ଶ୍ରେୟ ତରଙ୍ଗ, ଗଣିଆ ବ୍ଲକ୍ ର ପୂର୍ବତନ ଅଧ୍ୟକ୍ଷ, ଓଡ଼ିଶା ରେ ଜଣାଶୁଣା ସମାଜସେବୀ ଶ୍ରୀଯୁକ୍ତ ଶେଷଦେବ ସ୍ବାଇଁ ଙ୍କୁ ବିଜୁ ଜନତା ଦଳ ଗଣିଆ ବ୍ଲକ୍ ସଭାପତି କରିଛି ।

ଗଣିଆ ବ୍ଲକ୍ ଛାମୁଣ୍ଡିଆ ପଞ୍ଚାୟତ ରୁ ୨୦୧୭ ମସିହା ରେ ସମିତିସଭ୍ୟ ନିର୍ବାଚନ ଲଢ଼ି ଜିତିଥିଲେ । ପରେ, ଗଣିଆ ବ୍ଲକ୍ ଅଧ୍ୟକ୍ଷ ରୂପେ ଦୀର୍ଘ ପାଞ୍ଚ ବର୍ଷ କାମକରି, ଲୋକଙ୍କର ପ୍ରିୟ ଭାଜନ ହୋଇ ପାରିଛନ୍ତି । ଅତି ଗରିବ ରୁ ବଢ଼ିଥିବା ଶେଷଦେବ, ଭୁବନେଶ୍ୱର ରେ ଏକ ଚା ଦୋକାନ କରି ଜୀବନ ଜୀବିକା ନିର୍ବାହ କରୁଥିବା ବେଳେ, କୀଟ କିସ୍ ର ପ୍ରତିଷ୍ଠାତା ଡ ଅଚ୍ୟୁତ ସାମନ୍ତ, ଙ୍କ ସହ ଭେଟ ହୁଏ । ସରଳ, ନିଷ୍କପଟ ଓ ସଚ୍ଚୋଟ ପଣିଆ ସ୍ଵଭାବ ଦେଖି, ସ୍ୱଳ୍ପ ବେତନ ରେ ଏକ ଛୋଟିଆ ଚାକିରି ଆରମ୍ଭ ହୁଏ । ପରେ, ନିଜର ପରିଶ୍ରମ ଓ ଦକ୍ଷତା ଦ୍ଵାରା, କୀଟ,କିସ୍ ର ଆଜୀବନ ସଦସ୍ୟ ଗ୍ରହଣ କରନ୍ତି । ନିଜର ଗୁରୁ, ଭଗବାନ ରୂପେ ଡ ଅଚ୍ୟୁତ ସାମନ୍ତ ଙ୍କୁ ପୂଜା କରନ୍ତି ଶେଷଦେବ। ଗଣିଆ ବ୍ଲକ୍ ଦାୟିତ୍ଵ ନେଇଥିବା ବେଳେ, ଅନେକ ଜନ ହିତକର କାମ କରିଛନ୍ତି ଶେଷଦେବ ।

ବ୍ଲକ୍ ତରଫରୁ ଦିଆଯାଇଥିବା ସରକାରୀ ଘର ନେଇ ନଥିଲେ । କିମ୍ସ ହସ୍ପିଟାଲ କୁ ଯାଉଥିବା ଗଣିଆ ଅଞ୍ଚଳ ର ପ୍ରତେକ ବ୍ୟକ୍ତିଙ୍କୁ ସହାୟତା ପ୍ରଦାନ କରିଛନ୍ତି ଶେଷ। ୨୦୨୪ ରୁ ରାଜନୀତି ରୁ ସନ୍ନ୍ୟାସ ନେଇ ଯାଇଥିଲେ ଶେଷଦେବ । କିନ୍ତୁ ଦଶପଲ୍ଲା ବିଧାୟକ ରମେଶ ବେହେରା ଙ୍କ ଅନୁରୋଧ, ଗଣିଆ ଅଞ୍ଚଳ ର ତୁଙ୍ଗ ନେତା ମାନଙ୍କ ଅନୁରୋଧ କ୍ରମେ, ପୁଣି ବିଜୁ ଜନତା ଦଳ ପକ୍ଷରୁ ଗଣିଆ ବ୍ଲକ୍ ବିଜେଡି ସଭାପତି ହୋଇଛନ୍ତି । ଶେଷଦେବଙ୍କ ନେତୃତ୍ୱ ରେ ଗଣିଆ ଅଞ୍ଚଳ ର ସମସ୍ତ ୮ ଗୋଟି ପଞ୍ଚାୟତ ରେ ଦଳ ସ୍ଥିତି କୁ ମଜଭୁତ କରିବ ଓ ଆସନ୍ତା, ପଞ୍ଚାୟତ ନିର୍ବାଚନ ସମୟ ରେ ଗଣିଆ ବ୍ଲକ୍ ବିଜେଡି ର ଏକ ଅଭେଦ୍ୟ ଗଡ ରୂପେ ଛିଡ଼ା ହେବ ବୋଲି, ରାଜନୈତିକ ବ୍ୟକ୍ତିମାନେ ମତ ପ୍ରକାଶ କରିଛନ୍ତି ।

