ଶ୍ରେୟ ତରଙ୍ଗ (ବ୍ୟୁରୋ): ଅଗ୍ରପୂଜ୍ୟ ଶ୍ରୀ ଗଜାନନଙ୍କ ପୂଜା,ହୋମ,ପାଠ ଗାଁ ରୁ ସହର, ପ୍ରତ୍ୟେକ ଶିକ୍ଷାନୁଷ୍ଠାନ ଗୁଡ଼ିକ ରେ ଧୁମ୍ ଧାମ ରେ ପାଳନ ହୋଇଯାଇଛି ।। ଶିକ୍ଷାନୁଷ୍ଠାନ ଗୁଡିକୁ ଛାଡିଦେଲେ, ପ୍ରତି କ୍ଲବ୍ ଗୁଡିକରେ, ସୁନ୍ଦର୍ ମେଢ଼ ସାଙ୍ଗକୁ ଆକର୍ଷଣୀୟ ସାଜସଜ୍ଜା ଦେଖିବାକୁ ମିଳିଥିଲା । ନୟାଗଡ଼ ଜିଲ୍ଲା ଦଶପଲ୍ଲା ବ୍ଲକର ଅଗ୍ରଣୀ ସ୍ବେଚ୍ଛାସେବୀ କ୍ଲବ୍ ସୀତାରାମ ୟୁଥ୍ କ୍ଲବ୍ ଚର୍ଚ୍ଚାରେ ରହିଛି ।

ପ୍ରତ୍ୟେକ ସଦସ୍ୟ ଙ୍କ ସହଯୋଗ ରେ, ତ୍ରିନାଥ ଛକରେ ଥିବା ସୀତାରାମ ୟୁଥ୍ କ୍ଲବ୍ ର ନିଜସ୍ଵ ପରିସର ମଧ୍ୟରେ ସୁନ୍ଦର୍ ସୁଉଚ୍ଚ ତୋରଣ ରେ ସଜାଇ ଅଗ୍ରପୂଜ୍ୟ ଙ୍କୁ ଆବାହନ କରିଥିଲେ । ଶ୍ରୀ ଗଣେଶ ଭଗବାନଙ୍କ ପୂଜା କୁ କ୍ଲବ୍ ପ୍ରତିବର୍ଷ ନିଆରା ଢଙ୍ଗରେ ପାଳିବା ପାଇଁ ପ୍ରୟାସ ଜାରି ରଖିଛି ।

ସେହିଭଳି ଦଶପଲ୍ଲା ର ଅନ୍ୟତମ ଅଗ୍ରଣୀ ସ୍ବେଚ୍ଛାସେବୀ ଅନୁଷ୍ଠାନ ରାଜା ଗଡ଼ ରାଜେଶ୍ୱରି କ୍ଲବ୍ ର ସଦସ୍ୟ ମାନେ, ମହାବୀର ମନ୍ଦିର ନାଟ୍ୟ ମଣ୍ଡପରେ ଭବ୍ୟ ଆୟୋଜନ କରି ଶ୍ରୀ ଗଜାନନ ଙ୍କୁ ଆବାହନ କରିଛନ୍ତି । ଏଥିସହିତ ପ୍ରତ୍ୟେକ ଦିନ ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରିଛନ୍ତି ।

ସୁନ୍ଦର ସୁନ୍ଦର ସୁ ଉଚ୍ଚ ତୋରଣ ସାଙ୍ଗକୁ ମୂର୍ତ୍ତି କାରିଗର ମାନେ ନିଜସ୍ୱ ବୁଦ୍ଧି, କଳା କାରିଗାରି ଜ୍ଞାନ ରେ ଶ୍ରୀ ଗଣେଶ ଙ୍କୁ ସୁନ୍ଦର୍ ଭାବେ ରୂପ ଦେବାପାଇଁ ଚେଷ୍ଟା କରିଛନ୍ତି । ମୂର୍ତ୍ତି କାରିଗର ମାନଙ୍କ ମଧ୍ୟରେ ଏକ ପ୍ରକାର ପ୍ରତି ଯୋଗିତା କହିଲେ କମ୍ ହେବ ନାହିଁ ।

ସେହିଭଳି ଦଶପଲ୍ଲା ଖଣ୍ଡପଡ଼ା ସାହିରେ ଶ୍ରୀ ମହାବିନାୟକ ଙ୍କ ମୂର୍ତ୍ତି ଆକର୍ଷଣୀୟ ହୋଇ ପାରିଛି । କାରିଗରଙ୍କ ତୂଳୀ ସ୍ପର୍ଶ ରେ ଜୀବନ୍ତ ହୋଇ ପାରିଛନ୍ତି ।

ଦଶପଲ୍ଲା ଜଗାପୁର ରୋଡ ରେ ଥିବା ମା ବନଦୂର୍ଗା ଯୁବକ ସଂଘର ସଦସ୍ୟ ମାନେ, ବହୁ ପରିଶ୍ରମ୍ କରି ସୁନ୍ଦର ଭାବେ ଶ୍ରୀ ଲମ୍ବୋଦର ଙ୍କୁ ଅବହାନ କରିଛନ୍ତି । ଚୁଲି ଚାନ୍ଦା ପ୍ରଥା କୁ ଅପନେଇଛନ୍ତି କ୍ଲବ୍ ର ସଦସ୍ୟମାନେ । ସମସ୍ତ ସାହି ବାସିନ୍ଦା ଏଥିପାଇଁ ନିଜସ୍ଵ ପ୍ରୟାସ ରେ ସାହାଯ୍ୟ ସହଯୋଗ କରି ଆସିଛନ୍ତି । ଭାଇଚାରା ଭିତର ଦେଇ ଶ୍ରୀ ଗଣେଶ ଚତୁର୍ଥୀ ପାଳନ ହୋଇଥିବା ବେଳେ, ଚିରା ଚରିତ ପ୍ରଥା ଅନୁସାରେ, ଯୋଗିବନ୍ଧ ପୋଖରୀ ମଧ୍ୟରେ ଗଣେଷ ଭଗବାନ ଙ୍କୁ ସୁନ୍ଦର ଭାବରେ ସଜାଇଛନ୍ତି ପ୍ରତ୍ୟେକ ସଦସ୍ୟ । ଦଶପଲ୍ଲା ର ଭାଇଚାରା , ଏକ ନିଆରା । ପ୍ରତ୍ୟେକ ପାର୍ବଣ ସମୟରେ ସହଯୋଗ କରନ୍ତି । କଳା ସଂସ୍କୃତି କୁ ବଞ୍ଚେଇ ରଖିବା ପାଇଁ ବୁଦ୍ଧିଜୀବୀ ଙ୍କ ଠାରୁ ଯୁବ ପୀଢ଼ି, ପ୍ରତ୍ୟେକ ସଦସ୍ୟ ମାନେ ଏଥିପାଇଁ ଏକାକାର ହୁଅନ୍ତି , ଯାହା ଅନ୍ୟ ମାନଙ୍କ ପାଇଁ ପ୍ରେରଣା।

