ଶ୍ରେୟ ତରଙ୍ଗ ବ୍ୟୁରୋ:
ନୟାଗଡ କେସି କ୍ଳବ୍ ରେ ନୟାଗଡ ଯୁବ ସମାଜସେବୀ ଶ୍ରୀ ପ୍ରଦୀପ ପ୍ରକାଶ ଆଚାର୍ଯ୍ୟ ଙ୍କ ଜନ୍ମ ଦିବସ ପାଳନ ଉତ୍ସବ ରେ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାପାଳ ଶ୍ରୀମତୀ ମଧୁମିତା ରଥ, ନୟାଗଡ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଉପସ୍ଥିତ ରହି ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିଥିଲେ ।

ନୟାଗଡ ମ୍ୟୁନିସପାଲିଟି ର ବିଭିନ୍ନ ୱାର୍ଡ ରୁ ଯୁବକ ମାନେ ଏକାଠି ହୋଇଥିଲେ । ୬୩ ୟୁନିଟ୍ ରକ୍ତ ସଂଗ୍ରହ ହୋଇଛି । ନୟାଗଡ ବ୍ଲଡ ବ୍ୟାଙ୍କ୍ ରେ ରକ୍ତର ଘୋର ଅଭାବ ଥିବା ବେଳେ, ପ୍ରଦୀପ ଙ୍କ ଜନ୍ମ ଦିବସରେ ଯୁବକ ମାନେ ଉତ୍ସାହିତ ହୋଇ ରକ୍ତ ଦାନ କରିଥିବାରୁ ଜିଲ୍ଲାର ବୁଦ୍ଧିଜୀବୀ ମାନେ ପ୍ରଦୀପ ପ୍ରକାଶ ଆଚାର୍ଯ୍ୟ ଙ୍କୁ ଧନ୍ୟବାଦ ଦେବା ସହ ସ୍ୱେଚ୍ଛାକୃତ ରକ୍ତ ଦାତା ମାନଙ୍କୁ ସାଧୁବାଦ ଜଣାଇଛନ୍ତି । ଆଗାମୀ ଦିନରେ ନୟାଗଡ ର ଉନ୍ନତି ପାଇଁ ଆଚାର୍ଯ୍ୟ ଏଣ୍ଟର ଟେନ୍ ମେଣ୍ଟ ସଂସ୍ଥା ପକ୍ଷରୁ ବ୍ୟାପକ କାର୍ଯ୍ୟକ୍ରମ ହେବ ବୋଲି ଜଣାପଡ଼ିଛି ।

