ଭୁବନେଶ୍ୱର (ଶ୍ରେୟ ତରଙ୍ଗ): ଭିଆରଏସ୍ ନେଲେ ଚର୍ଚ୍ଚିତ ଆଇଏଏସ୍ ସୁଜାତା କାର୍ତ୍ତିକେୟନ । ସୁଜାତାଙ୍କ ଆବେଦନକୁ କେନ୍ଦ୍ର ସରକାର ମଞ୍ଜୁରୀ ଦେଇଥିବା ସୂଚନା ମିଳିଛି । ଛୁଟି ପାଇଁ ଆବେଦନ କରିଥିଲେ ସୁଜାତା,କିନ୍ତୁ ଛୁଟି ନମିଳିବାରୁ ସେ ସ୍ବେଚ୍ଛାକୃତ ଅବସର ନେଇଥିବା ଏବେ ଚର୍ଚ୍ଚା ହେଉଛି ।

୨୦୦୦ ବ୍ୟାଚର ଆଇଏଏସ ଅଫିସର ସୁଜାତା କାର୍ତ୍ତିକେୟନ । ସୁଜାତା କାର୍ତ୍ତିକେୟନ୍ ଓଡ଼ିଶାର କେନ୍ଦ୍ରାପଡ଼ା ଜିଲ୍ଲାର ଝିଅ । ସୁଜାତାଙ୍କ ପ୍ରାରମ୍ଭିକ ଜୀବନ ଝାଡ଼ଖଣ୍ଡର ଜାମସେଦପୁର ରେ କଟିଥିଲା । ତାଙ୍କ ବାପା ଡାକ୍ତର ଭାବେ ସେଠାରେ କାର୍ଯ୍ୟ କରୁଥିଲେ । ୨୦୦୦ ମସିହାରେ ନବୀନ ପଟ୍ଟନାୟକ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିବା ସମୟରେ ସୁଜାତାଙ୍କ ଆଇଏଏସ୍ ଚାକିରି କ୍ୟାରିୟର ଆରମ୍ଭ ହୋଇଥିଲା । ସେ ଓଡ଼ିଶା ସରକାରଙ୍କ ମିଶନ ଶକ୍ତି ବିଭାଗର କମିଶନର-ସହ-ସଚିବ ଭାବେ କାର୍ଯ୍ୟ କରିଥିଲେ । ଏହି ଯୋଜନା ମହିଳା ସଶକ୍ତିକରଣ ପାଇଁ ନବୀନ ପଟ୍ଟନାୟକ ୨୦୦୧ରେ ଆରମ୍ଭ କରିଥିଲେ । ଓଡ଼ିଶାରେ ମହିଳା ସଶକ୍ତିକରଣ ପାଇଁ ଅନେକ ପଦକ୍ଷେପ ନେଇଥିବା ବେଳେ, ବିରୋଧୀ ଏହାକୁ ଟାର୍ଗେଟ କରିଥିଲି। 5t ସଚିବ ଭିକେ ପାଣ୍ଡିୟାନ ଙ୍କ ସ୍ତ୍ରୀ ହୋଇଥିବାରୁ, ରଜକୋଷ ରୁ ଅର୍ଥ ମହିଳା ଭୋଟ ବ୍ୟାଙ୍କ ପାଇଁ ଖର୍ଚ୍ଚ କରିବା ଅଭିଯୋଗ ହୋଇଥିଲା । ପଣ୍ଡିଆନ୍ ଯେଉଁଆଡେ ଗସ୍ତ କରୁଥିଲେ, ହଜାର ହଜାର ମହିଳା ସେ ସମାବେଶ କୁ ଆସୁଥିଲେ । ଏପରିକି ନିର୍ବାଚନ ସମୟରେ ମହିଳା ମାନଙ୍କୁ ଅସ୍ତ୍ର କରି, ଭୋଟ ପାଇଁ ଟଙ୍କା ବାଣ୍ଟିବା, ଭୋଟ କରେଇବା ଭଳି ସଙ୍ଗୀନ ଅଭିଯୋଗ କରିଥିଲେ ବିରୋଧୀ ବିଜେପି ଓ କଂଗ୍ରେସ ।

୨୦୨୪ ନିର୍ବାଚନରେ ବିଜେଡି କ୍ଷମତା ହରାଇବା ପରେ ସୁଜାତା ଛଅ ମାସର ଛୁଟିରେ ଥିଲେ । ନଭେମ୍ବର ୨୬, ୨୦୨୪ ପର୍ଯ୍ୟନ୍ତ ତାଙ୍କୁ ଛୁଟି ମଞ୍ଜୁର କରାଯାଇଥିଲା, କିନ୍ତୁ ତାଙ୍କ ଆବେଦନ ଅନୁସାରେ ଆଉ ଛଅ ମାସର ଛୁଟି ବୃଦ୍ଧି ପାଇଁ ଓଡ଼ିଶାର ବିଜେପି ସରକାର ଅନୁମତି ଦେଇ ନଥିଲେ । ପରବର୍ତୀ ସମୟରେ, ଆଇଏସ ଭଳି ଗୁରୁତ୍ଵ ପୂର୍ଣ୍ଣ ଚାକିରୀ ରୁ ଅବସର ନେଇଥିବା ଏବେ ଚର୍ଚ୍ଚା ହେଉଛି ।

