Author: sreyataranga

ଦଶପଲ୍ଲା,, ପୂଜ୍ୟ ଅବିନ ଦାଦାଙ୍କ ୨୫ ତମ ଜନ୍ମ ଉତ୍ସବ ଆଡମ୍ବର ପୂର୍ଣ୍ଣ ସହକାରେ ଦଶପଲ୍ଲା ସତସଙ୍ଗ ବିହାର ପରିସର ରେ ପାଳନ ହୋଇଯାଇଛି । ସନ୍ଧ୍ୟାବିନତି ପରେ ପରେ, ସତସଙ୍ଗ ର ଆୟୋଜନ କରାଯାଇଥିଲା । ଯୁବକ ଭାଇ ଭଉଣୀ ମାନେ ବିଶେଷ ଭାବରେ ସତସଙ୍ଗ ର ସମସ୍ତ ଆୟୋଜନ କରିଥିଲେ । ପ୍ରାର୍ଥନା, ପରେ ଶ୍ରୀଶ୍ରୀ ଠାକୁର ଙ୍କ ଶ୍ରୀହସ୍ତ ଲିଖିତ ସତ୍ୟାନୁସରନ୍ ପାଠ କରିଥିଲେ ଶ୍ରୀମାନ ପ୍ରିଥିସ ରଞ୍ଜନ ସାହୁ । ପରେ ଭଜନ କୋରସ, କୀର୍ତ୍ତନ ହୋଇଥିଲା । ଯୁବକ ମାନେ ଶ୍ରୀ ଶ୍ରୀ ଠାକୁର୍ ଙ୍କୁ ଗ୍ରହଣ କରି ଅନୁଭବ ଅନୁଭୂତି ର କଥା ଯାଜନ୍ ମାଧ୍ୟମରେ ତୋଳି ଧରିଥିଲେ । ବିଶେଷକରି dp work କଣ, କେମିତି କରାଯାଏ, ଯେଉଁ ମାନେ ଦୀକ୍ଷା ଗ୍ରହଣ କରି ଛାଡ଼ି ଦେଇଛନ୍ତି,ସେମାନଙ୍କୁ କିଭଳି ପୁଣିଥରେ ସତସଙ୍ଗ ସହ ଯୋଡାଜିବ, ପୂଜ୍ୟ ଅବିନ ଦାଦାଙ୍କ ସହ ଅନୁଭୂତି,…

Read More

ଦଶପଲ୍ଲା, ସତସଙ୍ଗ ମନ୍ଦିର ପରିସର ରେ ପୂଜ୍ୟ ଅବିନ ଦା ଙ୍କ ୨୫ ତମ ଜନ୍ମ ଉତ୍ସବ ପାଳନ ହୋଇଯାଇଛି । ସନ୍ଧ୍ୟାରେ ଶ୍ରୀ ମନ୍ଦିର ରେ, ପୂଜା ପ୍ରାର୍ଥନା, ସନ୍ଧ୍ୟା ଆଳତି ହୋଇଥିଲା । ପରେ ସନ୍ଧ୍ୟା ସାତ ଘଟିକା ସମୟରେ ଯୁବ ସତସଙ୍ଗି ଭାଇ ମାନେ ସତସଙ୍ଗ ର ଆୟୋଜନ କରିଥିଲେ । ପ୍ରାର୍ଥନା, ସଦ୍ ଗ୍ରନ୍ଥ ପାଠ, ପରେ ଭଜନ କୀର୍ତ୍ତନ ହୋଇଥିଲା । ଯୁବ ଗୁରିଭାଇ ମାନେ ଠାକୁର୍ ଙ୍କୁ ଜୀବନ ରେ ଗ୍ରହଣ କରି ଅନୁଭବ ର କଥା ସୁନ୍ଦର ଭାବରେ ଆଲୋଚନା କରିଥିଲେ । ପରେ ଆତସବାଜି ପ୍ରଦର୍ସନ ହୋଇଥିଲା । ପ୍ରସାଦ ସେବନ ର ବ୍ୟବସ୍ଥା ହୋଇଥିଲା। ଶତାଧିକ ଗୁରୁ ଭାଇ ଓ ମା ମାନେ ସତସଙ୍ଗ ରେ ଯୋଗ ଦେଇଥିଲେ । ଦଶପଲ୍ଲା ସତସଙ୍ଗ ମନ୍ଦିର ରେ ପ୍ରଥମ ଥର ପାଇଁ ଯୁବକ ଗୁରୀଭାଇ ମାନେ ସତସଙ୍ଗ ର ଆୟୋଜନ।…

