ଦଶପଲ୍ଲା,୧୫/୦୩ : ( ଶ୍ରେୟ ତରଙ୍ଗ) : ଜୟ ମହାବୀର ବରିଷ୍ଠ ନାଗରିକ ମଞ୍ଚ ପାଟଣା ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ସମସ୍ତ ସଭ୍ୟ ସଭ୍ୟାଙ୍କ ଉପସ୍ଥିତିରେ, ନୂତନ କର୍ମ କର୍ତ୍ତା ଚୟନ କରିଛନ୍ତି ।

ଅସ୍ଥାୟୀ ସଭାପତି ଶ୍ରୀଯୁକ୍ତ ଅଲେଖ ଚନ୍ଦ୍ର ସାହୁଙ୍କ ସଭାପତିତ୍ବରେ ପୂର୍ବ ସମୟର ସମସ୍ତ ବିଷୟକୁ ଆଲୋଚନା, ପ୍ରଜ୍ୟା ଲୋଚୋନା ପରେ, ମୃତୁ ବରଣ କରିଥିବା ବରିଷ୍ଠ ନାଗରିକ ମଞ୍ଚର ସଭ୍ୟ ସଭ୍ୟା ମାନଙ୍କ ଉଦେଶ୍ୟରେ ୨ ମିନିଟ୍ ନିରବ ପ୍ରାର୍ଥନା କରାଯାଇଥିଲ। ମହାବୀର ବଣିକ ମହାସଂଘ ର ସଭାପତି ଶ୍ରୀ ଅଲେଖ ଚନ୍ଦ୍ର ସାହୁ , ଶ୍ରୀ ଶ୍ରୀକାନ୍ତ ପଣ୍ଡା , ଶ୍ରୀ ପ୍ରଫୁଲ୍ଲ କୁମାର ବାରିକି , ଶ୍ରୀ ଦଣ୍ଡପାଣି ସାହୁ, ଶ୍ରୀ ବିରଞ୍ଚି କୁମାର ମିଶ୍ର ଙ୍କୁ ମଞ୍ଚର ଉପଦିଷ୍ଟା ଭାବରେ ନିର୍ବାଚିତ କରାଯାଇଥିବା ବେଳେ, ଦଶପଲ୍ଲା ର ପ୍ରତିଷ୍ଠିତ ଶିଳ୍ପପତି, ତଥା ଆଇନଜୀବି ଶ୍ରୀ ସୁଶାନ୍ତ କୁମାର ପାତ୍ରଙ୍କୁ ସଭାପତି, ଉପସଭାପତି ଶ୍ରୀ ଗଙ୍ଗାଧର ମିଶ୍ର ସମ୍ପାଦକ ଶ୍ରୀ ସୀତାରାମଲାଲ ଅଗ୍ରୱାଲ , କୋଷାଧ୍ୟକ୍ଷ ରଙ୍କନିଧି ସାହୁ ଓ ପର୍ଯ୍ୟବେକ୍ଷକ ଶ୍ରୀ ପ୍ରହ୍ଲାଦ ସାହୁ ଙ୍କୁ ସର୍ବ ସହମତି କର୍ମେ ନିର୍ବାଚିତ କରାଯାଇଛି । ସମସ୍ତ ନିର୍ବାଚିତ କର୍ମକର୍ତ୍ତା ମାନେ ନିଜ ନିଜର କାର୍ଯ୍ୟ ସୁଚାର ରୂପେ ସମ୍ପାଦନ କରିବା ପାଇଁ ଶପଥ ପାଠ କରିଥିଲେ । ନୂତନ ସଭାପତି ଶ୍ରୀ ସୁଶାନ୍ତ କୁମାର ପାତ୍ର, ଆଗାମୀ ଦିନରେ ସଂଘର ଉନ୍ନତି ସହ ଅଞ୍ଚଳ ର ବିକାଶ ନିମନ୍ତେ କାମ କରିବା ପାଇଁ ସୁଯୋଗ ଦେଇଥିବାରୁ, ସମସ୍ତଙ୍କୁ ଧନ୍ୟବାଦ୍ ଜଣାଇଥିଲେ ।

