ନୟାଗଡ଼ ଜିଲ୍ଲା ନୂଆଗାଁ ଥାନା ଗାତେରୀ ପଞ୍ଚାୟତ ଆଡ଼ିପଡା ଗାଁରେ ଜମିଜମା ବିବାଦୀୟ ଘାଟଣା ଓ ଗାଁ କଙ୍ଗାରୁ କୋଟି କରି ନାରାୟଣ ବାରିକ ଙ୍କୁ ଗ୍ରାମରୁ ତଡ଼ି ଦେବାର ଅଭିଯୋଗ କରୁଥିବା ବେଳେ, ଗ୍ରାମବାସୀ କିନ୍ତୁ ଏହାକୁ ସମ୍ପୂର୍ଣ ମିଥ୍ୟା ବୋଲି ଦାବି କରିଛନ୍ତି।

ଆଡ଼ିପଡା ଗାଁରେ ସବର୍ଣ୍ଣ ୧୨୨ ପରିବାର ଲୋକ ସମସ୍ତେ ଏକାଠି ହୋଇ ଚଳୁଥିବା ବେଳେ, ଦୀର୍ଘ ୧୫ ବର୍ଷ ହେବ ନାରାୟଣ ବାରିକ କିନ୍ତୁ ଗାଁ ର କୌଣସି ନିଷ୍ପତି କୁ ମାନିବାକୁ ବାଧ୍ୟ ନୁହେଁ ବୋଲି କହି ଆସିବା ସହ ଗ୍ରାମବାସୀ ଙ୍କୁ ସମ୍ପୂର୍ଣ ଅସହଯୋଗ କରି ଆସୁଛନ୍ତି। ଗାଁ ରେ ବିଭିନ ସମୟ ରେ ଲୋକ ମାନଙ୍କ ନାମରେ ଥାନା ଓ କୋର୍ଟ ରେ ମିଥ୍ୟା ମାମଲା ରୁଜୁ କରିବା ସହ, ଗ୍ରାମବାସୀ ଙ୍କୁ ହଇରାଣ କରି ଆସୁଛନ୍ତି। ଗାଁ ରେ ଗୋଷ୍ଠୀ ବିବାଦ କରିବା ସହ, ସରକାରୀ ଜମି ମାଡ଼ି ବସିବା, ଗାଁ ନିଷ୍ପତି କୁ ନ ମାନିବା, ଚୁଲି ଚାନ୍ଦା ନ ଦେବା ସହ ବିଭିନ ପ୍ରକାର କଳହ ସୃଷ୍ଟି କରି ଆସୁଛନ୍ତି ବୋଲି ଗ୍ରାମବାସୀ ସମସ୍ତେ ଅଭିଯୋଗ କରିଛନ୍ତି।

ଗାଁ କୋଠ ଘର କୁ ଲାଗି ଆଦର୍ଶ ପୋଖରୀ ରାସ୍ତା ରେ ଏକ ଡ୍ରେନ ନିର୍ମାଣ କରିବା ପାଇଁ ଗ୍ରାମ ବାସି ମାନେ ଚାହୁଁଥିବା ବେଳେ, ନାରାୟଣ କିନ୍ତୁ ନିଜ ଜାଗା ବୋଲି ଦାବି କରି ବିରୋଧ କରି ଆସୁଛନ୍ତି। କିନ୍ତୁ ଗ୍ରାମବାସୀ ଦାବି କରିଛନ୍ତି, ନୂଆଗାଁ ତହସିଲଦାର ଙ୍କ ପକ୍ଷରୁ ଜମି ମାପ କରାଯାଉ, ଯଦି ନାରାୟଣ ବାରିକ ଙ୍କ ଜମି ତାହେଲେ ସେ ନେଇ ଯାଆନ୍ତୁ କିନ୍ତୁ ସରକାର ଙ୍କ ଜମି ବାହାରିଲେ ଛାଡ଼ନ୍ତୁ ବୋଲି ଦାବି କରିବା ସହ ତଦନ୍ତ କରାଯାଉ ବୋଲି ଦାବି କରିଛନ୍ତି। ଗାଁ ର ୧୨ ଜଣଙ୍କ ନାମରେ ମିଥ୍ୟା ମାମଲା କରିବା ସହ, ନାରାୟଣ ଅଭିଯୋଗ କରିଛନ୍ତି, ଗ୍ରାମବାସୀ ତାଙ୍କୁ ଦୋକାନ ରୁ ସଉଦା ଖାଇବା ବନ୍ଦ କରିବା, ଗାଁ ନଳକୂପ, ପୋଖରୀ ବ୍ୟବହାର ନ କରିବା ସହ ଗାଁ ରେ ତାଙ୍କୁ କଙ୍ଗାରୁ କୋର୍ଟ କରି ସମ୍ପୂର୍ଣ ବାସନ୍ଦ କରିଛନ୍ତି ।