Read More

ଦଶପଲ୍ଲା, ସତସଙ୍ଗ ବିହାର ନୂତନ ଶ୍ରୀ ମନ୍ଦିର ଶୁଭ ଉଦବୋଧନ ପୂଜ୍ୟ ଅବିନେନ୍ଦ୍ର ନାଥ ଚକ୍ରବର୍ତ୍ତୀ ଙ୍କ କରକମଳ ରେ ଅନୁଷ୍ଠିତ ହୋଇଯାଇଛି । ଦଶପଲ୍ଲା ତଥା, ନୟାଗଡ଼ ଜିଲ୍ଲା ସହ ପଡୋଶୀ, କଟକ, ବୌଦ୍ଧ, କନ୍ଧମାଳ, ଗଞ୍ଜାମ ଅଞ୍ଚଳ ହଜାର ହଜାର ସଂଖ୍ୟା ଗୁରୁଭାଇ ଓ ମା ମାନେ ଦିବ୍ୟ ସତସଙ୍ଗ ଆଧ୍ୟାତ୍ମିକ କାର୍ଯ୍ୟକ୍ରମ ରେ ଯୋଗ ଦେଇଥିଲେ । ଦିବସ ବ୍ୟାପୀ ଭଜନ,କୀର୍ତ୍ତନ, ପ୍ରସାଦ ସେବନ ର ବ୍ୟବସ୍ଥା କରାଯାଇଥିଲା । ଦଶପଲ୍ଲା ବିଧାୟକ ଶ୍ରୀ ରମେଶ ଚନ୍ଦ୍ର ବେହେରା, ଏନେସି ଅଧ୍ୟକ୍ଷା ପୁନମ ପ୍ରିୟଦର୍ଶିନୀ, ବ୍ଲକ ଅଧ୍ୟକ୍ଷା ସୁନନ୍ଦା ସାହୁ, ପ୍ରମୁଖ ଯୋଗ ଦେଇଥିଲେ । ସତସଙ୍ଗ ର ସହ ପ୍ରତି ରିତ୍ୱିକ ଶ୍ରୀ ଦାମୋଦର ସାହୁ, ଶ୍ରୀ କ୍ଷେତ୍ରବାସୀ ପ୍ରଧାନ , ଶ୍ରୀ ସୁଶାନ୍ତ କୁମାର ପାତ୍ରଙ୍କ ସହ ଜିଲ୍ଲାର ଅନ୍ୟ ରିତ୍ଵିକ, କର୍ମୀ ବୃନ୍ଦ ଯୋଗଦେଇ କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ ।

