Author: sreyataranga

ନୟାଗଡ଼, (ଶ୍ରେୟ ତରଙ୍ଗ): ନୟାଗଡ଼ ସଦର ଥାନା ଅନ୍ତର୍ଗତ ମାନ୍ଧାତାପୁର ଇଣ୍ଡିଆନ ବ୍ୟାଙ୍କରୁ ବନ୍ଧୁକ ମୁନରେ ବ୍ୟାଙ୍କ୍ କର୍ମଚାରୀ ଙ୍କୁ ଭୟଭୀତ କରି ଲୁଟ କରିଥିଲେ ଡକାୟତ ଦଳ । ଏହି ଘଟଣା ରେ ବ୍ୟାଙ୍କ୍ ମ୍ୟାନେଜର ଲିଖିତ ଅଭିଯୋଗ କରିବା ପରେ, ନୟାଗଡ଼ ଏସପି ଙ୍କ ନେତୃତ୍ୱ ରେ ଟିମ୍ ଗଠନ କରାଯାଇ ତଦନ୍ତ ଆରମ୍ଭ କରାଯାଇଥିଲା । ୩ ଟି ବାଇକରେ ୬ ଜଣ ଡକାୟତ ବନ୍ଧୁକ ସହ ଆସି ପଶିଥିଲେ ବ୍ୟାଙ୍କ ମଧ୍ୟରେ । ପାଖାପାଖି ୨୭ ଲକ୍ଷ ଟଙ୍କା ସହ ସୁନା ଗହଣା ଲୁଟ୍ କରିଥିଲେ । ବ୍ୟାଙ୍କ କର୍ମଚାରୀଙ୍କ ସହ ବ୍ୟାଙ୍କରେ ଥିବା ଗ୍ରାହକଙ୍କୁ ବନ୍ଧୁକ ଦେଖାଇ ଭୟଭୀତ କରି ଲୁଟ କରି ସେହି ସ୍ଥାନ ରୁ ଫେରାର ହୋଇ ଯାଇଥିଲେ । ନୟାଗଡ଼ ପୋଲିସ ତୁରନ୍ତ ପଦକ୍ଷେପ ଗ୍ରହଣ କରିବା ସହ , ଘଣ୍ଟାଏ ମଧ୍ୟରେ ଦୁଇଜଣ ଚୋରଙ୍କୁ ଧରିବାରେ ସକ୍ଷମ ହୋଇଥିଲେ…

Read More

ଭୁବନେଶ୍ବର, ( ଶ୍ରେୟ ତରଙ୍ଗ): ଓଡ଼ିଶା ପ୍ରଶାସନିକ ସେବା (ଓଏଏସ୍‌) ସଂଘର ଦାବି ଗୁରୁବାର ରାତିରେ ପୂରଣ ହୋଇଛି। ଭୁବନେଶ୍ବର ମହାନଗର ନିଗମ (ବିଏମ୍‌ସି)ର ଅତିରିକ୍ତ କମିସନର ରତ୍ନାକର ସାହୁଙ୍କୁ ଗତ ସୋମବାର ଦିନ ଆକ୍ରମଣ ଘଟଣାରେ ସଂପୃକ୍ତି ଥିବା ଅଭିଯୋଗରେ ଭାରତୀୟ ଜନତା ପାର୍ଟି (ବିଜେପି)ର ବରିଷ୍ଠ ନେତା ଜଗନ୍ନାଥ ପ୍ରଧାନ ଗିରଫ ହୋଇଛନ୍ତି । ଓଏଏସ୍‌ ସଂଘ ତାର ଆନ୍ଦୋଳନ ପ୍ରତ୍ୟାହାର କରିଛି। ଓଏଏସ୍‌ ସଂଘ ଗତକାଲି ଠାରୁ ଜରୁରୀକାଳୀନ ସେବାରେ କାର୍ଯ୍ୟରତ ଥିବା ବେଳେ ଆସନ୍ତାକାଲି ଠାରୁ ପୂର୍ବଭଳି କାର୍ଯ୍ୟରେ ଯୋଗଦେବେ ବୋଲି କହିଛନ୍ତି। ପୂର୍ବରୁ ଏହି ଘଟଣା ରେ ପାଞ୍ଚ ଜଣ ଗିରଫ ହୋଇଥିଲେ । ଆଜି ଜଗା ପ୍ରଧାନ ଘରୁ ବାହାରି ପ୍ରଥମେ ବିଜେପି କାର୍ଯ୍ୟାଳୟ , ପରେ ଡିସିପି ଅଫିସ ରେ ପହଞ୍ଚି ଆତ୍ମ ସମର୍ପଣ କରିଥିଲେ । ପୋଲିସ ତାଙ୍କୁ ଗିରଫ କରିଛି । ଜାମିନ ନାମଞ୍ଜୁର ହେବାରୁ, ୧୪ ଦିନ…

