ରିଲିଜ ହୋଇଛି ‘ପୁଷ୍ପା ୨’ ପ୍ରିମିୟର। ତେବେ ହାଇଦ୍ରାବାଦରେ ରିଲିଜ୍ ହେବା ପୂର୍ବରୁ ସେଠାରେ ବଡ଼ ଅଘଟଣ ଘଟିଯାଇଛି। ହଠାତ୍ ଭିଡ ହୋଇ ଦଳାଚକଟା ହେବାରୁ ଜଣଙ୍କର ମୃତ୍ୟୁ ହୋଇଛି।ସୂଚନାମୁତାବକ ହାଇଦ୍ରାବାଦ୍ରେ ଗତକାଲି ରାତିରେ ପୁଷ୍ପା-୨ ପ୍ରିମିୟର୍ ଶୋ’ ହୋଇଥିଲା। ଏଥିରେ ପୁଷ୍ପା ଅର୍ଥାତ ଅଲ୍ଳୁ ଅର୍ଜୁନ୍ ଓ ରଶ୍ମିକା ମନ୍ଦନା ସାମିଲ ହୋଇଥିଲେ।ତାଙ୍କୁ ଦେଖିବାକୁ ଏଠାରେ ବହୁ ସଂଖ୍ୟାର ପ୍ରଶଂସକ ଭିଡ଼ ଜମିଥିଲା। ଅଭିନେତାଙ୍କ ଗୋଟିଏ ଝଲକ ପାଇବା ପାଇଁ ଲୋକଙ୍କ ମଧ୍ୟରେ ଦଳାଚକଟା ପରିସ୍ଥିତି ଉପୁଜିଥିଲା। ଗତକାଲି ସନ୍ଧ୍ୟାରେ RTC କ୍ରସ୍ ରୋଡରେ ଥିବା ଥିଏଟର୍ ବାହାରେ ଧସ୍ତାଧସ୍ତି ପରିସ୍ଥିତି ବି ଉପୁଜିଥିଲା। ତେବେ ଏଥିରେ ଜଣେ ୩୯ ବର୍ଷୀୟ ମହିଳାଙ୍କ ମୃତ୍ୟୁ ହୋଇଛି। ଭିଡକୁ ନିୟନ୍ତ୍ରଣ କରିବା ପାଇଁ ପୁଲିସ ଲାଠି ଚାର୍ଜ ମଧ୍ୟ କରିଥିଲା। କିନ୍ତୁ ଯେତେବେଳେ ଲୋକମାନେ ଆଲ୍ଲୁ ଅର୍ଜୁନଙ୍କୁ ଦେଖିଲେ, ସେମାନେ ତାଙ୍କୁ ଭେଟିବାକୁ ଦୌଡିଥିଲେ। ଏଥିରେ ଅନେକ ଲୋକ ଆହତ ହେବାର…
Author: sreyataranga
ଏଟିଏମ୍କୁ ଖାଇଗଲାଣି ୟୁନିଫାଏଡ୍ ପେମେଣ୍ଟ୍ସ ଇଣ୍ଟର୍ଫେସ୍ (ୟୁପିଆଇ) । ସାମାନ୍ୟ ଜିନିଷଟିଏ କିଣିବାକୁ ଗଲେ ଲୋକେ ଫୋନ୍ପେ’, ଗୁଗୁଲ୍ ପେ’, ପେଟିଏମ୍ ଏବଂ ଆମାଜନ୍ ପେ’ ଆଦି ୟୁଜ୍ କରୁଥିବା ଦେଖିବାକୁ ମିଳୁଛି । ଚା’ ପିଇ ୧୦ ଟଙ୍କାର ପେମେଣ୍ଟ ବି ୟୁପିଆଇ ଜରିଆରେ କରୁଛନ୍ତି ଲୋକେ । ଫୋନ୍ରେ ପେମେଣ୍ଟ ହୋଇଯାଉଛି । ଖାସକଥା ହେଉଛି ଯେ ମେଟ୍ରୋ, ସହର ଏବଂ ମହାନଗର ତଥା ଗ୍ରାମାଞ୍ଚଳରେ ଏଟିଏମ୍ ସଂଖ୍ୟାରେ ହ୍ରାସ ଘଟିଛି।