ଶ୍ରେୟ ତରଙ୍ଗ ବ୍ୟୁରୋ,
ଦଶପଲ୍ଲା ବଜାର ଆଜି ସକାଳ ୬ ରୁ ସନ୍ଧ୍ୟା ୬ ପର୍ଯ୍ୟନ୍ତ ବନ୍ଦ ରହିଛି ।ଏଥିସହ ଯାନ ବାହାନ ଚଳାଚଳ ମଧ୍ୟ ବନ୍ଦ ରହିଛି । ନୟାଗଡ ଜିଲ୍ଲା ଦଶପଲା ରେ ଅଘୋଷିତ ବାରମ୍ବାର ବିଜୁଳି କାଟ, ଲୋ ଭୋଲ୍ଟେଜ ସମସ୍ୟା ଦେଖାଯାଉଥିବା ବେଳେ, ଜନ ସାଧାରଣ ବାରମ୍ବାର ଅଭିଯୋଗ କରି ଆସୁଥିଲେ । କିନ୍ତୁ ଟାଟା ପାୱାର କର୍ମଚାରୀ ଏଥିପ୍ରତି ଧ୍ୟାନ ଦେଇ ନଥିଲେ । ବାରମ୍ବାର ଅଭିଯୋଗ ସତ୍ତ୍ୱେ ବିଜୁଳି ବିଭାଗ ଚେତି ନଥିଲା ।

ଏହାକୁ ପ୍ରତିବାଦ କରି , ଦଶପଲ୍ଲା ର ବୁଦ୍ଧିଜୀବୀ ମାନେ ଏକାଠି ହୋଇ ଆଜି ୧୨ ଘଣ୍ଟିଆ ବଜାର ବନ୍ଦ୍ କରିବା ସହ ୫୭ ନମ୍ବର ଜାତୀୟ ରାଜପଥ ଅବରୋଧ କରିଛନ୍ତି । ତ୍ରିନାଥ ଛକ, ଦୁର୍ଗା ବଜାର, ମେଡିକାଲ ଛକ, ଗଣେଶ ବଜାର ସହ ପ୍ରମୁଖ ଛକ ବଜାର ରେ ବନ୍ଦ୍ କରାଯାଇଛି । ଯୁବଗୋଷ୍ଠୀ ପିକେଟିଙ୍ଗ କରି ଦୋକାନ ବଜାର ବନ୍ଦ୍ ରଖିଥିବା ବେଳେ, ସମସ୍ତ ବିଦ୍ୟାଳୟ, ସରକାରୀ କାର୍ଯ୍ୟାଳୟ, ମଧ୍ୟ ବନ୍ଦ ରହିବ । କେବଳ ଅତ୍ୟାବଶ୍ୟକ ଜରୁରୀ ସେବା ପ୍ରଦାନ କରୁଥିବା ଜାନ ବାହନ, ହସ୍ପିଟାଲ, ମେଡିସିନ ଦୋକାନ, ମଦ ଦୋକାନ ଖୋଲା ରହିବ ।