Read More

ଗଣିଆ ( ଶ୍ରେୟ ତରଙ୍ଗ) : ବାପାଙ୍କ ମୃତୁ ଖବର ଶୁଣି ଘରକୁ ଆସୁଥିବା ବେଳେ, ଦୁର୍ଘଟଣା ରେ ଚାଲିଗଲା ପୁଅ ବୋହୁଙ୍କ ଜୀବନ । ସୂଚନା ଅନୁସାରେ, ଗଣିଆ ଥାନା ତେଲି ସାହିର ଅବସର ପ୍ରାପ୍ତ ଶିକ୍ଷକ ବଲ୍ଲଭ ସାହୁଙ୍କ ମୃତ୍ୟୁ ହୋଇଥିଲା । ଖବର ପାଇ ନୂଆପଡା ଜିଲ୍ଲା କୁରୁମ ଭୋଇ ହାଇସ୍କୁଲରେ ବିଜ୍ଞାନ ଶିକ୍ଷକ ଭାବେ କାର୍ଯ୍ୟରତ ବଲ୍ଲଭଙ୍କ ବଡ଼ପୁଅ ରାଜ କିଶୋର ସାହୁ ଓ ବୋହୁ ମିନାକ୍ଷୀ ସାହୁ ବାପାଙ୍କ ଶେଷଦର୍ଶନ କରିବା ସହିତ ବାପାଙ୍କ ମୁଁହରେ ମୁଖାଗ୍ନି ଦେବା ପାଇଁ ଗଣିଆ ଆସୁଥିବା ବେଳେ, ବୌଦ୍ଧ ଜିଲ୍ଲା ଆଦର୍ଶ ଥାନା ରାମ୍ଭିକଟା ନିକଟରେ ଛିଡ଼ାହୋଇଥିବା ଏକ ଟ୍ରକକୁ ଧକ୍କା ଦେଇଥିଲା କାର । ଘଟଣା ସ୍ଥଳରେ ଉଭୟ ସ୍ବାମୀ ଓ ସ୍ତ୍ରୀ ଙ୍କ ମୃତୁ ହୋଇଥିଲା । ସ୍ଥାନୀୟ ଲୋକ ଘଟଣା ସ୍ଥଳରେ ପହଂଚି ରାଜ କିଶୋର ଓ ମିନାକ୍ଷୀ ଙ୍କୁ ଉଦ୍ଧାର କରିବା…

Read More

ଦାସପାଲା, ( ଶ୍ରେୟ ତରଙ୍ଗ) : ଦଶପଲ୍ଲା ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ପରିସରରେ ସାମାଜିକ ସମରସତ୍ତା ବୈଠକ ଅନୁଷ୍ଠିତ ହୋଇଯାଇଛି । ଶିକ୍ଷକ ଭଗବାନ ଦେହୁରୀ ବୈଠକ ର ତାତ୍ପର୍ଯ୍ୟ ବିଷୟ ରେ ବିସ୍ତୃତ ଆଲୋଚନା କରିଥିଲେ । ସମସ୍ତ ଭାରତୀୟ ସଂଗଠିତ ହୋଇ ରହିବା ଦରକାର । ବିଶ୍ଵରେ ଯୁଦ୍ଧ ଲାଗି ରହିଥିବା ବେଳେ, ଭାରତ ଶାନ୍ତି ବଜାୟ ରଖି ଆସିଛି । ଭାରତର ସଂସ୍କୃତି, ଏକତା କୁ ସବୁବେଳେ ବାହ୍ୟ ବିଦେଶୀ ଆକ୍ରମଣ ନଷ୍ଟ କରିବା ପାଇଁ ଚେଷ୍ଟା କରୁଛି । କିନ୍ତୁ ଭାରତୀୟ ମାନେ ଏକାଠି ହୋଇ ଅଖଣ୍ଡ ବଜାୟ ରଖିବା ହେଉଛି ପ୍ରଥମ କର୍ତ୍ତବ୍ୟ । ବିଦେଶୀ ମୋଗଲ, ଇଂରେଜ ମାନେ ଭାରତ କୁ ଲୁଣ୍ଠନ କରିଛନ୍ତି । ଜାତି ପ୍ରଥା ସୃଷ୍ଟି କରିଛନ୍ତି । ସଂଘ ଶତବାର୍ଷିକ ଉତ୍ସବ ସମଗ୍ର ବିଶ୍ଵ ରେ ପାଳନ କରୁଛି ବୋଲି କହିଥିଲେ । ସଂଘ ପରିଚାଳକ…