Read More

ରିଲିଜ ହୋଇଛି ‘ପୁଷ୍ପା ୨’ ପ୍ରିମିୟର। ତେବେ ହାଇଦ୍ରାବାଦରେ ରିଲିଜ୍‌ ହେବା ପୂର୍ବରୁ ସେଠାରେ ବଡ଼ ଅଘଟଣ ଘଟିଯାଇଛି। ହଠାତ୍‌ ଭିଡ ହୋଇ ଦଳାଚକଟା ହେବାରୁ ଜଣଙ୍କର ମୃତ୍ୟୁ ହୋଇଛି।ସୂଚନାମୁତାବକ ହାଇଦ୍ରାବାଦ୍‌ରେ ଗତକାଲି ରାତିରେ ପୁଷ୍ପା-୨ ପ୍ରିମିୟର୍ ଶୋ’ ହୋଇଥିଲା। ଏଥିରେ ପୁଷ୍ପା ଅର୍ଥାତ ଅଲ୍ଳୁ ଅର୍ଜୁନ୍ ଓ ରଶ୍ମିକା ମନ୍ଦନା ସାମିଲ ହୋଇଥିଲେ।ତାଙ୍କୁ ଦେଖିବାକୁ ଏଠାରେ ବହୁ ସଂଖ୍ୟାର ପ୍ରଶଂସକ ଭିଡ଼ ଜମିଥିଲା। ଅଭିନେତାଙ୍କ ଗୋଟିଏ ଝଲକ ପାଇବା ପାଇଁ ଲୋକଙ୍କ ମଧ୍ୟରେ ଦଳାଚକଟା ପରିସ୍ଥିତି ଉପୁଜିଥିଲା। ଗତକାଲି ସନ୍ଧ୍ୟାରେ RTC କ୍ରସ୍ ରୋଡରେ ଥିବା ଥିଏଟର୍ ବାହାରେ ଧସ୍ତାଧସ୍ତି ପରିସ୍ଥିତି ବି ଉପୁଜିଥିଲା। ତେବେ ଏଥିରେ ଜଣେ ୩୯ ବର୍ଷୀୟ ମହିଳାଙ୍କ ମୃତ୍ୟୁ ହୋଇଛି। ଭିଡକୁ ନିୟନ୍ତ୍ରଣ କରିବା ପାଇଁ ପୁଲିସ ଲାଠି ଚାର୍ଜ ମଧ୍ୟ କରିଥିଲା। କିନ୍ତୁ ଯେତେବେଳେ ଲୋକମାନେ ଆଲ୍ଲୁ ଅର୍ଜୁନଙ୍କୁ ଦେଖିଲେ, ସେମାନେ ତାଙ୍କୁ ଭେଟିବାକୁ ଦୌଡିଥିଲେ। ଏଥିରେ ଅନେକ ଲୋକ ଆହତ ହେବାର…

Read More

ଏଟିଏମ୍‌କୁ ଖାଇଗଲାଣି ୟୁନିଫାଏଡ୍‌ ପେମେଣ୍ଟ୍‌ସ ଇଣ୍ଟର୍‌ଫେସ୍‌ (ୟୁପିଆଇ) । ସାମାନ୍ୟ ଜିନିଷଟିଏ କିଣିବାକୁ ଗଲେ ଲୋକେ ଫୋନ୍‌ପେ’, ଗୁଗୁଲ୍‌ ପେ’, ପେଟିଏମ୍‌ ଏବଂ ଆମାଜନ୍‌ ପେ’ ଆଦି ୟୁଜ୍ କରୁଥିବା ଦେଖିବାକୁ ମିଳୁଛି । ଚା’ ପିଇ ୧୦ ଟଙ୍କାର ପେମେଣ୍ଟ ବି ୟୁପିଆଇ ଜରିଆରେ କରୁଛନ୍ତି ଲୋକେ । ଫୋନ୍‌ରେ ପେମେଣ୍ଟ ହୋଇଯାଉଛି । ଖାସକଥା ହେଉଛି ଯେ ମେଟ୍ରୋ, ସହର ଏବଂ ମହାନଗର ତଥା ଗ୍ରାମାଞ୍ଚଳରେ ଏଟିଏମ୍ ସଂଖ୍ୟାରେ ହ୍ରାସ ଘଟିଛି।ସେପ୍ଟେମ୍ବର ୨୦୨୪ ଶେଷରେ ଦେଶରେ ଏଟିଏମ୍ ସଂଖ୍ୟା ୨,୫୫,୦୭୮ ଥିବାବେଳେ ଏକ ବର୍ଷ ପୂର୍ବେ ଏହା ୨,୫୭,୯୪୦ ଥିଲା। ଫଳରେ ଏହି ସଂଖ୍ୟା ୧% ରୁ ଟିକେ କମ୍ ହ୍ରାସ ପାଇଛି। ସବୁଠାରୁ ବଡ ହ୍ରାସ (୨.୨) ଗ୍ରାମାଞ୍ଚଳରେ ଦେଖାଯାଇଛି ଯେଉଁଠାରେ ସେପ୍ଟେମ୍ବର ଶେଷରେ ଏହି ସଂଖ୍ୟା ୫୪,୧୮୬କୁ ଖସି ଆସିଥିଲା। ତେବେ ମେଟ୍ରୋରେ ଥିବା ଏଟିଏମ୍ ସଂଖ୍ୟା ଏହି ସମୟ ମଧ୍ୟରେ ୧.୬% ହ୍ରାସ ହୋଇ…

