ଶ୍ରେୟ ତରଙ୍ଗ ( କନ୍ଧମାଳ ବ୍ୟୁରୋ ) : ପବିତ୍ର ଜନ୍ମାଷ୍ଟମୀ ଉପଲକ୍ଷେ କନ୍ଧମାଳ ଜିଲ୍ଲାର ତୁମୁଡ଼ିବନ୍ଧ ବ୍ଲକ ଜେଲସ ପଟ୍ଟା ଆଶ୍ରମରେ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀ ଙ୍କ ୧୮ ତମ ଶ୍ରାଦ୍ଧ ଦିବସ ପାଳନ କରାଯାଇଛି ।

ସୁରକ୍ଷା ବ୍ୟବସ୍ଥାକୁ କନ୍ଧମାଳ ଜିଲ୍ଲାରେ କଡାକଡି କରାଯାଇଛି । ଜିଲ୍ଲାରେ ୯ ପ୍ଲାଟୁନ୍ ପୋଲିସ ଫୋର୍ସ ମୁତୟନ କରାଯାଇଛି । ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ଆଶ୍ରମ ରେ ୩ ପ୍ଲାଟୁନ୍ ଫୋର୍ସ ମୁତୟନ ହୋଇଥିବା ବେଳେ, ଆଶ୍ରମକୁ ଆସୁଥିବା ସମସ୍ତ ଲୋକ ମାନଙ୍କ ଉପରେ ତୀକ୍ଷ୍ମ ନଜର ରଖା ଯାଇଛି। ସେହିଭଳି ଚକାପାଦ ଆଶ୍ରମ ରେ ମଧ୍ୟ ତିନି ପ୍ଲାଟୁନ୍ ଫୋର୍ସ ମୁତୟନ ହୋଇଥିବା ବେଳେ, ଫୁଲବାଣୀ ସହର ଓ ଜିଲ୍ଲାର ସମସ୍ତ ପ୍ରବେଶ ପଥ ରେ ପୋଲିସ ନକାବନ୍ଦି କରି ଯାନବାହାନ ଗୁଡ଼ିକ ଯାଞ୍ଚ କରୁଛି । ସୁରକ୍ଷା ଦୃଷ୍ଟିରୁ ଦୁଇ ଜଣ ଅତିରିକ୍ତ ଏସପି ଙ୍କ ନେତୃତ୍ୱ ରେ ଜିଲ୍ଲା ସୁରକ୍ଷା ବ୍ୟବସ୍ଥା ରହିଥିବା ସାମ୍ବାଦିକ ସମ୍ମିଳନୀ ରେ ଏସପି ସୂଚନା ଦେଇଛନ୍ତି । ଏଥିସହ ବିଭିନ୍ନ ଧର୍ମର ଗୁରୁ ମାନଙ୍କ ସହ ଆଲୋଚନା କରି ଜିଲ୍ଲାରେ ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ କନ୍ଧମାଳ ଜିଲ୍ଲା ପୋଲିସ ଅହରହ ପ୍ରୟାସ ଜାରି ରଖିଛି।


