( ଶ୍ରେୟ ତରଙ୍ଗ ବ୍ୟୁରୋ ) : ୟୁରୋପ ମହାଦେବ ରୋମାନିଆରେ ସେକ୍ସପିଅର ନାଟକ ସାନ୍ତାଳି ଭସାରେ ମଞ୍ଚସ୍ଥ କରି ଇତିହାସ ସୃଷ୍ଟି କରିଥିବା କିସ ବିଶ୍ୱ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କୁ ପ୍ରଥମେ ମହାମହିମ ଦ୍ରୋପଦୀ ମୁର୍ମୁ ଓ ପରେ ପରେ ଓଡିଶାର ପ୍ରାୟ ସବୁ ଜିଲ୍ଲା ରେ ସ୍ବାଗତ ଶୁଭେଚ୍ଛା ଜଣାଉଥିବା ବେଳେ ଦଶପଲ୍ଲା ସୀତାରାମ ୟୁଥ କ୍ଳବ ଆନୁକୂଲ୍ୟରେ ଭଵ୍ୟ ସ୍ୱାଗତ କରାଯାଇଛି. ସେମାନଙ୍କୁ ତ୍ରିନାଥ ବଜାର ଠାରୁ ଏକ ପଟୁଆର ରେ ଦଶପଲ୍ଲା ର ସିହଁ ବାଦ୍ୟ ଓ ଆତଶ ବାଜି ରେ କ୍ଳବ ପରିସରକୁ ଅଣା ଯାଇଥିଲା

ବିଶ୍ୱବିଜୟୀ ସ୍ୱାମୀ ବିବେକାନନ୍ଦ ଙ୍କ ପ୍ରତିମୂର୍ତ୍ତି ରେ ମାଲ୍ୟାର୍ପଣ କଲେ ବିଶ୍ୱ ବିଜୟ କରି ଫେରିଥିବା ଓଡ଼ିଆ କଳାକାର
ଏହା ପରେ ଆୟୋଜିତ ସଭାରେ କ୍ଳବ ଉପଦେଷ୍ଟା ଗୁରୁଶ୍ରୀ ତ୍ରିନାଥ ସାହୁ, ହାଡ଼ିବନ୍ଧୁ ମହାଖୁଡ଼, ଜିଲ୍ଲା ପରିଷଦ ସଭ୍ୟ ହରିଶ ଜାନି କିସ ପୁରାତନ ଛାତ୍ର ଛାତ୍ରୀ, ମହକ ଆହେ ନୀଳଶଇଳ ର କଳାକାର ଓ ସୀତାରାମ ୟୁଥ କ୍ଳବର ସଭ୍ୟ ମାନେ ଉପସ୍ଥିତ ଥିଲେ ପରିଶେଷରେ ଶାନ୍ତାଳି ଓ ଇଂରାଜୀ ଭାସାରେ ଅଭିନୟ କରିଥିବା କିଛି ଦୃଦ୍ୟ ଅଭିନୟ କରି ଦେଖେଇ ଥିଲେ ସମସ୍ତ କଳାକାର