Read More

ଆସାମ ସରକାର ବୁଧବାର ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ସରକାର ଗୋ’ମାଂସ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି। ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା ନିଜେ ଏହା ଘୋଷଣା କରିଛନ୍ତି। ରାଜ୍ୟର କୌଣସି ହୋଟେଲ, ରେଷ୍ଟୁରାଣ୍ଟ ଏବଂ ସାର୍ବଜନୀନ ସ୍ଥାନରେ ଗୋମାଂସ ପରସାଯାଇ ପାରିବ ନାହିଁ।ସରକାରଙ୍କ ଏହି ନିଷ୍ପତ୍ତି ପରେ ଆସାମ ମନ୍ତ୍ରୀ ପୀୟୁଷ ହଜାରିକା ଏକ ପୋଷ୍ଟ କରି ରାଜ୍ୟ କଂଗ୍ରେସକୁ ଆହ୍ବାନ କରିବା ସହିତ ଗୋମାଂସ ପ୍ରତିବନ୍ଧକକୁ ସ୍ଵାଗତ କର ନଚେତ ପାକିସ୍ତାନ ଚାଲିଯାଅ ବୋଲି କହିଛନ୍ତି। ଦିଲ୍ଲୀରେ ଆସାମ ସରକାରଙ୍କ କ୍ୟାବିନେଟ ବୈଠକ ବସିଥିଲା। ଏହି ସମୟରେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଅନ୍ୟ ମନ୍ତ୍ରୀମାନେ ଯୋଡ଼ି ହୋଇଥିଲେ। ଏହି ସମୟରେ ରାଜ୍ୟରେ ଗୋ’ମାଂସ ଉପରେ ପ୍ରତିବନ୍ଧକ ଲଗାଇବାକୁ ନିଷ୍ପତ୍ତି ନିଆଯାଇଛି।

Read More

ନୂଆ ବର୍ଷରୁ ଗ୍ରାହକଙ୍କୁ ଲାଗିପାରେ ଝଟ୍‌କା । ଡିସେମ୍ବର ୨୧ରେ ରାଜସ୍ଥାନର ଜୈସଲମେରରେ ଜିଏସଟି କାଉନସିଲର ୫୫ତମ ବୈଠକ ଅନୁଷ୍ଠିତ ହେବାକୁ ଯାଉଛି । ମହଙ୍ଗା ହୋଇପାରେ ସିଗାରେଟ୍ ଏବଂ ତମାଖୁ । ଏପରିକି ଜିଏସ୍ଟି ହାରରେ ବୃଦ୍ଧି ହେବା ବି ଆଶଙ୍କା । ନ୍ୟୁଜ୍ ଏଜେନ୍ସି ପିଟିଆଇ ମୁତାବକ, ତମାଖୁ ସାମଗ୍ରୀ ଏବଂ ସିଗାରେଟ୍ ଉପରେ ଜିଏସଟି ଦରକୁ ବଢ଼ାଇ ୩୫ ପ୍ରତିଶତ କରାଯାଇପାରେ । ବର୍ତ୍ତମାନ ଏହି ଉତ୍ପାଦଗୁଡ଼ିକ ଉପରେ ସରକାର ୨୮ ପ୍ରତିଶତ ଜିଏସଟି ଆଦାୟ କରୁଛନ୍ତି । ଜିଏସଟି ରେଟ୍ସକୁ ଯୁକ୍ତିଯୁକ୍ତ କରିବା ପାଇଁ ଗଠିତ ମନ୍ତ୍ରୀ ଗ୍ରୁପ୍ (ଗ୍ରୁପ୍ ଅଫ୍ ମିନିଷ୍ଟର୍ସ) ଏହି ଉତ୍ପାଦଗୁଡ଼ିକ ଉପରେ ଜିଏସଟି ବଢ଼ାଇବାକୁ ପ୍ରସ୍ତାବ ଦେଇଛି ।ପୋଷାକ ଉପରେ ଜିଏସ୍ଟି ହାରକୁ ଯୁକ୍ତିଯୁକ୍ତ କରିବାକୁ ମନ୍ତ୍ରୀ ଗୋଷ୍ଠୀ ପରାମର୍ଶ ଦେଇଛନ୍ତି । GoM ୧୫୦୦ ଟଙ୍କା ପର୍ଯ୍ୟନ୍ତ ପୋଷାକ ଉପରେ ୫ ପ୍ରତିଶତ ଜିଏସ୍ଟି ହାର ବଜାୟ ରଖିଛି…

