ନୟାଗଡ଼, (ଶ୍ରେୟ ତରଙ୍ଗ ବ୍ୟୁରୋ): ନୟାଗଡ଼ ବ୍ଲକ ଅନ୍ତର୍ଗତ ନୋତର ଗ୍ରାମ ପଞ୍ଚାୟତରେ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି । ପୂର୍ବତନ ସାଂସଦ ତଥା ବିଜେପି ନେତ୍ରୀ ପ୍ରତ୍ୟୁଷା ରାଜେଶ୍ୱରୀ ସିଂ (ରାଣୀ ମା)ଙ୍କ ଉପସ୍ଥିତିରେ ପୂର୍ବତନ ପଞ୍ଚାୟତ ସମିତି ଅଧ୍ୟକ୍ଷା ତଥା ବର୍ତ୍ତମାନର ସମିତି ସଭ୍ୟା ଶ୍ରୀମତୀ ଗୋଲାପ ଦଳବେହେରା, ପୂର୍ବତନ ସମିତି ସଭ୍ୟ ଶ୍ରୀ ପୂର୍ଣ୍ଣଚନ୍ଦ୍ର ନାୟକଙ୍କ ନେତୃତ୍ୱରେ ପ୍ରାୟ ୪୦୦ରୁ ଅଧିକ ବିଜେଡି କର୍ମୀ ଓ ୧୦ରୁ ଅଧିକ ବର୍ତ୍ତମାନର ୱାର୍ଡ ସଦସ୍ୟ ବିଜେଡି ପରିତ୍ୟାଗ କରି ବିଧିବଦ୍ଧ ଭାବେ ଭାରତୀୟ ଜନତା ପାର୍ଟିରେ ସାମିଲ ହୋଇଛନ୍ତି । ନୟାଗଡ଼ ପଞ୍ଚାୟତ ସମିତିର ଅଧକ୍ଷ କିଶୋର ଚନ୍ଦ୍ର ସାହୁ, ବିଜେପିର ବରିଷ୍ଠ ସଂଗଠକ ନାସିର ଅହମ୍ମଦ(ନସ ),
ନୋତର ଗ୍ରା.ପ. ର ପୂର୍ବତନ ସରପଞ୍ଚ ବାପି ପକେଇ, ପୂର୍ବତ୍ତନ ସରପଞ୍ଚ ତଥା ମଣ୍ଡଳ ପ୍ରତିନିଧି ରାଜ କିଶୋର ପ୍ରଧାନ ଓ ଲାଠିପଡ଼ା ମଣ୍ଡଳ ସଭାପତି ଦିଲ୍ଲୀପ ପ୍ରଧାନ ସମେତ ସମସ୍ତ ମଣ୍ଡଳ ସଭାପତି, ମଣ୍ଡଳ ପ୍ରତିନିଧି, ମଣ୍ଡଳ ପ୍ରଭାରୀ ଓ ବହୁ ସଂଖ୍ୟକ ଦଳୀୟ ପଦାଧିକାରୀ ଉପସ୍ଥିତ ରହି ନବାଗତ ସଦସ୍ୟମାନଙ୍କୁ
ପୁଷ୍ପଗୁଚ୍ଛ ଓ ଉତ୍ତରୀୟ ଦେଇ ସ୍ୱାଗତ ଓ ଅଭିନନ୍ଦନ ଜଣାଇଥିଲେ ।
ଏଥି ସହିତ ଇଟାମାଟି ଗ୍ରା.ପର 15ଟି ସ୍ୱୟଂ ସହାୟକ ଗୋଷ୍ଟୀ, ଭୁତଡିହିର ଜଗବନ୍ଧୁ ପ୍ରଧାନ ଏବଂ ଆଉ 5 ଜଣ ବିଜେଡି କର୍ମୀ, ପଞ୍ଚିରଡ଼ା -ଆରେଡାର
ଜନାର୍ଦନ ରାଉତରାୟ, ଲାଠିପଡ଼ା ର ରବୀନ୍ଦ୍ର ପ୍ରଧାନ ସମେତ ବିଜେଡି ଦଳ ଛାଡ଼ି ବିଜେପି ରେ ଯୋଗଦେଇ ଥିଲେ l

