ଦଶପଲ୍ଲା,, ପୂଜ୍ୟ ଅବିନ ଦାଦାଙ୍କ ୨୫ ତମ ଜନ୍ମ ଉତ୍ସବ ଆଡମ୍ବର ପୂର୍ଣ୍ଣ ସହକାରେ ଦଶପଲ୍ଲା ସତସଙ୍ଗ ବିହାର ପରିସର ରେ ପାଳନ ହୋଇଯାଇଛି । ସନ୍ଧ୍ୟାବିନତି ପରେ ପରେ, ସତସଙ୍ଗ ର ଆୟୋଜନ କରାଯାଇଥିଲା । ଯୁବକ ଭାଇ ଭଉଣୀ ମାନେ ବିଶେଷ ଭାବରେ ସତସଙ୍ଗ ର ସମସ୍ତ ଆୟୋଜନ କରିଥିଲେ । ପ୍ରାର୍ଥନା, ପରେ ଶ୍ରୀଶ୍ରୀ ଠାକୁର ଙ୍କ ଶ୍ରୀହସ୍ତ ଲିଖିତ ସତ୍ୟାନୁସରନ୍ ପାଠ କରିଥିଲେ ଶ୍ରୀମାନ ପ୍ରିଥିସ ରଞ୍ଜନ ସାହୁ । ପରେ ଭଜନ କୋରସ, କୀର୍ତ୍ତନ ହୋଇଥିଲା । ଯୁବକ ମାନେ ଶ୍ରୀ ଶ୍ରୀ ଠାକୁର୍ ଙ୍କୁ ଗ୍ରହଣ କରି ଅନୁଭବ ଅନୁଭୂତି ର କଥା ଯାଜନ୍ ମାଧ୍ୟମରେ ତୋଳି ଧରିଥିଲେ । ବିଶେଷକରି dp work କଣ, କେମିତି କରାଯାଏ, ଯେଉଁ ମାନେ ଦୀକ୍ଷା ଗ୍ରହଣ କରି ଛାଡ଼ି ଦେଇଛନ୍ତି,ସେମାନଙ୍କୁ କିଭଳି ପୁଣିଥରେ ସତସଙ୍ଗ ସହ ଯୋଡାଜିବ, ପୂଜ୍ୟ ଅବିନ ଦାଦାଙ୍କ ସହ ଅନୁଭୂତି, କୁ ନେଇ ଜାଜନ ମାଧ୍ୟମରେ ଉପସ୍ଥାପନା କରିଥିଲେ, ଆରମ୍ଭରେ ଶୁଭ ନାରାୟଣ ସାହୁ , ଅବିନାଶ ଘଡେ଼ଇ ଓ ବିଶ୍ୱଜିତ ସାହୁ । ମହେନ୍ଦ୍ର, ଅଦିତି, ତୁଳସୀ, କାନ୍ତିଲତା, ମନତୋସ ପ୍ରମୁଖ ଭଜନ କୀର୍ତ୍ତନ ପରିବେଷଣ କରିଥିଲେ । ସହପ୍ରତି ରିତ୍ୱିକ୍ ଶ୍ରୀଯୁକ୍ତ ଦାମୋଦର ସାହୁ, କ୍ଷେତ୍ରବାସୀ ପ୍ରଧାନ ଓ ସୁଶାନ୍ତ କୁମାର ପତ୍ର ଙ୍କ ପ୍ରତ୍ୟକ୍ଷ ପରିଚାଳନା ରେ ଶତାଧିକ ଗୁରୁଭଇ ଓ ମା ମାନେ ଯୋଗଦେଇଥିଲେ । ସତସଙ୍ଗ ପରେ ଆତସ ବାଜି ପ୍ରଦର୍ଶନ ହୋଇଥିଲା । ସୁନ୍ଦର ଆଲୋକ ରେ ମନ୍ଦିର କୁ ସଜା ଯାଇଥିଲା । ଶତାଧିକ ଗୁରୁଭାଈ ମା ମାନେ ପ୍ରସାଦ ସେବନ କରିଥିଲେ । ପ୍ରଥମ ଥର ଯୁବକ ମାନେ ଉଦ୍ୟମ କରି ସତସଙ୍ଗ ଆୟୋଜନ କରିଥିବାରୁ, ସମସ୍ତେ ଧନ୍ୟବାଦ୍ ଦେଇଥିଲେ ।