Read More

ମୁଖ୍ୟମନ୍ତ୍ରୀ ପଦ ଦୌଡ଼କୁ ନେଇ ସମସ୍ତ ସନ୍ଦେହ ଓ ଅଶାନ୍ତି ପରେ ଭାଜପା ଶେଷରେ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀଙ୍କ ନାମ ଘୋଷଣା କରିଛି। ଏହି ନାମ ମହାରାଷ୍ଟ୍ର ଭାଜପାର ସୁପରଷ୍ଟାର ନେତା ଦେବେନ୍ଦ୍ର ଫଡନାଭିସଙ୍କ ବ୍ୟତୀତ ଅନ୍ୟ କେହି ନୁହେଁ। ମହାୟୁତି ବୈଠକରେ ଏକନାଥ ସିନ୍ଦେ ଏବଂ ଅଜିତ ପାୱାରଙ୍କୁ ମହାରାଷ୍ଟ୍ରର ଡେପୁଟି ସିଏମ୍ କରିବାକୁ ସହମତି ପ୍ରକାଶ ପାଇଛି । ଏହି ନିଷ୍ପତ୍ତି ପରେ ବର୍ତ୍ତମାନ ଦେବେନ୍ଦ୍ର ଫଡନବୀସ ମହାରାଷ୍ଟ୍ରର ରାଜ୍ୟପାଳଙ୍କୁ ଭେଟି ତାଙ୍କ ସମର୍ଥକ ତଥା ବିଧାୟକଙ୍କ ନାମ ସହିତ ସରକାର ଗଠନ ପାଇଁ ଦାବି କରିବେ । ଡିସେମ୍ବର ୫ରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ । ମହାରାଷ୍ଟ୍ରର ଆଜାଦ ମୈଦାନରେ ଏହି ଶପଥ ଗ୍ରହଣ କାର୍ଯ୍ୟକ୍ରମ ଆୟୋଜିତ ହେବ । ଏହି କାର୍ଯ୍ୟକ୍ରମରେ ବହୁ ବରିଷ୍ଠ ବିଜେପି ନେତା ଉପସ୍ଥିତ ରହିବେ ।

Read More

ଘରୁ ବାହାରିଲେ ବିଭିନ୍ନ ନାମୀଦାମୀ କଂପାନୀର ଠିପି ବନ୍ଦ ପାଣି ବୋତଲ ଉପରେ ଆଖି ବନ୍ଦ କରି ଆମେ ଭରସା କରୁଛୁ। ତେବେ ୨୦ ଟଙ୍କାରେ ମିନେରାଲ ୱାଟର ନାଁରେ ବିକ୍ରି ହେଉଥିବା ବୋତଲ ପାଣି କେତେ ଶୁଦ୍ଧ ? ଏହି ପ୍ରଶ୍ନ ଏଥିପାଇଁ ଉଠୁଛି ଯେ, ପାଣି ବୋତଲକୁ ହାଇ ରିସ୍କ ଫୁଡ୍ କ୍ୟାଟେଗୋରିରେ ସାମିଲ କରାଯାଇଛି। ସୂଚନାମୁତାବକ ଭାରତର ଖାଦ୍ୟ ନିରାପତ୍ତା ଏବଂ ମାନକ ପ୍ରାଧିକରଣ (FSSAI) ପ୍ୟାକେଜ୍ ପାଣି ଏବଂ ମିନେରାଲ ପାଣିକୁ ବିପଦପୂର୍ଣ୍ଣ ଖାଦ୍ୟ ଶ୍ରେଣୀରେ ତାଲିକାଭୁକ୍ତ କରିଛି। ବର୍ତ୍ତମାନ ଏହାର କଡ଼ା ଯାଞ୍ଚ ଏବଂ ଅଡିଟ୍ କରାଯିବ। ଏହି ଉତ୍ପାଦଗୁଡିକ ଉପରେ ବ୍ୟୁରୋ ଅଫ୍ ଇଣ୍ଡିଆନ୍ ଷ୍ଟାଣ୍ଡାର୍ଡ (BIS) ପ୍ରମାଣପତ୍ରର ଆବଶ୍ୟକତାକୁ ହଟାଇବା ପାଇଁ ସରକାର ଅକ୍ଟୋବରରେ ନିଷ୍ପତ୍ତି ନେଇଥିଲେ। ସଂଶୋଧିତ ନିର୍ଦ୍ଦେଶାବଳୀ ଅନୁସାରେ, କୌଣସି ବି ସାମଗ୍ରୀର ଲାଇସେନ୍ସ କିମ୍ବା ପଞ୍ଜୀକରଣ ପୂର୍ବରୁ ବାଧ୍ୟତାମୂଳକ ଭାବେ ଯାଞ୍ଚ କରାଯିବ। ଏହାପରେ FSSAI ପକ୍ଷରୁ…

