ଶ୍ରେୟ ତରଙ୍ଗ, ୧୦,୦୯,୨୬/କନ୍ଧମାଳ( କାହ୍ନା ପଟ୍ଟନାୟକ ):
କନ୍ଧମାଳ ଜିଲା, ଘୁ. ଉଦୟଗିରି ବନାଞ୍ଚଳରେ ଦୀର୍ଘ ଦିନ ଧରି ଜାରୀ ରହିଛି ହାତୀ ଉପଦ୍ରବ । ଗତ କିଛି ଦିନ ହେଲା ଏକ ଗୋଠଛଡା ହାତୀ ବିଭିନ୍ନ ଗ୍ରାମରେ ପଶି ଆତଙ୍କ ସୃଷ୍ଟି କରୁଛି । ଆଜି ପୁଣି ହାତୀ ଆକ୍ରମଣରେ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି ।

ସୂଚନା ଅନୁସାରେ ଗୁରବାର ସନ୍ଧ୍ୟା ବେଳେ ଟିକାବାଲି ବ୍ଲକ ଅନ୍ତର୍ଗତ ପିକରଡି ପଞ୍ଚାୟତର କାମାନାକୁ ଗ୍ରାମରେ ହାତୀ ଆକ୍ରମଣରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ପ୍ରାଣେଶ୍ଵର ମଲ୍ଲିକ ବୟସ (୫୮) । ପ୍ରାଣେଶ୍ଵର ନିଜ ଘର ନିକଟରେ ଥିବା ବେଳେ ହାତୀ ତାଙ୍କୁ ଆକ୍ରମଣ କରିଥିଲା ସେହି ସମୟରେ ପ୍ରବଳ ବର୍ଷା ହେଉଥିବାରୁ , ହାତୀ ତାଙ୍କ ପାଖକୁ ଆସିଥିବା ଜାଣିପାରି ନଥିଲେ। ହଠାତ୍ ପଛପଟୁ ଆସି ହାତୀଟି ପ୍ରାଣେଶ୍ଵରଙ୍କୁ ଆକ୍ରମଣ କରି ଦଳି ଚକଟି ଦେଇଥିଲା । ଘଟଣା ସ୍ଥଳରେ ତାଙ୍କର ମୃତୁ ହୋଇଥିଲା ।

ଅଞ୍ଚଳ ବାସୀଙ୍କ ତରଫରୁ ବାରମ୍ବାର ଦାବି ହୋଇ ଆସୁଥିଲେ ମଧ୍ୟ, ସ୍ଥାନୀୟ ଜଙ୍ଗଲ ବିଭାଗ କର୍ମଚାରୀ ହାତୀ ଙ୍କ ଗତିବିଧି ଉପରେ ନଜର ରଖି ଲୋକଙ୍କୁ ସୂଚନା ଦେବାରେ ବିଫଳ ବୋଲି ଅଭିଯୋଗ ହୋଇ ଆସୁଛି । ଗରିବ ଶ୍ରେଣୀର ହୋଇଥିବାରୁ, ତୁରନ୍ତ ପ୍ରାଣେ ଶ୍ୱରଙ୍କ ପରିବାର କୁ ଆର୍ଥିକ ସହାୟତା ଦେବାକୁ ଦାବି ହୋଇଛି ।


