ବୌଦ୍ଧ MVI ଗୋଲାପ ଚନ୍ଦ୍ର ହାଁସଦା ଙ୍କ ଘରେ ଭିଜିଲାନ୍ସ ରେଡ । ଆୟ ବହିର୍ଭୁତ ସମ୍ପତି ଠୁଳ ଅଭିଯୋଗରେ ରେଡ କରୁଛି । ଭିଜିଲାନ୍ସ ଏକ କାଳିନ 6ଟି ସ୍ଥାନରେ ବୌଦ୍ଧ MVI ଗୋଲାପ ଚନ୍ଦ୍ର ହାଁସଦା ଙ୍କର ରେଡ କରୁଛି । ରେଡ ରେ ସାମିଲ ଅଛନ୍ତି 4ଜଣ DSP, 7ଜଣ ଇନ୍ସୀପେକ୍ଟର ଏବଂ ଅନ୍ୟାନ୍ୟ କର୍ମଚାରୀ ଭୁବନେଶ୍ୱର, ବାରିପଦା ଏବଂ ବୌଦ୍ଧ ର 6ଟି ସ୍ଥାନରେ ରେଡ ହେଉଛି ବାରିପଦା ପ୍ରଫୁଲ ନଗର ରେ ପୈତୃକ ଘର, ବୌଦ୍ଧ ରେ ଭଡା ଘର, ବୌଦ୍ଧ RTO ରେ ଅଫିସ ଚାମ୍ବର, ମୟୁରଭଞ୍ଜ ରେ ପୈତୃକ ଘର, ପାଣ୍ଡରାରେ ଝିଅର ଭଡ଼ା ଘର ଏବଂ ବାରିପଦା ରେ ସହଯୋଗୀଙ୍କ ଘରେ ରେଡ । ରେଡ ସମୟର ତାଙ୍କର ୩୬ ଟି ପ୍ଲଟ ଥିବା ବେଳେ, ୫୬ ଲକ୍ଷ ଟଙ୍କା ଫିକ୍ସି ଥିବା ଜଣାପଡିଛି ।
Author: sreyataranga
ଶ୍ରେୟ ତରଙ୍ଗ ( ବ୍ୟୁରୋ ): ଓଡ଼ିଆ ଚଳଚ୍ଚିତ୍ର ସୁପର ଷ୍ଟାର ସିଦ୍ଧାନ୍ତ ମହାପାତ୍ର ଓରଫ ମୁନା ଭାଇଙ୍କ ମା କନକ ମହାପାତ୍ରଙ୍କ ଆଜି ଚିକିତ୍ସା ଦିନ ଅବସ୍ଥାରେ ମୃତୁ ଘଟିଛି । ଭୁବନେଶ୍ୱର ଏକ ଘରୋଇ ହସ୍ପିଟାଲ ରେ ତାଙ୍କର ମୃତୁ ହୋଇଥିଲା । ପରେ ଭୁବନେଶ୍ବର ବାସ ଭବନ କୁ ପାର୍ଥିବ ଶରୀର କୁ ଅଣାଯାଇଥିଲା । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଉପସ୍ଥିତ ରହି ଶୋକ ସନ୍ତପ୍ତ ପରିବାର କୁ ସମବେଦନା ଜଣାଇଛନ୍ତି । ଓଡ଼ିଆ ଚଳଚ୍ଚିତ୍ର ସୁପର ଷ୍ଟାର ସିଦ୍ଧାନ୍ତ ମହାପାତ୍ର ନବେ ଦଶକ ରେ ନିଜର କ୍ୟାରିୟର ଆରମ୍ଭ କରିଥିବା ବେଳେ, ବ୍ରହ୍ମପୁର ଲୋକସଭା ଆସନ ରୁ ଦୁଇଥର ସାଂସଦ ଭାବେ ନିର୍ବାଚିତ ହୋଇଥିଲେ । ୨୦୨୪ ନିର୍ବାଚନ ରେ ବିଜେପି ତରଫରୁ ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବିଧାନସଭା ନିର୍ବାଚନ ମଣ୍ଡଳୀ ରୁ ବିଧାୟକ ରୂପେ ନିର୍ବାଚିତ ହୋଇଛନ୍ତି । ଓଡ଼ିଆ ଚଳଚ୍ଚିତ୍ର ଜଗତ…