Read More

କନ୍ଧମାଳ, ( ଶ୍ରେୟ ତରଙ୍ଗ ) : ମାଓବାଦୀ ଦମନ ଅଭିଯାନ କ୍ଷେତ୍ରରେ କନ୍ଧମାଳ ଜିଲ୍ଲା ପୋଲିସକୁ ଆଜି ବଡ଼ ସଫଳତା ମିଳିଛି। ଏହି ଅଭିଯାନରେ 2 ଜଣ ଦୁର୍ଦ୍ଦାନ୍ତ ମାଓବାଦୀଙ୍କ ମୃତ୍ୟୁ ଘଟିଥିବା ବେଳେ ଘଟଣାସ୍ଥଳରୁ ଗୋଟିଏ ରାଇଫଲ, ରିଭଲଭର, ଜୀବନ୍ତ ଗୁଳି, ୱାକି ଟକି, ବ୍ୟାଟେରୀ ଏବଂ ଅନ୍ୟାନ୍ୟ ମାଓ ସାମଗ୍ରୀ ଜବତ କରାଯାଇଛି ମୃତ୍ୟବରଣ କରିଥିବା ଉଭୟ ମାଓବାଦୀ ମଙ୍କୁ ଏବଂ ଚନ୍ଦନ ବୋଲି ପ୍ରାଥମିକ ତଦନ୍ତରୁ ଜଣାପଡିଛି। କନ୍ଧମାଳ ଜିଲ୍ଲାରେ ସକ୍ରିୟ ଥିବା ମାଓବାଦୀ ଗୃପର ମଙ୍କୁ ACM କ୍ୟାଡର ଏବଂ ଚନ୍ଦନ ପାର୍ଟି ସଦସ୍ୟ ବୋଲି ପୋଲିସ ପ୍ରାରମ୍ଭିକ ସୂଚନା ପାଇଛି। ସମ୍ପୂକ୍ତ ଅଞ୍ଚଳରେ ପୋଲିସ ପକ୍ଷରୁ ବ୍ୟାପକ ତଲାସୀ ଅଭିଯାନ ଜାରି ରହିଛି । ବାଲିଗୁଡା ଥାନା ଅଧୀନ ପୁରାଣଜିଆବ ସଂରକ୍ଷିତ ଜଙ୍ଗଲ ନିକଟରେ କିଛି ମାଓବାଦୀ ଲୁଚି ରହିଥିବା ସଂକ୍ରାନ୍ତରେ ଜିଲ୍ଲା ପୋଲିସର ଗୁଇନ୍ଦା ସୂତ୍ରରୁ ସୂଚନା ମିଳିଥିଲା। ସେହି ଅନୁଯାୟୀ,…