ଏପରିକି ନାରାୟଣ ଙ୍କ ପିଲା ମାନଙ୍କୁ ଶିକ୍ଷରୁ ବଞ୍ଚିତ କରିଛନ୍ତି ବୋଲି ନାରାୟଣ ଅଭିଯୋଗ କରିଛନ୍ତି। କିନ୍ତୁ ଗ୍ରାମବାସୀ ଙ୍କ କହିବା କଥା, ନାରାୟଣ ଙ୍କୁ ଗ୍ରାମବାସୀ ସବୁବେଳେ ସହଯୋଗ କରି ଆସିଛନ୍ତି। ଚାଷ ଜମି ରେ ହଳ କରିବା ଠରୁ ସମସ୍ତ ସହଯୋଗ କରିଛନ୍ତି, ଗାଁ ଦୋକନ କେହି ତାଙ୍କୁ ମନା କରିନାହାନ୍ତି। ନାରାୟଣ ଙ୍କୁ କଙ୍ଗାରୁ କୋର୍ଟ କରି ଗାଁରୁ ବାଛନ୍ଦ କରିବା ସମ୍ପୂର୍ଣ ମିଥ୍ୟା ବୋଲି ସମସ୍ତ ୧୨୨ ପରିବାର ଗଣ ମାଧ୍ୟମ ସାମ୍ନା ରେ କହିଛନ୍ତି। ଏପରିକି ଗାଁ ବିଦ୍ୟାଳୟ ରେ ନାରାୟଣ ଙ୍କ ସନ୍ତାନ ପ୍ରଥମ ରୁ ପଞ୍ଚମ ଶ୍ରେଣୀ ଯାଏଁ ପାଠ ପଢ଼ିଛନ୍ତି। ବିଦ୍ୟାଳୟ ଘଟଣା ରେ ଗ୍ରାମବାସୀ କେବେ ହସ୍ତକ୍ଷେପ କରି ନାହାନ୍ତି, ସବୁ ଛାତ୍ର ଛାତ୍ରୀ ମାନଙ୍କ ଭଳି ନାରାୟଣ ଙ୍କ ସନ୍ତାନ ଗାଁ ବିଦ୍ୟାଳୟ ରେ ପାଠ ପଢ଼ିଛନ୍ତି। କେହି କେବେ ହଇରାଣ କରି ନଥିବା ବିଦ୍ୟାଳୟ ର ଶିକ୍ଷୟତ୍ରୀ କହିଛନ୍ତି। ଆଡ଼ିପଡା ଗାଁରେ ପ୍ରଥମ ରୁ ପଞ୍ଚମ ଶ୍ରେଣୀ ଯାଏଁ ଥିବା ବେଳେ, ଷଷ୍ଠ ଶ୍ରେଣୀ ରୁ ବାହାର ବିଦ୍ୟଳୟ ରେ ଗାଁର ସମସ୍ତ ପିଲାମାନେ ପଢିବାକୁ ଯାଆନ୍ତି। ତେଣୁ ନାରାୟଣ ବାରିକ ତାଙ୍କ ସନ୍ତାନ ଙ୍କ ବିଦ୍ୟଳୟ ରୁ ଟିସି ନେଇଛନ୍ତି। ଗାଁ ରେ କୌଣସି ପ୍ରକାର ବିଶୃଙ୍ଖଳା ନାହିଁ, ଗାଁ ଗୋଟିଏ ପଟେ ରହିଥିବା ବେଳେ ନାରାୟଣ ବାରିକ ଗୋଟିଏ ପଟେ ବୋଲି ଗ୍ରାମବାସୀ ମାନେ ଅଭିଯୋଗ କରିଛନ୍ତି।