Read More

ପୂର୍ବତନ ଉପ-ମୁଖ୍ୟମନ୍ତ୍ରୀଙ୍କ ଗଜବ ଦଣ୍ଡ । ସିଖ୍ ସମାଜର ‘ସୁପ୍ରିମ ଅଦାଲତ’ ଅକାଳ ତଖତ୍ ସାହେବଙ୍କ ଆଦେଶ । ଧାର୍ମିକ ଅପବିତ୍ରୀକରଣ ମାମଲାରେ ବଢିଛି ଅଡୁଆ । ସିଖ ଗୁରୁଦ୍ୱାରରେ ସେବା କରିବେ, ପ୍ରହରା ଦେବେ । ବାସନ ମାଜିବେ, କିର୍ତ୍ତନ ଶୁଣିବେ । ଆଉ ସେହି ଦଣ୍ଡବିଧାନ ଆଧାରରେ ଆରମ୍ଭ ହୋଇଛି ଡେଡଲାଇନ୍ । ଡିସେମ୍ୱର ୩ରୁ ଗୁରୁଦ୍ୱାର ଯାଇ କରିଛନ୍ତି ସେବା । ସୂଚନାମୁତାବକ ପଞ୍ଜାବରେ ଶିରୋମଣି ଅକାଳୀ ଦଳ ସରକାରରେ ଥିବା ସମୟରେ ଡେରା ମୁଖ୍ୟ ଗୁରମିତ ରାମ ରହିମଙ୍କୁ କ୍ଷମା ଦେବାରେ ତତ୍କାଳୀନ ଉପମୁଖ୍ୟମନ୍ତ୍ରୀ ସୁଖବୀର ସିଂହ ବାଦଲ ଏକ ବଡ଼ ଭୂମିକା ଗ୍ରହଣ କରିଥିଲେ । ଦୁଇମାସ ପୂର୍ବେ ସୁଖବୀର ସିଂହ ବାଦଲଙ୍କୁ ଅକାଲ ତଖ୍ତଙ୍କ ଦ୍ୱାରା ‘ତନଖୈୟା’ (ଧାର୍ମିକ ଅପବିତ୍ରୀକରଣରେ ଦୋଷୀ) ଘୋଷିତ କରାଯାଇଥିଲା ।କେବଳ ସୁଖବୀର ବାଦଲ ନୁହଁନ୍ତି ୨୦୧୫ ଅକାଳୀ ସରକାରର ଅନ୍ୟ କ୍ୟାବିନେଟ ସଦସ୍ୟଙ୍କୁ ବି ମିଳିଛି ସମାନ…