ଶ୍ରେୟ ତରଙ୍ଗ ( କନ୍ଧମାଳ ବ୍ୟୁରୋ ) : ଗାଁ କୁ ପହଁଚି ପାରିଲାନି ଆମ୍ବୁଲାନ୍ସ । ଅଙ୍କାବଙ୍କା ଜଙ୍ଗଲ ରାସ୍ତାରେ ଗୁରୁତର ମହିଳାଙ୍କୁ ୮ କିଲୋମିଟର କାନ୍ଧରେ ବୋହିଲେ ପରିବାର ଲୋକେ । ଏଭଳି ଘଟଣା ଦେଖିବାକୁ ମିଳିଛି କନ୍ଧମାଳ ଜିଲ୍ଲା ତୁମୁଡ଼ିବନ୍ଧ ଥାନା ଅନ୍ତର୍ଗତ ମୁଣ୍ଡିଗଡ଼ ପଞ୍ଚାୟତରେ । ସୂଚନା ପ୍ରକାରେ କନ୍ଧମାଳ ଜିଲ୍ଲା ତୁମୁଡ଼ିବନ୍ଧ ଥାନା ଅନ୍ତର୍ଗତ ମୁଣ୍ଡିଗଡ଼ ପଞ୍ଚାୟତର ତର୍ଲଙ୍ଗି ଗ୍ରାମର ଡୁମେରପଡ଼ା ଅଞ୍ଚଳର ମହିଳା ବଲମାଡୁ ମାଝୀ ସପରିବାର ସହ ରାତିରେ ଘରେ ଶୋଇଥିବା ବେଳେ ବିଳମ୍ବିତ ରାତିରେ ତାଙ୍କୁ ଏକ ବିଷଧର ସାପ କାମୁଡ଼ିଲା । ପରିବାର ଲୋକେ ସକାଳୁ ଆମ୍ବୁଲାନ୍ସକୁ ଯୋଗାଯୋଗ କରିଥିଲେ । ହେଲେ ଗାଁ କୁ ରାସ୍ତା ନଥିବାରୁ ଗାଁ ରେ ପହଁଚି ପାରିଲାନି ଆମ୍ବୁଲାନ୍ସ । ଫଳରେ ଗୁରୁତର ଅବସ୍ଥାରେ ବଲମାଡ଼ୁ ମାଝୀଙ୍କୁ ଅଙ୍କାବଙ୍କା ଜଙ୍ଗଲ ରାସ୍ତାରେ ଦୀର୍ଘ ଆଠ କିଲୋମିଟର କାନ୍ଧରେ ବୋହି ପିକୁସ ଗାଁ…
ଶ୍ରେୟ ତରଙ୍ଗ (ବ୍ୟୁରୋ): ୭୧ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ପାଇଲା ହିମାଂଶୁ ଶେଖର ଖଟୁଆଙ୍କ ନିର୍ଦ୍ଦେଶିତ ‘ ସି ଆଣ୍ଡ ସେଭନ୍ ଭିଲେଜେସ୍’ । ୨୦୨୩ ବର୍ଷ ପାଇଁ ସ୍ପେସାଲ କ୍ୟାଟେଗୋରୀ ମେନସନ ରେ ପୁରସ୍କାର ହାସଲ କରିଛି ‘ ସି ଆଣ୍ଡ ସେଭନ୍ ଭିଲେଜସ୍’ । କାଦମ୍ବିନୀ ମିଡିଆ ପ୍ରଯୋଜିତ ଏହି ଡକ୍ୟୁମେଣ୍ଟାରୀ ଚଳଚ୍ଚିତ୍ର ଜଳବାୟୁ ପରିବର୍ତ୍ତନ ଏବଂ ଓଡ଼ିଶାର କେନ୍ଦ୍ରାପଡ଼ା ଜିଲ୍ଲାର ରାଜନଗର ତହସିଲ ଅନ୍ତର୍ଗତ ସାତଭାୟା ଉପରେ ପର୍ଯ୍ୟବସିତ । ପୂର୍ବରୁ ଅନେକ ଜାତୀୟ ଓ ଅନ୍ତର୍ଜାତୀୟ ସମ୍ମାନ ଲାଭ କରିଥିବା ଏହି ଚଳଚ୍ଚିତ୍ରଟି ହିମାଂଶୁ ଖଟୁଆଙ୍କ ଗବେଷଣାର ଫଳଫଳ । ଏଥିରେ ସାତଭାୟା ଗାଁର ବାସିନ୍ଦାଙ୍କ ଜୀବନ ଏବଂ ସଂଘର୍ଷ ଚିତ୍ରିତ ହୋଇଛି। ଏହାର ପ୍ରଯୋଜନା କରିଛନ୍ତି ଡ. ଇତି ସାମନ୍ତ । କାଦମ୍ବିନୀ ମିଡିଆ ବ୍ୟାନରରେ ଡ. ଅଚ୍ୟୁତ ସାମନ୍ତଙ୍କ ଦ୍ୱାରା ନିବେଦିତ ଏହି ଫିଲ୍ମ ଜଳବାୟୁ ପରିବର୍ତ୍ତନର ପ୍ରଭାବ କିଭଳି ସାତଭାୟାକୁ ପ୍ରଭାବିତ…
ଶ୍ରେୟ ତରଙ୍ଗ ( ବ୍ୟୁରୋ ) : ଆଜି ଚା ଖଟିରେ ଚର୍ଚା ଭାବରେ ଆପଣ କବି ଯଦୁମଣି ଙ୍କ ନାମ ଶୁଣିଥିବେ। ଯଦି ନାଁ ଟା ଶୁଣିଥିବେ, ତାହେଲେ ନିଶ୍ଚୟ ଏହି କବିତା ଟି ମନେ ଥିବ,” ଅନ୍ଧ ଦେଶେ ଗଲି ଦର୍ପଣ ବିକି, କନ୍ଧ ହସ୍ତରେ ଦେଲି ଗୋଦାନ ଟେକି,,, ଆଗକୁ ନିଶ୍ଚୟ ମନେ ଥିବ । କବିତ ଆମ ଗହଣରେ ନାହାନ୍ତି, ତାହେଲେ ଏ କଥାଟି କିଆଁ ମନେ ପକେଇଲି ବୋଲି ନିଶ୍ଚୟ ପ୍ରଶ୍ନ କରୁଥିବେ ? କଥା ହଉଛି, ଗୋଟିଏ ସପ୍ତାହ ଧରି ବିଭିନ୍ନ ଗଣମାଧ୍ୟମ ରେ ଆଲୋଚନା , ସମାଲୋଚନା ହେଉଛି, ନୟାଗଡ଼ ଜିଲ୍ଲାର ଦଶପଲ୍ଲା ବ୍ଲକ୍ ଟାକରା ସରକାରୀ ହାଇସ୍କୁଲ କୁ ନେଇ । ସେ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ କେଶ ବାବୁ କୁଆଡେ ବିଦ୍ୟାଳୟ ରୁ ପୁରୁଣା ଇନ୍ ଭଟର , ମୂଲ୍ୟବାନ କାଠ, ଜ୍ଞାନ ବିକ୍ରି କରି ଦେଇଛନ୍ତି…
ଶ୍ରେୟ ତରଙ୍ଗ ( ବ୍ୟୁରୋ ): ଶ୍ରୀ ଶ୍ରୀ ଲକ୍ଷ୍ମୀ ମା, ଆମ ସମସ୍ତଙ୍କ ବଡ଼ ମା, ଙ୍କ ଜୀବନ ଚର୍ଯ୍ୟା ଆମ ସମସ୍ତଙ୍କ ପାଇଁ ବରଦାନ । ସୂକ୍ଷ୍ମ ବିଚାର, ଦୃଷ୍ଟି ଭଙ୍ଗୀରେ ଶ୍ରୀ ଶ୍ରୀ ଠାକୁର୍ ଅନୁକୂଳ ଚନ୍ଦ୍ରଙ୍କ ଜୀବନୀ, କୁ ଅନୁଧ୍ୟାନ କରିବାକୁ ପଡ଼ିବ । ଆଜି ଶ୍ରୀଶ୍ରୀ ବଡ଼ମା ଙ୍କ ୧୩୨ ତମ ଜନ୍ମ ଦିବସରେ , ପ୍ରଶ୍ନ ଆସେ, ଆମ ପରିବାର ରେ କାହିଁକି ଏତେ ବିଶୃଙ୍ଖଳା ଦେଖା ଦିଏ ? ଆମର ସନ୍ତାନ ମାନେ କାହିଁକି ଶ୍ରେଷ୍ଟ ହୋଇ ପାରନ୍ତି ନାହିଁ ? ସମାଜ ପ୍ରତି ମୁଁ ସଠିକ୍ କର୍ମ କରିପାରେ ନାହିଁ କାହିଁକି ? ମୋର କର୍ତ୍ତବ୍ୟ କଣ ? ବର୍ତ୍ତମାନ ରେ ଦେଖା ଯାଉଥିବା ବିଭିନ୍ନ ମନୁଷ୍ୟ କୃତ ଘଟଣା ଦୁର୍ଘଟଣା ପାଇଁ ଦାୟୀ କିଏ ? ଦେଶ ଦେଶ ଭିତରେ, ଦେଶ ଭିତରେ, ରାଜ୍ୟ ଭିତରେ, ପରିବାର ଭିତରେ…
ଶ୍ରେୟ ତରଙ୍ଗ (ବ୍ୟୁରୋ): ଭାରତୀୟ ଜନତା ପାର୍ଟି ତରଫରୁ କଣ୍ଟିଲୋ ମଣ୍ଡଳ ସଭାପତି ଭାବେ, ଯୁବ ସଂଗଠକ, ଉଦ୍ୟୋଗପତି, ତଥା ଯୁବ ସମାଜସେବୀ ଶ୍ରୀଯୁକ୍ତ ଟିଟନ୍ ସାହୁଙ୍କୁ ନିଯୁକ୍ତି ଦିଆଯାଇଛି । ଖଣ୍ଡପଡ଼ା ନିର୍ବାଚନ ମଣ୍ଡଳୀ ରେ କଣ୍ଟିଲୋ ଏକ ଗୁରୁତ୍ଵ ପୂର୍ଣ୍ଣ ମଣ୍ଡଳୀ । କଂସା ବାସନ, ମହାପ୍ରଭୁ ଶ୍ରୀ ନୀଳ ମାଧବଙ୍କ ପୀଠ ପାଇଁ ବେଶ୍ ପ୍ରସିଧ । ତେଣୁ ସିଧମୂଳା ପଞ୍ଚାୟତ ଠାରୁ ବାଣପୁର, କଣ୍ଟିଲୋ, ବେଣା ଗାଡିଆ, ପଞ୍ଚାୟତ ଭଳି ବହୁ ଗୁରୁତ୍ଵ ପୂର୍ଣ୍ଣ ପଞ୍ଚାୟତ ର ସାଂଗଠାନିକ ଦାୟିତ୍ଵ ଦେଇଛି ଦଳ । ଖଣ୍ଡପଡ଼ା ବିଧାୟକ ଇଁ ଦୁଷ୍ମନ୍ତ କୁମାର ସ୍ବାଇଁ, କଟକ ସାଂସଦ ଶ୍ରୀଯୁକ୍ତ ଭର୍ତୁହରି ମହତାବ, ରାଜ୍ୟ ସଭାପତି ଶ୍ରୀଯୁକ୍ତ ମନ ମୋହନ ସାମଲ, ଓ ସର୍ବୋପରି ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝୀ ଙ୍କୁ ନିଜର କୃତଜ୍ଞତା ଜଣାଇଛନ୍ତି । ଦଳର ସାଂଗଠାନିକ ଦାୟିତ୍ଵ କୁ ଆହୁରି ମଜଭୁତ କରିବା…