ସେପ୍ଟେମ୍ବର ୨୦୨୪ ଶେଷରେ ଦେଶରେ ଏଟିଏମ୍ ସଂଖ୍ୟା ୨,୫୫,୦୭୮ ଥିବାବେଳେ ଏକ ବର୍ଷ ପୂର୍ବେ ଏହା ୨,୫୭,୯୪୦ ଥିଲା। ଫଳରେ ଏହି ସଂଖ୍ୟା ୧% ରୁ ଟିକେ କମ୍ ହ୍ରାସ ପାଇଛି। ସବୁଠାରୁ ବଡ ହ୍ରାସ (୨.୨) ଗ୍ରାମାଞ୍ଚଳରେ ଦେଖାଯାଇଛି ଯେଉଁଠାରେ ସେପ୍ଟେମ୍ବର ଶେଷରେ ଏହି ସଂଖ୍ୟା ୫୪,୧୮୬କୁ ଖସି ଆସିଥିଲା। ତେବେ ମେଟ୍ରୋରେ ଥିବା ଏଟିଏମ୍ ସଂଖ୍ୟା ଏହି ସମୟ ମଧ୍ୟରେ ୧.୬% ହ୍ରାସ ହୋଇ…
ଆସାମ ସରକାର ବୁଧବାର ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ସରକାର ଗୋ’ମାଂସ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି। ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା ନିଜେ ଏହା ଘୋଷଣା କରିଛନ୍ତି। ରାଜ୍ୟର କୌଣସି ହୋଟେଲ, ରେଷ୍ଟୁରାଣ୍ଟ ଏବଂ ସାର୍ବଜନୀନ ସ୍ଥାନରେ ଗୋମାଂସ ପରସାଯାଇ ପାରିବ ନାହିଁ।ସରକାରଙ୍କ ଏହି ନିଷ୍ପତ୍ତି ପରେ ଆସାମ ମନ୍ତ୍ରୀ ପୀୟୁଷ ହଜାରିକା ଏକ ପୋଷ୍ଟ କରି ରାଜ୍ୟ କଂଗ୍ରେସକୁ ଆହ୍ବାନ କରିବା ସହିତ ଗୋମାଂସ ପ୍ରତିବନ୍ଧକକୁ ସ୍ଵାଗତ କର ନଚେତ ପାକିସ୍ତାନ ଚାଲିଯାଅ ବୋଲି କହିଛନ୍ତି। ଦିଲ୍ଲୀରେ ଆସାମ ସରକାରଙ୍କ କ୍ୟାବିନେଟ ବୈଠକ ବସିଥିଲା। ଏହି ସମୟରେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଅନ୍ୟ ମନ୍ତ୍ରୀମାନେ ଯୋଡ଼ି ହୋଇଥିଲେ। ଏହି ସମୟରେ ରାଜ୍ୟରେ ଗୋ’ମାଂସ ଉପରେ ପ୍ରତିବନ୍ଧକ ଲଗାଇବାକୁ ନିଷ୍ପତ୍ତି ନିଆଯାଇଛି।
ନୂଆ ବର୍ଷରୁ ଗ୍ରାହକଙ୍କୁ ଲାଗିପାରେ ଝଟ୍କା । ଡିସେମ୍ବର ୨୧ରେ ରାଜସ୍ଥାନର ଜୈସଲମେରରେ ଜିଏସଟି କାଉନସିଲର ୫୫ତମ ବୈଠକ ଅନୁଷ୍ଠିତ ହେବାକୁ ଯାଉଛି । ମହଙ୍ଗା ହୋଇପାରେ ସିଗାରେଟ୍ ଏବଂ ତମାଖୁ । ଏପରିକି ଜିଏସ୍ଟି ହାରରେ ବୃଦ୍ଧି ହେବା ବି ଆଶଙ୍କା । ନ୍ୟୁଜ୍ ଏଜେନ୍ସି ପିଟିଆଇ ମୁତାବକ, ତମାଖୁ ସାମଗ୍ରୀ ଏବଂ ସିଗାରେଟ୍ ଉପରେ ଜିଏସଟି ଦରକୁ ବଢ଼ାଇ ୩୫ ପ୍ରତିଶତ କରାଯାଇପାରେ । ବର୍ତ୍ତମାନ ଏହି ଉତ୍ପାଦଗୁଡ଼ିକ ଉପରେ ସରକାର ୨୮ ପ୍ରତିଶତ ଜିଏସଟି ଆଦାୟ କରୁଛନ୍ତି । ଜିଏସଟି ରେଟ୍ସକୁ ଯୁକ୍ତିଯୁକ୍ତ କରିବା ପାଇଁ ଗଠିତ ମନ୍ତ୍ରୀ ଗ୍ରୁପ୍ (ଗ୍ରୁପ୍ ଅଫ୍ ମିନିଷ୍ଟର୍ସ) ଏହି ଉତ୍ପାଦଗୁଡ଼ିକ ଉପରେ ଜିଏସଟି ବଢ଼ାଇବାକୁ ପ୍ରସ୍ତାବ ଦେଇଛି ।ପୋଷାକ ଉପରେ ଜିଏସ୍ଟି ହାରକୁ ଯୁକ୍ତିଯୁକ୍ତ କରିବାକୁ ମନ୍ତ୍ରୀ ଗୋଷ୍ଠୀ ପରାମର୍ଶ ଦେଇଛନ୍ତି । GoM ୧୫୦୦ ଟଙ୍କା ପର୍ଯ୍ୟନ୍ତ ପୋଷାକ ଉପରେ ୫ ପ୍ରତିଶତ ଜିଏସ୍ଟି ହାର ବଜାୟ ରଖିଛି…
ମୁଖ୍ୟମନ୍ତ୍ରୀ ପଦ ଦୌଡ଼କୁ ନେଇ ସମସ୍ତ ସନ୍ଦେହ ଓ ଅଶାନ୍ତି ପରେ ଭାଜପା ଶେଷରେ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀଙ୍କ ନାମ ଘୋଷଣା କରିଛି। ଏହି ନାମ ମହାରାଷ୍ଟ୍ର ଭାଜପାର ସୁପରଷ୍ଟାର ନେତା ଦେବେନ୍ଦ୍ର ଫଡନାଭିସଙ୍କ ବ୍ୟତୀତ ଅନ୍ୟ କେହି ନୁହେଁ। ମହାୟୁତି ବୈଠକରେ ଏକନାଥ ସିନ୍ଦେ ଏବଂ ଅଜିତ ପାୱାରଙ୍କୁ ମହାରାଷ୍ଟ୍ରର ଡେପୁଟି ସିଏମ୍ କରିବାକୁ ସହମତି ପ୍ରକାଶ ପାଇଛି । ଏହି ନିଷ୍ପତ୍ତି ପରେ ବର୍ତ୍ତମାନ ଦେବେନ୍ଦ୍ର ଫଡନବୀସ ମହାରାଷ୍ଟ୍ରର ରାଜ୍ୟପାଳଙ୍କୁ ଭେଟି ତାଙ୍କ ସମର୍ଥକ ତଥା ବିଧାୟକଙ୍କ ନାମ ସହିତ ସରକାର ଗଠନ ପାଇଁ ଦାବି କରିବେ । ଡିସେମ୍ବର ୫ରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ । ମହାରାଷ୍ଟ୍ରର ଆଜାଦ ମୈଦାନରେ ଏହି ଶପଥ ଗ୍ରହଣ କାର୍ଯ୍ୟକ୍ରମ ଆୟୋଜିତ ହେବ । ଏହି କାର୍ଯ୍ୟକ୍ରମରେ ବହୁ ବରିଷ୍ଠ ବିଜେପି ନେତା ଉପସ୍ଥିତ ରହିବେ ।