Read More

ଏପଟେ ରାଜ୍ୟସଭା ଉପ-ନିର୍ବାଚନ ପାଇଁ ବିଧିବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ ପାଇଛି, ଆଉ ସେପଟେ କିଏ ରାଜ୍ୟସଭା ଯିବ, ସେନେଇ ବଡ ବୟାନ ଦେଇଛନ୍ତି ପୂର୍ବତନ କେନ୍ଦ୍ରମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁ । ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ବିଶ୍ୱେଶ୍ୱର କହିଛନ୍ତି ଯେ, ଆଲୋଚନା ତ ଅନେକ ହେବ । ହେଲେ ତାଙ୍କୁ ଲାଗୁଛି ଯେ, ମମତା ମହନ୍ତଙ୍କ ଫର୍ମୁଲାରେ ସୁଜିତ୍ କୁମାରଙ୍କୁ ରାଜ୍ୟସଭା ପଠାଯିବ । ତେବେ ଯେହେତୁ ଏହା ପୂର୍ଣ୍ଣାଙ୍ଗ କାର୍ୟ୍ୟକାଳ ନୁହେଁ, ତେଣୁ ମମତା ମହନ୍ତଙ୍କ ଭଳି ସୁଜିତ୍ କୁମାର ହିଁ ରାଜ୍ୟସଭା ଯିବେ ବୋଲି ତାଙ୍କୁ ଲାଗୁଥିବା କହିଛନ୍ତି ବିଶ୍ୱେଶ୍ୱର ଟୁଡୁ । ତେବେ ପାର୍ଟିର ସଂସଦୀୟ ବୋର୍ଡ ନିଷ୍ପତ୍ତି କିନ୍ତୁ ସର୍ବମାନ୍ୟ ବୋଲି କହିଛନ୍ତି ବିଶ୍ୱେଶ୍ୱର । ସୂଚନାମୁତାବକ ରାଜ୍ୟସଭାରୁ ସାଂସଦ ସୁଜିତ କୁମାରଙ୍କ ଇସ୍ତଫା ପରେ ଉପନିର୍ବାଚନ ହେବ । ମମତା ମହନ୍ତଙ୍କ ପର୍ମୁଲା ରିପିଟ ହୋଇପାରେ ବୋଲି ଆକଳନ କରାଯାଉଛି । ସୁଜିତ କୁମାର…

Read More

ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ଏକତା କପୁର । ସାବରମତି ରିପୋର୍ଟ ଫିଲ୍ମ ଦେଖିବା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ନିମନ୍ତ୍ରଣ କରିଛନ୍ତି ଫିଲ୍ମ ପ୍ରଯୋଜକ ଏକତା କପୁର । ଏହାସହ ସାବରମତୀ ରିପୋର୍ଟ ଫିଲ୍ମକୁ ରାଜ୍ୟ ସରକାର କରମୁକ୍ତ କରିଥିବାରୁ ଧନ୍ୟବାଦ ମଧ୍ୟ ଜଣାଇଛନ୍ତି ଏକତା କପୁର । ସୂଚନା ଅନୁସାରେ ନଭେମ୍ବର ୨୮ରେ ବଲିଉଡ୍ ଫିଲ୍ମ ‘ଦ ସାବରମତୀ ରିପୋର୍ଟ’ଉପରୁ ଆମୋଦ କର ହଟାଇଥିଲେ ରାଜ୍ୟ ସରକାର । ଏନେଇ ଗୃହରେ ସଂସଦୀୟ ବ୍ୟାପାର ମନ୍ତ୍ରୀ ମୁକେଶ ମହାଲିଙ୍ଗଙ୍କ ସୂଚନା ଦେଇଥିଲେ । ସତ୍ୟ ଘଟଣା ଉପରେ ଆଧାରିତ ହିନ୍ଦୀ ଚଳଚ୍ଚିତ୍ର “The Sabarmati Report”, ଯାହାକି ୨୭ ଫେବୃଆରୀ ୨୦୦୨ର ଗୋଧ୍ରା ରେଳ ପୋଡ଼ି ଘଟଣା ଉପରେ ପର୍ଯ୍ୟବସିତ । ଏହି ମର୍ମନ୍ତୁଦ ଘଟଣା ଉପରେ ଆଧାରିତ ଚଳଚ୍ଚିତ୍ରଟି ଏବେ ଓଡ଼ିଶାରେ ପ୍ରଦର୍ଶିତ ହେଉଅଛି । ଏହି କ୍ରମରେ ଓଡ଼ିଶା ମୁଖ୍ୟମନ୍ତ୍ରୀ ମୋହନ ମାଝୀ ସାବରମତୀ ରିପୋର୍ଟକୁ ଟ୍ୟାକ୍ସ ଫ୍ରି କରିଛନ୍ତି। ଏହା…

Read More