ନୟାଗଡ଼, ଶ୍ରେୟ ତରଙ୍ଗ (ବ୍ୟୁରୋ ): ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ମାମଲାରେ ଭିଜିଲାନ୍ସ ରାଜଧାନୀ ଭୁବନେଶ୍ବରରେ ଆର ଆଣ୍ଡ ବି ଡିଭିଜନର ସହକାରୀ ଯନ୍ତ୍ରୀ ରାଜା କିଶୋର ଜେନାଙ୍କ ଅଫିସ ସମେତ ବିଭିନ୍ନ ସ୍ଥାନରେ ଚଢାଉ ଜାରି ରଖିଛି । ଭୁବନେଶ୍ବର ଏବଂ ନୟାଗଡରେ ୧୩ ଟି ମୂଲ୍ୟବାନ ପ୍ଲଟ ସହିତ, ବହୁ ବେନାମୀ ସମ୍ପତି ଠାବ କରିଛି । ଆର ଆଣ୍ଡ ବି ଡିଭିଜନ-III, ଭୁବନେଶ୍ବରରେ କାର୍ଯ୍ୟରତ ରାଜା କିଶୋର ଜେନାଙ୍କ ପୈତୃକ ଗାଁ, ବାସଭବନ ସମେତ ୧୦ଟି ଭିନ୍ନ ଭିନ୍ନ ସ୍ଥାନରେ ଏକକାଳୀନ ଚଢ଼ାଉ କରାଯାଇଛି । ଭିଜିଲାନ୍ସ ବିଭାଗର ୭ ଜଣ ଡେପୁଟି ସୁପରିଣ୍ଟେଣ୍ଡେଣ୍ଟ ଅଫ୍ ପୋଲିସ (ଡିଏସ୍ ପି), ପାଞ୍ଚ ଜଣ ଇନ୍ସପେକ୍ଟର, ଜଣେ ସବ-ଇନ୍ସପେକ୍ଟର, ୧୧ ଜଣ ସହକାରୀ ସବ-ଇନ୍ସପେ ନ୍ସପେକ୍ଟର (ଏଏସ୍ ଆଇ) ଏବଂ ଅନ୍ୟାନ୍ୟ ଅଧିକାରୀଙ୍କୁ ନେଇ ଗଠିତ ଟିମ୍ ସହକାରୀ ଯନ୍ତ୍ରୀଙ୍କ ଭୁବନେଶ୍ବରର ନୀଳାଦ୍ରି ବିହାରର ସେକ୍ଟର-୫ରେ ଥିବା…
ଶ୍ରେୟ ତରଙ୍ଗ ( ବ୍ୟୁରୋ ) : ଖୁବ୍ ଶୀଘ୍ର ଚା ଖଟିରେ ଚର୍ଚ୍ଚା ବ୍ୟଙ୍ଗ ସମାଲୋଚନା ମୂଳକ ଲେଖା କେବଳ ଶ୍ରେୟ ତରଙ୍ଗ ରେ ଆସିବ। ଆମ ସମାଜ ରେ ଘଟୁଥିବା ବିଭିନ୍ନ ଘଟଣା, ରାଜନୈତିକ, ସାମାଜିକ, ଓ ସାଂସ୍କୃତିକ, ଅର୍ଥନୈତିକ, ଅପରାଧ, ଘଟଣା ର ବ୍ୟଙ୍ଗ ସମାଲୋଚନା ମୂଳକ ଆଲୋଚନା ହେବ । ଏଥିରେ କାହାର ମାନ ସମ୍ମାନ ହାନି ହେବା ଭଳି ଲେଖା ଆମେ ଲେଖିବୁ ନାହିଁ । କିନ୍ତୁ ଘଟଣା ର ସତ୍ୟା ସତ୍ୟ କୁ ଅନୁଧ୍ୟାନ କରି, ତୀବ୍ର ସମାଲୋଚନା କରିବୁ । ଯେଉଁଭଳି ଚା ଖଟି ରେ ଆଲୋଚନା ହୁଏ, ଯାହାର