ଘରୁ ବାହାରିଲେ ବିଭିନ୍ନ ନାମୀଦାମୀ କଂପାନୀର ଠିପି ବନ୍ଦ ପାଣି ବୋତଲ ଉପରେ ଆଖି ବନ୍ଦ କରି ଆମେ ଭରସା କରୁଛୁ। ତେବେ ୨୦ ଟଙ୍କାରେ ମିନେରାଲ ୱାଟର ନାଁରେ ବିକ୍ରି ହେଉଥିବା ବୋତଲ ପାଣି କେତେ ଶୁଦ୍ଧ ? ଏହି ପ୍ରଶ୍ନ ଏଥିପାଇଁ ଉଠୁଛି ଯେ, ପାଣି ବୋତଲକୁ ହାଇ ରିସ୍କ ଫୁଡ୍ କ୍ୟାଟେଗୋରିରେ ସାମିଲ କରାଯାଇଛି। ସୂଚନାମୁତାବକ ଭାରତର ଖାଦ୍ୟ ନିରାପତ୍ତା ଏବଂ ମାନକ ପ୍ରାଧିକରଣ (FSSAI) ପ୍ୟାକେଜ୍ ପାଣି ଏବଂ ମିନେରାଲ ପାଣିକୁ ବିପଦପୂର୍ଣ୍ଣ ଖାଦ୍ୟ ଶ୍ରେଣୀରେ ତାଲିକାଭୁକ୍ତ କରିଛି। ବର୍ତ୍ତମାନ ଏହାର କଡ଼ା ଯାଞ୍ଚ ଏବଂ ଅଡିଟ୍ କରାଯିବ। ଏହି ଉତ୍ପାଦଗୁଡିକ ଉପରେ ବ୍ୟୁରୋ ଅଫ୍ ଇଣ୍ଡିଆନ୍ ଷ୍ଟାଣ୍ଡାର୍ଡ (BIS) ପ୍ରମାଣପତ୍ରର ଆବଶ୍ୟକତାକୁ ହଟାଇବା ପାଇଁ ସରକାର ଅକ୍ଟୋବରରେ ନିଷ୍ପତ୍ତି ନେଇଥିଲେ। ସଂଶୋଧିତ ନିର୍ଦ୍ଦେଶାବଳୀ ଅନୁସାରେ, କୌଣସି ବି ସାମଗ୍ରୀର ଲାଇସେନ୍ସ କିମ୍ବା ପଞ୍ଜୀକରଣ ପୂର୍ବରୁ ବାଧ୍ୟତାମୂଳକ ଭାବେ ଯାଞ୍ଚ କରାଯିବ। ଏହାପରେ FSSAI ପକ୍ଷରୁ…
ପୂର୍ବତନ ଉପ-ମୁଖ୍ୟମନ୍ତ୍ରୀଙ୍କ ଗଜବ ଦଣ୍ଡ । ସିଖ୍ ସମାଜର ‘ସୁପ୍ରିମ ଅଦାଲତ’ ଅକାଳ ତଖତ୍ ସାହେବଙ୍କ ଆଦେଶ । ଧାର୍ମିକ ଅପବିତ୍ରୀକରଣ ମାମଲାରେ ବଢିଛି ଅଡୁଆ । ସିଖ ଗୁରୁଦ୍ୱାରରେ ସେବା କରିବେ, ପ୍ରହରା ଦେବେ । ବାସନ ମାଜିବେ, କିର୍ତ୍ତନ ଶୁଣିବେ । ଆଉ ସେହି ଦଣ୍ଡବିଧାନ ଆଧାରରେ ଆରମ୍ଭ ହୋଇଛି ଡେଡଲାଇନ୍ । ଡିସେମ୍ୱର ୩ରୁ ଗୁରୁଦ୍ୱାର ଯାଇ କରିଛନ୍ତି ସେବା । ସୂଚନାମୁତାବକ ପଞ୍ଜାବରେ ଶିରୋମଣି ଅକାଳୀ ଦଳ ସରକାରରେ ଥିବା ସମୟରେ ଡେରା ମୁଖ୍ୟ ଗୁରମିତ ରାମ ରହିମଙ୍କୁ କ୍ଷମା ଦେବାରେ ତତ୍କାଳୀନ ଉପମୁଖ୍ୟମନ୍ତ୍ରୀ ସୁଖବୀର ସିଂହ ବାଦଲ ଏକ ବଡ଼ ଭୂମିକା ଗ୍ରହଣ କରିଥିଲେ । ଦୁଇମାସ ପୂର୍ବେ ସୁଖବୀର ସିଂହ ବାଦଲଙ୍କୁ ଅକାଲ ତଖ୍ତଙ୍କ ଦ୍ୱାରା ‘ତନଖୈୟା’ (ଧାର୍ମିକ ଅପବିତ୍ରୀକରଣରେ ଦୋଷୀ) ଘୋଷିତ କରାଯାଇଥିଲା ।କେବଳ ସୁଖବୀର ବାଦଲ ନୁହଁନ୍ତି ୨୦୧୫ ଅକାଳୀ ସରକାରର ଅନ୍ୟ କ୍ୟାବିନେଟ ସଦସ୍ୟଙ୍କୁ ବି ମିଳିଛି ସମାନ…