ନାରାୟଣ ଙ୍କ ବିରୋଧ ରେ ଗ୍ରାମବାସୀ ସମସ୍ତେ ଏକାଠି ହୋଇ ନୟାଗଡ଼ ଜିଲ୍ଲାପାଳ ଓ ଏସପି ଙ୍କ ଦ୍ୱାରସ୍ଥ ହୋଇ ନ୍ୟାୟ ଭିକ୍ଷା କରିଛନ୍ତି। ଜିଲ୍ଲା ପ୍ରଶାସନ ଓ ପୋଲସ ପ୍ରଶାସନ ଗାଁ ରେ ପହଞ୍ଚି ସ୍ୱତନ୍ତ୍ର କ୍ୟାମ୍ପ କୋର୍ଟ କରି ଏହି ଘଟଣା ର ବିଚାର କରନ୍ତୁ, ଗାଁ ଚାହୁଁଛି ନାରାୟଣ ବାରିକ ଗାଁ ସହିତ ସାମିଲ ହୋଇ ଚଳନ୍ତୁ କିନ୍ତୁ ନାରାୟଣ ବାରିକ ଖଳ ପ୍ରକୃତି ର ଲୋକ ହୋଇଥିବାରୁ, ସବୁବେଳେ କୋର୍ଟ କଚେରୀ, ଥାନା ଫାଣ୍ଡି ଯାଇ ଲୋକ ମାନଙ୍କୁ ହଇରାଣ କରୁଛନ୍ତି। କିଭଳି ଗୋଟିଏ ନିରୀହ ଗାଁ ର ସମସ୍ତ ଗ୍ରାମବାସୀ ହଇରାଣ ହେଉଛନ୍ତି, ଗାଁ ର ମହିଳା ମାନେ ଥାନା ଦ୍ୱାର ପର୍ଯ୍ୟନ୍ତ ଆସିଲେଣି ବୋଲି ଅଭିଯୋଗ କରିଛନ୍ତି।

ନାରାୟଣ ନିଜ ବାସ ଗୃହରେ ତାଲା ପକେଇ ପରିବାର ସହ ଅନ୍ୟତ୍ର ଭଡା ଘରେ ରହୁଥିବା ବେଳେ, ଗ୍ରାମବାସୀ ଙ୍କ ବିରୋଧ ରେ ଅଭିଯୋଗ କରିଛନ୍ତି, ଗାଁର କିଛି ଯୁବକ ଓ ଗ୍ରାମବାସୀ ତାଙ୍କୁ ଜୀବନ ରୁ ମାରିଦେବାର ପ୍ରୟାସ କରୁଛନ୍ତି, ଜୀବନ ପ୍ରତି ବିପଦ ଅଛି ବୋଲି ନାରାୟଣ ଦାବି କରୁଥିବା ବେଳେ, ଗ୍ରାମବାସୀ ସମସ୍ତେ ଏହାକୁ ସମ୍ପୂର୍ଣ ମିଛ ବୋଲି କହିଛନ୍ତି। ୧୨୨ ପରିବାର ଯଦି ଏକାଠି ଚଳି ପାରୁଛନ୍ତି, ତାହେଳେ ନାରାୟଣ ବାରିକ ଙ୍କ ପରିବାର କେମିତି ଗ୍ରାମବାସି ଙ୍କ ସହ ମିଶି ଚଳି ପାରୁନାହାନ୍ତି ବୋଲି ସ୍ୱର ଉଠାଇଛନ୍ତି।

ନୟାଗଡ଼ ଜିଲ୍ଲା ପ୍ରଶାସନ ଗ୍ରାମ ବାସୀଙ୍କ ଦାବି କୁ ନ ଶୁଣିଲେ ଆଗାମୀ ଦିନରେ ଗାଁର ସମସ୍ତ ଲୋକ ଏକାଠି ହୋଇ ରାଜରାସ୍ତା ଅବରୋଧ କରିବେ ବୋଲି କହିଛନ୍ତି, ତାହେଲେ ଏଠି କିଏ ସତ କହୁଛି, ଗ୍ରାମର ସମସ୍ତ ୧୨୨ ପରିବାର ନା ନାରାୟଣ ବାରିକ.