ସତ୍ୟା ସତ୍ୟ କାହାକୁ ଜଣା ନଥାଏ, କିନ୍ତୁ ଆଲୋଚନା ହୁଏ, ସାଧାରଣ ଲୋକଙ୍କ ଠାରୁ ରାଜନେତା , ସମସ୍ତେ ସମାଲୋଚନା ର ଶିକାର ହୁଅନ୍ତି । ସେହିଭଳି ପ୍ରତେକ ଘଟଣାର ଅମଲୋଚନା କରିବୁ । କଥାରେ ଅଛି, ଯିଏ ସମାଲୋଚନା…
ଶ୍ରେୟ ତରଙ୍ଗ ( ବ୍ୟୁରୋ): ହାପି ମୋମେଣ୍ଟସ୍ ଅଫ ଇଣ୍ଡିଆ ଅରଗାନାଇଜେସନ ତରଫରୁ ନୟାଗଡ଼ ଜିଲ୍ଲାର ଆଦର୍ଶ ଶିକ୍ଷକ,ଲେଖକ ତଥା କବି ଡକ୍ଟର ପ୍ରତାପ କୁମାର ପରିଡ଼ାଙ୍କୁ ମାନପତ୍ର ଓ ଉତ୍ତରୀୟ ଦେଇ ସାହିତ୍ୟ ସାରଥୀ ସମ୍ମାନରେ ସମ୍ମାନିତ ଓ ସମ୍ବର୍ଦ୍ଧନା କରାଯାଇଛି । ଆଦର୍ଶ ଶିକ୍ଷକ ଓ ଯୁବ ଲେଖକ କବି ଭାବରେ ବେଶ୍ ଜଣଶୁଣା ବୋଲି ହାପି ମୋମେଣ୍ଟସ୍ ଅଫ ଇଣ୍ଡିଆ ଅରଗାନାଇଜେସନ ତରଫରୁ ସମ୍ପାଦକ ରାଜେନ୍ଦ୍ର ପ୍ରସାଦ ପଣ୍ଡା ଉପସ୍ଥାପନା କରିଥଲେ। ମୁଖ୍ୟ ଅତିଥି ହରିହର କାନୁନଗୋ ତିରୁପତି ବିଶ୍ବ ବିଦ୍ୟାଳୟ କୁଳପତି ଓ ଶଶଧର ପଣ୍ଡା ଶିକ୍ଷାବିତ୍, ଶ୍ରୀକାନ୍ତ ଗୌତମ, ଚଳଚ୍ଚିତ୍ର ସଙ୍ଗୀତ ନିର୍ଦ୍ଦେଶକ, ପ୍ରିୟମ୍ବଦା ଦାସ ପ୍ରବଚିକା,ଅନ୍ୟାନ୍ୟ ଅତିଥି ଉପସ୍ଥିତ ଥିଲେ ଓ ହାପି ମୋମେଣ୍ଟସ୍ ଅଫ ଇଣ୍ଡିଆ ଅରଗାନାଇଜେସନ ତରଫରୁ ସମ୍ପାଦକ ରାଜେନ୍ଦ୍ର କୁମାର ପଣ୍ଡା ମଞ୍ଚ ପରିଚାଳନା ଓ ଧନ୍ୟବାଦ ଅର୍ପଣ କରିଥିଲେ ।।
ଶ୍ରେୟ ତରଙ୍ଗ (ବ୍ୟୁରୋ): ନୟାଗଡ଼ ଜିଲ୍ଲା ଆଦିବାସୀ ଅଧ୍ୟୁଷିତ ଦଶପଲ୍ଲା ବ୍ଲକ୍ ସରକାରୀ ଉଚ୍ଚ ବିଦ୍ୟାଳୟ ଟାକରା ( ଅନୁସୂଚିତ ଜାତି ଓ ଜନଜାତି ବିଭାଗ) ର ପ୍ରଧାନ ଶିକ୍ଷକ ଶ୍ରୀ ମୁକେଶ ଦୁଗାଲ୍ ଙ୍କୁ ନେଇ ଏବେ ଜିଲ୍ଲାରେ ଦୁର୍ନୀତି ର ମାଳମାଳ ଅଭିଯୋଗ ଆସିଛି । ୧୭.୦୫.