ଏପଟେ ରାଜ୍ୟସଭା ଉପ-ନିର୍ବାଚନ ପାଇଁ ବିଧିବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ ପାଇଛି, ଆଉ ସେପଟେ କିଏ ରାଜ୍ୟସଭା ଯିବ, ସେନେଇ ବଡ ବୟାନ ଦେଇଛନ୍ତି ପୂର୍ବତନ କେନ୍ଦ୍ରମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁ । ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ବିଶ୍ୱେଶ୍ୱର କହିଛନ୍ତି ଯେ, ଆଲୋଚନା ତ ଅନେକ ହେବ । ହେଲେ ତାଙ୍କୁ ଲାଗୁଛି ଯେ, ମମତା ମହନ୍ତଙ୍କ ଫର୍ମୁଲାରେ ସୁଜିତ୍ କୁମାରଙ୍କୁ ରାଜ୍ୟସଭା ପଠାଯିବ । ତେବେ ଯେହେତୁ ଏହା ପୂର୍ଣ୍ଣାଙ୍ଗ କାର୍ୟ୍ୟକାଳ ନୁହେଁ, ତେଣୁ ମମତା ମହନ୍ତଙ୍କ ଭଳି ସୁଜିତ୍ କୁମାର ହିଁ ରାଜ୍ୟସଭା ଯିବେ ବୋଲି ତାଙ୍କୁ ଲାଗୁଥିବା କହିଛନ୍ତି ବିଶ୍ୱେଶ୍ୱର ଟୁଡୁ । ତେବେ ପାର୍ଟିର ସଂସଦୀୟ ବୋର୍ଡ ନିଷ୍ପତ୍ତି କିନ୍ତୁ ସର୍ବମାନ୍ୟ ବୋଲି କହିଛନ୍ତି ବିଶ୍ୱେଶ୍ୱର । ସୂଚନାମୁତାବକ ରାଜ୍ୟସଭାରୁ ସାଂସଦ ସୁଜିତ କୁମାରଙ୍କ ଇସ୍ତଫା ପରେ ଉପନିର୍ବାଚନ ହେବ । ମମତା ମହନ୍ତଙ୍କ ପର୍ମୁଲା ରିପିଟ ହୋଇପାରେ ବୋଲି ଆକଳନ କରାଯାଉଛି । ସୁଜିତ କୁମାର…
ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ଏକତା କପୁର । ସାବରମତି ରିପୋର୍ଟ ଫିଲ୍ମ ଦେଖିବା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ନିମନ୍ତ୍ରଣ କରିଛନ୍ତି ଫିଲ୍ମ ପ୍ରଯୋଜକ ଏକତା କପୁର । ଏହାସହ ସାବରମତୀ ରିପୋର୍ଟ ଫିଲ୍ମକୁ ରାଜ୍ୟ ସରକାର କରମୁକ୍ତ କରିଥିବାରୁ ଧନ୍ୟବାଦ ମଧ୍ୟ ଜଣାଇଛନ୍ତି ଏକତା କପୁର । ସୂଚନା ଅନୁସାରେ ନଭେମ୍ବର ୨୮ରେ ବଲିଉଡ୍ ଫିଲ୍ମ ‘ଦ ସାବରମତୀ ରିପୋର୍ଟ’ଉପରୁ ଆମୋଦ କର ହଟାଇଥିଲେ ରାଜ୍ୟ ସରକାର । ଏନେଇ ଗୃହରେ ସଂସଦୀୟ ବ୍ୟାପାର ମନ୍ତ୍ରୀ ମୁକେଶ ମହାଲିଙ୍ଗଙ୍କ ସୂଚନା ଦେଇଥିଲେ । ସତ୍ୟ ଘଟଣା ଉପରେ ଆଧାରିତ ହିନ୍ଦୀ ଚଳଚ୍ଚିତ୍ର “The Sabarmati Report”, ଯାହାକି ୨୭ ଫେବୃଆରୀ ୨୦୦୨ର ଗୋଧ୍ରା ରେଳ ପୋଡ଼ି ଘଟଣା ଉପରେ ପର୍ଯ୍ୟବସିତ । ଏହି ମର୍ମନ୍ତୁଦ ଘଟଣା ଉପରେ ଆଧାରିତ ଚଳଚ୍ଚିତ୍ରଟି ଏବେ ଓଡ଼ିଶାରେ ପ୍ରଦର୍ଶିତ ହେଉଅଛି । ଏହି କ୍ରମରେ ଓଡ଼ିଶା ମୁଖ୍ୟମନ୍ତ୍ରୀ ମୋହନ ମାଝୀ ସାବରମତୀ ରିପୋର୍ଟକୁ ଟ୍ୟାକ୍ସ ଫ୍ରି କରିଛନ୍ତି। ଏହା…
କୋରାପୁଟ, ଜୟପୁର, ନନ୍ଦପୁର ଅଞ୍ଚଳରେ ଗୁଜରାଟ କମ୍ପାନୀ କାମ ନେଇଛି । ସେ କମ୍ପାନୀ କାହା କଥା ମାନୁନାହିଁ , ୩ ବର୍ଷ ହେଲାଣି କାମରେ କୌଣସି ଅଗ୍ରଗତି ହେଉନାହିଁ । ଯେଉଁଥିପାଇଁ ଲୋକମାନେ ପିଇବା ପାଣି ପାଇଁ ହଇରାଣ ହେଉଛନ୍ତି । ଏହାବାଦ୍ ୧୬ଟି ନିର୍ମାଣ କାମ ପୁରା ହୋଇଛି । ଏହାପରେ ପ୍ରଥମ ପର୍ଯ୍ୟାୟରେ ମାର୍ଚ୍ଚ ୨୦୨୫ ସୁଦ୍ଧା ୫୬ଟି କାମ ସଂପୂର୍ଣ୍ଣ ହେବ । ବାକି ଡିସେମ୍ବର ୨୦୨୫ ସୁଦ୍ଧା ଆଉ ୫୪ଟି ସଂପୂର୍ଣ୍ଣ ହେବ । ୨୦୨୨-୨୩ ଶେଷ ଭାଗରେ ଆରମ୍ଭ ହୋଇଥିବା ମେଗା ପାଇପ ପାନୀୟ ଜଳ ଯୋଗାଣ ପ୍ରକଳ୍ପ ୮୧ଟି ୨୦୨୬ ସୁଦ୍ଧା ପୁରା ହୋଇଯିବ । ଯେଉଁ ଚୁକ୍ତି ହୋଇଛି, ତାହା ୫ ବର୍ଷ ରକ୍ଷଣାବେକ୍ଷଣ କରିବେ । ପାଣି ପାଇପ ପାଇଁ ନଷ୍ଟ ହୋଇଥିବା ରାସ୍ତା କାମ ମଧ୍ୟ କରିବେ । ଯେଉଁଠାରେ ଫ୍ଲୋରାଇଡ ପାଣି ବାହାରୁଛି, ସେଠାରେ ଟ୍ୟାଙ୍କର…