Read More

ନୟାଗଡ଼,( ଶ୍ରେୟ ତରଙ୍ଗ) : ପ୍ରତାପ ପ୍ରସାଦ ମା ଭୈରବୀ ଦେବୀ ମନ୍ଦିର ପରିସର ରେ ଛ ରାଜ୍ୟ ଶୁଣ୍ଢି ସମାଜର ସାଧାରଣ ସଭା ଅନୁଷ୍ଠିତ ହୋଇଯାଇଛି । ଭାଗିରଥି ସାହୁଙ୍କ ସଭାପତିତ୍ବ ରେ ଆୟୋଜିତ ସଭା ରେ, ନିଖିଳ ଉତ୍କଳ ଶୁଣ୍ଢି ସମାଜର ବରିଷ୍ଠ ସଦସ୍ୟ ମଙ୍ଗରାଜ ସାହୁ, ଅଶୋକ କୁମାର ସାହୁ, ଅକ୍ଷୟ ସାହୁ, ପ୍ରଶାନ୍ତ ସାହୁ, ପ୍ରତାପ ସାହୁ ପ୍ରମୁଖ ବିଭିନ୍ନ ଉନ୍ନତିମୂଳକ କର୍ଯ୍ୟ କରିବା ପାଇଁ ଆଲୋଚନା କରିଥିଲେ ଛ ରାଜ୍ୟ ଶୁଣ୍ଢି ସମାଜ ର ନୂତନ ସଭାପତି ରୂପେ ଜଳନ୍ଧର ସାହୁ ଙ୍କୁ ମନୋନୀତ କରିଥିବା ବେଳେ , ଲକ୍ଷ୍ମୀଧର ସାହୁ ଙ୍କୁ ଉପ ସଭାପତି , ଦେବରାଜ ସାହୁଙ୍କୁ ସମ୍ପାଦକ ଓ ଜଗବନ୍ଧୁ ସାହୁଙ୍କୁ କୋଷାଧ୍ୟକ୍ଷ ରୂପେ ମନୋନୀତ କରିଥିଲେ । ୨୦୦ ରୁ ଅଧିକ ଶୁଣ୍ଢି ସମାଜ ର ଲୋକମାନେ ଉପସ୍ଥିତ ଥିଲେ ।

Read More

ଦଶପଲ୍ଲା ( ଶ୍ରେୟ ତରଙ୍ଗ) : ଦଶପଲ୍ଲା ଭୂଗୋଳ ପୁସ୍ତକ ଉନ୍ମୋଚନ ହୋଇଯାଇଛି । ଦଶପଲ୍ଲା ରାଜା ସାହେବ୍ ଶ୍ରୀ ଦିଗବିଜୟ ଚନ୍ଦ୍ର ଦେଓ ଭଞ୍ଜ ଏହାର ଉନ୍ମୋଚନ ଦଶପଲ୍ଲା ରାଜ ପ୍ରାସାଦ ମଧ୍ୟରେ କରିଛନ୍ତି । ୧୯୪୦ ମସିହାରେ, ଦଶପଲ୍ଲା ଗଡଜାତ ର ସହକାରୀ ଦେୱାନ୍ ଶ୍ରୀ ନୀଳମଣି ବିଶୋଇ ପ୍ରଥମେ ଲେଖିଥିଲେ । ଦଶପଲ୍ଲା ରାଜ୍ୟ ର ଅବସ୍ଥିତି, ପାହାଡ ,ପର୍ବତ, ନଦ ନଦୀ, ଜନବସତି, ଆଦିବାସୀ, ସହ ପଡୋଶୀ ରାଜ୍ୟ ର ଅବସ୍ଥିତି, ଏଥିସହ ଓଡ଼ିଶାରେ ଥିବା ଅନ୍ୟ ଗଡଜାତ ସମ୍ପର୍କ ରେ ତଥ୍ୟ କୁ ନେଇ ଦଶପଲ୍ଲା ଭୂଗୋଳ ଲେଖିଥିଲେ । ଦୀର୍ଘ ୮୫ ବର୍ଷ ପରେ ଲେଖକ ହାଡିବନ୍ଧୁ ମହାଖୁଡ଼, ଦଶପଲ୍ଲା ଭୂଗୋଳ କୁ ନେଇ ମୂଳ ଓଡ଼ିଆ ଲେଖା ସହିତ ଇଂରାଜୀ ରେ ଅନୁବାଦ କରିଛନ୍ତି । ଅକ୍ଷ ପ୍ରକାସନି ଦ୍ଵାରା ବହି ଛାପା ଯାଇଥିବା ବେଳେ, ଓଡ଼ିଆ ରୁ ଇଂରାଜୀ ରେ…