୨୦୨୩ ରେ କନ୍ଧମାଳ ଜିଲ୍ଲା ଦାରିଙ୍ଗିବାଡି ବ୍ଲକ୍ ରୁ ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଲକ୍ ସରକାରୀ ଅନୁସୂଚିତ ଜାତି ଓ ଜନଜାତି ବିଭାଗ ଡିମିରିପଲ୍ଲୀ ସରକାରୀ ଉଚ୍ଚ ବିଦ୍ୟାଳୟ ରେ ପ୍ରଧାନଶିକ୍ଷକ ଭାବେ ଯୋଗଦେଇଥିବା ବେଳେ, ବିବାଦରେ ଛନ୍ଦି ହୋଇ ୧୧.୦୧.୨୦୨୪ ରେ ଟାକରା ସରକାରୀ ଉଚ୍ଚ ବିଦ୍ୟାଳୟ କୁ ପ୍ରଧାନଶିକ୍ଷକ ଭାବେ ବଦଳି ହୋଇଥିଲେ । ପୂର୍ବତନ ଜିଲ୍ଲାପାଳ ଶ୍ରୀଯୁକ୍ତ ରବୀନ୍ଦ୍ର ନାଥ ସାହୁ ତାଙ୍କୁ ବଦଳି କରିଥିଲେ । ବର୍ତ୍ତମାନ ଟାକରାରେ ମଧ୍ୟ ସମାନ ଅବସ୍ଥା ଦେଖିବାକୁ ମିଳିଛି । ସରକାରୀ ଅର୍ଥ ହଡପ କରିବା, ସହକର୍ମୀ ଙ୍କୁ…
ଦଶପଲ୍ଲା : ( ଶ୍ରେୟ ତରଙ୍ଗ): ନୟାଗଡ଼ ଜିଲ୍ଲା ଦଶପଲ୍ଲା ବ୍ଲକ୍ ର ବିଭିନ୍ନ ଦୁର୍ଗମ ଅଂଚଳରେ ଜନହିତକର କାର୍ଯ୍ୟକରି ପ୍ରଶଂସା ସାଉଁଟିଚାଲିଛି ଉତ୍ସର୍ଗ ଫାଉଣ୍ଡେସନ ଟ୍ରଷ୍ଟ। ଦଶପଲ୍ଲା ଅଂଚଳର ଯୁବ ସାମ୍ବାଦିକ ପ୍ରିୟବ୍ରତ ଆଚାର୍ଯ୍ୟ ଅସହାୟ ଲୋକଙ୍କ ପାଖରେ ଛିଡ଼ା ହୋଇ ସୁଖ ଦୁଃଖରେ ସାମିଲ ହେଉଥିବା ବେଳେ, ନଅ ଜଣ ସାଙ୍ଗ ପ୍ରିୟବ୍ରତଙ୍କ ସହ ସାମିଲ ହୋଇ ଲୋକଙ୍କ ସେବା କରୁଛନ୍ତି । ଲୋକଙ୍କ ସୁଖ ଦୁଃଖ ରେ ସାମିଲ ହେବା ପାଇଁ ଉତ୍ସର୍ଗ ଫାଉଣ୍ଡେସନ ଟ୍ରଷ୍ଟ ନାମରେ ଏକ ସ୍ବେଛାସେବୀ ଅନୁଷ୍ଠାନ କରିଛନ୍ତି । ସର୍ବପ୍ରଥମେ ଦଶପଲ୍ଲା ପଶ୍ଚିମାଞ୍ଚଳ ଟାକରା ଠାରେ ୨୫-୦୬-୨୦୨୫ ରିଖ ଦିନ “ସେବାଉତ୍ସବ – ୨୦୨୫” ନାମରେ ଏକ କାର୍ଯ୍ୟକ୍ରମ କରି ପ୍ରଥମେ ମଶାଲ ଶୋଭାଯାତ୍ରା ଓ ପରେ ବୃକ୍ଷରୋପଣ କାର୍ଯ୍ୟକ୍ରମ କରିଥିଲେ । ଅଞ୍ଚଳ ର ଶତାଧିକ ଅସହାୟ, ଭିନ୍ନକ୍ଷମ ଲୋକଙ୍କୁ ଉକ୍ତ କାର୍ଯ୍ୟକ୍ରମ କୁ ଡକାଇ ତାଙ୍କୁ ରନ୍ଧାଖାଦ୍ୟ,ଶୁଖିଲା ଖାଦ୍ୟ,…