ବାଙ୍କୀ- ବୈଦେଶ୍ୱର ଥାନା ଅନ୍ତର୍ଗତ କଳାପଥରରେ ସେକ୍ସ ରାକେଟ ଠାବ ହୋଇଛି । ଗ୍ରାହକ ବେଶରେ ଯାଇ ଧରିଲେ ବୈଦେଶ୍ବର ଥାନା ଅଧିକାରୀ । ୨ ଯୁବତୀଙ୍କ ସହ ୨ ଯୁବକଙ୍କୁ ଧରିଲା ପୋଲିସ । ସେମାନଙ୍କୁ ଥାନାରେ ଅଟକ ରଖି ପଚରାଉଚରା କରାଯାଉଛି । ତେବେ ପୂର୍ବରୁ ନଭେମ୍ବର ୨୮ରେ ମଧ୍ଯ ଭୁବନେଶ୍ୱର ଖଣ୍ଡଗିରି ଥାନା ମଧୁସୂଦନ ନଗର ଅଞ୍ଚଳରେ ସେକ୍ସ୍ ରାକେଟ ଠାବ ହୋଇଥିଲା । ଏହି ଘଟଣାରେ ୪ ଯୁବତୀଙ୍କୁ ଉଠାଇ ନେଇଥିଲା ଖଣ୍ଡଗିରି ଥାନା ପୋଲିସ । ଖଣ୍ଡଗିରି ଅଞ୍ଚଳର ଏକ ଘରେ ଏହି ସେକ୍ସ କାରବାର ଚାଲିଥିଲା । ଏଥିରେ ନୟାଗଡ଼ର ଜଣେ ରାଣୀ ମହୁମାଛୀଙ୍କ ଜରିଆରେ ଏହି କାରବାର ଚାଲିଥିବା ପୋଲିସ ଜାଣିବାକୁ ପାଇଥିଲା ।
ଗୁଜରାଟର ସୁରଟରେ ଜଣେ ବିଜେପି ନେତ୍ରୀ ଆତ୍ମହତ୍ୟା କରିଛନ୍ତି। ଦୀପିକା ପଟେଲ ସୁରଟର ୱାର୍ଡର ନମ୍ବର ୩୦ରେ ବିଜେପି ମହିଳା ମୋର୍ଚ୍ଚା ପାଇଁ କାମ କରୁଥିଲେ। ଦୀପିକାଙ୍କ ସ୍ୱାମୀ ଜଣେ ଚାଷୀ। ତାଙ୍କର ୩ ଜଣ ଛୋଟ ପିଲା ମଧ୍ୟ ରହିଛନ୍ତି। ପୁଲିସ୍ ଏନେଇ ଏକ ମାମଲା ରୁଜୁ କରିଛି ଓ କେଉଁ ପରିସ୍ଥିତିରେ ଦୀପିକା ଜୀବନ ହାରିଲେ, ତା’ର ଯାଞ୍ଚ ଆରମ୍ଭ କରିଛି।ପୋଲିସ୍ ଅଧିକାରୀ କହିଛନ୍ତି, “ଦୀପିକା ରବିବାର ତାଙ୍କ ଘରେ ଆତ୍ମହତ୍ୟା କରିଥିଲେ। ସ୍ଥାନୀୟ କର୍ପୋରେଟର ଓ ଦୀପିକାଙ୍କ ପରିବାର ଲୋକ ତାଙ୍କୁ ହସ୍ପିଟାଲ ନେଇଥିଲେ। ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଫରେନ୍ସି ଟିମ ଘଟଣା ସ୍ଥଳରେ ପହଞ୍ଚି ଯାଞ୍ଚ କରିଥିବା ବେଳେ ଏଯାଏ କୌଣସି ପ୍ରକାରର ସୁଇସାଇଡାଲ ନୋଟ ମିଳି ନାହିଁ। ବର୍ତ୍ତମାନ ତାଙ୍କର କଲ ରେକର୍ଡକୁ ମଧ୍ୟ ଯାଞ୍ଚ କରାଯାଉଛି।ମୃତ୍ୟୁ ପୂର୍ବରୁ ଦୀପିକା କର୍ପୋରେଟର ଚିରାଗଙ୍କୁ ଫୋନ କରିଥିଲେ। ସେ ଅତ୍ୟନ୍ତ…
