ୟାତ୍ମିକ କାର୍ଯ୍ୟକ୍ରମ ରେ ଯୋଗ ଦେଇଥିଲେ । ଦିବସ ବ୍ୟାପୀ ଭଜନ,କୀର୍ତ୍ତନ, ପ୍ରସାଦ ସେବନ ର ବ୍ୟବସ୍ଥା କରାଯାଇଥିଲା । ଦଶପଲ୍ଲା ବିଧାୟକ ଶ୍ରୀ ରମେଶ ଚନ୍ଦ୍ର ବେହେରା, ଏନେସି ଅଧ୍ୟକ୍ଷା ପୁନମ ପ୍ରିୟଦର୍ଶିନୀ, ବ୍ଲକ ଅଧ୍ୟକ୍ଷା ସୁନନ୍ଦା ସାହୁ, ପ୍ରମୁଖ ଯୋଗ ଦେଇଥିଲେ । ସତସଙ୍ଗ ର ସହ ପ୍ରତି ରିତ୍ୱିକ ଶ୍ରୀ ଦାମୋଦର ସାହୁ, ଶ୍ରୀ କ୍ଷେତ୍ରବାସୀ ପ୍ରଧାନ , ଶ୍ରୀ ସୁଶାନ୍ତ କୁମାର ପାତ୍ରଙ୍କ ସହ ଜିଲ୍ଲାର ଅନ୍ୟ ରିତ୍ଵିକ, କର୍ମୀ ବୃନ୍ଦ ଯୋଗଦେଇ କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ ।

Read More