Read More

ପୁରୀ ( ଶ୍ରେୟ ତରଙ୍ଗ ) : ବିଶ୍ବ ପ୍ରସିଦ୍ଧ ରଥଯାତ୍ରା-୨୦୨୫ ପାଇଁ ପୁରୀ ବଡ ଦାଣ୍ଡରେ ଆଜି ଲକ୍ଷ୍ୟ ଲକ୍ଷ୍ୟ ଭକ୍ତ ମାନେ ଆସିବେ । ଧୀରେ ଧୀରେ ବଡ଼ଦାଣ୍ଡରେ ଗହଳି ବଢୁଛି । ପୁରୀ ଶ୍ରୀକ୍ଷେତ୍ରକୁ ୧୦ ଲକ୍ଷରୁ ଊର୍ଦ୍ଧ୍ବ ଭକ୍ତ ଙ୍କ ସମାଗମ ହେବ ବୋଲି ଆଶା କରାଯାଉଛି। ଓଡ଼ିଶା, ପଶ୍ଚିମବଙ୍ଗ ସହ ଭାରତ ଓ ଭାରତ ବାହାରୁ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ ପୁରୀ ମୁହାଁ ହୋଇଛନ୍ତି । ଚଳିତ ବର୍ଷ ରଥଯାତ୍ରାକୁ ଶାନ୍ତି ଶୃଙ୍ଖଳାର ସହିତ ଆୟୋଜନ କରିବା ପାଇଁ ରାଜ୍ୟ ସରକାର, ପୁରୀ ଜିଲ୍ଲା ପ୍ରଶାସନ ଓ ଶ୍ରୀମନ୍ଦିର ପ୍ରଶାସନ ତରଫରୁ ଆବଶ୍ୟକ ବନ୍ଦୋବସ୍ତ କରାଯାଇଛି। ପୁଲିସ ମହାନିର୍ଦ୍ଦେଶକ(ଡିଜିପି) ଯୋଗେଶ ବାହାଦୁର ଖୁରାନିଆ କହିଛନ୍ତି, ଚଳିତବର୍ଷ ପୁଲିସ ବ୍ୟବସ୍ଥାକୁ ୮ଟି ଭାଗରେ ବିଭକ୍ତ କରାଯାଇଛି। ଟ୍ରାଫିକ୍‌ ବ୍ୟବସ୍ଥା, ଶ୍ରୀମନ୍ଦିର ଭିତର ସୁରକ୍ଷା, କର୍ଡନ ଭିତର ସୁରକ୍ଷା, କର୍ଡନ ବାହାର ସୁରକ୍ଷା, ଗହଳି ନିୟନ୍ତ୍ରଣ, ସୁରକ୍ଷା ବ୍ୟବସ୍ଥା, କୋଷ୍ଟାଲ୍‌…

Read More

ନନୟାଗଡ଼ ( ଶ୍ରେୟ ତରଙ୍ଗ ): ରାଜ୍ୟରେ ବନ୍ଦ ଥିବା ଚିନିକଳ ଖୋଲିବ କି ? ଏମିତି ଏକ ପ୍ରଶ୍ନ ଏବେ ଓଡ଼ିଶା ବାସୀଙ୍କ ମନରେ ବାରମ୍ବାର ଆସୁଛି । କାରଣ ବର୍ତ୍ତମାନ ର ପୁରୀ ବିଜେପି ସାଂସଦ ସମ୍ବିତ ପାତ୍ର ନିର୍ବାଚନ ସମୟରେ ନୟାଗଡ଼ରେ ଭୋଟର ମାନଙ୍କୁ ପୂର୍ଣ୍ଣ ପ୍ରତିଶ୍ରୁତି ଦେଇ କହିଥିଲେ , ନିର୍ବାଚନ ଜିତିବାର ୧୦୦ ଦିନରେ ଚିନିକଳ ଖୋଲି କି ଦେଖେଇବେ । ଆ ଭିତରେ ରାଜ୍ୟରେ ନୂତନ ବିଜେପି ସରକାର ଆସିବାର ଏକ ବର୍ଷ ପୂରଣ ହୋଇସାରିଛି ଓ ବର୍ତ୍ତମାନ ରାଜ୍ୟସରକାର ଓଡ଼ିଶାର ପ୍ରତି ପଞ୍ଚାୟତ ରେ ବର୍ଷ ଏକ ଅନୁଭୂତି ଅନେକ କୁ ନେଇ ଉତ୍ସବ ପାଳନ କରୁଛନ୍ତି । କିନ୍ତୁ ନୟାଗଡ଼ ରେ ଚିନିକଳ ଖୋଲିବ ନା ନାଇଁ ତାକୁ ନେଇ ଏବେ ଚିନ୍ତାରେ ଆଖି ଚାଷୀ । ନୟାଗଡ଼ କୁ ସାଂସଦ ପାତ୍ର ଆସୁଥିଲେ ମଧ୍ୟ, ଚିନିକଳ କୁ ନେଇ…

Read More

ନୟାଗଡ଼, (ଶ୍ରେୟ ତରଙ୍ଗ): ଭୁବନେଶ୍ୱର ଜୟଦେବ ଭବନ ରେ ଶିକ୍ଷକ ପ୍ରତାପ ପରିଡ଼ା ଙ୍କ କବିତା ସଙ୍କଳନ ପୁସ୍ତକ ଅଲଭ୍ୟ ଉନ୍ମୋଚନ ହୋଇଯାଇଛି । ଏହା ତାଙ୍କର ପ୍ରଥମ କବିତା ସଂକଳନ । ଜ୍ଞାନ ପ୍ରକାଶର ନବମ ବାର୍ଷିକ ଉତ୍ସବ ଓ ନେସନାଲ୍ କନଫରେନ୍ସ -2025 ଭୁବନେଶ୍ୱର ସ୍ଥିତ ଜୟଦେବ ଭବନରେ ଅନୁଷ୍ଠିତ ହୋଇଥିଲା। ଜ୍ଞାନ ପ୍ରକାଶ ପତ୍ରିକା ଉନ୍ମୋଚନ ସହ ଆଦର୍ଶ ଶିକ୍ଷକ,ଲେଖକ ଓ କବି ଡକ୍ଟର ପ୍ରତାପ କୁମାର ପରିଡ଼ାଙ୍କର ପ୍ରଥମ କବିତା ସଂଙ୍କଳନ ଅଲଭ୍ୟ ପୁସ୍ତକ ଉନ୍ମୋଚନ ହୋଇଯାଇଛି । ଏଥିସହ ପ୍ରତାପ କୁମାର ପରିଡ଼ାଙ୍କୁ ଶିକ୍ଷା ଓ ସାହିତ୍ୟ ସମ୍ମାନ 2025 ରେ ସମ୍ମାନିତ କରାଯାଇଛି । ଗଣିଆ ବ୍ଲକ୍ ରାସଙ୍ଗ ପଞ୍ଚାୟତ ମାଳତିପୁଟ ରେ ଜନ୍ମ ଲାଭ କରିଥିବା ପ୍ରତାପ, ବିଦ୍ୟାଳୟ ରୁ ଶିକ୍ଷା ଗ୍ରହଣ ସମୟରୁ କବିତା ଲେଖିବା ପ୍ରତି ଦୁର୍ବଳତା ଥିଲା । ପରବର୍ତ୍ତୀ ସମୟରେ କଲେଜରେ ପଢିବା ସମୟରୁ ଆରମ୍ଭ…

