( ଶ୍ରେୟ ତରଙ୍ଗ, ବ୍ୟୁରୋ ): ବାର ମାସରେ ତେର ପର୍ବ ଆମ ଓଡ଼ିଶାରେ କେବଳ ଦେଖିବାକୁ ମିଳେ । ଆମ ଠାକୁର ଜଗନ୍ନାଥ ଖାଦ୍ୟ ପ୍ରିୟ, ଭକ୍ତ ପ୍ରିୟ, ଠିକ୍ ଆମ ଓଡ଼ିଆଙ୍କ ପରି । ଆମ ସଂସ୍କୃତି ଭିତରେ ରଜ ପର୍ବ ଏକ ନିଆରା ପର୍ବ । କୃଷି ଭିତ୍ତିକ ଏହି ପର୍ବ ରେ ଧରିତ୍ରୀ ମାଟି ଋତୁବତି ହୁଅନ୍ତି, ଚାଷ କାମ ବନ୍ଦ ରୁହେ, ଘରେ ଘରେ ପିଠା ପଣା ହୁଏ, ଗାଁ ଏକାଠି ହୁଏ, ସମସ୍ତେ ଆନନ୍ଦ ରେ ମଉଜ ମସ୍ତି କରନ୍ତି ।

ସେହିଭଳି ଆମ ନୟାଗଡ଼ ଜିଲ୍ଲା ଇକୀରି ପଞ୍ଚାୟତ ନଛିପୁର ଗାଁରେ ନିଆରା ଢଙ୍ଗ ରେ ରଜ ପର୍ବ ପାଳନ ହୋଇ ଆସୁଛି ବାର ବର୍ଷ ଧରି । ଆଜି ପହିଲି ରଜ ରେ ନୟାଗଡ ବିଧାୟକ ଡ ଅରୁଣ କୁମାର ସାହୁ ପହଞ୍ଚି, ରଜ ପର୍ବ ରେ ସାମିଲ ହୋଇଛନ୍ତି । ପ୍ରଥମେ ଗ୍ରାମଦେବୀ ମା ସୁକଳ ବୁଢ଼ୀ ପାଖରେ ସମସ୍ତେ ପହଞ୍ଚି ପୂଜା ପାଠ କରିଥିଲେ । ପରେ ଗାଁ ଦୋଳି ପୂଜା ସହ, ମଞ୍ଚ ପୂଜା ଆରମ୍ଭ ହୋଇଥିଲା ।

ଗାଁର ପ୍ରତ୍ୟେକ ସଦସ୍ୟ ମାନେ ଏକାଠି ହୋଇଥିଲେ । ଦିନ ସାରା ବିଭିନ୍ନ ପ୍ରକାର ପ୍ରତିଯୋଗିତା ଅନୁଷ୍ଠିତ ହେବ । ମିଠା, ପିଠା ରେ ମହକୁଛି ନଛିପୁର । ପାନ ଭଙ୍ଗା, ହୁଳହୁଳି, କାନ୍ଦଣା, ଝୋଟି, ଲେମନ୍ ସ୍ପୁନୁ, ମ୍ୟୁଜିକ ଚେୟାର, ବିସ୍କୁଟ ଖିଆ, ପୂଚି ଖେଳ ପ୍ରତିଯୋଗିତା ଶେଷରେ ମାଠିଆ ଭଙ୍ଗା ହେବ । ଆଖିରେ ଅନ୍ଧ ପୁଟୁଳି ବାନ୍ଧି ଯିଏ ମାଠିଆ ଭାଙ୍ଗି ପାରିଲା, ସିଏ ଗାଁର ବିଜେତା ହେବ । ନୟାଗଡ ବିଧାୟକ ଉପସ୍ଥିତ ରହି ଗାଁ ର ଝିଅ ମାନଙ୍କ ସହ ଦୋଳି ଖେଳିଥିଲେ । ଯୁବକ ବନ୍ଧୁ ମାନଙ୍କ ସହ ମିଶି ଭାଇଚାରା ପର୍ବରେ ସାମିଲ ହୋଇଥିଲେ ।

ସେହିଭଳି ଆଜି ସନ୍ଧ୍ୟା ରେ ନୟାଗଡ ଜିଲ୍ଲାର ଜଣା ଶୁଣା କବି ମାନେ ଉପସ୍ଥିତ ରହିବେ । ନୟାଗଡ ଜିଲ୍ଲା ଉପ ଆରକ୍ଷୀ ଅଧିକ୍ଷକ ଡ ଜ୍ୟୋତିରଞ୍ଜନ ସାମନ୍ତରାୟ ଉପସ୍ଥିତି ରହି ଗାଁର ଲୋକ ମାନଙ୍କୁ ବିଭିନ୍ନ ସାଇବର୍ ଠକେଇ, ପୋଲିସ କିଭଳି ବନ୍ଧୁ ଭାବରେ କାମ କରେ, ସଚେତନ କରିବେ । ସେହିଭଳି ଦସ୍ପଲୁର କଥାକାର ହାଡ଼ିବନ୍ଧୁ ମହାଖୁଡ଼,ଇଟାମାଟି କଲେଜ୍ ର ପ୍ରାକ୍ତନ ଅଧକ୍ଷ ଅଶୋକ ନାୟକ, ପ୍ରମୁଖ ଉପସ୍ଥିତ ରହି ସାହିତ୍ୟର ବିଭିନ୍ନ ଦିଗ ଉପରେ ଆଲୋଚନା କରିବେ । ଯୁବ ସାମ୍ବାଦିକ ତଥା କବି, ଗାଳ୍ପିକ ଅନିଲ କୁମାର ପଣ୍ଡା, ଗାଳ୍ପିକ ଗୋପୀନାଥ ସେଠୀ, ମଞ୍ଚ ଅଭିନେତ୍ରୀ ଅଧ୍ୟାପିକା ନୀଳିମା ନନ୍ଦ, ଗାଳ୍ପିକ ଦେବେନ୍ଦ୍ର ପରମଗୁରୁ, ଗୀତିକାର ପଞ୍ଚାନନ ବେହେରା, କବି, ସମାଜସେବୀ ସନ୍ତୋଷ ସାହୁ, ପଞ୍ଚାନନ ପଣ୍ଡା, ଭାବଗ୍ରାହୀ ମହାପାତ୍ର, ରଞ୍ଜନ ଦାସ, ଦୁନିଆ ପ୍ରିୟ ଦର୍ସନୀ, ଶେଖ୍ ଅବଦୁଲ ଖାଲିକ, ଗୁଣନିଧି ମହାପାତ୍ର, ପ୍ରମୁଖ ଉପସ୍ଥିତ ରହି କବିତା, ଗଳ୍ପ ପଠନ କରିବେ । ଲେଖିକା ସୁକାନ୍ତି ମହାନ୍ତି ଙ୍କ ରଚିତ ପୁସ୍ତକ ର କଭର ଫଟୋ ଉନ୍ମୋଚନ ହେବ ।


