ବାଲିଗୁଡ଼ା, ( ଶ୍ରେୟ ତରଙ୍ଗ ବ୍ୟୁରୋ) : କନ୍ଧମାଳ ଜିଲ୍ଲା, ବାଲିଗୁଡା ସତସଙ୍ଗ କେନ୍ଦ୍ର ପରିସରରେ, ପରମ ପ୍ରେମମୟ ଶ୍ରୀଶ୍ରୀ ଠାକୁର ଅନୁକୂଳ ଚନ୍ଦ୍ରଙ୍କ ୧୩୮ତମ ଜନ୍ମ ମହା ମହୋତ୍ସବ ଦିବସ ବ୍ୟାପି ଅନୁଷ୍ଠିତ ହୋଇଯାଇଛି । ପ୍ରଭାତରୁ, ବେଦ ମାଙ୍ଗଳିକ, ଉଷା କୀର୍ତ୍ତନ, ସକାଳ ବିନତି ପ୍ରାର୍ଥନା, ନାମ ଜପ, ସଦଗ୍ରନ୍ଥ ପାଠ, ପ୍ରଣାମ ନିବେଦନ, ସ୍ୱସ୍ତି ପତାକା ଉତ୍ତୋଳନ,ମାତୃ ସମ୍ମିଳନୀ ଆୟୋଜନ ପରେପରେ ଏକ ବର୍ଣ୍ଣାଢ୍ୟ ଶୋଭାଯାତ୍ରାରେ , ଶ୍ରୀ ଶ୍ରୀ ଠାକୁର୍ ଙ୍କ ତିନିରଥ ବାହାରି, ବାଲିଗୁଡା ସହର ପରିକ୍ରମା କରିଥିଲେ । ବାଲିଗୁଡା ସହ କନ୍ଧମାଳ ଜିଲ୍ଲାର ବିଭିନ୍ନ ଅଞ୍ଚଳ ରୁ ଶତାଧିକ ଗୁରିଭାଇ ଓ ମା ମାନେ, ନଗର କୀର୍ତ୍ତନ ସାମିଲ ହୋଇଥିଲେ । ପରେ, ସନ୍ଧ୍ୟା ସମୟରେ ସଙ୍ଗିତାଞ୍ଜଳି, ସତସଙ୍ଗ ଅନୁଷ୍ଠିତ ହୋଇଥିଲା । ସହ ପ୍ରତିରିତ୍ୱିକ ସୁରେଶ ଚନ୍ଦ୍ର ମହାନ୍ତି, ଦିଲ୍ଲୀପ କୁମାର ପାତ୍ର, କୁଳମଣି ରଣା, ବିବେକାନନ୍ଦ ବେହେରା, ଗିରିଶ ଚନ୍ଦ୍ର ସାହୁ ଙ୍କ ସମେତ ସମସ୍ତ ଗୁରୁଭାଇ ଓ ମା ‘ମାନେ ଉପସ୍ଥିତ ରହି ସତସଙ୍ଗ ଆୟୋଜନ କରିଥିଲେ l