Read More

ଓଡ଼ିଶା ( ଶ୍ରେୟ ତରଙ୍ଗ): ଫେଲୋନାମା: ସ୍ଵ ସେ ସମାଜ’ ପୁସ୍ତକଟି ଯୁବ ସାମାଜିକ କର୍ମୀ ଏବଂ ଲେଖକ ଆୟୁଷ୍ ହର୍ଷଙ୍କ ଦ୍ୱାରା ଲେଖାଯାଇଛି । ଆୟୁଷ୍ ମୂଳତଃ ବିହାରର ଏକ ଗ୍ରାମୀଣ ଅଞ୍ଚଳର ଏବଂ ସେ ଓଡ଼ିଶାର ଗଜପତି ଆକାଂକ୍ଷୀ ଜିଲ୍ଲାରେ ଗାନ୍ଧୀ ଫେଲୋଶିପ କାର୍ଯ୍ୟକ୍ରମ ମାଧ୍ୟମରେ କାର୍ଯ୍ୟରତ ଥିଲେ। ଏହି ଆଦିବାସୀ ବହୁଳ ଅଞ୍ଚଳରେ ସେ ବାଲ୍ୟ ବିବାହ ରୋକିବା, ଶିକ୍ଷା, ସ୍ୱାସ୍ଥ୍ୟ ଓ ପୋଷଣ କ୍ଷେତ୍ରରେ ଉନ୍ନତି ଏବଂ ସମୁଦାୟ ଓ ପଞ୍ଚାୟତ ଜନପ୍ରତିନିଧି ମାନଙ୍କ ସହଯୋଗ ବୃଦ୍ଧି ପାଇଁ ଗୁରୁତ୍ୱପୂର୍ଣ୍ଣ ଉଦ୍ୟମ ଗ୍ରହଣ କରିଥିଲେ। ‘ଫେଲୋନାମା’ କେବଳ ଜଣେ ବ୍ୟକ୍ତିଗତ ଅନୁଭୂତିର କଥା ନୁହେଁ, ଏହା ଗ୍ରାମ, ସମାଜ ଓ ପ୍ରଶାସନ ମଧ୍ୟରେ ସମନ୍ୱୟକରି ଶେଷ ସ୍ତରରେ ଥିବା ଲୋକଟି ପାଖରେ ସେବା ଓ ସୁବିଧା ପହଞ୍ଚାଇବାର ଜୀବନ୍ତ ଦଲିଲ୍ ଅଟେ। ଏହି ପୁସ୍ତକରେ ଆୟୁଷ୍ ତାଙ୍କ ଫେଲୋଶିପ ଅନୁଭବ, ସଂଘର୍ଷ, ଶିକ୍ଷା ଏବଂ ଭାବନାତ୍ମକ…

Read More

କନ୍ଧମାଳ,ତୁମୁଡ଼ିବନ୍ଧ ( ଶ୍ରେୟ ତରଙ୍ଗ): କନ୍ଧମାଳ ଜିଲ୍ଲାର ତୁମୁଡିବନ୍ଧ ବ୍ଲକ ରେ ମାତିଛନ୍ତି ବଙ୍ଗାଳୀ କ୍ୱାକ ଡାକ୍ତର । କନ୍ଧମାଳ ଜିଲ୍ଲା ର ତୁମୁଡିବନ୍ଧ ବ୍ଲକ ଅନ୍ତର୍ଗତ ବିଲାମାଳ ପଞ୍ଚାୟତ ର ଖଡଭଙ୍ଗା ଛକ ନିକଟରେ ସୁଶାନ୍ତ ରୋଏ ନାମକ ଏକ ବଙ୍ଗାଳି ଯୁବକ କିଛି ବର୍ଷ ହବ ଉକ୍ତ ଛକ ନିକଟରେ କ୍ଲିନିକ କରି ଚିକିତ୍ସା ଯୋଗାଇଦେବା ନାଁ ରେ ନିରୀହ ଗରିବ ଆଦିବାସୀ, ହରିଜନ ରୋଗୀଙ୍କ ଜୀବନ ସହ ଖେଳି ଟଙ୍କା ରୋଜଗାର କରୁଥିବା ଅଭିଯୋଗ ହୋଇଛି । ନକଲି କ୍ବାକ୍ ଙ୍କ ପାଖରେ କୌଣସି ପ୍ରମାଣ ପତ୍ର ନଥାଇ ସ୍ଵାସ୍ଥ୍ୟ ସେବା ଯୋଗେଇ ଆସୁଥିବା ବେଳେ, ପ୍ରଶାସନ କୁ ଖାତିର ନକରି କନ୍ଧମାଲ ଭେଷଜ ନିରୀକ୍ଷକ( ଡି ଆଇ) ଙ୍କୁ ହାତରେ ଧରି କ୍ଲିନିକ୍ ଚାଲିଥିବା ଅଭିଯୋଗ କରିଛନ୍ତି ଅଞ୍ଚଳ ବାସି । ଯୁବକ ଜଣଙ୍କ ଡିଗ୍ରୀ ନଥାଇ କିଭଳି ଚିକିତ୍ସା କରୁଛନ୍ତି ଏହା ଏକ ବଡ…

Read More