ରଣପୁର (ଲିଶାରାଣୀ ମହାପାତ୍ର ), ୫/୨୫, ଜାନୁଆରୀ,,, ରଣପୁର ଐତିହ୍ୟ, କଳା, ସଂସ୍କୃତି ପରମ୍ପରାକୁ ନେଇ ଅନୁଷ୍ଠିତ ହେଉଥିବା ରଣପୁର ମହୋତ୍ସବ ‘ଅର୍ଜୁନ–୨୦୨୫’ ପ୍ରଥମ ସନ୍ଧ୍ୟା ଅନୁଷ୍ଠିତ ହୋଇଯାଇଛି । ଜାନୁଆରି ୫ ତାରିଖରୁ ଆରମ୍ଭ ହୋଇଥିବା ବେଳେ, ଆସନ୍ତି ୯ ତାରିଖ ପର୍ଯ୍ୟନ୍ତ ଚାଲିବ । ଦିନ ୩ ଟା ସମୟରୁ ସନ୍ଧ୍ୟା ୫ ପର୍ଯ୍ୟନ୍ତ କୁଇଜ କାଯ୍ୟକ୍ରମ ହୋଇଥିଲା । ମିନା ବଜାର , ରାମଦୋଳି, ସାଙ୍ଗକୁ ବିଭିନ୍ନ ପ୍ରକାର ଦୋକାନ ବଜାର, ସରକାର ଙ୍କ ତରଫରୁ ବିଭିନ୍ନ ଷ୍ଟଲ ପଡ଼ିଅଛି ଯାହା ଦର୍ଶକ ମାନଙ୍କୁ ଆକୃଷ୍ଟ କରୁଛି । ଉଦ୍ଘାଟନୀ ସନ୍ଧ୍ୟାରେ ମାନ୍ୟବର ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡ଼ା, ଖାଦ୍ୟ ଓ ଯୋଗାଣ ଓ ବିଜ୍ଞାନ ପ୍ରଯୁକ୍ତି ବିଭାଗ ଶ୍ରୀଯୁକ୍ତ କୃଷ୍ଣଚନ୍ଦ୍ର ପାତ୍ର ମାନ୍ୟବର ମନ୍ତ୍ରୀ, ମାନ୍ୟବର ସାଂସଦ ପୁରୀ ଡ ସମ୍ବିତ ପାତ୍ର, ବିଧାୟକ ଖଣ୍ଡପଡା ଦୁଷ୍ମନ୍ତ ସ୍ୱାଇଁ, ଜିଲ୍ଲାପାଳ ନୟାଗଡ଼ ଶ୍ରୀଯୁକ୍ତ ସୁନୀଲ ଅକ୍ଷୟ ଅଗ୍ରୱାଲ, କାର୍ଯ୍ୟନିର୍ବାହୀ ଅଧିକାରୀ ରଣପୁର (ଏନ.ଏ.ସି )ଶ୍ରୀଯୁକ୍ତ ରଞ୍ଜନ କୁମାର ଦାସ , ଯୋଗଦେଇ ଉଦଘାଟନୀ ସନ୍ଧ୍ୟା କୁ ସଫଳ କରିଥିଲେ । ଭାରତ ସରକାରଙ୍କ ତରଫରୁ ପୁରୁଲିଆ ଛଉ ନୃତ୍ୟ, ମେଲୋଡି ଗ୍ରୁପ (ସୁର ତାଲ କ୍ରିଏଟିଭି ), ସୌରଭ ଭରଦ୍ୱଜ, ଏ ସ.ଆର୍ଥ୍ୟ ବିଶେଷ ଆକର୍ଷଣ ସିନେ କଳାକାର ପ୍ରମୁଖ ଯୋଗଦେଇଥିଲେ । ଅନ୍ୟ ମହୋତ୍ସବ ଠାରୁ ଏବର୍ଷ ରଣପୁର ମହୋତ୍ସବ ‘ଅର୍ଜୁନ–୨୦୨୫ ନିଆରା ଢଙ୍ଗରେ ପାଳନ ହେଉଥିବା ଦର୍ଶକ ମାନେ କହିଛନ୍ତି । ମହୋତ୍ସବରେ ହଜାର ହଜାର ଜନ ସମାଗମ ଦେଖିବାକୁ ମିଳିଥିଲା ! ମହୋତ୍ସବର ସଭାପତି ରଣପୁର ବିଧାୟିକା ତଥା ମାନ୍ୟବର ବାଚସ୍ପତିଙ୍କ ଶ୍ରୀମତୀ ସୁରମା ପାଢ଼ୀ, ସମ୍ପାଦକ ସ୍ୱରାଜ ମହାନ୍ତି, ମହୋତ୍ସଵ କମିଟିର ସମସ୍ତ ମେମ୍ବରଙ୍କ ସହଯୋଗ ରହିଥିବାରୁ ଆଜି ଏହି ପ୍ରଥମ ଦିନର କାର୍ଯ୍ୟକ୍ରମ ସଫଳ ହୋଇଛି ବୋଲି ଅତିଥି ମାନେ କହିଥିଲେ । ମହୋତ୍ସବ ସରସ ସୁନ୍ଦର ହେବା ସହ ସଫଳ ହୋଇଛି ଓ ରଣପୁର ଅଞ୍ଚଳ ବାସୀ ଖୁସି ଅନୁଭବ କରୁଥିବା ଜଣାପଡିଛି ।

